PERL/C2/Overview-and-Installation-of-PERL/Oriya
From Script | Spoken-Tutorial
Title Of Script: PERL Overview and Installing Perl on WIndows and Linux
Author: Amol Brahmankar
Keywords: PERL Overview, Installing Perl video tutorial, Perl on Windows, Perl on Ubuntu Linux.
| Time | Narration |
| 00:01 | PERL Overview ଓ Installation of Perl ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
| 00:10 | * Ubuntu-Linux ଓ Windows operating systemରେ PERL ପାଇଁ Installation steps ସହିତ PERL Overview |
| 00:20 | ଏହି ଟ୍ୟୁଟୋରିଆଲ୍ ପାଇଁ |
| 0:21 | ଇଣ୍ଟରନେଟ୍ ସଂଯୋଗ ନିହାତି ଆବଶ୍ୟକ |
| 00:25 | Ubuntu Linux ଓ Windows Operating System ଥିବା ଆବଶ୍ୟକ |
| 00:30 | ଡେମୋନଷ୍ଟ୍ରେସନ୍ ପାଇଁ ମୁଁ Ubuntu Linux 12.04 ଓ Windows 7 ଅପରେଟିଙ୍ଗ ସିଷ୍ଟମ୍ ବ୍ୟବହାର କରୁଛି |
| 00:39 | Ubuntu Linux ଇନଷ୍ଟଲେସନ୍ ପାଇଁ ଆପଣଙ୍କ ସିଷ୍ଟମ୍ରେ Synaptic Package Manager ଇନଷ୍ଟଲ୍ ହୋଇଥିବା ଦରକାର |
| 00:47 | ଆପଣଙ୍କର ଆଡମିନିଷ୍ଟ୍ରେଟିଭ୍ ରାଇଟ୍ ଥିବା ଆବଶ୍ୟକ |
| 00:50 | ଓ ଆପଣଙ୍କର Ubuntuରେ Terminal ଓ Synaptic Package Manager ବ୍ୟବହାରର ଧାରଣା ମଧ୍ୟ ଥିବା ଆବଶ୍ୟକ |
| 00:57 | ଯଦି ନାହିଁ, ତେବେ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଉପଲବ୍ଧ Linux series ଦେଖନ୍ତୁ |
| 01:03 | ମୁଁ ଆପଣଙ୍କୁ PERL ଲାଙ୍ଗୁଏଜ୍ ଉପରେ ସାଧାରଣ ଧାରଣା ଦେଉଛି |
| 01:07 | Practical Extraction ଓ Reporting Language ର ସଂକ୍ଷିପ୍ତ ଅର୍ଥ ହେଉଛି PERL |
| 01:14 | ଏହା ହେଉଛି ଏକ ସାଧାରଣ ବ୍ୟବହାର୍ଯ୍ୟ ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ୍ |
| 01:18 | ଏହା ମୂଳତଃ text manipulation ପାଇଁ ବିକଶିତ ହୋଇଥିଲା |
| 01:23 | ଏବେ ଏହା web development, network programming, GUI development ଆଦି ପାଇଁ ବ୍ୟବହୃତ ହେଉଛି |
| 01:31 | ଏହା ସରଳ ହୋଇଥିବା ସହ ବୁଝିବା ପାଇଁ ଅତି ସହଜ |
| 01:35 | ଏଥିରେ, C କିମ୍ବା JAVAରେ ଥିବା ଭଳି ଜଟିଳ data structures ନାହିଁ |
| 01:41 | ଏହା pattern matching ପାଇଁ ସୁପରିଚିତ |
| 01:45 | ଓ ସବୁଠାରୁ ଜରୁରୀ ବିଷୟ ହେଉଛି, PERL ଏକ ଓପନ୍ ସୋର୍ସ ଲାଙ୍ଗୁଏଜ୍ |
| 01:49 | Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ରେ PERL ପୂର୍ବରୁ ଲୋଡ୍ ଥାଏ |
| 01:56 | ଏଥିରେ, ଇନଷ୍ଟଲେସନ୍ ପାଇଁ ନିର୍ଦ୍ଧାରିତ ପଦ୍ଧତି ପାଳନ କରିବାକୁ ପଡ଼େନାହିଁ |
| 02:01 | Ubuntu 12.04 ରେ ଇନଷ୍ଟଲ୍ ହୋଇଥିବା PERLର ଭର୍ସନ୍ ଚେକ୍ କରିବା |
| 02:07 | କୀ’ବୋର୍ଡରେ ଏକକାଳୀନ ctrl + alt + t ଦବାଇ ଟର୍ମିନାଲ୍ ଖୋଲନ୍ତୁ |
| 02:15 | ତା’ପରେ perl hyphen v ଟାଇପ୍ କରନ୍ତୁ |
| 02:18 | ଓ ଏଣ୍ଟର୍ ଦାବନ୍ତୁ |
| 02:21 | ଆପଣ ଟର୍ମିନାଲ୍ ରେ ଡିସପ୍ଲେ ହୋଇଥିବା ଭାବେ ଆଉଟପୁଟ୍ ପାଇବେ |
| 02:26 | ଏହି ଆଉଟପୁଟ୍, PERLର ସାମ୍ପ୍ରତିକ ଇନଷ୍ଟଲ୍ ହୋଇଥିବା ଭର୍ସନ୍ ଦେଖାଏ |
| 02:31 | ମୋ କ୍ଷେତ୍ରରେ ଏହା ହେଉଛି PERL 5.14.2 |
| 02:36 | Ubuntu 12.04 ରେ ଉପଲବ୍ଧ ଡିଫଲ୍ଟ PERL packages ଯାଞ୍ଚ କରିବା |
| 02:43 | launcher bar କୁ ଯାଇ Dash Homeରେ କ୍ଲିକ୍ କରନ୍ତୁ |
| 02:48 | search bar ରେ Synaptic ଟାଇପ୍ କରନ୍ତୁ |
| 02:51 | Synaptic Package Manager ଆଇକନ୍ ଦେଖାଯିବ |
| 02:55 | ତାହା ଉପରେ କ୍ଲିକ୍ କରନ୍ତୁ |
| 02:57 | Authentication ଉଦ୍ଦେଶ୍ୟ ପାଇଁ admin password ନିମନ୍ତେ ଆପଣଙ୍କୁ କୁହାଯିବ |
| 03:03 | admin password ଦିଅନ୍ତୁ ଓ Authenticate ଉପରେ କ୍ଲିକ୍ କରନ୍ତୁ |
| 03:08 | Synaptic Package Manager ତୁରନ୍ତ ପ୍ୟାକେଜ୍ ଲିଷ୍ଟ ଲୋଡ୍ କରିବ |
| 03:13 | ଆପଣଙ୍କର ଇଣ୍ଟରନେଟ୍ ଓ ସିଷ୍ଟମ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ |
| 03:18 | ଲୋଡ୍ ହେଲାପରେ, Quick Filter ରେ Perl ଟାଇପ୍ କରନ୍ତୁ |
| 03:22 | ଆପଣ ପ୍ୟାକେଜ୍ ର ଏକ ତାଲିକା ଦେଖିବେ |
| 03:25 | PERL package ପୂର୍ବରୁ ଥିବା ଗାଢ଼ ସବୁଜ ରଙ୍ଗର ଚେକ୍ ବକ୍ସ ସୂଚାଏ ଯେ, ଏହା ଇନଷ୍ଟଲ୍ ହୋଇସାରିଛି |
| 03:33 | ଯେଉଁଠାରେକି, ଷ୍ଟାର୍ ମାର୍କ ଥିବା ଚେକ୍ ବକ୍ସ ସୂଚାଏ ଯେ, ଆପଣ ଏହି ପ୍ୟାକେଜ୍ ମଧ୍ୟ ଆବଶ୍ୟକ କରିପାରନ୍ତି |
| 03:41 | ଏଗୁଡ଼ିକ, ଡକୁମେଣ୍ଟେସନ୍ ତିଆରି କରିବା ପାଇଁ କିମ୍ବା PERL ସ୍କ୍ରିପ୍ଟ ଡିବଗ୍ କରିବାକୁ ସାହାଯ୍ୟ କରିବ |
| 03:47 | ଭବିଷ୍ୟତରେ PERL ବ୍ୟବହାର ଉପରେ ନିର୍ଭର କରି, ଯେକୌଣସି ମିସିଙ୍ଗ ପ୍ୟାକେଜ୍ ଇନଷ୍ଟଲ୍ କରନ୍ତୁ |
| 03:54 | ଏବେ, Windows Operating System ରେ PERL ଇନଷ୍ଟଲ୍ କରିବାର ସୋପାନ ଦେଖିବା |
| 04:00 | Perl tutorials ରେକର୍ଡିଙ୍ଗ ସମୟରେ, Windows ରେ ଭର୍ସନ୍ 5.14.2 ଉପଲବ୍ଧ ଥିଲା |
| 04:08 | ଏବେ ସେଠାରେ ଏକ ନୂଆ PERL ଭର୍ସନ୍ ଉପଲବ୍ଧ ଅଛି |
| 04:12 | ନୂଆ PERL ଭର୍ସନ୍ 5.16.3 ବ୍ୟବହାର କରି ମୁଁ ଇନଷ୍ଟଲେସନ୍ ଦେଖାଇବି |
| 04:19 | ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶିତ ସମସ୍ତ PERL commands, ନୂଆ ଭର୍ସନ୍ ରେ ମଧ୍ୟ ସଠିକ୍ ଭାବେ କାମ କରିବ |
| 04:26 | ୱିଣ୍ଡୋଜ୍ ଅପରେଟିଙ୍ଗ ସିଷ୍ଟମ୍ ରେ ବ୍ରାଉଜର୍ ଖୋଲନ୍ତୁ |
| 04:30 | ଓ address barରେ ପ୍ରଦର୍ଶିତ URL ଟାଇପ୍ କରନ୍ତୁ |
| 04:35 | ଆପଣ ସିଧା PERLର ଡାଉନଲୋଡ୍ ପେଜ୍ କୁ ଚାଲିଯିବେ |
| 04:39 | ଆପଣଙ୍କ system specifications ଅନୁସାରେ download version ସିଲେକ୍ଟ କରନ୍ତୁ |
| 04:44 | ମୋ କ୍ଷେତ୍ରରେ ଏହା PERLର 32 bit ଭର୍ସନ୍ ହେବ |
| 04:49 | ଆପଣଙ୍କ କମ୍ପ୍ୟୁଟର୍ ରେ ନିଜ ପସନ୍ଦର ସ୍ଥାନରେ Perl msi file ସେଭ୍ କରନ୍ତୁ |
| 04:56 | ମୁଁ ଏହାକୁ ମୋ କମ୍ପ୍ୟୁଟରରେ ସେଭ୍ କରିସାରିଛି |
| 05:00 | PERL msi ଫାଇଲ୍ ଡାଉନଲୋଡ କରିଥିବା folder ଖୋଲି, ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 05:07 | ତାହାପରେ pop-up ୱିଣ୍ଡୋରେ Run କ୍ଲିକ୍ କରନ୍ତୁ |
| 05:11 | Next in the setup wizard ୱିଣ୍ଡୋ କ୍ଲିକ୍ କରନ୍ତୁ |
| 05:15 | ପ୍ରମ୍ପ୍ଟ ହେଲେ License Aggrement ଆକସେପ୍ଟ କରନ୍ତୁ ଓ Next କ୍ଲିକ୍ କରନ୍ତୁ |
| 05:21 | ଏବେ Custom Setup ୱିଣ୍ଡୋ ଦେଖାଯିବ |
| 05:25 | ଏହି ୱିଣ୍ଡୋରେ ଇନଷ୍ଟଲ୍ ହେବାକୁଥିବା ସମସ୍ତ PERL ଫିଚରଗୁଡ଼ିକ ତାଲିକାଭୁକ୍ତ ହୋଇଛି |
| 05:31 | ଏଗୁଡ଼ିକ ହେଉଛି; |
| 05:32 | Perl, |
| 05:33 | Windowsରେ Perl Modules ଡାଉନଲୋଡ୍ ଓ ଇନଷ୍ଟଲ୍ କରିବାରେ ବ୍ୟବହୃତ ହେଉଥିବା PPM utilty |
| 05:39 | ଡକୁମେଣ୍ଟେସନ୍, ଯାହା Perl Modules ପାଇଁ ଡକୁମେଣ୍ଟେସନ୍ ପ୍ରଦାନ କରେ |
| 05:44 | ଓ Perlର ଉଦାହରଣ |
| 05:47 | ଏସବୁ default features ସେହିଭଳି ରଖନ୍ତୁ ଓ Next କ୍ଲିକ୍ କରନ୍ତୁ |
| 05:52 | environmental variable ଓ file extension ସେଟିଙ୍ଗ ପାଇଁ ଏକ ପପ୍-ଅପ୍ ୱିଣ୍ଡୋ ଦେଖାଦେବ |
| 05:59 | ଏଠାରେ ପ୍ରଦର୍ଶିତ ଅନୁସାରେ check boxକୁ checked, ରଖନ୍ତୁ |
| 06:03 | Next ଓ ତାହାପରେ Install କ୍ଲିକ୍ କରନ୍ତୁ |
| 06:07 | ଏହା PERLର ଇନଷ୍ଟଲେସନ୍ ଆରମ୍ଭ କରିବ |
| 06:11 | ଆପଣଙ୍କ internet ସ୍ପୀଡ୍ ଆଧାରରେ ଏହା କିଛି ସମୟ ନେଇପାରେ |
| 06:16 | ଇନଷ୍ଟଲ୍ ହେଲାପରେ, Display Release Note checkbox ଅନ୍ଚେକ୍ କରି Finishରେ କ୍ଲିକ୍ କରନ୍ତୁ |
| 06:23 | ଏହା Windowsରେ PERLର ଇନଷ୍ଟଲେସନ୍ ସମ୍ପୂର୍ଣ୍ଣ କରେ |
| 06:27 | ଏବେ, ଇନଷ୍ଟଲେସନ୍ ଯାଞ୍ଚ କରିବା |
| 06:32 | Start menuକୁ ଯାଆନ୍ତୁ ଓ command prompt ଖୋଲିବା ପାଇଁ cmd ଟାଇପ୍ କରନ୍ତୁ |
| 06:39 | command prompt ରେ perl space hyphen v ଟାଇପ୍ କରନ୍ତୁ |
| 06:44 | ଓ ଏଣ୍ଟର୍ ଦାବନ୍ତୁ |
| 06:46 | PERLର ଇନଷ୍ଟଲଡ୍ ଭର୍ସନ୍ ଆପଣ ଦେଖିବେ |
| 06:50 | ଯଦି ଏହା ଭର୍ସନ୍ ନଦେଖାଏ, ତେବେ ଆଉଥରେ ଉପରୋକ୍ତ ଇନଷ୍ଟଲେସନ୍ ସୋପାନର ପୁନରାବୃତ୍ତି କରନ୍ତୁ |
| 06:57 | ଏବେ, ଏକ ସରଳ Hello Perl ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
| 07:02 | ପ୍ଲେୟାର୍ ତଳେ, କୋଡ୍ ଫାଇଲ୍ ଲିଙ୍କ୍ ରେ ଏହି ଟ୍ୟୁଟୋରିଆଲ୍ ସହିତ ଆପଣଙ୍କୁ ଏହି ଫାଇଲ୍ ପ୍ରଦାନ କରାଯାଇଛି |
| 07:11 | ଏହି ଫାଇଲ୍ କୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ |
| 07:14 | ମୁଁ ଫାଇଲ୍ ଟିକୁ ମୋ କମ୍ପ୍ୟୁଟର୍ ର users\Amol ଡାଇରେକ୍ଟୋରୀରେ ସେଭ୍ କରିଛି |
| 07:21 | ତେଣୁ, ସେଠାକୁ ଯିବା |
| 07:23 | perl sampleProgram.pl ଟାଇପ୍ କରନ୍ତୁ |
| 07:28 | ଓ ଏଣ୍ଟର୍ ଦାବନ୍ତୁ |
| 07:30 | command prompt ରେ Hello Perl ପ୍ରିଣ୍ଟ ହେବ, ଯେପରି ଦେଖାଯାଉଛି |
| 07:35 | ସଂକ୍ଷିପ୍ତରେ |
| 07:37 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ: |
| 07:40 | PERL ର Overview ଓ, |
| 07:43 | Ubuntu Linux 12.04 ଓ Windows 7 ପାଇଁ PERLର ଇନଷ୍ଟଲେସନ୍ ନିର୍ଦ୍ଦେଶାବଳୀ |
| 07:50 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 07:54 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 07:58 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 08:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 08:06 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 08:10 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 08:15 | ଅଧିକ ବିବରଣୀ ପାଇଁ, ଦୟାକରି |
| 08:18 | କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
| 08:23 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 08:29 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 08:38 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro) |
| 08:50 | ଆଶା କରୁଛୁ, ଆପଣ ଏହି Perl ଟ୍ୟୁଟୋରିଆଲ୍ ଉପଭୋଗ କରିଥିବେ |
| 08:53 | |
| 08:56 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |