GIMP/C2/Adjusting-Colours-Using-Layers/Oriya
From Script | Spoken-Tutorial
Revision as of 15:33, 6 April 2017 by PoojaMoolya (Talk | contribs)
Time | Narration |
00:22 | Meet The GIMPକୁ ସ୍ୱାଗତ. ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି |
00:29 | ପୂର୍ବ ଏଡିଶନ୍ ରେ, ଏଡିଟିଙ୍ଗ୍ ପରେ ମୁଁ ଏହି ଇମେଜକୁ ଏଠାକୁ ଆଣିଛି |
00:33 | ଆଉ ଆଜି, ମୁଁ ଭାବୁଛି କଲର୍ ସେଟ୍ କରିବା ପାଇଁ ମୁଁ କିଛି କରିବା ଉଚିତ |
00:39 | କାରଣ ଏହି ଇମେଜଟି ବହୁତ ସବୁଜ ଦେଖାଯାଉଛି |
00:41 | କଲର୍ ଆଡଜଷ୍ଟ କରିବା ପାଇଁ ବହୁତ ମାର୍ଗ ଅଛି, ଆଉ ସେଥିରୁ ଗୋଟିଏ ହେଉଛି Curves Tool |
00:47 | ମୁଁ Tool Boxରେ ଥିବା Curves Tool ଉପରେ କ୍ଲିକ୍ କରି Green Channel ସିଲେକ୍ଟ କଲି ଓ Curveକୁ ତଳକୁ ଭିଡ଼ି ଆଣିଲି |
00:55 | ଆପଣ ଦେଖିପାରୁଥିବେ ଯେ, କଲର୍ ଚାନେଲ୍ ଓ ଇମେଜରେ ଥିବା କୁହୁଡ଼ି, ପ୍ରକୃତ କୁହୁଡ଼ି ପରି ଦେଖାଯାଉଛି |
01:02 | ଏବେ ମୋତେ କର୍ଭକୁ ଏପରି ଆଡଜଷ୍ଟ କରିବାକୁ ହେବ, ଯେପରି ମୁଁ ଏମିତି ଏକ ଇମେଜ ପାଇବି, ଯାହା ଗ୍ରେ ହୋଇଥିବ, ଗ୍ରୀନ୍ କିମ୍ୱା ମାଗେଣ୍ଟା ନୁହେଁ |
01:13 | ମୁଁ Curves Tool ବ୍ୟବହାର କରିବାକୁ ଚାହୁଁନାହିଁ, କାରଣ ଏହା ଇମେଜକୁ ନଷ୍ଟ କରିଦେବ ଏବଂ ମୁଁ ତା’ପରେ ତାହାକୁ ଠିକ୍ କରିପାରିବି ନାହିଁ |
01:23 | ମୁଁ Undo Tool ବ୍ୟବହାର କରିପାରିବି, କିନ୍ତୁ ତା’ପରେ ମୋତେ ସମସ୍ତ ପଦାଙ୍କକୁ Redo କରିବାକୁ ପଡ଼ିବ |
01:28 | ତେଣୁ, ମୁଁ ଏପରି କିଛି ରଖିବାକୁ ଚାହୁଁଛି, ଯାହା ଇମେଜକୁ ନଷ୍ଟ କରିବନି ଏବଂ ତାକୁ ମୁଁ ପରେ ଆଡଜଷ୍ଟ କରିପାରିବି |
01:34 | ଏପରି ଏକ ମାର୍ଗ ଅଛି, ଯାହା Layers ସହିତ ଏକ ସରଳ Filter ବ୍ୟବହାର କରେ |
01:39 | ତେଣୁ ମୁଁ, ଏଠାରେ Layer ଡାୟଲଗ୍ ଖୋଲିଛି |
01:43 | ଏଠାରେ ଆପଣ ବ୍ୟାକଗ୍ରାଉଣ୍ଡ ଦେଖିପାରୁଥିବେ, ଯାହା ହେଉଛି ଆମର ମୂଳ ଇମେଜ୍ |
01:47 | ମୁଁ କେବଳ ଗୋଟିଏ ନୂଆ ଲେୟାର୍ ଆଡ୍ କରି Layer Fill Typeରେ White କଲି ଓ ତାହାର ନାମ ଭାବେ Color Correction Green ଦେଲି |
01:59 | ଏବେ ମୋ ଇମେଜଟି ପୂରା ଧଳା ହୋଇଗଲା, କିନ୍ତୁ ମୁଁ ଲେୟାର୍ ମୋଡ୍ ବଦଳାଇପାରିବି |
02:05 | Layer Mode ହେଉଛି ଏକ ଅଲଗୋରିଦମ୍, ଯାହା ଦୁଇଟି ଲେୟାର୍ସକୁ ମିଶାଇଥାଏ, ଯଥା ମୂଳ Background ଲେୟାର୍ ଓ ନୂଆ ତିଆରି ହୋଇଥିବା ଲେୟାର୍ |
02:16 | ତେଣୁ, ମୁଁ ଏଠାରେ Multiply Mode ଚୟନ କରିବି |
02:22 | ଆଉ ଆପଣ ମୂଳ ଇମେଜ ଫେରିପାଇବେ, ତାହା ପୂର୍ବରୁ ଯେପରି ଥିଲା |
02:27 | Multiply Mode, ବ୍ୟାକଗ୍ରାଉଣ୍ଡର ପିକ୍ସେଲ୍ସକୁ Foreground ପିକ୍ସେଲ୍ସ ସହିତ ଗୁଣନ କରେ ଏବଂ ପରିଣାମକୁ 255 ଦ୍ୱାରା ହରଣ କରେ |
02:37 | ଏବଂ ଗୋଟିଏ ଦଳା ଛବିରେ, ସମସ୍ତ କଲର୍ ଚାନେଲ୍ସ 255 ଥାଏ; ତେଣୁ 255 ଦ୍ୱାରା ଗୁଣନ ଓ 255 ଦ୍ୱାରା ହରଣ, ପ୍ରାରମ୍ଭିକ ପଏଣ୍ଟ ଦେଇଥାଏ, ଯାହା ହେଉଛି Background |
02:52 | କିନ୍ତୁ, ମୁଁ ଯଦି ନୂଆ ଲେୟାର୍ ରେ ଗୋଟିଏ ଚାନେଲ୍ ହ୍ରାସ କରୁଛି, ତାହା ବ୍ୟାକଗ୍ରାଉଣ୍ଡରେ ମଧ୍ୟ ହ୍ରାସ ହେବ, କାରଣ 200 ଦ୍ୱାରା ଗୁଣନ ଓ 255 ଦ୍ୱାରା ହରଣ କମ୍ ଦେଇଥାଏ |
03:06 | ଏବେ, ମୁଁ ଏପରି ଏକ ରଙ୍ଗ ଚୟନ କରିବାକୁ ଚାହୁଁଛି, ଯେଉଁଥିରେ ହ୍ରାସିତ ଗ୍ରୀନ୍ ଚାନେଲ୍ ଥିବ |
03:12 | ଏଠାରେ ମୋ ପାଖରେ Foreground ଭାବରେ କଳା ଅଛି, ଯାହାକୁ ମୁଁ Background କଲର୍ ଭାବରେ ଓ ଧଳାକୁ Foreground କଲର୍ ଭାବରେ ବଦଳାଇଛି ଏବଂ ଆପଣ ଦେଖିପାରୁଥିବେ ଯେ, ନାଲି, ସବୁଜ ଓ ନୀଳ, ସମସ୍ତ କଲର୍ ଚାନେଲ୍ସର ସମାନ ଭାଲ୍ୟୁ ଅଛି, ଯାହା ହେଉଛି 255 |
03:31 | ସେ ଯାହା ହେଉ, ଏଠାକାର ସ୍ଲାଇଡର୍ ରେ ଥିବା ରଙ୍ଗ ଦ୍ୱାରା ଆପଣ ବିଭ୍ରାନ୍ତ ହୁଅନ୍ତୁ ନାହିଁ |
03:36 | ଏହା ନୀଳ ନୁହେଁ, ଏହା ହଳଦିଆ ଅଟେ, କିନ୍ତୁ ଏହାକୁ ଯଦି ମୁଁ ଗୋଟିଏ ନିର୍ଦ୍ଦିଷ୍ଟ ପଏଣ୍ଟକୁ ଖସାଉଛି, ଦେଖନ୍ତୁ, ସମସ୍ତ ସ୍ଲାଇଡର୍ସରେ ଥିବା ରଙ୍ଗ ଆପଣା ଛାଏଁ ଛାଏଁ ବଦଳୁଛି |
03:50 | ଠିକ୍ ଅଛି, ମୁଁ ଏଠାରେ ଥିବା ଗ୍ରୀନ୍ ସ୍ଲାଇଡର୍ କୁ ସିଲେକ୍ଟ କରି ପାଖାପାଖି 211କୁ ନେଉଛି |
03:59 | ଏବଂ ମୋ ଇମେଜକୁ ମୁଁ ସେହି ରଙ୍ଗ ଭିଡୁଛି, ଯାହାକୁ ମୁଁ ମୋର Foreground କଲର୍ ଭାବରେ ରଖିଛି ଏବଂ ପରିଣାମସ୍ୱରୂପ ମୁଁ ମାଗେଣ୍ଟା ପ୍ରାପ୍ତ କଲି |
04:10 | କିନ୍ତୁ, Opacity Slider ସାହାଯ୍ୟରେ, ମୁଁ ମୋର ସବୁଜ ହ୍ରାସର ଘନତ୍ୱକୁ ଆଡଜଷ୍ଟ କରିପାରିବି |
04:19 | ଆଉ ମୁଁ ଯେତେବେଳେ ଜିରୋକୁ ଫେରିଯାଏ, ମୁଁ ପୁରୁଣା ଇମେଜକୁ ପାଏ ଏବଂ ମୁଁ ସ୍ଲାଇଡରକୁ ଉପରକୁ ଭିଡ଼ିଲେ ଇମେଜରେ ଥିବା ଗ୍ରୀନ୍ ଚାନେଲ୍ ହ୍ରାସ ପାଏ ଏବଂ ଇମେଜରେ ମାଗେଣ୍ଟା ପ୍ରାପ୍ତ କରିବାକୁ ମଧ୍ୟ ଏଡ଼ାଏ |
04:35 | ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ଦେଖାଗଲା |
04:38 | Layers Tool ବ୍ୟବହାର କରି ମୁଁ, ଯେତେବେଳେ ଚାହିଁବି ପରିବର୍ତ୍ତନ କରିପାରିବି ଏବଂ ପାଇନ୍ ଆଡଜଷ୍ଟମେଣ୍ଟ ମଧ୍ୟ କରିପାରିବି, ଯେତେବେଳେ ତାହା ଉପରେ ଅଧିକ ଲେୟର୍ସ ଥିବ ଏବଂ ତଳେ ଥିବା ଛବିରେ ମୁଁ କିଛି ବଦଳାଇଲେ ମଧ୍ୟ ପରିବର୍ତ୍ତନଟି ରହିବ |
04:55 | ଏହି ଲେୟାର୍ ରେ ତଥାପି ପରିବର୍ତ୍ତନ ଦରକାର, ଯେହେତୁ ଏହା ଧୂଷର ଦେଖାଯାଉଛି ଏବଂ ଏଥିରେ ମୁଁ ଟିକିଏ ନୀଳ ଯୋଡ଼ିବାକୁ ଚାହୁଁଛି |
05:03 | ପୁଣିଥରେ ମୁଁ ସେହି ପ୍ରକ୍ରିୟା ପାଳନ କରି ଗୋଟିଏ ନୂଆ ଲେୟାର୍ ତିଆରି କରିବି ଏବଂ ତାକୁ Color Correction Blue ନାମ ଦେବି |
05:11 | ଏବଂ ଏବେ ମୁଁ ଏଥିରେ ଆଉ ଟିକିଏ ନୀଳ ଦେବାକୁ ଚାହୁଁଛି |
05:15 | ଇମେଜରେ ନୀଳ ଆଡ୍ କରିବା ପାଇଁ ମୂଁ, Screen Mode ବ୍ୟବହାର କରିବି, ଯାହା Multiply Mode ତୁଳନାରେ ଟିକିଏ ଜଟିଳ |
05:24 | Screen Modeରେ, ରଙ୍ଗଗୁଡ଼ିକ ପ୍ରଥମେ ଓଲଟିବ ଏବଂ ତା’ପରେ ଗୁଣନ ଓ ହରଣ ହେବ ତଥା ବହୁତ ଜଟିଳ |
05:33 | ମୁଁ ଏବେ Foreground ରଙ୍ଗକୁ କଳାରେ ବଦଳାଇବି ଏବଂ ସିଧାସଳଖ ମୁଁ ଚାହୁଁଥିବା ରଙ୍ଗ ମିଶାଇବି ଏବଂ ମୋତେ ନୀଳରୁ ଆଉ ଟିକିଏ ମିଶାଇବାକୁ ହେବ |
05:43 | ତେଣୁ, Blue Sliderକୁ ସାମାନ୍ୟ ତଳକୁ ଖସାଇ |
05:47 | ରଙ୍ଗକୁ ଇମେଜ ମଧ୍ୟକୁ ଟାଣି ଆଣିବି |
05:51 | ଏଠାରେ, ନୀଳ ରହିବା ଦରକାର, ଯାହା କଳା ପରି ଦେଖାଯାଉଛି, ମାତ୍ର ବହୁତ ଗାଢ ନୀଳ ଅଟେ |
05:59 | ଏଠାରେ ଥିବା ଇମେଜକୁ ଦେଖନ୍ତୁ ଏବଂ ମୁଁ ଯେତେବେଳେ ଏହାକୁ Off କରିବି, ଆପଣ ପରିବର୍ତ୍ତନ ଦେଖିବେ |
06:04 | ଏହି ଇମେଜ୍ ନିଶ୍ଚିତ ଭାବେ ନୀଳଭଳି ଅଟେ |
06:08 | ମୁଁ ଉଭୟ ନୂଆ ଲେୟାରକୁ ବନ୍ଦ କରିପାରିବି ଏବଂ ସେଥିରୁ ଆପଣ ପ୍ରାରମ୍ଭିକ ପଏଣ୍ଟ ପାଇବେ |
06:13 | ମୁଁ ଯେତେବେଳେ ପ୍ରଥମ ଲେୟାର ଉପରେ କ୍ଲିକ୍ କରିବି, ଆମେ ସବୁଜର ହ୍ରାସିତ ଚାନେଲ୍ ଦେଖିପାରିବା ଏବଂ ଯେତେବେଳେ 2ୟ ଲେୟାର୍ ଉପରେ କ୍ଲିକ୍ କରିବି, ଏହା ସାମାନ୍ୟ ନୀଳ ରଙ୍ଗ ମିଶାଇବ |
06:22 | ମୁଁ ଭାବୁଛି, ଏଥିରେ ଅଧିକ ନୀଳ ଅଛି. ତେଣୁ ମୁଁ, Opacityକୁ ହ୍ରାସ କରିବି |
06:27 | ମୁଁ ଭାବୁଛି, ଏହା ବହୁତ ବଢ଼ିଆ ଦେଖାଗଲା |
06:30 | ମୁଁ ଏହାକୁ ପରେ ଆଡଜଷ୍ଟ କରିପାରିବି, ସବୁ ସମୟରେ |
06:33 | Layers Tool ବହୁତ ଶକ୍ତିଶାଳୀ, କାରଣ ଆପଣ ଲେୟାର୍ ଉପରେ ଲେୟାର୍ କ୍ରିଏଟ୍ କରିପାରିବେ ଏବଂ ପ୍ରତ୍ୟେକ ଲେୟାରରେ ପିକ୍ସେଲ୍ସ ବଦଳାଇପାରିବେ, ଯାହା ତଳ ଲେୟାରରୁ ଆସୁଥିବ |
06:44 | ସଂଶୋଧନର ସମ୍ଭାବନା ସୀମାହୀନ ଅଟେ ଏବଂ ଏହାକୁ ଆପଣ ଯେତେବେଳେ ଚାହିଁବେ କରିପାରିବେ |
06:51 | ବୋଧହୁଏ ଏଠାରେ ଆପଣ, ଭଲ ରଙ୍ଗ ପାଇବା ପାଇଁ ଓପାସିଟୀ ସ୍ଲାଇଡରକୁ ଟିକିଏ ତଳକୁ ଖସାଇପାରିବେ ଏବଂ ଏହିସବୁ ସ୍ଲାଇଡର୍ସ ସହିତ ଖେଳିପାରିବେ, ଯାହା ଏଠାରେ ରଙ୍ଗ ବଦଳାଇବାର ଯଥେଷ୍ଟ ସମ୍ଭାବନା ଦେବ |
07:05 | ମୁଁ ଭାବୁଛି, ମୋତେ ଏକ ବିଶେଷ ଶୋ’ରେ Layers Tool ର ସବିଶେଷ କଭର୍ କରିବାକୁ ହେବ, ମାତ୍ର ଆଜି ପାଇଁ ଏତିକି ଯଥେଷ୍ଟ |
07:13 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଏବଂ ଆଉଥରେ ଦେଖାହେବାର ଆଶା କରୁଛି |