LibreOffice-Suite-Impress/C2/Introduction-to-LibreOffice-Impress/Oriya

From Script | Spoken-Tutorial
Revision as of 14:54, 28 January 2015 by Pradeep (Talk | contribs)

Jump to: navigation, search

Introduction to Impress

Time Narration
00:00 ଲିବର୍ ଅଫିସ୍ ଇମ୍ପ୍ରେସ୍ ପରିଚୟ ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:04 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:07 ଲିବର୍ ଅଫିସ୍ ଇମ୍ପ୍ରେସ୍ ର ପରିଚୟ
00:09 ଇମ୍ପ୍ରେସ୍ ର ବିଭିନ୍ନ ଟୁଲ୍ ବାର୍ସ
00:12 ଏକ ନୂଆ ପ୍ରେଜେଣ୍ଟେଶନ୍ କିପରି କ୍ରିଏଟ୍ କରିବେ
00:15 MS ପାୱର୍ ପଏଣ୍ଟ୍ ପ୍ରେଜେଣ୍ଟେଶନ୍ ଭାବରେ କିପରି ସେଭ୍ କରିବେ
00:19 ଏକ MS ପାୱର୍ ପଏଣ୍ଟ୍ ପ୍ରେଜେଣ୍ଟେଶନ୍ କିପରି ଖୋଲିବେ
00:22 ଏବଂ ଏକ PDF ଡକ୍ୟୁମେଣ୍ଟ୍ ଭାବରେ କିପରି ଏକ୍ସପୋର୍ଟ କରିବେ
00:27 ଲିବର୍ ଅଫିସ୍ ଇମ୍ପ୍ରେସ୍ ହେଉଛି ଲିବର୍ ଅଫିସ୍ ସୁଟ୍ ର ପ୍ରେଜେଣ୍ଟେଶନ୍ ମ୍ୟାନେଜର୍
00:32 ଏଥିରେ ଶକ୍ତିଶାଳୀ ପ୍ରେଜେଣ୍ଟେଶନ୍ କ୍ରିଏଟ୍ ହୋଇପାରେ
00:35 ଏହା ମାଇକ୍ରୋସଫ୍ଟ ଅଫିସ୍ ପାୱର୍ ପଏଣ୍ଟ୍ ସମକକ୍ଷ ଅଟେ
00:39 ଲିବର୍ ଅଫିସ୍ ଇମ୍ପ୍ରେସ୍ ମାଗଣା ଓ ଓପନ୍ ସୋର୍ସ ସଫ୍ଟୱେର୍ ହୋଇଥିବାରୁ ଏହାର ବ୍ୟବହାର ଓ ବିତରଣ ଦେୟମୁକ୍ତ ଅଟେ
00:47 ଲିବର୍ ଅଫିସ୍ ସୁଟ୍ ଆରମ୍ଭ କରିବା ପାଇଁ
00:50 ଆପଣ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ MS ୱିଣ୍ଡୋସ୍ ୨୦୦୦ ଓ MS XP କିମ୍ୱା ୱିଣ୍ଡୋସ୍ ୭ ପରି ତାହାର ଉଚ୍ଚତର ଭର୍ସନ୍ କିମ୍ୱା GNU/ଲିନକ୍ସ ବ୍ୟବହାର କରିପାରିବେ |
01:02 ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
01:12 ଯଦି ଆପଣଙ୍କର ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ ହୋଇନାହିଁ,
01:15 ତେବେ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଇମ୍ପ୍ରେସ୍ ଇନଷ୍ଟଲ୍ କରିହେବ
01:19 ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ,
01:22 ଦୟାକରି ଏହି ୱେବସାଇଟ୍ ରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସକୁ ରେଫର୍ କରନ୍ତୁ ଓ ନିର୍ଦ୍ଦେଶ ପାଳନପୂର୍ବକ ଲିବର୍ ଅଫିସ୍ ସୁଟ୍ ଡାଉନଲୋଡ୍ କରନ୍ତୁ |
01:32 ଲିବର୍ ଅଫିସ୍ ସୁଟ୍ ର ପ୍ରଥମ ଟ୍ୟୁଟୋରିଆଲ୍ ରେ ସବିଶେଷ ନିର୍ଦ୍ଦେଶ ଉପଲବ୍ଧ ଅଛି
01:38 ମନେରଖନ୍ତୁ, ଇମ୍ପ୍ରେସ୍ ଇନଷ୍ଟଲ୍ କରିବା ସମୟରେ Complete ଅପ୍ସନ୍ ବ୍ୟବହାର କରନ୍ତୁ |
01:43 ଯଦି ଆପଣ ପୂର୍ବରୁ ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ କରିସାରିଥା’ନ୍ତି,
01:46 ତେବେ, ଆପଣଙ୍କ ସ୍କ୍ରୀନ୍ ର ଉପର ବାମପଟ କୋଣରେ ଥିବା ଆପ୍ଲିକେଶନ୍, ତା’ପରେ ଅଫିସ୍ ଓ ତା’ପରେ ଲିବର୍ ଅଫିସ୍ ଅପ୍ସନ୍ ଉପରେ କ୍ଲିକ୍ କରି ଲିବର୍ ଅଫିସ୍ ଇମ୍ପ୍ରେସ୍ ପାଇପାରିବେ
01:58 ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଣ୍ଟ୍ ସହିତ ଏକ ନୂଆ ଡାୟଲଗ୍ ବକ୍ସ ଖୋଲିବ
02:03 ଇମ୍ପ୍ରେସ୍ କୁ ଆକ୍ସେସ୍ କରିବା ପାଇଁ, ପ୍ରେଜେଣ୍ଟେଶନ୍ କମ୍ପୋନେଣ୍ଟ୍ ଉପରେ କ୍ଲିକ୍ କରନ୍ତୁ | ନୂଆ ଡାୟଲଗ୍ ବକ୍ସରେ କ୍ରିଏଟ୍ କ୍ଲିକ୍ କରନ୍ତୁ |
02:13 ଏହା, ମୁଖ୍ୟ ଇମ୍ପ୍ରେସ୍ ୱିଣ୍ଡୋରେ ଏକ ଖାଲି ପ୍ରେଜେଣ୍ଟେଶନ୍ ଖୋଲିବ
02:18 ଏବେ ଆସନ୍ତୁ, ଇମ୍ପ୍ରେସ୍ ୱିଣ୍ଡୋର ମୁଖ୍ୟ କମ୍ପୋନେଣ୍ଟ୍ ବିଷୟରେ ଶିଖିବା
02:22 ଇମ୍ପ୍ରେସ୍ ୱିଣ୍ଡୋରେ ବିଭିନ୍ନ ଟୁଲ୍ ବାର୍ସ ରହିଛି, ଯେପରି ଟାଇଟଲ୍ ବାର୍, ମେନୁ ବାର୍, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍, ଫର୍ମାଟିଙ୍ଗ୍ ବାର୍ ଓ ଷ୍ଟାଟସ୍ ବାର୍
02:36 ଟ୍ୟୁଟୋରିଆଲ୍ ଆଗକୁ ବଢ଼ିବା ସହିତ ଆମେ ଟୁଲ୍ ବାର୍ସ ବିଷୟରେ ଅଧିକ ଶିଖିବା
02:41 ଆମର ପ୍ରଥମ ପ୍ରେଜେଣ୍ଟେଶନ୍ ଉପରେ କାମ କରିବାକୁ ଆମେ ଏବେ ପ୍ରସ୍ତୁତ | ଏବେ ଏହି ଫାଇଲ୍ କୁ ବନ୍ଦ କରନ୍ତୁ
02:47 ଆପ୍ଲିକେଶନ୍ କୁ ଯାଆନ୍ତୁ, ଅଫିସ୍ ଉପରେ କ୍ଲିକ୍ କରିବା ପରେ ଲିବର୍ ଅଫିସ୍ ଇମ୍ପ୍ରେସ୍ ଉପରେ କ୍ଲିକ୍ କରନ୍ତୁ
02:56 ଫ୍ରମ୍ ଟେମ୍ପଲେଟ୍ କ୍ଲିକ୍ କରନ୍ତୁ
02:59 ଏକ ଷ୍ଟ୍ରାଟେଜୀର ରେକମେଣ୍ଡେଶନ୍ ସିଲେକ୍ଟ କରି ନେକ୍ସଟ୍ ବଟନ୍ ରେ କ୍ଲିକ୍ କରନ୍ତୁ
03:06 ସିଲେକ୍ଟ ଏ ସ୍ଲାଇଡ୍ ଡିଜାଇନ୍ ଡ୍ରପ୍ ଡାଉନ୍ ରେ, ପ୍ରେଜେଣ୍ଟେଶନ୍ ବ୍ୟାକଗ୍ରାଉଣ୍ଡ୍ ସିଲେକ୍ଟ କରି ବ୍ଲୁ ବର୍ଡର୍ ସିଲେକ୍ଟ କରନ୍ତୁ
03:14 ସିଲେକ୍ଟ ଆନ୍ ଆଉଟପୁଟ୍ ମିଡିଅମ୍ ଫିଲ୍ଡରେ ଅରିଜିନାଲ୍ ସିଲେକ୍ଟ କରନ୍ତୁ
03:19 ନେକ୍ସଟ୍ କ୍ଲିକ୍ କରନ୍ତୁ
03:22 ସ୍ଲାଇଡ୍ ଟ୍ରାଜିଶନ୍ ଗଠନ ପାଇଁ ଏହା ହେଉଛି ପଦକ୍ଷେପ
03:26 ସମସ୍ତ ଅପ୍ସନ୍ସକୁ ଅପରିବର୍ତ୍ତିତ ରଖି ନେକ୍ସଟ୍ କ୍ଲିକ୍ କରନ୍ତୁ
03:32 ’ହ୍ୱାଟ୍ ଇଜ୍ ୟୋର୍ ନେମ୍’ ଫିଲ୍ଡରେ, ଆପଣ, ନିଜର କିମ୍ୱା ନିଜ ଅନୁଷ୍ଠାନର ନାମ ଟାଇପ୍ କରିପାରିବେ | ମୁଁ A1 ସର୍ଭିସ୍ ଟାଇପ୍ କରିବି
03:41 ’ହ୍ୱାଟ୍ ଇଜ୍ ଦି ସବଜେକ୍ଟ ଅଫ୍ ୟୋର୍ ପ୍ରେଜେଣ୍ଟେଶନ୍’ ଫିଲ୍ଡରେ ’ବେନେଫିଟ୍ସ ଅଫ୍ ଓପନ୍ ସୋର୍ସ’ ଟାଇପ୍ କରନ୍ତୁ |
03:47 ନେକ୍ସଟ୍ କ୍ଲିକ୍ କରନ୍ତୁ
03:49 ଏହି ପଦାଙ୍କ ପ୍ରେଜେଣ୍ଟେଶନ୍ ବର୍ଣ୍ଣନା କରେ
03:52 ସମସ୍ତ ଅପ୍ସନ୍ ଡିଫଲ୍ଟ ଦ୍ୱାରା ସିଲେକ୍ଟ ହୋଇଛି | କିଛି ପରିବର୍ତ୍ତନ କରନ୍ତୁ ନାହିଁ
03:58 ପ୍ରେଜେଣ୍ଟେଶନ୍ ପାଇଁ ସେଗୁଡ଼ିକ ହେଉଛି ନମୁନା ହେଡିଙ୍ଗ୍ସ
04:01 କ୍ରିଏଟ୍ ବଟନ୍ ରେ କ୍ଲିକ୍ କରନ୍ତୁ
04:04 ଲିବର୍ ଅଫିସ୍ ଇମ୍ପ୍ରେସ୍ ରେ ଏବେ ଆପଣ ନିଜର ପ୍ରଥମ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କଲେ |
04:09 ପ୍ରେଜେଣ୍ଟେଶନ୍ ସେଭ୍ କରିବା ବିଷୟରେ ଜାଣନ୍ତୁ
04:13 ଫାଇଲ୍ ଓ ସେଭ୍ ଉପରେ କ୍ଲିକ୍ କରନ୍ତୁ
04:15 ସେଭ୍ ଡାୟଲଗ୍ ବକ୍ସ ଖୋଲିବ | ଏହି ଫାଇଲ୍ ର ନାମ ଭାବରେ ସାମ୍ପଲ୍-ଇମ୍ପ୍ରେସ୍ ଟାଇପ୍ କରି ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ
04:25 ଧ୍ୟାନଦିଅନ୍ତୁ ଯେ, ଓପନ୍ ଡକ୍ୟୁମେଣ୍ଟ୍ ଫର୍ମାଟ୍ .odp ଏକ୍ସଟେନ୍ସନ୍ ସହିତ ସେଭ୍ ହେବ
04:33 ଏବେ ଫାଇଲ୍ କ୍ଲୋଜ୍ କରନ୍ତୁ | କ୍ଲୋଜ୍ କରିବା ପାଇଁ ଫାଇଲ୍ ଓ କ୍ଲୋଜ୍ କ୍ଲିକ୍ କରନ୍ତୁ |
04:40 ଇମ୍ପ୍ରେସ୍ ପ୍ରେଜେଣ୍ଟେଶନ୍ କୁ MS ପାୱର୍ ପଏଣ୍ଟ୍ ଭାବରେ କିପରି ସେଭ୍ କରିହେବ, ଆସନ୍ତୁ ଶିଖିବା
04:48 ଆମେ ସାମ୍ପଲ୍ ଇମ୍ପ୍ରେସ୍ ପ୍ରେଜେଣ୍ଟେଶନ୍ କୁ ପୁଣି ଖୋଲିବା | ଫାଇଲ୍, ଓପନ୍ ରେ କ୍ଲିକ୍ କରି ସାମ୍ପଲ୍ ଇମ୍ପ୍ରେସ୍ ସିଲେକ୍ଟ କରନ୍ତୁ
04:59 ଡିଫଲ୍ଟ ଭାବରେ ଲିବର୍ ଅଫିସ୍ ଇମ୍ପ୍ରେସ୍ ଡକ୍ୟୁମେଣ୍ଟଗୁଡ଼ିକୁ ଓପନ୍ ଡକ୍ୟୁମେଣ୍ଟ୍ ଫର୍ମାଟ୍ (ODP)ରେ ସେଭ୍ କରେ
05:06 ମାଇକ୍ରୋସଫ୍ଟ୍ ପାୱର୍ ପଏଣ୍ଟ୍ ଭାବରେ ସେଭ୍ କରିବାକୁ,
05:11 ଫାଇଲ୍ ଓ ସେଭ୍ ଆଜ୍ କ୍ଲିକ୍ କରନ୍ତୁ
05:14 ଫାଇଲ୍ ଟାଇପ୍ ରେ “Microsoft PowerPoint” ଚୟନ କରନ୍ତୁ
05:18 ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ଚୟନ କରନ୍ତୁ
05:20 ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ
05:24 Keep Current Format ବଟନ୍ ରେ କ୍ଲିକ୍ କରନ୍ତୁ | ଫାଇଲ୍ ଟି ଏବେ ppt ଭାବରେ ସେଭ୍ ହୋଇଗଲା
05:33 ଫାଇଲ୍ ଓ କ୍ଲୋଜ୍ ରେ କ୍ଲିକ୍ କରି ଏହି ଫାଇଲ୍ କୁ ବନ୍ଦ କରନ୍ତୁ
05:36 ଏହାପରେ, ଏକ ମାଇକ୍ରୋସଫ୍ଟ ପାୱର୍ ପଏଣ୍ଟ୍ ପ୍ରେଜେଣ୍ଟେଶନ୍ କୁ ଲିବର୍ ଅଫିସ୍ ଇମ୍ପ୍ରେସ୍ ରେ କିପରି ଖୋଲାଯାଏ, ଦେଖିବା
05:44 ଫାଇଲ୍ ଓ ଓପନ୍ ରେ କ୍ଲିକ୍ କରନ୍ତୁ
05:46 ଆପଣ ଖୋଲିବାକୁ ଚାହୁଁଥିବା ppt ପାଇଁ ବ୍ରାଉଜ୍ କରନ୍ତୁ
05:50 ଫାଇଲ୍ ସିଲେକ୍ଟ କରି ଓପନ୍ ରେ କ୍ଲିକ୍ କରନ୍ତୁ
05:54 ଶେଷରେ, ଲିବର୍ ଅଫିସ୍ ପ୍ରେଜେଣ୍ଟେଶନ୍ କୁ PDF ଫାଇଲ୍ ଭାବରେ କିପରି ଏକ୍ସପୋର୍ଟ କରାଯାଏ, ଶିଖିବା
06:01 ଫାଇଲ୍ ଓ ଏକ୍ସପୋର୍ଟ ଆଜ୍ PDFରେ କ୍ଲିକ୍ କରନ୍ତୁ | PDF ଅପ୍ସନ୍ ଡାୟଲଗ୍ ବକ୍ସରେ ସମସ୍ତ ଅପ୍ସନ୍ କୁ ଅପରିବର୍ତ୍ତିତ ରଖି ଏକ୍ସପୋର୍ଟ ବଟନ୍ ଉପରେ କ୍ଲିକ୍ କରନ୍ତୁ
06:12 ଫାଇଲ୍ ନେମ୍ ଫିଲ୍ଡରେ ସାମ୍ପଲ୍ ଇମ୍ପ୍ରେସ୍ ଟାଇପ୍ କରନ୍ତୁ
06:16 ସେଭ୍ ଇନ୍ ଫୋଲ୍ଡର୍ ଫିଲ୍ଡରେ, ଆପଣ ଫାଇଲ୍ ଟିକୁ ରଖିବାକୁ ଚାହୁଁଥିବା ସ୍ଥାନ ଚୟନ କରି ସେଭ୍ କ୍ଲିକ୍ କରନ୍ତୁ
06:23 ଡକ୍ୟୁମେଣ୍ଟ୍ ଟି ଏବେ ଡେସ୍କଟପ୍ ରେ PDF ଫାଇଲ୍ ଭାବରେ ସେଭ୍ ହୋଇଗଲା
06:29 ଏହା ଆମକୁ ଲିବର୍ ଅଫିସ୍ ଇମ୍ପ୍ରେସ୍ ଉପରେ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
06:34 ସଂକ୍ଷେପରେ ଆମେ ଯାହା ଶିଖିଲେ
06:39 ଇମ୍ପ୍ରେସ୍ ରେ ବିଭିନ୍ନ ଟୁଲ୍ ବାର୍ସ
06:42 ଏକ ନୂଆ ପ୍ରେଜେଣ୍ଟେଶନ୍ କିପରି କ୍ରିଏଟ୍ କରାଯାଏ
06:45 MS ପାୱର୍ ପଏଣ୍ଟ୍ ପ୍ରେଜେଣ୍ଟେଶନ୍ ଭାବରେ କିପରି ସେଭ୍ କରାଯାଏ
06:49 ଏକ MS ପାୱର୍ ପଏଣ୍ଟ୍ ପ୍ରେଜେଣ୍ଟେଶନ୍ କୁ କିପରି ଖୋଲିବେ ଓ PDF ଡକ୍ୟୁମେଣ୍ଟ୍ ଭାବରେ କିପରି ଏକ୍ସପୋର୍ଟ କରିବେ
06:58 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
07:00 ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲନ୍ତୁ | ପ୍ରଥମ ସ୍ଲାଇଡ୍ ରେ କିଛି ଲେଖନ୍ତୁ
07:05 ତାହାକୁ MS ପାୱର୍ ପଏଣ୍ଟ୍ ଡକ୍ୟୁମେଣ୍ଟ୍ ଭାବରେ ସେଭ୍ କରି କ୍ଲୋଜ୍ କରନ୍ତୁ
07:11 ଏବେ ସେହି ଫାଇଲ୍ କୁ ପୁଣି ଖୋଲନ୍ତୁ
07:15 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:22 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
07:26 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଆୟୋଜନ କରିଥାଏ
07:32 ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ
07:36 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:42 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:55 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
08:07 ଆଇଆଇଟି ମୁମ୍ୱୈ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep