Java/C2/Arithmetic-Operations/Oriya

From Script | Spoken-Tutorial
Revision as of 15:35, 21 February 2017 by PoojaMoolya (Talk | contribs)

Jump to: navigation, search
Time Narration
00:01 Java ବ୍ୟବହାର କରି Arithmetic Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ Arithmetic Operators ବିଷୟରେ ଶିଖିବା, ଯେପରି

ଆଡିଶନ୍ ସବଟ୍ରାକ୍ସନ୍ ମଲ୍ଟିପ୍ଲିକେଶନ୍ ଡିଭିଜନ୍ ଓ ସେଗୁଡ଼ିକୁ କିପରି ବ୍ୟବହାର କରିବେ

00:16 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ

Ubuntu 11.10 JDK 1.6 ଓ Eclipse 3.7

00:24 ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣ ସିଷ୍ଟମରେ Eclipse ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର
00:28 ଆଉ ଆପଣ, Eclipseରେ ଏକ ଫାଇଲ୍ Creat, Save ଓ Run କରିବା ଜାଣିଥିବା ଆବଶ୍ୟକ
00:32 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:42 ଏହା ହେଉଛି ଅପରେଟର୍ସ ଓ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ଗାଣିତିକ କାର୍ଯ୍ୟର ଏକ ତାଲିକା

ପ୍ଲସ୍ (+) ମିଶାଣ ପାଇଁ ଚିହ୍ନ ମାଇନସ୍ (-) ଫେଡ଼ାଣ ପାଇଁ ଆଷ୍ଟେରିକ୍ସ (*) ଗୁଣନ ପାଇଁ ଓ ସ୍ଲାଶ୍ (/) ହରଣ ପାଇଁ

00:54 ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା
01:05 ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
01:10 ArithmeticOperations ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
01:17 ଏବେ କିଛି ଭେରିଏବଲ୍ ଆଡ୍ କରନ୍ତୁ
01:22 int x = 5;
01:26 int y = 10;

int result;

01:35 x ଓ y ଅପେରାଣ୍ଡସ୍ ହେବେ ଏବଂ result, ଅପରେସନ୍ସର ଆଉଟପୁଟକୁ ଷ୍ଟୋର୍ କରିବ
01:41 ଚାଲନ୍ତୁ, ସେଗୁଡ଼ିକ ଆଡ୍ କରି ପରିଣାମ ପ୍ରିଣ୍ଟ କରିବା. result = x+y; system.out.println ପାରେନ୍ଥେସେସ୍ ରେ result
02:10 ଏହାକୁ Ctrl + S ଦାବି ସେଭ୍ କରନ୍ତୁ ଓ Ctrl + F`11 ଦାବି ରନ୍ କରନ୍ତୁ
02:17 ଦେଖନ୍ତୁ, ମିଶାଣର ପରିଣାମ resultରେ ଷ୍ଟୋର୍ ହେଲା ଏବଂ ଭାଲ୍ୟୁ ପ୍ରିଣ୍ଟ ହେଲା
02:24 ଏବେ, ଚାଲନ୍ତୁ ଭାଲ୍ୟୁଜ୍ ବଦଳାଇବା. x=75 , y=15
02:37 Save କରି Run କରନ୍ତୁ
02:42 ତଦନୁସାରେ ଆଉଟପୁଟ୍ ବଦଳିଥିବାର ଆମେ ଦେଖିପାରୁଛେ
02:48 ଏବେ, ଚାଲନ୍ତୁ ନେଗେଟିଭ୍ ଭାଲ୍ୟୁଜ୍ ଦେଖିବା. y = -25;
02:57 Save କରି Run କରନ୍ତୁ
03:02 75 ଯୁକ୍ତ -25ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ
03:10 ଏବେ, ଚାଲନ୍ତୁ ଫେଡ଼ାଣ ଦେଖିବା. y=5 ଓ x+yକୁ x-yରେ ବଦଳାନ୍ତୁ
03:25 Save କରି Run କରନ୍ତୁ
03:32 75-5ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ
03:38 ଏବେ, ଚାଲନ୍ତୁ ଗୁଣନ ଦେଖିବା. ମାଇନସ୍ (-)କୁ ଆଷ୍ଟେରିକ୍ସ (*)ରେ ବଦଳାନ୍ତୁ
03:46 Save କରି Run କରନ୍ତୁ
03:52 ଦେଖନ୍ତୁ, ଆଷ୍ଟେରିକ୍ସ (*) ବ୍ୟବହାର କରି ଆମେ 75କୁ 5 ଦ୍ୱାରା ଗୁଣିପାରିବା
03:58 ଏବେ, ଚାଲନ୍ତୁ ହରଣ ଦେଖିବା. ଆଷ୍ଟେରିକ୍ସ କାଢି ସ୍ଲାଶ୍ ଟାଇପ୍ କରନ୍ତୁ
04:07 Save କରି Run କରନ୍ତୁ
04:13 ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
04:18 ଏବେ ଚାଲନ୍ତୁ ଦେଖିବା, ଯେତେବେଳେ ଆଶା କରାଯିଥିବା ପରିଣାମ ଏକ ଦଶମିକ ବିନ୍ଦୁ ସଂଖ୍ୟା ହୁଏ, ତେବେ କ’ଣ ହେଉଛି
04:24 5କୁ 10ରେ ବଦଳାନ୍ତୁ
04:28 ପରିଣାମ ନିଶ୍ଚିତ ଭାବେ 7.5 ହେବ
04:30 ତେଣୁ, ପରିଣାମକୁ floatରେ ବଦଳାନ୍ତୁ
04:43 Save କରି Run କରନ୍ତୁ
04:50 ଧ୍ୟାନଦିଅନ୍ତୁ ଯେ, ଯଦିଓ ଆଶା କରାଯାଉଥିବା ପରିଣାମ ହେଉଛି 7.5, ହେଲେ ଆମେ ଆଉଟପୁଟ୍ 7.0 ପାଇଲେ
04:57 ଏହାର କାରଣ ହେଉଛି, ହରଣରେ ଜଡ଼ିତ ଥିବା ଉଭୟ ଅପେରାଣ୍ଡସ୍ ହେଉଛନ୍ତି ଇଣ୍ଟେଜର୍ସ
05:01 ଚାଲନ୍ତୁ ଏବେ, yକୁ ଏକ floatରେ ବଦଳାଇବା. y = 10f;
05:15 Save କରି Run କରନ୍ତୁ
05:21 ଏବେ ଆମେ, ଆଶାନୁରୂପ ପରିଣାମ ପାଇଲେ
05:24 ମନେରଖନ୍ତୁ ଯେ, ଯେତେବେଳେ ଆଶା କରାଯାଉଥିବା ପରିଣାମ ଏକ float ଅଟେ, ତେବେ ଅପେକ୍ଷିତ ପରିଣାମ ପାଇବା ପାଇଁ ଗୋଟିଏ ଅପେରାଣ୍ଡସ୍ ନିଶ୍ଚିତ ଭାବେ float ହେବା ଉଚିତ
05:32 ଏବେ ଚାଲନ୍ତୁ ଦେଖିବା, ଏକାଧିକ ଅପରେଟର୍ ଥିଲେ କ’ଣ ହୁଏ. ସମସ୍ତ ଅପେରାଣ୍ଡସ୍ କାଢ଼ିଦିଅନ୍ତୁ
05:48 int result = 8+4-2; ଏହାକୁ Save କରି Run କରନ୍ତୁ
06:09 ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
06:12 ଏବେ, ମାଇନସ୍ କୁ ସ୍ଲାଶ୍ ରେ ବଦଳାନ୍ତୁ
06:19 ହରଣ ପୂର୍ବରୁ ଯଦି ମିଶାଣ କରାଯାଇଥାଏ, ତେବେ ଆଉଟପୁଟ୍ 6 ହୋଇପାରେ
06:25 କିମ୍ୱା ମିଶାଣ ପୂର୍ବରୁ ଯଦି ହରଣ କରାଯାଇଥାଏ, ତେବେ ଆଉଟପୁଟ୍ 10 ହୋଇପାରେ
06:30 Run କରି ଆଉଟପୁଟ୍ ଦେଖିବା
06:38 ଆମେ ଦେଖିପାରୁଛେ ଯେ, ଆଉଟପୁଟ ହେଉଛି 10, ଆଉ ମିଶାଣ ପୂର୍ବରୁ ହରଣ କରାଯାଇଛି. ଏହାର କାରଣ ହେଉଛି, ମିଶାଣ ଅପରେଟର୍ ତୁଳନାରେ ହରଣ ଅପରେଟର୍ ଅଧିକ ପ୍ରଧାନତା ରହିଛି
06:50 ଏହିପରି ପରିସ୍ଥିତିରେ, ଯଦି ଆମକୁ ପ୍ରଧାନତାକୁ ଓଭର୍ ରାଇଡ୍ କରିବାର ଆବଶ୍ୟକତା ପଡ଼େ, ତେବେ ଆମେ ପାରେନ୍ଥେସେସ୍ ବ୍ୟବହାର କରିବା
07:04 ପାରେନ୍ଥେସେସ୍ ଆଡ୍ କରି ଆମେ, ହରଣ ପୂର୍ବରୁ ମିଶାଣ କରିବା ପାଇଁ Javaକୁ ନିର୍ଦ୍ଦେଶ ଦେଉ
07:10 ଏବେ, ଫାଇଲ୍ କୁ ରନ୍ କରନ୍ତୁ
07:15 ଆମେ ଦେଖିପାରୁଛେ ଯେ, ମିଶାଣ ପ୍ରଥମେ କରାଗଲା ଏବଂ ଯେପରି ଆଶା କରାଯାଉଥିଲା, ଆଉଟପୁଟ୍ ହେଉଛି 6
07:22 ନିୟମ ଅନୁସାରେ, ଅପରେସନ୍ସର କ୍ରମ ଯଦି ସ୍ପଷ୍ଟ ନଥାଏ, ତେବେ ପାରେନ୍ଥେସେସ୍ ବ୍ୟବହାର କରିବାକୁ ମନେରଖନ୍ତୁ
07:36 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
07:40 ଆମେ ଶିଖିଲେ:
07:41 Javaରେ ମୌଳିକ ଗାଣିତିକ କାର୍ଯ୍ୟ କିପରି କରାଯାଏ
07:44 Operator Precedence ଓ
07:45 ଏହାକୁ କିପରି Override କରାଯାଏ
07:49 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ: Modulo ଅପରେଟର୍ ର ଅର୍ଥ କ’ଣ ଓ ଏହା କ’ଣ କରେ ଖୋଜି ବାହାର କରନ୍ତୁ
07:57 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
08:02 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:05 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:12 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:14 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:18 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
08:24 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:29 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:35 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:39 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep