Java/C2/Relational-Operations/Oriya
From Script | Spoken-Tutorial
Revision as of 16:02, 7 April 2017 by PoojaMoolya (Talk | contribs)
Time | Narration |
00:01 | Javaରେ Relational Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:09 | ବୁଲିଅନ୍ ଡାଟାଟାଇପ୍,ରିଲେଶନଲ୍ ଅପରେଟର୍ ଓ |
00:12 | ରିଲେଶନଲ୍ ଅପରେଟର୍ସ ବ୍ୟବହାର କରି ଡାଟା କିପରି ତୁଳନା କରିବେ |
00:17 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
Ubuntu 11.10 JDK 1.6 ଓ Eclipse 3.7 |
00:26 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର, Javaରେ Data Typesର ଜ୍ଞାନ ଥିବା ନିହାତି ଦରକାର |
00:31 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:39 | କଣ୍ଡିଶନ୍ସ ଯାଞ୍ଚ କରିବା ପାଇଁ ରିଲେଶନଲ୍ ଅପରେଟର୍ସ ବ୍ୟବହାର କରାଯାଏ |
00:43 | ସେଗୁଡ଼ିକର ଆଉଟପୁଟ୍, ବୁଲିଅନ୍ ଡାଟାଟାଇପ୍ ର ଏକ ଭେରିଏବଲ୍ ଅଟେ |
00:48 | ଏକ ବୁଲିଅନ୍ ଡାଟାଟାଇପ୍ ହେଉଛି 1 ବିଟ୍ ଆକାରର |
00:51 | ଏହା କେବଳ ଦୁଇଟି ଭାଲ୍ୟୁ ଷ୍ଟୋର୍ କରେ |
00:54 | True କିମ୍ୱା False |
00:56 | True ହେଉଛି ସେହି ଆଉଟପୁଟ୍, ଯେତେବେଳେ କଣ୍ଡିଶନ୍ True ହୋଇଥିବ |
00:59 | False ହେଉଛି ସେହି ଆଉଟପୁଟ୍, ଯଦି କଣ୍ଡିଶନ୍ True ହୋଇନଥିବ |
01:06 | ଏହା ହେଉଛି, ଉପଲବ୍ଧ "ରିଲେଶନଲ୍ ଅପରେଟର୍ସ"ର ଏକ ତାଲିକା |
01:10 | ଗ୍ରେଟର୍ ଦ୍ୟାନ୍ |
01:12 | ଲେସ୍ ଦ୍ୟାନ୍,ଇକ୍ୱାଲ୍ ଟୁ |
01:14 | ଗ୍ରେଟର୍ ଦ୍ୟାନ୍ କିମ୍ୱା ଇକ୍ୱାଲ୍ ଟୁ,ଲେସ୍ ଦ୍ୟାନ୍ କିମ୍ୱା ଇକ୍ୱାଲ୍ ଟୁ |
01:17 | ନଟ୍ ଇକ୍ୱାଲ୍ ଟୁ |
01:19 | ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା |
01:22 | Eclipseକୁ ଯାଆନ୍ତୁ |
01:27 | ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି |
01:33 | BooleanDemo ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି |
01:38 | ଏବେ ଆଉ କିଛି ଏକ୍ସପ୍ରେସନ୍ସ ଆଡ୍ କରିବା |
01:41 | ଟାଇପ୍ କରନ୍ତୁ boolean b ; |
01:47 | କୀୱର୍ଡ boolean, ବୁଲିଅନ୍ ଭାବେ ଭେରିଏବଲ୍ bର ଡାଟାଟାଇପ୍ କୁ ଘୋଷଣା କରେ |
01:53 | ଆମେ, ଆମ କଣ୍ଡିଶନ୍ ର ପରିଣାମକୁ bରେ ଷ୍ଟୋର୍ କରିବା |
01:58 | ଆମେ, ଏକ ଭେରିଏବଲ୍ Weightକୁ ପରିଭାଷିତ କରିବା ଏବଂ ସେହି ଭେରିଏବଲ୍ କୁ ବ୍ୟବହାର କରି ଏକ କଣ୍ଡିଶନ୍ ଯାଞ୍ଚ କରିବା |
02:05 | int weight equal to 45; |
02:13 | weightରେ ଥିବା ଭାଲ୍ୟୁ 40ରୁ ଅଧିକ କି ନୁହେଁ, ତାହା ଆମେ ଦେଖିବା |
02:18 | b equal to weight greater than 40; |
02:28 | ଏହି ଷ୍ଟେଟମେଣ୍ଟ କୁହେ: ଭେରିଏବଲ୍ ର ଭାଲ୍ୟୁ 40ରୁ ଅଧିକ ଅଛି କି ନାହିଁ ଯାଞ୍ଚ କରନ୍ତୁ ଓ ପରିଣାମକୁ bରେ ଷ୍ଟୋର୍ କରନ୍ତୁ |
02:37 | ଏବେ ଚାଲନ୍ତୁ, bର ଭାଲ୍ୟୁକୁ ପ୍ରିଣ୍ଟ କରିବା |
02:41 | System ଡଟ୍ Out ଡଟ୍ Println(b); |
02:49 | Save କରି Run କରନ୍ତୁ |
02:59 | ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ True ଅଟେ |
03:02 | ଚାଲନ୍ତୁ ଦେଖିବା, ଯଦି ଭାଲ୍ୟୁ 40ରୁ କମ୍ ହୁଏ, ତେବେ କ’ଣ ହେଉଛି |
03:07 | weightକୁ 30ରେ ବଦଳାନ୍ତୁ |
03:12 | Save କରି Run କରନ୍ତୁ |
03:20 | ଆଶା କରାଯାଉଥିବା ଅନୁସାରେ, ଆଉଟପୁଟ୍ False ଅଟେ |
03:24 | ଏହି ମାର୍ଗରେ, ଗୋଟିଏ ଭାଲ୍ୟୁ ଅନ୍ୟଠାରୁ ଅଧିକ କି ନୁହେଁ ଦେଖିବା ପାଇଁ Greater Than ଚିହ୍ନ ବ୍ୟବହୃତ ହୋଇଥାଏ |
03:30 | ସମାନଭାବରେ, ଗୋଟିଏ ଭାଲ୍ୟୁ ଅନ୍ୟଠାରୁ କମ୍ କି ନୁହେଁ ଦେଖିବା ପାଇଁ Less Than ଚିହ୍ନ ବ୍ୟବହୃତ ହୋଇଥାଏ |
03:37 | Greater Than ଚିହ୍ନକୁ Less Than ଚିହ୍ନରେ ବଦଳାନ୍ତୁ |
03:43 | weightରେ ଥିବା ଭାଲ୍ୟୁ 40ରୁ କମ୍ କି ନୁହେଁ, ତାହା ଆମେ ଦେଖିବା |
03:48 | Save କରି Run କରନ୍ତୁ |
03:56 | ଆମେ ଦେଖିପାରୁଛେ ଯେ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି True |
04:01 | ଏବେ ଚାଲନ୍ତୁ, weightର ଭାଲ୍ୟୁକୁ 45ରେ ବଦଳାଇ ଆଉଟପୁଟ୍ ଦେଖିବା |
04:09 | Save କରି Run କରନ୍ତୁ |
04:16 | ଆମେ False ପାଇଲେ, କାରଣ |
04:21 | weight less than 40 True ନୁହେଁ |
04:25 | ଭାଲ୍ୟୁ ଅନ୍ୟଟି ସମାନ କି ନୁହେଁ ତାହା କିପରି କରାଯାଏ, ଏବେ ଚାଲନ୍ତୁ ତାହା ଦେଖିବା |
04:31 | ତାହା କରିବା ପାଇଁ ଆମେ, ଦୁଇଟି equal to ଚିହ୍ନ ବ୍ୟବହାର କରେ |
04:35 | Less Than ଚିହ୍ନକୁ Double Equal To ଚିହ୍ନରେ ବଦଳାନ୍ତୁ |
04:41 | Save କରି Run କରନ୍ତୁ |
04:48 | ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି False, କାରଣ weightର ଭାଲ୍ୟୁ 40 ସହିତ ସମାନ ନୁହେଁ |
04:55 | ଏବେ ଚାଲନ୍ତୁ, weightର ଭାଲ୍ୟୁକୁ 40ରେ ବଦଳାଇ ଆଉଟପୁଟ୍ ଦେଖିବା |
05:01 | Save କରି Run କରନ୍ତୁ |
05:08 | ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ True ଅଟେ |
05:12 | ଏହି ମାର୍ଗରେ, ସମାନତା ଯାଞ୍ଚ କରିବା ପାଇଁ Double Equal To ବ୍ୟବହୃତ ହୁଏ |
05:16 | ଦୟାକରି ସତର୍କ ରୁହନ୍ତୁ, କାରଣ ଅଧିକାଂଶ ସମୟରେ ଲୋକମାନେ, ସମାନତା ଯାଞ୍ଚ କରିବା ପାଇଁ Single Equal To ବ୍ୟବହାର କରନ୍ତି |
05:22 | ଆଉ ଏହା ଅନାବଶ୍ୟକ Erros ଦିଏ |
05:26 | ଏହାପରେ ଆମେ, Less Than or Equal To ପାଇଁ କିପରି ଯାଞ୍ଚ କରାଯାଏ, ଦେଖିବା |
05:30 | ତାହା କରିବା ପାଇଁ ଆମେ, ଏକ Less Than ଚିହ୍ନ ଓ ତା’ପରେ ଏକ Equal To ଚିହ୍ନ ବ୍ୟବହାର କରିବା |
05:35 | Double Equal Toକୁ Less Than Equal Toରେ ବଦଳାନ୍ତୁ |
05:42 | Save କରି Run କରନ୍ତୁ |
05:50 | ଆଶା କରାଯାଉଥିବା ପରି ଆଉଟପୁଟ୍ ହେଉଛି True |
05:53 | ଏବେ, Less Thanର ଯାଞ୍ଚ ପ୍ରଦର୍ଶିତ ହେଉଛି କି ନାହିଁ ଦେଖିବା ପାଇଁ weightର ଭାଲ୍ୟୁ ବଦଳାଇବା |
05:59 | 40କୁ 30ରେ ବଦଳାନ୍ତୁ |
06:04 | Save କରି Run କରନ୍ତୁ |
06:14 | ଆମେ ଦେଖୁଛେ ଯେ, ଯଦିଓ weight, 40 ସହିତ ସମାନ ନୁହେଁ, ଆମେ ଆଉଟପୁଟ୍ ଭାବରେ True ପାଉଛେ, କାରଣ ଏହା 40 ଠାରୁ କମ୍ ଅଟେ |
06:22 | ଚାଲନ୍ତୁ ଦେଖିବା, ଯଦି ଭାଲ୍ୟୁ 40ରୁ ଅଧିକ ହୁଏ, ତେବେ କ’ଣ ହେଉଛି |
06:27 | ଧରନ୍ତୁ 50. Save କରି Run କରନ୍ତୁ |
06:39 | ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି False, କାରଣ weightର ଭାଲ୍ୟୁ 40 ସହିତ ସମାନ ନୁହେଁ |
06:44 | ଆଉ ଏହା 40 ଠାରୁ କମ୍ ମଧ୍ୟ ନୁହେଁ |
06:48 | ସେହିପରି ଭାବେ, Greater Than Equal To ଯାଞ୍ଚ କରିବା ପାଇଁ ଆମେ ଏକ Greater Than ଚିହ୍ନ ଓ ତା’ପରେ ଏକ Equal To ଚିହ୍ନ ବ୍ୟବହାର କରୁ |
06:55 | ଚାଲନ୍ତୁ, ଏବେ ଏହାକୁ ଦେଖିବା |
06:57 | Less Than Equal Toକୁ Greater Than Equal Toରେ ବଦଳାନ୍ତୁ |
07:04 | Save କରି Run କରନ୍ତୁ |
07:10 | ଦେଖନ୍ତୁ, ଆଉଟପୁଟ୍ ହେଉଛି True, କାରଣ weight ହେଉଛି 40 ଠାରୁ ବଡ଼ |
07:16 | ଚାଲନ୍ତୁ, weightକୁ 40ରୁ ଏକ କମ୍ ଭାଲ୍ୟୁକୁ ବଦଳାଇବା. ଧରନ୍ତୁ 30. |
07:25 | Save କରି Run କରନ୍ତୁ |
07:32 | ଆମେ ଏକ False ପାଇଲେ, କାରଣ weightର ଭାଲ୍ୟୁ, 40 ଠାରୁ ବଡ଼ ନୁହେଁ ଏବଂ 40 ସହିତ ସମାନ ନୁହେଁ |
07:39 | ଏହାପରେ ଆମେ, Not Equal To କିପରି ଯାଞ୍ଚ କରାଯାଏ, ଦେଖିବା |
07:46 | ଏହାକୁ Exclamation Mark ଓ ତା’ପରେ Equal To ଚିହ୍ନ ବ୍ୟବହାର କରାଯାଇ, କରାଯାଏ |
07:53 | Greater Thanକୁ Exclamationରେ ବଦଳାନ୍ତୁ |
07:59 | ଏହି ଷ୍ଟେଟମେଣ୍ଟ କୁହେ: weightର ଭାଲ୍ୟୁ 40 ସହିତ ସମାନ ନୁହେଁ ବୋଲି ଯାଞ୍ଚ କରନ୍ତୁ ଓ ପରିଣାମକୁ bରେ ଷ୍ଟୋର୍ କରନ୍ତୁ |
08:08 | Save କରି Run କରନ୍ତୁ |
08:16 | ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି True, କାରଣ weightର ଭାଲ୍ୟୁ 40 ସହିତ ସମାନ ନୁହେଁ |
08:23 | ଏବେ ଚାଲନ୍ତୁ, weightର ଭାଲ୍ୟୁକୁ 40ରେ ବଦଳାଇ ଆଉଟପୁଟ୍ ଦେଖିବା |
08:28 | 30କୁ 40ରେ ବଦଳାନ୍ତୁ |
08:31 | Save କରି Run କରନ୍ତୁ |
08:38 | ଆମେ ଏକ False ପାଇଲେ, କାରଣ କଣ୍ଡିଶନ୍ weight not equal to 40, false ଅଟେ |
08:45 | not equal to କଣ୍ଡିଶନ୍ କୁ equal to କଣ୍ଡିଶନ୍ ର ବିପରୀତ ଭାବରେ ବିଚାର କରାଯାଇପାରେ |
08:50 | Javaରେ ଆମେ ଡାଟା ତୁଳନା କରିବାକୁ ଏହିପରି ବିଭିନ୍ନ Relational Operators ବ୍ୟବହାର କରେ |
08:58 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
09:01 | ଏହି ଟ୍ୟୁଟୋରିଆଲ୍ ରେ ଆମେ, Boolean Data Type, |
09:06 | relational Operators ଓ |
09:08 | ଡାଟା ତୁଳନା କରିବାକୁ Relational Operators କିପରି ବ୍ୟବହାର କରାଯାଏ, ତାହା ଶିଖିଲେ |
09:13 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବରେ, ପ୍ରଦର୍ଶିତ ଦୁଇଟି ଏକ୍ସପ୍ରେଶନ୍ସ ସମାନ କି ନୁହେଁ, ତାହା ଜାଣନ୍ତୁ |
09:23 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial. |
09:28 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:31 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
09:36 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
09:38 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:40 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
09:50 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:54 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:00 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
10:05 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |