Java/C2/Numerical-Datatypes/Oriya
From Script | Spoken-Tutorial
Time | Narration |
00:01 | Java ବ୍ୟବହାର କରି Numerical Data Types ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:10 | * Javaରେ ଉପଲବ୍ଧ ବିଭିନ୍ନ Numerical Data Types ଏବଂ |
00:13 | * Numerical Data ଷ୍ଟୋର୍ କରିବା ପାଇଁ ସେଗୁଡ଼ିକ କିପରି ବ୍ୟବହାର କରିବେ |
00:18 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
|
00:27 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣ, Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଓ Run କରିବା ଜାଣିଥିବା ଆବଶ୍ୟକ |
00:34 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:42 | ଇଣ୍ଟେଜର୍ସକୁ ଷ୍ଟୋର୍ କରିବା ପାଇଁ ବ୍ୟବହୃତ ଡାଟା ଟାଇପ୍ କୁ int କୁହାଯାଏ |
00:47 | ଦଶମିକ ନମ୍ୱର୍ସକୁ ଷ୍ଟୋର୍ କରିବା ପାଇଁ ବ୍ୟବହୃତ ଡାଟା ଟାଇପ୍ କୁ Float କୁହାଯାଏ |
00:52 | ଚାଲନ୍ତୁ ପ୍ରଥମେ Integersକୁ ପରିଭାଷିତ ଓ ବ୍ୟବହାର କରିବା |
01:02 | ଏଠାରେ, ଆମ ପାଖରେ Eclipse IDE ଅଛି ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି |
01:10 | ଆମେ Numerical Dataର Class କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛେ |
01:15 | ଏବେ, ଚାଲନ୍ତୁ ଦେଖିବା ଗୋଟିଏ ନମ୍ୱର୍ କିପରି ଷ୍ଟୋର୍ କରାଯାଏ |
01:20 | int distance equal to 28 |
01:27 | ଏହି ଷ୍ଟେଟମେଣ୍ଟ, Integer ଭାଲ୍ୟୁକୁ Distance ନାମରେ ଷ୍ଟୋର୍ କରେ |
01:33 | Distance ନାମକୁ Integer Variable କୁହାଯାଏ |
01:37 | ଏବେ ଆମେ, ଭେରିଏବଲ୍ Distanceର ବ୍ୟବହାର, ସେଥିରେ ଷ୍ଟୋର୍ ଥିବା ଭାଲ୍ୟୁ ପ୍ରିଣ୍ଟ ପାଇଁ କରିବା |
01:47 | System ଡଟ୍ Out ଡଟ୍ Println ପାରେନ୍ଥେସେସ୍ ରେ Distance; |
02:01 | ଏହି ଷ୍ଟେଟମେଣ୍ଟ, ଭେରିଏବଲ୍ Distanceର ଭାଲ୍ୟୁକୁ ପ୍ରିଣ୍ଟ କରେ |
02:06 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
02:14 | Distanceରେ ଭାଲ୍ୟୁ 28 ଷ୍ଟୋର୍ ହୋଇଥିବାର ଆମେ ଦେଖିପାରୁଛେ ଓ ତାହା ପ୍ରିଣ୍ଟ ହୋଇଛି |
02:21 | ଏବେ ଚାଲନ୍ତୁ, ଭେରିଏବଲ୍ ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁକୁ ବଦଳାଇବା |
02:25 | 28କୁ 24ରେ ବଦଳାନ୍ତୁ |
02:29 | Save କରି Run କରନ୍ତୁ |
02:34 | ତଦନୁସାରେ ଆଉଟପୁଟ୍ ବଦଳିଥିବାର ଆମେ ଦେଖିପାରୁଛେ |
02:39 | int. ନେଗେଟିଭ୍ ଭାଲ୍ୟୁ ମଧ୍ୟ ଷ୍ଟୋର୍ କରେ |
02:42 | 24କୁ ମାଇନସ୍ 25 (-25)ରେ ବଦଳାନ୍ତୁ |
02:48 | Save କରି Run କରନ୍ତୁ |
02:56 | ଆମେ ଯେପରି ଦେଖିପାରୁଛେ, int ଟାଇପ୍ ର ଭେରିଏବଲ୍ ରେ ନେଗେଟିଭ୍ ଭାଲ୍ୟୁ ମଧ୍ୟ ଷ୍ଟୋର୍ ହୋଇପାରୁଛି |
03:02 | ଆମର ଅଧିକାଂଶ ପ୍ରୋଗ୍ରାମିଙ୍ଗ୍ ଆବଶ୍ୟକତା ପାଇଁ ଡାଟା ଟାଇପ୍ int ପର୍ଯ୍ୟାପ୍ତ |
03:06 | କିନ୍ତୁ, ଗୋଟିଏ ସୀମା ପର୍ଯ୍ୟନ୍ତ ହିଁ କେବଳ ଏହା ଭାଲ୍ୟୁ ଷ୍ଟୋର୍ କରିପାରେ |
03:10 | ଚାଲନ୍ତୁ ଏକ ବଡ଼ ଭାଲ୍ୟୁ ଷ୍ଟୋର୍ କରି ଦେଖିବା କ’ଣ ହେଉଛି |
03:25 | ଦେଖନ୍ତୁ, ନମ୍ୱର୍ ତଳେ ଏକ ନାଲି ଗାର ଅଛି, ଯାହା ଏକ Erorrକୁ ସୂଚିତ କରେ |
03:34 | Erorr ମେସେଜ୍ କୁହେ: the number is out of range for a variable of the type "int" |
03:42 | int, ମେମୋରୀର 32 bit ଗ୍ରହଣ କରେ ଏବଂକେବଳ -2 power 31ରୁ 2 power 31 ପର୍ଯ୍ୟନ୍ତ ଭାଲ୍ୟୁ ଷ୍ଟୋର୍ କରିପାରେ |
03:49 | ବଡ଼ ନମ୍ୱର୍ସ ଷ୍ଟୋର୍ କରିବା ପାଇଁ Java, long ଡାଟା ଟାଇପ୍ ପ୍ରଦାନ କରେ |
03:54 | ଏକ ବଡ଼ ଭାଲ୍ୟୁ ଷ୍ଟୋର୍ କରିବା ପାଇଁ ଚାଲନ୍ତୁ ଏହାକୁ ବ୍ୟବହାର କରିବା |
03:59 | intକୁ longରେ ବଦଳାନ୍ତୁ ଓ |
04:04 | ନମ୍ୱର୍ ର ଶେଷରେ ଏକ କ୍ୟାପିଟାଲ୍ L ଆଡ୍ କରନ୍ତୁ |
04:11 | Ctrl + S ଦାବି ଏହାକୁ ସେଭ୍ କରନ୍ତୁ |
04:16 | ଦେଖନ୍ତୁ, ଏବେ କୌଣସି ଏରର୍ ନାହିଁ |
04:19 | Ctrl + F11 ଦାବି ଏହାକୁ ରନ୍ କରନ୍ତୁ. ଭାଲ୍ୟୁ ପ୍ରିଣ୍ଟ ହେଲା |
04:27 | ଆମେ ଦେଖିପାରୁଛେ ଯେ, ବଡ଼ ନମ୍ୱର୍ସକୁ long ଭେରିଏବଲ୍ ରେ ଷ୍ଟୋର୍ କରିହେଉଛି |
04:32 | ଏବେ ଚାଲନ୍ତୁ, ଗୋଟିଏ ଦଶମିକ ନମ୍ୱର୍ କୁ int ଭେରିଏବଲ୍ ରେ ଷ୍ଟୋର୍ କରିବା |
04:37 | longକୁ intରେ ଓ ନମ୍ୱର୍ କୁ 23.5ରେ ବଦଳାନ୍ତୁ |
04:50 | ଦେଖନ୍ତୁ, ଏକ ଏରର୍ ଦେଖାଦେଉଛି. ତାହାର କାରଣ ହେଉଛି, int କେବଳ ଇଣ୍ଟେଜର୍ସ ଷ୍ଟୋର୍ କରିପାରେ |
05:00 | ଦଶମିକ ନମ୍ୱର୍ସ ଷ୍ଟୋର୍ କରିବା ପାଇଁ, ଆମକୁ float ବ୍ୟବହାର କରିବାକୁ ହେବ |
05:05 | ଡାଟା ଟାଇପ୍ floatକୁ ବଦଳାନ୍ତୁ |
05:10 | ଓ ଭାଲ୍ୟୁରେ ଶେଷରେ ଏକ f ଆଡ୍ କରନ୍ତୁ |
05:17 | ତାକୁ ସେଭ୍ କରନ୍ତୁ |
05:19 | ଦେଖନ୍ତୁ, ଏବେ କୌଣସି ଏରର୍ ନାହିଁ |
05:22 | Ctrl + F11 ଦାବି ଏହାକୁ ରନ୍ କରନ୍ତୁ |
05:29 | ଆମେ ଦେଖିପାରୁଛେ ଯେ, ଦଶମିକ ଭାଲ୍ୟୁ ଷ୍ଟୋର୍ ହେଲା ଓ ଭାଲ୍ୟୁ ପ୍ରିଣ୍ଟ ହେଲା |
05:37 | ଏବେ ଚାଲନ୍ତୁ, ଭେରିଏବଲ୍ Distance ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁକୁ ବଦଳାଇବା |
05:46 | ପ୍ରଦର୍ଶିତ ଅନୁସାରେ, ଦଶମିକ ପରେ ଅନେକ ନମ୍ୱର୍ସ ଆଡ୍ କରନ୍ତୁ |
05:53 | ତାହାକୁ ସେଭ୍ କରି Run କରନ୍ତୁ |
06:01 | ଦେଖନ୍ତୁ, ଷ୍ଟୋର୍ ହୋଇଥିବାଠାରୁ ଆଉଟପୁଟ୍ ଅଳ୍ପ ଭିନ୍ନ ଅଟେ |
06:06 | ଏହାର କାରଣ ହେଉଛି, floating point ନମ୍ୱର୍ ର ସ୍ପଷ୍ଟତା ପାଇଁ ଏକ ସୀମା ଥାଏ |
06:11 | ଯଦି ଏହା ସଠିକ୍ ଭାବେ ଷ୍ଟୋର୍ ହୋଇନପାରେ, ତେବେ ଏହା ନିକଟତମ ସମ୍ଭବ ନମ୍ୱର୍ ସହିତ ସମାପ୍ତ କରେ |
06:18 | ଏବେ ଚାଲନ୍ତୁ, ଭେରିଏବଲ୍ ପାଇଁ ନେମିଙ୍ଗ୍ ରୂଲ୍ସ ଦେଖିବା |
06:23 | ନାମ ପୂର୍ବରୁ ସଂଖ୍ୟା 2 ଆଡ୍ କରନ୍ତୁ |
06:30 | ଏକ Sytax Erorr ଆମେ ଦେଖିପାରୁଛେ |
06:34 | ଏହାର କାରଣ ହେଉଛି, ଗୋଟିଏ ଭେରିଏବଲ୍ ର ନାମ କେବଳ ଏକ Alphabet କିମ୍ୱା ଏକ Underscoreରୁ ଆରମ୍ଭ ହେବା ଉଚିତ |
06:40 | ହେଲେ ସାଧାରଣତଃ, ଏକ ବେରିବଲ୍ ନାମ ଆରମ୍ଭ କରିବାକୁ Underscore ବ୍ୟବହାର କରାଯାଏନାହିଁ |
06:45 | ଏବେ ଚାଲନ୍ତୁ, ଭେରିଏବଲ୍ ନାମର ଶେଷରେ ନମ୍ୱର୍ ଆଡ୍ କରିବା |
06:55 | ଦେଖନ୍ତୁ, ଏଥିରେ କୌଣସି ଏରର୍ ନାହିଁ |
06:59 | ଗୋଟିଏ ଭେରିଏବଲ୍ ନାମରେ ଡିଜିଟ୍ ରହିପାରେ, କିନ୍ତୁ ଆରମ୍ଭରେ ନୁହେଁ |
07:04 | ଏବେ, ନାମ ମଝିରେ ଏକ Underscore ଆଡ୍ କରନ୍ତୁ, |
07:15 | ଦେଖନ୍ତୁ, ଏଥିରେ କୌଣସି ଏରର୍ ନାହିଁ |
07:17 | ଯାହାର ଅର୍ଥ, ଭେରିଏବଲ୍ ନାମରେ Underscoreର ଅନୁମତି ଅଛି |
07:22 | କିନ୍ତୁ, ଭେରିଏବଲ୍ ନାମରେ ଅନ୍ୟ କୌଣସି Punctuation, Syntax Error କିମ୍ୱା ଅନ୍ୟ ଏରର୍ସ ଦେଇପାରେ |
07:28 | ଏହିପରି ଆପଣ Javaରେ Numerical Data ଷ୍ଟୋର୍ କରନ୍ତି |
07:35 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:38 | ଏହି ଟ୍ୟୁଟୋରିଆଲ୍ ରେ ଆପଣ, Numerical Data Types |
07:44 | ଓ ନ୍ୟୁମେରିକଲ୍ ଡାଟା କିପରି ଷ୍ଟୋର୍ କରାଯାଏ, ସେହି ବିଷୟରେ ଶିଖିଲେ |
07:46 | ଆଉ ଆମେ, ଏକ ଭେରିଏବଲ୍ ର ନେମିଙ୍ଗ୍ ପାଇଁ ରୂଲ୍ସ ମଧ୍ୟ ଜାଣିଲେ |
07:51 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ- |
07:53 | ଅନ୍ୟ ନ୍ୟୁମେରିକଲ୍ ଡାଟା ଟାଇପ୍ସ ବିଷୟରେ ପଢ଼ନ୍ତୁ ଏବଂ |
07:56 | ଏବଂ ସେଗୁଡ଼ିକ କିପରି int ଓ floatଠାରୁ ଭିନ୍ନ, ଦେଖନ୍ତୁ |
08:00 | Java ଟ୍ୟୁଟୋରିଆଲ୍ ନିମ୍ନ ଲିଙ୍କରେ ଉପଲବ୍ଧ |
08:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. http://spoken-tutorial.org/What_is_a_Spoken_Tutorial |
08:11 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:14 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:20 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:24 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
08:35 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:39 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:45 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
08:51 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |