KTouch/C2/Configuring-Settings/Oriya
From Script | Spoken-Tutorial
Time | Narration |
00:00 | Ktouchରେ ସେଟିଙ୍ଗ୍ସ କନଫିଗର୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 | ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି |
00:08 | * ଟ୍ରେନିଙ୍ଗର “Level” ପରିବର୍ତ୍ତନ କରିବେ
|
00:13 | * ଶର୍ଟକଟ୍ କୀଗୁଡ଼ିକୁ କନଫିଗର୍ କରିବେ
|
00:20 | ଏଠାରେ ଆମେ ବ୍ୟବହାର କରୁଛୁ KTouch 1.7.1 ଓ Ubuntu Linux 11.10 |
00:27 | KTouch ଖୋଲନ୍ତୁ |
00:33 | ଆମେ Level 1ରେ ଅଛେ. ଚାଲନ୍ତୁ ଦିତୀୟ ଲେଭଲ୍, Level 2କୁ ଯିବା |
00:40 | ଟ୍ରେନିଙ୍ଗର ସ୍ତର 2କୁ ବୃଦ୍ଧି କରିବାକୁ, ଲେଭଲ୍ ଫିଲ୍ଡ ପାଖରେ ଥିବା ଉପର ତ୍ରିଭୁଜ ଚିହ୍ନ ଉପରେ କ୍ଲିକ୍ କରନ୍ତୁ |
00:48 | ଆମେ, Level 2କୁ ପରିବର୍ତ୍ତନ କଲେ କ’ଣ ଘଟେ, ଦେଖନ୍ତୁ |
00:52 | Teacher’s Lineରେ ଅକ୍ଷରଗୁଡ଼ିକ ପରିବର୍ତ୍ତିତ ହୋଇଗଲା! |
00:56 | New Characters in this Level ଫିଲ୍ଡରେ ପ୍ରଦର୍ଶିତ ଅକ୍ଷରଗୁଡ଼ିକୁ ଦେଖନ୍ତୁ. ସେଗୁଡ଼ିକ ମଧ୍ୟ ପରିବର୍ତ୍ତିତ ହୋଇଯାଇଛି! |
01:02 | ଚୟନିତ Levelରେ ଏହି ଅକ୍ଷରଗୁଡ଼ିକୁ ଅଭ୍ୟାସ କରାଯିବ |
01:07 | ଏବେ, ଟାଇପିଙ୍ଗ୍ ଆରମ୍ଭ କରନ୍ତୁ |
01:09 | ବର୍ତ୍ତମାନ, Teacher’s Lineରେ ପ୍ରଦର୍ଶିତ ହୋଇନଥିବା ଗୋଟିଏ ଅକ୍ଷର ଟାଇପ୍ କରିବା |
01:14 | Student’s Line ନାଲି ହୋଇଗଲା |
01:17 | ଆପଣ ଆଉ କ’ଣ ଦେଖିପାରୁଛନ୍ତି? |
01:19 | Correctness ଫିଲ୍ଡରେ ପ୍ରଦର୍ଶିତ ଶତକଡ଼ା ହ୍ରାସ ପାଇଛି |
01:23 | Backspace ଦାବି ଭୁଲ୍ କୁ ଡିଲିଟ୍ କରନ୍ତୁ |
01:27 | ଚାଲନ୍ତୁ, Training Options ସେଟ୍ କରିବା ବିଷୟରେ ଶିଖିବା |
01:31 | Training Optionଗୁଡ଼ିକ କ’ଣ? |
01:33 | ଟାଇପିଙ୍ଗ୍ ବେଗ ଓ ସଠିକତା ପାଇଁ (ଟାଇପିଙ୍ଗ୍ ସଠିକତା ଶତକଡ଼ା) ମାନଦଣ୍ଡ ପରିବର୍ତ୍ତନ କରିବାକୁ ଆମେ Training Options ବ୍ୟବହାର କରୁ |
01:41 | ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରରେ ଟାଇପ୍ କରାଯାଇପାରୁଥିବା ଲାଇନଗୁଡ଼ିକର ସଂଖ୍ୟାକୁ ମଧ୍ୟ ଆମେ କଷ୍ଟମାଇଜ୍ କରିପାରିବା |
01:47 | ମେନ୍ ମେନୁରୁ Settings ସିଲେକ୍ଟ କରି Configure KTouch କ୍ଲିକ୍ କରନ୍ତୁ |
01:52 | Configure KTouch ଡାୟଲଗ୍ ବକ୍ସ ଦେଖାଦେବ |
01:56 | Configure Ktouch ଡାୟଲଗ୍ ବକ୍ସର ବାମ ପେନେଲରୁ Training Options କ୍ଲିକ୍ କରନ୍ତୁ |
02:02 | ଡାହାଣ ପେନେଲରେ ଏବେ ବିଭିନ୍ନ Training Options ପ୍ରଦର୍ଶିତ ହେଲା |
02:06 | Typing speed, Correctness ଓ Workload ପାଇଁ ଚାଲନ୍ତୁ ଉପର ସୀମା ସେଟ୍ କରିବା |
02:13 | Limits to increase a levelରେ ଚାଲନ୍ତୁ |
02:15 | Typing Speedକୁ ମିନିଟ୍ ପିଛା 120 ଅକ୍ଷର ଓ Correctnessକୁ 85%ରେ ସେଟ୍ କରିବା |
02:24 | ଶେଷରେ Workloadକୁ 1ରେ ସେଟ୍ କରିବା |
02:27 | ଏହାର ଅର୍ଥ, ପ୍ରତ୍ୟେକ ସ୍ତରରେ ଆମକୁ କେବଳ ଗୋଟିଏ ଲାଇନ୍ ହିଁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ |
02:31 | ତାହାପରେ ଆମେ ପରବର୍ତ୍ତୀ ସ୍ତରକୁ ଅଟୋମେଟିକାଲୀ ଚାଲିଯିବା |
02:36 | ପରବର୍ତ୍ତୀ ସ୍ତରକୁ ଯିବା ପୂର୍ବରୁ ଯଦି ଗୋଟିଏ ସ୍ତର ପାଇଁ ଆପଣ ଟ୍ରେନିଙ୍ଗ୍ ସମ୍ପୂର୍ଣ୍ଣ କରିବାକୁ ଚାହାଁନ୍ତି, ତେବେ Complete whole training level before proceeding ବକ୍ସ ଚେକ୍ କରନ୍ତୁ |
02:46 | ଚାଲନ୍ତୁ Typing Speed ଓ Correctness ପାଇଁ ନିମ୍ନ ସୀମା ସ୍ଥିର କରିବା |
02:50 | Limits to decrease a levelରେ, ଆମେ |
02:53 | Typing Speedକୁ ମିନିଟ୍ ପିଛା 60 ଅକ୍ଷର ଓ Correctnessକୁ 60ରେ ସେଟ୍ କରିବା |
03:00 | Remember level for next program start ବକ୍ସକୁ ଚେକ୍ କରନ୍ତୁ |
03:06 | Apply କ୍ଲିକ୍ କରି OK କ୍ଲିକ୍ କରନ୍ତୁ |
03:09 | ଆମେ ପୁଣିଥରେ ଏକ ନୂଆ ଅଧିବେଶନ ଆରମ୍ଭ କରିଲେ ହିଁ ପରିବର୍ତ୍ତନଗୁଡ଼ିକ ଲାଗୁ ହେବ |
03:14 | Start New Session କ୍ଲିକ୍ କରି Keep Current Level ସିଲେକ୍ଟ କରନ୍ତୁ |
03:20 | ପୁଣିଥରେ ଟାଇପିଙ୍ଗ୍ ଆରମ୍ଭ କରନ୍ତୁ |
03:23 | ଦେଖନ୍ତୁ, ବର୍ତ୍ତମାନ ବେଗ 0 ଅଛି. ଆମେ ଟାଇପ୍ କରିଲେ ତାହା ବଢ଼ିବ କିମ୍ୱା କମିବ |
03:30 | Pause Session କ୍ଲିକ୍ କରନ୍ତୁ. ଆମେ ଯେତେବେଳେ ପଜ୍ କରୁ, ଟାଇପିଙ୍ଗ୍ ବେଗ ଅପରିବର୍ତ୍ତିତ ରହିଥାଏ |
03:38 | ପୁଣିଥରେ ଟାଇପିଙ୍ଗ୍ ଆରମ୍ଭ କରନ୍ତୁ |
03:40 | ବେଗ 60 ତଳକୁ ଖସିଲେ, ଦେଖନ୍ତୁ, Speed ପାଖରେ ଥିବା ନାଲି ସର୍କଲ୍ ଧପଧପ ହେଉଛି |
03:47 | ଏହା ସୂଚିତ କରେ ଯେ, ବେଗ ପାଇଁ ସ୍ଥିର କରାଯାଇଥିବା ସୀମା, ଯାହା ହେଉଛି 60, ବେଗ ତାହାଠାରୁ ତଳକୁ ଖସିଯାଇଛି |
03:54 | ଏବେ, Teacher’s Lineରେ ପ୍ରଦର୍ଶିତ ହେଉନଥିବା ସଂଖ୍ୟା 4 ଟାଇପ୍ କରନ୍ତୁ |
03:59 | Student’s Line ନାଲି ହୋଇଗଲା |
04:02 | Correctnessର ଶତକଡ଼ା ମଧ୍ୟ ଖସିଗଲା |
04:05 | ଅକ୍ଷରର ସମୂହ କିମ୍ୱା Teacher’s Lineରେ ଦିଆଯାଇଥିବା ଅକ୍ଷର ମଧ୍ୟରେ ଥିବା ଖାଲି ସ୍ଥାନକୁ ଆପଣ ଦେଖିପାରୁଛନ୍ତି କି? |
04:11 | ଏବେ ମୁଁ, ଏହି ଶବ୍ଦ ପରେ Space Bar ଦାବିବି ନାହିଁ |
04:15 | Student’s Line ପୁଣିଥରେ ନାଲି ହୋଇଗଲା! |
04:18 | ଏହାର ଅର୍ଥ, ଖାଲି ସ୍ଥାନଗୁଡ଼ିକୁ ମଧ୍ୟ ସଠିକ୍ ଭାବରେ ନିଶ୍ଚିତ ଟାଇପ୍ କରିବାକୁ ହେବ |
04:22 | ଚାଲନ୍ତୁ, Student’s Lineରେ ଏକ ସମଗ୍ର ଲାଇନ୍ ସମ୍ପୂର୍ଣ୍ଣ କରି Enter ଦାବିବା |
04:31 | Level, 3କୁ ପରିବର୍ତ୍ତିତ ହୋଇଗଲା! |
04:33 | Level, 3କୁ କାହିଁକି ପରିବର୍ତ୍ତିତ ହୋଇଗଲା? ଏହା ଏଥିପାଇଁ, କାରଣ ଆମେ Workload, 1କୁ ସେଟ୍ କରିଛେ |
04:39 | ସେଥିପାଇଁ, ଯେତେବେଳେ ଆମେ Level 2 ପାଇଁ ଗୋଟିଏ ଲାଇନ୍ ସମ୍ପୂର୍ଣ୍ଣ କରି ଏଣ୍ଟର୍ ଦାବୁ, ଆମେ ପରବର୍ତ୍ତୀ ସ୍ତରକୁ ଯାଉ |
04:47 | ଦେଖନ୍ତୁ, Teacher’s Lineରେ ନୂଆ ଅକ୍ଷର ପ୍ରଦର୍ଶିତ ହେଲା |
04:52 | ଆମର ଟାଇପିଙ୍ଗ୍ ଅଧିବେଶନର ସ୍କୋର୍ ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି କି? |
04:55 | Lecture Statistics କ୍ଲିକ୍ କରନ୍ତୁ. Training Statistics ଡାୟଲଗ୍ ବକ୍ସ ଦେଖାଦେଲା |
05:02 | Tabsରେ କ୍ଲିକ୍ କରି ଦେଖନ୍ତୁ ଯେ, ସେଗୁଡ଼ିକ ପ୍ରତ୍ୟେକ କ’ଣ ସୂଚିତ କରନ୍ତି |
05:07 | Current Training Session ଉପରେ କ୍ଲିକ୍ କରନ୍ତୁ |
05:12 | ଏହା, ସାଧାରଣ ଷ୍ଟାଟିଷ୍ଟିକ୍ସ ବିବରଣୀ, ଟାଇପିଙ୍ଗର ହାର, ଟାଇପିଙ୍ଗର ସଠିକତା ଓ ଆପଣଙ୍କୁ ଯେଉଁ ଅକ୍ଷରଗୁଡ଼ିକ ଉପରେ ଧ୍ୟାନଦେବା ଦରକାର, ତାହାର ବିବରଣୀ ପ୍ରଦର୍ଶିତ କରେ |
05:22 | Current Training Session ଟାବ୍ରେ ପ୍ରଦର୍ଶିତ ହୋଇଥିବା ପରି ସମାନ ଭାବରେ Current Level Statistics ଟାବ୍ ବିବରଣୀ ପ୍ରଦର୍ଶିତ କରେ |
05:31 | ଆପଣଙ୍କ ଟାଇପିଙ୍ଗ ଅଗ୍ରଗତିର ଏକ ଗ୍ରାଫିକାଲ୍ ରିପ୍ରେଜେଣ୍ଟେଶନ୍ କୁ Monitor Progress ପ୍ରଦର୍ଶିତ କରେ |
05:38 | ଏହି ଡାୟଲଗ୍ ବକ୍ସକୁ ବନ୍ଦ କରନ୍ତୁ |
05:41 | ଆପଣ ନିଜର Shortcut Keys କ୍ରିଏଟ୍ କରିପାରିବେ |
05:45 | Shortcut Keys କ’ଣ? |
05:47 | Shortcut Keys ହେଉଛି, ଦୁଇ କିମ୍ୱା ଅଧିକ କୀ’ଗୁଡ଼ିକର ମିଶ୍ରଣ, ଯାହାକୁ ମେନୁ ଅପ୍ସନ୍ ବ୍ୟବହାର କରିବା ବଦଳରେ କୀ’ବୋର୍ଡରୁ ଦବାଯାଇପାରିବ |
05:56 | Lecture Statisticsକୁ ଦେଖିବା ପାଇଁ ଚାଲନ୍ତୁ ଏକ ଶର୍ଟକଟ୍ କୀ’ କନଫିଗର୍ କରିବା |
06:01 | ମେନ୍ ମେନୁରୁ Settings > Configure Shortcuts କ୍ଲିକ୍ କରନ୍ତୁ |
06:06 | Configure Shortcuts – KTouch ଡାୟଲଗ୍ ବକ୍ସ ଦେଖାଦେଲା |
06:10 | Search boxରେ Lecture Statistics ଏଣ୍ଟର୍ କରନ୍ତୁ |
06:16 | Lecture Statistics କ୍ଲିକ୍ କରନ୍ତୁ. Custom ସିଲେକ୍ଟ କରି None କ୍ଲିକ୍ କରନ୍ତୁ. ଆଇକନ୍ Inputକୁ ପରିବର୍ତ୍ତିତ ହୋଇଗଲା |
06:24 | ଏବେ, କୀ’ବୋର୍ଡରୁ Shift ଓ A କୀଗୁଡ଼ିକୁ ଏକାସାଙ୍ଗରେ ଦାବନ୍ତୁ |
06:30 | ଦେଖନ୍ତୁ, ଆଇକନ୍ ଏବେ, Shift+A ଅକ୍ଷର ପ୍ରଦର୍ଶିତ କଲା. OK କ୍ଲିକ୍ କରନ୍ତୁ |
06:38 | Shift ଓ A କୀଗୁଡ଼ିକୁ ଏକାସାଙ୍ଗରେ ଦାବନ୍ତୁ. Training Statistics ଡାୟଲଗ୍ ବକ୍ସ ଦେଖାଦେଲା. |
06:45 | ବନ୍ଦ କରିବାକୁ Close କ୍ଲିକ୍ କରନ୍ତୁ |
06:49 | Toolbar କନଫିଗର୍ କରିବାକୁ KTouch ଆପଣଙ୍କୁ ଅନୁମତି ଦେଇଥାଏ |
06:53 | ଧରନ୍ତୁ, ଆମେ ଏକ ଆଇକନ୍ ଭାବେ Quit KTouch କମାଣ୍ଡକୁ ପ୍ରଦର୍ଶିତ କରିବାକୁ ଚାହୁଁଛେ |
06:58 | ମେନ୍ ମେନୁରୁ, Settingsରେ କ୍ଲିକ୍ କରି Configure Toolbars କ୍ଲିକ୍ କରନ୍ତୁ |
07:03 | Configure Toolbars – KTouch ଡାୟଲଗ୍ ବକ୍ସ ଦେଖାଦେଲା |
07:07 | ବାମ ପେନେଲ୍ ରେ, ଅପ୍ସନ୍ ତାଲିକାରୁ Quit ଆଇକନ୍ ସିଲେକ୍ଟ କରନ୍ତୁ. ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ |
07:15 | ଆଇକନଟି ଡାହାଣ ପେନେଲକୁ ଚାଲିଗଲା. Apply କ୍ଲିକ୍ କରିବା ପରେ OK କ୍ଲିକ୍ କରନ୍ତୁ |
07:22 | Quit ଆଇକନ୍ ଏବେ KTouch ୱିଣ୍ଡୋରେ ପ୍ରଦର୍ଶିତ ହେଲା |
07:26 | ଏହା ଆମକୁ KTouch ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:30 | ଏହି ଟ୍ୟୁଟୋରିଆଲରେ ଆମେ, ଟ୍ରେନିଙ୍ଗ୍ ଲେଭଲ୍ ସଂଶୋଧନ, ବେଗ ତଦାରଖ କିପରି କରାଯାଏ ଓ ଟାଇପିଙ୍ଗର ସଠିକତା ବିଷୟରେ ଶିଖିଲେ |
07:38 | କୀ’ବୋର୍ଡ ଶର୍ଟକଟ୍ସ କନଫିଗର୍ କରିବା ଓ ଟୁଲ୍ ବାର୍ସ ବିଷୟରେ ମଧ୍ୟ ଶିଖିଲେ |
07:43 | ଏକ ଆସାଇନମେଣ୍ଟ ଭାବେ |
07:46 | KTouch କନଫିଗରରେ Workloadକୁ 2କୁ ପରିବର୍ତ୍ତନ କରନ୍ତୁ |
07:50 | Complete whole training level before proceeding ବକ୍ସ ଚେକ୍ କରନ୍ତୁ |
07:56 | ଏବେ, ଏକ ନୂଆ ଟାଇପିଙ୍ଗ୍ ଅଧିବେଶନ ଖୋଲନ୍ତୁ ଓ ଟାଇପିଙ୍ଗ୍ ଅଭ୍ୟାସ କରନ୍ତୁ |
08:00 | ଶେଷରେ, ନିଜର Lecture Statistics ଯାଞ୍ଚ କରନ୍ତୁ |
08:04 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
08:07 | ଏହା, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:10 | ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
08:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
08:17 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:20 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:23 | ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍ କୁ ଲେଖନ୍ତୁ (contact@spoken-tutorial.org) |
08:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:33 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ, ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:41 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (http://spoken-tutorial.org/NMEICT-Intro) |
08:52 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |