LibreOffice-Suite-Writer/C4/Creating-newsletter/Oriya

From Script | Spoken-Tutorial
Revision as of 17:15, 20 August 2014 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
VISUAL CUE NARRATION
00:00 ଲିବର୍ ଅଫିସ୍ ରାଇଟର୍ ର, ’ଅନେକ କଲମ୍ସ ରେ ସୁଚନା-ପତ୍ର ପ୍ରସ୍ତୁତ ’ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 ଲିବର ଅଫିସ ରାଇଟର ରେ ସୁଚନାପତ୍ର ପ୍ରସ୍ତୁତ କରି କିପରି କାର୍ଯ୍ୟ କରାଯାଇପାରିବ, ଏହି ଟ୍ୟୁଟୋରିଆଲ ରେ ଆମେ ଶିଖିବା |
00:17 ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ ଭାବରେ ଉବୁଣ୍ଟୁ ଲିନକ୍ସ୍ ୧୦.୦୪ ବ୍ୟବହାର କରୁଛୁ ଏବଂ ଲିବର ଅଫିସ ସୁଟ୍ ଭର୍ସନ ୩.୩.୪ ର |
00:27 ସୁଚନାପତ୍ର ଏକ ପ୍ରକାଶନ ଭଳି ଅଟେ, ଯାହାକୁ ଏକ ନିୟମିତ ସମୟ ବ୍ୟବଧାନରେ ପ୍ରଚାରିତ କରାଯାଇଥାଏ | ଉଦାହରଣସ୍ୱରୂପ- ନିୟମିତକାଳିକ ପତ୍ରିକା, ପ୍ରଚାର ପତ୍ରିକା ଏବଂ ବହୁତ କିଛି |
00:39 ଏଥିରେ ଭାଗ ଭାଗ ହୋଇ ଅନେକ କଲମ୍ସ ଥାଏ, ଯାହା ଏଥିରେ ଥିବା ବିଭିନ୍ନ ଆର୍ଟିକିଲଗୁଡ଼ିକ ପଢ଼ିବା ପାଠକମାନଙ୍କ ପାଇଁ ସରଳ କରିଥାଏ |
00:47 ଲିବର୍ ଅଫିସ୍ ରାଇଟର୍ ବ୍ୟବହାର କରି ସୂଚନାପତ୍ର ପ୍ରସ୍ତୁତ କରାଯାଇପାରେ, ଯାହା ଆର୍ଟିକିଲ୍ ଗୁଡ଼ିକୁ ପଢ଼ିବା ସରଳ ଏବଂ ଦ୍ରୁତ କରିଥାଏ | 00:55 “File’’ “New” ଏବଂ “Text Document” ଅପ୍ସନ୍ ଉପରେ କ୍ଲିକ୍ କରି ଏକ ନୂଆ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଖୋଲନ୍ତୁ |
01:03 ଏହି ଡକ୍ୟୁମେଣ୍ଟ୍ କୁ “Newsletter” ଫାଇଲ୍ ନାମରେ ସେଭ୍ କରନ୍ତୁ |
01:13 ବର୍ତ୍ତମାନ, ଆମ ପାଖରେ “Newsletter” ନାମରେ ନୂଆ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଅଛି |
01:17 ଏବେ ଡକୁମେଣ୍ଟ ରେ କଲମ୍ସ ଇନ୍ସର୍ଟ କରନ୍ତୁ |
01:20 ଏଥିପାଇଁ, ମେନୁ ବାର୍ ରେ ଥିବା “Format” ବଟନ ଉପରେ କ୍ଲିକ୍ କରି “Columns” ରେ କ୍ଲିକ୍ କରନ୍ତୁ |
01:27 ବିଭିନ୍ନ ଅପ୍ସନ୍ ସହିତ ଏକ ଡାୟଲଗ୍ ବକ୍ସ୍ ଦେଖାଯାଇଥାଏ |
01:31 ଯେତିକି କଲମ୍ସ ଦରକାର ତାହା ବାଛନ୍ତୁ,
01:34 ଏହି କଲମ୍ସ ଗୁଡିକର Width and Spacing ନିର୍ଦ୍ଧାରିତ କରିବା |
01:37 ଏଥିସହିତ Separator line ର ବିଭିନ୍ନ ବିଶେଷତାଗୁଡିକୁ ନିର୍ଦ୍ଧାରିତ କରିବା |
01:42 ଆମେ କଲମ୍ ଫିଲଡ୍ ର ଭାଲ୍ୟୁ “2” ବଢାଇ ,ସୂଚନାପତ୍ର ଡକ୍ୟୁମେଣ୍ଟ୍ ପାଇଁ ଦୁଇଟି କଲମ୍ସ୍ ବାଛିବା |
01:49 କଲମ୍ ଫିଲ୍ଡ୍ ପାଖରେ ଥିବା ପାଞ୍ଚଟି ଆଇକନ୍ସ ଉପଲବ୍ଧ ବିଭିନ୍ନ ଫର୍ମାଟ୍ ଗୁଡ଼ିକର ପ୍ରିଭ୍ୟୁ ଦେଖାଇଥାଏ |
01:56 ଦ୍ୱିତୀୟ ଫର୍ମାଟ୍ ଉପରେ କ୍ଲିକ୍ କରନ୍ତୁ |
01:59 କଲମ୍ସ୍ ର ବିଶେଷତା ପରିଭାଷିତ କରୁଥିବା ଅନ୍ୟ ଭାଲ୍ୟୁଗୁଡ଼ିକୁ ଡିଫଲ୍ଟ୍ ରଖିବା |
02:05 “OK” ବଟନ୍ ଉପରେ କ୍ଲିକ୍କ କରନ୍ତୁ |
02:08 ଆପଣ ଦେଖିପାରୁଥିବେ କି ଟେକ୍ସଟ୍ କ୍ଷେତ୍ରରେ ଦୁଇଟି କଲମ୍ସ୍ ପ୍ରଦର୍ଶିତ ହେଉଛି |
02:12 ପ୍ରଥମ କଲମରେ ଏକ ଲେଖା ଲେଖିବା |
02:15 ମୋଟା ଅକ୍ଷରରେ ଫଣ୍ଟ୍ ସାଇଜ 15 ସହିତ ଏହାର ଶୀର୍ଷକ “Nature” ଦେବା |
02:21 ତଳେ ଏହା ଉପରେ ଏକ ଆର୍ଟିକିଲ୍ ଲେଖିବା |
02:25 ଦେଖନ୍ତୁ ,ପ୍ରଥମ କଲମ୍ ର ଶେଷରେ ପହଁଞ୍ଚିବା ପରେ କର୍ସର୍ ଆପେ ଆପେ ପରବର୍ତ୍ତୀ କଲମକୁ ଚାଲିଯାଉଛି |
02:33 ଏହି କଲମରେ ଚିତ୍ର ପ୍ରବିଷ୍ଟ କରିପାରନ୍ତି ଏବଂ କଲମ୍ ରେ ସଠିକ୍ ଭାବରେ ସେଟ୍ ହେବାପରି ତା’ର ଆକାର ବଦଳାଇ ପାରନ୍ତି |
02:39 ଏବେ କିଛି ସ୍ପେସ୍ ଛାଡ଼ିକରି ଆପଣ କଲମରେ ଆଉ ଏକ ଆର୍ଟିକିଲ୍ ଲେଖିପାରନ୍ତି |
02:46 ମୋଟା ଅକ୍ଷରରେ ଫଣ୍ଟ୍ ସାଇଜ 15 ସହିତ ଏହାର ଏକ ଶୀର୍ଷକ “Sports” ଦେଇ ତଳକୁ ଏହା ବିଷୟରେ ଏକ ଆର୍ଟିକିଲ୍ ଲେଖିବା |
02:56 କଲମ୍ସ୍ ଏହାକୁ ପାଠକଙ୍କ ପାଇଁ ଅନେକ ଆର୍ଟିକିଲ୍ କୁ ଯିବା ସରଳ କରିଥାଏ |
03:02 କିଛି ବାକ୍ୟକୁ ଡିଲିଟ୍ କରିଦେବା, ଯାହାଦ୍ୱାରା ଆର୍ଟିକିଲ୍ ଟି ପ୍ରଥମ କଲମରେ ହିଁ ସେଟ୍ ହୋଇଯିବ |
03:08 ପରବର୍ତ୍ତୀ କଲମ୍ସ ପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ “insert” ବଟନ ଉପରେ କ୍ଲିକ୍ କରି, “Manual Break" ଉପରେ କ୍ଲିକ୍ କରନ୍ତୁ |
03:16 ଡାୟଲଗ୍ ବକ୍ସ୍ ରେ ଦେଖାଯାଉଥିବା, Column break” ବଟନ୍ ଉପରେ କ୍ଲିକ୍ କରି, “OK” ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:23 ଦେଖନ୍ତୁ, କର୍ସର୍ ପରବର୍ତ୍ତୀ କଲମ୍ କୁ ଆପେ ଆପେ ଆସିଯାଉଛି |
03:27 ଆପଣ ଏହି କଲମ୍ ରେ ଆଉ ଏକ ଆର୍ଟିକିଲ୍ ଲେଖିବା ଆରମ୍ଭ କରିପାରନ୍ତି |
03:31 ସମସ୍ତ ଫର୍ମାଟିଙ୍ଗ୍ ଅପ୍ସସନ୍ ଯେପରି କି –
03:33 “Align left,” “Align right”,
03:36 ଟେକ୍ସଟ୍ ରେ “Background Colour” ଯୋଡିବା,
03:38 ଟେକ୍ସଟ୍ କୁ “Highlight” କରିବା ଓ ଆହୁରି ଅନେକ ବିଶେଷତା
03:41 ଟେକ୍ସଟ୍ କୁ ଆକର୍ଷକ କରିବା ପାଇଁ ଯୋଡ଼ା ଯାଇପାରିବ |
03:45 ଉଦାହରଣସ୍ୱରୁପ, ବ୍ୟାକଗ୍ରାଉଣ୍ଡ୍ କଲର୍ ଲାଗୁ କରିବାକୁ ଚାହୁଁଥିବା ଟେକ୍ସଟ୍ ର ଭାଗକୁ ସିଲେକ୍ଟ କରନ୍ତୁ |
03:51 ଟୁଲବାର୍ ରେ “Background Colour” ଆଇକନ୍ ଉପରେ କ୍ଲିକ୍ କରି “Green 4” କ୍ଲିକ୍ କରନ୍ତୁ |
03:59 ଦେଖନ୍ତୁ, ସିଲେକ୍ଟ ହୋଇଥିବା ଟେକ୍ସଟ୍ ର ବ୍ୟାକଗ୍ରାଉଣ୍ଡ୍ କଲର୍ Light Green ରେ ବଦଳି ଯାଇଛି |
04:05 ଆପଣ ଟେକ୍ସଟ୍ ର ବିଭିନ୍ନ ଭାଗକୁ ଭିନ୍ନ ଭିନ୍ନ ବ୍ୟାକଗ୍ରାଉଣ୍ଡ୍ କଲର୍ ଦେଇପାରନ୍ତି |
04:10 ଏପରିକି, ଆପଣ ଡ୍ରଇଙ୍ଗ୍ ଟୁଲବାର୍ ରେ “Text” ଅପ୍ସନ୍ ଉପରେ ପ୍ରଥମ କ୍ଲିକ୍ କରି ସୂଚନାପତ୍ରରେ ବ୍ୟାନର୍ ମଧ୍ୟ ଯୋଡ଼ିପାରିବେ |
04:18 ଡକ୍ୟୁମେଣ୍ଟର ଖାଲି ସ୍ଥାନରେ ଟେକ୍ସଟ୍ ବକ୍ସକୁ ରଖନ୍ତୁ |
04:24 ଟେକ୍ସଟ୍ ବକ୍ସ ମଧ୍ୟରେ ଯେକୌଣସି ଟେକ୍ସଟ୍ ଲେଖି ପାରନ୍ତି, ଯାହା ବ୍ୟାନର କିମ୍ୱା ବିଜ୍ଞାପନ ଭାବରେ କାର୍ଯ୍ୟ କରିବ |
04:30 କିଛି ଟେକ୍ସଟ୍ ଟାଇପ କରିବା ଯେପରି “This is a newsletter”. |
04:35 ଏହି ଟେକ୍ସଟ୍ ରେ ଇଫେକ୍ଟ ଯୋଡ଼ାଯାଇପାରେ |
04:37 ଉଦାହରଣସ୍ୱରୂପ, ପ୍ରଥମେ ଟେକ୍ସଟ୍ ଉପରେ ରାଇଟ୍ କ୍ଲିକ୍ କରି ମେନୁରେ ଥିବା “Text” ଅପ୍ସସନ୍ ଉପରେ କ୍ଲିକ୍ କରନ୍ତୁ |
04:45 “Text” ଏବଂ “Text Animation” ନାମକ ଟ୍ୟାବ୍ସ ଥିବା ଏକ ଡାୟଲଗ୍ ବକ୍ସ୍ ପ୍ରଦର୍ଶିତ ହୋଇଥାଏ |
04:50 “Text Animation” ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ |
04:53 ଏହି ଟ୍ୟାବ୍ ର “Effects” ଫିଲ୍ଡରେ ଅନେକ ଅପ୍ସସନ୍ ଅଛି |
