Java/C2/User-Input/Oriya
From Script | Spoken-Tutorial
Revision as of 16:07, 21 February 2017 by PoojaMoolya (Talk | contribs)
Time | Narration |
00:02 | BufferedReader ବ୍ୟବହାର କରି Javaରେ User Input ଗ୍ରହଣ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:11 | Javaରେ ୟୁଜର୍ ଇନପୁଟ୍ ନେବା |
00:13 | InputStreamReader ଓ BufferedReader ବିଷୟରେ |
00:17 | ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର |
00:19 | Eclipseରେ ଏକ ସରଳ Java ପ୍ରୋଗ୍ରାମ୍ କିପରି ଲେଖା, କମ୍ପାଇଲ୍ ଓ ରନ୍ କରାଯାଏ |
00:24 | Javaରେ Data Types ବିଷୟରେ ମଧ୍ୟ ଆପଣ ଜାଣିଥିବା ଦରକାର |
00:27 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:35 | ଏଠାରେ ମୁଁ ବ୍ୟବହାର କରୁଛି:
Ubuntu 11.10 JDK 1.6 ଓ Eclipse 3.7.0 |
00:44 | BufferedReader କ’ଣ ଏବେ ଆମେ ଶିଖିବା |
00:48 | Javaରେ ଏହା ହେଉଛି ଗୋଟିଏ କ୍ଲାସ୍, ଯାହାକୁ ଏକ Input Streamରୁ ଟେକ୍ସଟ୍ ପଡ଼ିବା ପାଇଁ ବ୍ୟବହାର କରାଯାଏ |
00:53 | ଏହା, Characters ଓ Linesର Array ପଢ଼ିବାକୁ ସୁଦକ୍ଷ ମାର୍ଗ ପ୍ରଦାନ କରେ |
00:59 | BufferedReaderର ବ୍ୟବହାର କରିବା ପାଇଁ ଆମକୁ, Java dot io Packageରୁ ତିନୋଟି କ୍ଲାସ୍ ଇମ୍ପୋର୍ଟ କରିବାକୁ ହେବ |
01:05 | ସେହି ତିନୋଟି Classes ହେଉଛି
IOException InputStreamReader ଓ BufferedReader |
01:12 | ଆଗାମୀ ଟ୍ୟୁଟୋରିଆଲ୍ସରେ ଆମେ Packages ବିଷୟରେ ଓ Classes କିପରି ଇମ୍ପୋର୍ଟ କରାଯାଏ, ଜାଣିବା |
01:18 | ଏବେ, Input କିପରି ନିଆଯାଏ? |
01:21 | ଆମେ, ୟୁଜରଠାରୁ ନେଉଥିବା ସମସ୍ତ ଇନପୁଟ୍ String ରୂପରେ ଥାଏ |
01:26 | ତା’ପରେ ତାହାକୁ ନିର୍ଦ୍ଦିଷ୍ଟ ଡେଟା ଟାଇପ୍ ରେ ଟାଇପ୍ କାଷ୍ଟ କିମ୍ୱା କନଭର୍ଟ କରାଯାଏ |
01:31 | ୟୁଜର୍ ଇନପୁଟ୍ ନେବାପାଇଁ ଆମ ପ୍ରୋଗ୍ରାମ୍ ଲେଖିବାବେଳେ ଆମେ ତାହାକୁ ଦେଖିବା |
01:35 | ଏବେ, BufferedReader ଲାଗୁ କରିବା ପାଇଁ ସିଣ୍ଟାକ୍ସ ଦେଖିବା |
01:39 | ଥରେ ଆପଣ ତିନୋଟିଯାକ Classes ଇମ୍ପୋର୍ଟ କରିବା ପରେ, ଆପଣଙ୍କୁ InputStreamReaderର ଏକ ଅବଜେକ୍ଟ କ୍ରିଏଟ୍ କରିବାକୁ ପଡ଼ିବ |
01:45 | ଆପଣଙ୍କୁ BufferedReaderର ଏକ ଅବଜେକ୍ଟ ମଧ୍ୟ କ୍ରିଏଟ୍ କରିବାକୁ ହେବ |
01:49 | ଆମ ପ୍ରୋଗ୍ରାମ୍ ଲେଖିବା ସମୟରେ ଏହି ବିଷୟରେ ସବିଶେଷ ଜାଣିବା |
01:54 | ତେବେ, Eclipseକୁ ଯାଆନ୍ତୁ |
01:56 | ମୁଁ, BufferedReader ନାମରେ ଗୋଟିଏ Class ଖୋଲିସାରିଛି |
02:00 | java.io package ଇମ୍ପୋର୍ଟ କରି ଆମେ ଆରମ୍ଭ କରିବା |
02:04 | ଟାଇପ୍ କରନ୍ତୁ: class ପୂର୍ବରୁ, import ସ୍ପେସ୍ java ଡଟ୍ io ଡଟ୍ star ସେମିକୋଲନ୍ |
02:13 | ଏହା, InputStreamReader, BufferedReader ଓ IOException କ୍ଲାସେସ୍ ଇମ୍ପୋର୍ଟ କରିବ |
02:20 | ଏବେ ଆମେ, Main Method ଭିତରେ BufferedReaderର ବ୍ୟବହାର କରାଇବା |
02:25 | BufferedReaderରେ ଆମେ ଯାହାବି Method ବ୍ୟବହାର କରିବା, ତାହା ଭିତରେ ଆମକୁ ଏକ IOException Throw କରିବାକୁ ହେବ |
02:31 | ତେଣୁ, Main Method ଠିକ୍ ପରେ ଟାଇପ୍ କରନ୍ତୁ: throws space IOException |
02:42 | ଏବେ, ଏହାର ଅର୍ଥ କ’ଣ? |
02:45 | Exceptions ହେଉଛି ଏରର୍ସ, ଯାହା Javaରେ ଅପ୍ରତ୍ୟାଶିତ ଘଟଣା ଘଟିଲେ ହୋଇଥାଏ |
02:52 | Exception Errors ରୋକିବା ପାଇଁ ଆମେ, Throws କୀୱର୍ଡ୍ ବ୍ୟବହାର କରୁ |
02:57 | Exception Handling ସମୟରେ Throws କୀୱର୍ଡ୍ ବ୍ୟବହୃତ ହୋଇଥାଏ |
03:00 | ଏହା ସେତେବେଳେ ବ୍ୟବହୃତ ହୁଏ, ଯେତେବେଳେ ଆମେ ଜାଣିଥିବା ଯେ, Exception Error ନିଶ୍ଚିତ ଭାବେ ଘଟିବ |
03:05 | ଆମେ ଯେତେବେଳେ BufferedReader ବ୍ୟବହାର କରୁ, Exception Error ସର୍ବଦା ଘଟିଥାଏ |
03:10 | Exception Errors ରୋକିବା ପାଇଁ ଆମେ, Throws IOException ବ୍ୟବହାର କରିବା |
03:16 | ଆମେ Exception Handling ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଜାଣିବା |
03:20 | ଏବେ ଆମେ, InputStreamReaderର ଏକ ଅବଜେକ୍ଟ କ୍ରିଏଟ୍ କରିବା |
03:24 | ସେଥିପାଇଁ, Main Method ଭିତରେ ଟାଇପ୍ କରନ୍ତୁ: InputStreamReader ସ୍ପେସ୍ isr ଇକ୍ୱାଲ୍ ଟୁ new ସ୍ପେସ୍ InputStreamReader ପାରେନ୍ଥେସେସ୍ |
03:44 | ପାରେନ୍ଥେସେସ୍ ଭିତରେ ଟାଇପ୍ କରନ୍ତୁ: System ଡଟ୍ in ଓ ତା’ପରେ ସେମିକୋଲନ୍ |
03:52 | InputStreamReader ହେଉଛି Javaରେ ଗୋଟିଏ କ୍ଲାସ୍, ଯାହା ଆମକୁ User Input ନେବାକୁ ଅନୁମତି ଦେଇଥାଏ |
04:01 | System dot in, କୀବୋର୍ଡ ବ୍ୟବହାର କରି ଯୁଜର୍ ଙ୍କଠାରୁ Input ନେବାକୁ Java Compilerକୁ କହିଥାଏ |
04:10 | System dot in ନେଇଥିବା ଇନପୁଟ୍, କିଛି ସମୟ ପାଇଁ InputStreamReaderର ଅବଜେକ୍ଟରେ ଷ୍ଟୋର୍ ହୋଇଥାଏ |
04:17 | ଏହାପରେ ଆମେ BufferedReaderର ଏକ ଅବଜେକ୍ଟ କ୍ରିଏଟ୍ କରିବା |
04:22 | ଟାଇପ୍ କରନ୍ତୁ: BufferedReader ସ୍ପେସ୍ br ଇକ୍ୱାଲ୍ ଟୁ new ସ୍ପେସ୍ BufferedReader ଓ ତା’ପରେ ପାରେନ୍ଥେସେସ୍ |
04:36 | ପାରେନ୍ଥେସେସ୍ ଭିତରେ InputStreamReaderର ଅବଜେକ୍ଟ ଟାଇପ୍ କରନ୍ତୁ, ଯାହା ହେଉଛି isr |
04:43 | ଏବେ, କେବଳ isr, ୟୁଜର୍ ଠାରୁ ଇନପୁଟ୍ ନେବାରେ ସାହାଯ୍ୟ କରିବ |
04:48 | BufferedReader, BufferedReader Objectରେ ଭାଲ୍ୟୁ ଷ୍ଟୋର୍ କରିବାରେ ସାହାଯ୍ୟ କରିଥାଏ |
04:54 | ଏହି ଭାଲ୍ୟୁକୁ isr, BufferedReader Objectକୁ ତାହା ଷ୍ଟୋର୍ କରିବା ପାଇଁ ପାସ୍ କରିଥାଏ |
05:01 | ଚାଲନ୍ତୁ ଏବେ, ୟୁଜର୍ ଠାରୁ ଇନପୁଟ୍ ନେବା ଆରମ୍ଭ କରିବା |
05:06 | ଆମେ ପ୍ରଥମେ ୟୁଜର୍ କୁ ଏକ String ଏଣ୍ଟର୍ କରିବାକୁ କହିବା. ତେଣୁ, String ଟାଇପ୍ ର ଏକ ଭେରିଏବଲ୍ କ୍ରିଏଟ୍ କରନ୍ତୁ |
05:14 | ଟାଇପ୍ କରନ୍ତୁ: String ସ୍ପେସ୍ str ସେମିକୋଲନ୍ |
05:19 | ଏବେ, ୟୁଜର୍ କୁ ନିଜ ନାମ ଏଣ୍ଟର୍ କରିବାକୁ କହିବା |
05:23 | ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ ନିଜ ନାମ ଏଣ୍ଟର୍ କରନ୍ତୁ ଓ ତା’ପରେ ସେମିକଲନ୍ |
05:33 | String ଭାବରେ ଇନପୁଟ୍ ନେବା ପାଇଁ ଆମେ ଟାଇପ୍ କରିବା: |
05:37 | str ଇକ୍ୱାଲ୍ ଟୁ br ଡଟ୍ readLine ପାରେନ୍ଥେସେସ୍ ଓ ତା’ପରେ ସେମିକୋଲନ୍ |
05:45 | ୟୁଜର୍ ଠାରୁ ଇନପୁଟ୍ କୁ readLine Method ପଢ଼ିବ |
05:51 | ଏବେ ଚାଲନ୍ତୁ, ଏକ Integer ଭାବେ ଇନପୁଟ୍ ନେବା. int ଟାଇପ୍ ର ଏକ ଭେରିଏବଲ୍ କ୍ରିଏଟ୍ କରନ୍ତୁ |
06:01 | ଟାଇପ୍ କରନ୍ତୁ: int n ସେମିକଲନ୍ |
06:05 | ଏବେ, ୟୁଜର୍ କୁ ନିଜ ବୟସ ଏଣ୍ଟର୍ କରିବାକୁ କହିବା |
06:08 | ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ ନିଜ ବୟସ ଏଣ୍ଟର୍ କରନ୍ତୁ ଓ ତା’ପରେ ସେମିକଲନ୍ |
06:21 | ଇନପୁଟ୍ ନେବାପାଇଁ String ଟାଇପ୍ ର str1 ନାମକ ଆଉଏକ ଭେରିଏବଲ୍ ମଧ୍ୟ କ୍ରିଏଟ୍ କରନ୍ତୁ |
06:31 | String ଭାବରେ ଇନପୁଟ୍ ନେବା ପାଇଁ ଟାଇପ୍ କରନ୍ତୁ: str1 ଇକ୍ୱାଲ୍ ଟୁ br ଡଟ୍ readLine ପାରେନ୍ଥେସେସ୍ ଓ ତା’ପରେ ସେମିକୋଲନ୍ |
06:45 | ଏହାକୁ ଇଣ୍ଟିଜର୍ ଡେଟାଟାଇପ୍ କୁ ବଦଳାଇବାକୁ, ଟାଇପ୍ କରନ୍ତୁ: n ଇକ୍ୱାଲ୍ ଟୁ କ୍ୟାପିଟାଲ୍ I ସହିତ Integer ଡଟ୍ parseInt, କ୍ୟାପିଟାଲ୍ I ବ୍ରାକେଟ୍ସ ମଧ୍ୟରେ str1 ସେମିକୋଲନ୍ |
07:05 | Integer ହେଉଛି ଏକ କ୍ଲାସ୍ ଓ parseInt ହେଉଛି ତାହାର ମେଥଡ୍ |
07:11 | ବ୍ରାକେଟ୍ ମଧ୍ୟରେ ପାସ୍ ହୋଇଥିବା ଆର୍ଗୁମେଣ୍ଟକୁ ଏହି ମେଥଡ୍, ଇଣ୍ଟିଜର୍ ରେ ବଦଳାଇଥାଏ |
07:18 | ବର୍ତ୍ତମାନ, Name ଓ Age ପାଇଁ ଆଉଟପୁଟ୍ କୁ ଚାଲନ୍ତୁ ପ୍ରଦର୍ଶିତ କରିବା |
07:22 | ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The name is plus str ଓ ସେମିକୋଲନ୍ |
07:38 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println The age is ପ୍ଲସ୍ n ଓ ତା’ପରେ ସେମିକୋଲନ୍ |
07:50 | ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ. ଏବେ ପ୍ରୋଗ୍ରାମ୍ ରନ୍ କରନ୍ତୁ |
07:55 | Ctrl S ଓ Ctrl F11 ଦାବନ୍ତୁ |
08:00 | ଆଉଟପୁଟ୍ ରେ ଆପଣଙ୍କୁ ନିଜ ନାମ ଏଣ୍ଟର୍ କରିବାକୁ କୁହାଯିବ |
08:03 | ତେଣୁ, ନିଜ ନାମ ଟାଇପ୍ କରନ୍ତୁ. ମୁଁ ଏଠାରେ Ramu ଟାଇପ୍ କରି Enter ଦାବିବି |
08:08 | ଆପଣଙ୍କୁ ନିଜ ବୟସ୍ ଏଣ୍ଟର୍ କରିବାକୁ କୁହାଯିବ. |
08:11 | ମୁଁ ଏଠାରେ 20 ଟାଇପ୍ କରି Enter ଦାବିବି |
08:13 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: |
08:15 | The name is Ramu |
08:16 | ଓ The age is 20 |
08:18 | ଏହିପରି ଭାବେ ଆମେ ଜାଣିଲେ, ୟୁଜର୍ ଠାରୁ ଇନପୁଟ୍ କିପରି ନିଆଯାଏ |
08:24 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, |
08:26 | InputStreamReader ବିଷୟରେ |
08:28 | BufferedReader ବିଷୟରେ, ଏବଂ Stringରୁ ଇପ୍ସିତ ଡେଟା ଟାଇପ୍ କୁ ବଦଳାଇବା ବିଷୟରେ |
08:33 | ସ୍ୱ-ମୂଲ୍ୟାଙ୍କନ ପାଇଁ, ୟୁଜର୍ ଠାରୁ ଏକ Flaot, Byte ଓ Character ନିଅନ୍ତୁ ଓ ତା’ପରେ ଆଉଟପୁଟ୍ ପ୍ରଦର୍ଶିତ କରନ୍ତୁ |
08:42 | ଇନପୁଟ୍ ଭାବେ ଏକ ନମ୍ୱର୍ ମଧ୍ୟ ନିଅନ୍ତୁ ଓ ତାକୁ 3 ଦ୍ୱାରା ବିଭାଜିତ କରନ୍ତୁ. ତା’ପରେ କନସୋଲ୍ ଉପରେ ଆଉଟପୁଟ୍ ପ୍ରଦର୍ଶିତ କରନ୍ତୁ |
08:49 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. |
08:54 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:57 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
09:02 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
09:04 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:07 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:11 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
09:18 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:21 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:27 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org\NMEICT-Intro. |
09:36 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |