Java/C2/For-Loop/Oriya
From Script | Spoken-Tutorial
Time | Narration |
00:02 | Javaରେ For Loop ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିବା |
00:12 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
|
00:24 | ଏହି ଟ୍ୟୁଟୋରିଆଲ୍ ପାଇଁ, Javaରେ ଆପଣଙ୍କର Relational Operators ଓ If ଷ୍ଟେଟମେଣ୍ଟ ଉପରେ ଜ୍ଞାନ ଥିବା ଉଚିତ |
00:32 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ [1] |
00:40 | ଏହା ହେଉଛି For Loopର ସିଣ୍ଟାକ୍ସ |
00:44 | ଏଥିରେ ରହିଛି Initialization, Loop Condition ଓ Increment |
00:51 | ତା’ପରେ ଏଥିରେ ରହିଛି For Block, ଯାହା Loop Condition, True ହେବା ପର୍ଯ୍ୟନ୍ତ ନିଷ୍ପାଦନ କରୁଥାଏ |
01:00 | ଏବେ, Eclipseରେ ଗୋଟିଏ ଉଦାହରଣ ଦେଖିବା |
01:04 | Eclipseକୁ ଯାଆନ୍ତୁ |
01:07 | ଆମ ପାଖରେ ପୂର୍ବରୁ, ForLoopDemo ନାମକ ଗୋଟିଏ Class ଅଛି |
01:12 | ଏବେ ଚାଲନ୍ତୁ, Main Method ଭିତରେ For Loop ଯୋଡ଼ିବା |
01:17 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int i ସେମିକଲନ୍ |
01:24 | ତା’ପରେ, for ପାରେନ୍ଥେସେସ୍ ମଧ୍ୟରେ i ଇକ୍ୱାଲ୍ ଟୁ 0 ସେମିକଲନ୍ i ଲେସ୍ ଦ୍ୟାନ୍ 10 ସେମିକଲନ୍ i ଇକ୍ୱାଲ୍ ଟୁ i ପ୍ଲସ୍ 1 |
01:45 | ଏହି ଷ୍ଟେଟମେଣ୍ଟ, Loop କିପରି ଆଗକୁ ବଢ଼ିବ, ତାହା ନିର୍ଦ୍ଧାରିତ କରିଥାଏ |
01:53 | Loop ପାଇଁ ଆରମ୍ଭ କଣ୍ଡିଶନ୍ ହେଉଛି i = 0 |
01:58 | ଭେରିଏବଲ୍ ଆରମ୍ଭ ହେବାକୁ ଏହି କଣ୍ଡିଶନ୍ ଅନୁମତି ଦେଇଥାଏ |
02:05 | i<10 ହେଉଛି Loop Running Condition |
02:09 | ଯଦି କଣ୍ଡିଶନ୍ True ହୋଇଥାଏ, ତେବେ For Block ନିଷ୍ପାଦିତ ହେବ |
02:14 | ଅନ୍ୟଥା, ତାହା ଅଣଦେଖା ହୋଇଯିବ |
02:17 | ତାହାର ଅର୍ଥ, ଯେତେବେଳେ i, 10ଠାରୁ ଅଧିକ କିମ୍ୱା ସମାନ ହୋଇଯିବ, Blockଟି ନିଷ୍ପାଦିତ ହେବନାହିଁ |
02:25 | ତା’ପରେ, i = i+1 କୁହେ ଯେ, କିପରି Loop Variable ବଦଳିବାକୁ ଯାଉଛି |
02:32 | ଏଠାରେ, iର ଭାଲ୍ୟୁ 0 ସହିତ ଆରମ୍ଭ ହୁଏ |
02:35 | ଏହା Loopର ପ୍ରତ୍ୟେକ ଚକ୍ର ପାଇଁ 1 ବଢ଼ାଇଥାଏ, ଯେପର୍ଯ୍ୟନ୍ତ ତାହା 10 ହୋଇନାହିଁ |
02:42 | ଏବେ, i ସହିତ କିଛି କରିବା |
02:46 | ତେଣୁ, କର୍ଲୀ ବ୍ରାକେଟ୍ ଖୋଲନ୍ତୁ ଓ ବନ୍ଦ କରନ୍ତୁ |
02:49 | କର୍ଲୀ ବ୍ରାକେଟ୍ ଭିତରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ଓ ପ୍ରିଣ୍ଟ କରନ୍ତୁ i into i |
03:06 | ଏହା, 0 ରୁ 9 ପର୍ଯ୍ୟନ୍ତ ପ୍ରତ୍ୟେକ ସଂଖ୍ୟାର ବର୍ଗ ପ୍ରିଣ୍ଟ କରିବ |
03:11 | ଆଉଟପୁଟ୍ ଦେଖିବା |
03:13 | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ |
03:17 | ଆମେ ଦେଖିପାରୁଛେ ଯେ, Loop, 0 ରୁ 9 ପର୍ଯ୍ୟନ୍ତ ସଂଖ୍ୟାରେ ସଂଚାଳିତ ହୋଇଥାଏ |