04:58 ସୂଚନାପତ୍ରରେ ଟେକ୍ସଟ୍ କୁ ଚକମକିଆ କରିବା ପାଇଁ, “Blink” ଅପ୍ସସନ୍ ଉପରେ କ୍ଲିକ୍ କରନ୍ତୁ |
05:04 “OK” ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:07 ଆମେ ଦେଖୁଛେ, ଟେକ୍ସଟ୍ “This is a newsletter” ଲଗାତାର ଧପଧପ ହେଉଛି |
05:13 ଟେକ୍ସଟ୍ ଉପରେ ଏହିପରି ବିଭିନ୍ନ ଗ୍ରାଫିକ୍ସ୍ ଏବଂ ଇଫେକ୍ଟସ୍ ଦିଆଯାଇପାରିବ |
05:18 ପରବର୍ତ୍ତୀ pageରେ ନୂଆ ଲେଖା ଲେଖିବା ନିମନ୍ତେ, ପ୍ରଥମେ “Insert” ବଟନ ଉପରେ କ୍ଲିକ୍ କରନ୍ତୁ |
05:25 “Manual Break” ଅପ୍ସସନ୍ ଉପରେ କ୍ଲିକ୍ କରନ୍ତୁ|
05:29 ପ୍ରଦର୍ଶିତ ଡାୟଲଗ୍ ବକ୍ସରେ ଥିବା “Page break” ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:34 “OK” ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:37 ଦେଖନ୍ତୁ, କର୍ସର୍ ପରବର୍ତ୍ତୀ ପେଜ୍ କୁ ଆସିଯାଇଛି |
05:40 ଏହି ପେଜ୍ ରେ ମଧ୍ୟ ପୂର୍ବ ପେଜ୍ ପରି କଲମ୍ ଫର୍ମାଟ୍ ରହିଛି |
05:46 ଆର୍ଟିକିଲ୍ ର ଶଦ୍ଦ ଗଣତି ପାଇଁ ପ୍ରଥମେ ଟେକ୍ସଟ୍ ର ଭାଗ କିମ୍ୱା ପୁରା ଡକ୍ୟୁମେଣ୍ଟ୍ ସିଲେକ୍ଟ କରନ୍ତୁ |
05:53 ମେନୁବାର୍ ରେ “Tools” ଅପ୍ସସନ୍ ଉପରେ କ୍ଲିକ୍ କରନ୍ତୁ |
05:57 ଡ୍ରପଡ଼ାଉନ୍ ବକ୍ସ୍ ରେ ଥିବା “Word Count” ଅପ୍ସସନ୍ ରେ କ୍ଲିକ୍ କରନ୍ତୁ |
06:02 ପ୍ରଦର୍ଶିତ ଡାୟଲଗ୍ ବକ୍ସ, ଆପଣ ସିଲେକ୍ଟ କରିଥିବା ସମେତ ପୂରା ଡକ୍ୟୁମେଣ୍ଟ୍ ର ଶଦ୍ଦ ଗଣତି କହିଥାଏ |
06:10 ଏହା ପୂରା ଡକ୍ୟୁମେଣ୍ଟ୍ ସହିତ ସିଲେକ୍ଟ୍ କରାଯାଇଥିବା ଟେକ୍ସଟ୍ ର ସମଷ୍ଟି ଦର୍ଶାଇଥାଏ |
06:18 ଡକ୍ୟୁମେଣ୍ଟ୍ ଲେଖିବା ସମୟରେ ଅଟୋମେଟିକାଲୀ ସ୍ପେଲ୍ ଚେକ୍ କରିହେବ |
06:23 ଟୁଲବାର୍ ରେ “AutoSpellcheck” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
06:27 ଆର୍ଟିକିଲ୍ ଲେଖିବା ସମୟରେ, ଭୁଲ ଶଦ୍ଦ ବନାନକୁ ରାଇଟର୍ ସ୍ୱତଃ ଲାଲ୍ ରେଖାରେ ରେଖାଙ୍କିତ କରିଥାଏ |
06:37 ଉଦାହରଣସ୍ୱରୁପ, ଯଦି “Cat” କୁ “C -A -A –T” ଭାବରେ ଲେଖି ସ୍ପେସ୍-ବାର୍ ଦବାଯାଏ ତେବେ, ତାହା ତଳେ ଏକ ରେଖା ପ୍ରଦର୍ଶିତ ହେବ |
06:48 ଶଦ୍ଦଗୁଡ଼ିକୁ ଠିକ୍ କରିଦେଲେ, ଲାଲ୍ ରେଖା ଲିଭିଯାଏ |
06:52 ପୂର୍ବ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଚର୍ଚ୍ଚା କରାଯାଇଥିବା ସମସ୍ତ ଫର୍ମାଟିଙ୍ଗ୍ ଅପ୍ସସନ୍ସକୁ ସୂଚନାପତ୍ରରେ ମଧ୍ୟ ଲାଗୁ କରାଯାଇପାରିବ |
07:01 ଏବେ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟରିଆଲ୍ ର ଶେଷକୁ ଆସିଛେ |
07:06 ସକ୍ଷିପ୍ତରେ ଆମେ ଶିଖିଲେ ଯେ, ଲିବର୍ ଅଫିସ୍ ରାଇଟର୍ ରେ ସୂଚନା ପତ୍ରଗୁଡ଼ିକୁ ପ୍ରସ୍ତୁତ କରି ସେଥିରେ କିଛି କାର୍ଯ୍ୟ କିପରି କରିପାରିବା |
07:17 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡ଼ିଓକୁ ଦେଖନ୍ତୁ |
07:21 *ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ କୁ ସାରାଂଶିତ କରିଥାଏ |
07:24 * ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
07:28 ସ୍ପୋକନ୍ ଟ୍ୟୁଟୋରିୟାଲ୍ ପ୍ରୋଜେକ୍ଟ୍ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କର୍ମଶାଳା ଚଲାଏ |
07:34 ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଏ |
07:38 * ଅଧିକ ବିବରଣୀ ପାଇଁ କଣ୍ଟାକ୍ଟ @ ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ (contact [at] spoken hyphen tutorial dot org)କୁ ଲେଖନ୍ତୁ |
07:44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ ଟକ୍-ଟୁ-ଏ-ଟିଚର୍ ପ୍ରୋଜେକ୍ଟ୍ ର ଅଶଂ ଅଟେ |
07:48 ଏହା, ଭାରତ ସରକାରଙ୍କର MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:56 ଏହି ମିଶନ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି |
08:00 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken hyphen tutorial dot org slash NMEICT hyphen Intro)
08:07 * ଏହି ଟ୍ୟୁଟୋରିଆଲ୍ ରଶ୍ମିତା ମହାପାତ୍ରଙ୍କ ଦ୍ୱାରା ଅନୁବାଦିତ ହୋଇଛି ଏବଂ ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep