LibreOffice-Suite-Calc/C2/Working-with-data/Oriya
From Script | Spoken-Tutorial
Contents
Resources for recording
Time | Narration |
00:00 | ଲିବର୍ ଅଫିସ୍ Calc-ଡେଟା ସହିତ କାର୍ଯ୍ୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
00:09 | Fill Tools ଓ Selection Lists ବ୍ୟବହାର କରି ସ୍ପୀଡ୍ ଅପ୍ |
00:13 | ଶୀଟ୍ସ ମଧ୍ୟରେ କଣ୍ଟେଣ୍ଟ୍ ଶେୟାରିଙ୍ଗ୍ |
00:16 | ଡେଟା ରିମୁଭ୍, ରିପ୍ଲେସ୍ କରିବା ଓ ଡେଟାର ଅଂଶ ପରିବର୍ତ୍ତନ କରିବା |
00:23 | ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | |
00:32 | ଏକ ସ୍ପ୍ରେଡ୍ ଶୀଟ୍ ରେ ଡେଟା ଏଣ୍ଟର୍ କରିବା ବହୁତ ଶ୍ରମ ପ୍ରଧାନ ହୋଇପାରେ, ମାତ୍ର Calc ଏହାକୁ ସରଳ କରିବାକୁ ଅନେକ ଟୁଲ୍ସ ପ୍ରଦାନ କରିଥାଏ | |
00:42 | ସବୁଠାରୁ ମୌଳିକ ସାମର୍ଥ୍ୟତା ହେଉଛି, ମାଉସ୍ ସାହାଯ୍ୟରେ ଗୋଟିଏ ସେଲ୍ ରୁ ଅନ୍ୟ ସେଲ୍ କୁ କଣ୍ଟେଣ୍ଟ୍ ଡ୍ରାଗ୍ ଆଣ୍ଡ୍ ଡ୍ରପ୍ କରିବା | |
00:49 | ମାତ୍ର Calcରେ ଅଟୋମେଟିଙ୍ଗ୍ ଇନପୁଟ୍, ବିଶେଷକରି ରିପିଟେଟିଭ୍ ମ୍ୟାଟେରିଆଲ୍ ପାଇଁ ଅନେକ ଅନ୍ୟ ଟୁଲ୍ସ ରହିଛି | |
00:57 | ଏହିସବୁ ଟୁଲ୍ କୁ Fill Tool, Selection Lists କୁହାଯାଏ | |
01:01 | ଏହିସବୁ, ଗୋଟିଏ ଡକ୍ୟୁମେଣ୍ଟ୍ ର ମଲ୍ଟିପୁଲ୍ ଶୀଟ୍ସରେ ଇନଫର୍ମେଶନ୍ ଇନପୁଟ୍ କରିପାରନ୍ତି | |
01:06 | ଆମେ ଗୋଟିଏ ଗୋଟିଏ କରି ପ୍ରତ୍ୟେକ ବିଷୟରେ ଶିଖିବା | |
01:09 | ଆମର Personal-Finance-Tracker.ods ଫାଇଲ୍ ଖୋଲନ୍ତୁ | |
01:14 | ଶୀଟ୍ ରେ କଣ୍ଟେଣ୍ଟ୍ ଡୁପ୍ଲିକେଟିଙ୍ଗ୍ ପାଇଁ Fill Tool ବହୁତ ଉପଯୋଗୀ | |
01:19 | ଆମର Personal-Finance-Tracker.ods ଫାଇଲ୍ ରେ, ଧରନ୍ତୁ ଆମେ Cost ହେଡିଙ୍ଗ୍ ତଳେ ଥିବା ଡେଟାକୁ ପାଖ ସେଲ୍ କୁ କପୀ କରିବାକୁ ଚାହୁଁଛେ | |
01:30 | ତେବେ ପ୍ରଥମେ, ୬୦୦୦ ଲେଖାଥିବା ସେଲ୍ ଉପରେ କ୍ଲିକ୍ ପୂର୍ବକ ସେହି ସମସ୍ତ ଡେଟାକୁ ସିଲେକ୍ଟ କରିବା, ଯାହାସବୁ କପୀ କରାଯିବାକୁ ଅଛି | |
01:38 | ଏବେ, ବାମ ମାଉସ୍ ବଟନ୍ କୁ ଚାପି ଧରି, ସେଲ୍ ର ଶେଷ, Cost ଏଣ୍ଟ୍ରୀ ୨୦୦୦ ପର୍ଯ୍ୟନ୍ତ ମାଉସ୍ କୁ ଡ୍ରାଗ୍ କରନ୍ତୁ | |
01:46 | ଯେଉଁଠାକୁ ଡେଟା କପୀ କରିବାକୁ ଆମେ ଚାହୁଁଛେ ସେହି ସେଲ୍ସ ମଧ୍ୟ ସିଲେକ୍ଟ କରନ୍ତୁ | |
01:51 | ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ | |
01:53 | ମେନୁବାର୍ ରେ ଥିବା Edit ଅପ୍ସନ୍ ଉପରେ କ୍ଲିକ୍ କରି Fill ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
01:59 | ପପ୍-ଅପ୍ ମେନୁରେ Right ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
02:03 | ଦେଖନ୍ତୁ, Cost ହେଡିଙ୍ଗ୍ ତଳେ ଥିବା ଡେଟାଗୁଡ଼ିକ ପାଖ ସେଲ୍ କୁ କପୀ ହୋଇଗଲା | |
02:09 | ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
02:12 | ଶୀଟ୍ ରେ ଡେଟା ଭାବରେ କିଛି ଶୃଙ୍ଖଳାକୁ ପୂରଣ କରିବା ପାଇଁ Fill Toolର ବ୍ୟବହାର ହେଉଛି ଅଧିକ ଜଟିଳ | |
02:20 | ସପ୍ତାହର ଦିନ ଓ ବର୍ଷର ମାସଗୁଡ଼ିକର ସମ୍ପୂର୍ଣ୍ଣ ଓ ସଂକେତାକ୍ଷର ପାଇଁ Calc ଏକ ଡିଫଲ୍ଟ ତାଲିକା ପ୍ରଦାନ କରେ | |
02:27 | ନିଜସ୍ୱ ତାଲିକା ସୃଷ୍ଟି କରିବାକୁ ମଧ୍ୟ ଏହା ୟୁଜର୍ ଙ୍କୁ ସମର୍ଥ କରେ | |
02:34 | ଏବେ, ଆମ ଶୀଟ୍ ରେ Days ନାମକ ଏକ ନୂଆ ହେଡିଙ୍ଗ୍ ଇନ୍ସର୍ଟ କରନ୍ତୁ | |
02:38 | ଏହା ତଳେ ଆମେ, ସପ୍ତାହର ସାତ ଦିନକୁ ଅଟୋମେଟିକାଲୀ ପ୍ରଦର୍ଶିତ କରିବା | |
02:43 | Days ହେଡିଙ୍ଗ୍ ତଳେ ଥିବା ପ୍ରଥମ ସାତୋଟି ସେଲ୍ସ ସିଲେକ୍ଟ କରନ୍ତୁ | |
02:48 | ଏବେ, ମେନୁବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି Fill ଅପ୍ସନ୍ କୁ ଯାଆନ୍ତୁ | |
02:53 | ମେନୁରେ ଥିବା Series ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
02:57 | ଦେଖନ୍ତୁ, Fill Series ହେଡିଙ୍ଗ୍ ସହିତ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେଲା | |
03:02 | ଏବେ, Series Type ହେଡିଙ୍ଗ୍ ତଳେ ଥିବା AutoFill ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
03:07 | Start Value ଫିଲ୍ଡରେ ଆମେ, ସପ୍ତାହର ପ୍ରଥମ ଦିନ ଭାବରେ Sunday ଟାଇପ୍ କରିବା | |
03:13 | 1 ଭାବରେ ଇଙ୍କ୍ରିମେଣ୍ଟ୍ ଆଗରୁ ସେଟ୍ ହୋଇସାରିଛି |
OK କ୍ଲିକ୍ କରନ୍ତୁ | |
03:18 | ଦେଖନ୍ତୁ, ସେଲ୍ସରେ ଦିନଗୁଡ଼ିକ ଅଟୋମେଟିକାଲୀ ଏଣ୍ଟର୍ ହୋଇଗଲା | |
03:23 | ଆପଣ କେବଳ ସପ୍ତାହ, ମାସ କିମ୍ୱା ବର୍ଷକୁ ସମାନ ପଦ୍ଧତିରେ ଏଣ୍ଟର୍ କରିପାରିବେ, ଯେହେତୁ ସେଗୁଡ଼ିକ Calcରେ ପ୍ରି-ଡିଫାଇଣ୍ଡ୍ | |
03:32 | ସିକ୍ୱେନ୍ସିଆଲ୍ ଡେଟାର ଅଟୋ-ଫିଲିଙ୍ଗ୍ ପାଇଁ ଅନ୍ୟ ପଦ୍ଧତି ହେଉଛି – |
03:37 | ଗୋଟିଏ ସେଲ୍ ରେ Sunday ଟାଇପ୍ କରି ଏଣ୍ଟର୍ ପ୍ରେସ୍ କରନ୍ତୁ | ଏହା, କଲମ୍ ରେ ପରବର୍ତ୍ତୀ ସେଲ୍ କୁ ଫୋକସ୍ ଶିଫ୍ଟ କରିବ | |
03:46 | ଯେଉଁଠାରେ ଆମେ Sunday ଟାଇପ୍ କରିଥିଲେ, ସେହି ସେଲ୍ କୁ ଯାଆନ୍ତୁ | ଦେଖନ୍ତୁ, ସେଲ୍ ର ତଳ ଡାହାଣ ହାତ କୋଣରେ ଏକ ଛୋଟ କଳା ବକ୍ସ ଦେଖାଯାଉଛି | |
03:55 | ମାଉସ୍ ଦ୍ୱାରା ସେହି ବକ୍ସ ଉପରେ କ୍ଲିକ୍ କରନ୍ତୁ | |
03:57 | ଡାହାଣ ପଟେ ଥିବା ଡିସପ୍ଲେ ବକ୍ସରେ Saturday ଦେଖାଯିବା ପର୍ଯ୍ୟନ୍ତ ତାହାକୁ ତଳକୁ ଟାଣନ୍ତୁ | |
04:04 | ମାଉସ୍ ବଟନ୍ କୁ ଛାଡ଼ି ଦିଅନ୍ତୁ | |
04:06 | ସେଲ୍ ଗୁଡ଼ିକ ଅଟୋମେଟିକାଲୀ ଦିନଗୁଡ଼ିକରେ ପୂର୍ଣ୍ଣ ହୋଇଯିବ | |
04:10 | ସମସ୍ତ ସିକ୍ୱେନ୍ସିଆଲ୍ ଡେଟା ପାଇଁ ଏହି ଟ୍ରିକ୍ କାମ କରେ |
ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
04:17 | Start, End ଓ Increment Value ଏଣ୍ଟର୍ କରି ମଧ୍ୟ ଆପଣ ନମ୍ୱର୍ ଗୁଡ଼ିକର ୱନ୍-ଟାଇମ୍ ଫିଲ୍ ସିରିଜ୍ କ୍ରିଏଟ୍ କରିପାରିବେ | |
04:24 | ଏହାକୁ ପ୍ରଦର୍ଶନ କରିବା ପାଇଁ ପ୍ରଥମେ, A1ରୁ A7 ପର୍ଯ୍ୟନ୍ତ ସେଲ୍ସରେ ଏଣ୍ଟର୍ ହୋଇଥିବା କ୍ରମିକ ସଂଖ୍ୟାଗୁଡ଼ିକୁ ଡିଲିଟ୍ କରନ୍ତୁ | |
04:33 | ସଂଖ୍ୟାଗୁଡ଼ିକୁ ଡିଲିଟ୍ କରିସାରିବା ପରେ, ପୁଣିଥରେ A2 ରୁ A7 ପର୍ଯ୍ୟନ୍ତ ସେଲ୍ସ ସିଲେକ୍ଟ କରନ୍ତୁ | |
04:40 | ଏବେ, ମେନୁବାର୍ ରେ ଥିବା Edit ଅପ୍ସନ୍ ରେ ଓ ତା’ପରେ Fill ଓ Series ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
04:46 | ଆମ ସାମ୍ନାକୁ ଏକ ଡାୟଲଗ୍ ବକ୍ସ ଆସିଲା |
ବର୍ତ୍ତମାନ, ଯଦି ଡିଫଲ୍ଟ ଭାବରେ ସିଲେକ୍ଟ ହୋଇନଥିବ, ତେବେ Series Type ତଳେ ଥିବା Linear ଅପ୍ସନ୍ କ୍ଲିକ୍ କରନ୍ତୁ | |
04:57 | Start Value ଫିଲ୍ଡରେ, ପ୍ରଥମ କ୍ରମିକ ସଂଖ୍ୟା ଭାବରେ 1 ଟାଇପ୍ କରନ୍ତୁ | |
05:03 | End Value ଫିଲ୍ଡରେ ଶେଷ ଭାଲ୍ୟୁ ଭାବରେ 6 ଏଣ୍ଟର୍ କରନ୍ତୁ | |
05:08 | ଏବେ, 1କୁ Increment ଭାଲ୍ୟୁ ଭାବରେ ସେଟ୍ କରି ଶେଷରେ OK କ୍ଲିକ୍ କରନ୍ତୁ | |
05:14 | ଦେଖନ୍ତୁ, ସିକ୍ୱେନ୍ସିଆଲ୍ ସିରିଅଲ୍ ନମ୍ୱର୍ସ ସହିତ ସେଲ୍ ଗୁଡ଼ିକ ଅଟୋମେଟିକାଲୀ ପୂର୍ଣ୍ଣ ହୋଇଗଲା | |
05:21 | ଏହି ସମସ୍ତ କ୍ଷେତ୍ରରେ, Fill Tool ସେଲ୍ସ ମଧ୍ୟରେ କେବଳ ଏକ କ୍ଷଣିକ ସଂଯୋଗ ସୃଷ୍ଟି କରିଥାଏ | ଥରେ ସେଗୁଡ଼ିକ ପୂରଣ ହୋଇଗଲେ, ସେଲ୍ ଗୁଡ଼ିକର ପରସ୍ପର ସହିତ କୌଣସି ସମ୍ପର୍କ ରୁହେନାହିଁ | |
05:32 | Fill Tool ବ୍ୟତୀତ Selection Lists ନାମକ ଆଉ ଏକ ସ୍ପୀଡ୍ ଅପ୍ ଟୁଲ୍ ଅଛି, ଯାହା କେବଳ ଟେକ୍ସଟ୍ ବ୍ୟବହାର ପାଇଁ ସୀମିତ | |
05:40 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଏହି ବିଷୟରେ ଆଲୋଚନା କରିବା | |
05:45 | Fill Tools ଓ Selection Lists ବିଷୟରେ ଜାଣିବା ପରେ, ଶୀଟ୍ ମଧ୍ୟରେ କଣ୍ଟେଣ୍ଟ୍ କିପରି ଶେୟାର୍ କରାଯାଏ, ତାହା ଏବେ ଜାଣିବା | |
05:52 | ମଲ୍ଟିପୁଲ୍ ଶୀଟ୍ସର ସମାନ ସେଲ୍ ରେ ସମାନ ସୂଚନା ଏଣ୍ଟର୍ କରିବାକୁ Calc ୟୁଜର୍ କୁ ଏନାବଲ୍ କରିଥାଏ | |
05:58 | ଏହାର ଅର୍ଥ, ପୃଥକ୍ ଭାବେ ପ୍ରତ୍ୟେକ ଶୀଟ୍ ରେ ସମାନ ତାଲିକା ଏଣ୍ଟର୍ କରିବା ପରିବର୍ତ୍ତେ ଆପଣ ଥରକରେ ସମସ୍ତ ଶୀଟ୍ ରେ ତାହାକୁ ଏଣ୍ଟର୍ କରିପାରିବେ | |
06:07 | Personal-Finance-Tracker.ods ଫାଇଲ୍ ରେ ଆମର ସମଗ୍ର ଡେଟା Sheet 1ରେ ଅଛି | |
06:14 | ଏବେ ଆମେ ଶୀଟ୍ ୧ରେ ଥିବା ଡେଟାକୁ ଶୀଟ୍ ୨ ଓ ଶୀଟ୍ ୩ରେ ଦେଖାଇବାକୁ ଚାହୁଁଛେ | |
06:21 | ତେଣୁ ଆମେ, ମେନୁବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି Sheet ଅପ୍ସନ୍ ରେ କ୍ଲିକ୍ କରିବା | |
06:27 | ଏବେ, Select ଉପରେ କ୍ଲିକ୍ କରନ୍ତୁ | |
06:30 | ପ୍ରଦର୍ଶିତ ଡାୟଲଗ୍ ବକ୍ସରେ ଶିଫ୍ଟ କୀ ବ୍ୟବହାର କରି Sheet 1, Sheet 2 ଓ Sheet 3 ଅପ୍ସନ୍ ସିଲେକ୍ଟ କରନ୍ତୁ | |
06:40 | OK ବଟନ୍ ରେ କ୍ଲିକ୍ କରନ୍ତୁ | |
06:42 | ଏହା ଆମକୁ Sheet 1କୁ ଫେରାଇନେବ | |
06:45 | ଏବେ, Sheet 1ରେ କିଛି ଡେଟା ଏଣ୍ଟର୍ କରନ୍ତୁ | |
06:49 | ଉଦାହରଣସ୍ୱରୂପ, F12 ସେଲ୍ ରେ This will be displayed on multiple sheets ଟାଇପ୍ କରନ୍ତୁ | |
06:57 | ଗୋଟିଏ ପରେ ଗୋଟିଏ କରି Sheet 2 ଓ Sheet 3ରେ କ୍ଲିକ୍ କରନ୍ତୁ | |
07:02 | ଦେଖନ୍ତୁ, ପ୍ରତ୍ୟେକ ଶୀଟ୍ ର F12 ସେଲ୍ ରେ ସମାନ ଡେଟା ରହିଛି | |
07:09 | ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
07:12 | ଏହାପରେ ଆମେ, ସେଲ୍ସରେ ଥିବା ଡେଟାକୁ ବିଭିନ୍ନ ମାର୍ଗରେ କିପରି ଡିଲିଟ୍ ଓ ଏଡିଟ୍ କରାଯାଏ, ସେହି ବିଷୟରେ ଶିଖିବା | |
07:18 | ସେଲ୍ ର କୌଣସି ଫର୍ମାଟିଙ୍ଗ୍ ନକାଢ଼ି ଡେଟା ଡିଲିଟ୍ କରିବା ପାଇଁ, ସେଲ୍ କୁ ସିଲେକ୍ଟ କରନ୍ତୁ | |
07:25 | ଦେଖନ୍ତୁ, Input Line ଫିଲ୍ଡରେ ସେଲ୍ ର ଡେଟା ପ୍ରଦର୍ଶିତ ହେଲା | |
07:30 | ଏବେ, କୀବୋର୍ଡର BackSpace ବଟନ୍ ପ୍ରେସ୍ କରନ୍ତୁ | |
07:35 | ଡେଟା ଡିଲିଟ୍ ହେବାର ଦେଖନ୍ତୁ | |
07:37 | ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
07:39 | ଗୋଟିଏ ସେଲ୍ ରେ ଡେଟା ରିପ୍ଲେସ୍ କରିବାକୁ, ସେଲ୍ କୁ ସିଲେକ୍ଟ କରନ୍ତୁ ଓ ପୁରୁଣା ଡେଟା ଉପରେ ଟାଇପ୍ କରନ୍ତୁ | |
07:46 | ନୂଆ ଡେଟା ଅରିଜିନାଲ୍ ଫର୍ମାଟିଙ୍ଗ୍ ରେ ରହିବ |
ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
07:52 | ଗୋଟିଏ ସେଲ୍ ରେ ଡେଟାର ଏକ ଅଂଶ ପରିବର୍ତ୍ତନ କରିବା ପାଇଁ, କଣ୍ଟେଣ୍ଟ୍ କୁ ନକାଢ଼ି, ସେଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ | |
08:01 | ଏବେ, କର୍ସର୍ ନେଭିଗେଟ୍ କରି, ନିଜ ଆବଶ୍ୟକତା ଅନୁସାରେ ଆପଣ ସେଲ୍ ଏଡିଟ୍ କରିପାରିବେ | |
08:07 | ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
08:09 | ଏହା ଆମକୁ ଲିବର୍ ଅଫିସ୍ Calc ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ: |
08:15 | ସଂକ୍ଷେପରେ ଆମେ ଯାହା ଶିଖିଲେ: |
08:17 | Fill Tools ଓ Selection Lists ବ୍ୟବହାର କରି ସ୍ପୀଡ୍ ଅପ୍ |
08:20 | ଶୀଟ୍ସ ମଧ୍ୟରେ କଣ୍ଟେଣ୍ଟ୍ ଶେୟାରିଙ୍ଗ୍ | |
08:23 | ଡେଟା ରିମୁଭ୍, ରିପ୍ଲେସ୍ କରିବା ଓ ଡେଟାର ଅଂଶ ପରିବର୍ତ୍ତନ କରିବା |
08:29 | * ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
08:32 | * ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ |
08:35 | * ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
08:40 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
08:43 | * ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନର ଆୟୋଜନ କରେ |
08:46 | *ଅନଲାଇନ୍ ରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
08:49 | * ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:55 | * ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:00 | * ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:07 | * ଏହି ମିଶନ୍ ଉପରେ ଅଧିକ ବିବରଣୀ |
09:11 | * ସ୍ପୋକେନ୍-ଟ୍ୟୁଟୋରିଆଲ୍.ଅର୍ଗ/NMEICT-ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
09:18 | *ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |