Java/C2/Nested-if/Oriya
From Script | Spoken-Tutorial
Revision as of 16:28, 7 April 2017 by PoojaMoolya (Talk | contribs)
Time | Narration |
00:02 | Javaରେ Nested If ଓ Ternary Operator ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ର ଶେଷରେ ଆପଣ ସକ୍ଷମ ହେବା ଉଚିତ:
Nested If ଷ୍ଟେଟମେଣ୍ଟ ଓ Ternary Operators ବର୍ଣ୍ଣନା କରିବାକୁ ଓ ଏକ Java ପ୍ରୋଗ୍ରାମରେ ସେଗୁଡ଼ିକ ବ୍ୟବହାର କରିବାକୁ |
00:17 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ:
Ubuntu 11.10 JDK 1.6 ଓ EclipseIDE 3.7.0 |
00:27 | ଏହି ଟ୍ୟୁଟୋରିଆଲ ପାଇଁ ଆପଣ ଜାଣିଥିବା ଉଚିତ |
00:29 | Rational ଓ Logical Operators |
00:33 | ଏବଂ If...Else କଣ୍ଟ୍ରୋଲ୍ ଫ୍ଲୋ ଷ୍ଟେଟମେଣ୍ଟର ବ୍ୟବହାର ବିଷୟରେ |
00:36 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
00:41 | Nested If ଷ୍ଟେଟମେଣ୍ଟ: ଗୋଟିଏ If ଷ୍ଟେଟମେଣ୍ଟ ଭିତରେ ଆଉ ଗୋଟିଏ If ଷ୍ଟେଟମେଣ୍ଟକୁ Nested If ଷ୍ଟେଟମେଣ୍ଟ କୁହାଯାଏ |
00:49 | ଏବେ ଚାଲନ୍ତୁ, Nested If ଷ୍ଟେଟମେଣ୍ଟ ଲେଖିବା ପାଇଁ ସିଣ୍ଟାକ୍ସ ଦେଖିବା |
00:53 | ଏହି ମାମଲାରେ, ଯଦି Condition1 True ହୋଇଥାଏ, ତେବେ ପ୍ରୋଗ୍ରାମ୍ Condition2କୁ ଖୋଜିବ |
00:59 | ଅନ୍ୟ ଏକ If ଷ୍ଟେଟମେଣ୍ଟ ବ୍ୟବହାର କରି Condition2 ଦିଆଯାଏ |
01:03 | ଯଦି Condition2 True ହୋଇଥାଏ, ତେବେ ପ୍ରୋଗ୍ରାମ୍ Statement ବା Block 1 ନିଷ୍ପାଦିତ କରେ |
01:09 | ଅନ୍ୟଥା, ଏହା ଷ୍ଟେଟମେଣ୍ଟ ବା Block 2କୁ ନିଷ୍ପାଦିତ କରେ |
01:13 | ଯଦି Condition1 False ହୁଏ, ତେବେ ପ୍ରୋଗ୍ରାମ୍ Condition2କୁ ଖୋଜିବ ନାହିଁ |
01:18 | ତା’ବଦଳରେ ଏହା ସିଧା ନିଜର Else ଷ୍ଟେଟମେଣ୍ଟକୁ ଚାଲିଯିବ, ଯାହା ହେଉଛି Block 3 |
01:24 | ତାହାକୁ ଭଲ ଭାବରେ ବୁଝିବା ପାଇଁ ଏବେ ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା |
01:28 | ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି |
01:32 | ଆମେ NestedIfDemo କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛେ |
01:37 | ଆମକୁ ଦେଖିବାକୁ ପଡ଼ିବ ଯେ, ପ୍ରଦତ୍ତ ସଂଖ୍ୟା ଗୋଟିଏ ସମ ସଂଖ୍ୟା ନା ବିଷମ ସଂଖ୍ୟା |
01:42 | Nested Ifର ବ୍ୟବହାର କରି ଆମେ ଋଣାତ୍ମକ ନମ୍ୱରଗୁଡ଼ିକୁ ମଧ୍ୟ ହ୍ୟାଣ୍ଡଲ୍ କରିପାରିବା |
01:46 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: |
01:49 | int n = minus 5; |
01:54 | ଋଣାତ୍ମକ ନମ୍ୱର୍ ଷ୍ଟୋର୍ କରିବା ପାଇଁ ଆମେ ଭେରିଏବଲ୍ N କ୍ରିଏଟ୍ କରିଛେ |
01:58 | ଏବେ ଆମେ, If କଣ୍ଡିଶନ୍ ଲେଖିବା |
02:01 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:,if (n < 0) |
02:07 | Curly ବ୍ରାକେଟ୍ ଖୋଲନ୍ତୁ. ଏଣ୍ଟର୍ ଦାବନ୍ତୁ |
02:10 | System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Negative number; |
02:22 | ସଂଖ୍ୟାଟି ଋଣାତ୍ମକ ନମ୍ୱର୍ କି ନୁହେଁ ପ୍ରଥମେ ଦେଖିବା |
02:25 | ଯଦି ହଁ, ତେବେ ଆମେ ସମ ଓ ବିଷମ ପାଇଁ ଯାଞ୍ଚ କରିବା ନାହିଁ |
02:29 | ଯଦି ସଂଖ୍ୟାଟି ଋଣାତ୍ମକ ହୋଇନଥିବ, ତେବେ ଆମେ ସମ ଓ ବିଷମ ଖୋଜିବା |
02:34 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: Else କର୍ଲୀ ବ୍ରାକେଟ୍ ଖୋଲନ୍ତୁ. . ଏଣ୍ଟର୍ ଦାବନ୍ତୁ |
02:42 | ଏବେ, ଯଦି ନିଷ୍ପାଦନ Else ଭାଗକୁ ଆସିଯାଏ, ତେବେ |
02:45 | ଏହାର ଅର୍ଥ ହେଉଛି, ସଂଖ୍ୟାଟି ଅଣ-ଋଣାତ୍ମକ ଅଟେ |
02:48 | ତେଣୁ, ଆମେ ଏହି Else ଭାଗ ଭିତରେ ସମ କିମ୍ୱା ବିଷମ ପାଇଁ ଯାଞ୍ଚ କରିବା |
02:52 | ଟାଇପ୍ କରନ୍ତୁ:,if ବ୍ରାକେଟ୍ ମଧ୍ୟରେ n modulus 2 ଡବଲ୍ ଇକ୍ୱାଲ୍ ଟୁ 0 ଖୋଲା କର୍ଲୀ ବ୍ରାକେଟ୍ ଏଣ୍ଟର୍ ଦାବନ୍ତୁ |
03:03 | System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Even number; |
03:13 | ତା’ପରେ Else ଭାଗ ଟାଇପ୍ କରନ୍ତୁ. Else ଖୋଲା କର୍ଲୀ ବ୍ରାକେଟ୍, ଏଣ୍ଟର୍ ଦାବନ୍ତୁ |
03:18 | ଟାଇପ୍ କରନ୍ତୁ: System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Odd number (;) ସେମିକଲନ୍ |
03:29 | ତେଣୁ, ଆମେ ସୁନିଶ୍ଚିତ କରିବା ଯେ, ସମ କିମ୍ୱା ବିଷମ ଯାଞ୍ଚ ପାଇଁ ଋଣାତ୍ମକ ନମ୍ୱର୍ସ ବିଚାର କରାଯିବ ନାହିଁ |
03:34 | ଏବେ, କୋଡ୍ କୁ କାର୍ଯ୍ୟରେ ଦେଖିବା |
03:37 | ଫାଇଲ୍ କୁ ସେଭ୍ କରି Run କରନ୍ତୁ. ଦେଖନ୍ତୁ, ଆମେ ଋଣାତ୍ମକ ସଂଖ୍ୟା ଭାବେ ଆଉଟପୁଟ୍ ପାଇଲେ. |
03:43 | ଏବେ ଚାଲନ୍ତୁ, ଗୋଟିଏ ଘନାତ୍ମକ ସଂଖ୍ୟା ନେବା. |
03:46 | n = -5 କୁ n = 5ରେ ବଦଳାନ୍ତୁ |
03:53 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
03:57 | ଦେଖନ୍ତୁ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି "ବିଷମ ସଂଖ୍ୟା". ଆମେ ଏକ ସମ ସଂଖ୍ୟା ନେବା |
04:04 | n = 5 କୁ n = 10ରେ ବଦଳାନ୍ତୁ |
04:09 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
04:12 | ଦେଖନ୍ତୁ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି "ସମ ସଂଖ୍ୟା". |
04:17 | ଗୋଟିଏ ଭିତରେ ଆଉ ଗୋଟିଏ If Statement ମିଶାଇବାର ପ୍ରକ୍ରିୟାକୁ Nested If କୁହାଯାଏ |
04:22 | Nestingର ପରିମାଣ ପାଇଁ କୌଣସି ସୀମା ନାହିଁ |
04:25 | କିନ୍ତୁ, Nestingର 3ଟି ସ୍ତରରୁ ଅଧିକ ନକରିବା ଏକ ଭଲ ଅଭ୍ୟାସ |
04:31 | ଆମେ ଏବେ, Ternary Operator ଉପରେ ନଜର ପକାଇବା |
04:33 | ପ୍ରଥମେ, Main Methodକୁ ହଟାଇ ଦିଅନ୍ତୁ |
04:37 | ଆମେ ଏପରି ଏକ ପ୍ରୋଗ୍ରାମ୍ ଲେଖିବା, ଯାହା ଗୋଟିଏ ସଂଖ୍ୟାକୁ 2 ଦ୍ୱାରା ବିଭାଜିତ କରୁଥିବ |
04:40 | ଏହା ଏକ ବହୁତ ଛୋଟ ପ୍ରୋଗ୍ରାମ୍, ହେଲେ ସମସ୍ୟା, ବିଷମ ସଂଖ୍ୟା ବିଭାଜିତ କରିବାରେ ଆସିଥାଏ |
04:45 | ଯେତେବେଳେ 7, 2 ଦ୍ୱାରା ବିଭାଜିତ ହୋଇଥାଏ, ଆମେ 3 ପାଉ |
04:48 | କିନ୍ତୁ, ଆମେ ଯଦି ପରିଣାମକୁ ରାଉଣ୍ଡ ଅଫ୍ କରିବାକୁ ଚାହୁଁ, ତେବେ କ’ଣ ହେବ? |
04:50 | ଯାହାର ଅର୍ଥ, ଯେତେବେଳେ 7, 2 ଦ୍ୱାରା ବିଭାଜିତ ହୁଏ, ଆମେ 4 ପାଇବା, 3 ନୁହେଁ |
04:56 | ସରଳ ଶବ୍ଦରେ, ଆମେ ପରବର୍ତ୍ତୀ ସଂଖ୍ୟା ଚାହୁଁ |
04:59 | ଚାଲନ୍ତୁ ଦେଖିବା, ଏହିପରି ପ୍ରୋଗ୍ରାମ୍ କିପରି ଲେଖାଯାଏ |
05:01 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int n, nHalf ସେମିକଲନ୍ |
05:08 | ଆମେ, ସଂଖ୍ୟାକୁ nରେ ଓ ଅଧା ସଂଖ୍ୟାକୁ nHalfରେ ଷ୍ଟୋର୍ କରିବା |
05:13 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: n = 5 ସେମିକଲନ୍ |
05:18 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: if ବ୍ରାକେଟ୍ ଭିତରେ n ମଡ୍ୟୁlasf 2 == 0 ଖୋଲା କର୍ଲୀ ବ୍ରାକେଟ୍. ଏଣ୍ଟର୍ ଦାବନ୍ତୁ |
05:28 | ଟାଇପ୍ କରନ୍ତୁ: nHalf = n/2 ସେମିକଲନ୍ |
05:34 | Else ଭାଗରେ, ଟାଇପ୍ କରନ୍ତୁ: କର୍ଲୀ ବ୍ରାକେଟ୍ସ ମଧ୍ୟରେ nHalf ଇକ୍ୱାଲ୍ ଟୁ ବ୍ରାକେଟ୍ସ ମଧ୍ୟରେ n+1 ବାଏ 2 ସେମିକଲନ୍ |
05:50 | ସଂଖ୍ୟାଟି ସମ ନା ବିଷମ ଆମେ ଦେଖିବା ଓ ସେହି ଅନୁସାରେ ବିଭାଜନ କରିବା |
05:55 | ଏବେ, ପ୍ରୋଗ୍ରାମକୁ କାର୍ଯ୍ୟରେ ଦେଖିବା ପାଇଁ ଗୋଟିଏ ପ୍ରିଣ୍ଟ ଷ୍ଟେଟମେଣ୍ଟ ଯୋଡ଼ନ୍ତୁ |
05:59 | ଟାଇପ୍ କରନ୍ତୁ System.out.println ବ୍ରାକେଟ୍ସ ମଧ୍ୟରେ nHalf ସେମିକଲନ୍ |
06:11 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
06:14 | ଆମେ ଦେଖିପାରୁଛେ ଯେ, ଆମର ଉଦ୍ଦେଶ୍ୟ ପୂରଣ ହେଲା. ଆମେ, ଆଉଟପୁଟ୍ 3 ପାଇଲେ, 2 ନୁହେଁ |
06:21 | ହେଲେ, ଯଦି ଆମେ ଦେଖିବା, ତେବେ ଆମେ କେବଳ ଗୋଟିଏ କଣ୍ଡିଶନ୍ ଉପରେ ଭିତ୍ତିକରି ଏକ ଭେରିଏବଲ୍ ର ଭାଲ୍ୟୁ ସେଟ୍ କରୁଛେ |
06:27 | ଆମ ପ୍ରୋଗ୍ରାମରେ Logic ଅପେକ୍ଷା ଅଧିକ ସିଣ୍ଟାକ୍ସ ଅଛି |
06:31 | ଏତିକିବେଳେ Ternary Operator, କୋଡ୍ କୁ ସରଳ କରିଥାଏ |
06:35 | Ternary Operator ହେଉଛି ଏକ Conditional Operator, ଯାହା Nested If ପରି ସମାନ ପରିଣାମ ପ୍ରଦାନ କରିଥାଏ |
06:40 | ଏହା, ଛୋଟ ସିଣ୍ଟାକ୍ସ ପ୍ରଦାନ କରିବା ସହ ଏକ ପ୍ରଶ୍ନବାଚକ ଚିହ୍ନ ଦ୍ୱାରା ଚିହ୍ନଟ ହୋଇଥାଏ |
06:45 | ଏହା, ଏକାସହିତ ତିନୋଟି Operands ନେଇଥାଏ |
06:48 | ଚାଲନ୍ତୁ ଏବେ, Ternary Operatorର ସିଣ୍ଟାକ୍ସ ବିଷୟରେ ଶିଖିବା |
06:53 | Expression ହେଉଛି କଣ୍ଡିଶନ୍, ଯାହା ଚେକ୍ ହେବା ଦରକାର |
06:56 | Operand 1 ହେଉଛି ଭେରିଏବଲ୍ ର ଭାଲ୍ୟୁ. Result, ଯଦି କଣ୍ଡିଶନ୍ True ହୋଇଥିବ |
07:03 | Operand 2 ହେଉଛି ସେହି ଭାଲ୍ୟୁ, ଯଦି କଣ୍ଡିଶନ୍ False ହୋଇଥିବ |
07:09 | ଏବେ, ଏହାକୁ ଆମ ପ୍ରୋଗ୍ରାମରେ ବ୍ୟବହାର କରିବା |
07:12 | ପ୍ରଥମେ If...Else ଷ୍ଟେଟମେଣ୍ଟ କାଢ଼ିଦିଅନ୍ତୁ |
07:17 | ଟାଇପ୍ କରନ୍ତୁ: nHalf ଇକ୍ୱାଲ୍ ଟୁ n ମଡ୍ୟୁଲସ୍ 2 ଡବଲ୍ ଇକ୍ୱାଲ୍ ଟୁ 0 ପ୍ରଶ୍ନବାଚକ ଚିହ୍ନ n / 2 କଲନ୍ ବ୍ରାକେଟ୍ସ ମଧ୍ୟରେ n + 1 ବାଏ 2 ସେମିକଲନ୍ |
07:41 | ଏହି ଷ୍ଟେଟମେଣ୍ଟ ପଢ଼େ: |
07:43 | ଯଦି n ସମ ଅଟେ, ତେବେ nHalf ହେଉଛି n by 2, ଅନ୍ୟଥା ଏହା, n plus 1 by 2 |
07:50 | ଏବେ, ଏହାକୁ କାର୍ଯ୍ୟରେ ଦେଖିବା |
07:52 | ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 କୀଜ୍ ଦାବନ୍ତୁ |
07:59 | ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ |
08:02 | ଏହିଭଳି, Ternary Operator କୋଡ୍ ରେ କ୍ଲଟର୍ ହ୍ରାସ କରେ ଓ ପଠନୀୟତା ଉନ୍ନତ କରେ |
08:09 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
08:11 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, |
08:13 | Nested If ଷ୍ଟେଟମେଣ୍ଟ ଓ Ternary Operators ବିଷୟରେ |
08:15 | Java ପ୍ରୋଗ୍ରାମରେ Nested If ଷ୍ଟେଟମେଣ୍ଟ ଓ Ternary Operatorର ବ୍ୟବହାର |
08:22 | ଏକ ଆସାଇନମେଣ୍ଟ ଭାବେ,Nested If ଓ Ternary Operator. ନିମ୍ନଲିଖିତ ପାଇଁ Java ପ୍ରୋଗ୍ରାମ୍ ଲେଖନ୍ତୁ |
08:28 | Nested If ବ୍ୟବହାର କରି ଗୋଟିଏ ସଂଖ୍ୟା ସମ କି ନୁହେଁ ଓ 11ର ବହୁବିଧ ମଧ୍ୟ ଯାଞ୍ଚ କରନ୍ତୁ |
08:34 | Ternary Operator ବ୍ୟବହାର କରି ପ୍ରଦତ୍ତ ଦୁଇଟି ସଂଖ୍ୟା ମଧ୍ୟରୁ ସବୁଠାରୁ ବଡ଼କୁ ଚିହ୍ନଟ କରନ୍ତୁ |
08:40 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. |
08:45 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:52 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
08:54 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:57 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
09:07 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:11 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:17 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
09:26 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |