C-and-Cpp/C2/First-C-Program/Oriya

From Script | Spoken-Tutorial
Revision as of 22:28, 10 March 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 “ପ୍ରଥମ C ପ୍ରୋଗ୍ରାମ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ସ୍ୱାଗତ.
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:08 * ଏକ ସରଳ C ପ୍ରୋଗ୍ରାମ୍ କିପରି ଲେଖାଯାଏ
00:11 *ତାହାକୁ କିପରି କମ୍ପାଇଲ୍ କରାଯାଏ
00:13 * ତାହାକୁ କିପରି ଏକଜେକ୍ୟୁଟ୍ କରାଯାଏ
00:14 ଆମେ, କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବର୍ଣ୍ଣନା କରିବୁ.
00:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ
00:21 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦ ଓ ଜିସିସି କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି.
00:31 ଏହି ଟ୍ୟୁଟୋରିଆଲ୍ ପ୍ରାକ୍ଟିସ୍ କରିବାକୁ,
00:33 ଆପଣ, ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଓ ଏକ ଏଡିଟର୍ ସହିତ ପରିଚିତ ହେବା ଉଚିତ.
00:38 କିଛି ଏଡିଟର୍ ହେଉଛି vimgedit.
00:42 ଏହି ଟ୍ୟୁଟୋରିଆଲ୍ ରେ ମୁଁ ’ଜିଏଡିଟ୍’ ବ୍ୟବହାର କରିବି.
00:45 ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ନିମ୍ନ ଲିଙ୍କ୍ ରେ ପ୍ରଦର୍ଶିତ ଆମ ୱେବ୍-ସାଇଟ୍ କୁ ଯାଆନ୍ତୁ.
00:51 ଏକ ଉଦାହରଣ ମାଧ୍ୟମରେ ମୁଁ ଆପଣଙ୍କୁ, C ପ୍ରୋଗ୍ରାମ୍ କିପରି ଲେଖାଯାଏ, କହିବି.
00:55 କୀ’ବୋର୍ଡରେ ଏକାସାଙ୍ଗରେ Ctrl, Alt and T ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ.
01:07 ଏବେ ଟେକ୍ସଟ୍ ଏଡିଟର୍ ଖୋଲିବା. ତେଣୁ, ପ୍ରମ୍ପ୍ଟରେ ଆମେ
01:12 “ଜିଏଡିଟ୍” ସ୍ପେସ୍ “ଟକ୍” ଡଟ୍ “c” ସ୍ପେସ୍ “&” ଚିହ୍ନ ଟାଇପ୍ କରିବା.
01:20 ଆମେ ପ୍ରମ୍ପ୍ଟକୁ ମୁକ୍ତ କରିବା ପାଇଁ ଆମ୍ପରସେଣ୍ଡ୍ (&) ଉପଯୋଗ କରୁ.
01:24 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସମସ୍ତ “C” ଫାଇଲଗୁଡ଼ିକର “”.C”” (dot C) ଏକ୍ସଟେନ୍ସନ୍ ଥାଏ.
01:30 ଏବେ, “ଏଣ୍ଟର୍” ଦାବନ୍ତୁ,
01:32 ଟେକ୍ସଟ୍ ଏଡିଟର୍ ଖୋଲିଯାଇଛି
01:36 ଚାଲନ୍ତୁ, ଏକ ପ୍ରୋଗ୍ରାମ୍ ଲେଖିବା.
01:39 ଡବଲ୍ ସ୍ଲାଶ୍ “//” ସ୍ପେସ୍
01:42 “My first C program” ଟାଇପ୍ କରନ୍ତୁ.
01:48 ଏଠାରେ, ଲାଇନ୍ କୁ କମେଣ୍ଟ କରିବା ପାଇଁ ଡବଲ୍ ସ୍ଲାଶ୍ ବ୍ୟବହୃତ ହୁଏ.
01:52 ପ୍ରୋଗ୍ରାମ୍ ର ଫ୍ଲୋ ବୁଝିବା ପାଇଁ କମେଣ୍ଟସ୍ ବ୍ୟବହାର କରାଯାଏ.
01:56 ଏହା ଡକ୍ୟୁମେଣ୍ଟେଶନ୍ ପାଇଁ ଉପଯୋଗୀ ଅଟେ.
01:58 ପ୍ରୋଗ୍ରାମ୍ ବିଷୟରେ ଏହା ଆମକୁ ସୂଚନା ଦିଏ.
02:01 ଡବଲ୍ ସ୍ଲାଶ୍ କୁ ସିଙ୍ଗଲ୍ ଲାଇନ୍ କମେଣ୍ଟ କୁହାଯାଏ.
02:07 ଏବେ, ଏଣ୍ଟର୍ ଦାବନ୍ତୁ.
02:09 (ହାଶ୍) “#include” ସ୍ପେସ୍ ଓପନିଙ୍ଗ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ବ୍ରାକେଟ୍ ଟାଇପ୍ କରନ୍ତୁ.
02:17 ପ୍ରଥମେ ବ୍ରାକେଟ୍ ସମ୍ପୂର୍ଣ୍ଣ କରି, ତା’ପରେ ତା’ ଭିତରେ ଲେଖିବା ସର୍ବଦା ଏକ ଉତ୍ତମ ଅଭ୍ୟାସ.
02:24 ଏବେ ବ୍ରାକେଟ୍ ଭିତରେ “ଷ୍ଟୁଡିଓ” “(ଡଟ୍).” “h” ଟାଇପ୍ କରନ୍ତୁ.
02:30 “ଷ୍ଟୁଡିଓ.h” ହେଉଛି ଏକ ହେଡର୍ ଫାଇଲ୍.
02:33 ସାଧାରଣ ଇନପୁଟ୍/ଆଉଟପୁଟ୍ ପଙ୍କସନ୍ ବ୍ୟବହାର କରିବାବେଳେ ଗୋଟିଏ ପ୍ରୋଗ୍ରାମ୍ ରେ ଏହି ହେଡର୍ ଫାଇଲ୍ ନିଶ୍ଚିତ ଥିବା ଦରକାର.
02:41 ଏଣ୍ଟର୍ ଦାବନ୍ତୁ.
02:43 ବ୍ରାକେଟ୍ ମଧ୍ୟରେ “int” ସ୍ପେସ୍ “main” ଟାଇପ୍ କରନ୍ତୁ.
02:50 “main” ହେଉଛି ଏକ ସ୍ପେସିଆଲ୍ “ଫଙ୍କସନ୍”.
02:52 ଏହି ଲାଇନ୍ ରୁ ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ଆରମ୍ଭ ହେଲା ବୋଲି ଏହା କହିଥାଏ.
02:58 ଓପନିଙ୍ଗ୍ ବ୍ରାକେଟ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ କୁ ପାରେନ୍ଥେସିସ୍ କୁହାଯାଏ.
03:04 “main” ପରେ ଥିବା ପାରେନ୍ଥେସିସ୍ ୟୁଜର୍ ଙ୍କୁ କହିଥାଏ ଯେ, “main” ହେଉଛି ଏକ “ଫଙ୍କସନ୍”.
03:11 ଏଠାରେ “int” “main ଫଙ୍କସନ୍” କୌଣସି “ଆର୍ଗୁମେଣ୍ଟ୍” ନିଏନାହିଁ.
03:15 ଏହା, “ଇଣ୍ଟିଜର୍” ପ୍ରକାରର ଏକ ଭାଲ୍ୟୁ ରିଟର୍ନ କରେ.
03:18 ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ “ଡାଟା ଟାଇପ୍” ବିଷୟରେ ଶିଖିବା.
03:23 ଏବେ ଆମେ ସ୍ଲାଇଡ୍ସକୁ ଯାଇ “main” ଫଙ୍କସନ୍ ବିଷୟରେ ଅଧିକ ଜାଣିବା. ପରବର୍ତ୍ତୀ ସ୍ଲାଇଡ୍ କୁ ଯିବା.
03:29 ପ୍ରତ୍ୟେକ ପ୍ରୋଗ୍ରାମ୍ ରେ ଗୋଟିଏ ମେନ୍ () ଫଙ୍କସନ୍ ରହିବା ଉଚିତ.
03:33 ଗୋଟିଏ ଫଙ୍କସନ୍ ରୁ ଅଧିକ ରହିବା ଉଚିତ ନୁହେଁ.
03:36 ଅନ୍ୟଥା କମ୍ପାଇଲର୍, ପ୍ରୋଗ୍ରାମ୍ ର ଆରମ୍ଭ ଠାବ କରିପାରିବ ନାହିଁ.
03:41 ପାରେନ୍ଥେସେସ୍ ର ଖାଲି ଯୋଡ଼ା ଏହା ସୂଚିତ କରେ ଯେ, ମେନ୍ ରେ କୌଣସି “ଆର୍ଗୁମେଣ୍ଟସ୍” ନାହିଁ.
03:46 ଆଗାମୀ ଟ୍ୟୁଟୋରିଆଲ୍ସରେ ଆର୍ଗୁମେଣ୍ଟସ୍ ର କନ୍ସେପ୍ଟ ସବିଶେଷ ଭାବେ ଆଲୋଚିତ ହେବ.
03:52 ଏବେ, ଆମ ପ୍ରୋଗ୍ରାମ୍ କୁ ଫେରିଯିବା.
03:55 ଏଣ୍ଟର୍ ଦାବନ୍ତୁ.
03:58 ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ “{“ ଟାଇପ୍ କରନ୍ତୁ.
04:00 “ଫଙ୍କସନ୍” “ମେନ୍”ର ଆରମ୍ଭକୁ ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
04:04 ତା’ପରେ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ “}” ଟାଇପ୍ କରନ୍ତୁ.
04:08 “ଫଙ୍କସନ୍” “ମେନ୍”ର ଶେଷକୁ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
04:13 ଏବେ, ବ୍ରାକେଟ୍ ମଧ୍ୟରେ ଦୁଇଥର “ଏଣ୍ଟର୍” ଦାବି
04:16 ଗୋଟିଏ ଲାଇନ୍ ଉପରକୁ କର୍ସର୍ ଘୂଞ୍ଚାନ୍ତୁ.
04:20 କୋଡ୍ ପଢ଼ିବାକୁ ଇଣ୍ଡେନ୍ସନ୍ ସହଜ କରିଥାଏ.
04:23 ଏରର୍ ଶୀଘ୍ର ଲୋକେଟ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ.
04:25 ତେଣୁ, ଏଠାରେ ତିନୋଟି ସ୍ପେସ୍ ଦେଇ
04:29 “ପ୍ରିଣ୍ଟf” ଓପନିଙ୍ଗ୍ ବ୍ରାକେଟ୍ କ୍ଲୋଜିଙ୍ଗ୍ ବ୍ରାକେଟ୍ “()” ଟାଇପ୍ କରିବା.
04:34 ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରିଣ୍ଟ କରିବାକୁ “ପ୍ରିଣ୍ଟf” ହେଉଛି ଷ୍ଟାଣ୍ଡାର୍ଡ C ଫଙ୍କସନ୍.
04:39 ଏଠାରେ, ବ୍ରାକେଟ୍ ମଧ୍ୟରେ, ଡବଲ୍ କ୍ୱୋଟ୍ସ ଭିତରେ.
04:43 “ପ୍ରିଣ୍ଟf”ରେ ଡବଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥିବ, ତାହା ଟର୍ମିନାଲ୍ରେ ପ୍ରିଣ୍ଟ ହୋଇଯିବ.
04:50 “ଟକ୍ ଟୁ ଏ ଟିଚର୍ ବ୍ୟାକସ୍ଲାଶ୍ (\)n” ଟାଇପ୍ କାରନ୍ତୁ.
04:59 “ବ୍ୟାକସ୍ଲାଶ୍ (\)n” ଏକ ନୂଆ ଲାଇନ୍ କୁ ବୁଝାଏ.
05:03 ପରିଣାମସ୍ୱରୂପ, “ପ୍ରିଣ୍ଟf” ଫଙ୍କସନ୍ ର ଏକଜେକ୍ୟୁଶନ୍ ପରେ, କର୍ସର୍ ନୂଆ ଲାଇନ୍ କୁ ଚାଲିଯିବ.
05:10 ପ୍ରତ୍ୟେକ “C” ଷ୍ଟେଟମେଣ୍ଟ୍ ଏକ “ସେମିକଲନ୍ (;)” ସହ ଶେଷ ହେବା ଉଚିତ.
05:15 ତେଣୁ, ତାହାକୁ ଏହି ଲାଇନ୍ ଶେଷରେ ଟାଇପ୍ କରନ୍ତୁ.
05:19 “ସେମିକଲନ୍” ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବରେ କାମ କରେ.
05:24 ଏବେ, “ଏଣ୍ଟର୍” ଦାବି ତିନୋଟି ସ୍ପେସ୍ ଦିଅନ୍ତୁ.
05:27 “ରିଟର୍ନ” ସ୍ପେସ୍ “୦” ଓ ଏକ “ସେମିକଲନ୍” ଟାଇପ୍ କରନ୍ତୁ.
05:34 ଏହି ଷ୍ଟେଟମେଣ୍ଟ ଇଣ୍ଟିଜର୍ ଜିରୋ ଦେଇଥାଏ.
05:38 ଏହି ଫଙ୍କସନ୍ ପାଇଁ ଏକ ଇଣ୍ଟିଜର୍ ରିଟର୍ନ ହେବା ଦରକାର, କାରଣ ଫଙ୍କସନ୍ ର ପ୍ରକାର ହେଉଛି “int”.
05:45 ଏକଜେକ୍ୟୁଟେବଲ୍ ଷ୍ଟେଟମେଣ୍ଟର ଶେଷକୁ “ରିଟର୍ନ” ଷ୍ଟେଟମେଣ୍ଟ ଚିହ୍ନିତ କରେ.
05:51 ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ ରିଟର୍ନଡ୍ ଭାଲ୍ୟୁ ବିଷୟରେ ଅଧିକ ଶିଖିବା.
05:55 ଫାଇଲ୍ ସେଭ୍ କରିବା ପାଇଁ ଏବେ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ.
06:00 ବାରମ୍ୱାର ଫାଇଲ୍ ସେଭ୍ କରିବା ଏକ ଭଲ ଅଭ୍ୟାସ.
06:03 ଏହା ଆପଣଙ୍କୁ, ସଡନ୍ ପାୱର୍ ଫେଲ୍ୟୋର୍ ରୁ ରକ୍ଷା କରିବ.
06:05 ଆପ୍ଲିକେଶନ୍ କ୍ରାଶ୍ ହେବା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ.
06:10 ଏବେ ପ୍ରୋଗ୍ରାମ୍ କମ୍ପାଇଲ୍ କରିବା, ଟର୍ମିନାଲ୍ କୁ ଫେରିଚାଲନ୍ତୁ.
06:15 “gcc” ସ୍ପେସ୍ “talk.c” ସ୍ପେସ୍ ହାଇଫେନ୍ “-o” ସ୍ପେସ୍ “myoutput” ଟାଇପ୍ କରନ୍ତୁ.
06:24 gcc ହେଉଛି କମ୍ପାଇଲର୍,
06:27 talk.c ହେଉଛି ଆମ ଫାଇଲ୍ ନାମ.
06:30 -o myoutput କୁହେ ଯେ, ଏକଜେକ୍ୟୁଟେବଲ୍ କୁ myoutput ଫାଇଲ୍ କୁ ଯିବା ଉଚିତ.
06:37 “ଏଣ୍ଟର୍” ଦବାନ୍ତୁ.
06:39 ଦେଖନ୍ତୁ, ପ୍ରୋଗ୍ରାମ୍ କମ୍ପାଇଲ୍ ହୋଇଗଲା.
06:42 ଶେଷ ଫାଇଲ୍ ଭାବେ “myoutput” କ୍ରିଏଟ୍ ହୋଇଛି ବୋଲି ଆମେ “ls ସ୍ପେସ୍ (ହାଇଫେନ୍) –lrt” ଟାଇପ୍ କରି ଦେଖିପାରିବା.
06:54 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବାକୁ, “(ଡଟ୍ ସ୍ଲାଶ୍) ./myoutput” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
07:01 “ଟକ୍ ଟୁ ଏ ଟିଚର୍” ଭାବେ ଏଠାରେ ଆଉଟପୁଟ୍ ଦେଖାଗଲା.
07:06 ମୁଁ ଯେପରି ପୂର୍ବରୁ କହିଥିଲି, ଏକଜେକ୍ୟୁଟ୍ ହେବାପାଇଁ ରିଟର୍ନ ହେଉଛି ଶେଷ ଷ୍ଟେଟମେଣ୍ଟ.
07:10 ରିଟର୍ନ ଷ୍ଟେଟମେଣ୍ଟ ପରେ ଆଉକିଛି ଏକଜେକ୍ୟୁଟ୍ ହେବନାହିଁ. ଚାଲନ୍ତୁ, ଏହା ଦେଖିବା.
07:15 ଆମ ପ୍ରୋଗ୍ରାମ୍ କୁ ଫେରିଯିବା.
07:17 “ରିଟର୍ନ” ଷ୍ଟେଟମେଣ୍ଟ୍ ପରେ, ଚାଲନ୍ତୁ, ଆଉଏକ “ପ୍ରିଣ୍ଟ୍f” ଷ୍ଟେଟମେଣ୍ଟ ମିଶାଇବା.
07:22 ଏଠାରେ ଗୋଟିଏ ସ୍ପେସ୍ ଦେଇ ପ୍ରିଣ୍ଟf ଓପନିଙ୍ଗ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ବ୍ରାକେଟ୍ ଟାଇପ୍ କରନ୍ତୁ.
07:27 ବ୍ରାକେଟ୍ ଭିତରେ ଥିବା ଡବଲ୍ କ୍ୱୋଟ୍ସ ମଧ୍ୟରେ “ୱେଲକମ୍ ବ୍ୟାକସ୍ଲାଶ୍ n, (\n)” ଟାଇପ୍ କରି ଶେଷରେ ଏକ ସେମିକଲନ୍ ଦିଅନ୍ତୁ.
07:35 ସେଭ୍ କ୍ଲିକ୍ କରନ୍ତୁ.
07:37 ଏବେ, କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ, ଟର୍ମିନାଲ୍ କୁ ଫେରିଯାଆନ୍ତୁ.
07:41 “ଅପ୍ ଏରୋ” କୀ’ ଦାବି ପୂର୍ବରୁ ଏଣ୍ଟର୍ କରିଥିବା କମାଣ୍ଡଗୁଡ଼ିକୁ ଆପଣ ପୁଣି ଦେଖିପାରିବେ.
07:46 ତାହା ହିଁ ମୁଁ ଏବେ କଲି.
07:51 ଦେଖନ୍ତୁ, ଦ୍ୱିତୀୟ କମାଣ୍ଡ ’ୱେଲକମ୍” ଏକଜେକ୍ୟୁଟ୍ ହୋଇନାହିଁ.
07:58 ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ.
08:00 ଆମେ ରିଟର୍ନ ଷ୍ଟେଟମେଣ୍ଟ ଉପରକୁ ’ୱେଲକମ୍’ ଷ୍ଟେଟମେଣ୍ଟ ଲେଖିବା.
08:06 “ସେଭ୍” ରେ କ୍ଲିକ୍ କରନ୍ତୁ.
08:09 କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ.
08:15 ଦେଖନ୍ତୁ, ଦ୍ୱିତୀୟ “ପ୍ରିଣ୍ଟf” ଷ୍ଟେଟମେଣ୍ଟ “ୱେଲକମ୍” ମଧ୍ୟ ଏକଜେକ୍ୟୁଟ୍ ହୋଇଗଲା.
08:23 ଚାଲନ୍ତୁ ଏବେ କମନ୍ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ. ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ.
08:29 ଧରନ୍ତୁ, ଏଠାରେ ମୁଁ “stdio.h”ରୁ ଡଟ୍ ଛାଡ଼ିଦେଇ “ସେଭ୍”ରେ କ୍ଲିକ୍ କରିବି.
08:36 କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା.
08:41 ଆମେ ଦେଖୁଛେ ଯେ,
08:42 ଆମ “ଟକ୍.ସି” ଫାଇଲ୍ ରେ ଥିବା ଦ୍ୱିତୀୟ ଲାଇନ୍ ରେ ଏକ ଫେଟାଲ୍ ଏରର୍ ଅଛି.
08:48 କମ୍ପାଇଲର୍, “stdioh” ନାମକ କୌଣସି “ହେଡର୍ ଫାଇଲ୍” ପାଉନାହିଁ . ତେଣୁ ଏହା, "no such file or directory" ବୋଲି ଏକ ଏରର୍ ଦିଏ.
08:59 ଆଉ, କମ୍ପାଇଲର୍ ଟର୍ମିନେଟ୍ ହୋଇଯାଏ.
09:03 ଚାଲନ୍ତୁ, ପ୍ରୋଗ୍ରାମ୍ କୁ ଯାଇ ଏହି ଏରର୍ ଫିକ୍ସ କରିବା. ଡଟ୍ “.” କୁ ରିଇନ୍ସର୍ଟ କରି ସେଭ୍ ରେ କ୍ଲିକ୍ କରନ୍ତୁ.
09:11 ଏବେ, କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା. ହଁ, ଏହା କାମ କରୁଛି.
09:19 ମୁଁ ଆପଣଙ୍କୁ ଅନ୍ୟଏକ ସାଧାରଣ ଏରର୍ ଦେଖାଇବି.
09:22 ଚାଲନ୍ତୁ, ପ୍ରୋଗ୍ରାମ୍ କୁ ଯିବା.
09:25 ବର୍ତ୍ତମାନ, ଧରନ୍ତୁ ମୁଁ ଏହି ଲାଇନ୍ ଶେଷରେ “ସେମିକଲନ୍” ଛାଡ଼ିଦେବି.
09:31 “ସେଭ୍” ରେ କ୍ଲିକ୍ କରନ୍ତୁ. କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା.
09:41 ଆମ ଟକ୍.ସି ଫାଇଲ୍ ରେ ଥିବା ଲାଇନ୍ ୬ରେ ଆମେ ଏକ ଏରର୍ "expected ';' (ସେମିକଲନ୍) before 'printf'" ଦେଖିବାକୁ ପାଉଛେ,.
09:51 ପ୍ରୋଗ୍ରାମ୍ କୁ ଫେରି ଚାଲନ୍ତୁ.
09:54 ପୂର୍ବରୁ ମୁଁ କହିସାରିଛି ଯେ, ସେମିକଲନ୍ ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବେ କାମ କରେ.
09:58 ତେଣୁ ଏହା, ଲାଇନ୍ ୫ ଶେଷରେ ଓ ଲାଇନ୍ ୬ ଆରମ୍ଭରେ ଏହାକୁ ଖୋଜିବ
10:06 ଏହା ହେଉଛି ଲାଇନ୍ ୬.
10:09 ଏହା ହେଉଛି ଶେଷ ସ୍ଥାନ, ଯେଉଁଠାରେ ଆପଣ “ସେମିକଲନ୍” ଦେଇପାରିବେ.
10:12 ମନେପକାନ୍ତୁ ଯେ, କମ୍ପାଇଲର୍ ଲାଇନ୍ ୬ରେ ମଧ୍ୟ ଏକ ଏରର୍ ମେସେଜ୍ ଦିଏ.
10:18 ଯଦି ଏଠାରେ ଆମେ ସେମିକଲନ୍ ଦେବା, ତେବେ କ’ଣ ହୁଏ, ଦେଖିବା.
10:23 “ସେଭ୍”ରେ କ୍ଲିକ୍ କରନ୍ତୁ.
10:26 କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ.
10:30 ହଁ, ଏହା କାମ କରୁଛି.
10:32 ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା. ଏହି ଲାଇନ୍ ଶେଷରେ “ସେମିକଲନ୍” ଟାଇପ୍ କରନ୍ତୁ.
10:40 ଯେହେତୁ, ଲାଇନ୍ ଶେଷରେ “ସେମିକଲନ୍” ଟାଇପ୍ କରିବା ଏକ ନିର୍ଦ୍ଧାରିତ ପ୍ରକ୍ରିୟା ଅଟେ.
10:46 “ସେଭ୍”ରେ କ୍ଲିକ୍ କରନ୍ତୁ.
10:49 କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ. ହଁ, ଏହା କାମ କରୁଛି.
10:54 ଚାଲନ୍ତୁ, ଆମ ସ୍ଲାଇଡ୍ସକୁ ଫେରିଯିବା.
10:57 ଏକ ଆସାନମେଣ୍ଟ ଭାବରେ
10:59 "Welcome to the World of C" ପ୍ରିଣ୍ଟ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ.
11:02 “ପ୍ରିଣ୍ଟf” ଷ୍ଟେଟମେଣ୍ଟରେ ଯଦି “\n” ମିଶାନଯାଏ, ତେବେ କ’ଣ ହୁଏ ଦେଖନ୍ତୁ.
11:08 ଏହା ଆମକୁ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ.
11:12 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ,
11:15 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ,
11:18 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
11:22 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
11:24 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ.
11:28 ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ.
11:31 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ.
11:38 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
11:42 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ.
11:47 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି.
11:51 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

PoojaMoolya, Pradeep, Pratik kamble