PERL/C2/Variables-in-Perl/Oriya
From Script | Spoken-Tutorial
Time | Narration |
00:01 | Perlରେ ଭେରିଏବଲ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ Perlରେ ଭେରିଏବଲ୍ସ ବିଷୟରେ ଶିଖିବା |
00:12 | ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ |
00:18 | Perl 5.14.2, ଯାହା- Perl ରିଭିଜନ୍ 5 ଭର୍ସନ୍ 14 ଓ ସବ୍ ଭର୍ସନ୍ 2 ବ୍ୟବହାର କରୁଛି |
00:26 | ମୁଁ gedit Text Editor ମଧ୍ୟ ବ୍ୟବହାର କରିବି |
00:30 | ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ |
00:34 | Perl ରେ Variables: |
00:37 | ଭାଲ୍ୟୁ ଷ୍ଟୋର୍ କରିବା ପାଇଁ Variables ବ୍ୟବହୃତ ହୁଏ, ଯେପରି ଟେକ୍ସଟ୍ ଷ୍ଟ୍ରିଙ୍ଗସ୍, ନମ୍ବର୍ସ କିମ୍ବା ଆରେଜ୍ |
00:44 | ଥରେ variable ଘୋଷିତ ହୋଇଗଲେ, ଏହା ସ୍କ୍ରିପ୍ଟ ଭିତରେ ବାରମ୍ବାର ବ୍ୟବହାର କରାଯାଇପାରିବ |
00:50 | Scalar ସିଙ୍ଗଲ୍ ଭାଲ୍ୟୁର ପ୍ରତିନିଧିତ୍ୱ କରେ ଓ କେବଳ scalars ଷ୍ଟୋର୍ କରିପାରିବ |
00:56 | $ (ଡଲାର୍) ଚିହ୍ନ ବ୍ୟବହାର କରି Scalar variables ଘୋଷିତ କରାଯାଏ |
01:00 | Variable Declaration ଦେଖିବା: |
01:03 | ଏକ Variable ଏହିପରି ଘୋଷିତ କରାଯାଇପାରେ: dollar priority semicolon |
01:09 | Perlରେ Variableର ନାମ ବିଭିନ୍ନ ଫର୍ମାଟ୍ ର ହୋଇପାରେ. ଏକ ଅକ୍ଷର କିମ୍ବା _ (ଅଣ୍ଡରସ୍କୋର୍)ରୁ Variables ଆରମ୍ଭ ହେବା ଉଚିତ୍ |
01:18 | ଓ ଏଥିରେ ଅକ୍ଷର, ସଂଖ୍ୟା, underscores କିମ୍ବା ଏହି ତିନୋଟିର ମିଶ୍ରଣ ରହିପାରେ |
01:24 | Perlରେ କ୍ୟାପିଟାଲ୍ ଲେଟର୍ ରେ ଘୋଷିତ Variablesର ସ୍ୱତନ୍ତ୍ର ଅର୍ଥ ଥାଏ |
01:30 | ତେଣୁ, କ୍ୟାପିଟାଲ୍ ଲେଟର୍ ବ୍ୟବହାର କରି variables ଡିକ୍ଲେର୍ କରିବାକୁ ଏଡ଼ାନ୍ତୁ |
01:34 | ଏବେ Terminal ଖୋଲନ୍ତୁ ଓ gedit variables dot pl ampersand ଟାଇପ୍ କରନ୍ତୁ |
01:44 | terminal ରେ କମାଣ୍ଡ ପ୍ରମ୍ପଟ୍ କୁ ampersand ଅନଲକ୍ କରିବ. ଏବେ ଏଣ୍ଟର ଦାବନ୍ତୁ |
01:50 | ଏହା gedit ଟେକ୍ସଟ୍ ଏଡିଟର୍ ରେ variables.pl ଫାଇଲ୍ ଖୋଲିବ |
01:56 | ଏକ Perl ଫାଇଲ୍ ର ଡିଫଲ୍ଟ ଏକ୍ସଟେନସନ୍ ହେଉଛି dot pl |
02:01 | ଫାଇଲ୍ ରେ dollar priority semicolon ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ |
02:10 | ଆମେ variable priority ଡିକ୍ଲେର୍ କରିଲେ |
02:13 | ବ୍ୟବହାର କରିବା ପୂର୍ବରୁ ଆପଣ ଏକ variable ଡିକ୍ଲେର୍ କରିବା ଦରକାର ନାହିଁ |
02:18 | ତାକୁ ସେହିପରି କୋଡ୍ ଭିତରେ ବ୍ୟବହାର କରିପାରିବେ |
02:21 | ଏବେ variable priorityକୁ ଏକ ନ୍ୟୁମେରିକାଲ୍ ଭାଲ୍ୟୁ ଦେବା |
02:25 | ଏଥିପାଇଁ dollar priority space equal to space one semicolon ଟାଇପ୍ କରନ୍ତୁ |
02:32 | ଓ ଏଣ୍ଟର ଦାବନ୍ତୁ |
02:34 | ଏହାପରେ ଟାଇପ୍ କରନ୍ତୁ |
02:36 | print space double quote Value of variable is: dollar priority slash n ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ semicolon ଓ ଏଣ୍ଟର ଦାବନ୍ତୁ |
02:50 | ନୂଆ ଲାଇନ୍ କେରେକ୍ଟର୍ ହେଉଛି slash n |
02:53 | ଏବେ ଏହି ଫାଇଲ୍କୁ variables.pl ନାମରେ ଯେକୌଣସି ସ୍ଥାନରେ ସେଭ୍ କରନ୍ତୁ |
03:02 | ମୋ କ୍ଷେତ୍ରରେ, ଏହା home/amol ଡାଇରେକ୍ଟୋରୀରେ ସେଭ୍ ହୋଇଛି, ଏବେ ଫାଇଲ୍ କୁ ସେଭ୍ କରନ୍ତୁ |
03:10 | variables.pl ଫାଇଲ୍ର ପର୍ମିଶନ୍ସ ଚେଞ୍ଜ କରିବା, ଯାହାକୁ ଆମେ ଟିକିଏ ପୂର୍ବରୁ କ୍ରିଏଟ୍ କରିଛେ |
03:18 | ଏପରି କରିବା ପାଇଁ, Terminal ରେ chmod 755 variables dot pl ଟାଇପ୍ କରନ୍ତୁ |
03:27 | ଏହା ଫାଇଲ୍ କୁ ପଢ଼ିବା, ଲେଖିବା ଓ ଏକଜେକ୍ୟୁଟ୍ କରିବାର ଅଧିକାର ଯୋଗାଇବ |
03:32 | Terminal ରେ Perl ସ୍କ୍ରିପ୍ଟ କମ୍ପାଇଲ୍ କରିବା ପାଇଁ |
03:36 | ଟାଇପ୍ କରନ୍ତୁ perl hyphen c variables dot pl |
03:42 | Hyphen c ଯେକୌଣସି କମ୍ପାଇଲେସନ୍/ସିଣ୍ଟାକ୍ସ ଏରର୍ ପାଇଁ Perl ସ୍କ୍ରିପ୍ଟ କମ୍ପାଇଲ୍ କରିବା ବଦଳାଏ |
03:49 | ଏବେ, ଏଣ୍ଟର ଦାବନ୍ତୁ |
03:51 | ଏହା, ଆମ ସ୍କ୍ରିପ୍ଟରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ ବୋଲି କୁହେ |
03:56 | ଏବେ perl variables dot pl ଟାଇପ୍ କରି Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ |
04:06 | ଆଉଟପୁଟ୍ ହାଇଲାଇଟ୍ ହୋଇଥିବା ପରି ପ୍ରଦର୍ଶିତ ହୁଏ |
04:10 | ଆମେ ଘୋଷିତ କରିଥିବା variableକୁ ଏକ string ଭାଲ୍ୟୁ ମଧ୍ୟ ଦେଇପାରିବା |
04:15 | ଟେକ୍ସଟ୍ ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ |
04:18 | dollar priority equal to one ବଦଳରେ ଟାଇପ୍ କରନ୍ତୁ |
04:22 | dollar priority equal to ସିଙ୍ଗଲ୍ ୱୋଟ୍ ମଧ୍ୟରେ high |
04:28 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଆସାଇନମେଣ୍ଟଗୁଡ଼ିକ ଡାହାଣରୁ ବାମକୁ ମୂଲ୍ୟାଙ୍କିତ ହେବ |
04:34 | scalar ଯେକୌଣସି ଡାଟା ଧରିପାରିବ, ଏହା ଏକ ଷ୍ଟ୍ରିଙ୍ଗ ହୋଇପାରେ, ନମ୍ବର ବି ହୋଇପାରେ |
04:38 | ଫାଇଲ୍ ସେଭ୍ କରନ୍ତୁ ଓ ପୁନର୍ବାର ସ୍କ୍ରିପ୍ଟ କମ୍ପାଇଲ୍ ପାଇଁ ଟାଇପ୍ କରନ୍ତୁ- |
04:45 | perl hyphen c variables dot pl ଓ ଏଣ୍ଟର ଦାବନ୍ତୁ |
04:51 | ଏହା, କୌଣସି ସିଣ୍ଟାକ୍ସ ଏରର୍ ନାହିଁ ବୋଲି ଆମକୁ କୁହେ |
04:55 | perl variables dot pl ଟାଇପ୍ କରି ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ |
05:03 | ଆଉଟପୁଟ୍ ଏହିପରି ପ୍ରଦର୍ଶିତ ହେବ |
05:07 | ଏବେ, ଟେକ୍ସଟ୍ ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ |
05:10 | ଆପଣ ଡବଲ୍ କ୍ୱୋଟ୍strings ଭିତରେ ମଧ୍ୟ scalars ବ୍ୟବହାର କରିପାରିବେ, ଯେପରି- |
05:15 | dollar priority ସିଙ୍ଗଲ୍ ୱୋଟ୍ ମଧ୍ୟରେ String |
05:19 | ଏହି ଫାଇଲ୍କୁ ସେଭ୍ କରି ବନ୍ଦ କରନ୍ତୁ |
05:22 | ମଲ୍ଟିପଲ୍ variables କେମିତି ଡିକ୍ଲେର୍ କରାଯାଏ, ଶିଖିବା |
05:27 | ଏଥିପାଇଁ ଟେକ୍ସଟ୍ ଏଡିଟର୍ ରେ ନୂଆ ଫାଇଲ୍ ଖୋଲନ୍ତୁ |
05:31 | Terminal ରେ gedit multivar dot pl space ampersand ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ |
05:42 | ଏହା multivar dot pl ଫାଇଲ୍ କୁ ଟେକ୍ସଟ୍ ଏଡିଟର୍ ରେ ଖୋଲିବ |
05:48 | ଏବେ ଟାଇପ୍ କରନ୍ତୁ - |
05:50 | dollar firstVar comma dollar secondVar semicolon ଓ ଏଣ୍ଟର ଦାବନ୍ତୁ |
06:00 | ଭେରିଏବଲ୍ dollar firstVar ରୁ dollar secondVar କୁ ଭାଲ୍ୟୁ କପି କରିବା ପାଇଁ ଟାଇପ୍ କରନ୍ତୁ - |
06:07 | dollar firstVar space equal to space dollar secondVar semicolon ଓ ଏଣ୍ଟର ଦାବନ୍ତୁ |
06:19 | ସମସ୍ତ ଗାଣିତିକ କାର୍ଯ୍ୟ ଯେପରି- ମିଶାଣ, ଫେଡାଣ, ଗୁଣନ, ହରଣ, ଏହି ଭେରିଏବଲ୍ ରେ ସମ୍ପାଦନ କରାଯାଇପାରିବ |
06:30 | Perl ବ୍ୟବହାର କରି ଏହାକୁ କିପରି ପ୍ରାପ୍ତ କରାଯାଇପାରିବ, ଦେଖିବା |
06:34 | ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ |
06:36 | ଓ ଉଭୟ ଭେରିଏବଲ୍ସକୁ 10 ଭାଲ୍ୟୁ ଦେବାପାଇଁ ଟାଇପ୍ କରନ୍ତୁ- |
06:41 | dollar firstVar equal to dollar secondVar equal to ten semicolon ଓ ଏଣ୍ଟର ଦାବନ୍ତୁ |
06:51 | ଏବେ, ଭାଲ୍ୟୁ ପ୍ରିଣ୍ଟ କରିବା ପାଇଁ, ଟାଇପ୍ କରନ୍ତୁ |
06:55 | print double quote firstVar: dollar firstVar and secondVar: dollar secondVar slash n ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ semicolon ଓ ଏଣ୍ଟର ଦାବନ୍ତୁ |
07:17 | ଏବେ, ଫାଇଲ୍ ସେଭ୍ କରନ୍ତୁ |
07:19 | ଏବେ, ଏହି ଦୁଇଟି ଭେରିଏବଲ୍ସରେ ଭାଲ୍ୟୁ ଆଡ୍ କରିବା |
07:23 | ଏଥିପାଇଁ ଟାଇପ୍ କରନ୍ତୁ |
07:25 | dollar addition space equal to space dollar firstVar plus space dollar secondVar semicolon ଓ ଏଣ୍ଟର ଦାବନ୍ତୁ |
07:43 | ଧ୍ୟାନଦିଅନ୍ତୁ, ଆମେ addition ଭେରିଏବଲ୍ ଡିକ୍ଲେର୍ କରିନାହୁଁ |
07:47 | ପୁଣିଥରେ, addition ଭେରିଏବଲ୍ ର ଭାଲ୍ୟୁ ପ୍ରିଣ୍ଟ କରିବା ପାଇଁ ଟାଇପ୍ କରନ୍ତୁ |
07:53 | print double quote Addition is dollar addition slash n ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ semicolon |
08:05 | ଫାଇଲ୍ ସେଭ୍ କରନ୍ତୁ |
08:07 | ଟର୍ମିନାଲ୍ ରେ ପୁନର୍ବାର ଫାଇଲ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ |
08:12 | perl hyphen c multivar dot pl |
08:18 | ସେଥିରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ, ତେଣୁ ଆମେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିପାରିବା... |
08:24 | perl multivar dot pl ଟାଇପ୍ କରନ୍ତୁ |
08:30 | ଏହା ହାଇଲାଇଟ୍ ହୋଇଥିବା ପରି ଆଉଟପୁଟ୍ ପ୍ରଦର୍ଶିତ କରିବ |
08:34 | ସମାନ ଭାବେ, ବିୟୋଗ, ଗୁଣନ ଓ ହରଣ ଚେଷ୍ଟା କରନ୍ତୁ |
08:38 | ମୁଁ ଏଠାରେ କୋଡ୍ ଲେଖିଛି |
08:41 | ଏବେ, ଏହି ଫାଇଲ୍ କୁ ସେଭ୍ କରି ବନ୍ଦ କରନ୍ତୁ |
08:46 | ଫାଇଲ୍ କୁ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ |
08:48 | perl hyphen c multivar dot pl |
08:54 | ଏଥିରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ |
08:55 | ତେଣୁ, ଆମେ ସ୍କ୍ରିପ୍ଟକୁ perl multivar dot pl ଭାବରେ ଏକଜେକ୍ୟୁଟ୍ କରିପାରିବା |
09:01 | ଏକଜେକ୍ୟୁସନ୍ ରେ ଆଉଟପୁଟ୍ ଏହିପରି ଦେଖାଯିବ |
09:06 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
09:11 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, |
09:14 | Perlରେ scalar variablesର ଘୋଷଣା ଓ ବ୍ୟବହାର କରିବା |
09:18 | ଆସାଇନମେଣ୍ଟ ଭାବେ- |
09:20 | ଗୋଟିଏ ନମ୍ବର variable ଡିକ୍ଲେର୍ କରନ୍ତୁ |
09:22 | ଏହାକୁ 10 ଆସାଇନ୍ କରନ୍ତୁ |
09:24 | ଘୋଷିତ ହୋଇଥିବା variable ପ୍ରିଣ୍ଟ କରନ୍ତୁ |
09:26 | ଦୁଇଟି string variables ଡିକ୍ଲେର୍ କରନ୍ତୁ |
09:29 | ସେଗୁଡ଼ିକୁ “Namaste ” ଓ “India” ଭାଲ୍ୟୁ ଆସାଇନ୍ କରନ୍ତୁ |
09:34 | ସେହି ଦୁଇଟି variablesକୁ ଗୋଟିକ ପରେ ଗୋଟିଏ ପ୍ରିଣ୍ଟ କରନ୍ତୁ |
09:38 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
09:42 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:45 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
09:50 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
09:53 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:56 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:01 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
10:08 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:13 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:23 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
10:29 | ଆଶା, ଏହି Perl ଟ୍ୟୁଟୋରିଆଲ୍ କୁ ଆପଣ ଉପଭୋଗ କରିଥିବେ. ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
10:34 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |