Health-and-Nutrition/C2/Side-lying-hold-for-breastfeeding/Oriya
From Script | Spoken-Tutorial
00:01 | ସ୍ତନ୍ୟପାନ କରାଇବା ପାଇଁ କଡ଼ କରି ଶୋଇ ଧରିବା ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ, ସ୍ତନ୍ୟପାନ କରିବା ପାଇଁ ଜଣେ ମା’ ଓ ତାଙ୍କର ଶିଶୁକୁ ସଠିକ୍ ଧରିବା କୌଶଳ ଚୟନ କରିବା ବିଷୟରେ ଆମେ ଶିଖିବା |
00:13 | ସ୍ତନ୍ୟପାନ ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ କଡ଼ କରି ଶୋଇବା ପଦ୍ଧତିରେ କିପରି ଧରିବେ |
00:20 | ଚାଲନ୍ତୁ ଆରମ୍ଭ କରିବା.
ସାରା ପୃଥିବୀରେ ମା’ମାନେ ନିଜର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରରେ ଧରିଥା’ନ୍ତି |
00:27 | ପୂର୍ବରୁ ଗୋଟିଏ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି,
ଜଣେ ମା’ଙ୍କ ପାଇଁ ତାଙ୍କ ଶିଶୁକୁ ସ୍ତନ୍ୟପାନ କରାଇବାର ସବୁଠାରୁ ଭଲ ଉପାୟ ହେଉଛି, ଯେଉଁଥିରେ ଉଭୟ ମା’ ଓ ଶିଶୁ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିବେ |
00:40 | ଶିଶୁ ମା’ଙ୍କର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋଇଥାଏ |
00:45 | ଏବଂ ଯଥେଷ୍ଟ କ୍ଷୀର ପାନ କରିଥାଏ |
00:49 | ଧରିବା ପାଇଁ କଡ଼ କରି ଶୋଇବା ଭଳି ଗୋଟିଏ ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା |
00:54 | ଏହି ପଦ୍ଧତିର ପରାମର୍ଶ ସେତେବେଳେ ଦିଆଯାଇଥାଏ, ଯଦି ମା’ ରାତିରେ ସ୍ତନ୍ୟପାନ କରାଉଥିବେ |
00:59 | କିମ୍ବା ମା’ଙ୍କର ଅସ୍ତ୍ରୋପଚାର ଦ୍ଵାରା ପ୍ରସବ କରାଯାଇଥିବ |
01:03 | କିମ୍ବା ଯେତେବେଳେ ମା’ ଥକି ଯାଇଥିବେ |
01:06 | ଶିଶୁକୁ ଖୁଆଇବା ପୂର୍ବରୁ, ମା’ ନିଶ୍ଚିତ ରୂପେ ନିଜ ହାତକୁ ସାବୁନ୍ ଓ ପାଣିରେ ସଫା କରି ଶୁଖାଇବା ଉଚିତ |
01:14 | ତା’ପରେ ସେ ଗୋଟିଏ ଗ୍ଲାସ୍ ଫୁଟା ଯାଇ ଥଣ୍ଡା କରାଯାଇଥିବା ପାଣି ପିଇବେ |
01:18 | ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନକୁ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ.
ତେଣୁ, ସେମାନଙ୍କର ଦୈନିକ ଅଧିକ ପାଣି ପିଇବା ଆବଶ୍ୟକ |
01:30 | ତା’ପରେ, ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ତାହାକୁ ଅନାବୃତ କରିବେ |
01:35 | ବ୍ରା କିମ୍ବା ବ୍ଲାଉଜ୍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ |
01:41 | ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ସେହି କଡ଼କରି ଆରାମରେ ଶୋଇବେ |
01:48 | ସେ ନିଜର ମୁଣ୍ଡ ତଳେ ଗୋଟିଏ ତକିଆ ରଖିବା ସହିତ ଶୋଇବା ସମୟରେ ଗଡ଼ି ନଯିବା ପାଇଁ ନିଜର ଗୋଡ଼ ମଝିରେ ମଧ୍ୟ ତକିଆ ରଖିବା ଉଚିତ |
01:57 | ଏହି ଛବିରେ ଥିବା ମା’ ନିଜର ପିଲାକୁ ଡାହାଣ ସ୍ତନରୁ କ୍ଷୀର ଖୁଆଉଥିବାରୁ ସେ ଡାହାଣ ପଟକୁ ମୁହଁ କରି ଶୋଇଛନ୍ତି |
02:06 | ତା’ପରେ, ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଶିଖିବା |
02:12 | ଶିଶୁକୁ ମା’ଙ୍କ କଡ଼ରେ ଏପରି ରଖନ୍ତୁ, ଯେପରି ତା’ର ପେଟ ମା’ଙ୍କ ଶରୀର ଦ୍ଵାରା ସାମାନ୍ୟ ଚାପି ହୋଇରହିବ |
02:21 | ମା’ ଯେଉଁ ପଟିଆ ଶୋଇଥିବେ, ସେହି ହାତରେ ଶିଶୁର ଆଶ୍ରା ଦେବେ |
02:29 | ଏହି ଛବିରେ ଥିବା ମା’ ନିଜର ଶିଶୁକୁ ଡାହାଣ ହାତରେ ଆଶ୍ରା ଦେଇଛନ୍ତି |
02:36 | ଶିଶୁକୁ ନିଜ ଶରୀର ସହିତ ଲାଗି କରି ରଖିବା ପାଇଁ, ମା’ ତା’ ପଛପଟେ ଗୋଟିଏ ତକିଆ ରଖିପାରିବେ |
02:42 | ସେମାନଙ୍କ ମଧ୍ୟରେ ବ୍ୟବଧାନ ଯେତେ କମ୍ ହେବ, ଶିଶୁକୁ ସ୍ତନ ନିକଟରେ ପହଞ୍ଚିବା ସେତେ ସହଜ ହେବ |
02:49 | ଏବଂ ଶିଶୁକୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସହଜ ହେବ |
02:55 | ମନେରଖନ୍ତୁ- ମା’ କଦାପି ନିଜ ପିଠିକୁ ବଙ୍କା କରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ, ଏହା ଦ୍ଵାରା ଶିଶୁର ପେଟ ଏବଂ ମା’ଙ୍କ ଶରୀର ମଧ୍ୟରେ ବ୍ୟବଧାନ ବଢ଼ିଯିବ |
03:06 | ସେ ସର୍ବଦା ନିଜର ପିଠିକୁ ସିଧା ରଖିବେ ଏବଂ ଶିଶୁକୁ ସ୍ତନ ନିକଟକୁ ଆଣିବେ |
03:12 | ଦ୍ଵିତୀୟ ଜରୁରୀ କଥା ହେଉଛି ଶିଶୁର ସମ୍ପୂର୍ଣ୍ଣ ଶରୀରକୁ କେଉଁ ଭଳି ଧରିବେ |
03:21 | ଆପଣ ଲକ୍ଷ୍ୟ କରିଥିବେ ଯେ, ଆମେ ଖାଦ୍ୟ ଖାଇବାବେଳେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ଦିଗରେ ରହିଥାଏ |
03:31 | ସେହିପରି ସ୍ତନ୍ୟପାନ ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିବା ଆବଶ୍ୟକ |
03:39 | ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବାରେ ସହଜ ହୋଇଥାଏ |
03:44 | ଏବେ ଆମେ ଶିଶୁର ଶରୀରକୁ ଧରି ରଖିବାର ତୃତୀୟ ସୋପାନ ବିଷୟରେ ଜାଣିବା |
03:50 | ମା’ ଶିଶୁର ପିଠିକୁ ନିଜ ହାତ ଦ୍ଵାରା ଆଶ୍ରା ଦେବା ଉଚିତ |
03:54 | ଅନ୍ୟଥା, ଶିଶୁକୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ |
04:01 | ତା’ପରେ ଶିଶୁର ନାକ ଓ ଥୋଡ଼ିର ଅବସ୍ଥିତି ବିଷୟରେ ଜାଣିବା |
04:07 | ଶିଶୁର ନାକ ନିପ୍ପଲ୍ ସିଧାରେ ରହିବା ଆବଶ୍ୟକ |
04:13 | ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବ |
04:17 | ଏହା ଦ୍ଵାରା ଲାଚିଂ ସମୟରେ ଆରିଓଲାର ନିମ୍ନ ଅଂଶର ବହୁତ ଭାଗ ଶିଶୁ ପାଟିରେ ରହିପାରିବ |
04:25 | ଏବଂ ସେ ନିମ୍ନ ମାଢ଼ିକୁ ବ୍ୟବହାର କରି ଭଲ ଭାବରେ ଅଧିକ କ୍ଷୀର ପିଇପାରିବ |
04:32 | ଦୟାକରି ଧ୍ୟାନ ଦିଅନ୍ତୁ- ନିପ୍ପଲ୍ର ଚାରିପଟେ ଥିବା ଗାଢ଼ କଳା ଅଂଶକୁ ଆରିଓଲା କୁହାଯାଏ |
04:39 | ବର୍ତ୍ତମାନ ଶିଶୁକୁ ଭଲ ଭାବରେ ଧରାଯାଇଛି, ସ୍ତନକୁ ଧରିରଖିବା ବିଷୟରେ ଚାଲନ୍ତୁ ଜାଣିବା |
04:46 | ଖାଲିଥିବା ହାତର ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ମା’ ସ୍ତନକୁ C ଆକାରର କପ୍ ଭଳି ଧରି ରଖିବେ |
04:55 | ଏହି ଛବିରେ ଥିବା ମା’ ନିଜର ଡାହାଣ ସ୍ତନକୁ ଧରିବା ପାଇଁ ବାମ ହାତକୁ ବ୍ୟବହାର କରିଛନ୍ତି |
05:05 | ସ୍ତନକୁ ଧରିଥିବା ଆଙ୍ଗୁଠିଗୁଡ଼ିକ ଶିଶୁର ଓଠ ସିଧାରେ ରହିବା ଉଚିତ |
05:13 | କାହିଁକି? ଗୋଟିଏ ସରଳ ଉଦାହରଣ ବ୍ୟବହାର କରି ଚାଲନ୍ତୁ ଏହାକୁ ବୁଝିବା |
05:18 | ଆମେ ଯେତେବେଳେ ବଡ଼ା ପାଓ କିମ୍ବା ବର୍ଗର୍ ଖାଉ, ସେତେବେଳେ ଆମର ଓଠଗୁଡ଼ିକ ହରିଯଣ୍ଟାଲୀ ଖୋଲିଥାଏ |
05:25 | ବଡ଼ା ପାଓ କିମ୍ବା ବର୍ଗର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ତାକୁ ହରିଯଣ୍ଟାଲୀ ଧରିଥାଉ |
05:31 | ଏଠାରେ, ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଓଠ ସିଧାରେ ଅଛି |
05:37 | ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକଲୀ ଧରିବା, ତେବେ ବଡ଼ ଖଣ୍ଡ ଖାଇପାରିବା ନାହିଁ |
05:44 | ସେହିପରି, ଶିଶୁର ଓଠର ଅବସ୍ଥିତିକୁ ଦେଖନ୍ତୁ.
ଏଠାରେ ଓଠ ହରିଯଣ୍ଟାଲୀ ଅଛି |
05:51 | ତେଣୁ, ମା’ଙ୍କର ଆଙ୍ଗୁଠିଗୁଡ଼ିକ ଓ ବୁଢ଼ା ଆଙ୍ଗୁଠି ମଧ୍ୟ ସ୍ତନ ଉପରେ ହରିଯଣ୍ଟାଲୀ ରହିବା ଦରକାର |
05:59 | ଏହାଦ୍ଵାରା ଆରିଓଲାର ନିମ୍ନ ଅଂଶର ଗୋଟିଏ ବଡ଼ ଭାଗ ପାଟିରେ ନେବା ପାଇଁ ଶିଶୁକୁ ସହଜ ହେବ |
06:05 | ଏହା ସହିତ ଶିଶୁର ଓଠଠାରୁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ, ନିପ୍ପଲ୍ଠାରୁ ତିନି ଆଙ୍ଗୁଳି ଦୂରରେ ରହିବା ଆବଶ୍ୟକ |
06:18 | ପୁନର୍ବାର, ଅତି ନିକଟରୁ ଧରି ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା, ତେବେ ଆଙ୍ଗୁଠିଗୁଡ଼ିକ ବଡ଼ ଖଣ୍ଡ ନେବା ସମୟରେ ପାଟିକୁ ବାଧା ଦେବେ |
06:28 | ଏହାକୁ ବହୁତ ଦୂରରୁ ଧରିରଖିଲେ, ଆମ ପାଟି ମଧ୍ୟରେ ଏହା ଠିକ ଭାବେ ଖାପ ହେବ ନାହିଁ |
06:34 | ତେଣୁ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ରଖିଥାଉ |
06:40 | ସେହିପରି ଶିଶୁ ପାଇଁ, ଛବିରେ ଦେଖାଯାଇଥିବା ଭଳି ତିନି ଆଙ୍ଗୁଠି ହେଉଛି ନିପ୍ପଲ୍ଠାରୁ ସଠିକ୍ ଦୂରତା |
06:49 | ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ ଶିଶୁର ପାଟିକୁ ଆଙ୍ଗୁଠିଗୁଡ଼ିକ ବାଧା ଦେବେ ନାହିଁ |
06:58 | ମା’ କେବଳ ନିପ୍ପଲ୍କୁ ଚାପିବେ ନାହିଁ, ଯାହା ଦ୍ଵାରା ବହୁତ କମ୍ କ୍ଷୀର ବାହାରି ଥାଏ |
07:05 | ବରଂ ଅଧିକ କ୍ଷୀର ବାହାରିବା ପାଇଁ ଆରିଓଲାର ନିମ୍ନ ଅଂଶରେ ଥିବା କ୍ଷୀର ନାଳୀଗୁଡ଼ିକ ଉପରେ ମଧ୍ୟ ଚାପ ଦେବେ |
07:12 | ଏବଂ ଶିଶୁ ଗଭୀର ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ |
07:19 | ବଡ଼ା ପାଓ କିମ୍ବା ବର୍ଗର୍ର ଉଦାହରଣକୁ ଫେରିଆସନ୍ତୁ |
07:24 | ବଡ଼ା ପାଓ କିମ୍ବା ବର୍ଗର୍କୁ ସଠିକ ଭାବେ ଧରିବା ପରେ, ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ |
07:32 | ସେହିପରି, ମା’ କଡ଼ରୁ ସ୍ତନକୁ C ଆକାରରେ ଧରି ସାମାନ୍ୟ ଚାପ ଦେବା ଆବଶ୍ୟକ.
ଏହା ଦ୍ଵାରା ଶିଶୁକୁ ସ୍ତନର ଏକ ବଡ଼ ଅଂଶକୁ ପାଟିରେ ଧରିବା ପାଇଁ ସହଜ ହେବ |
07:46 | କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ କଇଁଚି ଆକାରରେ ଧରି ଚାପିବେ ନାହିଁ |
07:53 | ଏଥିରୁ ମା’ଙ୍କୁ କଷ୍ଟ ହେବ ଏବଂ ଶିଶୁକୁ କମ୍ କ୍ଷୀର ମିଳିବ |
08:00 | ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ |
08:07 | ଅନ୍ୟଥା, ନିପ୍ପଲ୍ ଉପର କିମ୍ବା ତଳ ଆଡ଼କୁ ଘୁଞ୍ଚିଯିବ |
08:14 | ଏବଂ ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋଇପାରିବ ନାହିଁ |
08:19 | ଏବେ, ଶିଶୁକୁ କଡ଼ କରି ଶୋଇବା ପଦ୍ଧତିରେ ଧରାଯାଇଛି ଏବଂ ସେ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ |
08:27 | ଏହି ସିରିଜ୍ର ଅନ୍ୟ ଏକ ଭିଡିଓରେ ଶିଶୁର ସ୍ତନ ସହିତ ସଠିକ୍ ସଂଯୋଗ ହେବା ବିଷୟରେ ବର୍ଣ୍ଣନା କରାଯାଇଛି |
08:34 | ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା କ୍ଷଣି, ମା’ ନିଜ ସ୍ତନରୁ ହାତ କାଢ଼ିଦେବେ |
08:41 | ସେ ଶିଶୁର ପିଠିକୁ ଧରି ତାକୁ ନିଜ ନିକଟକୁ ଆଣିବା ପାଇଁ ଏହି ହାତକୁ ବ୍ୟବହାର କରିବେ |
08:49 | ମା’ ନିଜର ଅନ୍ୟ ହାତଟିକୁ ଶିଶୁର ପିଠିରୁ କାଢ଼ିଆଣି, ଏହା ଉପରେ 90 ଡିଗ୍ରୀରେ ଭରା ଦେଇ ଶୋଇବେ |
08:58 | ସେ ସେହି ବାହୁର କହୁଣୀକୁ ବଙ୍କା କରିବେ, ତା’ପରେ ସେ ସେହି ହାତକୁ ତକିଆ ତଳେ ରଖିବେ |
09:04 | ଏହି ଛବିରେ ମା’ ତାଙ୍କର ଡାହାଣ ସ୍ତନକୁ ବାମ ହାତ ସାହାଯ୍ୟରେ କାଢ଼ିଛନ୍ତି |
09:11 | ଶିଶୁର ପିଠିକୁ ଧରିବା ଏବଂ ତା’କୁ ନିଜ ଶରୀର ସହିତ ଲଗାଇ ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରୁଛନ୍ତି |
09:19 | ଶିଶୁର ପିଠିରୁ ସେ ନିଜର ଡାହାଣ ହାତକୁ କାଢ଼ିଦେଇଛନ୍ତି |
09:22 | ସେ ଏହାକୁ ନିଜ ଶରୀର ସହିତ 90 ଡିଗ୍ରୀ କୋଣ କରି ରଖିଛନ୍ତି |
09:26 | ତାଙ୍କର ଡାହାଣ କହୁଣୀ ବଙ୍କା ହୋଇଛି |
09:29 | ଏବଂ ଡାହାଣ ହାତ ତକିଆ ତଳେ ଅଛି |
09:33 | ପ୍ରଥମ ସ୍ତନରୁ ଖୁଆଇସାରିବା ପରେ, ଯଦି ମା’ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ତେବେ ତାଙ୍କୁ କଡ଼ ବଦଳାବାକୁ ପଡ଼ିବ |
09:43 | ଏହି ଛବିରେ ଥିବା ମା’ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବା ପାଇଁ ବାମ କଡ଼କୁ ବୁଲି ଯାଇଛନ୍ତି |
09:50 | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |