Inkscape/C2/Fill-color-and-stroke/Oriya
From Script | Spoken-Tutorial
Time | Narration |
00:00 | Inkscape ବ୍ୟବହାର କରି Fill Color and Stroke ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
|
00:20 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
|
00:29 | Inkscape ଖୋଲନ୍ତୁ ଏଥିପାଇଁ Dash Home ଯାଇ ଟାଇପ୍ କରନ୍ତୁ Inkscape |
00:35 | ଆପଣ ଲୋଗୋ ଉପରେ କ୍ଲିକ୍ କରି Inkscape ଖୋଲିପାରିବେ |
00:40 | ଆମେ ପୂର୍ବରୁ ତିଆରି କରିଥିବା Assignment.svg ଫାଇଲ୍ ଖୋଲିବା ତାହାକୁ ମୁଁ ମୋର Document ଫୋଲ୍ଡର୍ ରେ ସେଭ୍ କରିଛି |
00:50 | ଏହି 3ଟି ଶେପ୍ସକୁ ଆମେ ପୂର୍ବ ଆସାଇନମେଣ୍ଟରେ ତିଆରି କରିଥିଲେ |
00:54 | ମନେପକାନ୍ତୁ ଯେ, ଇଣ୍ଟରଫେସ୍ ର ତଳେ ଥିବା Color Palette ବ୍ୟବହାର କରି ଆମେ କଲର୍ ଚେଞ୍ଜ ବିଷୟରେ ଶିଖିଥିଲେ |
01:01 | ଏବେ ଆମେ, Fill and Stroke ବ୍ୟବହାର କରି ବିଭିନ୍ନ ପ୍ରକାରର କଲର୍ ଫିଲ୍ ବିଷୟରେ ଶିଖିବା |
01:08 | Object ମେନୁକୁ ଯାଇ ଡ୍ରପ୍-ଡାଉନ୍ ତାଲିକାରୁ Fill and Stroke ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
01:13 | ଦେଖନ୍ତୁ, ଇଣ୍ଟରଫେସ୍ ର ଡାହାଣପଟେ Fill and Stroke ଡାୟଲଗ୍ ବକ୍ସ ଖୋଲିଲା |
01:20 | ଏହି ଡାୟଲଗ୍ ବକ୍ସରେ 3ଟି ଟ୍ୟାବ୍ସ ଅଛି Fill, Stroke paint ଓ Stroke style |
01:27 | ଏବେ ଆମେ, Canvas ଏରିଆରେ ଥିବା ଆୟତକ୍ଷେତ୍ର ଉପରେ କ୍ଲିକ୍ କରିବା Fill and Stroke ଡାୟଲଗ୍ ବକ୍ସରେ ଥିବା ଅପ୍ସନ୍ସ ଓ ଆଇକନ୍ସ ସକ୍ରିୟ ହୋଇଗଲେ |
01:38 | ପ୍ରଥମେ ଆମେ, Fill ଟ୍ୟାବ୍ ବିଷୟରେ ଶିଖିବା |
01:41 | Fill ଟ୍ୟାବ୍ ଅନ୍ତର୍ଗତ 6ଟି ଆଇକନ୍ସ ଅଛି ଚାଲନ୍ତୁ ଏହିସବୁ ଆଇକନ୍ସ କ’ଣ କରନ୍ତି, ଜାଣିବା |
01:48 | ପ୍ରଥମ ଆଇକନ୍ କୁ No Paint କୁହାଯାଏ ବସ୍ତୁକୁ କୌଣସି ରଙ୍ଗ ଦିଆଯିବ ନାହିଁ ବୋଲି ଏହା ସୂଚିତ କରେ |
01:56 | ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆୟତକ୍ଷେତ୍ରରେ ପରିବର୍ତ୍ତନକୁ ଦେଖନ୍ତୁ ଆୟତକ୍ଷେତ୍ରରେ ଥିବା ରଙ୍ଗ କାଢ଼ିହୋଇଗଲା |
02:03 | ପରବର୍ତ୍ତୀ ଆଇକନ୍ ହେଉଛି Flat Color ଗୋଟିଏ ବସ୍ତୁରେ ସଲିଡ୍ କଲର୍ ଭର୍ତ୍ତି କରିବାରେ ଏହା ସାହାଯ୍ୟ କରେ |
02:11 | Flat Color ଆଇକନ୍ ରେ କ୍ଲିକ୍ କରି ଆୟତକ୍ଷେତ୍ରରେ ରଙ୍ଗ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
02:17 | Flat Color ତଳେ 5ଟି ସବ୍ ଟାବ୍ସ ଅଛି |
02:21 | ଡିଫଲ୍ଟ ଭାବରେ RGB ଟାବ୍ ସିଲେକ୍ଟ ହୋଇଛି |
02:25 | RGB ଟାବ୍ ତଳେ 4ଟି ସ୍ଲାଇଡର୍ସ ଅଛି |
02:29 | ପ୍ରଥମ 3ଟି ସ୍ଲାଇଡର୍ସ Red, Green ଓ Blue ରଙ୍ଗର ଘନତ୍ୱକୁ ସୂଚିତ କରନ୍ତି |
02:36 | ଆମେ ସ୍ଲାଇଡର୍ ଗୁଡ଼ିକୁ ବାମ କିମ୍ୱା ଡାହାଣ ଦିଗକୁ ଘୁଞ୍ଚାଇ ରଙ୍ଗ ପରିବର୍ତ୍ତନ କରିପାରିବା ଆୟତକ୍ଷେତ୍ରରେ ରଙ୍ଗ ପରିବର୍ତ୍ତନକୁ ଦେଖନ୍ତୁ, ଯେପରି ମୁଁ କରିଛି |
02:46 | ଚତୁର୍ଥ ସ୍ଲାଇଡର୍ ହେଉଛି Alpha ଏହା ଦ୍ୱାରା ଆମେ, କଲର୍ ର Opacity ସ୍ତରକୁ, ଆପାରଦର୍ଶିରୁ ପାରଦର୍ଶି ପର୍ଯ୍ୟନ୍ତ ବଢ଼ାଇ କିମ୍ୱା କମାଇ ପାରିବା |
02:57 | ଏହି 4ଟି ସ୍ଲାଇଡର୍ସକୁ ମୁଁ ମୂଭ୍ କରିବା କ୍ଷଣି, ଏହି ବକ୍ସଗୁଡ଼ିକରେ ଥିବା ରଙ୍ଗର RGBA ଭାଲ୍ୟୁ ନିଜକୁ ନିଜ ପରିବର୍ତ୍ତିତ ହେଉଥିବାର ଲକ୍ଷ୍ୟ କରନ୍ତୁ |
03:06 | ମୁଁ ଏହି ସ୍ଲାଇଡରଗୁଡ଼ିକୁ ଆଉଥରେ ମୂଭ୍ କରୁଛି, ଯେଉଁଥିରୁ ଏହି ପରିବର୍ତ୍ତନକୁ ଆପଣ ଦେଖିପାରିବେ |
03:12 | ଆମେ ସ୍ଲାଇଡର୍ସର ଡାହାଣପଟେ ଥିବା ବକ୍ସରେ ପ୍ରତ୍ୟେକ ରଙ୍ଗର ଭାଲ୍ୟୁକୁ ବଦଳାଇ ରଙ୍ଗକୁ ନିଜେ ବଦଳାଇ ପାରିବା |
03:20 | ମୁଁ Redର ଭାଲ୍ୟୁକୁ 100, Greenର ଭାଲ୍ୟୁକୁ 50 ଓ Blueର ଭାଲ୍ୟୁକୁ 150କୁ ବଦଳାଉଛି, ଦେଖନ୍ତୁ, ଆୟତକ୍ଷେତ୍ରର ରଙ୍ଗ ବାଇଗଣୀରେ ବଦଳିଗଲା |
03:32 | ମୁଁ Alpha ସ୍ତରକୁ 255 ରଖିବି, ଯେହେତୁ ମୁଁ ଏହାର ପାରଦର୍ଶିତା ସ୍ତରକୁ ହ୍ରାସ କରିବାକୁ ଚାହୁଁନାହିଁ |
03:40 | ପରବର୍ତ୍ତୀ ଟାବ୍ ହେଉଛି HSL ଓ ଏହାର ଅର୍ଥ କ୍ରମଶଃ Hue, Saturation ଓ Lightness ଅଟେ |
03:49 | ବେସ୍ କଲର୍ ପାଇଁ ଆମେ Hue ବ୍ୟବହାର କରିପାରିବା . ସବୁଜ ରଙ୍ଗର ବେସ୍ ପାଇବା ପାଇଁ ମୁଁ ସ୍ଲାଇଡର୍ କୁ ବାମପଟକୁ ଘୁଞ୍ଚାଇବି |
03:59 | ଆମେ, Saturation ସ୍ଲାଇଡର୍ ବ୍ୟବହାର କରି ବେସ୍ କଲର୍ ର Saturation ଆଡଜଷ୍ଟ କରିପାରିବା |
04:04 | ସ୍ଲାଇଡର୍ କୁ ବାମ କିମ୍ୱା ଡାହାଣ ପଟକୁ ଘୁଞ୍ଚାଇଲେ Saturation ସ୍ତରରେ ପରିବର୍ତ୍ତନକୁ ଦେଖନ୍ତୁ |
04:12 | Lightness ସ୍ଲାଇଡର୍, ବେସ୍ କଲର୍ ର ଚମକକୁ ଆଡଜଷ୍ଟ କରିଥାଏ |
04:16 | ଏହି ବିକଳ୍ପ ସହିତ ଜଣେ, ମୌଳିକ ରଙ୍ଗର ଶେଡ୍ସକୁ ପୂର୍ଣ୍ଣ ଧଳାରୁ ପୂର୍ଣ୍ଣ କଳା କିମ୍ୱା ମଝିରେ ଯେକୌଣସି ଶେଡ୍ସରେ ବଦଳାଇପାରିବା |
04:26 | ପୂର୍ବ ପରି, ଅପାରଦର୍ଶୀରୁ ପାରଦର୍ଶୀ କରିବାକୁ Opacityର ସ୍ତରକୁ ବଢ଼ାଇବା କିମ୍ୱା କମାଇବା ପାଇଁ Alpha ସ୍ଲାଇଡର ବ୍ୟବହାର କରାଯାଏ |
04:35 | ପରବର୍ତ୍ତୀ ଟ୍ୟାବ୍ ହେଉଛି CMYK, ଯାହା କ୍ରମଶଃ Cyan, Magenta, Yellow ଓ Blackକୁ ଦର୍ଶାଇଥାଏ |
04:44 | ଏହି ସ୍ଲାଇଡରଗୁଡ଼ିକ ଘୁଞ୍ଚାଇବା ଦ୍ୱାରା ଆମେ ବେସ୍ କଲରର ତୀବ୍ରତା ଓ ଗଭୀରତାକୁ ବଢ଼ାଇ କିମ୍ୱା କମାଇ ପାରିବା |
04:52 | କମର୍ଶିଆଲ୍ ପ୍ରେସ୍ ଗୁଡ଼ିକରେ ପ୍ରିଣ୍ଟ ହେବାକୁ ଥିବା ଡିଜାଇନ୍ ପ୍ରୋଜେକ୍ଟସ୍ ମାମଲାରେ ଏହି କଲର୍ ମିକ୍ସିଙ୍ଗ୍ ଅପ୍ସନ୍ ବହୁତ ଉପଯୋଗୀ ଅଟେ |
05:00 | ଏହାପରେ ହେଉଛି Wheel ଟ୍ୟାବ୍. ଏହା HSL କଲର୍ ମିକ୍ସର୍ ର ଏକ ବୈକଳ୍ପିକ ରିପ୍ରେଜେଣ୍ଟେସନ୍ ଅଟେ |
05:07 | ଆମେ କଲର୍ ରିଙ୍ଗ୍ ଉପରେ କ୍ଲିକ୍ କରି ବେସ୍ Hue ଚୟନ କରିପାରିବା, ଯାହା ଷ୍ଟାଣ୍ଡାର୍ଡ କଲର୍ ହ୍ୱୀଲ୍ ଉପରେ ପର୍ଯ୍ୟବେସିତ |
05:14 | ତେଣୁ ମୁଁ, ହଳଦିଆ ରଙ୍ଗର ଏକ ବେସ୍ ଚୟନ କରିବା ପାଇଁ ୟେଲ୍ଲୋ ଶେଡ୍ସସ ଉପରେ କ୍ଲିକ୍ କରିବି |
05:19 | କଲର୍ ସର୍କଲ୍ ମଧ୍ୟରେ, ଗୋଟିଏ ତ୍ରିଭୁଜ ଅଛି, ଯାହା ଭିତରେ ଏକ ଛୋଟ ବୃତ୍ତ ଅଛି. ତାହା ଉପରେ କ୍ଲିକ୍ କରି ତାହାକୁ ତ୍ରିଭୁଜ ଭିତରକୁ ଟାଣି ଆଣନ୍ତୁ ଏବଂ ଆୟତକ୍ଷେତ୍ରରେ ରଙ୍ଗ ପରିବର୍ତ୍ତନକୁ ଦେଖନ୍ତୁ |
05:31 | କେବଳ ରଙ୍ଗ ପରିଚାଳିତ ପରିବେଶରେ କାମ କରୁଥିବା ଲୋକମାନଙ୍କର CMS ଟ୍ୟାବ୍ ଉପରେ ପ୍ରକୃତ ଆଗ୍ରହ ରହିବ |
05:38 | ଏବେପାଇଁ ଆମେ ଏହି ଟ୍ୟାବ୍ ଛାଡ଼ିଦେବା |
05:43 | ଏବେ ଚାଲନ୍ତୁ, Linear Gradient କ୍ରିଏଟ୍ କରିବା ବିଷୟରେ ଶିଖିବା |
05:47 | Canvasକୁ ଯାଇ ସର୍କଲ୍ ଉପରେ କ୍ଲିକ୍ କରନ୍ତୁ |
05:50 | ଏବେ, Fill & Stroke ଡାୟଲଗ୍ ବକ୍ସକୁ ଫେରିଆସି Linear Gradient ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:57 | ବୃତ୍ତରେ Gradient Fillକୁ ଦେଖନ୍ତୁ |
06:00 | Gradienକୁ ଯାଦୃଚ୍ଛିକ ସଂଖ୍ୟାଗୁଡ଼ିକର ଏକ ଶୃଙ୍ଖଳା ସହିତ ସମାପ୍ତ ହେଉଥିବା ଗୋଟିଏ ନାମ ଦିଆଯିବ |
06:05 | ମୋ ଇଣ୍ଟରଫେସ୍ ରେ ସଂଖ୍ୟାଟି ହେଉଛି "LinearGradient3794" ଆପଣଙ୍କ କ୍ଷେତ୍ରରେ ଏହା ଭିନ୍ନ ହୋଇପାରେ |
06:14 | ଆମେ Edit ବଟନ୍ କ୍ଲିକ୍ କରି Gradient ବଦଳାଇପାରିବା, ଯାହା Linear Gadient ନମ୍ୱର୍ ବଟନ୍ ର ଠିକ୍ ତଳେ ଅଛି |
06:21 | ଏହା, Gadient Editor ଡାୟଲଗ୍ ବକ୍ସ ଖୋଲିବ |
06:26 | ଏହି ବକ୍ସରେ ଥିବା ଉପର ବଟନ୍ ର ନାମ ହେଉଛି Stop ଓ ତାହାପରେ କିଛି ରାଣ୍ଡମ୍ ନମ୍ୱର୍ସ ଅଛି ଓ ଏଥିରେ ଏକ ଡ୍ରପ୍ ଡାଉନ୍ ମେନୁ ଅଛି |
06:34 | ଏହି ଡ୍ରପ୍ ଡାଉନ୍ ରେ ଥିବା ଆରୋଗୁଡ଼ିକ ଉପରେ ଯଦି ଆପଣ କ୍ଲିକ୍ କରନ୍ତି, ତେବେ ଦୁଇଟି Stop ଅପ୍ସନ୍ସ ଦେଖିବେ |
06:39 | ପ୍ରଥମଟି, ଶୁଦ୍ଧ ବେସ୍ କଲର୍ କୁ ଦର୍ଶାଏ. ଅନ୍ୟଟି ହେଉଛି Half Check Board, ଯାହା ଏହା ପାରଦର୍ଶୀ ବୋଲି ସୂଚାଏ |
06:48 | ଦ୍ୱିତୀୟ ଅପ୍ସନ୍ କୁ ସିଲେକ୍ଟ କରନ୍ତୁ, ଯାହା ହେଉଛି ପାରଦର୍ଶୀ Stop ଅପ୍ସନ୍ |
06:53 | ତଳେ ଥିବା Stop Colorକୁ ଯାଆନ୍ତୁ. ଯେଉଁ ରଙ୍ଗକୁ ଆପଣ ଚାହାଁନ୍ତି, Slidersକୁ ଘୁଞ୍ଚାଇ RGB ଭାଲ୍ୟୁକୁ ବଦଳାନ୍ତୁ |
07:00 | Gradientକୁ ପୂର୍ଣ୍ଣ ଭାବେ ଦୃଶ୍ୟମାନ ରଖିବା ପାଇଁ Alpha ଭାଲ୍ୟୁକୁ 255ରେ ରଖନ୍ତୁ. Gadient Editor ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ |
07:09 | ଏବେ ଆମେ Gradient Angle ବଦଳାଇପାରିବା. ଏହା କରିବା ପାଇଁ, ଇଣ୍ଟରଫେସ୍ ର ବାମପଟେ ଥିବା ଟୁଲ୍ ବକ୍ସରୁ Node ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏହା Selector Toolର ଠିକ୍ ତଳେ ଅଛି |
07:21 | ଏହା, ବୃତ୍ତ ଉପରେ ଏକ ରେଖା ପ୍ରଦର୍ଶିତ କରିବ. ଏହି ରେଖା Gradientକୁ ପ୍ରତିନିଧିତ୍ୱ କରେ |
07:29 | ଏହିସବୁ ସାମ୍ପ୍ରତିକ ଭାବେ, ବୃତ୍ତର Square Handle ଓ Arc Handles ସହିତ ଓଭରଲ୍ୟାପ୍ କରିଛି |
07:33 | Handleଗୁଡ଼ିକୁ ଭଲ ଭାବରେ ଦେଖିବା ପାଇଁ ଆମକୁ Gradient Line Handlesକୁ ଅଳ୍ପ ଘୁଞ୍ଚାଇବାକୁ ହେବ |
07:40 | ସ୍ଥାନ ବଦଳାଇବା ପାଇଁ Circular Handle ବା Square Handle ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ, ଯେଉଁଠାରେ Gradient ଆରମ୍ଭ ଓ ଶେଷ ହୋଇଛି |
07:50 | ପ୍ରଦର୍ଶିତ ଅନୁସାରେ, Circular Handleକୁ ଘୁଞ୍ଚାଇ ଆମେ Gradientର ଦିଗକୁ ମଧ୍ୟ ରୋଟେଟ୍ କରିପାରିବା |
07:58 | ଏବେ, Radial Gradient ବ୍ୟବହାର ବିଷୟରେ ଶିଖିବା. ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଏବଂ Gradientକୁ ବୃତ୍ତରେ ପରିବର୍ତ୍ତନକୁ ଦେଖନ୍ତୁ |
08:06 | Radial Gradient ଏକ ବୃତ୍ତ ଆକାରରେ ଗଠିତ ହେଲା |
08:10 | 1 Square Handle ଓ 2 Circular Handles ଉପରେ ଧ୍ୟାନ ଦିଅନ୍ତୁ |
08:15 | Gradientsର ଆରମ୍ଭ ବିନ୍ଦୁକୁ ଘୁଞ୍ଚାଇବା ପାଇଁ ମଝି Square Handle ଉପରେ କ୍ଲିକ୍ କରନ୍ତୁ. ମୁଁ ଏହାକୁ ତଳ ବାମପଟକୁ ଘୁଞ୍ଚାଇବି |
08:22 | Gradientରେ ପରିବର୍ତ୍ତନ କରିବା ପାଇଁ ଯେକୌଣସି Circular Handle ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ |
08:28 | Gradient ଶେପ୍ ର ହାଇଟ୍ ଓ ୱିଡଥ୍ ରେ ପରିବର୍ତ୍ତନକୁ ଦେଖନ୍ତୁ |
08:37 | Tool Boxରେ ମଧ୍ୟ ଆମେ Gradient Tool ପାଇବା |
08:42 | ତାହା ଉପରେ କ୍ଲିକ୍ କରନ୍ତୁ ଓ ଆମ ବୃତ୍ତକୁ ଫେରିଆସନ୍ତୁ |
08:45 | ଦେଖନ୍ତୁ, କର୍ସର୍ ଏବେ, କ୍ୟାପିଟାଲ୍ I ସହିତ ଏକ Plus ଚିହ୍ନରେ ବଦଳିଯାଇଛି |
08:51 | ଏବେ, ବୃତ୍ତ ଭିତରେ ଯେକୌଣସି ସ୍ଥାନରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ. Gradientରେ ପରିବର୍ତ୍ତନକୁ ଦେଖନ୍ତୁ |
09:00 | ଏବେ, ବୃତ୍ତ ବାହାରେ ଯେକୌଣସି ସ୍ଥାନରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ. |
09:04 | Gradientରେ ପରିବର୍ତ୍ତନକୁ ଦେଖନ୍ତୁ |
09:06 | ଏହାପରେ ଆମେ, ଶେପ୍ସ ଉପରେ ବିଭିନ୍ନ ପାଟର୍ନ୍ସ ଓଭରଲେ କରିବା ବିଷୟରେ ଶିଖିବା |
09:11 | Tool Boxକୁ ଯାଆନ୍ତୁ, Selector Tool ଉପରେ କ୍ଲିକ୍ କରି ତାରା ଆକୃତି ଉପରେ କ୍ଲିକ୍ କରନ୍ତୁ |
09:17 | Fill & Stroke ଡାୟଲଗ୍ ବକ୍ସରେ Pattern ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ତାରାଟିର ରଙ୍ଗ ଷ୍ଟ୍ରାଇପ୍ ପାଟର୍ନରେ ବଦଳିଗଲା. |
09:26 | Pattern Fillରେ ଏକ ଡ୍ରପ୍ ଡାଉନ୍ ମେନୁ ଅଛି. ଉପଲବ୍ଧ ପାଟର୍ନ୍ସ ଦେଖିବା ପାଇଁ ଏରୋ ଉପରେ କ୍ଲିକ୍ କରନ୍ତୁ |
09:32 | Checkerboard ଉପରେ କ୍ଲିକ୍ କରି ତାରା ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ ଉପଲବ୍ଧ ପାଟର୍ନଗୁଡ଼ିକ ମଧ୍ୟରୁ ଆପଣ ଯେକୌଣସିଟିକୁ ବ୍ୟବହାର କରିପାରିବେ |
09:44 | ଆମେ, ଅନ୍ୟ ଟ୍ୟୁଟୋରିଆଲ୍ ରେ Swatch ବିଷୟରେ ଶିଖିବା |
09:48 | ଶେଷ ଆଇକନ୍ Unset Paint, ଚୟନିତ ଅବଜେକ୍ଟର ରଙ୍ଗକୁ ବ୍ଲାକ୍ ରେ Unset କରିବା ପାଇଁ ବ୍ୟବହୃତ ହୋଇଥାଏ |
09.54 | ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତାରାରେ ରଙ୍ଗ ପରିବର୍ତ୍ତନକୁ ଦେଖନ୍ତୁ ଏହା କଳାରେ ପରିବର୍ତ୍ତିତ ହୋଇଗଲା |
10:01 | ଏବେ ଚାଲନ୍ତୁ, ଗୋଟିଏ ଅବଜେକ୍ଟରେ Stroke ବା ଆଉଟଲାଇନ୍ ଦେବା ବିଷୟରେ ଶିଖିବା. ଏହା କରିବା ପାଇଁ ଆମକୁ Stroke Paint ଟ୍ୟାବ୍ ବ୍ୟବହାର କରିବାକୁ ହେବ |
10:09 | Stroke Paint ଟ୍ୟାବ୍ ଉପରେ କ୍ଲିକ୍ କରି ରେକ୍ଟାଙ୍ଗଲ୍ ଉପରେ କ୍ଲିକ୍ କରନ୍ତୁ |
10:14 | Stroke Paint ଟ୍ୟାବ୍ ରେ ଥିବା ଆଇକନ୍ ଗୁଡ଼ିକ Fill ଟ୍ୟାବ୍ ରେ ଥିବା ସହ ସମାନ |
10:19 | ସେଗୁଡ଼ିକ ସମାନ ଭାବରେ କାର୍ଯ୍ୟ ମଧ୍ୟ କରନ୍ତି |
10:22 | ପ୍ରଥମ ଆଇକନ୍, No Paint ସହିତ , ଆମେ ଶେପ୍ ର ଆଉଟ୍ ଲାଇନ୍ କାଢ଼ିବା |
10:26 | ତାହାପରେ Flat Color ଆଇକନ୍ ଉପରେ କ୍ଲିକ୍ କରିବା. ଆମେ, ରେକ୍ଟାଙ୍ଗଲ୍ ଆକୃତି ଚାରିପଟେ ଏକ କଳା ରଙ୍ଗର ଆଉଟ୍ ଲାଇନ୍ ଦେଖୁଛେ |
10:33 | Stroke Style ଟ୍ୟାବ୍ ବ୍ୟବହାର କରି ଆମେ ଆଉଟ୍ ଲାଇନ୍ ର ମୋଟେଇକୁ ବଢ଼ାଇ କିମ୍ୱା କମାଇ ପାରିବା |
10:44 | ୱିଡଥ୍ ପାରାମିଟର୍ କୁ 10 ରଖନ୍ତୁ. ଆମର ଆବଶ୍ୟକତା ଅନୁସାରେ ଆମେ ଯୁନିଟ୍ ଗୁଡ଼ିକୁ Percentage, Point ଆଦିରେ ମଧ୍ୟ ବଦଳାଇପାରିବା |
10:54 | ମୁଁ ୟୁନିଟ୍ କୁ Pixels ଭାବରେ ରଖିବି |
10:56 | ପୁଣି ଥରେ Stroke Paint ଟ୍ୟାବ୍ କୁ ଫେରିଚାଲନ୍ତୁ. RGB ଟ୍ୟାବ୍ ରେ ଥିବା Slidersକୁ ଘୁଞ୍ଚାଇ ଆମେ Strokeର ରଙ୍ଗ ବଦଳାଇପାରିବା |
11:04 | ଆଉଟ୍ ଲାଇନ୍ ରେ ରଙ୍ଗ ପରିବର୍ତ୍ତନକୁ ଦେଖନ୍ତୁ, ଯେପରି ମୁଁ କରିଛି |
11:09 | ଅନ୍ୟ Flat Color ଅପ୍ସନ୍ସ, ଯେପରି HSL, CMYK, Wheel ଓ CMS ନିଜକୁ ନିଜେ ଏକ୍ସପ୍ଲୋର୍ କରନ୍ତୁ |
11:17 | ମୁଁ ଏବେ Linear Gradient ଉପରେ କ୍ଲିକ୍ କରୁଛି. ଏହା, ରେକ୍ଟାଙ୍ଗଲ୍ ଆକୃତିକୁ ଏକ Gradient ଆଉଟ୍ ଲାଇନ୍ ଦେବ |
11:24 | ଆମେ ପୂର୍ବରୁ ବ୍ୟବହାର କରିଥିବା Gradientଗୁଡ଼ିକ ଏଠାରେ ଡ୍ରପ୍ ଡାଉନ୍ ତାଲିକାରେ ଦେଖାଦେବ ଆମେ, ସେଗୁଡ଼ିକରୁ ଗୋଟିଏକୁ ମଧ୍ୟ ବ୍ୟବହାର କରିପାରିବା |
11:32 | ମୁଁ ମୋ ରେକ୍ଟାଙ୍ଗଲ୍ କୁ ନାଲି ଓ ନୀଳ Gradient ଆଉଟ୍ ଲାଇନ୍ ଦେବି |
11:38 | ସମାନ ମାର୍ଗରେ ଆମେ ବଳକା ଷ୍ଟ୍ରୋକ୍ ଆଇକନଗୁଡ଼ିକୁ ବ୍ୟବହାର କରି ଆମ ଅବଜେକ୍ଟଗୁଡ଼ିକରେ କିଛି ଆକର୍ଷକ ପ୍ୟାଟର୍ନ୍ସ ଓ ଗ୍ରେଡିଏଣ୍ଟ ଆଉଟ୍ ଲାଇନ୍ ଦେବା |
11:46 | ଏହାପରେ ଆମେ Stroke Style ବିଷୟରେ ଶିଖିବା ଏହା ଉପରେ କ୍ଲିକ୍ କରନ୍ତୁ |
11:50 | Strokeର ୱିଡଥ୍ କୁ ସଂଶୋଧିତ କରିବା ବିଷୟରେ ଆମେ ଶିଖିସାରିଛେ |
11:54 | ଏବେ Miter Join, Round Join ଓ Bevel Join ନାମକ 3ଟି Join ଆଇକନ୍ସକୁ ଦେଖନ୍ତୁ ଡିଫଲ୍ଟ ଭାବରେ ଷ୍ଟ୍ରୋକ୍, Miter Joinରେ ଅଛି |
12:08 | ଭଲ ଭାବରେ ଦେଖିବା ପାଇଁ ରେକ୍ଟାଙ୍ଗଲ୍ ର ଗୋଟିଏ କୋଣ ଉପରେ ମୁଁ ଯୂମ୍ କରୁଛି |
12:12 | ଏବେ, Strokeରେ ଗୋଲିଆ କୋଣ ଦେବାପାଇଁ Round Join ଉପରେ କ୍ଲିକ୍ କରିବା Strokeର ଧାରଗୁଡ଼ିକରେ ପରିବର୍ତ୍ତନକୁ ଦେଖନ୍ତୁ |
12:21 | ଏହାପରେ ଆମେ, Bevel କୋଣ ତିଆରି କରିବା ପାଈଁ Bevel Join ଉପରେ କ୍ଲିକ୍ କରିବା |
12:26 | Dashes ଡ୍ରପ୍ ଡାଉନ୍ ମେନୁରେ ବିଭିନ୍ନ ଡାଶ୍ ଫାଟର୍ନ୍ସ ଉପଲବ୍ଧ ଅଛି. ଏହିଗୁଡ଼ିକୁ ବ୍ୟବହାର କରି ଆମେ, Strokeରେ ବିଭିନ୍ନ ଡାଶ୍ ପାଟର୍ନ୍ସ ଦେଇପାରିବା ଏବଂ ୱିଡଥ୍ ମଧ୍ୟ ବଦଳାଇପାରିବା |
12:38 | ଏହାପରେ ହେଉଛି Cap ଅପ୍ସନ୍. ଏହା ସାଧାରଣତଃ ଲାଇନ୍ Strokeରେ କାମ କରେ |
12:44 | Tool Boxକୁ ଯାଆନ୍ତୁ. Freehand Tool ଉପରେ କ୍ଲିକ୍ କରନ୍ତୁ. Freehand Tool ସାହାଯ୍ୟରେ ଆମେ ଏକ ରେଖା ଆଙ୍କିବା |
12:50 | ରେଖାର ଶେଷରେ ଯୂମ୍ କରନ୍ତୁ |
12:54 | ଡିଫଲ୍ଟ ଭାବରେ, ସିଲେକ୍ଟ ହୋଇଥିବା Butt Cap ଶେଷରେ ଏକ ଫ୍ଲାଟ୍ ଏଜ୍ ଦିଏ |
12:59 | ଗୋଲିଆ ଧାର ଦେବାପାଇଁ ମୁଁ ଏବେ Round Cap ଉପରେ କ୍ଲିକ୍ କରିବି |
13:04 | ଏହାପରେ ହେଉଛି Square Cap, ଯାହା ରେଖାର ଶେଷରେ ଫ୍ଲାଟ୍ ଓ ପରିବର୍ଦ୍ଧିତ ଧାର ଦିଏ |
13:13 | Dashes Tab ଠିକ୍ ତଳକୁ 3ଟି Markers ଅଛି, ଯାହା Pathର ମଝିରେ Marker ସ୍ଥାପିତ କରେ |
13:20 | ଉପଲବ୍ଧ ତାଲିକା ଦେଖିବା ପାଇଁ ପ୍ରତ୍ୟେକ Markerର ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରନ୍ତୁ |
13:25 | Start Markersରେ ମୁଁ Torso ସିଲେକ୍ଟ କରିବି |
13:29 | Mid Markers ଭାବେ ଆମେ Curvein ସିଲେକ୍ଟ କରିବା |
13:33 | End Markers ପାଇଁ Legs ସିଲେକ୍ଟ କରନ୍ତୁ |
13:39 | ଦେଖନ୍ତୁ, Canvas ଉପରେ ଏକ କାର୍ଟୂନ୍ ଆକୃତି ଗଠିତ ହେଲା |
13:44 | ଶେଷରେ, Fill And Stroke ଡାୟଲଗ୍ ବକ୍ସ ତଳେ ଥିବା Blur ଓ Opacity ନାମକ 2ଟି ସ୍ଲାଇଡର୍ସକୁ ଦେଖନ୍ତୁ |
13:53 | ପ୍ରଥମେ ରେକ୍ଟାଙ୍ଗଲ୍ କୁ ପୁଣିଥରେ ସିଲେକ୍ଟ କରନ୍ତୁ |
13:56 | ଗୋଟିଏ ଅବଜେକ୍ଟରେ Blur Effect ଦେବାପାଇଁ Blur ସ୍ଲାଇଡର୍ ବ୍ୟବହାର କରାଯାଏ. ମୁଁ ସ୍ଲାଇଡର୍ ଉପରେ କ୍ଲିକ୍ କରି ଡାହାଣ ପଟକୁ ଘୁଞ୍ଚାଇବି |
14:04 | ଦେଖନ୍ତୁ, ମୁଁ ସ୍ଲାଇଡର୍ କୁ ଯେତିକି ଡାହାଣ ପଟକୁ ନେଉଛି ରେକ୍ଟାଙ୍ଗଲ୍ ସେତିକି ବ୍ଲର୍ ହୋଇଯାଉଛି |
14:15 | ଗୋଟିଏ ଆକୃତିକୁ ପାରଦର୍ଶିତା ଦେବାପାଇଁ Opacity ସ୍ଲାଇଡର୍ ବ୍ୟବହାର କରାଯାଏ. ସ୍ଲାଇଡର୍ କୁ ଡାହାଣ ପଟକୁ ଘୁଞ୍ଚାନ୍ତୁ ଓ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ |
14:27 | ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
14:31 | * Fill and Stroke ଅପ୍ସନ୍ ବ୍ୟବହାର କରି ଅବଜେକ୍ଟସ୍ ରଙ୍ଗ ଭରିବା
|
14:44 | ଏକ ଆସାଇନମେଣ୍ଟ ଭାବେ |
14:47 | 1. 5 ପିକ୍ସେଲ୍ ୱିଡଥ୍ ର ଏକ ନୀଳ ଷ୍ଟ୍ରୋକ୍ ସହିତ ନାଲି ଓ ହଳଦିଆ ରଙ୍ଗର Linear Gradient ଭରିଥିବା ଏକ ପଞ୍ଚଭୁଜ ତିଆରି କରନ୍ତୁ |
14:57 | 2. Wavy ପାଟର୍ନ ସହିତ ଏକ ଦୀର୍ଘବୃତ୍ତ ବନାନ୍ତୁ ଓ Opacityକୁ 70% କରନ୍ତୁ |
15:04 | 3. Arrow1LStart ଭାବେ Start Markers ଓ Tail ଭାବେ End Markers ସହିତ 10 ୱିଡଥ୍ ବିଶିଷ୍ଟ ଏକ ରେଖା |
15:15 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
15:18 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
15:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
15:37 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
15:55 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
spoken-tutorial.org/NMEICT-Intro |
16:05 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |