Java/C2/Arithmetic-Operations/Oriya
From Script | Spoken-Tutorial
| Time | Narration |
| 00:01 | Java ବ୍ୟବହାର କରି Arithmetic Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:05 | ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ Arithmetic Operators ବିଷୟରେ ଶିଖିବା, ଯେପରି
ସେଗୁଡ଼ିକୁ କିପରି ବ୍ୟବହାର କରିବେ |
| 00:16 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
Eclipse 3.7 |
| 00:24 | ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣ ସିଷ୍ଟମରେ Eclipse ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର |
| 00:28 | ଆଉ ଆପଣ, Eclipseରେ ଏକ ଫାଇଲ୍ Creat, Save ଓ Run କରିବା ଜାଣିଥିବା ଆବଶ୍ୟକ |
| 00:32 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:42 | ଏହା ହେଉଛି ଅପରେଟର୍ସ ଓ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ଗାଣିତିକ କାର୍ଯ୍ୟର ଏକ ତାଲିକା
|
| 00:54 | ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା |
| 01:05 | ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି |
| 01:10 | ArithmeticOperations ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି |
| 01:17 | ଏବେ କିଛି ଭେରିଏବଲ୍ ଆଡ୍ କରନ୍ତୁ |
| 01:22 | int x = 5; |
| 01:26 | int y = 10;
int result; |
| 01:35 | x ଓ y ଅପେରାଣ୍ଡସ୍ ହେବେ ଏବଂ result, ଅପରେସନ୍ସର ଆଉଟପୁଟକୁ ଷ୍ଟୋର୍ କରିବ |
| 01:41 | ଚାଲନ୍ତୁ, ସେଗୁଡ଼ିକ ଆଡ୍ କରି ପରିଣାମ ପ୍ରିଣ୍ଟ କରିବା. result = x+y; system.out.println ପାରେନ୍ଥେସେସ୍ ରେ result |
| 02:10 | ଏହାକୁ Ctrl + S ଦାବି ସେଭ୍ କରନ୍ତୁ ଓ Ctrl + F`11 ଦାବି ରନ୍ କରନ୍ତୁ |
| 02:17 | ଦେଖନ୍ତୁ, ମିଶାଣର ପରିଣାମ resultରେ ଷ୍ଟୋର୍ ହେଲା ଏବଂ ଭାଲ୍ୟୁ ପ୍ରିଣ୍ଟ ହେଲା |
| 02:24 | ଏବେ, ଚାଲନ୍ତୁ ଭାଲ୍ୟୁଜ୍ ବଦଳାଇବା. x=75 , y=15 |
| 02:37 | Save କରି Run କରନ୍ତୁ |
| 02:42 | ତଦନୁସାରେ ଆଉଟପୁଟ୍ ବଦଳିଥିବାର ଆମେ ଦେଖିପାରୁଛେ |
| 02:48 | ଏବେ, ଚାଲନ୍ତୁ ନେଗେଟିଭ୍ ଭାଲ୍ୟୁଜ୍ ଦେଖିବା. y = -25; |
| 02:57 | Save କରି Run କରନ୍ତୁ |
| 03:02 | 75 ଯୁକ୍ତ -25ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ |
| 03:10 | ଏବେ, ଚାଲନ୍ତୁ ଫେଡ଼ାଣ ଦେଖିବା. y=5 ଓ x+yକୁ x-yରେ ବଦଳାନ୍ତୁ |
| 03:25 | Save କରି Run କରନ୍ତୁ |
| 03:32 | 75-5ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ |
| 03:38 | ଏବେ, ଚାଲନ୍ତୁ ଗୁଣନ ଦେଖିବା. ମାଇନସ୍ (-)କୁ ଆଷ୍ଟେରିକ୍ସ (*)ରେ ବଦଳାନ୍ତୁ |
| 03:46 | Save କରି Run କରନ୍ତୁ |
| 03:52 | ଦେଖନ୍ତୁ, ଆଷ୍ଟେରିକ୍ସ (*) ବ୍ୟବହାର କରି ଆମେ 75କୁ 5 ଦ୍ୱାରା ଗୁଣିପାରିବା |
| 03:58 | ଏବେ, ଚାଲନ୍ତୁ ହରଣ ଦେଖିବା. ଆଷ୍ଟେରିକ୍ସ କାଢି ସ୍ଲାଶ୍ ଟାଇପ୍ କରନ୍ତୁ |
| 04:07 | Save କରି Run କରନ୍ତୁ |
| 04:13 | ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ |
| 04:18 | ଏବେ ଚାଲନ୍ତୁ ଦେଖିବା, ଯେତେବେଳେ ଆଶା କରାଯିଥିବା ପରିଣାମ ଏକ ଦଶମିକ ବିନ୍ଦୁ ସଂଖ୍ୟା ହୁଏ, ତେବେ କ’ଣ ହେଉଛି |
| 04:24 | 5କୁ 10ରେ ବଦଳାନ୍ତୁ |
| 04:28 | ପରିଣାମ ନିଶ୍ଚିତ ଭାବେ 7.5 ହେବ |
| 04:30 | ତେଣୁ, ପରିଣାମକୁ floatରେ ବଦଳାନ୍ତୁ |
| 04:43 | Save କରି Run କରନ୍ତୁ |
| 04:50 | ଧ୍ୟାନଦିଅନ୍ତୁ ଯେ, ଯଦିଓ ଆଶା କରାଯାଉଥିବା ପରିଣାମ ହେଉଛି 7.5, ହେଲେ ଆମେ ଆଉଟପୁଟ୍ 7.0 ପାଇଲେ |
| 04:57 | ଏହାର କାରଣ ହେଉଛି, ହରଣରେ ଜଡ଼ିତ ଥିବା ଉଭୟ ଅପେରାଣ୍ଡସ୍ ହେଉଛନ୍ତି ଇଣ୍ଟେଜର୍ସ |
| 05:01 | ଚାଲନ୍ତୁ ଏବେ, yକୁ ଏକ floatରେ ବଦଳାଇବା. y = 10f; |
| 05:15 | Save କରି Run କରନ୍ତୁ |
| 05:21 | ଏବେ ଆମେ, ଆଶାନୁରୂପ ପରିଣାମ ପାଇଲେ |
| 05:24 | ମନେରଖନ୍ତୁ ଯେ, ଯେତେବେଳେ ଆଶା କରାଯାଉଥିବା ପରିଣାମ ଏକ float ଅଟେ, ତେବେ ଅପେକ୍ଷିତ ପରିଣାମ ପାଇବା ପାଇଁ ଗୋଟିଏ ଅପେରାଣ୍ଡସ୍ ନିଶ୍ଚିତ ଭାବେ float ହେବା ଉଚିତ |
| 05:32 | ଏବେ ଚାଲନ୍ତୁ ଦେଖିବା, ଏକାଧିକ ଅପରେଟର୍ ଥିଲେ କ’ଣ ହୁଏ. ସମସ୍ତ ଅପେରାଣ୍ଡସ୍ କାଢ଼ିଦିଅନ୍ତୁ |
| 05:48 | int result = 8+4-2; ଏହାକୁ Save କରି Run କରନ୍ତୁ |
| 06:09 | ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ |
| 06:12 | ଏବେ, ମାଇନସ୍ କୁ ସ୍ଲାଶ୍ ରେ ବଦଳାନ୍ତୁ |
| 06:19 | ହରଣ ପୂର୍ବରୁ ଯଦି ମିଶାଣ କରାଯାଇଥାଏ, ତେବେ ଆଉଟପୁଟ୍ 6 ହୋଇପାରେ |
| 06:25 | କିମ୍ୱା ମିଶାଣ ପୂର୍ବରୁ ଯଦି ହରଣ କରାଯାଇଥାଏ, ତେବେ ଆଉଟପୁଟ୍ 10 ହୋଇପାରେ |
| 06:30 | Run କରି ଆଉଟପୁଟ୍ ଦେଖିବା |
| 06:38 | ଆମେ ଦେଖିପାରୁଛେ ଯେ, ଆଉଟପୁଟ ହେଉଛି 10, ଆଉ ମିଶାଣ ପୂର୍ବରୁ ହରଣ କରାଯାଇଛି. ଏହାର କାରଣ ହେଉଛି, ମିଶାଣ ଅପରେଟର୍ ତୁଳନାରେ ହରଣ ଅପରେଟର୍ ଅଧିକ ପ୍ରଧାନତା ରହିଛି |
| 06:50 | ଏହିପରି ପରିସ୍ଥିତିରେ, ଯଦି ଆମକୁ ପ୍ରଧାନତାକୁ ଓଭର୍ ରାଇଡ୍ କରିବାର ଆବଶ୍ୟକତା ପଡ଼େ, ତେବେ ଆମେ ପାରେନ୍ଥେସେସ୍ ବ୍ୟବହାର କରିବା |
| 07:04 | ପାରେନ୍ଥେସେସ୍ ଆଡ୍ କରି ଆମେ, ହରଣ ପୂର୍ବରୁ ମିଶାଣ କରିବା ପାଇଁ Javaକୁ ନିର୍ଦ୍ଦେଶ ଦେଉ |
| 07:10 | ଏବେ, ଫାଇଲ୍ କୁ ରନ୍ କରନ୍ତୁ |
| 07:15 | ଆମେ ଦେଖିପାରୁଛେ ଯେ, ମିଶାଣ ପ୍ରଥମେ କରାଗଲା ଏବଂ ଯେପରି ଆଶା କରାଯାଉଥିଲା, ଆଉଟପୁଟ୍ ହେଉଛି 6 |
| 07:22 | ନିୟମ ଅନୁସାରେ, ଅପରେସନ୍ସର କ୍ରମ ଯଦି ସ୍ପଷ୍ଟ ନଥାଏ, ତେବେ ପାରେନ୍ଥେସେସ୍ ବ୍ୟବହାର କରିବାକୁ ମନେରଖନ୍ତୁ |
| 07:36 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
| 07:40 | ଆମେ ଶିଖିଲେ: |
| 07:41 | Javaରେ ମୌଳିକ ଗାଣିତିକ କାର୍ଯ୍ୟ କିପରି କରାଯାଏ |
| 07:44 | * Operator Precedence ଓ |
| 07:45 | ଏହାକୁ କିପରି Override କରାଯାଏ |
| 07:49 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ: Modulo ଅପରେଟର୍ ର ଅର୍ଥ କ’ଣ ଓ ଏହା କ’ଣ କରେ ଖୋଜି ବାହାର କରନ୍ତୁ |
| 07:57 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. |
| 08:02 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 08:05 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 08:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 08:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 08:14 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 08:18 | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
| 08:24 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 08:29 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 08:35 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 08:39 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |