C-and-Cpp/C2/Nested-If-And-Switch-Statement/Oriya
From Script | Spoken-Tutorial
Revision as of 12:14, 3 April 2017 by PoojaMoolya (Talk | contribs)
Time | Narration |
00:01 | C ଓ C++ ରେ Nested if ଓ Switch ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:09 | nested if ଷ୍ଟେଟମେଣ୍ଟ ଓ |
00:12 | switch ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯାଏ,କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା |
00:17 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି |
00:20 | ଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 11.10 |
00:24 | ଉବୁଣ୍ଟୁରେ gcc ଓ g++ କମ୍ପାଇଲର୍ ଭର୍ସନ୍ 4.6.1 |
00:30 | ପ୍ରଥମେ nested if ଓ switch ଷ୍ଟେଟମେଣ୍ଟ କିପରି ଲେଖାଯାଏ ଏକ ଉଦାହରଣ ସାହାଯ୍ୟରେ ଶିଖିବା |
00:36 | ମୁଁ ପ୍ରୋଗ୍ରାମ୍ ଲେଖିସାରିଛି |
00:39 | ଆସନ୍ତୁ ଦେଖିବା,ଏହି ପ୍ରୋଗ୍ରାମ୍ ରେ ଇଣ୍ଟିଜର୍ ର ରେଞ୍ଜ ଚେକ୍ କରିବା ଶିଖିବା |
00:45 | ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି nested-if.c |
00:50 | ମୁଁ କୋଡ୍ ବର୍ଣ୍ଣନା କରୁଛି |
00:52 | ଏହା ହେଉଛି ହେଡର୍ ଫାଇଲ୍ |
00:54 | ଏହା ହେଉଛି main() ଫଙ୍କସନ |
00:56 | main() ଫଙ୍କସନ ଭିତରେ ଆମେ ଦୁଇଟି ଇଣ୍ଟିଜର ଭେରିଏବଲ୍ 'x ଓ y' ଘୋଷିତ କରିଛେ |
01:02 | ଏଠାରେ ଆମେ 0 ରୁ 39 ମଧ୍ୟରେ ଗୋଟିଏ ନମ୍ବର ଏଣ୍ଟର କରିବାକୁ ୟୁଜର୍ ଙ୍କୁ କହିଥାଉ |
01:08 | ଆମେ ୟୁଜର୍ ଠାରୁ ଇନପୁଟ ଭାବେ yର ଭାଲ୍ୟୁ ନେଉ |
01:12 | ଏହା ହେଉଛି if କଣ୍ଡିସନ |
01:14 | ଏଠାରେ, y/10=0 କି ନୁହେଁ ଆମେ ଯାଞ୍ଚ କରିବା |
01:19 | ଯଦି କଣ୍ଡିସନ ଟ୍ରୁ, ତେବେ,ଆମେ "you have entered the number in the range of 0-9" ପ୍ରିଣ୍ଟ କରିବା |
01:25 | ଏହା ହେଉଛି else-if କଣ୍ଡିସନ |
01:28 | ଏଠାରେ ଆମେ “y/10 = 1” ବୋଲି ଯାଞ୍ଚ କରିବା |
01:32 | ଯଦି କଣ୍ଡିସନ ଟ୍ରୁ, ତେବେ |
01:34 | ଆମେ "you have entered a number in the range of 10-19" ପ୍ରିଣ୍ଟ କରିବା |
01:39 | ଏହି else if କଣ୍ଡିସନ୍ ରେ, ସେହି ସଂଖ୍ୟା 20 ରୁ 29 ଭିତରେ ଅଛି କି ନାହିଁ ଯାଞ୍ଚ କରିବା |
01:45 | ଓ ଏଠାରେ ଆମେ ସଂଖ୍ୟା 30 ରୁ 39 ରେଞ୍ଜ ଭିତରେ ଥିବାର ଦେଖିବା |
01:51 | ଏହା ହେଉଛି else କଣ୍ଡିସନ |
01:53 | ଯଦି ଉପରୋକ୍ତ ସମସ୍ତ କଣ୍ଡିସନ ଫଲ୍ସ, ତେବେ |
01:55 | ଆମେ "number not in range" ପ୍ରିଣ୍ଟ କରିବା |
01:58 | ଓ ଏହା ହେଉଛି return ଷ୍ଟେଟମେଣ୍ଟ |
02:01 | ଏବେ ପ୍ରୋଗ୍ରାମ ଏକଜେକ୍ୟୁଟ କରିବା |
02:03 | କୀ’ ବୋର୍ଡରେ ଏକକାଳୀନ Ctrl+Alt ଓ T ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
02:12 | ଏକଜେକ୍ୟୁଟ କରିବା ପାଇଁ gcc space nested-if.c space hyphen o space nested ଟାଇପ କରନ୍ତୁ. ଏଣ୍ଟର ଦାବନ୍ତୁ |
02:23 | ଟାଇପ କରନ୍ତୁ ଡଟ୍ ସ୍ଲାସ ନେଷ୍ଟେଡ୍ (./nested). ଏଣ୍ଟର ଦାବନ୍ତୁ |
02:28 | Enter a number between 0 to 39 ଡିସପ୍ଲେ ହେବ |
02:32 | ମୁଁ 12 ଏଣ୍ଟର କରିବି |
02:34 | ଆଉଟପୁଟ ଏହିପରି ଡିସପ୍ଲେ ହେବ:, you have entered the number in the range of 10-19 |
02:40 | ଆଉ ଏକ ନମ୍ବର ଏଣ୍ଟର କରିବା |
02:42 | ପୁଣିଥରେ ଏକଜେକ୍ୟୁଟ କରିବା, ଅପ୍ ଏରୋ କୀ ଦାବନ୍ତୁ. ଏଣ୍ଟର ଦାବନ୍ତୁ |
02:48 | ଏଥର ମୁଁ 5 ଦେବି |
02:50 | ଆଉଟପୁଟ ଏହିପରି ଡିସପ୍ଲେ ହେବ: |
02:52 | you have entered the number in the range of 0-9 |
02:56 | କଣ୍ଡିସନାଲ୍ ଏକଜେକ୍ୟୁସନ ଭିନ୍ନ ମାର୍ଗରେ ମଧ୍ୟ କରାଯାଇପାରେ |
03:00 | switch ଷ୍ଟେଟମେଣ୍ଟ ବ୍ୟବହାର କରି |
03:02 | ଏହା କିପରି କରାଯାଏ, ଦେଖିବା |
03:05 | ଏହି ପ୍ରୋଗ୍ରାମକୁ switch ବ୍ୟବହାର କରି ଦେଖିବା |
03:08 | ମୁଁ ପ୍ରୋଗ୍ରାମ ଖୋଲିସାରିଛି |
03:10 | ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ |
03:13 | ମୁଁ ଏହାକୁ ପୂର୍ବ ପ୍ରୋଗ୍ରାମରେ ବୁଝାଇସାରିଛି |
03:16 | ତେଣୁ, ମୁଁ switch ଷ୍ଟେଟମେଣ୍ଟକୁ ଯିବି |
03:20 | ଏଠାରେ ଇନପୁଟ୍ ବିଭାଜିତ କରିବା, ଅର୍ଥାତ୍, y by 10 ଓ ପରିଣାମ ଭେରିଏବଲ୍ xରେ ଷ୍ଟୋର୍ ହେବ |
03:28 | ଏହାର ଅର୍ଥ ଭାଗଫଳ x ରେ ଷ୍ଟୋର୍ ହୋଇଯିବ |
03:32 | ଭାଗଫଳ ସାହାଯ୍ୟରେ ଆମେ ସଂଖ୍ୟାର ରେଞ୍ଜ ଚିହ୍ନଟ କରିପାରିବା |
03:36 | ଏଠାରେ, ଆମେ ସ୍ୱିଚ୍ କମାଣ୍ଡକୁ କହିବା ଯେ, ଯାଞ୍ଚ କରାଯିବାକୁ ଥିବା ଭେରିଏବଲ୍ x ଅଟେ |
03:41 | ଏହା ହେଉଛି case 0. ଯଦି case 0 ସନ୍ତୋଷଜନକ, |
03:45 | ତେବେ ଆମେ you have entered the number in the range of 0-9 ପ୍ରିଣ୍ଟ କରିବା |
03:51 | ଯଦି କେସ୍ ସନ୍ତୋଷଜନକ, ତେବେ ଲୁପ୍ରୁ ବାହାରିବା ପାଇଁ break ଆଡ୍ କରିବା |
03:55 | ପ୍ରତ୍ୟେକଥର ଲୁପ୍ break କରିବା ଆବଶ୍ୟକ |
03:58 | ଏହାର କାରଣ ହେଉଛି, ଗୋଟିଏ ସମୟରେ କେବଳ ଗୋଟିଏ କଣ୍ଡିସନ ଟ୍ରୁ ହୋଇପାରେ |
04:03 | ଏହା ହେଉଛି “case 1”. “case 1”ର ଅର୍ଥ “ଯଦି x ର ଭାଲ୍ୟୁ 1” ଅଟେ. |
04:08 | ଆମେ ପ୍ରିଣ୍ଟ କରିବା you have entered a number in the range of 10-19 |
04:12 | ଏହା ହେଉଛି “case 2” |
04:14 | ଏଠାରେ ଆମେ you have entered a number in the range of 20-29 ପ୍ରିଣ୍ଟ କରିବା |
04:20 | ଓ ଏହା ହେଉଛି case 3. ଏଠାରେ ସଂଖ୍ୟାଟି 30 ରୁ 39 ମଧ୍ୟରେ ଅଛି କି ନହିଁ ଯାଞ୍ଚ କରିବା |
04:26 | ଏହା ଡିଫଲ୍ଟ କେସ୍ ଅଟେ. ଯଦି ଉପରୋକ୍ତ କେସ୍ ଗୁଡ଼ିକ ସନ୍ତୋଷଜନକ ନୁହେଁ, ତେବେ କ’ଣ କରାଯିବା ଆବଶ୍ୟକ ଡିଫଲ୍ଟ କେସ୍ ନିର୍ଦ୍ଦିଷ୍ଟ କରେ |
04:36 | ଏଠାରେ ଆମେ ପ୍ରିଣ୍ଟ କରିବା "number not in range" |
04:39 | ଓ ଏହା ହେଉଛି return ଷ୍ଟେଟମେଣ୍ଟ |
04:41 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
04:43 | ଟର୍ମିନାଲ୍ କୁ ଫେରିଆସନ୍ତୁ |
04:46 | gcc space switch.c space -o space switch ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ |
04:55 | ଟାଇପ୍ କରନ୍ତୁ ./switch (ଡଟ୍ ସ୍ଲାସ୍ ସ୍ୱିଚ୍). ଏଣ୍ଟର ଦାବନ୍ତୁ |
05:00 | 0 ରୁ 39 ମଧ୍ୟରେ ଏକ ସଂଖ୍ୟା ଏଣ୍ଟର କରନ୍ତୁ. ମୁଁ 35 ଏଣ୍ଟର କରିବି |
05:06 | ଆଉଟପୁଟ୍ ଏହିପରି ପ୍ରଦର୍ଶିତ ହେବ: “you have entered the number in the range of 30 to 39” |
05:10 | ଏବେ C++ରେ ପ୍ରୋଗ୍ରାମ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା |
05:16 | ଟେକ୍ସଟ୍ ଏଡିଟର୍କୁ ଫେରିଆସନ୍ତୁ |
05:18 | ଦେଖନ୍ତୁ, ଆମ ଫାଇଲ ନାମ ହେଉଛି nested-if.cpp |
05:23 | ଏଠାରେ ଲଜିକ୍ ଓ ଇମ୍ପ୍ଲିମେଣ୍ଟେସନ୍ ସମାନ ଅଟେ |
05:27 | ଏଠାରେ କିଛି ପରିବର୍ତ୍ତନ ଅଛି, ଯେପରି: |
05:30 | "stdio.h" ସ୍ଥାନରେ "iostream" ଭାବେ ହେଡର୍ ଫାଇଲ୍ |
05:35 | ଏଠାରେ ଆମେ using ଷ୍ଟେଟମେଣ୍ଟ ଅନ୍ତର୍ଭୁକ୍ତ କରିଛେ |
05:39 | Using namespace std |
05:41 | ଏବଂ printf ଓ scanf ସ୍ଥାନରେ cout ଓ cin ଫଙ୍କସନ |
05:46 | ଆପଣ ଦେଖିପାରିବେ ଯେ, ବାକି କୋଡ୍ C ପ୍ରୋଗ୍ରାମ୍ ସହ ସମାନ ଅଟେ |
05:51 | କୋଡ୍ ଏକଜେକ୍ୟୁଟ୍ କରିବା |
05:53 | ଟର୍ମିନାଲ୍ କୁ ଫେରିଆସନ୍ତୁ |
05:56 | ଟାଇପ୍ କରନ୍ତୁ g++ space nested-if.cpp space -o space nested1. ଏଣ୍ଟର ଦାବନ୍ତୁ |
06:07 | ./nested1 ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ |
06:11 | 0 ରୁ 39 ମଧ୍ୟରେ ଏକ ନମ୍ବର ଏଣ୍ଟର କରନ୍ତୁ, ମୁଁ 40 ଏଣ୍ଟର କରିବି |
06:16 | ଆଉଟପୁଟ ଡିସପ୍ଲେ ହେବ: “number not in range” |
06:20 | ଏବେ, C++ରେ switch ପ୍ରୋଗ୍ରାମ ଦେଖିବା |
06:24 | ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ |
06:27 | ଏଠାରେ ମଧ୍ୟ ଲଜିକ୍ ଓ ଇମ୍ପିମେଣ୍ଟେସନ୍ ସମାନ ଅଟେ |
06:31 | ଦେଖନ୍ତୁ, ହେଡର୍ ଫାଇଲ୍ ହେଉଛି iostream |
06:34 | ଏଠାରେ using ଷ୍ଟେଟମେଣ୍ଟ ଅଛି |
06:37 | ଓ ଆମେ cout ଓ cin ଫଙ୍କସନ ପରିବର୍ତ୍ତିତ କରିଛେ |
06:41 | ବାକି କୋଡ୍ switch.c ପ୍ରୋଗ୍ରାମ୍ ଭଳି ସମାନ ଅଟେ |
06:45 | ଏକଜେକ୍ୟୁଟ କରିବା,ଟର୍ମିନାଲ୍ କୁ ଫେରିଆସନ୍ତୁ |
06:48 | ଟାଇପ୍ କରନ୍ତୁ g++ space switch.cpp space -o space switch1. ଏଣ୍ଟର ଦାବନ୍ତୁ |
06:58 | ./switch1 ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ |
07:02 | 0 ରୁ 39 ମଧ୍ୟରେ ଏକ ନମ୍ବର ଏଣ୍ଟର କରନ୍ତୁ |
07:05 | ମୁଁ 25 ଏଣ୍ଟର କରିବି |
07:09 | ଆଉଟପୁଟ ଏହିପରି ପ୍ରଦର୍ଶିତ ହେବ: |
07:11 | “you have entered the number in the range of 20-29” |
07:15 | ବର୍ତ୍ତମାନ ସ୍ଲାଇଡ୍ସକୁ ଫେରିଆସନ୍ତୁ |
07:18 | switch ଓ nested-if ଷ୍ଟେଟମେଣ୍ଟ ମଧ୍ୟରେ ତୁଳନା କରିବା |
07:23 | ଏକ୍ସପ୍ରେସନ୍ ର ରେଜଲ୍ଟ ଅନୁସାରେ switch ଷ୍ଟେଟମେଣ୍ଟ ମୂଲ୍ୟାଙ୍କିତ ହେବ |
07:28 | ଯଦି ଏକ୍ସପ୍ରେସନ୍ ର ରେଜଲ୍ଟ ଟ୍ରୁ ହେବ, ତେବେ ହିଁ nested-if ଷ୍ଟେଟମେଣ୍ଟ ରନ୍ କରିବ |
07:34 | switchରେ, ଭେରିଏବଲ୍ ର ବିଭିନ୍ନ ଭାଲ୍ୟୁକୁ cases ଭାବେ ବ୍ୟବହାର କରୁ |
07:39 | nested-if ରେ, ଭେରିଏବଲ୍ ର ପ୍ରତ୍ୟେକ ଭାଲ୍ୟୁ ପାଇଁ କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଲେଖିବାକୁ ପଡ଼େ |
07:45 | Switch ଷ୍ଟେଟମେଣ୍ଟ କେବଳ ଇଣ୍ଟିଜର୍ ଭାଲ୍ୟୁଗୁଡ଼ିକୁ ଯାଞ୍ଚ କରିପାରେ |
07:50 | Nested if, ଉଭୟ ଇଣ୍ଟିଜର୍ ଓ ଫ୍ରାକ୍ସନାଲ୍ ଭାଲ୍ୟୁଗୁଡ଼ିକୁ ଯାଞ୍ଚ କରିପାରେ |
07:55 | ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
07:58 | ସଂକ୍ଷିପ୍ତରେ |
08:00 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ * 'nested if' ଷ୍ଟେଟମେଣ୍ଟ, ଯେପରି- else if( y/10 equals to 0) |
08:08 | switch ଷ୍ଟେଟମେଣ୍ଟ, ଯେପରି- switch(x) ଓ |
08:12 | nested-if ଓ switch ଷ୍ଟେଟମେଣ୍ଟ ମଧ୍ୟରେ ପାର୍ଥକ୍ୟ |
08:16 | ଏକ ଆସାଇନମେଣ୍ଟ ଭାବେ,କର୍ମଚାରୀର ବୟସ ୨୦ ରୁ ୬୦ ମଧ୍ୟରେ କି ନୁହେଁ, ଯାଞ୍ଚ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
08:23 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ /What\_is\_a\_Spoken\_Tutorial |
08:26 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:29 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
08:33 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:38 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:42 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact @spoken-tutorial.org) |
08:49 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:52 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:58 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro) |
09:04 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |