Java/C2/Errors-and-Debugging-in-Eclipse/Oriya
From Script | Spoken-Tutorial
Revision as of 15:19, 7 April 2017 by PoojaMoolya (Talk | contribs)
Time | Narration |
00:01 | Eclipse ବ୍ୟବହାର କରି Errors and Debugging ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:10 | ସରଳ Java ପ୍ରୋଗ୍ରାମ୍ ଲେଖିବା ସମୟରେ ସମ୍ଭାବ୍ୟ Errorଗୁଡ଼ିକ କ’ଣ |
00:14 | ସେହି Errorଗୁଡ଼ିକର ଚିହ୍ନଟ ଓ Eclipse ବ୍ୟବହାର କରି ସେଗୁଡ଼ିକର ସଂଶୋଧନ କିପରି କରାଯିବ |
00:20 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
ଉବୁଣ୍ଟୁ 11.10 Eclipse 3.7 |
00:27 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣ ନିଶ୍ଚିତ ଭାବେ |
00:30 | Eclipseରେ ଏକ Java ପ୍ରୋଗ୍ରାମ୍ କିପରି କ୍ରିଏଟ୍ ଓ ରନ୍ କରାଯାଏ, ଜାଣିଥିବା ଦରକାର |
00:33 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ [1] |
00:41 | ଏକ ସରଳ Java ପ୍ରୋଗ୍ରାମ୍ ରେ ବିଶେଷ ଏରର୍ସ ହୋଇପାରେ: |
00:45 | ସେମିକଲନ୍ (;) ଛାଡ଼ିଯିବା |
00:47 | ବାର୍ତ୍ତା ଚାରିପଟେ ଡବଲ୍ କ୍ୱୋଟ୍ସ (".") ଛାଡ଼ିଯିବା |
00:50 | File Name ଓ Class Name ନମିଶିବା ଏବଂ |
00:52 | ଛୋଟ ଅକ୍ଷରରେ ପ୍ରିଣ୍ଟ ଷ୍ଟେଟମେଣ୍ଟ ଟାଇପ୍ କରିବା |
00:55 | ଆମେ ଏକ ପ୍ରୋଗ୍ରାମ୍ ଲେଖିବା ଓ ତା’ପରେ ଏହିସବୁ ପ୍ରତ୍ୟେକ ଏରର୍ କରି Eclipseରେ କ’ଣ ଘଟୁଛି ଦେଖିବା |
01:04 | ଏଠାରେ,ଆମ ପାଖରେ Eclipse IDE ଏବଂ HelloWorld ଟ୍ୟୁଟୋରିଆଲ୍ ପାଇଁ ବ୍ୟବହୃତ ପ୍ରୋଜେକ୍ଟ ଅଛି |
01:11 | ନୂଆ Classରେ ଆମେ ଏକ ପ୍ରୋଜେକ୍ଟ ତିଆରି କରି ତାକୁ ବ୍ୟବହାର କରିବା. New Class କ୍ଲାସ୍ ର ନାମ ErrorFree ଦିଅନ୍ତୁ ଏବଂ Method Stubs - Public Static Void Main ଚୟନ କରନ୍ତୁ |
01:37 | ପ୍ୟାକେଜ୍ ଏକ୍ସପ୍ଲୋରର୍ କୁ ମିନିମାଇଜ୍ କରିଦିଅନ୍ତୁ. କମେଣ୍ଟ କାଢିଦିଅନ୍ତୁ ଓ କିଛି ଏରର୍ ସହିତ ପ୍ରିଣ୍ଟ ଷ୍ଟେଟମେଣ୍ଟ ଆଡ୍ କରନ୍ତୁ |
02:23 | Eclipseରେ ଏରର୍ ଥିବା ଲାଇନର ବାମ ମାର୍ଜିନ୍ ରେ ନାଲି ଛକ ଚିହ୍ନ ସହିତ ସୂଚିତ କରାଯିବ |
02:35 | ଏହି ମାମଲାରେ, System.out.println ଲାଇନରେ ଏକ ଏରର୍ ଅଛି ଏବଂ ତେଣୁ, ତାହାର ବାମପଟେ ଏକ ନାଲି ଛକ ଚିହ୍ନ ଅଛି |
02:44 | ଛକ ଚିହ୍ନ ଉପରେ ମାଉସ୍ ଚଲାଇଲେ ଏରର୍ ର ତାଲିକା ପ୍ରଦର୍ଶିତ ହେବ |
02:51 | ପ୍ରଥମ ଏରର୍ ପ୍ରଦର୍ଶିତ ହେଲା: syntax error, insert semi-colon to complete block statements |
02:58 | ଏହାର କାରଣ ହେଉଛି, ଆମକୁ ପ୍ରତ୍ୟେକ ଷ୍ଟେଟମେଣ୍ଟକୁ ଏକ ସେମିକଲନ୍ ସହିତ ଶେଷ କରିବାକୁ ହେବ |
03:03 | ତେଣୁ, ଷ୍ଟେଟମେଣ୍ଟର ଶେଷରେ ସେମିକଲନ୍ ଦିଅନ୍ତୁ |
03:08 | Ctrl + S ସହିତ ଫାଇଲକୁ ସେଭ୍ କରନ୍ତୁ |
03:16 | ଧ୍ୟାନଦିଅନ୍ତୁ ଯେ, ଆମେ ସେମିକଲନ୍ ଆଡ୍ କରି ଫାଇଲକୁ ସେଭ୍ କରିଛେ. ପ୍ରଥମ ଏରର୍ ଚାଲିଯାଇଛି |
03:21 | ଏବେ, ଗୋଟିଏ ଏରର୍ ରହିଛି ଯାହା କୁହେ: Helloworld cannot be resolved to a variable, ଯାହାର ଅର୍ଥ, କନସୋଲରେ ଯେକୌଣସି ବାର୍ତ୍ତା ପ୍ରଦର୍ଶିତ କରିବା ପାଇଁ ସେଥିରେ ଡବଲ୍ କ୍ୱୋଟ୍ସ ରଖିବା ଦରକାର |
03:37 | ଡବଲ୍ କ୍ୱୋଟ୍ସ ବିନା, Java ଭାବେ ଯେ, HelloWorld ହେଉଛି ଭେରିଏବଲ୍ ର ଏକ ନାମ |
03:41 | ବାର୍ତ୍ତା ପୂର୍ବରୁ ଓ ପରେ ଡବଲ୍ କ୍ୱୋଟ୍ସ ଆଡ୍ କରନ୍ତୁ |
03:55 | ସେଭ୍ କରିବା ପାଇଁ Ctrl + S ଦାବନ୍ତୁ. ଦେଖନ୍ତୁ, ନାଲି ଛକ ଚିହ୍ନଟି ଚାଲିଗଲା ଏବଂ ପ୍ରୋଗ୍ରାମଟି ଏରର୍ ଫ୍ରୀ ହୋଇଗଲା. ତେଣୁ, ପ୍ରୋଗ୍ରାମ୍ ରନ୍ କରି ଦେଖିବା କ’ଣ ହେଉଛି |
04:10 | Run As > Java Application |
04:15 | ଆମେ ଦେଖୁଛେ ଯେ, ବାର୍ତ୍ତାଟି କନସୋଲରେ ପ୍ରିଣ୍ଟ ହୋଇଗଲା |
04:22 | ଚାଲନ୍ତୁ, ପରବର୍ତ୍ତୀ ଏରର୍ କୁ ଦେଖିବା |
04:25 | File Name ଓ Class Name ନମିଶିବାରୁ ଏହା ହେଲା |
04:29 | Eclipseରେ ଏହା ସାଧାରଣତଃ ହୁଏ ନାହିଁ |
04:31 | ଏହାର କାରଣ ହେଉଛି, ଆମେ ଏକ ଫାଇଲ୍ କ୍ରିଏଟ୍ କରିବା ପାଇଁ New Class Wizard ବ୍ୟବହାର କରେ ଏବଂ Eclipse |
04:39 | ଅଟୋମେଟିକାଲୀ ଏକ ଫାଇଲ୍ କ୍ରିଏଟ୍ କରେ |
04:41 | କିନ୍ତୁ, ଯଦି ଆମେ Eclipse ବାହାରେ ଏକ ଫାଇଲ୍ କ୍ରିଏଟ୍ କରିବା ଓ ତାକୁ ପ୍ରୋଜେକ୍ଟ ସହିତ ଆଡ୍ କରିବା, ତେବେ ଏରର୍ ର ସମ୍ଭାବନା ଅଛି |
04:47 | ତେଣୁ, Class Nameକୁ ବଦଳାଇ ଏରର୍ କୁ ସନ୍ତୁଳିତ କରନ୍ତୁ |
04:59 | ଯେହେତୁ Java ହେଉଛି Case Sensitive, ଏବେ Class Name ଓ File Name ମିଶୁନାହିଁ |
05:09 | ଧ୍ୟାନଦିଅନ୍ତୁ ଯେ, ବାମ ମାର୍ଜିନ୍ ରେ ଏକ ନାଲି ଛକ ଚିହ୍ନ ଅଛି |
05:14 | ଏବଂ ଏରର୍ ମେସେଜ୍ କୁହେ: The public type errorfree must be defined in its own file |
05:20 | ଆହୁରି ଦେଖନ୍ତୁ ଯେ, ଶବ୍ଦ ErrorFree ନାଲି ରଙ୍ଗରେ ଅଣ୍ଡରଲାଇନ୍ ହୋଇଅଛି |
05:29 | Eclipse, ଇଣ୍ଟେଲିଜେଣ୍ଟ ଫିକ୍ସେସ୍ ପ୍ରଦାନ କରେ ଏବଂ ଆମ ପାଖରେ 2ଟି ଫିକ୍ସେସ୍ ଅଛି |
05:35 | ପ୍ରଥମଟି ହେଉଛି Rename compilation unit to errorfree java |
05:39 | ଓ ଦ୍ୱିତୀୟଟି ହେଉଛି Rename the type to errorfree |
05:43 | ଆମକୁ ଦ୍ୱିତୀୟ ଫିକ୍ସଟି ଦରକାର. ଆଉ ଆମେ ଦେଖୁଛେ ଯେ, ଥରେ ଆପଣ ଫାଇଲକୁ ରିନେମ୍ କରିଦେଲେ, Class, ErrorFree ହୋଇଯାଏ, ଏରର୍ ଚାଲିଯାଏ |
06:03 | ପ୍ରିଣ୍ଟ ଷ୍ଟେଟମେଣ୍ଟରେ ଟାଇପିଙ୍ଗ୍ ତ୍ରୁଟି କାରଣରୁ ପରବର୍ତ୍ତୀ ଏରର୍ ହେଲା |
06:09 | ବଡ଼ Sକୁ ଛୋଟ sରେ ବଦଳାନ୍ତୁ |
06:15 | ଦେଖନ୍ତୁ, ଏଠାରେ ଗୋଟିଏ ନାଲି ଛକ ଚିହ୍ନ ଅଛି |
06:18 | ଏବଂ ଏରର୍ ମେସେଜ୍ କୁହେ: system cannot be resolved |
06:23 | ଏହାର ଅର୍ଥ, System ନାମରେ Java, ଏକ Class କିମ୍ୱା Object କିମ୍ୱା Variable ଆଶା କରୁଛି |
06:28 | କିନ୍ତୁ, କୋଡ୍ ରେ System Object ପରି କିଛି ନାହିଁ |
06:33 | ତେଣୁ ଚାଲନ୍ତୁ, ସମ୍ଭାବ୍ୟ ଫିକ୍ସେସ୍ କୁ ଦେଖିବା |
06:39 | ଏଠାରେ 11ଟି ଫିକ୍ସେସ୍ ଅଛି. ସେଗୁଡ଼ିକ ମଧ୍ୟରୁ ଆମକୁ ଅଷ୍ଟମ ଅପ୍ସନଟି ଦରକାର |
06:48 | Change to 'System' (java.lang) |
06:58 | ଦେଖନ୍ତୁ, ଥରେ ଆମେ ଏହାକୁ ବଡ଼ Sରେ ବଦଳାଇଦେଲେ, ଏରର୍ ଟି ଚାଲିଯାଉଛି |
07:06 | ଏହା ହେଉଛି, Eclipse ବ୍ୟବହାର କରି Javaରେ ଆପଣ କିପରି ଏରର୍ସ ଚିହ୍ନଟ କରି ସେଗୁଡ଼ିକ ସଂଶୋଧନ କରିବେ |
07:15 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:18 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ, |
07:20 | Java Program ଲେଖିବା ସମୟରେ ସାଧାରଣ ଏରର୍ ଗୁଡ଼ିକ କ’ଣ ଏବଂ |
07:23 | ସେହି Errorଗୁଡ଼ିକର ଚିହ୍ନଟ ଓ Eclipse ବ୍ୟବହାର କରି ସେଗୁଡ଼ିକର ସଂଶୋଧନ କିପରି କରାଯିବ |
07:30 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, ନିମ୍ନ ପ୍ରଦତ୍ତ କୋଡ୍ ରେ ଏରର୍ସ ଖୋଜନ୍ତୁ ଓ ସେଗୁଡ଼ିକୁ ଫିକ୍ସ କରନ୍ତୁ |
07:39 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
07:42 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:48 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:53 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:57 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
08:07 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:11 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:17 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:23 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |