LibreOffice-Suite-Impress/C3/Slide-Master-Slide-Design/Oriya

From Script | Spoken-Tutorial
Revision as of 23:43, 3 June 2015 by Pradeep (Talk | contribs)

Jump to: navigation, search

Resources for recording Printing a Presentation


Time Narration
00.00 ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ ସ୍ଲାଇଡ୍ ମାଷ୍ଟର୍ ଓ ସ୍ଲାଇଡ୍ ଡିଜାଇନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00.08 ଏହି ଟ୍ୟୁଟୋରିଆଲ୍‌ରେ ଆମେ, ସ୍ଲାଇଡ୍ସ ପାଇଁ ବ୍ୟାକ୍‌ଗ୍ରାଉଣ୍ଡ, ସ୍ଲାଇଡ୍ସ ପାଇଁ ଲେଆଉଟ୍ କିପରି ଲାଗୁ କରାଯାଏ, ଶିଖିବା
00.15 ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ
00.24 ସ୍ଲାଇଡ୍ ସହିତ ସମସ୍ତ କଲର୍ ଓ ଇଫେକ୍ଟଗୁଡ଼ିକୁ ବ୍ୟାକ୍‌ଗ୍ରାଉଣ୍ଡ ଉଲ୍ଲେଖ କରିଥାଏ, ଯେଉଁଗୁଡ଼ିକ କଣ୍ଟେଣ୍ଟ ପଛରେ ଉପସ୍ଥିତ ଥାଆନ୍ତି
00.32 ଏକ ଉତ୍ତମ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବାରେ ସାହାଯ୍ୟ କରିବା ପାଇଁ ଇମ୍ପ୍ରେସ୍‌ରେ ଅନେକ ବ୍ୟାକ୍‌ଗ୍ରାଉଣ୍ଡ ଅପ୍ସନ୍ସ ଅଛି
00.38 ଆପଣ ନିଜର କଷ୍ଟମ୍ ବ୍ୟାକ୍‌ଗ୍ରାଉଣ୍ଡ ମଧ୍ୟ କ୍ରିଏଟ୍ କରିପାରିବେ
00.42 Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲି
00.48 ଆମର ପ୍ରେଜେଣ୍ଟେଶନ୍ ପାଇଁ ଏକ କଷ୍ଟମ୍ ବ୍ୟାକ୍‌ଗ୍ରାଉଣ୍ଡ କ୍ରିଏଟ୍ କରନ୍ତୁ
00.52 ଆମେ ଏହି ବ୍ୟାକ୍‌ଗ୍ରାଉଣ୍ଡକୁ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ କରିବା
00.57 ଏହି ବ୍ୟାକ୍‌ଗ୍ରାଉଣ୍ଡ କ୍ରିଏଟ୍ କରିବା ପାଇଁ ଆମେ Slide Master ଅପ୍ସନ୍ ବ୍ୟବହାର କରିବା
01.02 Master ସ୍ଲାଇଡ୍‌ରେ ଯେକୌଣସି ପରିବର୍ତ୍ତନ କଲେ, ତାହା ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଯିବ
01.08 Main ମେନୁରୁ View କ୍ଲିକ୍ କରି Master ସିଲେକ୍ଟ କରନ୍ତୁ ଓ Slide Master ଉପରେ କ୍ଲିକ୍ କରନ୍ତୁ
01.15 Master Slide ଦେଖାଦେବ
01.17 ଧ୍ୟାନଦିଅନ୍ତୁ ଯେ, Master View ଟୁଲ୍‌ବାର୍ ମଧ୍ୟ ଦେଖାଯାଉଛି. ଏହାକୁ ଆପଣ Master Pages କ୍ରିଏଟ୍, ଡିଲିଟ୍ ଓ ରିନେମ୍ କରିବା ପାଇଁ ବ୍ୟବହାର କରିପାରିବେ
01.27 ଦୁଇଟି ସ୍ଲାଇଡ୍ସ ଏବେ ପ୍ରଦର୍ଶିତ ହେଲା
01.31 ଏହି ଦୁଇଟି ହେଉଛି Master Pages, ଯାହା ଏହି ପ୍ରେଜେଣ୍ଟେଶନ୍‌ରେ ବ୍ୟବହୃତ ହୋଇଛି
01.37 Tasks ପେନ୍‌ରୁ, Master Pages ଉପରେ କ୍ଲିକ୍ କରନ୍ତୁ
01.41 Used in This Presentation ଫିଲ୍ଡ, ଏହି ପ୍ରେଜେଣ୍ଟେଶନ୍‌ରେ ବ୍ୟବହୃତ ମାଷ୍ଟର୍ ସ୍ଲାଇଡ୍ସ ପ୍ରଦର୍ଶିତ କରେ
01.48 Master slide ଏକ ଟେମ୍ପ୍ଲେଟ୍ ଭଳି
01.51 ଆପଣ ଫର୍ମାଟିଙ୍ଗ୍ ପ୍ରିଫରେନ୍ସେସ୍ ଏଠାରେ ସେଟ୍ କରିପାରିବେ, ଯେଉଁଗୁଡ଼ିକ ତାହାପରେ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁହେବ
01.58 ପ୍ରଥମେ, Slides ପେନ୍ରୁ Slide 1 ସିଲେକ୍ଟ କରନ୍ତୁ
02.03 ଏହି ପ୍ରେଜେଣ୍ଟେଶନ୍‌ରେ ଧଳା ବ୍ୟାକ୍‌ଗ୍ରାଉଣ୍ଡ ଦିଅନ୍ତୁ
02.07 Main ମେନୁରୁ Format ଉପରେ କ୍ଲିକ୍ କରି Pageରେ କ୍ଲିକ୍ କରନ୍ତୁ
02.12 Page Setup ଡାୟଲଗ୍ ବକ୍ସ ଦେଖାଦେବ
02.15 Background ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
02.18 Fill ଡ୍ରପ୍ ଡାଇନ୍ ମେନୁରୁ Bitmap ଅପ୍ସନ୍ ସିଲେକ୍ଟ କରନ୍ତୁ
02.24 ଅପ୍ସନ୍ସଗୁଡ଼ିକର ତାଲିକାରୁ Blank ସିଲେକ୍ଟ କରି OK କ୍ଲିକ୍ କରନ୍ତୁ
02.29 ଏବେ ସ୍ଲାଇଡ୍‍ ବ୍ୟାକ୍‌ଗ୍ରାଉଣ୍ଡ ଧଳା ହୋଇଗଲା
02.32 ଦେଖନ୍ତୁ, ବ୍ୟାକ୍‌ଗ୍ରାଉଣ୍ଡରେ ବିଦ୍ୟମାନ ଟେକ୍ସଟ୍ କଲର୍ ଭଲ ଭାବରେ ଦେଖାଯାଉନି
02.38 ବ୍ୟାକ୍‌ଗ୍ରାଉଣ୍ଡ ସାମ୍ନାରେ ଭଲ ଭାବରେ ଦୃଶ୍ୟମାନ କଲର୍‌କୁ ହିଁ ସର୍ବଦା ଚୟନ କରନ୍ତୁ
02.43 ଟେକ୍ସଟ୍ କଲର୍‌କୁ କଳାରେ ପରିବର୍ତ୍ତନ କରନ୍ତୁ. ଧଳା ବ୍ୟାକ୍‌ଗ୍ରାଉଣ୍ଡରେ ଏହା ଟେକ୍ସଟ୍‌କୁ ସ୍ପଷ୍ଟ ଦୃଶ୍ୟମାନ କରିବ
02.52 ପ୍ରଥମେ ଟେକ୍ସଟ୍ ସିଲେକ୍ଟ କରନ୍ତୁ
02.55 Main ମେନୁରୁ Format ଉପରେ କ୍ଲିକ୍ କରି Character ସିଲେକ୍ଟ କରନ୍ତୁ
02.59 Character ଡାୟଲଗ୍ ବକ୍ସ ଦେଖାଦେବ
03.02 Character ଡାୟଲଗ୍ ବକ୍ସରୁ Font Effects ଟ୍ୟାବ୍ରେ କ୍ଲିକ୍ କରନ୍ତୁ
03.08 Font Color ଡ୍ରପ୍-ଡାଉନ୍‌ରୁ, Black ସିଲେକ୍ଟ କରନ୍ତୁ
03.12 OK କ୍ଲିକ୍ କରନ୍ତୁ
03.15 ଟେକ୍ସଟ୍ ଏବେ କଳା ରଙ୍ଗର ହୋଇଗଲା
03.18 ଏବେ, ସ୍ଲାଇଡ୍‌ରେ ଏକ କଲର୍ ଆପ୍ଲାଏ କରନ୍ତୁ
03.21 କଣ୍ଟେକ୍ସଟ୍ ମେନୁ ପାଇଁ ସ୍ଲାଇଡ୍‌ରେ ରାଇଟ୍-କ୍ଲିକ୍ କରନ୍ତୁ ଓ SlidePage Setupରେ କ୍ଲିକ୍ କରନ୍ତୁ
03.27 File ଡ୍ରପ୍ ଡାଉନ୍ ମେନୁରୁ, କଲର୍ ଅପ୍ସନ୍ ସିଲେକ୍ଟ କରନ୍ତୁ. Blue8 ସିଲେକ୍ଟ କରି OK କ୍ଲିକ୍ କରନ୍ତୁ
03.36 ଧ୍ୟାନଦିଅନ୍ତୁ ଯେ, ଆମେ ସିଲେକ୍ଟ କରିଥିବା ଲାଇଟ୍ ବ୍ଲୁ କଲର୍ ସ୍ଲାଇଡ୍‌ରେ ଲାଗୁ ହେଲା
03.42 ଟ୍ୟୁଟୋରିଆଲ୍‌କୁ ପଜ୍ କରି ଏହି ଆସାଇନ୍‌ମେଣ୍ଟ କରନ୍ତୁ. ନୂଆ ମାଷ୍ଟର୍ ସ୍ଲାଇଡ୍ କ୍ରିଏଟ୍ କରି ବ୍ୟାକ୍‌ଗ୍ରାଉଣ୍ଡ ଭାବରେ ନାଲୀ ରଙ୍ଗ ଦିଅନ୍ତୁ
03.52 ଏହି ପ୍ରେଜେଣ୍ଟେଶନ୍‌ରେ ଅନ୍ୟ ଡିଜାଇନ୍ ଏଲେମେଣ୍ଟସ୍ କିପରି ଲାଗୁ କରାଯାଏ, ଏବେ ଶିଖିବା
03.57 ଉଦାହରଣସ୍ୱରୂପ, ଆପଣ ନିଜ ପ୍ରେଜେଣ୍ଟେଶନ୍‌ରେ ଏକ ଲୋଗୋ ଆଡ୍ କରିପାରିବେ
04.01 ଆପଣଙ୍କ ସ୍କ୍ରୀନ୍‌ର ତଳେ ଥିବା Basic Shapes ଟୁଲ୍‌ବାର୍‌କୁ ଦେଖନ୍ତୁ
04.06 ଆପଣ ଏହାକୁ, circles, squares, rectangles, triangles ଓ ovals ପରି ବିଭିନ୍ନ ବେସିକ୍ ଶେପ୍ସ ଡ୍ର କରିବାକୁ ବ୍ୟବହାର କରିପାରିବେ
04.16 ଚାଲନ୍ତୁ, ସ୍ଲାଇଡ୍‌ର ଟାଇଟଲ୍ ଏରିଆରେ ଏକ rectangle ଡ୍ର କରିବା
04.21 Basic Shapes ଟୁଲ୍‌ବାର୍‌ରୁ Rectangle ଉପରେ କ୍ଲିକ୍ କରନ୍ତୁ
04.25 ଏବେ କର୍ସର୍‌କୁ ସ୍ଲାଇଡ୍‌ର ଉପର ବାମପଟ କୋଣ, ଟାଇଟଲ୍ ଏରିଆକୁ ନେଇଯାଆନ୍ତୁ
04.31 capital I ସହିତ ଏକ plus sign ଆପଣ ଦେଖିବାକୁ ପାଇବେ
04.36 ବାମ ମାଉସ୍ ବଟନ୍‌କୁ ଚାପି ଧରନ୍ତୁ ଓ ଏକ ଛୋଟ rectangle ଆଙ୍କନ୍ତୁ
04.41 ଏବେ, ମାଉସ୍ ବଟନ୍‌କୁ ଛାଡ଼ିଦିଅନ୍ତୁ
04.44 ଆପଣ ଏକ rectangle ଆଙ୍କିଦେଲେ!
04.47 rectangleରେ ଥିବା ଆଠୋଟି ହ୍ୟାଣ୍ଡେଲ୍ସକୁ ଦେଖନ୍ତୁ
04.50 ହ୍ୟାଣ୍ଡେଲ୍ସ ବା କଣ୍ଟ୍ରୋଲ୍ ପଏଣ୍ଟସ୍ ହେଉଛି ଛୋଟ blue squares, ଯାହା ଚୟନିତ ଅବ୍‌ଜେକ୍ଟର ସାଇଡ୍‌ଗୁଡ଼ିକରେ ଦେଖାଦେଉଛି
04.58 Rectangleର ସାଇଜ୍ ଆଡ୍‌ଜଷ୍ଟ କରିବା ପାଇଁ ଆମେ ଏହି କଣ୍ଟ୍ରୋଲ୍ ପଏଣ୍ଟଗୁଡ଼ିକୁ ବ୍ୟବହାର କରିପାରିବା
05.03 ଆପଣ କଣ୍ଟ୍ରୋଲ୍ ପଏଣ୍ଟ ଉପରେ କର୍ସର୍ ଚଲାଇଲେ, କର୍ସର୍ ଏକ double-sided arrowରେ ପରିବର୍ତ୍ତିତ ହୋଇଯିବ
05.10 ଏହା ଦିଗଗୁଡ଼ିକୁ ସୂଚିତ କରେ, ଯେଉଁ ଦିଗରେ ବେସିକ୍ ଶେପ୍ ପରିବର୍ତ୍ତନ କରିବା ପାଇଁ କଣ୍ଟ୍ରୋଲ୍ ପଏଣ୍ଟକୁ ଘୂଞ୍ଚାଯାଇପାରିବ
05.17 ଏହି rectangleକୁ ବଡ଼ କରନ୍ତୁ, ଯେଉଁଥିରୁ ଏହା ଟାଇଟଲ୍ ଏରିଆକୁ ସମ୍ପୂର୍ଣ୍ଣ ଭାବେ କଭର୍ କରିବ
05.25 ଆମେ ଏହି ଶେପ୍‌ଗୁଡ଼ିକୁ ମଧ୍ୟ ପରିବର୍ତ୍ତନ କରିପାରିବା!
05.28 କଣ୍ଟେକ୍ସଟ୍ ମେନୁ ଦେଖିବା ପାଇଁ rectangle ଉପରେ ରାଇଟ୍ କ୍ଲିକ୍ କରନ୍ତୁ
05.32 ଏଠାରେ rectangle ପରିବର୍ତ୍ତନ କରିବା ପାଇଁ ଆପଣ ବିଭିନ୍ନ ଅପ୍ସନ୍ସ ଚୟନ କରିପାରିବେ
05.37 Area ଉପରେ କ୍ଲିକ୍ କରନ୍ତୁ. Area ଡାୟଲଗ୍ ବକ୍ସ ଦେଖାଦେବ
05.43 Fill ଫିଲ୍ଡରେ, ଡ୍ରପ୍ ଡାଉନ୍ ମେନୁରୁ Color ଚୟନ କରନ୍ତୁ
05.48 Magenta 4 ଚୟନ କରି OKରେ କ୍ଲିକ୍ କରନ୍ତୁ
05.52 Rectangle ରଙ୍ଗ ପରିବର୍ତ୍ତିତ ହୋଇଗଲା
05.56 Rectangleଟି ଏବେ ଟେକ୍ସଟ୍‌କୁ କଭର୍ କରିଦେଲା
05.59 ଟେକ୍ସଟ୍ ଦେଖାଯିବା ପାଇଁ ପ୍ରଥମେ rectangleକୁ ସିଲେକ୍ଟ କରନ୍ତୁ
06.03 ଏବେ, କଣ୍ଟେକ୍ସଟ୍ ମେନୁ ଖୋଲିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
06.07 Arrange ପରେ Send to back କ୍ଲିକ୍ କରନ୍ତୁ
06.11 ଟେକ୍ସଟ୍ ପୁଣିଥରେ ଦେଖାଗଲା!
06.15 ଏଠାରେ rectangleଟି ଟେକ୍ସଟ୍ ପଛକୁ ଚାଲିଗଲା
06.18 Tasks ପେନ୍‌ରେ preview of the Master Page ଉପରେ କ୍ଲିକ୍ କରନ୍ତୁ
06.23 ରାଇଟ୍ କ୍ଲିକ୍ କରି Apply to All Slides ସିଲେକ୍ଟ କରନ୍ତୁ
06.27 Close Master View ବଟନ୍‌ରେ କ୍ଲିକ୍ କରି Master View ବନ୍ଦ କରନ୍ତୁ
06.32 ମାଷ୍ଟର୍‌ରେ ହୋଇଥିବା ଫର୍ମାଟିଙ୍ଗ୍ ପରିବର୍ତ୍ତନ, ଏବେ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଗଲା
06.39 ଧ୍ୟାନଦିଅନ୍ତୁ ଯେ, rectangle ମଧ୍ୟ ସମସ୍ତ ପେଜ୍‌ଗୁଡ଼ିକରେ ଦେଖାଯାଉଛି
06.45 ଏବେ, ସ୍ଲାଇଡ୍‌ର ଲେଆଉଟ୍ ଚେଞ୍ଜ୍ ବିଷୟରେ ଶିଖିବା
06.49 ଲେଆଉଟ୍ କ’ଣ? ଲେଆଉଟ୍ସ ହେଉଛି ପ୍ଲେସ୍ ହୋଲ୍ଡର୍ସ ସହିତ କଣ୍ଟେଣ୍ଟର ପୋଜିଶନ୍ ପାଇଁ ପୂର୍ବରୁ ଫର୍ମାଟ୍ ହୋଇଥିବା ସ୍ଲାଇଡ୍
06.58 ସ୍ଲାଇଡ୍ ଲେଆଉଟ୍ ଦେଖିବା ପାଇଁ, ଡାହାଣ ପେନେଲ୍‌ରୁ Layouts କ୍ଲିକ୍ କରନ୍ତୁ
07.04 Impressରେ ଉପଲବ୍ଧ ଲେଆଉଟ୍ସ ପ୍ରଦର୍ଶିତ ହେଲା
07.07 ଲେଆଉଟ୍ ଥମ୍ୱନେଲ୍‌କୁ ଦେଖନ୍ତୁ. ଲେଆଉଟ୍ ଲାଗୁ ହେବାପରେ ସ୍ଲାଇଡ୍ କିପରି ଦେଖାଦେବ, ଏହା ଆପଣଙ୍କୁ ଆଇଡିଆ ଦେଇଥାଏ
7.16 ଟାଇଟଲ୍ ସହ ଓ ଦୁଇଟି କଲମ୍ ଫର୍ମାଟ୍ ବିଶିଷ୍ଟ, ଏପରି ଲେଆଉଟ୍ ଯେଉଁଥିରେ ଆପଣ ଟେକ୍ସଟ୍‌କୁ ତିନୋଟି କଲମ୍‌ରେ ରଖିପାରିବେ ଓ ଏହିପରି ଲେଆଉଟ୍‌ମାନ ଅଛି
7.24 ବ୍ଲାଙ୍କ୍ ଲେଆଉଟ୍ ମଧ୍ୟ ଅଛି. ଆପଣ ନିଜ ସ୍ଲାଇଡ୍‌ରେ ବ୍ଲାଙ୍କ୍ ଲେଆଉଟ୍ ଲାଗୁକରି ନିଜର ନିଜସ୍ୱ ଲେଆଉଟ୍ ତିଆରି କରିପାରିବେ
07.32 ଗୋଟିଏ ସ୍ଲାଇଡ୍‌ରେ ଏକ ଲେଆଉଟ୍ ଲାଗୁ କରନ୍ତୁ
07.35 Potential Alternatives ସ୍ଲାଇଡ୍ ସିଲେକ୍ଟ କରନ୍ତୁ ଓ ସମସ୍ତ ଟେକ୍ସଟ୍ ଡିଲିଟ୍ କରନ୍ତୁ
07.43 ଏବେ, ଡାହାଣପଟେ ଥିବା ଲେଆଉଟ୍ ପେନ୍‌ରୁ title 2 content over content ସିଲେକ୍ଟ କରନ୍ତୁ
07.51 ସ୍ଲାଇଡ୍‌ରେ ଏବେ ତିନୋଟି ଟେକ୍ସଟ୍ ବକ୍ସ ଓ ଗୋଟିଏ ଟାଇଟଲ୍ ଏରିଆ ଅଛି
07.56 ଧ୍ୟାନଦିଅନ୍ତୁ ଯେ, ମାଷ୍ଟର୍ ପେଜ୍ ବ୍ୟବହାର କରି ଆମେ ଇନ୍ସର୍ଟ କରିଥିବା rectangle, ଏବେବି ଦେଖାଯାଉଛି
08.02 ଏହି rectangleକୁ କେବଳ ମାଷ୍ଟର୍ ସ୍ଲାଇଡ୍ ବ୍ୟବହାର କରି ଏଡିଟ୍ କରିହେବ
08.07 ମାଷ୍ଟର୍ ସ୍ଲାଇଡ୍ରେ ସେଟିଙ୍ଗ୍, ଯେକୌଣସି ଫର୍ମାଟିଙ୍ଗ୍ ପରିବର୍ତ୍ତନ କିମ୍ୱା ସ୍ଲାଇଡ୍ସରେ ଲାଗୁ ହେଉଥିବା ଲେଆଉଟ୍‌କୁ ଓଭର୍‌ରାଇଡ୍ କରିଥାଏ
08.15 ଏବେ, ଏହି ବକ୍ସଗୁଡ଼ିକରେ କଣ୍ଟେଣ୍ଟ ଏଣ୍ଟର୍ କରିବା
08.19 ପ୍ରଥମ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ: Strategy 1 PRO: Low cost CON: slow action
08.28 ଦ୍ୱିତୀୟ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ: Strategy 2 CON: High cost PRO: Fast Action
08.40 ତୃତୀୟ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ: Due to lack of funds, Strategy 1 is better.
08.48 ଆପଣ ଏହିପରି ଭାବେ, ନିଜ ପ୍ରେଜେଣ୍ଟେଶନ୍ ପାଇଁ ସବୁଠାରୁ ଉପଯୁକ୍ତ ଲେଆଉଟ୍ ପ୍ରକାରର ଚୟନ କରିପାରିବେ
08.54 ଏହା, ଏହି ଟ୍ୟୁଟୋରିଆଲ୍‌ର ସମାପ୍ତି ଅଟେ. ଏହି ଟ୍ୟୁଟୋରିଆଲ୍‌ରେ ଆମେ, ସ୍ଲାଇଡ୍ସ ପାଇଁ ବ୍ୟାକ୍‌ଗ୍ରାଉଣ୍ଡ, ସ୍ଲାଇଡ୍ସ ପାଇଁ ଲେଆଉଟ୍ କିପରି ଲାଗୁ କରାଯାଏ, ଶିଖିଲେ
09.03 ଏକ ଆସାଇନ୍‌ମେଣ୍ଟ ଭାବେ
09.05 ଏକ ନୂଆ ମାଷ୍ଟର୍ ସ୍ଲାଇଡ୍ କ୍ରିଏଟ୍ କରନ୍ତୁ
09.08 ଏକ ନୂଆ ବ୍ୟାକ୍‌ଗ୍ରାଉଣ୍ଡ କ୍ରିଏଟ୍ କରନ୍ତୁ
09.11 କଣ୍ଟେଣ୍ଟ ୱାରୀ ଟାଇଟଲ୍ ପାଇଁ ଲେଆଉଟ୍ ପରିବର୍ତ୍ତନ କରନ୍ତୁ
09.15 ଏକ ମାଷ୍ଟର୍ ସ୍ଲାଇଡ୍‌ରେ ଗୋଟିଏ ଲେଆଉଟ୍ ଲାଗୁ କରାଗଲେ କ’ଣ ହୁଏ, ଦେଖନ୍ତୁ
09.20 ଗୋଟିଏ ନୂଆ ସ୍ଲାଇଡ୍ ଇନ୍ସର୍ଟ କରି ଏକ ବ୍ଲାଙ୍କ୍ ଲେଆଉଟ୍ ଆପ୍ଲାଏ କରନ୍ତୁ
09.25 ଟେକ୍ସଟ୍ ବକ୍ସ ବ୍ୟବହାର କରି ସେଥିରେ କଲମ୍ ଆଡ୍ କରନ୍ତୁ
09.29 ଏହି ଟେକ୍ସଟ୍ ବକ୍ସଗୁଡ଼ିକୁ ଫର୍ମାଟ୍ କରନ୍ତୁ
09.32 ଏହି ଟେକ୍ସଟ୍ ବକ୍ସଗୁଡ଼ିକରେ ଟେକ୍ସଟ୍ ଏଣ୍ଟର୍ କରନ୍ତୁ
09.36 ନିମ୍ନ ଲିଙ୍କ୍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସାରାଂଶିତ କରେ
09.42 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ
09.47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09.56 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorialorg)
10.02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10.14 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
10.25 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
10.30 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep