LibreOffice-Suite-Calc/C2/Working-with-Sheets/Oriya

From Script | Spoken-Tutorial
Revision as of 16:22, 21 February 2017 by PoojaMoolya (Talk | contribs)

Jump to: navigation, search

Resources for recording Working with Sheets

Time Narration
00.00 ଲିବର ଅଫିସ୍ Calc-ସେଲ୍ ଓ ଶୀଟ୍ ଗୁଡିକ ସହିତ କାର୍ଯ୍ୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:09 Rows ଓ Columns ଇନ୍ସର୍ଟ୍ ଓ ଡିଲିଟ୍ କରିବା
00:13 ଶୀଟ୍ ଇନ୍ସର୍ଟ୍ ଓ ଡିଲିଟ୍ କରିବା

ଶୀଟ୍ ଗୁଡିକୁ ରିନେମ୍(ପୁନଃ ନାମକରଣ) କରିବା

00:17 ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:29 ଏକ ସ୍ପ୍ରେଡ୍ ଶୀଟ୍ ରେ କିଭଳି ରୋ’ ଓ କଲମ୍ସ ଇନ୍ସର୍ଟ୍ କରାଯାଏ, ଚାଲନ୍ତୁ ତାହା ଶିଖିବା |
00:35 “personal finance tracker.ods” ଫାଇଲ୍ ଖୋଲନ୍ତୁ |
00:42 ରୋ’ ଓ କଲମ୍ସଗୁଡିକ ପୃଥକ କିମ୍ୱା ଗ୍ରୁପ୍ ଭାବରେ ଇନ୍ସର୍ଟ୍ କରାଯାଇପାରିବ |
00:47 ସ୍ପ୍ରେଡ୍ ଶୀଟ୍ ରେ ଗୋଟିଏ ରୋ’ ଓ ଗୋଟିଏ କଲମ୍ ଇନ୍ସର୍ଟ୍ କରିବାକୁ ଆପଣ ନୂତନ କଲମ୍ ବା ଏକ ନୂତନ ରୋ’ ଇନ୍ସର୍ଟ କରିବାକୁ ଚାହୁଁଥିବା ସ୍ଥାନରେ ପ୍ରଥମେ ସେଲ୍, କଲମ୍ ବା ରୋ’ କୁ ସିଲେକ୍ଟ୍ କରନ୍ତୁ |
01:00 ଉଦାହରଣ ସ୍ୱରୂପ “personal finance tracker.ods” ଫାଇଲ୍ ର ପ୍ରଥମ ଧାଡିର ଯେକୌଣସି ଗୋଟିଏ ସ୍ଥାନରେ କ୍ଲିକ୍ କରନ୍ତୁ |
01:09 “Cost” ଲେଖାଯାଇଥିବା ସେଲ୍ ଉପରେ କ୍ଲିକ୍ କରନ୍ତୁ |
01:13 ବର୍ତ୍ତମାନ “Insert” ଅପ୍ସନ୍ ରେ କ୍ଲିକ୍ କରି “Rows” ଉପରେ କ୍ଲିକ୍ କରନ୍ତୁ |
01:19 ସିଲେକ୍ଟ୍ କରାଯାଇଥିବା Row’ର ଠିକ୍ ଉପରେ ଏକ ନୂତନ Row ଇନ୍ସର୍ଟ ହୋଇଯିବ |
01:25 ସେହିଭଳି, ଏକ ନୂତନ Column ଇନ୍ସର୍ଟ୍ କରିବାକୁ “Insert” ବଟନ୍ ରେ କ୍ଲିକ୍ କରି “Column”ଉପରେ କ୍ଲିକ୍ କରନ୍ତୁ |
01:34 ସିଲେକ୍ଟ୍ କରାଯାଇଥିବା Columnର ଠିକ୍ ପୂର୍ବରୁ ଏକ ନୂତନ Column ଇନ୍ସର୍ଟ ହୋଇଯିବ |
01:40 ପରିବର୍ତ୍ତନଗୁଡିକୁ ଚାଲନ୍ତୁ Undo କରିଦେବା |
01:44 ଏକ ନୂତନ Column ବା Row ଯୋଗ କରିବାକୁ Columnଟିକୁ ଚିହ୍ନଟ କରୁଥିବା ଅକ୍ଷର ବା ଧାଡିକୁ ଚିହ୍ନଟ କରୁଥିବା ସଂଖ୍ୟାଟିକୁ ଯଦି ଆପଣ ସିଲେକ୍ଟ କରିଛନ୍ତି, ତେବେ ରାଇଟ୍-କ୍ଲିକ୍ କରି ପ୍ରଦର୍ଶିତ ଡ୍ରପ୍-ଡାଉନ୍ ମେନୁରେ ଥିବା ଇନ୍ସର୍ଟ୍ Column ବା ଇନ୍ସର୍ଟ୍ Rows ଅପ୍ସନକୁ ବାଛନ୍ତୁ |
02:04 ବିକଳ୍ପ ଭାବରେ, କର୍ସର୍ ଦ୍ୱାରା ସେଲ୍ ଉପରେ କ୍ଲିକ୍ ପୂର୍ବକ ସିଲେକ୍ଟ କରି ରାଇଟ୍-କ୍ଲିକ୍ କରନ୍ତୁ ଓ ଇନ୍ସର୍ଟ୍ ଅପ୍ସନ୍ ବାଛନ୍ତୁ | ଆପଣ ଏହିଭଳି ଏକ ଡାୟଲଗ୍ ବକ୍ସ ଦେଖିବେ |
02:18 ଗୋଟିଏ Row କିମ୍ୱା Column ଯୋଗ କରିବାକୁ ସମଗ୍ର Row କିମ୍ୱା ସମଗ୍ର Column ଅପ୍ସନ୍ ବାଛନ୍ତୁ |
02:25 ଗୋଟିଏ ସମୟରେ ଏକାଧିକ Row କିମ୍ୱା Column ଇନ୍ସର୍ଟ୍ କରିବା ପାଇଁ ପ୍ରଥମେ ମାଉସ୍ ର ବାମ ବଟନ୍ କୁ ଧରି ପ୍ରଥମ ସେଲ୍ ରୁ ଆରମ୍ଭ କରି ଆବଶ୍ୟକୀୟ ସଂଖ୍ୟକ ସେଲ୍ ଗୁଡିକ ଉପରେ ଡ୍ରାଗ୍ କରି ସେଗୁଡ଼ିକୁ ହାଇଲାଇଟ୍ କରିବାକୁ ହେବ |
02:43 ଏଠାରେ ଆମେ ୪ଟି ସେଲ୍ କୁ ହାଇଲାଇଟ୍ କରିଛେ |
02:47 ନୂତନ Row କିମ୍ୱା Column ଯୋଗ କରିବାକୁ ଆଲୋଚିତ ପ୍ରଣାଳୀଗୁଡିକ ମଧ୍ୟରୁ ଗୋଟିଏକୁ ଅନୁସରଣ କରନ୍ତୁ | ନୂତନ Row ଯୋଗ କରିବାକୁ ସିଲେକ୍ସନ୍ ଉପରେ ରାଇଟ୍-କ୍ଲିକ୍ କରି ଇନ୍ସର୍ଟ୍ ଅପ୍ସନ୍ ବାଛନ୍ତୁ |
03:00 ପରେ ସମଗ୍ର Row ଅପ୍ସନ୍ କୁ ବାଛି “OK” ବଟନ୍ ରେ କ୍ଲିକ୍ କରନ୍ତୁ | ସିଲେକ୍ଟ୍ କରାଯାଇଥିବା Rowଗୁଡିକର ପ୍ରଥମରେ ୪ଟି ନୂତନ Row ଯୋଗ ହୋଇଯିବ |
03:14 ପୃଥକ ଭାବରେ ଓ ଗ୍ରୁପ୍ ରେ Columnଗୁଡିକୁ କିପରି ଡିଲିଟ୍ କରାଯାଏ, ତାହା ଏବେ ଆମେ ଶିଖିବା |
03:20 ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଗୋଟିଏ Column ବା Rowକୁ ପ୍ରଥମେ ସିଲେକ୍ଟ୍ କରନ୍ତୁ |
03:28 ଉଦାହରଣ ସ୍ୱରୂପ, “Laundry” ଲେଖାଥିବା Columnକୁ ଆପଣ ଯଦି ଡିଲିଟ୍ କରିବାକୁ ଚାହାଁନ୍ତି, ତେବେ ପ୍ରଥମେ ତାହାକୁ ସିଲେକ୍ଟ୍ କରନ୍ତୁ |
03:37 ସେଲ୍ ଉପରେ ରାଇଟ୍-କ୍ଲିକ୍ କରି “Delete” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
03:43 “Delete Cells” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଦେଖାଯିବ |
03:47 “Shift cells up” ଅପ୍ସନ୍ ରେ କ୍ଲିକ୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ |
03:53 ସେଲ୍ ଡିଲିଟ୍ ହୋଇ ତଳେ ଥିବା ସେଲ୍ ଟି ଉପରକୁ ଉଠିଯିବାର ଆପଣ ଦେଖିବେ |

ଏହି ପରିବର୍ତ୍ତନକୁ Undo କରନ୍ତୁ |

04:01 ଏକାଧିକ Column ବା Rowକୁ ଏକା ସାଙ୍ଗରେ କିପରି ଡିଲିଟ୍ କରାଯିବ ଚାଲନ୍ତୁ ବର୍ତ୍ତମାନ ଶିଖିବା |
04:08 ଯଦି “Miscellaneous” ଲେଖାଯାଇଥିବା Rowକୁ ଆମେ ଡିଲିଟ୍ କରିବାକୁ ଚାହିଁବା, ତେବେ କ୍ରମିକ ସଂଖ୍ୟା 6କୁ ଧାରଣ କରିଥିବା ସେଲ୍ ଟିକୁ ପ୍ରଥମେ ସିଲେକ୍ଟ୍ କରନ୍ତୁ |
04:18 ବର୍ତ୍ତମାନ ଏହି ସେଲ୍ ଉପରେ ବାମ ମାଉସ୍ ବଟନ୍ କୁ ଧରି ସମଗ୍ର Row ଉପରେ ଡ୍ରାଗ୍ କରନ୍ତୁ | ବିକଳ୍ପ ଭାବରେ, ଡିଲିଟ୍ କରିବାକୁ ଚାହୁଁଥିବା Row ସଂଖ୍ୟା ଉପରେ କ୍ଲିକ୍ କରନ୍ତୁ | ସମଗ୍ର ରୋ’ ଗୁଡ଼ିକ ହାଇଲାଇଟ୍ ହୋଇଯିବ |
04:33 ସେଲ୍ ଉପରେ ରାଇଟ୍-କ୍ଲିକ୍ କରି “Delete” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
04:38 “Delete Cells” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ୍ ଦେଖାଯିବ |
04:43 “Shift cells up” ଅପ୍ସନ୍ ରେ କ୍ଲିକ୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ |
04:48 Rowଟି ଡିଲିଟ୍ ହୋଇ ତଳେ ଥିବା Row ଉପରକୁ ଉଠିଯିବାର ଆପଣ ଦେଖିବେ |
04:55 ସେହିପରି Row ପରିବର୍ତ୍ତେ Column ଗୁଡ଼ିକୁ ସିଲେକ୍ଟ୍ କରି ସେଗୁଡିକ ଡିଲିଟ୍ କରିପାରିବା |

ପରିବର୍ତ୍ତନକୁ Undo କରନ୍ତୁ |

05:04 ଗୋଟିଏ ଶୀଟ୍ ରେ ଏକାଧିକ Row ବା Columnକୁ ଏକାସାଙ୍ଗରେ ଡିଲିଟ୍ କରାଯିବା ଶିଖିବା ପରେ CALC ରେ ଶୀଟ୍ ଗୁଡିକ କିପରି ଇନ୍ସର୍ଟ୍ ଓ ଡିଲିଟ୍ କରାଯିବ, ତାହା ବର୍ତ୍ତମାନ ଶିଖିବା |
05:14 Calcରେ ନୂତନ ଶୀଟ୍ ଇନ୍ସର୍ଟ୍ ର ବିଭିନ୍ନ ଉପାୟ ଅଛି | ଗୋଟିଏ ଗୋଟିଏ କରି ପ୍ରତ୍ୟେକ ବିଷୟରେ ଆମେ ଶିଖିବା |
05:23 ସମସ୍ତ ପ୍ରଣାଳୀ ପାଇଁ ପ୍ରଥମ ପଦକ୍ଷେପ ହେଉଛି, ଯେଉଁ ଶୀଟ୍ ପାଖରେ ନୂତନ ଶୀଟ୍ ଇନ୍ସର୍ଟ୍ ହେବ, ତା’କୁ ସିଲେକ୍ଟ୍ କରିବା |
05:30 ଏବେ ମେନୁ ବାର୍ ରେ ଥିବା “Insert” ଅପ୍ସନ୍ ରେ କ୍ଲିକ୍ କରି “Sheet”ରେ କ୍ଲିକ୍ କରନ୍ତୁ |
05:36 “Insert Sheet” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିବ |
05:41 ସାମ୍ପ୍ରତିକ ଶୀଟ୍ ର ଠିକ୍ ପରେ ଏକ ନୂତନ ଶୀଟ୍ ଇନ୍ସର୍ଟ୍ କରିବାକୁ “After current sheet” ରେଡିଓ ବଟନ୍ କୁ ସିଲେକ୍ଟ୍ କରନ୍ତୁ |
05:49 “Name” ଫିଲ୍ଡ୍ ରେ ଆମର ନୂତନ ଶୀଟ୍ ର “Sheet 4” ଭାବରେ ସିଷ୍ଟମ୍-ଜେନେରେଟେଡ୍ ନାମ ଦୃଶ୍ୟମାନ ହେବ | ଆପଣ ଚାହିଁଲେ ଏହାକୁ ରିନେମ୍(ପୁନଃ ନାମକରଣ) କରିପାରିବେ |
06:01 “OK” ବଟନ୍ ରେ କ୍ଲିକ୍ କରନ୍ତୁ |

ଆମର ସାମ୍ପ୍ରତିକ ଶୀଟ୍ ପରେ ଏକ ନୂତନ ଶୀଟ୍ ଇନ୍ସର୍ଟ୍ ହୋଇଥିବାର ଆମେ ଦେଖିବା |

06:09 ନୂତନ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ପ୍ରଣାଳୀ ହେଉଛି CALC ୱିଣ୍ଡୋ ତଳେ ବାମ ପାର୍ଶ୍ୱରେ ଥିବା ସାମ୍ପ୍ରତିକ ଶୀଟ୍ ଟ୍ୟାବ୍ ଉପରେ ରାଇଟ୍-କ୍ଲିକ୍ କରି “Insert Sheet” ଅପ୍ସନ୍ ରେ କ୍ଲିକ୍ କରିବା |
06:19 ଆପଣ ଶୀଟ୍ ର ପୋଜିସନ୍, ନମ୍ବର୍ ଓ ନାମ ବାଛି “OK” ବଟନ୍ ରେ କ୍ଲିକ୍ କରନ୍ତୁ | ତଦନୁସାରେ ନୂତନ ଶୀଟ୍ ଇନ୍ସର୍ଟ ହୋଇଯିବ |
06:31 ବର୍ତ୍ତମାନର ଶୀଟ୍ ପରେ ଆଉ ଏକ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ସରଳ ଉପାୟ ହେଉଛି, ଶୀଟ୍ ଟ୍ୟାବ୍ ପାଖରେ ପ୍ଲସ୍ ଚିହ୍ନ ଭାବରେ ଥିବା “Add Sheet” ବଟନ୍ ରେ କ୍ଲିକ୍ କରିବା |
06:43 ଏହା ଉପରେ କ୍ଲିକ୍ କଲେ ଶୃଙ୍ଖଳାର ଶେଷ ଶୀଟ୍ ପରେ ଏକ ନୂତନ ଶୀଟ୍ ଆପେ ଆପେ ଇନ୍ସର୍ଟ୍ ହୋଇଯିବ |
06:51 ଶୀଟ୍ ଟ୍ୟାବ୍ ରେ “Add Sheet” ପ୍ଲସ୍ ଚିହ୍ନ ପାଖରେ ଥିବା ଖାଲି ସ୍ଥାନ ଉପରେ କ୍ଲିକ୍ କରି “Insert Sheet” ଡାୟଲଗ୍ ବକ୍ସକୁ ଆକ୍ସେସ୍ କରିବା ହେଉଛି ଶେଷ ପ୍ରଣାଳୀ |
07:06 ଖାଲି ସ୍ଥାନରେ କ୍ଲିକ୍ କଲେ “Insert Sheet” ଡାୟଲଗ୍ ବକ୍ସ ଦୃଶ୍ୟମାନ ହେବାର ଆମେ ଦେଖିବା |
07:13 ଡାୟଲଗ୍ ବକ୍ସରେ ଶୀଟ୍ ର ବିବରଣୀ ଏଣ୍ଟର୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ |
07:20 ଶୀଟ୍ ଇନ୍ସର୍ଟ୍ ବିଷୟରେ ଶିଖି ସାରିବାପରେ CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ, ତାହା ଏବେ ଶିଖିବା |
07:27 ପୃଥକ ଭାବରେ କିମ୍ବା ଗ୍ରୁପ୍ ଆକାରରେ ଶୀଟ୍ ଗୁଡିକୁ ଡିଲିଟ କରିହେବ |
07:31 ଗୋଟିଏ ଶୀଟ୍ କୁ ଡିଲିଟ୍ କରିବା ପାଇଁ, ଡିଲିଟ୍ କରିବାକୁ ଚାହୁଁଥିବା ଶୀଟ୍ ଟ୍ୟାବ୍ ଉପରେ ରାଇଟ୍-କ୍ଲିକ୍ କରି ପପ୍ ଅପ୍ ମେନୁରେ ଥିବା “Delete Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ତା’ପରେ “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
07:45 ଶୀଟ୍ ଟି ଡିଲିଟ୍ ହୋଇଯିବାର ଆପଣ ଦେଖିବେ |
07:48 ମେନୁବାର୍ ରେ ଥିବା “Edit” ଅପ୍ସନ୍ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଶୀଟ୍ ଡିଲିଟ୍ କରିବା ହେଉଛି ଅନ୍ୟ ଏକ ଉପାୟ |
07:55 ଉଦାହରଣସ୍ୱରୂପ, ଯଦି ତାଲିକାରୁ “Sheet 3”କୁ ଡିଲିଟ୍ କରିବାକୁ ଅଛି, ତେବେ ମେନୁ ବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
08:05 ଏବେ ପପ୍ ଅପ୍ ମେନୁରେ ଥିବା “Delete” ଅପ୍ସନ୍ ରେ କ୍ଲିକ୍ କରି “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
08:12 ଶୀଟ୍ ଟି ଡିଲିଟ୍ ହୋଇଯିବାର ଆପଣ ଦେଖିବେ | ଏବେ ପରିବର୍ତ୍ତନଗୁଡିକୁ Undo କରନ୍ତୁ |
08:19 ଏକାଧିକ ଶୀଟ୍ ଡିଲିଟ୍ କରିବାକୁ ଚାହୁଁଥିଲେ, ଉଦାହରଣସ୍ୱରୂପ ଆମେ ଯଦି “Sheet 2” ଓ “Sheet 3” କୁ ଡିଲିଟ୍ କରିବାକୁ ଚାହିଁବା, ତେବେ ପ୍ରଥମେ “Sheet 2” ଟ୍ୟାବ୍ ରେ କ୍ଲିକ୍ କରି କି’ ବୋର୍ଡ ରେ ଥିବା “Shift” ବଟନ୍ କୁ ଚାପି ଧରି “Sheet 3” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
08:36 ଏବେ ଗୋଟିଏ ଟ୍ୟାବ୍ ରେ ରାଇଟ୍-କ୍ଲିକ୍ କରି ପପ୍ ଅପ୍ ମେନୁରେ “Delete” ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ତା’ପରେ “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
08:47 ଉଭୟ ଶୀଟ୍ ଡିଲିଟ୍ ହୋଇଯିବାର ଆପଣ ଦେଖିବେ | ଆଗକୁ ଶିଖିବା ପାଇଁ, ପରିବର୍ତ୍ତନଗୁଡିକୁ ପ୍ରଥମେ Undo କରନ୍ତୁ |
08:56 ମେନୁବାର୍ ରେ ଥିବା “Edit” ଅପ୍ସନ୍ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଶୀଟ୍ ଡିଲିଟ୍ କରିବା ହେଉଛି ଅନ୍ୟ ଏକ ଉପାୟ |
09:03 ଉଦାହରଣସ୍ୱରୂପ, ଯଦି ତାଲିକାରୁ “Sheet 6” ଓ “Sheet 7” କୁ ଡିଲିଟ୍ କରିବାକୁ ଅଛି, ତେବେ ମେନୁ ବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:14 ଏବେ ପପ୍ ଅପ୍ ମେନୁରେ “Select” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:19 ପ୍ରଦର୍ଶିତ ଡାୟଲଗ୍ ବକ୍ସ୍ ରେ “Sheet 6” ଅପ୍ସନ୍ ରେ କ୍ଲିକ୍ କରିବା ପରେ କି’ ବୋର୍ଡ୍ ର “Shift” ବଟନ୍ କୁ ଧରି “Sheet 7” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:30 “OK” ବଟନ୍ ରେ କ୍ଲିକ୍ କରନ୍ତୁ | ଡିଲିଟ୍ ହେବାକୁ ଥିବା ଶୀଟ୍ ଗୁଡିକୁ ଏହା ସିଲେକ୍ଟ୍ କରିବ |
09:37 ପୁଣିଥରେ “Edit” ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:45 ପପ୍ ଅପ୍ ମେନୁରେ “Delete” ଅପ୍ସନ୍ ରେ କ୍ଲିକ୍ କରିବା ପରେ “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:51 ସିଲେକ୍ଟ୍ ହୋଇଥିବା ଶୀଟ୍ ଗୁଡିକ ଡିଲିଟ୍ ହୋଇଯିବାର ଆପଣ ଦେଖିବେ |
09:56 CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ, ଶିଖିବା ପରେ Spreadsheetରେ ଶୀଟ୍ କୁ କିପରି ରିନେମ୍ କରାଯାଏ ତାହା ଶିଖିବା |
10:03 ଗୋଟିଏ ସ୍ପ୍ରେଡ୍ ଶୀଟ୍ ରେ, ବିଭିନ୍ନ ଶୀଟ୍ ଗୁଡିକ ଡିଫଲ୍ଟ୍ ଭାବରେ “Sheet 1”, “Sheet 2”, “Sheet 3” ଓ ଏହି ଭଳି ଭାବେ ନାମିତ ହୋଇଥାଏ |
10:13 ଅଳ୍ପ ଶୀଟ୍ ଥିବା ଏକ ଛୋଟ ସ୍ପ୍ରେଡ୍ ଶୀଟ୍ ପାଇଁ ଏହା କାର୍ଯ୍ୟ କରିଥାଏ, ମାତ୍ର ବହୁତ ଗୁଡିଏ ଶୀଟ୍ ହୋଇଗଲେ ଏହା ଅସୁବିଧାଜନକ ହୋଇଥାଏ |
10:21 ନିଜ ପସନ୍ଦ ଅନୁସାରେ ଶୀଟ୍ ଗୁଡିକୁ ରିନେମ୍ କରିବା ପାଇଁ CALCରେ ସୁବିଧା ଅଛି |
10:27 ଉଦାହରଣସ୍ୱରୂପ, ଯଦି “Sheet 4” କୁ “Dump” ନାମରେ ରିନେମ୍ କରିବାକୁ ହୁଏ, ତେବେ “Sheet 4” ଟ୍ୟାବ୍ ରେ ଡବଲ୍ କ୍ଲିକ୍ କରି ଏହାକୁ ସହଜରେ କରିହେବ |
10:37 “Rename Sheet” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିବ | ଡିଫଲ୍ଟ୍ ଭାବରେ “Sheet 4” ଲେଖାଥାଇ ଏକ ଟେକ୍ସଟ୍ ବକ୍ସ ରହିଥାଏ |
10:47 ଏବେ ଡିଫଲ୍ଟ ନାମକୁ ଡିଲିଟ୍ କରି ଶୀଟ୍ ର ନାମ ଭାବରେ “Dump” ଲେଖନ୍ତୁ |
10:52 “OK” ବଟନ୍ ରେ କ୍ଲିକ୍ କଲେ “Sheet 4” ଟ୍ୟାବ୍ ଟି “Dump” ଭାବରେ ରିନେମ୍ ହୋଇଯିବ |

Sheet 4 ଓ ଡମ୍ପ୍ କୁ ଡିଲିଟ୍ କରିଦିଅନ୍ତୁ |

11:02 ଏହା ଆମକୁ ଲିବର୍ ଅଫିସ୍ CALC ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
11:08 ସଂକ୍ଷପରେ ଆମେ ଯାହା ଶିଖିଲେ:Row ଓ Column ଇନ୍ସର୍ଟ୍ ଓ ଡିଲିଟ୍ କରିବା |
11:14 ଶୀଟ୍ ଗୁଡିକ ଇନ୍ସର୍ଟ୍ ଓ ଡିଲିଟ୍ କରିବା | ଶୀଟ୍ ଗୁଡିକ ରିନେମ୍ କରିବା
11:19 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍

“Spreadsheet Practice.ods” ଫାଇଲ୍ ଖୋଲନ୍ତୁ

11:25 “Serial Number” ହେଡିଙ୍ଗ୍ ଥିବା Row ସିଲେକ୍ଟ୍ ଓ ଡିଲିଟ୍ କରନ୍ତୁ |

ଶୀଟ୍ କୁ “Department Sheet” ରେ ରିନେମ୍ କରନ୍ତୁ |

11:32 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
11:36 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରିଥାଏ |

ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |

11:44 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍

ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାଗୁଡ଼ିକର ଆୟୋଜନ କରିଥା’ନ୍ତି |

11:50 ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦେଇଥା’ନ୍ତି |

ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |

11:59 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |

ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |

12:12 ଏହି ମିଶନ୍ ଉପରେ ଅଧିକ ବିବରଣୀ

ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-intro)

12:22 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep