C-and-Cpp/C2/First-Cpp-Program/Oriya
From Script | Spoken-Tutorial
Revision as of 17:40, 31 March 2017 by PoojaMoolya (Talk | contribs)
Time | Narration |
00:02 | “ପ୍ରଥମ C++ ପ୍ରୋଗ୍ରାମ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ସ୍ୱାଗତ. |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
00:10 | ଏକ C++ ପ୍ରୋଗ୍ରାମ୍ କିପରି ଲେଖାଯାଏ |
00:13 | ତାହାକୁ କିପରି କମ୍ପାଇଲ୍ କରାଯାଏ ତାହାକୁ କିପରି ଏକଜେକ୍ୟୁଟ୍ କରାଯାଏ |
00:17 | ଆମେ, କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବର୍ଣ୍ଣନା କରିବୁ. |
00:22 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦ ଓ |
00:29 | G++ କମ୍ପାଇଲର୍ ଭର୍ସନ୍ ୪.୫.୨ ବ୍ୟବହାର କରୁଛି. |
00:35 | ଏହି ଟ୍ୟୁଟୋରିଆଲ୍ ପ୍ରାକ୍ଟିସ୍ କରିବାକୁ, |
00:37 | ଆପଣ, ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଓ ଏକ ଏଡିଟର୍ ସହିତ ପରିଚିତ ଥିବା ଉଚିତ. |
00:44 | କିଛି ଏଡିଟର୍ ହେଉଛି vim ଓ gedit. |
00:48 | ଏହି ଟ୍ୟୁଟୋରିଆଲ୍ ରେ ମୁଁ ’ଜିଏଡିଟ୍’ ବ୍ୟବହାର କରିବି. |
00:50 | ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ନିମ୍ନ ଲିଙ୍କ୍ ରେ ପ୍ରଦର୍ଶିତ ଆମ ୱେବ୍-ସାଇଟ୍ କୁ ଯାଆନ୍ତୁ. |
00:56 | ଏକ ଉଦାହରଣ ମାଧ୍ୟମରେ ମୁଁ ଆପଣଙ୍କୁ, C++ ପ୍ରୋଗ୍ରାମ୍ କିପରି ଲେଖାଯାଏ, କହିବି. |
01:01 | କୀ’ବୋର୍ଡରେ ଏକାସାଙ୍ଗରେ Ctrl, Alt ଓ T ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ. |
01:09 | ଏବେ ଟେକ୍ସଟ୍ ଏଡିଟର୍ ଖୋଲିବା. ତେଣୁ, ପ୍ରମ୍ପ୍ଟରେ ଆମେ |
01:13 | “ଜିଏଡିଟ୍” ସ୍ପେସ୍ “ଟକ୍” ଡଟ୍ “.cpp” ସ୍ପେସ୍ ଆମ୍ପର୍ସାଣ୍ଡ “&” ଚିହ୍ନ ଟାଇପ୍ କରିବା. |
01:21 | ଆମେ ପ୍ରମ୍ପ୍ଟକୁ ମୁକ୍ତ କରିବା ପାଇଁ ଆମ୍ପରସେଣ୍ଡ୍ (&) ଉପଯୋଗ କରୁ. |
01:25 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସମସ୍ତ “C++” ଫାଇଲଗୁଡ଼ିକର “”.cpp”” (dot cpp) ଏକ୍ସଟେନ୍ସନ୍ ଥାଏ. |
01:31 | ଏବେ, “ଏଣ୍ଟର୍” ଦାବନ୍ତୁ, |
01:33 | ଟେକ୍ସଟ୍ ଏଡିଟର୍ ଖୋଲିଯାଇଛି |
01:35 | ଚାଲନ୍ତୁ, ଏକ ପ୍ରୋଗ୍ରାମ୍ ଲେଖିବା. |
01:38 | ଡବଲ୍ ସ୍ଲାଶ୍ “//” ସ୍ପେସ୍ “My first C++ program” ଟାଇପ୍ କରନ୍ତୁ. |
01:44 | ଏଠାରେ, ଲାଇନ୍ କୁ କମେଣ୍ଟ କରିବା ପାଇଁ ଡବଲ୍ ସ୍ଲାଶ୍ ବ୍ୟବହୃତ ହୁଏ. |
01:49 | ପ୍ରୋଗ୍ରାମ୍ ର ଫ୍ଲୋ ବୁଝିବା ପାଇଁ କମେଣ୍ଟସ୍ ବ୍ୟବହାର କରାଯାଏ. |
01:52 | ଏହା ଡକ୍ୟୁମେଣ୍ଟେଶନ୍ ପାଇଁ ଉପଯୋଗୀ ଅଟେ. |
01:55 | ପ୍ରୋଗ୍ରାମ୍ ବିଷୟରେ ଏହା ଆମକୁ ସୂଚନା ଦିଏ. |
01:59 | ଡବଲ୍ ସ୍ଲାଶ୍ କୁ ସିଙ୍ଗଲ୍ ଲାଇନ୍ କମେଣ୍ଟ କୁହାଯାଏ. ଏବେ, ଏଣ୍ଟର୍ ଦାବନ୍ତୁ. |
02:05 | (ହାଶ୍) “#include” ସ୍ପେସ୍ ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ. |
02:13 | ପ୍ରଥମେ ବ୍ରାକେଟ୍ ସମ୍ପୂର୍ଣ୍ଣ କରି, ତା’ପରେ ତା’ ଭିତରେ ଲେଖିବା ସର୍ବଦା ଏକ ଉତ୍ତମ ଅଭ୍ୟାସ. |
02:20 | ଏବେ ବ୍ରାକେଟ୍ ଭିତରେ “iostream” ଟାଇପ୍ କରନ୍ତୁ. |
02:23 | “iostream” ହେଉଛି ଏକ ହେଡର୍ ଫାଇଲ୍. |
02:26 | ଏହି ଫାଇଲ୍ ରେ, C++.ରେ ସାଧାରଣ ଇନପୁଟ୍/ଆଉଟପୁଟ୍ ପଙ୍କସନ୍ ର ଘୋଷଣା ଅନ୍ତର୍ଭୁକ୍ତ ଥାଏ. ଏବେ, ଏଣ୍ଟର୍ ଦାବନ୍ତୁ. |
02:35 | “using” ସ୍ପେସ୍ “namespace” ସ୍ପେସ୍ “std” ଓ ଏକ ସେମିକଲନ୍ “;” ଟାଇପ୍ କରନ୍ତୁ. |
02:45 | ଆପଣ “std namespace” ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି “using” ଷ୍ଟେଟମେଣ୍ଟ କମ୍ପାଇଲର୍ କୁ ସୂଚିତ କରେ. |
02:52 | ନାମ ସଂଘର୍ଷକୁ ଏଡ଼ାଇବା ହେଉଛି “namespace”ର ଉଦ୍ଦେଶ୍ୟ. |
02:56 | ପରିଚୟକର୍ତ୍ତାଙ୍କର ନାମଗୁଡ଼ିକୁ ଲୋକାଲାଇଜ୍ କରାଯାଇ ଏହା କରାଯାଇଥାଏ. |
03:00 | ଏହା ଘୋଷଣାତ୍ମକ କ୍ଷେତ୍ର ପ୍ରସ୍ତୁତ କରିବା ସହ ସୁଯୋଗ ନିର୍ଦ୍ଧାରିତ କରିଥାଏ. |
03:05 | ଏକ “namespace” ମଧ୍ୟରେ ଯାହାକିଛି ବି ଦର୍ଶାଯାଇଥିବ, ତାହା ସେହି “namespace”ର ସ୍କୋପ୍ ରେ ଥିବ. |
03:11 | ଏଠାରେ “std” ହେଉଛି “namespace”, ଯେଉଁଥିରେ ସମଗ୍ର ଷ୍ଟାଣ୍ଡାର୍ଡ C++ ଲାଇବ୍ରେରୀ ଘୋଷିତ ହୋଇଛି. ଏଣ୍ଟର୍ ପ୍ରେସ୍ କରନ୍ତୁ. |
03:20 | ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ ମଧ୍ୟରେ “int” ସ୍ପେସ୍ “main” ଟାଇପ୍ କରନ୍ତୁ. |
03:26 | “main” ହେଉଛି ଏକ ସ୍ପେସିଆଲ୍ “ଫଙ୍କସନ୍”. |
03:30 | ଏହି ଲାଇନ୍ ରୁ ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ଆରମ୍ଭ ହେଲା ବୋଲି ଏହା କହିଥାଏ. |
03:34 | ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ କୁ ପାରେନ୍ଥେସିସ୍ କୁହାଯାଏ. |
03:39 | “main” ପରେ ଥିବା ପାରେନ୍ଥେସିସ୍ ୟୁଜର୍ ଙ୍କୁ କହିଥାଏ ଯେ, “main” ହେଉଛି ଏକ “ଫଙ୍କସନ୍”. |
03:45 | ଏଠାରେ “int” “main() ଫଙ୍କସନ୍” କୌଣସି “ଆର୍ଗୁମେଣ୍ଟ୍” ନିଏନାହିଁ ଓ “ଇଣ୍ଟିଜର୍” ପ୍ରକାରର ଏକ ଭାଲ୍ୟୁ ରିଟର୍ନ କରେ. |
03:52 | ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ “ଡାଟା ଟାଇପ୍” ବିଷୟରେ ଶିଖିବା. |
03:56 | ଏବେ ଆମେ ସ୍ଲାଇଡ୍ସକୁ ଯାଇ “main” ଫଙ୍କସନ୍ ବିଷୟରେ ଅଧିକ ଜାଣିବା. |
04:02 | ପ୍ରତ୍ୟେକ “ପ୍ରୋଗ୍ରାମ୍” ରେ ଗୋଟିଏ ମେନ୍ ଫଙ୍କସନ୍ ରହିବା ଉଚିତ. |
04:04 | ଗୋଟିଏ ଫଙ୍କସନ୍ ରୁ ଅଧିକ ରହିବା ଉଚିତ ନୁହେଁ. |
04:09 | ଅନ୍ୟଥା କମ୍ପାଇଲର୍, ପ୍ରୋଗ୍ରାମ୍ ର ଆରମ୍ଭ ଠାବ କରିପାରିବ ନାହିଁ. |
04:13 | ପାରେନ୍ଥେସେସ୍ ର ଖାଲି ଯୋଡ଼ା ଏହା ସୂଚିତ କରେ ଯେ, ମେନ୍ ରେ କୌଣସି “ଆର୍ଗୁମେଣ୍ଟସ୍” ନାହିଁ. |
04:19 | ଆଗାମୀ ଟ୍ୟୁଟୋରିଆଲ୍ସରେ ଆର୍ଗୁମେଣ୍ଟସ୍ ର କନ୍ସେପ୍ଟ ସବିଶେଷ ଭାବେ ଆଲୋଚିତ ହେବ. |
04:24 | ଏବେ, ଆମ ପ୍ରୋଗ୍ରାମ୍ କୁ ଫେରିଯିବା. ଏଣ୍ଟର୍ ଦାବନ୍ତୁ. |
04:29 | ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ “{“ ଟାଇପ୍ କରନ୍ତୁ. |
04:32 | “ମେନ୍()”ଫଙ୍କସନ୍ ର ଆରମ୍ଭକୁ ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ. |
04:37 | ତା’ପରେ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ “}” ଟାଇପ୍ କରନ୍ତୁ. |
04:40 | “ମେନ୍()”ଫଙ୍କସନ୍ ର ଶେଷକୁ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ. |
04:45 | ଏବେ, ବ୍ରାକେଟ୍ ମଧ୍ୟରେ ଦୁଇଥର “ଏଣ୍ଟର୍” ଦାବି |
04:49 | ଗୋଟିଏ ଲାଇନ୍ ଉପରକୁ କର୍ସର୍ ଘୂଞ୍ଚାନ୍ତୁ. |
04:51 | କୋଡ୍ ପଢ଼ିବାକୁ ଇଣ୍ଡେନ୍ସନ୍ ସହଜ କରିଥାଏ. |
04:54 | ଏରର୍ ଶୀଘ୍ର ଲୋକେଟ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ. |
04:58 | ତେଣୁ, ଏଠାରେ ଗୋଟିଏ ସ୍ପେସ୍ ଦେଇ |
05:01 | “cout” ସ୍ପେସ୍ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରିବା. |
05:07 | ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରିଣ୍ଟ କରିବାକୁ “cout” ହେଉଛି ଷ୍ଟାଣ୍ଡାର୍ଡ C++ ଫଙ୍କସନ୍. |
05:14 | ଏବେ, ବ୍ରାକେଟ୍ ପରେ, ଡବଲ୍ କ୍ୱୋଟ୍ସ ମଧ୍ୟରେ. |
05:18 | “cout” ଫଙ୍କସନ୍ ରେ ଥିବା ଡବଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥିବ, ତାହା ପ୍ରିଣ୍ଟ ହୋଇଯିବ. |
05:24 | ଏକ କ୍ୱୋଟ୍ ଭିତରେ “ଟକ୍ ଟୁ ଏ ଟିଚର୍ ବ୍ୟାକସ୍ଲାଶ୍ (\)n” ଟାଇପ୍ କାରନ୍ତୁ. |
05:31 | ଏଠାରେ “ବ୍ୟାକସ୍ଲାଶ୍ (\)n” ଏକ ନୂଆ ଲାଇନ୍ କୁ ବୁଝାଏ. |
05:35 | ପରିଣାମସ୍ୱରୂପ, “cout” ଫଙ୍କସନ୍ ର ଏକଜେକ୍ୟୁଶନ୍ ପରେ, କର୍ସର୍ ନୂଆ ଲାଇନ୍ କୁ ଚାଲିଯିବ. |
05:41 | ପ୍ରତ୍ୟେକ “C++” ଷ୍ଟେଟମେଣ୍ଟ୍ ଏକ “ସେମିକଲନ୍ (;)” ସହ ଶେଷ ହେବା ଉଚିତ. |
05:45 | ତେଣୁ, ତାହାକୁ ଏହି ଲାଇନ୍ ଶେଷରେ ଟାଇପ୍ କରନ୍ତୁ. |
05:48 | “ସେମିକଲନ୍” ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବରେ କାମ କରେ. ଏଣ୍ଟର୍ ଦାବନ୍ତୁ. |
05:53 | ଏଠାରେ ଏକ ସ୍ପେସ୍ ଦେଇ “ରିଟର୍ନ” ସ୍ପେସ୍ “୦” ଓ ଏକ “ସେମିକଲନ୍” ଟାଇପ୍ କରନ୍ତୁ. |
06:00 | ଏହି ଷ୍ଟେଟମେଣ୍ଟ ଇଣ୍ଟିଜର୍ ଜିରୋ ଦେଇଥାଏ. |
06:03 | ଏହି ଫଙ୍କସନ୍ ପାଇଁ ଏକ ଇଣ୍ଟିଜର୍ ରିଟର୍ନ ହେବା ଦରକାର, କାରଣ ଫଙ୍କସନ୍ ର ପ୍ରକାର ହେଉଛି “int”. |
06:10 | ଏକଜେକ୍ୟୁଟେବଲ୍ ଷ୍ଟେଟମେଣ୍ଟର ଶେଷକୁ “ରିଟର୍ନ” ଷ୍ଟେଟମେଣ୍ଟ ଚିହ୍ନିତ କରେ. |
06:14 | ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ ରିଟର୍ନଡ୍ ଭାଲ୍ୟୁ ବିଷୟରେ ଅଧିକ ଶିଖିବା. |
06:20 | ଫାଇଲ୍ ସେଭ୍ କରିବା ପାଇଁ ଏବେ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ. |
06:23 | ବାରମ୍ୱାର ଫାଇଲ୍ ସେଭ୍ କରିବା ଏକ ଭଲ ଅଭ୍ୟାସ. |
06:26 | ଏହା ଆପଣଙ୍କୁ, ସଡନ୍ ପାୱର୍ ଫେଲ୍ୟୋର୍ ରୁ ରକ୍ଷା କରିବ. |
06:30 | ଆପ୍ଲିକେଶନ୍ କ୍ରାଶ୍ ହେବା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ. |
06:34 | ଏବେ ପ୍ରୋଗ୍ରାମ୍ କମ୍ପାଇଲ୍ କରିବା. |
06:36 | ଟର୍ମିନାଲ୍ କୁ ଫେରିଚାଲନ୍ତୁ. |
06:39 | “g++” ସ୍ପେସ୍ “talk.cpp” ସ୍ପେସ୍ ହାଇଫେନ୍ “-o” ସ୍ପେସ୍ “output” ଟାଇପ୍ କରନ୍ତୁ. |
06:49 | ଏଠାରେ g++ ହେଉଛି, “c++” ପ୍ରୋଗ୍ରାମ୍ସ କମ୍ପାଇଲ୍ କରିବା ପାଇଁ ଏକ କମ୍ପାଇଲର୍ |
06:55 | talk.cpp ହେଉଛି ଆମ ଫାଇଲ୍ ନାମ. |
06:59 | -o output କୁହେ ଯେ, ଏକଜେକ୍ୟୁଟେବଲ୍ କୁ output ଫାଇଲ୍ କୁ ଯିବା ଉଚିତ. |
07:05 | “ଏଣ୍ଟର୍” ଦବାନ୍ତୁ. |
07:07 | ଦେଖନ୍ତୁ, ପ୍ରୋଗ୍ରାମ୍ କମ୍ପାଇଲ୍ ହୋଇଗଲା. |
07:10 | ଶେଷ ଫାଇଲ୍ ଭାବେ “output” କ୍ରିଏଟ୍ ହୋଇଛି ବୋଲି ଆମେ “ls ସ୍ପେସ୍ (ହାଇଫେନ୍) –lrt” ଟାଇପ୍ କରି ଦେଖିପାରିବା. |
07:19 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବାକୁ, “(ଡଟ୍ ସ୍ଲାଶ୍) ./output” ଟାଇପ୍ କରି |
07:24 | ଏଣ୍ଟର୍ ଦାବନ୍ତୁ. |
07:27 | “ଟକ୍ ଟୁ ଏ ଟିଚର୍” ଭାବେ ଏଠାରେ ଆଉଟପୁଟ୍ ଦେଖାଗଲା. |
07:30 | ଚାଲନ୍ତୁ ଏବେ କମନ୍ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ. |
07:35 | ଆମ ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ. |
07:38 | ଧରନ୍ତୁ, ଏଠାରେ ମୁଁ “}” (କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍) ଛାଡ଼ିଦେଇ |
07:42 | “ସେଭ୍”ରେ କ୍ଲିକ୍ କରିବି. |
07:44 | ଏକଜେକ୍ୟୁଟ୍ କରିବା. ଆମ ଟର୍ମିନାଲ୍ କୁ ଫେରିଯିବା. |
07:48 | ପୂର୍ବରୁ ବ୍ୟବହାର ହୋଇଥିବା କମାଣ୍ଡ ବ୍ୟବହାର କରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ ଓ ରନ୍ କରନ୍ତୁ. ଆମେ ଏକ ଏରର୍ ଦେଖୁ. |
07:55 | ଆମ “ଟକ୍.ସିପିପି” ଫାଇଲ୍ ରେ ଥିବା ୭ମ ଲାଇନ୍ ରେ ଏକ ଏରର୍ ଅଛି, ଯାହା “ଇନପୁଟ୍ ର ଶେଷରେ କର୍ଲୀ ବ୍ରାକେଟ୍ ଖୋଜୁଛି”. |
08:07 | ଏବେ, ଆମ ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ. |
08:09 | ପୂର୍ବରୁ ମୁଁ କହିସାରିଛି ଯେ, କ୍ଲୋଜିଙ୍ଗ୍ ବ୍ରାକେଟ୍ ମେନ୍ ଫଙ୍କସନ୍ ର ଶେଷକୁ ଚିହ୍ନିତ କରେ. |
08:14 | ତେଣୁ, ଏଠାରେ ବ୍ରାକେଟ୍ କୁ ରି-ଇନ୍ସର୍ଟ କରନ୍ତୁ. ଫାଇଲ୍ କୁ ସେଭ୍ କରନ୍ତୁ. |
08:19 | ଏହାକୁ ଆମେ ପୁଣି ଏକଜେକ୍ୟୁଟ୍ କରିବା. |
08:21 | “ଅପ୍ ଏରୋ” କୀ’ ଦାବି ପୂର୍ବରୁ ଏଣ୍ଟର୍ କରିଥିବା କମାଣ୍ଡଗୁଡ଼ିକୁ ଆପଣ ପୁଣି ଦେଖିପାରିବେ. |
08:26 | ତାହା ହିଁ ମୁଁ ଏବେ କଲି. |
08:30 | ହଁ, ଏହା କାମ କରୁଛି. |
08:32 | ମୁଁ ଆପଣଙ୍କୁ ଅନ୍ୟ ଏକ ସାଧାରଣ ଏରର୍ ଦେଖାଇବି. |
08:35 | ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ. |
08:37 | ବର୍ତ୍ତମାନ, ଧରନ୍ତୁ ଏହି ଲାଇନ୍ ଶେଷରେ ଆମେ std. ଛାଡ଼ିଦେଇ |
08:41 | “ସେଭ୍” ରେ କ୍ଲିକ୍ କରିବା. |
08:44 | ପ୍ରୋଗ୍ରାମ୍ କୁ ଫେରି ଚାଲନ୍ତୁ. |
08:46 | କମ୍ପାଇଲ୍ କରିବା. |
08:48 | “ଟକ୍.ସିପିପି” ଫାଇଲ୍ ରେ ଥିବା ଦ୍ୱିତୀୟ ଓ ଷଷ୍ଠ ଲାଇନ୍ ରେ ଏକ ଏରର୍ ଥିବାର ଆମେ ଦେଖିଛେ. |
08:56 | ତାହା ହେଉଛି "expected identifier before 'semicolon' " ଓ " 'cout' was not declared in this scope". |
09:05 | ଯେହେତୁ cout ହେଉଛି ଷ୍ଟାଣ୍ଡାର୍ଡ C++ library function. |
09:09 | ଓ ସମଗ୍ର C++ library function std namespace ଅନ୍ତର୍ଗତ ବର୍ଣ୍ଣିତ ହୋଇଛି. |
09:15 | ତେଣୁ ତାହା ଏକ ଏରର୍ ଦିଏ. |
09:18 | ଏବେ ଚାଲନ୍ତୁ ଏରର୍ ଫିକ୍ସ କରିବା.ଆମେ ଟେକ୍ସଟ୍ ଏଡିଟର୍ କୁ ଫେରିଆସି “std” ଟାଇପ୍ କରିବା. |
09:23 | ସେଭ୍ କରନ୍ତୁ. |
09:25 | ଚାଲନ୍ତୁ, ଏହାକୁ ପୁଣି କମ୍ପାଇଲ୍ କରିବା. |
09:29 | ହଁ, ଏହା କାମ କରୁଛି. |
09:32 | ଏକ ଆସାନମେଣ୍ଟ ଭାବରେ ଆପଣଙ୍କ ନାମ ଓ ସହର ପ୍ରିଣ୍ଟ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ. |
09:37 | ଏହି ଟ୍ୟୁଟୋରିଆଲ୍ ରେ ଆମେ “ସିଙ୍ଗଲ୍ ଲାଇନ୍ କମେଣ୍ଟ” ବ୍ୟବହାର କରିଛେ. |
09:40 | ଏବେ ଏକ “ମଲ୍ଟିଲାଇନ୍ କମେଣ୍ଟ” ଦେବାକୁ ଚେଷ୍ଟା କରନ୍ତୁ. |
09:44 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ, |
09:46 | ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, |
09:48 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ. |
09:53 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, |
09:55 | ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ. |
09:58 | ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ. |
10:01 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ. |
10:10 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
10:14 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
10:20 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି. |
10:25 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
10:28 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ. |