03:23 | ପ୍ରତ୍ୟେକ ଚକ୍ରରେ ସଂଖ୍ୟାର ବର୍ଗ ପ୍ରିଣ୍ଟ ହୋଇଯାଇଛି |
03:28 | ଏବେ, ସମସ୍ତ 2 ଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକୁ ପ୍ରିଣ୍ଟ କରିବା, ଯାହା 3 କିମ୍ୱା 5ର ଗୁଣକ ଅଟନ୍ତି |
03:37 | ତେଣୁ, iର 10 ରୁ 99 ପର୍ଯ୍ୟନ୍ତ ଭାଲ୍ୟୁ ରହିବା ଦରକାର |
03:42 | i ଇକ୍ୱାଲ୍ ଟୁ 0 କୁ ବଦଳାଇ i ଇକ୍ୱାଲ୍ ଟୁ 10 କରନ୍ତୁ |
03:48 | ଏବଂ i ଲେସ୍ ଦ୍ୟାନ୍ 10 କୁ ବଦଳାଇ i ଲେସ୍ ଦ୍ୟାନ୍ 100 କରନ୍ତୁ |
03:54 | ତା’ପରେ କର୍ଲୀ ବ୍ରାକେଟ୍ ମଧ୍ୟରେ ଆମେ, ସଂଖ୍ୟା ପ୍ରିଣ୍ଟ କରିବା, ଯଦି ତାହା କେବଳ 3 କିମ୍ୱା 5ର ଗୁଣକ ହୋଇଥିବ |
04:03 | ଟାଇପ୍ କରନ୍ତୁ: |
04:04 | if ବ୍ରାକେଟ୍ସ ମଧ୍ୟରେ i mod 3 ଇକ୍ୱାଲ୍ ଇକ୍ୱାଲ୍ ଟୁ 0 କିମ୍ୱା ବ୍ରାକେଟ୍ ମଧ୍ୟରେ i mod 5 ଇକ୍ୱାଲ୍ ଇକ୍ୱାଲ୍ ଟୁ 0 |
04:32 | ଏହି ଷ୍ଟେଟମେଣ୍ଟ ଯାଞ୍ଚ କରେ ଯେ i, 3 କିମ୍ୱା 5 ଦ୍ୱାରା ବିଭାଜ୍ୟ କି ନୁହେଁ |
04:38 | ତା’ପରେ, କର୍ଲୀ ବ୍ରାକେଟ୍ ଭିତରେ ଆମେ, i ର ଭାଲ୍ୟୁ ପ୍ରିଣ୍ଟ କରିବା |
04:50 | ଏବେ ଆଉଟପୁଟ୍ ଦେଖିବା |
04:52 | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ |
04:56 | ଆମେ ଦେଖିପାରୁଛେ ଯେ, ସଂଖ୍ୟାଗୁଡ଼ିକ 3 କିମ୍ୱା 5ର ଗୁଣକ ଅଟନ୍ତି. ଏହିପରି ଭାବେ ଆମେ Javaରେ For Loop ବ୍ୟବହାର କରେ |
05:11 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ |
05:14 | ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିଲେ |
05:20 | ଏକ ଆସାଇନମେଣ୍ଟ ଭାବେ, ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ Armstrong Number କୁହାଯାଏ, ଯଦି ଏହା, ନିଜ ଅଙ୍କଗୁଡ଼ିକର ଘନର ଯୋଗ ସହିତ ସମାନ ହୋଇଥିବ |
05:29 | ଉଦାହରଣସ୍ୱରୂପ, 153 ଇଜ୍ ଇକ୍ୱାଲ୍ ଟୁ 1ର ଘନ ଯୁକ୍ତ 5ର ଘନ ଯୁକ୍ତ 3ର ଘନ |
05:36 | ଏହିପରି ସମସ୍ତ 3 ଅଙ୍କ ବିଶିଷ୍ଟ ସଂଖ୍ୟା ବାହାର କରନ୍ତୁ |
05:40 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
05:42 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. spoken-tuitorial.org/What_is_a_Spoken-Tuitorial? |
05:49 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
05:56 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
06:01 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
06:04 | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
06:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଓ ଏହା ଭାରତ ସରକାରଙ୍କ MHRD, ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
06:20 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
06:28 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |