C-and-Cpp/C2/Relational-Operators/Oriya

From Script | Spoken-Tutorial
Revision as of 18:35, 8 April 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 CC++ରେ Relational Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:09 ରିଲେସନାଲ୍ ଅପରେଟର୍ସ, ଯେପରି-
00:11 Less than: ଯେପରି a < b
00:14 Greater than: ଯେପରି a > b
00:17 Less than or equal to: ଯେପରି a <= b
00:22 Greater than or equal to: ଯେପରି a >= b
00:27 Equal to: ଯେପରି a == b
00:30 Not equal to: ଯେପରି a != b
00:37 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ Ubuntu 11.10 ଅପରେଟିଙ୍ଗ ସିଷ୍ଟମ୍ ବ୍ୟବହାର କରୁଛି
00:42 ଉବୁଣ୍ଟୁରେ gccg++ କମ୍ପାଇଲର୍ ଭର୍ସନ୍ 4.6.1
00:50 ଏକ ପରିଚୟରୁ ଆରମ୍ଭ କରିବା
00:53 ଇଣ୍ଟିଜର୍ ଓ ଫ୍ଲୋଟିଙ୍ଗ ପଏଣ୍ଟ ନମ୍ବର୍ସ ତୁଳନା କରିବା ପାଇଁ ରିଲେସନାଲ୍ ଅପରେଟର୍ସ ବ୍ୟବହାର କରାଯାଏ
00:57 ରିଲେସନାଲ୍ ଅପରେଟର୍ସ ବ୍ୟବହାର କରୁଥିବା ଏକ୍ସପ୍ରେସନ୍ସ ଫଲ୍ସ ପାଇଁ 0 ଓ ଟ୍ରୁ ପାଇଁ 1 return କରେ
01:04 ଏବେ, ମୁଁ ଏକ C ପ୍ରୋଗ୍ରାମ୍ ସାହାଯ୍ୟରେ ରିଲେସନାଲ୍ ଅପରେଟର୍ସ ପ୍ରଦର୍ଶନ କରିବି
01:09 ମୁଁ ପ୍ରୋଗ୍ରାମ୍ ତିଆରି କରିସାରିଛି
01:11 ତେଣୁ, ମୁଁ ଏଡିଟର୍ ଖୋଲି କୋଡ୍ ଏକ୍ସପ୍ଲେନ୍ କରିବି
01:15 ପ୍ରଥମେ, ଦୁଇଟି ଭେରିଏବଲ୍ a b ଘୋଷିତ କରିବା
01:20 ଏହି printf ଷ୍ଟେଟମେଣ୍ଟ, a ଓ b ର ଭାଲ୍ୟୁ ଦେବା ପାଇଁ ୟୁଜର୍ କୁ ପ୍ରମ୍ପ୍ଟ କରିବ
01:26 ଏହି scanf ଷ୍ଟେଟମେଣ୍ଟ, ab ଭେରିଏବଲ୍ସ ପାଇଁ ଇନପୁଟ୍ ନେବ
01:32 ଏଠାରେ ଏବେ greater than (>) ଅପରେଟର୍ ଅଛି
01:35 ଏହି ଅପରେଟର୍, ଅପରେଟର୍ ର ଉଭୟ ପାର୍ଶ୍ୱରେ ଦୁଇଟି ଅପେରାଣ୍ଡକୁ ତୁଳନା କରେ
01:38 ଯଦି b ଠାରୁ a ବଡ଼ ହୋଇଥାଏ, ତେବେ ଏହା True ରିଟର୍ନ କରିବ
01:43 ଯଦି ଉପରୋକ୍ତ କଣ୍ଡିସନ୍ ଟ୍ରୁ, ତେବେ ଏହି printf ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ
01:47 ଯଦି ଉପରୋକ୍ତ କଣ୍ଡିସନ୍ ଫଲ୍ସ, ତେବେ ଏହା ସ୍କିପ୍ ହୋଇଯାଏ
01:50 ଏହାପରେ କଣ୍ଟ୍ରୋଲ୍ ପରବର୍ତ୍ତୀ ଷ୍ଟେଟମେଣ୍ଟକୁ ଜମ୍ପ୍ କରେ
01:53 ଏଠାରେ ଏବେ less than (<) ଅପରେଟର୍ ଅଛି
01:56 ଏହା ମଧ୍ୟ ଅପେରାଣ୍ଡଗୁଡ଼ିକୁ ତୁଳନା କରେ
01:57 b ଠାରୁ a କମ୍ ହେଲେ ଏହା true ରିଟର୍ନ କରେ
02:02 ଉପରୋକ୍ତ କଣ୍ଡିସନ୍ true ହେବା କ୍ଷେତ୍ରରେ ଏହି printf ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହୁଏ
02:06 ନହେଲେ ଏହା ସ୍କିପ୍ ହୋଇଯାଏ
02:09 ଏପର୍ଯ୍ୟନ୍ତ କୋଡ୍ ଏକଜେକ୍ୟୁଟ୍ କରିବା
02:13 ପ୍ରଥମେ ନିମ୍ନୋକ୍ତ ଉପରେ କମେଣ୍ଟ କରିବା
02:16 /* (ସ୍ଲାସ୍ ଆଷ୍ଟେରିସ୍କ) ଟାଇପ୍ କରନ୍ତୁ
02:21 */ (ଆଷ୍ଟେରିସ୍କ ସ୍ଲାସ୍)
02:24 ସେଭ୍ କ୍ଲିକ୍ କରନ୍ତୁ
02:26 ମୁଁ relational.c ନାମରେ ଫାଇଲ୍ ସେଭ୍ କରିଛି
02:29 କୀ’ ବୋର୍ଡରେ ଏକକାଳୀନ Ctrl, AltT ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
02:35 କମ୍ପାଇଲ୍ କରିବା ପାଇଁ, ଟର୍ମିନାଲ୍ ରେ gcc ସ୍ପେସ୍ relational ଡଟ୍ c ସ୍ପେସ୍ -o ସ୍ପେସ୍ rel ଟାଇପ୍ କରନ୍ତୁ
02:49 ଏଣ୍ଟର ଦାବନ୍ତୁ
02:51 ଏକଜେକ୍ୟୁଟ୍ କରିବା ପାଇଁ ./rel (ଡଟ୍ ସ୍ଲାସ୍ rel) ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
02:56 ମୁଁ aକୁ 8 ଓ bକୁ 3 ଭାବେ ଏଣ୍ଟର କରିଛି
03:01 ଆଉଟପୁଟ୍ ଏହିପରି ଡିସପ୍ଲେ ହେବ:
03:03 8 is greater than 3
03:07 abର ଭିନ୍ନ ଭାଲ୍ୟୁ ନେଇ ଆପଣ ଏହି କୋଡ୍ ଏକଜେକ୍ୟୁଟ୍ ପାଇଁ ଚେଷ୍ଟା କରିପାରିବେ
03:11 କୋଡ୍ କୁ ଫେରିଆସନ୍ତୁ
03:14 ଏଠାରୁ କମେଣ୍ଟ ଡିଲିଟ୍ କରନ୍ତୁ
03:18 ଓ ତାହାକୁ ଏଠାରେ ରଖନ୍ତୁ
03:24 ଏବେ ଆମ ପାଖରେ less than or equal to (<=) ଅପରେଟର୍ ଅଛି
03:28 ଏହି ଅପରେଟର୍, ଅପରେଟର୍ ର ଉଭୟ ପାର୍ଶ୍ୱରେ ଦୁଇଟି ଅପେରାଣ୍ଡକୁ ତୁଳନା କରେ
03:33 ଯଦି b ଠାରୁ a କମ୍ କିମ୍ବା ସମାନ ତେବେ ଏହା true ରିଟର୍ନ କରେ
03:38 ଯଦି ଉପରୋକ୍ତ କଣ୍ଡିସନ୍ ଟ୍ରୁ, ତେବେ ଏହି printf ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ
03:42 ଯଦି ଉପରୋକ୍ତ କଣ୍ଡିସନ୍ ଫଲ୍ସ, ତେବେ ଏହା ସ୍କିପ୍ ହୋଇଯାଏ
03:45 ଏହାପରେ କଣ୍ଟ୍ରୋଲ୍ ପରବର୍ତ୍ତୀ ଷ୍ଟେଟମେଣ୍ଟକୁ ଜମ୍ପ୍ କରେ
03:49 ଏହାପରେ greater than or equal to (>=) ଅପରେଟର୍‍ କୁ ଆସନ୍ତୁ
03:52 ଏହା abକୁ ତୁଳନା କରେ ଓ ଯଦି b ଠାରୁ a ବଡ଼ କିମ୍ବା ସମାନ, ତେବେ true ରିଟର୍ନ କରେ
04:00 ଯଦି କଣ୍ଡିସନ୍ ଟ୍ରୁ, ତେବେ ଏହି printf ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ
04:05 ଏବେ ଏପର୍ଯ୍ୟନ୍ତ କୋଡ୍ ଏକଜେକ୍ୟୁଟ୍ କରିବା
04:07 ସେଭ୍ ରେ କ୍ଲିକ୍ କରନ୍ତୁ
04:09 ଟର୍ମିନାଲ୍ କୁ ଫେରିଆସନ୍ତୁ
04:12 ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ
04:17 ମୁଁ aକୁ 8 ଓ bକୁ 3 ଭାବେ ଏଣ୍ଟର କରିବି
04:22 ଆଉଟପୁଟ୍ ଏହିପରି ଡିସପ୍ଲେ ହେବ:
04:25 8 is greater than or equal to 3
04:30 ଏବେ ଅବଶିଷ୍ଟ କୋଡ୍ କୁ ଫେରିଯିବା
04:33 ଏଠାରୁ ମଲ୍ଟିଲାଇନ୍ କମେଣ୍ଟ ଡିଲିଟ୍ କରନ୍ତୁ
04:39 ଓ ଏଠାରୁ ମଧ୍ୟ
04:43 ଏବେ ଆମ ପାଖରେ equal to ଅପରେଟର୍ ଅଛି
04:47 ଏହା ଡବଲ୍ equal ଚିହ୍ନ (==) ଦ୍ୱାରା ପ୍ରଦର୍ଶିତ ହୁଏ
04:50 ଯେତେବେଳେ ଉଭୟ ଅପେରାଣ୍ଡ ପରସ୍ପର ସହ ସମାନ ହେବେ, ଏହି ଅପରେଟର୍ true ରିଟର୍ନ କରିବ
04:57 ଯେତେବେଳେ a ସହିତ b ସମାନ ହେବ, printf ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ
05:00 ଯଦି ନୁହେଁ, ତେବେ କଣ୍ଟ୍ରୋଲ୍ ପରବର୍ତ୍ତୀ ଷ୍ଟେଟମେଣ୍ଟକୁ ଜମ୍ପ୍ କରେ
05:06 ସେହିପରି, ଆମ ପାଖରେ not equal to ଅପରେଟର୍ ଅଛି
05:08 ଯେତେବେଳେ ଅପେରାଣ୍ଡଗୁଡ଼ିକ ପରସ୍ପର ସହ ସମାନ ହେବେନାହିଁ, ଏହି ଅପରେଟର୍ true ରିଟର୍ନ କରିବ
05:15 ଯେତେବେଳେ b ସହିତ a ସମାନ ହେବନାହିଁ, printf ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ
05:20 ପ୍ରୋଗ୍ରାମ୍ ର ଶେଷକୁ ଆସନ୍ତୁ return 0
05:24 ସେଭ୍ ରେ କ୍ଲିକ୍ କରନ୍ତୁ
05:26 ଟର୍ମିନାଲ୍ କୁ ଫେରିଆସନ୍ତୁ
05:28 ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ
05:32 aକୁ 8 ଓ bକୁ 3 ଭାବେ ଏଣ୍ଟର କରନ୍ତୁ
05:38 ଆଉଟପୁଟ୍ ସ୍କ୍ରିନ୍ ଉପରେ ଡିସପ୍ଲେ ହୁଏ:
05:40 8 is not equal to 3
05:44 ଏହିପରି ଭାବେ, ରିଲେସନାଲ୍ ଅପରେଟର୍ସ କିପରି କାମ କରେ ଆମେ ଦେଖୁ
05:48 ଭିନ୍ନ ଇନପୁଟ୍ସ ସେଟ୍‍ ରେ ଏହି କୋଡ୍ ଏକଜେକ୍ୟୁଟ୍ କରିବାକୁ ଚେଷ୍ଟା କରନ୍ତୁ
05:51 ଏବେ, ସମାନ ପ୍ରୋଗ୍ରାମ୍ କୁ C++ରେ ଲେଖିବା ଅତି ସହଜ
05:56 ସିଣ୍ଟାକ୍ସରେ ଅଳ୍ପକିଛି ପାର୍ଥକ୍ୟ ରହିଛି
05:59 ମୁଁ C++ରେ କୋଡ୍ ତିଆରି କରିସାରିଛି
06:04 ଏହା ହେଉଛି C++ରେ relational operators ପାଇଁ କୋଡ୍
06:08 ଧ୍ୟାନଦିଅନ୍ତୁ ଯେ, ଏହାର ହେଡର୍ ଭିନ୍ନ ଅଟେ
06:12 ଏଠାରେ using ଷ୍ଟେଟମେଣ୍ଟ ମଧ୍ୟ ଅଛି
06:15 C++ରେ ଆଉଟପୁଟ୍ ଷ୍ଟେଟମେଣ୍ଟ ହେଉଛି cout
06:19 ଓ C++ରେ ଇନପୁଟ୍ ଷ୍ଟେଟମେଣ୍ଟ ହେଉଛି cin
06:22 ତେଣୁ, ଏହିସବୁ ପାର୍ଥକ୍ୟ ବ୍ୟତୀତ ଉଭୟ କୋଡ୍ ବହୁତ ସମାନ
06:26 ସେଭ୍ ରେ କ୍ଲିକ୍ କରନ୍ତୁ
06:28 .cpp ଏକ୍ସଟେନସନ୍ ରେ ଫାଇଲ୍ ସେଭ୍ ହୋଇଥିବା ସୁନିଶ୍ଚିତ କରନ୍ତୁ
06:32 ମୁଁ relational.cpp ନାମରେ ଫାଇଲ୍ ସେଭ୍ କରିଛି
06:37 କୋଡ୍ କମ୍ପାଇଲ୍ କରିବା
06:39 ଟର୍ମିନାଲ୍ ଖୋଲି g++ relational.cpp ସ୍ପେସ୍ ମାଇନସ୍ o ସ୍ପେସ୍ rel1 ଟାଇପ୍ କରନ୍ତୁ
06:50 ଏକଜେକ୍ୟୁଟ୍ ପାଇଁ ./rel1 (ଡଟ୍ ସ୍ଲାସ୍ rel1) ଟାଇପ୍ କରନ୍ତୁ, ଏଣ୍ଟର ଦାବନ୍ତୁ
06:56 ମୁଁ aକୁ 8 ଓ bକୁ 3 ଭାବେ ଏଣ୍ଟର କରୁଛି
07:00 ଆଉଟପୁଟ୍ ଡିସପ୍ଲେ ହୁଏ:
07:02 ଦେଖନ୍ତୁ, ଆଉଟପୁଟ୍ C ପ୍ରୋଗ୍ରାମ୍ ପରି ସମାନ ଅଟେ
07:07 ଏବେ ଏକ ଏରର୍ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ
07:10 ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
07:13 ଧରାଯାଉ ଏଠାରେ ଆମେ 'double equal to' ସ୍ଥାନରେ 'single equal to' ରଖିବା
07:19 ସେଭ୍ ରେ କ୍ଲିକ୍ କରନ୍ତୁ
07:21 ଟର୍ମିନାଲ୍ କୁ ଫେରିଆସନ୍ତୁ
07:23 ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ
07:33 ଏଠାରେ 3 is equal to 3 ଦେଖାଉଛି
07:37 ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
07:40 ଏହାର କାରଣ ହେଉଛି ଏଠାରେ ଏକ ଆସାଇନମେଣ୍ଟ ଅପରେଟର୍ ଅଛି
07:43 ତେଣୁ bର ଭାଲ୍ୟୁ aକୁ ଆସାଇନ୍ କରାଯାଇଛି
07:46 ଏରର୍ ଫିକ୍ସ କରିବା
07:49 ଏକ equal to ଚିହ୍ନ ଟାଇପ୍ କରନ୍ତୁ
07:51 ସେଭ୍ ରେ କ୍ଲିକ୍ କରନ୍ତୁ
07:54 ଟର୍ମିନାଲ୍ କୁ ଫେରିଆସନ୍ତୁ
07:56 ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ
08:04 ଏବେ ଆଉଟପୁଟ୍ ଠିକ ଅଛି
08:06 ସଂକ୍ଷିପ୍ତରେ
08:08 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ
08:10 ରିଲେସନାଲ୍ ଅପରେଟର୍ସ ଯେପରି:
08:12 Less than: ଯେପରି a < b
08:14 Greater than: ଯେପରି a>b
08:17 Less than or equal to: ଯେପରି a<=b
08:22 Greater than or equal to: ଯେପରି a>=b
08:27 Equal to: ଯେପରି a==b
08:29 Not equal to: ଯେପରି a!=b
08:34 ଏକ ଆସାଇନମେଣ୍ଟ ଭାବେ:
08:35 ଏକ ପ୍ରୋଗ୍ରାମ୍ ଲେଖନ୍ତୁ, ଯାହା ତିନିଜଣ ଛାତ୍ରଙ୍କ ମାର୍କଗୁଡ଼ିକୁ ଇନପୁଟ୍ ଭାବେ ନେବ
08:39 କେଉଁ ଛାତ୍ର ଅଧିକ ନମ୍ବର ରଖିଛି, ଦେଖିବା ପାଇଁ ମାର୍କଗୁଡ଼ିକୁ ତୁଳନା କରନ୍ତୁ
08:43 ଦୁଇରୁ ଅଧିକ ଛାତ୍ର ସମାନ ମାର୍କ ରଖିଛନ୍ତି କି ଜାଣିବା ପାଇଁ ମଧ୍ୟ ଯାଞ୍ଚ କରନ୍ତୁ
08:48 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
08:51 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:54 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
08:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:00 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:03 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:06 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
09:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:18 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:24 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
09:27 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
09:34 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep