Drupal/C2/Content-Management-in-Admin-Interface/Oriya
From Script | Spoken-Tutorial
Revision as of 09:58, 4 April 2017 by PoojaMoolya (Talk | contribs)
| Time | Narration |
| 00:01 | Content Management in Admin Interface ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ, Drupal Interface ଏକ୍ସପ୍ଲୋର୍ କରିବା |
| 00:13 | ଆମେ କେତେକ ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିବା, ଯେପରି Content Structure ଓ Appearance |
| 00:23 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍ |
| 00:34 | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
| 00:39 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ |
| 00:44 | ଆମେ, Drupal Interfaceକୁ ସବିଶେଷ ଏକ୍ସପ୍ଲୋର୍ କରିବା ପୂର୍ବରୁ ମୁଁ, କିଛି ପ୍ରକୃତରେ ମହତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକୁ ଉଲ୍ଲେଖ କରିବି |
| 00:53 | ମନେରଖନ୍ତୁ - ଆମେ ଆମର Drupal ସାଇଟ୍ ସେଟ୍-ଅପ୍ କରିଥିବାରୁ, ଆମେ ହେଉଛେ ପ୍ରଥମ ୟୁଜର୍ ବା Super User |
| 01:02 | Super User ହେଉଛି, Drupalରେ ଅନ୍ୟ ସମସ୍ତ ୟୁଜରମାନଙ୍କ ଉପରେ. ଆମେ କିଛି ଅନ୍ୟ Administrators ସେଟ୍-ଅପ୍ କରିପାରିବା, ଯେଉଁମାନଙ୍କ ପାଖରେ ଭବିଷ୍ୟତରେ ସମସ୍ତ Permissions ରହିବ |
| 01:13 | କିନ୍ତୁ, ସେହି Permissions ମଧ୍ୟ Super User ଦ୍ଵାରା ରଦ୍ଦ କିମ୍ୱା ପରିଚାଳିତ କରାଯାଇପାରିବ |
| 01:20 | Super UserରPermissionକୁ ରଦ୍ଦ କରାଯାଇପାରିବ ନାହିଁ |
| 01:24 | ଅନ୍ୟ ଶବ୍ଦରେ, Drupal Siteର ପ୍ରତ୍ୟେକ ଏରିଆ ପ୍ରତି Super Userର ଆକ୍ସେସ୍ ରହିବ |
| 01:30 | ମନେରଖନ୍ତୁ - ଯେକୌଣସି Drupal Siteରେ Super Usrer ହେଉଛି ପ୍ରଥମ ନମ୍ୱର୍ ୟୁଜର୍ |
| 01:36 | ଏହା ହେଉଛି Administrative Toolbar |
| 01:40 | ଯେତେବେଳେ ଆମେ Manage ଉପରେ କ୍ଲିକ୍ କରୁ, ଆମେ SubMenuକୁ ଯାଉ. ଏଠାରେ ଆମେ, Content, Structure, Appearance ଆଦିକୁ ଦେଖୁ ଓ ସେଗୁଡ଼ିକୁ ଆମେ କିଛି କ୍ଷଣରେ ଦେଖିବା |
| 01:55 | ଯଦି ଆମେ Shortcuts ଉପରେ କ୍ଲିକ୍ କରୁ, ସେଥିରେ ଏକ Shortcut Toolbar ଅଛି. ପୁଣିଥରେ ଆମେ ତାହାକୁ କିଛି ସମୟରେ ଦେଖିବା |
| 02:06 | ଯେତେବେଳେ ଆମେ Admin ଉପରେ କ୍ଲିକ୍ କରୁ, ତେବେ ଆମେ ନିଜର Profile କିମ୍ୱା Log Outକୁ ଲିଙ୍କ୍ସ ଦେଖିପାରିବା |
| 02:13 | Toolbarରେ ଏହାକୁ Admin କୁହାଯାଏ, କାରଣ ତାହା ହେଉଛି ସେହି User Name ଯାହାକୁ ମୁଁ ରଖିଛି. ଆପଣଙ୍କର ଭିନ୍ନ ହୋଇପାରେ |
| 02:23 | ପୁଣିଥରେ, ଏହା ହେଉଛି Administration Toolbar. ଆଉ ଆମ Drupal Administration ଅନୁଭୂତିର ଏହା ହେଉଛି ଏକ ମହତ୍ୱପୂର୍ଣ୍ଣ ଭାଗ |
| 02:33 | Shortcut Barରେ କିଛି ଆଡ୍ କରିବା ବହୁତ ସହଜ |
| 02:38 | ଉଦାହରଣସ୍ୱରୂପ, ଧରନ୍ତୁ ମୁଁ, Manage, Content >> Add Contentରେ ଅଛି |
| 02:45 | ଆଉ ମୁଁ, ମୋ ୱେବ୍ ସାଇଟ୍ ରେ Article ଆଡ୍ କରିବାକୁ ଚାହୁଁଛି. ଏଠାରେ ଥିବା ଏକ Starକୁ ଦେଖନ୍ତୁ, ତାହା ଭର୍ତ୍ତି ହୋଇନାହିଁ |
| 02:55 | Star ଉପରେ କ୍ଲିକ୍ କରି ମୁଁ, ସେଥିରେ Shortcuts ଆଡ୍ କରିପାରିବି |
| 03:01 | ଏବେ, ଆମେ ଯଦି Shortcuts ଉପରେ କ୍ଲିକ୍ କରିବା, ତେବେ ସେଥିରେ ଏକ Creat Article ମେନୁ ଆଇଟମ୍ ଦେଖିବା |
| 03:10 | ଆଉ ଆମେ, Articles କ୍ରିଏଟ୍ କରିସାରିବା ପରେ ତାହାକୁ ସହଜରେ କାଢିଦେଇପାରିବା |
| 03:15 | ଆମ Drupal Siteରେ ଯେକୌଣସି Administration Screenରେ ଏହାକୁ ଭର୍ଚୁଆଲୀ କରିହେବ. ଚାରିପଟେ ବୁଲିବା ପାଇଁ Shortcuts ଏହାକୁ ବହୁତ ସହଜ କରିଥାଏ |
| 03:25 | ଏବେ ମୁଁ Appearance ଉପରେ କ୍ଲିକ୍ କରିବି. ଏଥିରେ ଥିବା ଟାବ୍ସକୁ ଦେଖନ୍ତୁ, ଆଉ ଏହିପରି ଟାବ୍ସ, ସମଗ୍ର ସାଇଟ୍ ରେ ଦେଖାଦେବ |
| 03:36 | ଏହି ଟାବ୍ସ ମହତ୍ୱପୂର୍ଣ୍ଣ ଏବଂ ସେଗୁଡ଼ିକୁ Section Tabs କୁହାଯାଏ |
| 03:41 | ଆମେ, ଯେକୌଣସି ସ୍କ୍ରୀନ୍ ରେ କାମ କରୁଥାଏ ନା କାହିଁକି, ସେଗୁଡ଼ିକ ବିଭିନ୍ନ Sectionsକୁ ଦେଖନ୍ତି |
| 03:47 | ବେଳେବେଳେ ଏହି Sectionsରେ Sub-Sections ବଟନ୍ ଥାଏ, ଯେପରି ଆପଣ ଏଠାରେ ଦେଖୁଛନ୍ତି |
| 03:54 | Global Settings, Bartik, Classy ଓ Seven ହେଉଛି Setting Tabର Sub-Section ବଟନ୍ସ |
| 04:02 | ଶେଷରେ, ପ୍ରତ୍ୟେକ Drupal Content Itemକୁ Node କୁହାଯାଏ |
| 04:08 | ଏପର୍ଯ୍ୟନ୍ତ, ଆମ ସାଇଟ୍ ରେ କୌଣସି Nodes କିମ୍ୱା କୌଣସି Content ନାହିଁ |
| 04:13 | ଆଗାମୀ ଟ୍ୟୁଟୋରିଆଲ୍ସରେ ଆମେ ସେହିଗୁଡ଼ିକୁ କ୍ରିଏଟ୍ କରିବା |
| 04:17 | Administration Toolbar, Sub-Menu, Section Tabs ଓ sub-section ବଟନ୍ସ |
| 04:23 | Drupal Interface ମାଧ୍ୟମରେ ଯିବା ସମୟରେ ଏହି ଜିନିଷଗୁଡ଼ିକ ବିଷୟରେ ଆପଣ ଜାଣିବା ଦରକାର |
| 04:30 | ଏବେ ଚାଲନ୍ତୁ, ଆମ Toolbarରେ ଥିବା Content ଲିଙ୍କକୁ ଦେଖିବା |
| 04:35 | ଯେତେବେଳେ ଆମେ Content ଉପରେ କ୍ଲିକ୍ କରୁ, Dashboardକୁ ଯାଉ. ସାଇଟ୍ ର ସମସ୍ତ କଣ୍ଟେଣ୍ଟକୁ Dashboard ରଖିଥାଏ |
| 04:45 | Published କିମ୍ୱା Unpublished ଦ୍ୱାରା ଆମେ ଫିଲ୍ଟର୍ କରିପାରିବା. Content Type ଦ୍ୱାରା ମଧ୍ୟ ଆମେ ଫିଲ୍ଟର୍ କରିପାରିବା କିମ୍ୱା ଯେକୌଣସି Title ଦ୍ୱାରା ଆମେ ସର୍ଚ କରିପାରିବା ଏବଂ ଯକୌଣସି Language ଚୟନ କରିପାରିବା |
| 04:57 | ଯେହେତୁ ଆମ ପଖରେ ଏପର୍ଯ୍ୟନ୍ତ କୌଣସି କଣ୍ଟେଣ୍ଟ ନାହିଁ, ଏହି ପେଜ୍ ସାମାନ୍ୟ ସୀମିତ ଅଛି |
| 05:03 | ଯଦି ଆମେ ଏଠାରେ Sub-Tabs ଉପରେ କ୍ଲିକ୍ କରିବା, ଏପର୍ଯ୍ୟନ୍ତ କୌଣସି କମେଣ୍ଟସ୍ ନଥିବାର ଆମେ ଦେଖିପାରିବା |
| 05:10 | ଆଉ ଯଦି ଆମେ Files ଶବ୍ଦ ଉପରେ କ୍ଲିକ୍ କରିବା, ତେବେ ଏପର୍ଯ୍ୟନ୍ତ ଅପଲୋଡ୍ ହୋଇଥିବା ସମସ୍ତ ଫାଇଲ୍ସର ଏକ ତାଲିକା ଆମେ ପାଇବା |
| 05:18 | ଏହିଗୁଡ଼ିକ Image କିମ୍ୱା କୌଣସି ପ୍ରକାରର ଫାଇଲ୍ ହୋଇପାରେ. ସେଗୁଡ଼ିକ ବିଷୟରେ ଆମେ ପରେ ଶିଖିବା |
| 05:25 | ଚାଲନ୍ତୁ, Add Content ଉପରେ କ୍ଲିକ୍ କରି ଆମ Homepageରେ ଏକ Welcome Article ଆଡ୍ କରିବା |
| 05:32 | Article ଉପରେ କ୍ଲିକ୍ କରନ୍ତୁ. ଟାଇପ୍ କରନ୍ତୁ Welcome to Drupalville |
| 05:40 | ଆମ ସାଇଟ୍ ର ନାମ ହେଉଛି Drupalville, ଆଉ ଏହା ଆମକୁ Drupal ବିଷୟକ ସବୁ ପ୍ରକାରର ସୂଚନା ଦେବ |
| 05:49 | Bodyରେ, ଆମେ ନିମ୍ନଲିଖିତ ଟାଇପ୍ କରିବା - Welcome to our site! We are so glad you stopped by! |
| 05:57 | ଏବେ ଆମେ ସବୁ ଫିଲ୍ଡସ୍ କୁ ଯିବାନାହିଁ. ପରବର୍ତ୍ତୀ ଟ୍ୟୁଟୋଏଇଆଲ୍ସରେ ଆମେ ତାହାକୁ କଭର୍ କରିବା |
| 06:06 | କିନ୍ତୁ, Tagsରେ ଆମେ, Welcome, Drupal ରଖିବା |
| 06:11 | ଏହା, ସମସ୍ତ Articlesର ତାଲିକା ପ୍ରତି ଲିଙ୍କ୍ସ କ୍ରିଏଟ୍ କରିବ, ଯେଉଁଗୁଡ଼ିକୁ ଆମେ ଏହି Tags ଦେଇଛେ |
| 06:18 | ଆମେ ଏଠାରେ ଏକ ଇମେଜ୍ ମଧ୍ୟ ଅପଲୋଡ୍ କରିପାରିବା |
| 06:22 | ମୁଁ, ମୋ ମେସିନ୍ ରେ ଏକ Drupal 8 Logo ଡାଉନଲୋଡ୍ କରି ସେଭ୍ କରିସାରିଛି |
| 06:29 | ଆପଣଙ୍କ ସୁବିଧା ପାଇଁ, ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ Drupal 8 Logo ପ୍ରଦାନ କରାଯାଇଛି |
| 06:39 | ଦୟାକରି ଏହାକୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ |
| 06:41 | Browse କ୍ଲିକ୍ କରି ସେଭ୍ ହୋଇଥିବା ଇମେଜ୍ କୁ କାଢ଼ନ୍ତୁ. ଧ୍ୟାନଦିଅନ୍ତୁ ଯେ, ଆମେ ଏହାକୁ ଅପଲୋଡ୍ କରିବା କ୍ଷଣି, ଏକ Alternative Text ପାଇଁ Drupal କହୁଛି, ଯାହା ଆବଶ୍ୟକ |
| 06:54 | ଛୋଟ ନାଲି Asterix ସୂଚିତ କରୁଛି ଯେ, ଏହା ବାଧ୍ୟତାମୂଳକ |
| 07:00 | Alternative Text ହେଉଛି ତାହା, ଯାହା ସ୍କ୍ରୀନ୍ ରିଡର୍ସ ଦେଖନ୍ତି ତଥା ଅନ୍ଧ ଲୋକ ଶୁଣନ୍ତି ଏବଂ ଯାହା, ଆମ ୱେବ୍ ସାଇଟ୍ ଦେଖିବାବେଳେ Google ପାଏ |
| 07:09 | ଟାଇପ୍ କରନ୍ତୁ This is the Drupal 8 Logo. ଏବେ, Save and Publish କ୍ଲିକ୍ କରନ୍ତୁ |
| 07:17 | ଆମେ, ଆମ Drupal Siteରେ ନିଜର ପ୍ରଥମ Node କ୍ରିଏଟ୍ କଲେ |
| 07:23 | ଏବେ, ଆମେ Content ଉପରେ କ୍ଲିକ୍ କଲେ, Node ତାଲିକାଭୁକ୍ତ ହୋଇଥିବ. ଟାଇଟଲ୍, କଣ୍ଟେଣ୍ଟ ପ୍ରକାର, କିଏ ଏହାକୁ କ୍ରିଏଟ୍ କରିଥିଲେ, Nodeର ସ୍ଥିତି, ଶେଷ ଅପଡେଟ୍ ସମୟ |
| 07:37 | ଆଉ କିଛି କାର୍ଯ୍ୟ ଯାହା ଆମେ କରିପାରିବା, ଯେପରି Edit, Delete ଆଦି. ଆମେ, ଖୁବ୍ ଶୀଘ୍ର ସେଗୁଡ଼ିକ ବିଷୟରେ ଶିଖିବା |
| 07:47 | ତାହା ହେଉଛି, ଆମ Administrative Toolbarରେ ଥିବା Content |
| 07:52 | Administrative Toolbarରେ ପରବର୍ତ୍ତୀ ଲିଙ୍କ୍ ହେଉଛି Structure. ତାହା ଉପରେ କ୍ଲିକ୍ କରନ୍ତୁ |
| 07:58 | Structure ହେଉଛି, Drupalରେ ଯେଉଁଠାରେ ଆମେ ଆମ ସାଇଟ୍ ତିଆରି କରୁ. ଏହାକୁ Site Building ମଧ୍ୟ କୁହାଯାଏ |
| 08:07 | ଏଠାରେ ବହୁତ ଜିନିଷ ଅଛି, ଯେପରି Block Layout, Comment Types, Contact Forms, Contact Types, Display Modes, Menus, Taxonomy, Views |
| 08:21 | ଏହି ଅପସନ୍ସ ଆମକୁ କୁହେ ଯେ, ଆମର ଅଧିକାଂଶ ସାଇଟ୍ ବିଲ୍ଡିଙ୍ଗ୍, Structure ଓ Content ମେନୁ ଆଇଟମ୍ସରେ କରାଯାଇଛି |
| 08:30 | ଏବେପାଇଁ, Block Layoutରେ କ୍ଲିକ୍ କରିବା |
| 08:34 | ଆମ Theme ଉପରେ ଭିତ୍ତିକରି ଆମ ସାଇଟ୍ ରେ ବିଭିନ୍ନ ଏରିଆରେ ଆମେ, Blocks ରଖିପାରିବା |
| 08:45 | Custom Block Library ଉପରେ କ୍ଲିକ୍ କରନ୍ତୁ ଏବଂ ଏକ Welcome Block ଆଡ୍ କରନ୍ତୁ |
| 08:50 | Add Custom Block ଉପରେ କ୍ଲିକ୍ କରନ୍ତୁ ଓ ତାକୁ Welcome to Drupalville ନାମ ଦିଅନ୍ତୁ |
| 08:57 | Bodyରେ ଟାଇପ୍ କରନ୍ତୁ - Welcome to Drupalville. ଏହିଠାରେ ଆପଣ Drupal ବିଷୟରେ ଶିଖିବେ! |
| 09:06 | ଦୟାକରି ଧ୍ୟାନଦିଅନ୍ତୁ ଯେ - ଏହା Content ନୁହେଁ. Blockଗୁଡ଼ିକ ସାମାନ୍ୟ ଭିନ୍ନ ଓ Sidebars ଭଳି |
| 09:15 | ଏବେ, Save ଉପରେ କ୍ଲିକ୍ କରନ୍ତୁ |
| 09:18 | ଆମେ ଆମ Blocks ପାଇଲେ ଏବଂ ଏବେ, ଆମେ ସ୍ଥିର କରିବା ଯେ, ଏହାକୁ କେଉଁଠାରେ ରଖିବା |
| 09:22 | Block Layout ଉପରେ ପୁଣିଥରେ କ୍ଲିକ୍ କରନ୍ତୁ. Sidebar Firstକୁ ସ୍କ୍ରୋଲ୍ ଡାଉନ୍ କରି Place Block କ୍ଲିକ୍ କରନ୍ତୁ |
| 09:33 | ଆମ Drupal ସାଇଟ୍ ରେ ସ୍ଥାପିତ କରାଯିବାକୁ ଥିବା ଉପଲବ୍ଧ ସମସ୍ତ Blocksର ଏକ ପପ୍-ଅପ୍ ୱିଣ୍ଡୋ ଦେଖାଦେବ |
| 09:41 | ଆମେ ତିଆରି କରିଥିବା Custom Block - Welcome to Drupalville ଖୋଜନ୍ତୁ ଓ ତା’ପରେ Place Block ଉପରେ କ୍ଲିକ୍ କରନ୍ତୁ |
| 09:49 | ଏଠାରେ କିଛି ପ୍ରତିରୋଧ ଅଛି, ଯାହା ବିଷୟରେ ଆମେ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଜାଣିବା. ଏବେପାଇଁ Save Block ଉପରେ କ୍ଲିକ୍ କରନ୍ତୁ |
| 09:59 | ଆମ Homepageକୁ ଚାଲନ୍ତୁ ଏବଂ ସେଠାରେ ଆମେ Welcome to Druplaville ଦେଖିବା ଉଚିତ |
| 10:04 | ଏହା, ଆମେ ଚାହୁଁଥିବା କ୍ରମରେ କିମ୍ୱା ଏବେ ଆମେ ଚାହୁଁଥିବା ସ୍ଥାନରେ ନଥାଇପାରେ, କିନ୍ତୁ ତାହା ଠିକ୍ ଅଛି |
| 10:13 | Structure Menu ଆଇଟମ୍ ରେ Site Buildingର ଏହା ହେଉଛି ଗୋଟିଏ ଭାଗ |
| 10:19 | ଆମ Administration Toolbarରେ ପରବର୍ତ୍ତୀ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ, ଯାହା ହେଉଛି Appearance |
| 10:26 | ଏହା, ଆମ Drupal Site ପାଇଁ ଉପଲବ୍ଧ ସମସ୍ତ Themesର ଅବଲୋକନ ଆମକୁ ଦିଏ. ଏହା ଆମକୁ, Updates ଓ Global Settings କରିବା ପାଇଁ ଯାଞ୍ଚ କରିବାକୁ ସାମର୍ଥ୍ୟତା ମଧ୍ୟ ଦେଇଥାଏ |
| 10:38 | ଏବେପାଇଁ, Bartik ପାଇଁ Settings ଉପରେ କ୍ଲିକ୍ କରିବା |
| 10:44 | ଏହିଠାରେ ଆମେ, ସିଲେକ୍ଟ କରିଥିବା Theme ଉପରେ ନିର୍ଭର କରି ଆମ ସାଇଟ୍ ର ଲୂକ୍ ଓ ଫୀଲ୍ କୁ ମ୍ୟାନେଜ୍ କରିଥାଉ |
| 10:52 | ଏଠାରେ ଆମେ, ଏକ ଭିନ୍ନ ରଙ୍ଗ ଚୟନ କରି Batrik ପାଇଁ କଲର୍ ସ୍କିମ୍ ଅପଡେଟ୍ କରିପାରିବା କିମ୍ୱା ନିଜେ ରଙ୍ଗର ଚୟନ କରିପାରିବା |
| 11:03 | ଏହା ଆମକୁ ଏକ ପ୍ରିଭ୍ୟୁ ଦେବ. ଆମ ସାଇଟ୍ ରେ ଆମେ, ଏହିଗୁଡ଼ିକ ମଧ୍ୟରୁ କିଛିପାଇଁ ଡିସପ୍ଲେ ମଧ୍ୟ Toggle କରିପାରିବା |
| 11:12 | ଉପରକୁ ସ୍କ୍ରୋଲ୍ କରନ୍ତୁ ଓ Global Settings ଉପରେ କ୍ଲିକ୍ କରନ୍ତୁ. ଏଠାରେ ଆମେ, ଆମ ସାଇଟ୍ ପାଇଁ ଲୋଗୋ ବଦଳାଇପାରିବା, ତାହାକୁ Custom Path ଦେଇପାରିବା କିମ୍ୱା ଏକ ନୂଆ ଲୋଗୋ ମଧ୍ୟ ଅପଲୋଡ୍ କରିପାରିବା |
| 11:26 | ଗୋଟିଏ ନୂଆ ଅପଲୋଡ୍ ନକରି ଯଦି ଆମେ Save କ୍ଲିକ୍ କରିବା, ତେବେ କ’ଣ ହେବ? |
| 11:31 | ଆମ ସାଇଟ୍ କୁ ଫେରିଯାଆନ୍ତୁ ଏବଂ ଦେଖନ୍ତୁ, ଲୋଗୋଟି ଚାଲିଯାଇଛି |
| 11:36 | ତାହାକୁ ପୁଣିଥରେ ଫେରାଇଆଣିବାକୁ, Appearance ଉପରେ କ୍ଲିକ୍ କରି Settings ଓ Global Settings ଉପରେ କ୍ଲିକ୍ କରନ୍ତୁ . Use the Default Logo ଉପରେ କ୍ଲିକ୍ କରି Save Configuration କ୍ଲିକ୍ କରନ୍ତୁ |
| 11:50 | ଏବେ, ଆମ ସାଇଟ୍ ରେ ଯେତେ ପେଜ୍ ଥାଉନା କାହିଁକି, ଆମର ଲୋଗୋ ସବୁ ପେଜ୍ ଗୁଡ଼ିକରେ ଦେଖାଦେବ |
| 11:58 | ଏହିଠାରେ ଆମେ, Appearance Tab ଅନ୍ତର୍ଗତ ଆମ Drupal Site ପାଇଁ Themes ମ୍ୟାନେଜ୍ କରୁ. ଏଥିସହିତ ଆମେ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ |
| 12:08 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ଆମ Drupal Interface ନେଭିଗେଟ୍ କରିବା |
| 12:15 | ଆମେ ନିମ୍ନ ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିଲେ: Content,Structure ଓ Appearance |
| 12:33 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
| 12:44 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 12:52 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 13:02 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
| 13:17 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |