LibreOffice-Suite-Writer/C2/Typing-text-and-basic-formatting/Oriya
From Script | Spoken-Tutorial
Revision as of 14:46, 10 April 2017 by PoojaMoolya (Talk | contribs)
Time | Narration |
00:01 | ଲିବର୍ ଅଫିସ୍ ରାଇଟର୍ ର ଟେକ୍ସଟ୍ ଟାଇପିଙ୍ଗ୍ ଓ ବେସିକ୍ ଫର୍ମାଟିଙ୍ଗ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା: |
00:10 | ରାଇଟର୍ ରେ ଟେକ୍ସଟ୍ ଆଲାଇନ୍ କରିବା |
00:12 | ବୁଲେଟ୍ସ ଓ ନମ୍ୱରିଙ୍ଗ୍ ଅପ୍ସନ୍ |
00:14 | ରାଇଟର୍ ରେ କଟ୍, କପୀ, ପେଷ୍ଟ୍ ଅପ୍ସନ୍ |
00:18 | ବୋଲ୍ଡ, ଅଣ୍ଡରଲାଇନ୍ ଓ ଆଇଟାଲିକ୍ ଅପ୍ସନ୍ |
00:21 | ରାଇଟର୍ ରେ ଫଣ୍ଟ ନେମ୍, ଫଣ୍ଟ୍ ସାଇଜ୍, ଫଣ୍ଟ୍ କଲର୍ ଅପ୍ସନ୍ |
00:26 | ଡକ୍ୟୁମେଣ୍ଟସ୍ ରେ ଏହି ବିଶେଷତାଗୁଡ଼ିକର ଉପଯୋଗ କରି ପ୍ଲେନ୍ ଟେକ୍ସଟ୍ ତୁଳନାରେ ପଢ଼ିବା ପାଇଁ ଅଧିକ ଆକର୍ଷଣୀୟ ଓ ଅଧିକ ସରଳ କରନ୍ତୁ | |
00:36 | ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ର ଉପଯୋଗ କରୁଛୁ | |
00:47 | ପ୍ରଥମେ ରାଇଟର୍ ରେ ଆଲାଇନିଙ୍ଗ୍ ଟେକ୍ସଟ୍ ବିଷୟରେ ଶିଖିବା | |
00:50 | ରାଇଟର୍ ରେ ନିଜ ପସନ୍ଦର ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲି ଏହି ବିଶେଷତାଗୁଡ଼ିକୁ କାର୍ଯ୍ୟାନ୍ୱିତ କରାଯାଇପାରିବ | |
00:57 | ଯେହେତୁ ପୂର୍ବ ଟ୍ୟୁଟୋରିଆଲ୍ ରେ “resume.odt” ନାମକ ଫାଇଲ୍ କ୍ରିଏଟ୍ ହୋଇସାରିଛି, ସେହି ଫାଇଲ୍ କୁ ଖୋଲନ୍ତୁ | |
01:08 | ଆମେ ପୂର୍ବରୁ “RESUME” ଶବ୍ଦ ଟାଇପ୍ କରି ପେଜ୍ ର ମଧ୍ୟ ଭାଗରେ ଆଲାଇନ୍ କରିଛେ | |
01:14 | ତେଣୁ ୱର୍ଡ ସିଲେକ୍ଟ କରି “ଆଲାଇନ୍ ଲେଫ୍ଟ” ଉପରେ କ୍ଲିକ୍ କରନ୍ତୁ | ଦେଖନ୍ତୁ, ଚୟନିତ “RESUME” ଶବ୍ଦ ପେଜ୍ ର ବାମ ପଟକୁ ଚାଲିଯାଇଛି | |
01:25 | ଯଦି “ଆଲାଇନ୍ ରାଇଟ୍” ଉପରେ କ୍ଲିକ୍ କରାଯାଏ, ତେବେ “RESUME” ଶବ୍ଦ ପେଜ୍ ର ଡାହାଣ ପଟକୁ ଆଲାଇନ୍ ହୋଇଯିବ | |
01:32 | ଯଦି ଆମେ “ଜଷ୍ଟିଫାଏ” ଉପରେ କ୍ଲିକ୍ କରିବା, ତେବେ “RESUME” ଶବ୍ଦ ପେଜ୍ ର ଡାହାଣ ଓ ବାମ ମଧ୍ୟରେ ସମାନ ଭାବରେ ଆଲାଇଣ୍ଡ୍ ହୋଇଯିବ | |
01:44 | ଟେକ୍ସଟ୍ ଲାଇନ୍ କିମ୍ୱା ପାରାଗ୍ରାଫ୍ ଥିବା କ୍ଷେତ୍ରରେ ଏହି ବିଶେଷତା ଅଧିକ ସ୍ପଷ୍ଟ ଭାବରେ ଜଣାଯାଇଥାଏ | |
01:51 | ଏହାକୁ UNDO କରନ୍ତୁ | |
01:54 | ସ୍ୱତନ୍ତ୍ର ପଏଣ୍ଟ୍ ଲେଖିବା ସମୟରେ ବୁଲେଟ୍ସ ଓ ନମ୍ୱରିଙ୍ଗ୍ ଉପଯୋଗରେ ଲାଗିଥାଏ | |
01:58 | ପ୍ରତ୍ୟେକ ପଏଣ୍ଟ୍ ବୁଲେଟ୍ ଓ ନମ୍ୱର୍ ରୁ ଆରମ୍ଭ କରନ୍ତୁ | |
02:02 | ଏହିପ୍ରକାରେ ଡକ୍ୟୁମେଣ୍ଟ୍ ରେ ଲେଖାଯାଇଥିବା ବିଭିନ୍ନ ପଏଣ୍ଟସ୍ ମଧ୍ୟରେ ପ୍ରଭେଦ କରିହେବ | |
02:07 | ଏହାକୁ, “ଫର୍ମାଟ୍” ଅପ୍ସନ୍ ଉପରେ କ୍ଲିକ୍ କରି ଓ ତାହାପରେ “ବୁଲେଟ୍ସ ଆଣ୍ଡ୍ ନମ୍ୱରିଙ୍ଗ୍” ଉପରେ କ୍ଲିକ୍ କରି କରାଯାଇଥାଏ | |
02:15 | “ବୁଲେଟ୍ସ ଆଣ୍ଡ୍ ନମ୍ୱରିଙ୍ଗ୍” ଅପ୍ସନ୍ ଉପରେ କ୍ଲିକ୍ କରିବା ପରେ ପ୍ରଦର୍ଶିତ ଡାୟଲଗ୍ ବକ୍ସ, ବିଭିନ୍ନ ଟ୍ୟାବ୍ସରେ ବିବିଧ ଷ୍ଟାଇଲ୍ ପ୍ରଦାନ କରିଥାଏ, ଯାହାକୁ ନିଜ ଡକ୍ୟୁମେଣ୍ଟ୍ ରେ ଲାଗୁ କରାଯାଇପାରେ | |
02:26 | ନମ୍ୱରିଙ୍ଗ୍ ଅପ୍ସନ୍ ର ବ୍ୟବହାର ମଧ୍ୟ ସେହି ପ୍ରକାରେ ହୋଇଥାଏ ଏବଂ ପ୍ରତ୍ୟେକ ଲାଇନ୍ ନୂଆ କ୍ରମାଙ୍କରୁ ଆରମ୍ଭ ହୋଇଥାଏ | |
02:34 | “ନମ୍ୱରିଙ୍ଗ୍ ଟାଇପ୍” ଷ୍ଟାଇଲ୍ ଅନ୍ତର୍ଗତ ଦ୍ୱିତୀୟ ଷ୍ଟାଇଲ୍ ଉପରେ କ୍ଲିକ୍ କରନ୍ତୁ | |
02:40 | “OK” କ୍ଲିକ୍ କରନ୍ତୁ | |
02:42 | ଏବେ ଆପଣ ନିଜର ପ୍ରଥମ ଷ୍ଟେଟମେଣ୍ଟ୍ କୁ ଟାଇପ୍ କରିବା ପାଇଁ ପ୍ରସ୍ତୁତ | |
02:46 | ଟାଇପ୍ କରନ୍ତୁ – “NAME: RAMESH” |
02:50 | “ଏଣ୍ଟର୍” ପ୍ରେସ୍ କରନ୍ତୁ | ଦେଖନ୍ତୁ, ନୂଆ ବୁଲେଟ୍ ପଏଣ୍ଟ୍ ବା ନୂଆ ଅଗ୍ରଗାମୀ ନମ୍ୱର ଆସିଯାଇଛି | |
03:05 | ଏଠାରେ ଚୟନ କରାଯାଇଥିବା ଫର୍ମାଟ୍ ଆଧାରରେ ବୁଲେଟ୍ସ ମଧ୍ୟରେ ବୁଲେଟ୍ସ ଓ ନମ୍ୱର୍ସ ମଧ୍ୟରେ ନମ୍ୱର୍ସ କରାଯାଇପାରିବ | |
03:13 | “Father’s Name କଲନ୍ Mahesh” ଭାବରେ “Resume”ରେ ଦ୍ୱିତୀୟ ଷ୍ଟେଟମେଣ୍ଟ୍ ଟାଇପ୍ କରନ୍ତୁ | |
03:20 | “ଏଣ୍ଟର୍” ପ୍ରେସ୍ କରି “Mother’s Name କଲନ୍ Sweta” ଟାଇପ୍ କରନ୍ତୁ | |
03:27 | ସେହିପ୍ରକାରେ ଭିନ୍ନ ପଏଣ୍ଟସ୍ ଭାବରେ “Father’s Occupation କଲନ୍ Government Servant” ଏବଂ “Mother’s Occupation କଲନ୍ Housewife” ଟାଇପ୍ କରନ୍ତୁ | |
03:39 | ବୁଲେଟ୍ସ ଇଣ୍ଟେଣ୍ଡ୍ ବଢ଼ାଇବା ଓ କମାଇବା ପାଇଁ ଟ୍ୟାବ୍ ଓ ଶିଫ୍ଟ ଟ୍ୟାବ୍ କୀ’ର ବ୍ୟବହାର କରିପାରିବେ | |
03:47 | “ବୁଲେଟ୍ସ ଆଣ୍ଡ୍ ନମ୍ୱରିଙ୍ଗ୍” ଅପ୍ସନ୍ ବନ୍ଦ କରିବା ପାଇଁ ପ୍ରଥମେ କର୍ସର୍ Housewife ଶବ୍ଦ ଆଗରେ ରଖି ପ୍ରଥମେ ଏଣ୍ଟର୍ କୀ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ “ବୁଲେଟ୍ସ ଆଣ୍ଡ୍ ନମ୍ୱରିଙ୍ଗ୍” ଡାୟଲଗ୍ ବକ୍ସରେ “ନମ୍ୱରିଙ୍ଗ ଅଫ୍” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
04:03 | ଏହାପରେ ଆପଣ ଯାହା ଟାଇପ୍ କରିବେ ସେଥିପାଇଁ ବୁଲେଟ୍ ଷ୍ଟାଇଲ୍ ଉପଲବ୍ଧ ରହିବନାହିଁ | |
04:10 | ଆମ ଡକ୍ୟୁମେଣ୍ଟ୍ ରେ “Name” ଶବ୍ଦ ଦୁଇଥର ଟାଇପ୍ ହୋଇଥିବାର ଦେଖନ୍ତୁ | |
04:14 | ପୁଣିଥରେ ସେହି ଟେକ୍ସଟ୍ ଟାଇପ୍ କରିବା ବଦଳରେ ରାଇଟର୍ ରେ “Copy” ଓ “Paste” ଅପ୍ସନ୍ ର ବ୍ୟବହାର କରିହେବ | |
04:21 | ଏହା କିପରି କରାଯାଏ, ତାହା ଆସନ୍ତୁ ଶିଖିବା | |
04:24 | ଏବେ “Mother’s Name” ଟେକ୍ସଟ୍ ରୁ “Name” ଶବ୍ଦ ଡିଲିଟ୍ କରିଦେଇ “Copy” ଓ “Paste” ଅପ୍ସନ୍ ର ଉପଯୋଗ କରି “Name” ଶବ୍ଦ ପୁଣିଥରେ ଲେଖନ୍ତୁ | |
04:33 | “Father’s name” ଟେକ୍ସଟ୍ ରେ “Name” ଶବ୍ଦ ଉପରେ କର୍ସର୍ ଡ୍ରାଗ୍ କରି ଶବ୍ଦକୁ ସିଲେକ୍ଟ କରନ୍ତୁ | |
04:40 | ଏବେ ମାଉସ୍ ଉପରେ ରାଇଟ୍ କ୍ଲିକ୍ କରି “Copy” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
04:45 | “Mother’s” ଶବ୍ଦ ଆଗରେ କର୍ସର୍ ରଖନ୍ତୁ | |
04:48 | ମାଉସ୍ ଉପରେ ରାଇଟ୍ କ୍ଲିକ୍ କରି “Paste” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
04:54 | ଦେଖନ୍ତୁ, “Name” ଶବ୍ଦଟି Paste ହୋଇଗଲା | |
04:57 | Copy ଅପ୍ସନ୍ ପାଇଁ ଶର୍ଟକର୍ଟ କୀ ହେଉଛି CTRL+C ଏବଂ Paste ପାଇଁ CTRL+V | |
05:08 | ଡକ୍ୟୁମେଣ୍ଟସ୍ ରେ ଅଧିକ ମାତ୍ରାରେ ସମାନ ଟେକ୍ସଟ୍ ଲେଖିବା ସମୟରେ, ଏହି ବିଶେଷତା ବହୁତ ଉପଯୋଗୀ ହୋଇଥାଏ | |
05:19 | ଡକ୍ୟୁମେଣ୍ଟରେ ଟେକ୍ସଟ୍ କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ରଖିବା ପାଇଁ Cut ଓ Paste ଅପ୍ସନ୍ ର ବ୍ୟବହାର ମଧ୍ୟ କରିହେବ | |
05:26 | ଦେଖନ୍ତୁ, ଏହାକୁ କିପରି କରାଯାଏ | |
05:29 | “Mother’s” ଶବ୍ଦ ଆଗରୁ “Name” ଶବ୍ଦ ଡିଲିଟ୍ କରିଦିଅନ୍ତୁ | |
05:34 | ଏହି ଶବ୍ଦକୁ Cut ଓ Paste କରିବା ପାଇଁ ପ୍ରଥମେ “Father’s Name” ରୁ “Name” ଶବ୍ଦକୁ ସିଲେକ୍ଟ କରନ୍ତୁ | |
05:40 | ମାଉସ୍ ଉପରେ ରାଇଟ୍ କ୍ଲିକ୍ କରି “Cut” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଦେଖନ୍ତୁ, ଏବେ “Father’s” ଶବ୍ଦ ଆଗରେ “Name” ଶବ୍ଦ ନାହିଁ, ଯାହାର ଅର୍ଥ ହେଉଛି, ଏହା Cut କିମ୍ୱା Delete ହୋଇଯାଇଛି | |
05:54 | ଏବେ “Mother’s” ଶବ୍ଦ ଆଗରେ କର୍ସର୍ ରଖି ମାଉସ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | |
05:59 | “Paste” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
06:02 | Mother’s ଶବ୍ଦ ଆଗରେ Name, Paste ହୋଇଯାଇଥିବାର ଦେଖନ୍ତୁ | |
06:07 | Cut ପାଇଁ ଶର୍ଟକଟ୍ କୀ ହେଉଛି – CTRL+X |
06:11 | ଟେକ୍ସଟ୍ କୁ Copy କରିବା ଓ Cut କରିବା ମଧ୍ୟରେ ଅନ୍ତର ହେଉଛି, Copy ଅପ୍ସନ୍ ଏହାର ସ୍ଥାନରେ ମୂଳ ଶବ୍ଦ ରଖିଥାଏ, ଯେଉଁଠାରୁ ଏହାକୁ Copy କରାଯାଇଥାଏ, ଯେତେବେଳେକି Cut ଅପ୍ସନ୍ ଏହାକୁ ତାହାର ମୂଳ ସ୍ଥାନରୁ ସପୂର୍ଣ୍ଣ ରୂପେ ହଟାଇ ଦେଇଥାଏ | |
06:27 | ଆସନ୍ତୁ “Name” ଶବ୍ଦକୁ Father’s ଆଗରେ Paste କରି ଜାରି ରଖିବା | |
06:31 | ଗୋଟିଏ ନୂଆ ହେଡିଙ୍ଗ୍ ଟାଇପ୍ କରନ୍ତୁ, ଯେପରି – “Education Details” |
06:35 | ରାଇଟର୍ ରେ “Bullets & Numbering” ବିଷୟରେ ଶିଖିବା ପରେ, କୌଣସି ଟେକ୍ସଟ୍ ର “Font Name” ଏବଂ “Font Size” କିପରି ବଦଳାଇବେ କିମ୍ୱା ଲାଗୁ କରିବେ, ତାହା ଶିଖିବା | |
06:45 | ଫର୍ମାଟ୍ ଟୁଲ୍ ବାର୍ ରେ “Font Name” ଫିଲ୍ଡ ଅଛି | |
06:52 | Font Name ସାଧାରଣତଃ ଡିଫଲ୍ଟ ଭାବରେ “Liberation Serif” ରେ ସେଟ୍ ହୋଇଥାଏ | |
06:57 | ନିଜ ଇଚ୍ଛାନୁସାରେ ଟେକ୍ସଟ୍ ରେ ଫଣ୍ଟ୍ ର ପ୍ରକାର ବଦଳାଇବା ଓ ଚୟନ କରିବା ପାଇଁ Font Name ର ବ୍ୟବହାର କରାଯାଇଥାଏ | |
07:04 | ଉଦାହରଣସ୍ୱରୂପ, ଆସନ୍ତୁ, ଭିନ୍ନ ଫଣ୍ଟ୍ ଷ୍ଟାଇଲ୍ ଓ ଫଣ୍ଟ୍ ସାଇଜ୍ ରେ “Education Details” ହେଡିଙ୍ଗ୍ ଦେବା | |
07:11 | ତେବେ ପ୍ରଥମେ ଟେକ୍ସଟ୍ “Education Details”କୁ ସିଲେକ୍ଟ କରି “Font Name” ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ | |
07:19 | ଡ୍ରପ୍ ଡାଉନ୍ ମେନୁରେ Font Name ଅପ୍ସନ୍ ର ଅନେକ ପ୍ରକାର ଅଛି | |
07:25 | “Liberation Sans” ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ | |
07:29 | ଦେଖନ୍ତୁ, ସିଲେକ୍ଟ କରାଯାଇଥିବା ଟେକ୍ସଟ୍ ର ଫଣ୍ଟ୍ ବଦଳିଗଲା | |
07:34 | “Font Name” ପାଖରେ “Font Size” ଅଛି | |
07:38 | ଯେପରି ନାମରୁ ହିଁ ଜଣାପଡୁଛି, “Font Size” ର ବ୍ୟବହାର, ସିଲେକ୍ଟ କରାଯାଇଥିବା ଟେକ୍ସଟ୍ କିମ୍ୱା ନୂଆ ଟେକ୍ସଟ୍ ସାଇଜ୍ କୁ କମାଇବା କିମ୍ୱା ବଢ଼ାଇବା ପାଇଁ କରାଯାଇଥାଏ | |
07:52 | ତେଣୁ, ପ୍ରଥମେ “Education Details”କୁ ସିଲେକ୍ଟ କରନ୍ତୁ | |
07:55 | ଫଣ୍ଟ୍ ସାଇଜ୍ 12 ରେ ଅଛି | |
07:58 | ଏବେ “Font Size” ଫିଲ୍ଡରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରି 11 ଉପରେ କ୍ଲିକ୍ କରନ୍ତୁ | |
08:05 | ଦେଖନ୍ତୁ, ଫଣ୍ଟ୍ ସାଇଜ୍ କମ୍ ହୋଇଗଲା | |
08:09 | ସେହି ପ୍ରକାରେ ଫଣ୍ଟ୍ ସାଇଜ୍ ବୃଦ୍ଧି ମଧ୍ୟ କରାଯାଇପାରିବ | |
08:13 | ଫଣ୍ଟ୍ ସାଇଜ୍ ବିଷୟରେ ଶିଖିବା ପରେ ଫଣ୍ଟ୍ ର ରଙ୍ଗ କିପରି ବଦଳାଯାଏ, ଶିଖିବା | |
08:21 | “Font Color” ବ୍ୟବହାର କରି ଡକ୍ୟୁମେଣ୍ଟ୍ ର ଟେକ୍ସଟ୍ କିମ୍ୱା ଲାଇନ୍ ର ରଙ୍ଗ ବଦଳାଯାଇଥାଏ | |
08:27 | ଆସନ୍ତୁ, ହେଡିଙ୍ଗ୍ “Education Details”କୁ କଲର୍ କରିବା | |
08:32 | ପୁଣିଥରେ “Education Details”କୁ ସିଲେକ୍ଟ କରନ୍ତୁ | |
08:36 | ଟୁଲ୍ ବାର୍ ରେ ଥିବା “Font Color” ଅପ୍ସନ୍ ର ଡାଉନ୍ ଆରୋ ଉପରେ କ୍ଲିକ୍ କରି ଟେକ୍ସଟ୍ ରେ “Light Green” କଲର୍ ଲାଗୁ କରିବା ପାଇଁ “Light Green” ବକ୍ସ ଉପରେ କ୍ଲିକ୍ କରନ୍ତୁ | |
08:48 | ଦେଖନ୍ତୁ, ହେଡିଙ୍ଗ୍ ଏବେ Light Green କଲର୍ ହୋଇଯାଇଛି | |
08:52 | ଫଣ୍ଟ୍ ସାଇଜ୍ ଅପ୍ସନ୍ ଆଗରେ “Bold”, “Italic” ଓ “Underline” ନାମକ ତିନୋଟି ଅପ୍ସନ୍ ଅଛି | |
09:00 | ନାମରୁ ହିଁ ଜଣାପଡୁଛି ଯେ, ଏହା ଟେକ୍ସଟ୍ କୁ Bold, Italic କିମ୍ୱା Underline କରିବ | |
09:07 | ପ୍ରଥମେ ହେଡିଙ୍ଗ୍ “Education Details”କୁ ସିଲେକ୍ଟ କରନ୍ତୁ | |
09:11 | ଟେକ୍ସଟ୍ କୁ ବୋଲ୍ଡ କରିବା ପାଇଁ Bold ଆଇକନ୍ ଉପରେ କ୍ଲିକ୍ କରନ୍ତୁ | |
09:15 | ଦେଖନ୍ତୁ, ସିଲେକ୍ଟ କରାଯାଇଥିବା ଟେକ୍ସଟ୍ ବୋଲ୍ଡ ହୋଇଗଲା | |
09:19 | ଠିକ୍ ସେହିପ୍ରକାରେ ଯଦି “Italic” ଆଇକନ୍ ଉପରେ କ୍ଲିକ୍ କରାଯାଏ, ତେବେ ଟେକ୍ସଟ୍ Italicରେ ବଦଳିଯିବ | |
09:25 | “Underline” ଉପରେ କ୍ଲିକ୍ କରନ୍ତୁ |,ଏହା ଟେକ୍ସଟ୍ କୁ Underline କରିଦେବ | |
09:31 | ସିଲେକ୍ଟ କରାଯାଇଥିବା ଟେକ୍ସଟ୍ ଏବେ Underline ହୋଇଯାଇଛି | |
09:35 | ହେଡିଙ୍ଗ୍ କୁ Bold ଓ Underline ରଖିବା ପାଇଁ, Italic ଅପ୍ସନ୍ କୁ Deselect କରନ୍ତୁ ଏବଂ ଅନ୍ୟ ଦୁଇଟି ଅପ୍ସନ୍ କୁ select ହୋଇ ରହିବାକୁ ଦିଅନ୍ତୁ | |
09:45 | ହେଡିଙ୍ଗ୍ ଏବେ Bold ସହିତ Underline ମଧ୍ୟ ହୋଇରହିଲା | |
09:50 | ଏବେ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଛେ | |
09:55 | ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ: |
09:57 | ଟେକ୍ସଟ୍ ଆଲାଇନ୍ କରିବା | |
10:00 | ବୁଲେଟ୍ସ ଓ ନମ୍ୱରିଙ୍ଗ୍ |
10:02 | Cut, Copy ଓ Paste ଅପ୍ସନ୍ | |
10:05 | Bold, Underline ଓ Italic ଅପ୍ସନ୍ |
10:09 | Font Name, Font Size, Font Color |
10:13 | କମ୍ପ୍ରେହେନ୍ସିଭ୍ ଆସାଇନ୍ ମେଣ୍ଟ୍ |
10:16 | Bullets ଓ Numberingକୁ ସକ୍ରିୟ କରନ୍ତୁ | |
10:18 | ଷ୍ଟାଇଲ୍ ର ଚୟନ କରି କିଛି ପଏଣ୍ଟ୍ ଲେଖନ୍ତୁ | |
10:22 | କିଛି ଟେକ୍ସଟ୍ ସିଲେକ୍ଟ କରନ୍ତୁ ଓ ତାହାର ଫଣ୍ଟ୍ ନାମ “Free Sans” ରଖନ୍ତୁ, ଫଣ୍ଟ ସାଇଜ୍ କୁ “16” କରନ୍ତୁ | |
10:29 | ଟେକ୍ସଟ୍ କୁ Italic କରନ୍ତୁ | |
10:32 | ଫଣ୍ଟ୍ କଲର୍ କୁ ଲାଲ୍ ରଙ୍ଗ କରନ୍ତୁ | |
10:35 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
10:38 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ସାରାଂଶ ଦେଇଥାଏ | |
10:41 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ମଧ୍ୟ ଦେଖିପାରିବେ | |
10:46 | ସ୍ପୋକନ୍ ଟ୍ୟୁଟୋରିଆଲ୍ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ଉପଯୋଗ କରି କର୍ମଶାଳା ଚଲାନ୍ତି | |
10:52 | ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି | |
10:55 | ଅଧିକ ସୂଚନା ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | |
11:02 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ “ଟକ୍-ଟୁ-ଏ-ଟିଚର୍” ପ୍ରୋଜେକ୍ଟର ଏକ ଅଂଶ | |
11:06 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
11:14 | ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ: |
11:18 | ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro) |
11:25 | IIT ବମ୍ୱେ ପକ୍ଷରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |