GIMP/C2/Easy-Animation/Oriya

From Script | Spoken-Tutorial
Revision as of 17:16, 7 December 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:23 ଆଜି ଆମେ ସରଳ ଆନିମେଶନ୍ ବିଷୟରେ କଥା ହେବା
00:28 GIMP ଆନିମେଶନ୍ ପ୍ୟାକେଜକୁ GAP ବା GIMP Animation Package କୁହାଯାଏ, ଯାହା ଆନିମେଶନ୍, ଫିଲ୍ମସ୍ ଓ ମୂଭିଜ୍ ବିଷୟରେ ବହୁତ କିଛି କରିପାରେ
00:43 ଆମେ ସେ ବିଷୟରେ ପରେ ଜାଣିବା
00:46 ଜର୍ମନୀରେ ପୂରାତନ ଆନିମେଶନ୍ କୁ Daumenkino (ଡୋମାଙ୍କିନୋ) ବା Front Cinema କୁହାଯାଉଥିଲା
00:55 ଆଉ ଇଂରାଜୀରେ ଏହାକୁ Flip Book ବା Flick Book କୁହାଯାଉଥିଲା
01:02 ଏହି ବହିରେ ଅନେକ ଇମେଜେସ୍ ଅଛି, ଯେଉଁଗୁଡ଼ିକ ପ୍ରାୟ ସମାନ, କିନ୍ତୁ ପ୍ରତ୍ୟେକ ପୃଷ୍ଠାରେ ରୂପାନ୍ତରଣ ଅଛି. ଯଦି ଆପଣ ସେଗୁଡ଼ିକୁ ଫ୍ଲିକ୍ କରିବେ, ତେବେ ଛୋଟ ଚାଲୁଥିବା ଛବି ପାଇବେ
01:20 ଏଠାରେ ଥିବା ଏହି ଭିଡିଓ ମଧ୍ୟ ଏକ ଆନିମେଶନ୍ ଏବଂ ଆପଣ, ସେକେଣ୍ଡ ପିଛା 25ଟି ଇମେଜେସ୍ ସହ ଏକ ସ୍ଲାଇଡ୍ ଶୋ’ ଦେଖୁଛନ୍ତି
01:36 ଏଠାରେ ଦୁଇଟି ବିଜ୍ଞାପନ ଅଛି. ଏଇଟି ହେଉଛି ମୋର, ଆଉ ଏହି ଗୋଟିକ ରବ୍ ଙ୍କଠାରୁ ଆସିଛି, ଯାହା ଆନିମେଟେଡ୍ GIF ଦେଖାଉଛି
01:51 ମୁଁ ଏଠାରେ ମୋର ବିଜ୍ଞାପନରେ ସୁଧାର ଆଣିବାକୁ ଚାହୁଁଛି
01:56 ମୁଁ, ମୋର ବିଜ୍ଞାପନରେ Meet The GIMPର ଲୋଗୋ ଦେଖାଇବାକୁ ଚାହୁଁଛି
02:04 ଏବେ, ମୁଁ ଏହି ଇମେଜକୁ ଡେସ୍କଟପରେ ସେଭ୍ କରିବି, ଆଉ ମୋତେ ସଫଳତାପୂର୍ବକ ଏକ ଆନିମେଶନ୍ କ୍ରିଏଟ୍ କରିବାକୁ ହେବ
02:15 ତେଣୁ, ମୁଁ ଏହି ଇମେଜ୍ କୁ ନେଇ ମୋ ଡେସ୍କଟପରେ ସେଭ୍ କରୁଛି
02:24 ମୁଁ ଏହି ଇମେଜକୁ GIMPରେ ଖୋଲିବି
02:28 ଏହାକୁ କେବଳ ଟୂଲ୍ ବକ୍ସକୁ ଟାଣିଆଣିବି, ଆଉ ହୋଇଗଲା
02:35 ଏହାକୁ ଆଉ ଟିକିଏ ଚଉଡ଼ା କରିଦିଅନ୍ତୁ
02:43 ସାଧାରଣତଃ ଏହି ଇମେଜରେ କୌଣସି ଆନିମେଶନ୍ ନାହିଁ, କିନ୍ତୁ Layer Dialogରେ ଆଠୋଟି ଲେୟର୍ସର ଏକ ଷ୍ଟାକ୍ ଅଛି
02:56 ଆଉ, ଉପରେ ଆପଣ ଦେଖିପାରିବେ ଯେ, ଏହା ହେଉଛି ଏକ GIF ଇମେଜ୍, ଯାହା ଇଣ୍ଡେକ୍ସ ହୋଇଛି ଏବଂ 80 by 80 ପିକ୍ସେଲ୍ସର ଆଠୋଟି ଲେୟର୍ସ ଅଛି
03:13 ଏହି ଇମେଜ, 256ଟି ଭିନ୍ନ ଭିନ୍ନ ରଙ୍ଗରୁ ତିଆରି ହୋଇଛି
03:19 ଆଉ ଏହି ରଙ୍ଗଗୁଡ଼ିକୁ ଦେଖିବା ପାଇଁ Dialogs ଓ Colormapକୁ ଯାଆନ୍ତୁ
03:27 ଏଠାରେ ଆପଣ ରଙ୍ଗଗୁଡ଼ିକୁ ଦେଖିପାରିବେ, ଯାହା ଏହି ଇମେଜରେ ବ୍ୟବହୃତ ହୋଇଛି. ସେଥିରେ ଅନେକ ନୀଳ ସହିତ ଅନ୍ୟାନ୍ୟ ରଙ୍ଗ ରହିଛି ଏବଂ ପ୍ରତ୍ୟେକ ରଙ୍ଗର ଏକ Index ଓ HTML Notation ରହିଛି
03:50 GIF ଇମେଜଗୁଡ଼ିକ ଇଣ୍ଡେକ୍ସଡ୍ ହୋଇଥାଏ, RGB ଇମେଜଗୁଡ଼ିକ ନୁହେଁ, ଆଉ ତେଣୁ ସେଗୁଡ଼ିକରେ କେବଳ ଗୋଟିଏ ସୀମିତ ରଙ୍ଗ ଉପଲବ୍ଧ ଥାଏ
04:05 ଏବେ, ଏଠାରେ ଥିବା ଫ୍ରେମଗୁଡ଼ିକୁ ଦେଖିବା
04:10 ଆପଣ ଦେଖିପାରିବେ ଯେ, ପ୍ରଥମେ ଲେୟର୍ ର ନାମ ହେଉଛି Background, ଆଉ ବ୍ରାକେଟରେ ତାହା ମିଲିସେକେଣ୍ଡରେ ଅର୍ଥାତ୍ 5 ସେକେଣ୍ଡସ୍ ରେ ରହିଛି
04:25 ତେଣୁ, ଏହି ଇମେଜ୍ 5 ସେକେଣ୍ଡସ୍ ପାଇଁ ଦେଖାଦେବ ଓ ତା’ପରେ 100 ମିଲିସେକେଣ୍ଡସ୍ ସହିତ 2, 3, 4 ଆଉ ପ୍ରତିବଦଳ ପାଇଁ ସେଥିରେ ଏକ ବିକଳ୍ପ ଅଛି
04:42 ଫ୍ରେମଗୁଡ଼ିକ ଦେଖିବା ପାଇଁ, ମୁଁ କେବଳ Shift କୀ ଦାବି ଧରି ଏଠାରେ ଥିବା ଆଖି ଉପରେ କ୍ଲିକ୍ କରିବି ଏବଂ ଅନ୍ୟ ଫ୍ରେମଗୁଡ଼ିକ ଅଦୃଶ୍ୟ ହୋଇଯିବ
04:55 ଆଉ ଏବେ, ମୁଁ ଏଠାରେ, ଉପରେ ସେଗୁଡ଼ିକୁ ଷ୍ଟାକ୍ କରିପାରିବି
05:03 Index Colors ବ୍ୟବହାର କରିବାରେ ଏକ ଅସୁବିଧା ଅଛି
05:07 ଆପଣ, ଏଠାରେ ଅନେକ ଦାଗ ଦେଖିପାରିବେ, କାରଣ ଏହି ଟାଇଲଗୁଡ଼ିକରେ କେବଳ 256ଟି ଭିନ୍ନ ଭିନ୍ନ ରଙ୍ଗ ରହିଛି
05:18 ତେଣୁ, ଏହା ହେଉଛି ମୋର ବ୍ୟାକଗ୍ରାଉଣ୍ଡ ଇମେଜ୍
05:23 ଆଉ ଏହା ହେଉଛି ଅନ୍ୟଟି. ଅନ୍ୟ ଇମେଜଟିକୁ ମଧ୍ୟ ମୁଁ ଏହି ଆନିମେଶନ୍ ରେ ବ୍ୟବହାର କରିଛି. ଶିକ୍ଷାକୁ ପାଳନ ନକରି ଲୋକମାନଙ୍କ ଦ୍ୱାରା ଏହି ଚିତ୍ରଟି ତିଆରି କରାଯାଇଛି ଏବଂ ମୁଁ, ତାଙ୍କର ଅନୁମତି ସହିତ ଏହାକୁ ବ୍ୟବହାର କରୁଛି
05:44 ଅବଶିଷ୍ଟ ଇମେଜଗୁଡ଼ିକ, ଗୋଟିଏରୁ ଅନ୍ୟକୁ ସରଳ ଭାବରେ ଏକ ମାର୍ଗ ପାଇବା ପାଇଁ ଅନ୍ୟ ଇମେଜଗୁଡ଼ିକର କେବଳ ମିଶ୍ରଣ ମାତ୍ର
05:56 ଏହି ଆନିମେଶନ୍ କୁ ପୁନଃକ୍ରିଏଟ୍ କରିବା ପାଇଁ, ମୋତେ ଏହି ଷ୍ଟାକ୍ ରୁ ଦୁଇଟି ଇମେଜ୍ କାଢ଼ିବାକୁ ହେବ, ଯାହା ବହୁତ ସହଜ
06:06 ଏଠାରେ ଥିବା ଥମ୍ୱନେଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ମାଉସକୁ ଧରିରଖି ଟୂଲ୍ ବକ୍ସ ପର୍ଯ୍ୟନ୍ତ ଆଙ୍କନ୍ତୁ
06:15 ଆଉ ଏହା ହେଉଛି ମୋର ପ୍ରଥମ ଇମେଜ୍
06:18 ଏବେ, ଏଠାରେ କ୍ଲିକ୍ କରନ୍ତୁ, ଆଉ ଏହା ହେଉଛି ମୋର ଦ୍ୱିତୀୟ ଇମେଜ୍
06:24 ଏବେ, ମୋ ପାଖରେ ଏଠାରେ ଦୁଇଟି ଇମେଜ୍ ଅଛି. ମୁଁ ମୋର ମୂଳ ଆନିମେଶନ୍ ବନ୍ଦ କରିଦେଉଛି. ମୁଁ ଏଥିରୁ କିଛି ସେଭ୍ କରିବାକୁ ଚାହୁଁନାହିଁ
06:40 ମୁଁ ଏବେ Meet The GIMP ଲୋଗୋ ଯୋଡ଼ିବାକୁ ଚାହୁଁଛି
06:46 ଏହାକୁ କେବଳ ଟୂଲ୍ ବକ୍ସକୁ ଟାଣିଆଣିବି, ଆଉ ହୋଇଗଲା
06:53 ମୋତେ ଏହାକୁ 80 by 80 ପିକ୍ସେଲ୍ସକୁ ରିସ୍କେଲ୍ କରିବାକୁ ହେବ ଓ ତା’ପରେ ମୁଁ ମୋ ବ୍ୟାକଗ୍ରାଉଣ୍ଡରେ ଧଳା ରଙ୍ଗ ମିଶାଇବି, କାରଣ ଏହି ଇମେଜରେ କଳା ରଙ୍ଗ ଠିକ୍ ହେବନାହିଁ
07:12 ଆଉ ତାହା କରିବା ପାଇଁ, ମୁଁ ଗୋଟିଏ ନୂଆ ଲେୟର୍ ଆଡ୍ କରି ତାହାକୁ ଧଳାରେ ପୂରଣ କଲି ଏବଂ ତଳକୁ ଟାଣି ଆଣିଲି. ଏବେ ଧଳା ଭାବରେ ମୋ ବ୍ୟାକଗ୍ରାଉଣ୍ଡ ଅଛି
07:25 Layer Dialogରେ ରାଇଟ୍ କ୍ଲିକ୍ କରି Flattern Image ସିଲେକ୍ଟ କରନ୍ତୁ
07:33 ମୋ ପାଖରେ ଏବେ ଧଳା ଉପରେ Meet The GIMPର ଫ୍ଲାଟ୍ ଲୋଗୋ ଅଛି
07:39 ବର୍ତ୍ତମାନ, Image > Scale Imageକୁ ଯାଇ 80 Pixels ରଖିବି. Interpolationରେ Cubic ଭଲ ଅଛି. Scale ଉପରେ କ୍ଲିକ୍ କରନ୍ତୁ
07:51 ଇମେଜଟି ରିସ୍କେଲ୍ ହୋଇଗଲା କିନ୍ତୁ ବହୁତ ସୌମ୍ୟ ହେଲା
07:58 ରିସ୍କେଲିଙ୍ଗ୍ କରିବା ପରେ, ଆପଣଙ୍କୁ ଏହାକୁ ଶାର୍ପେନ୍ କରିବାକୁ ହେବ
08:03 ତେଣୁ, Filters >> Enhance >> Sharpenକୁ ଯାଆନ୍ତୁ
08:09 ମୁଁ ଭାବୁଛି, ମୋତେ ଶାର୍ପନେସ୍ ସହିତ ପର୍ଯ୍ୟାପ୍ତ ଉଚ୍ଚତାକୁ ଯିବା ଦରକାର
08:15 ଏହା ଠିକ୍ ଅଛି ବୋଲି ମୁଁ ଭାବୁଛି
08:22 ଏବେ ମୋ ପାଖରେ, ଗୋଟିଏ ଆନିମେଶନ୍ ହେବାପାଇଁ ତିନୋଟି ଇମେଜେସ୍ ଅଛି
08:29 ମୂଳ ଇମେଜଗୁଡ଼ିକୁ ସେଭ୍ କରିବା ପାଇଁ ମୁଁ ପାଖାପାଖି ଭୁଲିଯାଇଛି
08:37 ଏଠାରେ ପ୍ରଥମଟି ଅଛି, Meet The GIMP, ଆଉ ମୁଁ ଏହାକୁ mtg80.xcf ଭାବରେ ସେଭ୍ କରୁଛି
08:55 ଆଉ ଏହିଗୋଟିକୁ ମଧ୍ୟ
08:58 ମେନୁ ଆକ୍ସେସ୍ କରିବାକୁ ଅନ୍ୟ ମାର୍ଗଟି ହେଉଛି, ଇମେଜ୍ ଉପରେ ରାଇଟ୍ କ୍ଲିକ୍ କରି Image >> Mode ଓ RGBକୁ ଯାଆନ୍ତୁ
09:11 ତା’ପରେ File କୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
09:21 ମୁଁ ଏହି ଇମେଜଟିକୁ ମୋର ବେସ୍ ଭାବରେ ବ୍ୟବହାର କରିବି
09:26 ତେଣୁ, ମୁଁ ଏହାକୁ ପୁଣିଥରେ ସେଭ୍ କରିବି, ଆଉ ଏଥରକ ଏକ କପୀ ଭାବେ
09:33 ଓ ଏହାକୁ avatar.xcf ନାମ ଦେବି
09:41 ହଁ, ମୁଁ ଏହାକୁ ବଦଳାଇବାକୁ ଚାହୁଁଛି. ମୁଁ ତାହା ପୂର୍ବରୁ କରିଛି
09:48 Fileକୁ ଯାଇ Openକୁ ଯାଆନ୍ତୁ
09:52 ତେବେ, ଏହା ହେଉଛି ମୋର ବେସିକ୍ ଇମେଜ୍
09:56 ଆଉ ପ୍ରଥମ ଜିନିଷ ଭାବେ ମୁଁ, Meet The GIMP ଲୋଗୋକୁ ଏହି ଇମେଜ୍ ସହିତ ବ୍ଲେଣ୍ଡ କରିବାକୁ ଚାହୁଁଛି
10:05 ଓ ସେଥିପାଇଁ, ମୁଁ ଏହାର ଏକ କପୀ ତିଆରି କରି ଲୋଗୋ ସହିତ ତାକୁ ମିକ୍ସ କରିବି
10:14 କ୍ଲିକ୍ କରି ମୁଁ ଇମେଜକୁ ସିଲେକ୍ଟ କରିବି ଓ ତାକୁ ମୋ ଟୂଲ୍ ବକ୍ସକୁ ଟାଣିଆଣିବି, ଆଉ ଏହା ହେଉଛି ମୋ ଲେୟର୍. ଓ ଏବେ, ମୁଁ ଲୋଗୋଟିକୁ ସିଲେକ୍ଟ କରି ଏହି ଇମେଜ୍ ଉପରକୁ ଟାଣିଆଣିବି. ଆପଣଙ୍କୁ ଏକ ସ୍କ୍ରାପ୍ ଲେୟର୍ ମିଳିବ, ଯାହାର ଶୀର୍ଷକ ନଥିବ ଓ ଏହାକୁ କେବେବି ସେଭ୍ କରିହେବ ନାହିଁ
10:40 ମୋ ଇମେଜଗୁଡ଼ିକ ସହିତ ଏବେ ମୋ ପାଖରେ ଦୁଇଟି ଲେୟର୍ସ ଅଛି
10:46 ଏହି ଦୁଇଟି ଲେୟର୍ସ ମଧ୍ୟରେ ମୁଁ ତିନୋଟି ପଦାଙ୍କ ରଖିବାକୁ ଚାହୁଁଛି
10:51 ତାହା କରିବା ପାଇଁ ମୁଁ, ପାରଦର୍ଶିତାକୁ ପ୍ରାୟ 25% ଚୟନ କରିବି
11:01 ଏହି ଇମେଜକୁ ମୁଁ ଏବେ ଫ୍ଲାଟର୍ନ କରି ମୋର avatar.xcf ଇମେଜକୁ ଟାଣିଆଣିବି
11:11 ମୁଁ ପରେ ଏହିଗୁଡ଼ିକର ନାମ ବଦଳାଇବି
11:18 ମୁଁ ଅଣଶୀର୍ଷକ ଇମେଜକୁ ଫେରିଯିବି. Edit ଓ Undoକୁ ଯାଆନ୍ତୁ
11:27 ଏବେ ମୁଁ, ପାରଦର୍ଶିତାକୁ ପ୍ରାୟ 50%ରେ ସେଟ୍ କରିବି
11:36 ଲେୟର୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଓ Flattern Image ସିଲେକ୍ଟ କରନ୍ତୁ. ଏହାକୁ ଭିଡ଼ିବା ପୂର୍ବରୁ, ଲେୟରକୁ ରିନେମ୍ କରି Frame X ନାମ ଦେବି ଓ ବ୍ରାକେଟରେ ମୁଁ 100 ମିଲିସେକେଣ୍ଡସ୍ ଟାଇପ୍ କରିବି
12:02 ମୁଁ ଏହି avatar.xcfକୁ ଭିଡ଼ିବି ଓ ମୋ ଇମେଜକୁ ଫେରିଯିବି
12:14 Ctrl+Zକୁ ଦାବି ଉପର ଲେୟର୍ ର Opacityକୁ, ପ୍ରାୟ 75% ପାଖାପାଖିକୁ ବଦଳାଇବି
12:26 Layer ଉପରେ ରାଇଟ୍ କ୍ଲିକ୍ କରି Flattern Image ସିଲେକ୍ଟ କରନ୍ତୁ
12:34 ମୁଁ ଏହି ଲେୟରକୁ ଏହି ଇମେଜ୍ ଉପରକୁ ଟାଣିଆଣିବି
12:39 ଆଉ ତାହାବି ପୁଣି ଏହି Animation ପଦାଙ୍କ ପାଇଁ
12:45 ଏବେ, ମୋତେ ଏହି ଇମେଜର ଲୋଗୋକୁ ଟାଣିବାକୁ ପଡ଼ିବ ଏବଂ ଏଠାରେ, ମୋ ପାଖରେ ବ୍ଲେଣ୍ଡିଙ୍ଗର ପ୍ରଥମ ତିନିଟି ଲେୟର୍ସ ଅଛି
12:57 ମୁଁ, ଏଠାରେ ଥିବା ସ୍କ୍ରାପ୍ ଲେୟରକୁ ଏବେ ବନ୍ଦ କରିଛି, ହେଲେ ତାକୁ ସେଭ୍ କରିନାହିଁ
13:05 ଏବେ ଆମେ ଦେଖିବା, ଏହା କିପରି କାମ କରେ
13:10 କିନ୍ତୁ, ତାହା ପୂର୍ବରୁ ମୁଁ ଏଠାରେ ମୋ କାମକୁ ସେଭ୍ କରିବି
13:15 Filters >> Animation ଓ Playbackକୁ ଯାଆନ୍ତୁ
13:26 ଏହା ହେଉଛି ମୋର ଆନିମେଶନ୍
13:29 Play ଉପରେ କ୍ଲିକ୍ କରନ୍ତୁ
13:33 ଏହାକୁ ପ୍ଲେ କରିବା ପୂର୍ବରୁ ପ୍ରଥମେ ମୋତେ ଏହି ଲେୟରଗୁଡ଼ିକର ନାମ ବଦଳାଇବାକୁ ହେବ
13:43 ଅନେକ ଅନ୍ୟ ଇମେଜ୍, ୱର୍ଡ ପ୍ରୋସେସିଙ୍ଗ୍ ଅପ୍ସନ୍ସ ପରି ସମାନ ମାର୍ଗରେ ଆପଣ ଲେୟରଗୁଡ଼ିକୁ ରିନେମ୍ କରିପାରିବେ
13:56 ଟେକ୍ସଟ୍ କୁ ଚିହ୍ନିତ କରନ୍ତୁ, Ctrl+C ଦାବନ୍ତୁ ଓ ପରବର୍ତ୍ତୀ ଲେୟର୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ. Ctrl+V ଦାବି ଆବଶ୍ୟକ ଜିନିଷ ବଦଳାନ୍ତୁ
14:14 ଏବେ, ସମସ୍ତ Frameଗୁଡ଼ିକର ସଠିକ୍ ନାମ ଅଛି
14:22 ତେବେ, ମୁଁ ମୋ ଇମେଜକୁ ଫେରିଯିବି, Filters >> Animation >> Playback ସିଲେକ୍ଟ କରନ୍ତୁ. ଚାଲନ୍ତୁ, ଏଠାରେ ଥିବା ଏହା ଉପରେ ନଜର ପକାଇବା
14:34 ଆପଣ ବେସିକ୍ ଇମେଜକୁ ଦେଖୁଛନ୍ତି
14:38 ଏହା ଅନ୍ୟ ଇମେଜକୁ ବଦଳିଯାଉଛି, ହେଲେ ବହୁତ ଶୀଘ୍ର
14:50 ଏହା ଅଳ୍ପ ଟିକିଏ ଧୀମା ହୋଇପାରିବ
14:55 ମୁଁ, ସମୟକୁ ପ୍ରାୟ 200 ମିଲିସେକେଣ୍ଡସ୍ କୁ ବଦଳାଇବି
15:02 ତେଣୁ, ପୁଣିଥରେ Filters >> Animation >> Playback
15:15 ଏହା ଠିକ୍ ଅଛି ବୋଲି ମୁଁ ଭାବୁଛି
15:18 ଏହି ଇମେଜକୁ Index କରିବା, ଆଉ GIF ଇମେଜ୍ ଭାବରେ ଏହାକୁ ସେଭ୍ କରିବା ହେଉଛି ଶେଷ ଜିନିଷ. ଆଉ ଏହାକୁ ବହୁତ ସହଜରେ କରିହେବ
15:30 File >> Save Asକୁ ଯାଇ Name ଏକ୍ସଟେନ୍ସନ୍ କୁ ବଦଳାଇ GIF କରନ୍ତୁ ଓ Save ଉପରେ କ୍ଲିକ୍ କରନ୍ତୁ
15:43 ତା’ପରେ ଏକ ଅପ୍ସନ୍ ଡାୟଲଗ୍ ଦେଖାଦେବ
15:47 ଏଠାରେ, GIF ଏହି ଲେୟରଗୁଡ଼ିକୁ ହ୍ୟାଣ୍ଡଲ୍ କରିପାରିବନାହିଁ
15:52 ଏହା କେବଳ Animation Framesକୁ ହିଁ ହ୍ୟାଣ୍ଡଲ୍ କରିପାରିବ
15:57 ତେଣୁ, ମୁଁ ଏହାକୁ Animation ଭାବେ ସେଭ୍ କରିବି
16:04 GIF କେବଳ Greyscale କିମ୍ୱା Index ହୋଇଥିବା ଇମେଜଗୁଡ଼ିକୁ ହ୍ୟାଣ୍ଡଲ୍ କରେ
16:10 ତେଣୁ, ମୁଁ ଏହାକୁ Index Resultକୁ ବଦଳାଇବାକୁ ଚାହିଁବି
16:15 ଏହିଗୁଡ଼ିକ ହେଉଛି ମୋତେ ମିଳିଥିବା ଡିଫଲ୍ଟ ସେଟିଙ୍ଗ୍ସ. ସେଗୁଡ଼ିକ ମୋ ଜିନିଷ ପାଇଁ ବହୁତ ଭଲ ଏବଂ ମୁଁ ତାହାକୁ ବଦଳାଇପାରିବି, କିନ୍ତୁ ତାହା ଅନାବଶ୍ୟକ ବୋଲି ମୁଁ ଭାବୁଛି
16:26 Export ଉପରେ କ୍ଲିକ୍ କରନ୍ତୁ
16:29 ଏଠାରେ ଆପଣ Created With GIMP ଓ Loop Forever ଦେଖିପାରିବେ
16:36 Frame Disposalରେ ମୁଁ, One Frame Per Playerକୁ ବଦଳାଇବାକୁ ଚାହୁଁଛି
16:43 ଆଉ ଏହି ଅନ୍ୟ ଅପ୍ସନଗୁଡ଼ିକ ଅନ-ଚେକ୍ ହୋଇଅଛି. ତେଣୁ ମୁଁ ସେଗୁଡ଼ିକୁ ସେହିପରି ଛାଡ଼ିଦେବି. କାରଣ ଯଦି ମୁଁ ସମୟକୁ 5000 କିମ୍ୱା 2000 ମିଲିସେକେଣ୍ଡସ୍ କୁ ବଦଳାଇବାକୁ ଚାହୁଁଛି, ତେବେ ମୁଁ ତାହା କରିପାରିବି
17:01 ଏବେ, Save ଉପରେ କ୍ଲିକ୍ କରି ପରିଣାମକୁ ଦେଖିବା
17:07 ଆଉ ସେଥିପାଇଁ ଆମେ, GIMP ବ୍ୟବହାର ନକରି Mozilla ବ୍ୟବହାର କରିବା
17:13 Mozillaରେ ଏହା ଆଶାନୁରୂପ କାମ କରେ
17:18 ଆଗାମୀ ସପ୍ତାହ ପର୍ଯ୍ୟନ୍ତ ବିଦାୟ
17:22 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

Pradeep