KTouch/C2/Getting-Started-with-Ktouch/Oriya
From Script | Spoken-Tutorial
Revision as of 18:14, 7 April 2017 by PoojaMoolya (Talk | contribs)
Time | Narration |
00:00 | Ktouchର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 | ଏହି ଟ୍ୟୁଟୋରିଆଲରେ ଆପଣ KTouch ଓ KTouch ଇଣ୍ଟର୍ଫେସ୍ ବିଷୟରେ ଶିଖିବେ |
00:10 | ଆପଣ ଶିଖିବେ:,ଇଂରାଜୀ ଅକ୍ଷର ଥିବା କମ୍ପ୍ୟୁଟର୍ କୀବୋର୍ଡରେ କିପରି ସଠିକ୍, ଶୀଘ୍ର ଓ ଦକ୍ଷତାପୂର୍ଣ୍ଣ ଭାବରେ ଟାଇପ୍ କରିପାରିବେ |
00:18 | ଆପଣ ଆହୁରି ମଧ୍ୟ ଶିଖିବେ |
00:20 | ପ୍ରତ୍ୟେକଥର ଟାଇପ୍ କରିବା ସମୟରେ କୀବୋର୍ଡକୁ ନଦେଖି କିପରି ଟାଇପ୍ କରିବେ |
00:24 | KTouch କ’ଣ? |
00:27 | KTouch ହେଉଛି ଏକ ଟାଇପିଙ୍ଗ୍ ଟ୍ୟୁଟର୍. ଏହା, ଏକ ଅନଲାଇନ୍ ଇଣ୍ଟରାକ୍ଟିଭ୍ ବ୍ୟବହାର କରି କିପରି ଟାଇପ୍ କରିବେ, ଆପଣଙ୍କୁ ଶିଖାଇଥାଏ. |
00:33 | ଆପଣ ନିଜ ସମୟାନୁସାରେ ଟାଇପିଙ୍ଗ୍ ଶିଖିପାରିବେ. |
00:36 | ଆପଣ, ନିଜର ଟାଇପିଙ୍ଗ୍ ସ୍ପୀଡ୍ ସହ ସଠିକତାକୁ ମଧ୍ୟ ଧୀରେଧୀରେ ବଢ଼ାଇପାରିବେ. |
00:43 | ଆପଣ ଅଭ୍ୟାସ କରିବା ପାଇଁ Ktouchରେ ବିଭିନ୍ନ ସ୍ତରର କଠିନତା ସହ ଲେକ୍ଚର୍ ବା ଟାଇପିଙ୍ଗ୍ ନମୁନା ରହିଛି. |
00:50 | ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ 11.10ରେ KTouch 1.7.1 ବ୍ୟବହାର କରୁଛୁ. |
00:59 | ଆପଣ ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ବ୍ୟବହାର କରି KTouch ଇନଷ୍ଟଲ୍ କରିପାରିବେ. |
01:03 | ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ଉପରେ ଅଧିକ ସୂଚନା ପାଇଁ ଦୟାକରି ଏହି ୱେବସାଇଟରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସ ଦେଖନ୍ତୁ. |
01:11 | ଚାଲନ୍ତୁ, KTouch ଖୋଲିବା. |
01:13 | ପ୍ରଥମେ, Dash Home କ୍ଲିକ୍ କରନ୍ତୁ, ଯାହା ଆପଣଙ୍କ କମ୍ପ୍ୟୁଟର୍ ଡେସ୍କଟପ୍ର ଉପର ବାମପଟ କୋଣରେ ଥିବା ଗୋଲିଆ ବଟନ୍ ଅଟେ. |
01:21 | Search box ଦେଖାଦେଲା. |
01:24 | Search boxରେ KTouch ଟାଇପ୍ କରନ୍ତୁ |
01:28 | ସର୍ଚ ବକ୍ସ ତଳକୁ KTouch icon ଦେଖାଦେବ. ତାହା ଉପରେ କ୍ଲିକ୍ କରନ୍ତୁ |
01:34 | KTouch Window ଦେଖାଦେବ |
01:36 | ବିକଳ୍ପ ଭାବରେ ଆପଣ Terminal ବ୍ୟବହାର କରି KTouch ଖୋଲିପାରିବେ |
01:41 | ଏକ Terminal ଖୋଲିବା ପାଇଁ CTRL, ALT ଓ T କୀ’କୁ ଏକାସାଙ୍ଗରେ ଦାବନ୍ତୁ |
01:47 | Terminalରେ KTouch ଖୋଲିବା ପାଇଁ, KTouch କମାଣ୍ଡ ଟାଇପ କରି Enter ପ୍ରେସ୍ କରନ୍ତୁ. |
01:55 | ଏବେ, KTouch interface ସହିତ ଚାଲନ୍ତୁ ନିଜକୁ ପରିଚିତ କରିବା. |
01:59 | ମେନ୍ ମେନୁରେ File, Training, Settings ଓ Help ମେନୁ ରହିଛି |
02:06 | ଟାଇପିଙ୍ଗ୍ ଅଭ୍ୟାସ କରିବା ପାଇଁ Start New Session ଉପରେ କ୍ଲିକ୍ କରି ଏକ ନୂଆ ସେଶନ୍ ଖୋଲନ୍ତୁ |
02:11 | ଟାଇପିଙ୍ଗ୍ କରିବା ବେଳେ ରହିବା ପାଇଁ Pause Session କ୍ଲିକ୍ କରନ୍ତୁ |
02:14 | ନିଜର ଟାଇପିଙ୍ଗ୍ ଅଗ୍ରଗତି ଜାଣିବା ପାଇଁ Lecture Statistics ଉପରେ କ୍ଲିକ୍ କରନ୍ତୁ |
02:19 | ଟାଇପିଙ୍ଗ୍ କରିବା ସମୟରେ ବ୍ୟବହୃତ କୀଜ୍ ମାମଲାରେ Level ଜଟିଳତାର ସ୍ତର ଦର୍ଶାଇଥାଏ |
02:27 | ମିନିଟ୍ ପିଛା ଆପଣ କେତୋଟି ଅକ୍ଷର ଟାଇପ୍ କରିପାରୁଛନ୍ତି, ତାହା Speed ସୂଚିତ କରେ |
02:32 | ଟାଇପିଙ୍ଗ୍ ର ସଠିକତା ଶତକଡ଼ାକୁ Correctness ସୂଚକ ଦର୍ଶାଏ |
02:39 | New Characters in This Level ଫିଲ୍ଡ ସେହି ଅକ୍ଷରଗୁଡ଼ିକୁ ପ୍ରଦର୍ଶନ କରେ, ଯେଉଁଗୁଡ଼ିକୁ ଆପଣ ଚୟନିତ ସ୍ତରରେ ଅଭ୍ୟାସ କରିବାକୁ ଦରକାର କରିଥା’ନ୍ତି |
02:47 | ଟାଇପିଙ୍ଗ୍ କରାଯିବାକୁ ଥିବା ଅକ୍ଷରଗୁଡ଼ିକୁ Teacher’s Line ପ୍ରଦର୍ଶିତ କରେ |
02:51 | କୀବୋର୍ଡ ବ୍ୟବହାର କରି ଆପଣ ଟାଇପ୍ କରିଥିବା ଅକ୍ଷରଗୁଡ଼ିକୁ Student’s Line ପ୍ରଦର୍ଶିତ କରେ |
02:58 | ମଝିରେ କୀବୋର୍ଡ ପ୍ରଦର୍ଶିତ ହୋଇଥାଏ |
03:02 | କୀବୋର୍ଡର ପ୍ରଥମ ଲାଇନ୍ ସଂଖ୍ୟା, ବିଶେଷ ଅକ୍ଷର ଓ Backspace କୀ ଦେଖାଇଥାଏ |
03:09 | ଟାଇପ୍ ହୋଇଥିବା ଅକ୍ଷରଗୁଡ଼ିକୁ ଡିଲିଟ୍ କରିବା ପାଇଁ Backspace କୀ ଦାବନ୍ତୁ |
03:13 | କୀବୋର୍ଡର ଦ୍ୱିତୀୟ ଲାଇନରେ ବର୍ଣ୍ଣମାଳା, କିଛି ବିଶେଷ ଅକ୍ଷର ଓ Tab କୀ ଅଛି |
03:20 | କୀବୋର୍ଡର ତୃତୀୟ ଲାଇନରେ ବର୍ଣ୍ଣମାଳା, କଲନ୍, ସେମିକଲନ୍ ଓ କ୍ୟାପ୍ସ ଲକ୍ ସମ୍ମିଳିତ ଅଛି |
03:28 | ଟାଇପିଙ୍ଗ୍ କରିବାବେଳେ ପରବର୍ତ୍ତୀ ଲାଇନକୁ ଯିବାପାଇଁ Enter କୀ ଦାବନ୍ତୁ |
03:33 | କ୍ୟାପିଟାଲ୍ ଲେଟରରେ ଟାଇପ୍ କରିବାପାଇଁ Caps Lock କୀ ଦାବନ୍ତୁ |
03:37 | କୀବୋର୍ଡର ଚତୁର୍ଥ ଲାଇନରେ ବର୍ଣ୍ଣମାଳା, ବିଶେଷ ଅକ୍ଷର ଓ Shift କୀ ରହିଛି |
03:45 | କ୍ୟାପିଟାଲ୍ ଲେଟର୍ ପାଇଁ ଯେକୌଣସି ଅକ୍ଷରକୁ Shift କୀ ସହିତ ମିଶାଇ ଦାବନ୍ତୁ |
03:52 | କୀରେ ଉପରେ ଦିଆଯାଇଥିବା ଅକ୍ଷରକୁ ଟାଇପ୍ କରିବା ପାଇଁ Shift କୀ ସହିତ ଯେକୌଣସି କୀ ଦାବନ୍ତୁ |
03:59 | ଉଦାହରଣସ୍ୱରୂପ, ସଂଖ୍ୟା 1 ଉପରେ ଆଶ୍ଚର୍ଯ୍ୟସୂଚକ ଚିହ୍ନ ଅଛି. ସେହି ଚିହ୍ନ ଟାଇପ୍ କରିବା ପାଇଁ Shift କୀ ସହିତ 1 ଦାବନ୍ତୁ |
04:11 | କୀବୋର୍ଡର ପଞ୍ଚମ ଲାଇନରେ CTRL, ALT ଓ Function କୀଗୁଡ଼ିକ ଅଛି. ଏଥିରେ Space Bar ମଧ୍ୟ ଅଛି. |
04:20 | ଏବେ ଚାଲନ୍ତୁ, KTouch କୀବୋର୍ଡ, ଲାପଟପ୍ କୀବୋର୍ଡ ଓ ଡେସ୍କଟପ୍ କୀବୋର୍ଡ ମଧ୍ୟରେ କୌଣସି ଭିନ୍ନତା ଅଛି କି ନାହିଁ, ଦେଖିବା |
04:29 | ଦେଖନ୍ତୁ, KTouch କୀବୋର୍ଡ ଏବଂ ଡେସ୍କଟପ୍ ଓ ଲାପଟପ୍ ରେ ବ୍ୟବହୃତ କୀବୋର୍ଡଗୁଡ଼ିକ ସମାନ ଅଟେ. |
04:36 | ଏବେ ଚାଲନ୍ତୁ, କୀବୋର୍ଡ ଉପରେ ଆମ ଆଙ୍ଗୁଠିଗୁଡ଼ିକର ସଠିକ୍ ଅବସ୍ଥିତିକୁ ଦେଖିବା୧ |
04:41 | ଏହି ସ୍ଲାଇଡକୁ ଦେଖନ୍ତୁ,ଏହା, ଆଙ୍ଗୁଠି ଓ ସେଗୁଡ଼ିକର ନାମ ପ୍ରଦର୍ଶନ କରେ |
04:46 | ବାମରୁ ଡାହାଣକୁ ଆଙ୍ଗୁଠିଗୁଡ଼ିକର ନାମ ହେଉଛି:Little finger, |
04:51 | Ring finger, Middle finger, |
04:54 | Index finger ଓ Thumb. |
04:59 | ଆପଣଙ୍କ କୀବୋର୍ଡରେ, ନିଜର ବାମ ହାତକୁ କୀବୋର୍ଡର ବାମପଟେ ରଖନ୍ତୁ |
05:03 | ଅକ୍ଷର A ଉପରେ ଲିଟିଲ୍ ଫିଙ୍ଗର୍ |
05:07 | ଅକ୍ଷର S ଉପରେ ରିଙ୍ଗ୍ ଫିଙ୍ଗର୍ |
05:10 | ଅକ୍ଷର D ଉପରେ ମିଡିଲ୍ ଫିଙ୍ଗର୍ |
05:13 | ଅକ୍ଷର F ଉପରେ ଇଣ୍ଡେକ୍ସ ଫିଙ୍ଗର୍ ରହିଥିବାର ସୁନିଶ୍ଚିତ କରନ୍ତୁ |
05:17 | ଏବେ, ଆପଣଙ୍କର ଡାହାଣ ହାତକୁ କୀବୋର୍ଡର ଡାହାଣପଟେ ରଖନ୍ତୁ |
05:20 | କଲନ୍/ସେମି କଲନ୍ କୀ ଉପରେ ଲିଟିଲ୍ ଫିଙ୍ଗର୍ |
05:25 | ଅକ୍ଷର L ଉପରେ ରିଙ୍ଗ୍ ଫିଙ୍ଗର୍ |
05:28 | ଅକ୍ଷର K ଉପରେ ମିଡିଲ୍ ଫିଙ୍ଗର୍ |
05:30 | ଅକ୍ଷର J ଉପରେ ଇଣ୍ଡେକ୍ସ ଫିଙ୍ଗର୍ ରହିଥିବାର ସୁନିଶ୍ଚିତ କରନ୍ତୁ |
05:34 | Space Bar ଦାବିବା ପାଇଁ ଆପଣ ଡାହାଣ ବୁଢ଼ା ଆଙ୍ଗୁଠି ବ୍ୟବହାର କରନ୍ତୁ |
05:37 | ପ୍ରଥମଥର ପାଇଁ KTouch ଖୋଲିକେ, Teacher’s Line ଡିଫଲ୍ଟ ଟେକ୍ସଟ୍ ପ୍ରଦର୍ଶିତ କରିବ |
05:44 | ଏହି ଟେକ୍ସଟ୍ ରେ, କିପରି Lecture ସିଲେକ୍ଟ କରି ଟାଇପିଙ୍ଗ୍ ଶିକ୍ଷା ଆରମ୍ଭ କରିବେ, ତାହାର ନିର୍ଦ୍ଦେଶ ତାଲିକାଭୁକ୍ତ ହୋଇଛି |
05:51 | ଏହି ଟ୍ୟୁଟୋରିଆଲର ଉଦ୍ଦେଶ୍ୟ ପାଇଁ ଆମେ, ଡିଫଲ୍ଟ ଟେକ୍ସଟ୍ ସ୍କିପ୍ କରିଯାଇ ଏକ Lecture ସିଲେକ୍ଟ କରିବା |
05:57 | ଅବଶ୍ୟ, ଆପଣ ଏହି ଟ୍ୟୁଟୋରିଆଲକୁ ରୋକି ଡିଫଲ୍ଟ ଟେକ୍ସଟ୍ ଟାଇପ୍ କରିପାରିବେ |
06:02 | ଏବେ, ଟାଇପିଙ୍ଗ୍ ଶିକ୍ଷା ଆରମ୍ଭ କରିବା ପାଇଁ ଚାଲନ୍ତୁ Lecture ସିଲେକ୍ଟ କରିବା |
06:07 | ମେନ୍ ମେନୁରୁ File ସିଲେକ୍ଟ କରି Open Lecture କ୍ଲିକ୍ କରନ୍ତୁ |
06:12 | ଟ୍ରେନିଙ୍ଗ୍ Lecture ଫାଇଲ୍ ସିଲେକ୍ଟ କରନ୍ତୁ – Ktouch ଡାୟଲଗ୍ ବକ୍ସ ଦେଖାଦେବ |
06:17 | ନିମ୍ନ ଫୋଲ୍ଡର୍ ପାଥ୍ ବ୍ରାଉଜ୍ କରନ୍ତୁ Root->usr->share->kde4->apps->Ktouch |
06:31 | ଓ english.ktouch.xml ସିଲେକ୍ଟ କରି Open କ୍ଲିକ୍ କରନ୍ତୁ |
06:36 | ଦେଖନ୍ତୁ, Teacher’s Line ଏବେ ଏକ ଭିନ୍ନ ଅକ୍ଷରଗୁଡ଼ିକର ସମୂହକୁ ପ୍ରଦର୍ଶିତ କରୁଛି |
06:41 | ଏବେ,ଟାଇପ୍ କରିବା ଆରମ୍ଭ କରନ୍ତୁ |
06:43 | ଡିଫଲ୍ଟ ଭାବରେ Level, 1ରେ ଓ Speed ଯିରୋରେ ସେଟ୍ ହୋଇଛି |
06:49 | ଆମେ ଏହି Levelରେ ଶିଖିବାକୁ ଥିବା ଅକ୍ଷରଗୁଡ଼ିକୁ New Characters in This Level ପ୍ରଦର୍ଶିତ କରୁଛି |
06:55 | ଦେଖନ୍ତୁ, କର୍ସର୍ Student’s Lineରେ ଅଛି |
06:58 | କୀବୋର୍ଡ ବ୍ୟବହାର କରି Teacher's Lineରେ ପ୍ରଦର୍ଶିତ ଅକ୍ଷରକୁ ଚାଲନ୍ତୁ ଟାଇପ୍ କରିବା |
07:09 | ଆମେ ଟାଇପ୍ କରିବା କ୍ଷଣି ଅକ୍ଷରଗୁଡ଼ିକ Student’s Lineରେ ପ୍ରଦର୍ଶିତ ହେଲା |
07:14 | ଏବେ Speed ଫିଲ୍ଡକୁ ଦେଖନ୍ତୁ |
07:16 | ଆପଣଙ୍କ ଟାଇପିଙ୍ଗ୍ ବେଗ ଉପରେ ଆଧାର କରି ଆପଣ ଟାଇପ୍ କରିବାବେଳେ ସଂଖ୍ୟା ବୃଦ୍ଧି କିମ୍ୱା ହ୍ରାସ ହୋଇଥାଏ |
07:22 | ଯଦି ଆପଣ ଟାଇପିଙ୍ଗ୍ ବନ୍ଦ କରନ୍ତି, ତେବେ ବେଗ ଗଣନା ହ୍ରାସ ପାଏ |
07:25 | ବର୍ତ୍ତମାନ, Teacher’s Lineରେ ପ୍ରଦର୍ଶିତ ହେଉନଥିବା ସଂଖ୍ୟା ସାତ ଓ ଆଠ ଚାଲନ୍ତୁ ଟାଇପ୍ କରିବା |
07:31 | Student Line ନାଲି ହୋଇଗଲା |
07:34 | କାହିଁକି? ଏହାର କାରଣ ହେଉଛି, ଆମେ ଭୁଲ୍ ଟାଇପ୍ କଲେ କିମ୍ୱା ଟାଇପିଙ୍ଗରେ ତ୍ରୁଟି କଲେ |
07:40 | ଏହାକୁ ଡିଲିଟ୍ କରି ଟାଇପିଙ୍ଗ୍ ସମ୍ପୂର୍ଣ୍ଣ କରନ୍ତୁ |
07:56 | ଆପଣ ଯେତେବେଳେ ଲାଇନର ଶେଷରେ ପହଞ୍ଚିବେ, ଦ୍ୱିତୀୟ ଲାଇନକୁ ଯିବାପାଇଁ Enter ଦାବନ୍ତୁ |
08:02 | ଦେଖନ୍ତୁ, ଟାଇପ୍ କରିବା ପାଇଁ Teacher’s Line ଏବେ ପରବର୍ତ୍ତୀ ଅକ୍ଷର ସମୂହକୁ ପ୍ରଦର୍ଶିତ କଲା |
08:07 | Student’s lineରେ ଟାଇପ୍ କରାଯାଇଥିବା ଟେକ୍ସଟ୍ ଆଉ ନାହିଁ |
08:11 | ଏବେ, ଆମେ ଟାଇପ୍ କରିଥିବାର ସଠିକତା ଯାଞ୍ଚ କରିବା |
08:14 | Correctness ଫିଲ୍ଡ ଆପଣଙ୍କ ଟାଇପିଙ୍ଗର ସଠିକତା ଶତକଡ଼ା ପ୍ରଦର୍ଶିତ କରିବ. ଉଦାହରଣସ୍ୱରୂପ, ଏହା 80 ଶତକଡ଼ା ପ୍ରଦର୍ଶିତ କରିପାରେ |
08:23 | ଆମେ, ଆମର ପ୍ରଥମ ଟାଇପିଙ୍ଗ୍ ଶିକ୍ଷା ସମ୍ପୂର୍ଣ୍ଣ କଲେ! |
08:26 | ସର୍ବପ୍ରଥମେ, ନିମ୍ନ ଗତିରେ ସଠିକ୍ ଭାବରେ ଟାଇପ୍ କରିବା ହେଉଛି ଉତ୍ତମ ଅଭ୍ୟାସ |
08:31 | ଥରେ ଆମେ, କୌଣସି ଭୁଲ୍ ବିନା ସଠିକ୍ ଭାବେ ଟାଇପ୍ କରିବା ଶିଖିଗଲେ, ଟାଇପିଙ୍ଗ୍ ବେଗ ବଢ଼ାଇପାରିବା |
08:37 | ଚାଲନ୍ତୁ, ଏକ ନୂଆ ଟାଇପିଙ୍ଗ୍ ଅଧିବେଶନ ଆରମ୍ଭ କରିବା |
08:40 | Start New Session କ୍ଲିକ୍ କରନ୍ତୁ |
08:42 | Start New Training Session-KTouch ଡାୟଲଗ୍ ବକ୍ସ ରେ Start from First Level କ୍ଲିକ୍ କରନ୍ତୁ |
08:50 | ଆପଣ କ’ଣ ଦେଖୁଛନ୍ତି? |
08:52 | Teacher’s Lineରେ ଅକ୍ଷରଗୁଡ଼ିକର ଏକ ସମୂହ ପ୍ରଦର୍ଶିତ ହେଲା |
08:55 | Student’s Lineରୁ ସମସ୍ତ ଅକ୍ଷର କ୍ଲିଅର୍ ହୋଇ ଖାଲି ଅଛି |
09:00 | ଟାଇପିଙ୍ଗ୍ ଆରମ୍ଭ କରନ୍ତୁ |
09:05 | ଅଭ୍ୟାସ କରିବା ସମୟରେ ଆପଣ ତାହାକୁ ରୋକି ପରେ ଆରମ୍ଭ କରିବାକୁ ଚାହିଁପାରନ୍ତି |
09:09 | ଆପଣ କିପରି ନିଜ ଅଧିବେଶନକୁ ରୋକିବେ? |
09:12 | Pause Session କ୍ଲିକ୍ କରନ୍ତୁ |
09:14 | ଦେଖନ୍ତୁ, ବେଗ ହ୍ରାସ ପାଇଲା ନାହିଁ |
09:17 | ମନେପକାନ୍ତୁ ଯେ, ପୂର୍ବବର୍ତ୍ତୀ ଅଧିବେଶନରେ ପଜ୍ ନକରି ଆମେ ଟାଇପିଙ୍ଗ୍ ବନ୍ଦ କରିଥିବାରୁ ଏହା ହ୍ରାସ ପାଇଥିଲା |
09:23 | ପୁଣି ଟାଇପିଙ୍ଗ୍ ଆରମ୍ଭ କରିବାକୁ, Teacher’s lineରେ ପ୍ରଦର୍ଶିତ ପରବର୍ତ୍ତୀ ଅକ୍ଷରକୁ ଟାଇପ୍ କରନ୍ତୁ |
09:39 | ଥରେ ଆମେ ଟାଇପିଙ୍ଗ୍ ସମ୍ପୂର୍ଣ୍ଣ କରିସାରିବା ପରେ ଆମେ Correctness ଫିଲ୍ଡ ଯାଞ୍ଚ କରିପାରିବା. ଏହା ଟାଇପିଙ୍ଗର ସଠିକତା ପ୍ରଦର୍ଶିତ କରେ |
09:46 | ଏହା ଆମକୁ KTouch ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
09:50 | ଏହି ଟ୍ୟୁଟୋରିଆଲରେ ଆମେ, KTouch interface ବିଷୟରେ ଶିଖିବା ସହ କୀବୋର୍ଡ ଉପରେ କିପରି ଆଙ୍ଗୁଠି ରଖାଯାଏ, ତାହା ମଧ୍ୟ ଶିଖିଲେ |
09:59 | Teacher’s Lineକୁ ଦେଖି ଟାଇପ୍ କଲେ ଏବଂ ଆମର ପ୍ରଥମ ଟାଇପିଙ୍ଗ୍ ଶିକ୍ଷା ସମ୍ପୂର୍ଣ୍ଣ କଲେ |
10:04 | ଏକ ଆସାଇନମେଣ୍ଟ ଭାବେ |
10:06 | KTouch ଖୋଲନ୍ତୁ. Level 1ରେ ଟାଇପିଙ୍ଗ୍ ଶିକ୍ଷା ସମ୍ପୂର୍ଣ୍ଣ କରନ୍ତୁ. ଏହି Levelରେ ଟାଇପିଙ୍ଗ୍ ଅଭ୍ୟାସ କରନ୍ତୁ |
10:13 | କୀ’ଗୁଡ଼ିକ ପାଇଁ ସଠିକ୍ ଆଙ୍ଗୁଠିର ବ୍ୟବହାର କରିବା ମନେରଖନ୍ତୁ |
10:18 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:24 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
10:37 | ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍ କୁ ଲେଖନ୍ତୁ (contact @spoken-tutorial.org) |
10:43 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:47 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:55 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) |
11:06 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |