Java/C2/Introduction-to-Array/Oriya
From Script | Spoken-Tutorial
Revision as of 15:48, 21 February 2017 by PoojaMoolya (Talk | contribs)
Time | Narration |
00:02 | Introduction to Arrays ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ, Arrays କ୍ରିଏଟ୍ କରିବା ଓ Arraysରେ ଏଲେମେଣ୍ଟସ୍ ଆକ୍ସେସ୍ କରିବା ବିଷୟରେ ଶିଖିବା |
00:14 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
Ubuntu 11.10 JDK 1.6 ଓ Eclipse 3.7 |
00:25 | ଏହି ଟ୍ୟୁଟୋରିଆଲ୍ ପାଇଁ, Javaରେ ଆପଣଙ୍କର Data Types ଓ For Loop ଉପରେ ଜ୍ଞାନ ଥିବା ଉଚିତ |
00:32 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
00:38 | Arrays ହେଉଛି ଡେଟାର ଏକ ସଂଗ୍ରହ |
00:40 | ଉଦାହରଣସ୍ୱରୂପ, ମାର୍କ୍ସର ଏକ ତାଲିକା, ନାମଗୁଡ଼ିକର ଏକ ତାଲିକା, ତାପମାତ୍ରାର ଏକ ତାଲିକା, ବର୍ଷାର ଏକ ତାଲିକା |
00:47 | ପ୍ରତ୍ୟେକ ଆଇଟମ୍ ର, ନିଜ ପୋଜିଶନ୍ ଅନୁସାରେ ଇଣ୍ଡେକ୍ସ ଅଛି |
00:52 | ପ୍ରଥମ ଏଲେମେଣ୍ଟର ଇଣ୍ଡେକ୍ସ ହେଉଛି 0 |
00:55 | ଦ୍ୱିତୀୟ ଏଲେମେଣ୍ଟର ଇଣ୍ଡେକ୍ସ ହେଉଛି 1 ଓ ଏହିପରି ଆଗକୁ ବଢ଼େ |
00:59 | ଏହି ଡେଟାକୁ କିପରି ଷ୍ଟୋର୍ କରାଯାଏ, ଏବେ ଚାଲନ୍ତୁ ଦେଖିବା |
01:03 | Eclipseକୁ ଯାଆନ୍ତୁ |
01:06 | ArraysDemo ନାମକ ଏକ Class କ୍ରିଏଟ୍ କରାଯାଇସାରିଛି |
01:11 | Main Method ଭିତରେ ଚାଲନ୍ତୁ ବର୍ଷାର ଡେଟା ଯୋଡ଼ିବା |
01:16 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: |
01:18 | int rainfall ଖୋଲା ଓ ବନ୍ଦ ସ୍କ୍ୱୟାର୍ ବାକେଟ୍ସ ଇକ୍ୱାଲ୍ ଟୁ କର୍ଲୀ ବ୍ରାକେଟ୍ ମଧ୍ୟରେ ଟାଇପ୍ କରନ୍ତୁ 25, 31, 29, 13, 27, 35, 12 ଓ ଶେଷରେ ସେମିକଲନ୍ |
01:53 | ଧ୍ୟାନଦିଅନ୍ତୁ ଯେ, ଭେରିଏବଲ୍ ନାମ Rainfall ପରେ ସ୍କ୍ୱୟାର୍ ବ୍ରାକେଟ୍ସ ଅଛି |
01:58 | ଏହା, Rainfallକୁ ଇଣ୍ଟେଜର୍ସର ଏକ Array ଭାବେ ଘୋଷଣା କରେ |
02:03 | ବ୍ରାକେଟ୍ ଗୁଡ଼ିକ, Arrayର ଏଲେମେଣ୍ଟସ୍ ନିର୍ଦ୍ଦିଷ୍ଟ କରିବାରେ ବ୍ୟବହୃତ ହୋଇଥାଏ |
02:09 | ଏବେ ଚାଲନ୍ତୁ, ଡେଟା ଆକ୍ସେସ୍ କରିବା |
02:12 | ତେଣୁ, ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: |
02:14 | System ଡଟ୍ out ଡଟ୍ println rainfall ସ୍କ୍ୱୟାର୍ ବ୍ରାକେଟ୍ସରେ ଟାଇପ୍ କରନ୍ତୁ 2 |
02:28 | ଇଣ୍ଡେକ୍ସ ସଂଖ୍ୟା 2 ସହିତ ଆମେ ଏଲେମେଣ୍ଟ ପ୍ରିଣ୍ଟ କରୁଛେ |
02:32 | ଅନ୍ୟ ଶବ୍ଦରେ, Arrayରେ ତୃତୀୟ ଏଲେମେଣ୍ଟ, ଯାହା ହେଉଛି 29 |
02:38 | ଏବେ, ପ୍ରୋଗ୍ରାମକୁ Save କରି Run କରନ୍ତୁ |
02:43 | ଦେଖନ୍ତୁ, ଆଉଟପୁଟ୍ ହେଉଛି ତୃତୀୟ ଏଲେମେଣ୍ଟ, ଯାହା ହେଉଛି 29 |
02:49 | ଏବେ, 2 ସ୍ଥାନରେ 0 ଟାଇପ୍ କରନ୍ତୁ |
02:56 | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ |
03:00 | ଦେଖନ୍ତୁ, ଆଉଟପୁଟ୍ ହେଉଛି ପ୍ରଥମ ଭାଲ୍ୟୁ, ଯାହା ହେଉଛି 25 |
03:07 | ଏବେ ଚାଲନ୍ତୁ, ପ୍ରଥମ ଆଇଟମ୍ ର ଭାଲ୍ୟୁକୁ ସଂଶୋଧିତ କରିବା |
03:13 | ଟାଇପ୍ କରନ୍ତୁ: rainfall[0] = 11; |
03:27 | ବର୍ତ୍ତମାନ ଏହାର ଭାଲ୍ୟୁ ଦେଖିବା. ତେଣୁ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ |
03:34 | ଆମେ ଦେଖିପାରୁଛେ ଯେ, ଭାଲ୍ୟୁ 11କୁ ବଦଳିଯାଇଛି |
03:40 | ଏବେ, ଯଦି ଆମେ Arrayର ଆକାର ଜାଣିଥିବା କିନ୍ତୁ ଭାଲ୍ୟୁ ଜାଣିନଥିବା, ତେବେ କ’ଣ ହେବ |
03:45 | ଚାଲନ୍ତୁ ଦେଖିବା, ଏହିପରି Array କିପରି କ୍ରିଏଟ୍ କରାଯାଏ |
03:49 | Main Functionରୁ ସବୁକିଛି କାଢ଼ିଦେଇ ଟାଇପ୍ କରନ୍ତୁ: |
03:57 | int squares[] = new int[10]; |
04:19 | ଏହି ଷ୍ଟେଟମେଣ୍ଟ, 10ଟି ଏଲେମେଣ୍ଟସ୍ ଥାଇ ଇଣ୍ଟିଜର୍ସର ଏକ Array କ୍ରିଏଟ୍ କରେ. Arrayର ନାମ ହେଉଛି Squares |
04:30 | ଏଥିରେ କିଛି ଭାଲ୍ୟୁ ଆଡ୍ କରିବା |
04:33 | ଟାଇପ୍ କରନ୍ତୁ: |
04:35 | squares[0] = 1; |
04:43 | ପରବର୍ତ୍ତୀ ଲାଇନ୍, squares[1] = 4; |
04:53 | ପରବର୍ତ୍ତୀ ଲାଇନ୍, squares[2] = 9; |
05:04 | squares[3] = 16; |
05:15 | ଆମେ, ପ୍ରଥମ ଚାରୋଟି ସଂଖ୍ୟାର ସ୍କ୍ୱୟାର୍ସ ପ୍ରବେଶ କରାଇଲେ |
05:20 | ଏବେ, Arrayର ଅନ୍ୟ ଏଲେମେଣ୍ଟଗୁଡ଼ିକର କ’ଣ ହେବ? ଚାଲନ୍ତୁ ଦେଖିବା, ସେଗୁଡ଼ିକରେ କ’ଣ ଅଛି |
05:26 | ତେଣୁ, ଆମେ Arrayରେ ଷଷ୍ଠ ଭାଲ୍ୟୁ ପ୍ରିଣ୍ଟ କରିବା |
05:30 | ଟାଇପ୍ କରନ୍ତୁ: System S capital .out.println(squares[5]); |
05:56 | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ. ଦେଖନ୍ତୁ, ଭାଲ୍ୟୁ ହେଉଛି ଶୂନ୍ |
06:05 | ଏହାର କାରଣ ହେଉଛି, ଯେତେବେଳେ ଆମେ ଇଣ୍ଟିଜର୍ସର ଏକ Array କ୍ରିଏଟ୍ କରୁ, ସମସ୍ତ ଭାଲ୍ୟୁ 0ରୁ ଆରମ୍ଭ ହୋଇଥାଏ |
06:11 | ସେହିପରି, Floatsର ଏକ Arrayର ସମସ୍ତ ଭାଲ୍ୟୁ 0.0ରୁ ଆରମ୍ଭ ହୋଇଥାଏ |
06:18 | ଯଦି ଆମେ ପ୍ରତ୍ୟେକ ଭାଲ୍ୟୁକୁ Array ଭିତରେ ଟାଇପ୍ କରିବା, ତେବେ ଏହା ଦୀର୍ଘ ପ୍ରକ୍ରିୟା ହୋଇଯାଇପାରେ. ତା’ବଦଳରେ, ଏକ For Loop ବ୍ୟବହାର କରିବା |
06:28 | ଟାଇପ୍ କରନ୍ତୁ:
int n, x ; for(x = 4; x < 10; x = x + 1){ n = x + 1; squares[x] = n * n; } |
07:25 | ଆମେ, 4ରୁ 9 ପର୍ଯ୍ୟନ୍ତ ସଂଖ୍ୟାର ପୁନରାବୃତ୍ତି କରିବା ଓ Arrayରେ ସମ୍ୱନ୍ଧିତ ଏଲେମେଣ୍ଟ ସେଟ୍ କରିବା |
07:36 | ଏବେ ଆଲନ୍ତୁ ଆଉଟପୁଟ୍ ଦେଖିବା |
07:38 | ଆମେ ଦେଖିପାରୁଛେ ଯେ, ଆମେ Arrayରେ ଷଷ୍ଠ ଏଲେମେଣ୍ଟର ଭାଲ୍ୟୁ ପ୍ରିଣ୍ଟ କରୁଛେ. Save କରି Run କରନ୍ତୁ. |
07:52 | ଦେଖନ୍ତୁ, ଷଷ୍ଠ ଏଲେମେଣ୍ଟ ଏବେ 6ର ବର୍ଗ ଅଟେ, ଯାହା ହେଉଛି 36 |
07:57 | ପ୍ରକୃତପକ୍ଷରେ, ଏବେ ଆମେ For Loop ଭିତରେ ସମସ୍ତ ଭାଲ୍ୟୁ ସେଟ୍ କରିପାରିବା |
08:03 | ଭାଲ୍ୟୁଗୁଡ଼ିକୁ ମାନୁଆଲୀ ସେଟ୍ କରୁଥିବା ଲାଇନ୍ସ କାଢ଼ିଦିଅନ୍ତୁ ଓ 4କୁ ବଦଳାଇ 0 କରନ୍ତୁ |
08:14 | ଏହିଭଳି, ଇଣ୍ଡେକ୍ସ 0 ରୁ 9 ପର୍ଯ୍ୟନ୍ତ ସମସ୍ତ ଏଲେମେଣ୍ଟସ୍, ସମ୍ୱନ୍ଧିତ ବର୍ଗ ସହିତ ସେଟ୍ ହୋଇଗଲା |
08:21 | ଏବେ ଆମେ, ତୃତୀୟ ଏଲେମେଣ୍ଟର ଭାଲ୍ୟୁକୁ ଦେଖିବା |
08:25 | ତେଣୁ, 5କୁ 2ରେ ବଦଳାନ୍ତୁ |
08:30 | Save କରି Run କରନ୍ତୁ. |
08:35 | ଆମେ ଦେଖିପାରୁଛେ ଯେ, ତୃତୀୟ ଏଲେମେଣ୍ଟର ଭାଲ୍ୟୁ Loopରେ ସେଟ୍ ହୋଇଯାଇଛି ଓ ତାହା ହେଉଛି 9 |
08:42 | ଏହିପରି Arrayକୁ କ୍ରିଏଟ୍ କରି ବ୍ୟବହାର କରିହେବ |
08:50 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ |
08:53 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ, |
08:55 | * ଗୋଟିଏ Array ଘୋଷିତ ଓ ଆରମ୍ଭ କରିବା |
08:58 | * ଓ ଗୋଟିଏ Arrayରେ ଏକ ଏଲେମେଣ୍ଟ ଆକ୍ସେସ୍ କରିବା |
09:01 | ଏହି ଟ୍ୟୁଟୋରିଆଲ୍ ପାଇଁ ଆସାଇନମେଣ୍ଟ: |
09:04 | ପ୍ରଦତ୍ତ ଇଣ୍ଟେଜର୍ସର ଏକ Arrayରେ ସମସ୍ତ ଏଲେମେଣ୍ଟଗୁଡ଼ିକର ଯୋଗ ବାହାର କରନ୍ତୁ |
09:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
09:13 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. |
09:19 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
09:26 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:34 | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
09:40 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:44 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:50 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
09:57 | ଆଇଆଇଟି ବମ୍ୱେ ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |