GIMP/C2/Easy-Animation/Oriya
From Script | Spoken-Tutorial
Time | Narration |
00:23 | ଆଜି ଆମେ ସରଳ ଆନିମେଶନ୍ ବିଷୟରେ କଥା ହେବା |
00:28 | GIMP ଆନିମେଶନ୍ ପ୍ୟାକେଜକୁ GAP ବା GIMP Animation Package କୁହାଯାଏ, ଯାହା ଆନିମେଶନ୍, ଫିଲ୍ମସ୍ ଓ ମୂଭିଜ୍ ବିଷୟରେ ବହୁତ କିଛି କରିପାରେ |
00:43 | ଆମେ ସେ ବିଷୟରେ ପରେ ଜାଣିବା |
00:46 | ଜର୍ମନୀରେ ପୂରାତନ ଆନିମେଶନ୍ କୁ Daumenkino (ଡୋମାଙ୍କିନୋ) ବା Front Cinema କୁହାଯାଉଥିଲା |
00:55 | ଆଉ ଇଂରାଜୀରେ ଏହାକୁ Flip Book ବା Flick Book କୁହାଯାଉଥିଲା |
01:02 | ଏହି ବହିରେ ଅନେକ ଇମେଜେସ୍ ଅଛି, ଯେଉଁଗୁଡ଼ିକ ପ୍ରାୟ ସମାନ, କିନ୍ତୁ ପ୍ରତ୍ୟେକ ପୃଷ୍ଠାରେ ରୂପାନ୍ତରଣ ଅଛି. ଯଦି ଆପଣ ସେଗୁଡ଼ିକୁ ଫ୍ଲିକ୍ କରିବେ, ତେବେ ଛୋଟ ଚାଲୁଥିବା ଛବି ପାଇବେ |
01:20 | ଏଠାରେ ଥିବା ଏହି ଭିଡିଓ ମଧ୍ୟ ଏକ ଆନିମେଶନ୍ ଏବଂ ଆପଣ, ସେକେଣ୍ଡ ପିଛା 25ଟି ଇମେଜେସ୍ ସହ ଏକ ସ୍ଲାଇଡ୍ ଶୋ’ ଦେଖୁଛନ୍ତି |
01:36 | ଏଠାରେ ଦୁଇଟି ବିଜ୍ଞାପନ ଅଛି. ଏଇଟି ହେଉଛି ମୋର, ଆଉ ଏହି ଗୋଟିକ ରବ୍ ଙ୍କଠାରୁ ଆସିଛି, ଯାହା ଆନିମେଟେଡ୍ GIF ଦେଖାଉଛି |
01:51 | ମୁଁ ଏଠାରେ ମୋର ବିଜ୍ଞାପନରେ ସୁଧାର ଆଣିବାକୁ ଚାହୁଁଛି |
01:56 | ମୁଁ, ମୋର ବିଜ୍ଞାପନରେ Meet The GIMPର ଲୋଗୋ ଦେଖାଇବାକୁ ଚାହୁଁଛି |
02:04 | ଏବେ, ମୁଁ ଏହି ଇମେଜକୁ ଡେସ୍କଟପରେ ସେଭ୍ କରିବି, ଆଉ ମୋତେ ସଫଳତାପୂର୍ବକ ଏକ ଆନିମେଶନ୍ କ୍ରିଏଟ୍ କରିବାକୁ ହେବ |
02:15 | ତେଣୁ, ମୁଁ ଏହି ଇମେଜ୍ କୁ ନେଇ ମୋ ଡେସ୍କଟପରେ ସେଭ୍ କରୁଛି |
02:24 | ମୁଁ ଏହି ଇମେଜକୁ GIMPରେ ଖୋଲିବି |
02:28 | ଏହାକୁ କେବଳ ଟୂଲ୍ ବକ୍ସକୁ ଟାଣିଆଣିବି, ଆଉ ହୋଇଗଲା |
02:35 | ଏହାକୁ ଆଉ ଟିକିଏ ଚଉଡ଼ା କରିଦିଅନ୍ତୁ |
02:43 | ସାଧାରଣତଃ ଏହି ଇମେଜରେ କୌଣସି ଆନିମେଶନ୍ ନାହିଁ, କିନ୍ତୁ Layer Dialogରେ ଆଠୋଟି ଲେୟର୍ସର ଏକ ଷ୍ଟାକ୍ ଅଛି |
02:56 | ଆଉ, ଉପରେ ଆପଣ ଦେଖିପାରିବେ ଯେ, ଏହା ହେଉଛି ଏକ GIF ଇମେଜ୍, ଯାହା ଇଣ୍ଡେକ୍ସ ହୋଇଛି ଏବଂ 80 by 80 ପିକ୍ସେଲ୍ସର ଆଠୋଟି ଲେୟର୍ସ ଅଛି |
03:13 | ଏହି ଇମେଜ, 256ଟି ଭିନ୍ନ ଭିନ୍ନ ରଙ୍ଗରୁ ତିଆରି ହୋଇଛି |
03:19 | ଆଉ ଏହି ରଙ୍ଗଗୁଡ଼ିକୁ ଦେଖିବା ପାଇଁ Dialogs ଓ Colormapକୁ ଯାଆନ୍ତୁ |
03:27 | ଏଠାରେ ଆପଣ ରଙ୍ଗଗୁଡ଼ିକୁ ଦେଖିପାରିବେ, ଯାହା ଏହି ଇମେଜରେ ବ୍ୟବହୃତ ହୋଇଛି. ସେଥିରେ ଅନେକ ନୀଳ ସହିତ ଅନ୍ୟାନ୍ୟ ରଙ୍ଗ ରହିଛି ଏବଂ ପ୍ରତ୍ୟେକ ରଙ୍ଗର ଏକ Index ଓ HTML Notation ରହିଛି |
03:50 | GIF ଇମେଜଗୁଡ଼ିକ ଇଣ୍ଡେକ୍ସଡ୍ ହୋଇଥାଏ, RGB ଇମେଜଗୁଡ଼ିକ ନୁହେଁ, ଆଉ ତେଣୁ ସେଗୁଡ଼ିକରେ କେବଳ ଗୋଟିଏ ସୀମିତ ରଙ୍ଗ ଉପଲବ୍ଧ ଥାଏ |
04:05 | ଏବେ, ଏଠାରେ ଥିବା ଫ୍ରେମଗୁଡ଼ିକୁ ଦେଖିବା |
04:10 | ଆପଣ ଦେଖିପାରିବେ ଯେ, ପ୍ରଥମେ ଲେୟର୍ ର ନାମ ହେଉଛି Background, ଆଉ ବ୍ରାକେଟରେ ତାହା ମିଲିସେକେଣ୍ଡରେ ଅର୍ଥାତ୍ 5 ସେକେଣ୍ଡସ୍ ରେ ରହିଛି |
04:25 | ତେଣୁ, ଏହି ଇମେଜ୍ 5 ସେକେଣ୍ଡସ୍ ପାଇଁ ଦେଖାଦେବ ଓ ତା’ପରେ 100 ମିଲିସେକେଣ୍ଡସ୍ ସହିତ 2, 3, 4 ଆଉ ପ୍ରତିବଦଳ ପାଇଁ ସେଥିରେ ଏକ ବିକଳ୍ପ ଅଛି |
04:42 | ଫ୍ରେମଗୁଡ଼ିକ ଦେଖିବା ପାଇଁ, ମୁଁ କେବଳ Shift କୀ ଦାବି ଧରି ଏଠାରେ ଥିବା ଆଖି ଉପରେ କ୍ଲିକ୍ କରିବି ଏବଂ ଅନ୍ୟ ଫ୍ରେମଗୁଡ଼ିକ ଅଦୃଶ୍ୟ ହୋଇଯିବ |
04:55 | ଆଉ ଏବେ, ମୁଁ ଏଠାରେ, ଉପରେ ସେଗୁଡ଼ିକୁ ଷ୍ଟାକ୍ କରିପାରିବି |
05:03 | Index Colors ବ୍ୟବହାର କରିବାରେ ଏକ ଅସୁବିଧା ଅଛି |
05:07 | ଆପଣ, ଏଠାରେ ଅନେକ ଦାଗ ଦେଖିପାରିବେ, କାରଣ ଏହି ଟାଇଲଗୁଡ଼ିକରେ କେବଳ 256ଟି ଭିନ୍ନ ଭିନ୍ନ ରଙ୍ଗ ରହିଛି |
05:18 | ତେଣୁ, ଏହା ହେଉଛି ମୋର ବ୍ୟାକଗ୍ରାଉଣ୍ଡ ଇମେଜ୍ |
05:23 | ଆଉ ଏହା ହେଉଛି ଅନ୍ୟଟି. ଅନ୍ୟ ଇମେଜଟିକୁ ମଧ୍ୟ ମୁଁ ଏହି ଆନିମେଶନ୍ ରେ ବ୍ୟବହାର କରିଛି. ଶିକ୍ଷାକୁ ପାଳନ ନକରି ଲୋକମାନଙ୍କ ଦ୍ୱାରା ଏହି ଚିତ୍ରଟି ତିଆରି କରାଯାଇଛି ଏବଂ ମୁଁ, ତାଙ୍କର ଅନୁମତି ସହିତ ଏହାକୁ ବ୍ୟବହାର କରୁଛି |
05:44 | ଅବଶିଷ୍ଟ ଇମେଜଗୁଡ଼ିକ, ଗୋଟିଏରୁ ଅନ୍ୟକୁ ସରଳ ଭାବରେ ଏକ ମାର୍ଗ ପାଇବା ପାଇଁ ଅନ୍ୟ ଇମେଜଗୁଡ଼ିକର କେବଳ ମିଶ୍ରଣ ମାତ୍ର |
05:56 | ଏହି ଆନିମେଶନ୍ କୁ ପୁନଃକ୍ରିଏଟ୍ କରିବା ପାଇଁ, ମୋତେ ଏହି ଷ୍ଟାକ୍ ରୁ ଦୁଇଟି ଇମେଜ୍ କାଢ଼ିବାକୁ ହେବ, ଯାହା ବହୁତ ସହଜ |
06:06 | ଏଠାରେ ଥିବା ଥମ୍ୱନେଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ମାଉସକୁ ଧରିରଖି ଟୂଲ୍ ବକ୍ସ ପର୍ଯ୍ୟନ୍ତ ଆଙ୍କନ୍ତୁ |
06:15 | ଆଉ ଏହା ହେଉଛି ମୋର ପ୍ରଥମ ଇମେଜ୍ |
06:18 | ଏବେ, ଏଠାରେ କ୍ଲିକ୍ କରନ୍ତୁ, ଆଉ ଏହା ହେଉଛି ମୋର ଦ୍ୱିତୀୟ ଇମେଜ୍ |
06:24 | ଏବେ, ମୋ ପାଖରେ ଏଠାରେ ଦୁଇଟି ଇମେଜ୍ ଅଛି. ମୁଁ ମୋର ମୂଳ ଆନିମେଶନ୍ ବନ୍ଦ କରିଦେଉଛି. ମୁଁ ଏଥିରୁ କିଛି ସେଭ୍ କରିବାକୁ ଚାହୁଁନାହିଁ |
06:40 | ମୁଁ ଏବେ Meet The GIMP ଲୋଗୋ ଯୋଡ଼ିବାକୁ ଚାହୁଁଛି |
06:46 | ଏହାକୁ କେବଳ ଟୂଲ୍ ବକ୍ସକୁ ଟାଣିଆଣିବି, ଆଉ ହୋଇଗଲା |
06:53 | ମୋତେ ଏହାକୁ 80 by 80 ପିକ୍ସେଲ୍ସକୁ ରିସ୍କେଲ୍ କରିବାକୁ ହେବ ଓ ତା’ପରେ ମୁଁ ମୋ ବ୍ୟାକଗ୍ରାଉଣ୍ଡରେ ଧଳା ରଙ୍ଗ ମିଶାଇବି, କାରଣ ଏହି ଇମେଜରେ କଳା ରଙ୍ଗ ଠିକ୍ ହେବନାହିଁ |
07:12 | ଆଉ ତାହା କରିବା ପାଇଁ, ମୁଁ ଗୋଟିଏ ନୂଆ ଲେୟର୍ ଆଡ୍ କରି ତାହାକୁ ଧଳାରେ ପୂରଣ କଲି ଏବଂ ତଳକୁ ଟାଣି ଆଣିଲି. ଏବେ ଧଳା ଭାବରେ ମୋ ବ୍ୟାକଗ୍ରାଉଣ୍ଡ ଅଛି |
07:25 | Layer Dialogରେ ରାଇଟ୍ କ୍ଲିକ୍ କରି Flattern Image ସିଲେକ୍ଟ କରନ୍ତୁ |
07:33 | ମୋ ପାଖରେ ଏବେ ଧଳା ଉପରେ Meet The GIMPର ଫ୍ଲାଟ୍ ଲୋଗୋ ଅଛି |
07:39 | ବର୍ତ୍ତମାନ, Image > Scale Imageକୁ ଯାଇ 80 Pixels ରଖିବି. Interpolationରେ Cubic ଭଲ ଅଛି. Scale ଉପରେ କ୍ଲିକ୍ କରନ୍ତୁ |
07:51 | ଇମେଜଟି ରିସ୍କେଲ୍ ହୋଇଗଲା କିନ୍ତୁ ବହୁତ ସୌମ୍ୟ ହେଲା |
07:58 | ରିସ୍କେଲିଙ୍ଗ୍ କରିବା ପରେ, ଆପଣଙ୍କୁ ଏହାକୁ ଶାର୍ପେନ୍ କରିବାକୁ ହେବ |
08:03 | ତେଣୁ, Filters >> Enhance >> Sharpenକୁ ଯାଆନ୍ତୁ |
08:09 | ମୁଁ ଭାବୁଛି, ମୋତେ ଶାର୍ପନେସ୍ ସହିତ ପର୍ଯ୍ୟାପ୍ତ ଉଚ୍ଚତାକୁ ଯିବା ଦରକାର |
08:15 | ଏହା ଠିକ୍ ଅଛି ବୋଲି ମୁଁ ଭାବୁଛି |
08:22 | ଏବେ ମୋ ପାଖରେ, ଗୋଟିଏ ଆନିମେଶନ୍ ହେବାପାଇଁ ତିନୋଟି ଇମେଜେସ୍ ଅଛି |
08:29 | ମୂଳ ଇମେଜଗୁଡ଼ିକୁ ସେଭ୍ କରିବା ପାଇଁ ମୁଁ ପାଖାପାଖି ଭୁଲିଯାଇଛି |
08:37 | ଏଠାରେ ପ୍ରଥମଟି ଅଛି, Meet The GIMP, ଆଉ ମୁଁ ଏହାକୁ mtg80.xcf ଭାବରେ ସେଭ୍ କରୁଛି |
08:55 | ଆଉ ଏହିଗୋଟିକୁ ମଧ୍ୟ |
08:58 | ମେନୁ ଆକ୍ସେସ୍ କରିବାକୁ ଅନ୍ୟ ମାର୍ଗଟି ହେଉଛି, ଇମେଜ୍ ଉପରେ ରାଇଟ୍ କ୍ଲିକ୍ କରି Image >> Mode ଓ RGBକୁ ଯାଆନ୍ତୁ |
09:11 | ତା’ପରେ File କୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ |
09:21 | ମୁଁ ଏହି ଇମେଜଟିକୁ ମୋର ବେସ୍ ଭାବରେ ବ୍ୟବହାର କରିବି |
09:26 | ତେଣୁ, ମୁଁ ଏହାକୁ ପୁଣିଥରେ ସେଭ୍ କରିବି, ଆଉ ଏଥରକ ଏକ କପୀ ଭାବେ |
09:33 | ଓ ଏହାକୁ avatar.xcf ନାମ ଦେବି |
09:41 | ହଁ, ମୁଁ ଏହାକୁ ବଦଳାଇବାକୁ ଚାହୁଁଛି. ମୁଁ ତାହା ପୂର୍ବରୁ କରିଛି |
09:48 | Fileକୁ ଯାଇ Openକୁ ଯାଆନ୍ତୁ |
09:52 | ତେବେ, ଏହା ହେଉଛି ମୋର ବେସିକ୍ ଇମେଜ୍ |
09:56 | ଆଉ ପ୍ରଥମ ଜିନିଷ ଭାବେ ମୁଁ, Meet The GIMP ଲୋଗୋକୁ ଏହି ଇମେଜ୍ ସହିତ ବ୍ଲେଣ୍ଡ କରିବାକୁ ଚାହୁଁଛି |
10:05 | ଓ ସେଥିପାଇଁ, ମୁଁ ଏହାର ଏକ କପୀ ତିଆରି କରି ଲୋଗୋ ସହିତ ତାକୁ ମିକ୍ସ କରିବି |
10:14 | କ୍ଲିକ୍ କରି ମୁଁ ଇମେଜକୁ ସିଲେକ୍ଟ କରିବି ଓ ତାକୁ ମୋ ଟୂଲ୍ ବକ୍ସକୁ ଟାଣିଆଣିବି, ଆଉ ଏହା ହେଉଛି ମୋ ଲେୟର୍. ଓ ଏବେ, ମୁଁ ଲୋଗୋଟିକୁ ସିଲେକ୍ଟ କରି ଏହି ଇମେଜ୍ ଉପରକୁ ଟାଣିଆଣିବି. ଆପଣଙ୍କୁ ଏକ ସ୍କ୍ରାପ୍ ଲେୟର୍ ମିଳିବ, ଯାହାର ଶୀର୍ଷକ ନଥିବ ଓ ଏହାକୁ କେବେବି ସେଭ୍ କରିହେବ ନାହିଁ |
10:40 | ମୋ ଇମେଜଗୁଡ଼ିକ ସହିତ ଏବେ ମୋ ପାଖରେ ଦୁଇଟି ଲେୟର୍ସ ଅଛି |
10:46 | ଏହି ଦୁଇଟି ଲେୟର୍ସ ମଧ୍ୟରେ ମୁଁ ତିନୋଟି ପଦାଙ୍କ ରଖିବାକୁ ଚାହୁଁଛି |
10:51 | ତାହା କରିବା ପାଇଁ ମୁଁ, ପାରଦର୍ଶିତାକୁ ପ୍ରାୟ 25% ଚୟନ କରିବି |
11:01 | ଏହି ଇମେଜକୁ ମୁଁ ଏବେ ଫ୍ଲାଟର୍ନ କରି ମୋର avatar.xcf ଇମେଜକୁ ଟାଣିଆଣିବି |
11:11 | ମୁଁ ପରେ ଏହିଗୁଡ଼ିକର ନାମ ବଦଳାଇବି |
11:18 | ମୁଁ ଅଣଶୀର୍ଷକ ଇମେଜକୁ ଫେରିଯିବି. Edit ଓ Undoକୁ ଯାଆନ୍ତୁ |
11:27 | ଏବେ ମୁଁ, ପାରଦର୍ଶିତାକୁ ପ୍ରାୟ 50%ରେ ସେଟ୍ କରିବି |
11:36 | ଲେୟର୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଓ Flattern Image ସିଲେକ୍ଟ କରନ୍ତୁ. ଏହାକୁ ଭିଡ଼ିବା ପୂର୍ବରୁ, ଲେୟରକୁ ରିନେମ୍ କରି Frame X ନାମ ଦେବି ଓ ବ୍ରାକେଟରେ ମୁଁ 100 ମିଲିସେକେଣ୍ଡସ୍ ଟାଇପ୍ କରିବି |
12:02 | ମୁଁ ଏହି avatar.xcfକୁ ଭିଡ଼ିବି ଓ ମୋ ଇମେଜକୁ ଫେରିଯିବି |
12:14 | Ctrl+Zକୁ ଦାବି ଉପର ଲେୟର୍ ର Opacityକୁ, ପ୍ରାୟ 75% ପାଖାପାଖିକୁ ବଦଳାଇବି |
12:26 | Layer ଉପରେ ରାଇଟ୍ କ୍ଲିକ୍ କରି Flattern Image ସିଲେକ୍ଟ କରନ୍ତୁ |
12:34 | ମୁଁ ଏହି ଲେୟରକୁ ଏହି ଇମେଜ୍ ଉପରକୁ ଟାଣିଆଣିବି |
12:39 | ଆଉ ତାହାବି ପୁଣି ଏହି Animation ପଦାଙ୍କ ପାଇଁ |
12:45 | ଏବେ, ମୋତେ ଏହି ଇମେଜର ଲୋଗୋକୁ ଟାଣିବାକୁ ପଡ଼ିବ ଏବଂ ଏଠାରେ, ମୋ ପାଖରେ ବ୍ଲେଣ୍ଡିଙ୍ଗର ପ୍ରଥମ ତିନିଟି ଲେୟର୍ସ ଅଛି |
12:57 | ମୁଁ, ଏଠାରେ ଥିବା ସ୍କ୍ରାପ୍ ଲେୟରକୁ ଏବେ ବନ୍ଦ କରିଛି, ହେଲେ ତାକୁ ସେଭ୍ କରିନାହିଁ |
13:05 | ଏବେ ଆମେ ଦେଖିବା, ଏହା କିପରି କାମ କରେ |
13:10 | କିନ୍ତୁ, ତାହା ପୂର୍ବରୁ ମୁଁ ଏଠାରେ ମୋ କାମକୁ ସେଭ୍ କରିବି |
13:15 | Filters >> Animation ଓ Playbackକୁ ଯାଆନ୍ତୁ |
13:26 | ଏହା ହେଉଛି ମୋର ଆନିମେଶନ୍ |
13:29 | Play ଉପରେ କ୍ଲିକ୍ କରନ୍ତୁ |
13:33 | ଏହାକୁ ପ୍ଲେ କରିବା ପୂର୍ବରୁ ପ୍ରଥମେ ମୋତେ ଏହି ଲେୟରଗୁଡ଼ିକର ନାମ ବଦଳାଇବାକୁ ହେବ |
13:43 | ଅନେକ ଅନ୍ୟ ଇମେଜ୍, ୱର୍ଡ ପ୍ରୋସେସିଙ୍ଗ୍ ଅପ୍ସନ୍ସ ପରି ସମାନ ମାର୍ଗରେ ଆପଣ ଲେୟରଗୁଡ଼ିକୁ ରିନେମ୍ କରିପାରିବେ |
13:56 | ଟେକ୍ସଟ୍ କୁ ଚିହ୍ନିତ କରନ୍ତୁ, Ctrl+C ଦାବନ୍ତୁ ଓ ପରବର୍ତ୍ତୀ ଲେୟର୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ. Ctrl+V ଦାବି ଆବଶ୍ୟକ ଜିନିଷ ବଦଳାନ୍ତୁ |
14:14 | ଏବେ, ସମସ୍ତ Frameଗୁଡ଼ିକର ସଠିକ୍ ନାମ ଅଛି |
14:22 | ତେବେ, ମୁଁ ମୋ ଇମେଜକୁ ଫେରିଯିବି, Filters >> Animation >> Playback ସିଲେକ୍ଟ କରନ୍ତୁ. ଚାଲନ୍ତୁ, ଏଠାରେ ଥିବା ଏହା ଉପରେ ନଜର ପକାଇବା |
14:34 | ଆପଣ ବେସିକ୍ ଇମେଜକୁ ଦେଖୁଛନ୍ତି |
14:38 | ଏହା ଅନ୍ୟ ଇମେଜକୁ ବଦଳିଯାଉଛି, ହେଲେ ବହୁତ ଶୀଘ୍ର |
14:50 | ଏହା ଅଳ୍ପ ଟିକିଏ ଧୀମା ହୋଇପାରିବ |
14:55 | ମୁଁ, ସମୟକୁ ପ୍ରାୟ 200 ମିଲିସେକେଣ୍ଡସ୍ କୁ ବଦଳାଇବି |
15:02 | ତେଣୁ, ପୁଣିଥରେ Filters >> Animation >> Playback |
15:15 | ଏହା ଠିକ୍ ଅଛି ବୋଲି ମୁଁ ଭାବୁଛି |
15:18 | ଏହି ଇମେଜକୁ Index କରିବା, ଆଉ GIF ଇମେଜ୍ ଭାବରେ ଏହାକୁ ସେଭ୍ କରିବା ହେଉଛି ଶେଷ ଜିନିଷ. ଆଉ ଏହାକୁ ବହୁତ ସହଜରେ କରିହେବ |
15:30 | File >> Save Asକୁ ଯାଇ Name ଏକ୍ସଟେନ୍ସନ୍ କୁ ବଦଳାଇ GIF କରନ୍ତୁ ଓ Save ଉପରେ କ୍ଲିକ୍ କରନ୍ତୁ |
15:43 | ତା’ପରେ ଏକ ଅପ୍ସନ୍ ଡାୟଲଗ୍ ଦେଖାଦେବ |
15:47 | ଏଠାରେ, GIF ଏହି ଲେୟରଗୁଡ଼ିକୁ ହ୍ୟାଣ୍ଡଲ୍ କରିପାରିବନାହିଁ |
15:52 | ଏହା କେବଳ Animation Framesକୁ ହିଁ ହ୍ୟାଣ୍ଡଲ୍ କରିପାରିବ |
15:57 | ତେଣୁ, ମୁଁ ଏହାକୁ Animation ଭାବେ ସେଭ୍ କରିବି |
16:04 | GIF କେବଳ Greyscale କିମ୍ୱା Index ହୋଇଥିବା ଇମେଜଗୁଡ଼ିକୁ ହ୍ୟାଣ୍ଡଲ୍ କରେ |
16:10 | ତେଣୁ, ମୁଁ ଏହାକୁ Index Resultକୁ ବଦଳାଇବାକୁ ଚାହିଁବି |
16:15 | ଏହିଗୁଡ଼ିକ ହେଉଛି ମୋତେ ମିଳିଥିବା ଡିଫଲ୍ଟ ସେଟିଙ୍ଗ୍ସ. ସେଗୁଡ଼ିକ ମୋ ଜିନିଷ ପାଇଁ ବହୁତ ଭଲ ଏବଂ ମୁଁ ତାହାକୁ ବଦଳାଇପାରିବି, କିନ୍ତୁ ତାହା ଅନାବଶ୍ୟକ ବୋଲି ମୁଁ ଭାବୁଛି |
16:26 | Export ଉପରେ କ୍ଲିକ୍ କରନ୍ତୁ |
16:29 | ଏଠାରେ ଆପଣ Created With GIMP ଓ Loop Forever ଦେଖିପାରିବେ |
16:36 | Frame Disposalରେ ମୁଁ, One Frame Per Playerକୁ ବଦଳାଇବାକୁ ଚାହୁଁଛି |
16:43 | ଆଉ ଏହି ଅନ୍ୟ ଅପ୍ସନଗୁଡ଼ିକ ଅନ-ଚେକ୍ ହୋଇଅଛି. ତେଣୁ ମୁଁ ସେଗୁଡ଼ିକୁ ସେହିପରି ଛାଡ଼ିଦେବି. କାରଣ ଯଦି ମୁଁ ସମୟକୁ 5000 କିମ୍ୱା 2000 ମିଲିସେକେଣ୍ଡସ୍ କୁ ବଦଳାଇବାକୁ ଚାହୁଁଛି, ତେବେ ମୁଁ ତାହା କରିପାରିବି |
17:01 | ଏବେ, Save ଉପରେ କ୍ଲିକ୍ କରି ପରିଣାମକୁ ଦେଖିବା |
17:07 | ଆଉ ସେଥିପାଇଁ ଆମେ, GIMP ବ୍ୟବହାର ନକରି Mozilla ବ୍ୟବହାର କରିବା |
17:13 | Mozillaରେ ଏହା ଆଶାନୁରୂପ କାମ କରେ |
17:18 | ଆଗାମୀ ସପ୍ତାହ ପର୍ଯ୍ୟନ୍ତ ବିଦାୟ |
17:22 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |