Health-and-Nutrition/C2/Hand-expression-of-breastmilk/Oriya

From Script | Spoken-Tutorial
Revision as of 23:30, 19 July 2019 by Indiantranslators2012 (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, ସ୍ତନର କ୍ଷୀରକୁ ହାତରେ କାଢ଼ିବା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲ୍‍ରେ ଆମେ, ସ୍ତନରୁ କ୍ଷୀର କାଢ଼ିବା ଦ୍ଵାରା ମିଳୁଥିବା ଉପକାରଗୁଡ଼ିକ
00:11 ହାତ ସାହାଯ୍ୟରେ କିପରି ସ୍ତନର କ୍ଷୀର କାଢ଼ିବେ ଏବଂ
00:15 ଜଣେ ମା’ କେତେ ଥର ସ୍ତନରୁ କ୍ଷୀର କାଢ଼ିପାରିବେ, ସେହି ବିଷୟରେ ଜାଣିବା
00:20 ସ୍ତନ ଏନ୍‍ଗର୍ଗମେଣ୍ଟରୁ ମୁକ୍ତି ପାଇବା ପାଇଁ ସ୍ତନରୁ କ୍ଷୀର କାଢ଼ିବା ପ୍ରକ୍ରିୟା ଉପକାରୀ ହୋ‍ଇଥାଏ;
00:25 ନିପଲ୍‍ରେ ହୋ‍ଇଥିବା ଘା ଏବଂ ନିପଲ୍ ଚାରି ପଟେ ଥିବା ଗାଢ଼ କଳା ଅଂଶର ଚର୍ମରେ ଦେଖା ଦେଉଥିବା ଶୁଷ୍କତାର ଚିକିତ୍ସା;
00:31 ଲାଚିଂ ସମୟରେ ଯଦି ମା’ଙ୍କର ଘା ହୋ‍ଇଥିବା ନିପଲ୍ ଅତି ଯନ୍ତ୍ରଣାଦୟକ ହେବା ସ୍ଥଳେ ଶିଶୁକୁ ଖୁଆଇବା ପାଇଁ
00:38 ମା’ଙ୍କ ସ୍ତନରେ କ୍ଷୀରର ପରିମାଣ ବଢ଼ାଇବା କିମ୍ବା ବଜାୟ ରଖିବା ପାଇଁ;
00:42 ଯେତେବେଳେ ମା’ କାମକୁ ବାହାରି ଯିବେ, ସେତେବେଳେ ଶିଶୁ ପାଇଁ କ୍ଷୀର ଉପଲବ୍ଧ କରାଇବା;
00:49 ନିପଲ୍‍ର ଚାରିପଟେ ଥିବା ଗାଢ଼ କଳା ଅଂଶକୁ ନରମ କରିବା ଦ୍ଵାରା ଶିଶୁ ସମ୍ପୂର୍ଣ୍ଣ ସ୍ତନରେ ସଂଯୁକ୍ତ ହେବାରେ ସହଜ ହେବ;
00:56 ଅନ୍ୟ ସ୍ତନରୁ କ୍ଷୀର ଦେବା ପୂର୍ବରୁ, କ୍ଷୀର ଖାଉଥିବା ସ୍ତନରୁ ଶିଶୁ ସମ୍ପୂର୍ଣ୍ଣ କ୍ଷୀର ଖାଇ ସାରିଛି କି ନାହିଁ ଯାଞ୍ଚ କରନ୍ତୁ
01:05 ଶିଶୁ ପାଇଁ ଅନୁରୂପ ପୌଷ୍ଟିକ ଆହାର ତିଆରି କରିବା ପାଇଁ ପାଣି କିମ୍ବା ଗାଈ କ୍ଷୀର ବ୍ୟତିତ ମା’ କ୍ଷୀର ବ୍ୟବହାର କରନ୍ତୁ


01:14 ଏବଂ ନିମ୍ନଲିଖିତ ଶିଶୁମାନଙ୍କୁ କ୍ଷୀର ଖାଇବାରେ ସାହାଯ୍ୟ କରନ୍ତୁ – ପ୍ରସବ ସମୟ ପୂର୍ବରୁ ଜନ୍ମ ହୋ‍ଇଥିବା ଶିଶୁ
01:18 ଅସୁସ୍ଥ ଥିବା ଶିଶୁ
01:20 ଦୁର୍ବଳ ମାଂସପେଶୀ ଥିବା ଶିଶୁ
01:22 ଗ୍ରହଣ ଖଣ୍ଡିଆ କିମ୍ବା/ଏବଂ ପ୍ୟାଲେଟ୍ ଥିବା ଶିଶୁମାନେ ଏବଂ
01:27 ଯେଉଁ ଶିଶୁମାନଙ୍କୁ ସ୍ତନରେ ଗଭୀର ଭାବେ ଲାଚ୍ ହେବାରେ ଅସୁବିଧା ହୋ‍ଇଥାଏ
01:32 ବର୍ତ୍ତମାନ ସ୍ତନରୁ କ୍ଷୀର କିପରି କଢ଼ାଯାଏ ଚାଲନ୍ତୁ ଶିଖିବା
01:37 ହାତରେ ସ୍ତନରୁ କ୍ଷୀର କାଢ଼ିବା ହେଉଛି ସବୁଠାରୁ ଭଲ ମାର୍ଗ ବୋଲି ପରାମର୍ଶ ଦିଆଯାଇଥାଏ
01:44 କାରଣ ଏହି ଉପାୟରେ ନିପଲ୍ ଚାରିପଟେ ଥିବା ଗାଢ଼ କଳା ଅଂଶରେ ବେଶୀ କାମ କରିବାକୁ ପଡ଼େ ନାହିଁ
01:51 ଏବଂ ଏହି ଉପାୟ ପାଇଁ କୌଣସି ଉପକରଣ ମଧ୍ୟ ଆବଶ୍ୟକ ହୁଏ ନାହିଁ. ତେଣୁ ମା’ ଏହାକୁ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ କରିପାରିବେ
02:00 ହାତ ସାହାଯ୍ୟରେ କ୍ଷୀର କାଢ଼ିବା ହେଉଛି ଏପରି ଗୋଟିଏ କୌଶଳ, ଯାହାକୁ ଅଭ୍ୟାସ କରିବା ଦ୍ଵାରା ସେଥିରେ ଉନ୍ନତି ଆସିଥାଏ
02:08 ସ୍ତନଗୁଡ଼ିକ ନରମ ଥିବା ସମୟରେ ହାତରେ କ୍ଷୀର କାଢ଼ିବା ସହଜ ହୋ‍ଇଥାଏ
02:13 ତେଣୁ ମା’ ଏହି କୌଶଳକୁ ପ୍ରସବର ଦିନେ କିମ୍ବା ଦୁଇ ଦିନ ପରେ ଶିଖିଯିବା ଆବଶ୍ୟକ
02:21 ସ୍ତନରୁ କ୍ଷୀର କାଢ଼ିବା ପୂର୍ବରୁ କ୍ଷୀର ସଂଗ୍ରହ କରିବା ପାଇଁ ମା’ ନିଜ ପାଖରେ ଗୋଟିଏ ଷ୍ଟିଲ୍ କିମ୍ବା କାଚ ପାତ୍ର ରଖିବା ଆବଶ୍ୟକ
02:29 ଚ‍ଉଡ଼ା ମୁହଁ ଥିବା ଗୋଟିଏ କପ୍, ଗ୍ଲାସ୍, ଜଗ୍ କିମ୍ବା ଜାର୍ ଚୟନ କରିବା ଉଚିତ୍
02:36 ସେ ପାତ୍ରଟିକୁ ସାବୁନ୍ ଓ ପାଣିରେ ଧୋ‍ଇବା ଆବଶ୍ୟକ
02:41 ଏହା ପରେ ସେ ପାତ୍ରକୁ ଫୁଟନ୍ତା ପାଣିରେ ରଖିବେ କିମ୍ବା ପାତ୍ର ମଧ୍ୟରେ କିଛି ଫୁଟନ୍ତା ପାଣି ରଖି କିଛି ସମୟ ପାଇଁ ଛାଡ଼ିଦେବେ
02:52 ତା’ପରେ ସେ ପାତ୍ରକୁ ସମ୍ପୂର୍ଣ୍ଣ ଶୁଖିବା ପାଇଁ ଛାଡ଼ିଦେବେ କିମ୍ବା ଗୋଟିଏ ବ୍ୟବହାର ହେଉ ନ ଥିବା ସଫା କନାରେ ପୋଛି ଶୁଖାଇ ଦେବେ
03:02 ପାତ୍ରକୁ କଦାପି ବ୍ୟବହାର ହେଉଥିବା କପଡ଼ାରେ ଶୁଖାଇବେ ନାହିଁ, ଯେପରି ରୋଷେଇ ଘରେ ବ୍ୟବହାର ହେଉଥିବା କପଡ଼ା
03:10 ସଫା ହୋ‍ଇଥିବା ପାତ୍ର ସମ୍ପୂର୍ଣ୍ଣ ଶୁଖିବା ପରେ, ପରବର୍ତ୍ତି କାମ ହେଉଛି ସ୍ତନରୁ କ୍ଷୀରକୁ ପାତ୍ରରେ କାଢ଼ିବା
03:17 କ୍ଷୀର କ୍ଷରଣକୁ ସହଜ କରିବା ପାଇଁ ମା’ ରିଲାକ୍ସ ଅନୁଭବ କରିବା ସହିତ ନିଜର ଶିଶୁ ସହିତ ଆବେଗତାର ସହ ସଂଯୁକ୍ତ ରହିବା ଆବଶ୍ୟକ
03:26 ମା’ ନିମ୍ନଲିଖିତ କାମ କରିପାରିବେ:

ସେ ଶାନ୍ତ ଭାବେ ଏବଂ ଏକାନ୍ତରେ କିମ୍ବା ଜଣେ ସାହାଯ୍ୟକାରୀ ବନ୍ଧୁଙ୍କ ସାଙ୍ଗରେ ବସିବେ

03:34 କିଛି ମା’ ଅନ୍ୟ ମା’ମାନଙ୍କ ଗ୍ରୁପ୍‍ରେ ସହଜରେ କ୍ଷୀର କାଢ଼ିପାରିବେ, ଯେଉଁମାନେ ମଧ୍ୟ ସ୍ତନରୁ କ୍ଷୀର କାଢ଼ୁଥିବେ
03:41 ନିଜ ସହିତ ସ୍ପର୍ଷ ହେଉଥିବା ଅବସ୍ଥାରେ ସେ ନିଜର ଶିଶୁକୁ କୋଳରେ ଧରି ପାରିବେ
03:46 କିମ୍ବା ସେ ନିଜର ଶିଶୁଜୁ ଦେଖିପାରିବେ କିମ୍ବା ତା’ର ଶବ୍ଦ ଶୁଣିପାରିବେ
03:53 ବେଳେବେଳେ ଶିଶୁର କେବଳ ଗୋଟିଏ ଫଟୋକୁ ଦେଖିବା କିମ୍ବା ତା’ର କପଡ଼ା ଶୁଙ୍ଘିବା ଦ୍ଵାରା ମଧ୍ୟ କାମ ସହଜ ହୋ‍ଇଥାଏ
04:00 ସେ ଉଷୁମ୍ ମୃଦୁ ପାନୀୟ ପିଇପାରିବେ କିନ୍ତୁ ତାହା କଫି, ଗାଢ଼ ଚାହା, ଆଲକୋହଲ୍ କିମ୍ବା ଅନ୍ୟ କୌଣସି ଷ୍ଟିମୁଲାଣ୍ଟ ନ ହେବା ଆବଶ୍ୟକ


04:12 କ୍ଷୀରର କ୍ଷରଣକୁ ସହଜ କରିବା ପାଇଁ ସେ ନିଜର ସ୍ତନକୁ ଉଷୁମ୍ ମଧ୍ୟ କରିପାରିବେ
04:17 ନିଜର ସ୍ତନକୁ ଉଷୁମ୍ କରିବା ପାଇଁ ସେ ଗରମ ପାଣିରେ ଭିଜା ହୋ‍ଇଥିବା କପଡ଼ାକୁ ନିଜର ସ୍ତନ ଉପରେ ରଖିପାରିବେ କିମ୍ବା ଉଷୁମ୍ ପାଣିରେ ଗାଧୋ‍ଇବେ
04:28 ସେ ନିଜର ନିପଲ୍‍କୁ ଏବଂ ତା’ର ଚାରିପଟେ ଥିବା ଗାଢ଼ କଳା ଅଂଶକୁ ଆସ୍ତେ କରି ଟାଣି କିମ୍ବା ନିଜ ଆଙ୍ଗୁଠି ଦ୍ଵାରା ସେଗୁଡ଼ିକୁ ଦଳି ଷ୍ଟିମୁଲେଟ୍ କରିପାରିବେ
04:38 ସେ ଗୋଲ୍ ଗୋଲ୍ କରି ନିଜର ସ୍ତନକୁ ହାଲୁକା ଭାବେ ମାଲିସ୍ କରିପାରିବେ
04:44 ମା’ ନିଜର ପିଠିକୁ ମାଲିସ୍ କରିବା ପାଇଁ ଅନ୍ୟ ଜଣକର ସାହାଯ୍ୟ ନେଇପାରିବେ
04:47 ନିଜର ପିଠି ମାଲିସ୍ ପାଇଁ ମା’ ତଳେ ଏବଂ ଆଗକୁ ଝୁଙ୍କି କରି ବସିବେ,
04:53 ସାମ୍ନା ଟେବୁଲ ଉପରେ ନିଜର ବାହୁ ଦୁଇଟିକୁ ପରସ୍ପର ସହିତ ଯୋଡ଼ିକରି ରଖିବେ ଏବଂ ସେହି ବାହୁ ଉପରେ ନିଜର ମୁଣ୍ଡକୁ ରଖିବେ
05:01 ନିଜର ସ୍ତନ ଉପରୁ ଲୁଗା କାଢ଼ିଦେବେ ଏବଂ ଖୋଲା ଛାଡ଼ିଦେବେ
05:07 ସାହାଯ୍ୟକାରୀ, ମା’ଙ୍କ ମେରୁଦଣ୍ଡର ଉଭୟ ପାର୍ଶ୍ଵରେ ମାଲିସ୍ କରିବେ
05:12 ସେ ନିଜର ବୁଢ଼ା ଆଙ୍ଗୁଠି ଆଗକୁ ବାହାରିବା ସହିତ ବନ୍ଦ ହୋ‍ଇଥିବା ମୁଠାକୁ ବ୍ୟବହାର କରିବା ଉଚିତ
05:17 ସେ ନିଜର ବୁଢ଼ା ଆଙ୍ଗୁଠି ସାହାଯ୍ୟରେ ଶକ୍ତ ଭାବେ ଦାବି ଗୋଲ୍ ଗୋଲ୍ ଚାଳନା କରିବା ଆବଶ୍ୟକ
05:25 ସେ ନିଜର ମେରୁଦଣ୍ଡର ଉଭୟ ପଟେ ଏକା ସାଙ୍ଗରେ ମାଲିସ୍ କରିବା ଆବଶ୍ୟକ ଏବଂ ଏହା ବେକଠାରୁ ଆରମ୍ଭ କରି କାନ୍ଧର ଡେଣା ପର୍ଯ୍ୟନ୍ତ ହେବା ଆବଶ୍ୟକ


05:34 ସେ ଏହାକୁ ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ କରିବା ଆବଶ୍ୟକ
05:38 ଉପରୋକ୍ତ ସମସ୍ତ କାର୍ଯ୍ୟ ସ୍ତନରୁ କ୍ଷୀର କ୍ଷରଣ କରିବାରେ ସାହଯ୍ୟ କରିବ
05:43 ସ୍ତନରୁ ଏହି କ୍ଷୀର କ୍ଷରଣ ହେବା ପ୍ରକ୍ରିୟାକୁ ଅକ୍ସିଟୋସିନ୍ ରିଫ୍ଲେକ୍ସ କିମ୍ବା ଲେଟ୍ ଡାଉନ୍ ରିଫ୍ଲେକ୍ସ କୁହାଯାଏ
05:51 ଅକ୍ସିଟୋସିନ୍ ରିଫ୍ଲେକ୍ସ ଆରମ୍ଭ ହେବା ପରେ ମା’ ନିଜର ହାତଗୁଡ଼ିକୁ ଭଲ ଭାବେ ଧୋ‍ଇବା ସହିତ ଶୁଖାଇବା ଆବଶ୍ୟକ
05:59 ତା’ପରେ ମା’ ଆରାମ କରି ବସିବା ଆବଶ୍ୟକ
06:04 ସେ ସାମ୍ନାକୁ ସାମାନ୍ୟ ଝୁଙ୍କିକରି ବସିବା ଆବଶ୍ୟକ
06:07 ସେ କ୍ଷୀର ରଖିବା ପାତ୍ରକୁ ସ୍ତନ ପାଖରେ ଧରି ରଖିବା ଆବଶ୍ୟକ
06:11 ବର୍ତ୍ତମାନ ସେ ନିଜର ସ୍ତନକୁ କଡ଼ ଆଡ଼ୁ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ C ଆକାରରେ ଧରିବା ଆବଶ୍ୟକ
06:20 ଯେକୌଣସି ସ୍ତନ ପାଇଁ ସେ ଯେକୌଣସି ହାତ ବ୍ୟବହାର କରିପାରିବେ ଏବଂ ପ୍ରଥମ ହାତ ହାଲିଆ ହୋ‍ଇଗଲେ ସେ ଅନ୍ୟ ହାତ ବ୍ୟବହାର କରିପାରିବେ
06:29 ସ୍ତନକୁ ଧରିବା ବେଳେ ତାଙ୍କର ବୁଢ଼ା ଆଙ୍ଗୁଠି ସ୍ତନର ଉପରି ଭାଗରେ ରହିବା ଆବଶ୍ୟକ
06:35 ଏବଂ ତାଙ୍କର ଆଙ୍ଗୁଠିଗୁଡ଼ିକ ବୁଢ଼ା ଆଙ୍ଗୁଠିର ବିପରୀତ ଦିଗରେ ସ୍ତନର ନିମ୍ନ ଭାଗରେ ରହିବା ଆବଶ୍ୟକ
06:42 ତାଙ୍କର ବୁଡା ଆଙ୍ଗୁଠି, ନିପଲ୍ ଓ ଆଙ୍ଗୁଠିଗୁଡ଼ିକ ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ
06:48 ଏବଂ ନିପଲ୍, ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଳିଗୁଡ଼ିକ ମଧ୍ୟରେ ରହିବା ଆବଶ୍ୟକ
06:54 ତାଙ୍କର ନିପଲ୍ ଓ ବୁଢ଼ା ଆଙ୍ଗୁଠି ଏବଂ ନିପଲ୍ ଓ ଆଙ୍ଗୁଠିଗୁଡ଼ିକ ମଧ୍ୟରେ ଦୁଇ ଆଙ୍ଗୁଳିର ବ୍ୟବଧାନ ରହିବା ଆବଶ୍ୟକ
07:04 ଯଦି ଆଙ୍ଗୁଠିଗୁଡ଼ିକ ନିପଲ୍‍ର ଅତି ନିକଟରେ ରୁହନ୍ତି ତେବେ କ୍ଷୀର ବହୁ ସମୟ ପର୍ଯ୍ୟନ୍ତ କ୍ଷରଣ ହୋ‍ଇ ନପାରେ
07:10 ମା’ ସେତେବେଳେ ବହୁତ କ୍ଷୀର ବାହାର କରିପାରିବେ, ଯେତେବେଳେ ସେ ନିପଲ୍‍ର ଚାରିପଟେ ଥିବା ଗାଢ଼ କଳା ରଙ୍ଗ କ୍ଷେତ୍ର ତଳେ ଥିବା କ୍ଷୀର ଧାରଗୁଡ଼ିକୁ ଚପିବେ
07:19 ଏହି ଛବିରେ ମା’ ତାଙ୍କର ଡାହାଣପଟ ସ୍ତନକୁ ନିଜର ଡାହାଣ ହାତ ଦ୍ଵାରା ସଠିକତାର ସହ ଧରିଛନ୍ତି
07:27 ବର୍ତ୍ତମାନ ସାମାନ୍ୟ ଓ ଲଗାତାର ଚାପ ଦେଇ ସେ ସ୍ତନକୁ ଛାତି ଅଡ଼କୁ ଚାପ ଦେବା ଆବଶ୍ୟକ
07:36 ତା’ପରେ ହାତକୁ ନକାଢ଼ି ନିଜର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟରେ ସ୍ତନକୁ ଧୀରେ ଧୀରେ ଚାପନ୍ତୁ
07:44 ଏବଂ ତା’ପରେ ସ୍ତନ ଉପରେ ଚାପ ଦିଅନ୍ତୁ ନାହିଁ
07:48 ମା’ ଏହି ତିନୋଟି ସୋପାନର ପୁନରାବୃତ୍ତି କରିବା ଆବଶ୍ୟକ -

ପଛକୁ ଚାପିବା, ଚାପିବା ଓ ଛାଡ଼ିଦେବା

07:56 ପ୍ରଥମ ସୋପାନରେ ଛାତି ଆଡ଼କୁ ଚାପିବା ଗୋଟିଏ ଜରୁରୀ ସୋପାନ ଅଟେ
08:02 କେବଳ ନିପଲ୍ ଆଡ଼କୁ ଚାପିବା ଦ୍ଵାରା ବହୁତ କମ୍ କ୍ଷୀର ମିଳିଥାଏ
08:07 କିନ୍ତୁ ଯେତେବେଳେ ସ୍ତନକୁ ପଛ ଆଡ଼କୁ ଚାପ ଦିଆଯାଏ, ସେତେବେଳେ ଗହଳିଆ ସ୍ତନ ଟିସ୍ୟୁରେ ଥିବା କ୍ଷୀର କ୍ଷରଣ ହୋ‍ଇଥାଏ
08:15 କିନ୍ତୁ ବେଶୀ ଭିତରକୁ ଚାପନ୍ତୁ ନାହିଁ କାରଣ ତାହ କ୍ଷୀରର ଧାରଗୁଡ଼ିକୁ ଅବରୋଧ କରିପାରେ
08:23 ଯେତେବେଳେ ମା’ ହାତରେ ସ୍ତନର କ୍ଷୀର କାଢ଼ିବା ଆରମ୍ଭ କରିବେ, ସେତେବେଳେ ପ୍ରଥମେ ଅଳ୍ପ କିଛି ବୁନ୍ଦା କ୍ଷୀର ବାହାରିପାରେ
08:30 ଲେଟ୍ ଡାଉନ୍ ରିଫ୍ଲେକ୍ସ ଆରମ୍ଭ ହେବା ସହିତ କ୍ଷୀର ବାହାରିବା ଆରମ୍ଭ ହୋ‍ଇଯାଏ
08:36 ପ୍ରଥମ କିଛି ଚେଷ୍ଟାରେ କ୍ଷୀର ବାହାରିବା କିମ୍ବା ଧୀର ଧୀରେ ବାହାରିବା ସାଧାରଣ କଥା ଅଟେ
08:42 ପରେ ସ୍ତନ୍ୟପନ କରାଇବା ଦ୍ଵାରା କ୍ଷୀର ଧାର ଧାର ହୋ‍ଇ ବାହାରିପାରେ, ହାତରେ କ୍ଷୀର କାଢ଼ିବା ଗୋଟିଏ କଳା ଅଟେ, ଯାହା ଅଭ୍ୟାସ ଦ୍ଵାରା ସମ୍ଭବ ହୋ‍ଇଥାଏ
08:53 କୋଲଷ୍ଟ୍ରମ୍, ଜନ୍ମ ପରର ପ୍ରଥମ କ୍ଷୀର ଯାହା ବୁନ୍ଦା ଆକାରରେ କ୍ଷରଣ ହୋ‍ଇପାରେ କିନ୍ତୁ ନବଜାତ ପାଇଁ ଯଥେଷ୍ଟ ଅଟେ
09:01 ବହଳିଆ, ହଳଦିଅ କ୍ଷୀରରେ ଶିଶୁ ପାଇଁ ପ୍ରଚୁର ପରିମାଣରେ ପ୍ରତିରକ୍ଷା ଉପାଦାନଗୁଡ଼ିକ ରହିଥାଏ
09:08 ଯେତେବେଳ ପର୍ଯ୍ୟନ୍ତ କ୍ଷୀରର କ୍ଷରଣ ମନ୍ଥର ହୋ‍ଇ ବୁନ୍ଦାରେ ପରିଣତ ନହୋ‍ଇଛି ମା’ ସେତେବେଳ ଯାଏଁ ଏହି ତିନୋଟି ସୋପାନର ପୁନରାବୃତ୍ତି କରିବେ
09:16 ତା’ପରେ ସ୍ତନର ଅନ୍ୟ ଭାଗରୁ କ୍ଷୀର କାଢ଼ିବା ପାଇଁ ସେ ନିଜର ଆଙ୍ଗୁଠିଗୁଡ଼ିକୁ ଆଗ ଭଳି ରଖିବେ
09:23 ସ୍ତନର କେଉଁ ଅଂଶରେ କ୍ଷୀର ଅଛି ସେ ଅନୁଭବ କରିପାରିବେ ଏବଂ ସେହି ସ୍ଥାନଗୁଡ଼ିକରେ ଚାପ ଦେବେ
09:30 ସେ ଗୋଟିଏ ସ୍ତନରୁ ଅତିକମ୍‍ରେ 3ରୁ 5 ମିନିଟ ପର୍ଯ୍ୟନ୍ତ କ୍ଷୀର କାଢ଼ିବେ, କ୍ଷୀରର କ୍ଷରଣ ମନ୍ଥର ହେବା ପର୍ଯ୍ୟନ୍ତ
09:38 ତା’ପରେ ସେ ପୂର୍ବଭଳି ଅନ୍ୟ ସ୍ତନର ସମସ୍ତ କ୍ଷେତ୍ରରୁ କ୍ଷୀର କାଢ଼ିବେ
09:45 ଏବଂ ତା’ପରେ ଦ୍ଵିତୀୟ ଥର ପାଇଁ ସେ ପୁନର୍ବାର ଉଭୟ ସ୍ତନରୁ କ୍ଷୀର କାଢ଼ିବେ
09:51 ସ୍ତନଗୁଡ଼ିକରୁ ଯଥେଷ୍ଟ କ୍ଷୀର କାଢ଼ିବା ପାଇଁ 20ରୁ 30 ମିନିଟ ସମୟ ଲାଗିବ
09:57 ପ୍ରଥମ କିଛି ଦିନ ଏହା କରିବା ପାଇଁ ବେଶୀ ସମୟ ଲାଗିପାରେ ଏବଂ ଅଳ୍ପ କ୍ଷୀର ମଧ୍ୟ ବାହାରିପାରେ
10:07 ଅଳ୍ପ ସମୟ ମଧ୍ୟରେ କ୍ଷୀର କାଢ଼ିବା ପାଇଁ ଚେଷ୍ଟା କରନ୍ତୁ ନାହିଁ
10:12 ମନେରଖନ୍ତୁ, ସ୍ତନରୁ ହାତରେ କ୍ଷୀର କାଢ଼ିବା ଦ୍ଵାରା କିଛି କଷ୍ଟ ହୁଏ ନାହିଁ. ଯଦି କଷ୍ଟ ହେଉଛି ତେବେ କରିବା କୌଶଳରେ କିଛି ଭୁଲ ଅଛି
10:21 ସ୍ତନର ଟିସ୍ୟୁଗୁଡ଼ିକ ଅତି ସୂକ୍ଷ୍ମ ଅଟନ୍ତି
10:24 ଆଙ୍ଗୁଠିଗୁଡ଼ିକୁ ଚର୍ମ ଉପରୁ ନିପଲ୍ ଆଡ଼କୁ ଘଷନ୍ତୁ, ଖସାନ୍ତୁ କିମ୍ବା ଠେଲନ୍ତୁ ନାହିଁ. ଏହା ଦ୍ଵାରା ସ୍ତନରେ ଘା ହୋ‍ଇପାରେ
10:36 ନିପଲ୍‍ର ଚାରିପଟେ ଥିବା ଗାଢ଼ କଳା ଅଂଶର ଚର୍ମକୁ ଟାଇଟ୍ କିମ୍ବା ଭିଡ଼ନ୍ତୁ ନାହିଁ
10:42 ନିପଲ୍‍କୁ ଚିମୁଟନ୍ତୁ କିମ୍ବା ଟାଣନ୍ତୁ ନାହିଁ
10:46 ନିପଲ୍‍କୁ ଚାପିବା କିମ୍ବା ଟାଣିବା ଦ୍ଵାରା ପର୍ଯ୍ୟାପ୍ତ କ୍ଷୀର ବାହାରିବ ନାହିଁ
10:51 ଏହା କେବଳ ଶିଶୁ ନିପଲ୍‍କୁ ଚୁସିବା ସହିତ ସମାନ କାର୍ଯ୍ୟ ହେବ
10:57 କ୍ଷୀର କାଢ଼ିସାରିବା ପରେ ମା’ ପାତ୍ରଟିକୁ ଗୋଟିଏ ସଫା କପଡ଼ା କିମ୍ବା ପ୍ଲେଟ୍ ଦ୍ଵାରା ଘୋଡ଼ାଇଦେବା ଆବଶ୍ୟକ
11:04 ତା’ପରେ ପରବର୍ତ୍ତି ବ୍ୟବହାର ପାଇଁ ସେ କ୍ଷୀରକୁ ଗୋଟିଏ ସୁରକ୍ଷୀତ ସ୍ଥାନରେ ରଖିବା ଆବଶ୍ୟକ
11:09 କ୍ଷୀରକୁ ସୁରକ୍ଷୀତ ଭାବେ ରଖିବା ଏବଂ ସେହି କ୍ଷୀରକୁ ଶିଶୁକୁ ଖୁଆଇବା ବିଷୟରେ ଅନ୍ୟ ଟ୍ୟୁଟୋରିଆଲ୍‍ରେ ବର୍ଣ୍ଣନା କରାଯାଇଛି
11:19 ବର୍ତ୍ତମାନ, ମା’ କେତେ ଥର କ୍ଷୀର କାଢ଼ିବା ଆବଶ୍ୟକ ତାହା ଆଲୋଚନା କରିବା
11:24 ଯଦି ଉଦ୍ଦେଶ୍ୟ କ୍ଷୀର କ୍ଷରଣର ପ୍ରକ୍ରିୟାକୁ ବଢ଼ାଇବା ଓ ପୂର୍ବବତ୍ ରଖିବା କିମ୍ବା ଅଳ୍ପ ଓଜନ ବା ଅସୁସ୍ଥ ନବଜାତକୁ ସ୍ତନ୍ୟପାନ କରାଇବା ଅଟେ, ତେବେ -
11:35 ସେ ପ୍ରସବ ପରେ ତତକ୍ଷାଣାତ୍ ଯଥା ସମ୍ଭବ କ୍ଷୀର କାଢ଼ିବା ଆରମ୍ଭ କରିବା ଆବଶ୍ୟକ
11:40 ସେ ପ୍ରଥମେ କୋଲଷ୍ଟ୍ରମ୍‍ର କେବଳ କିଛି ବୁନ୍ଦା କାଢ଼ିପାରନ୍ତି
11:45 ଏହା ସ୍ତନରେ କ୍ଷୀର କ୍ଷରଣର ପ୍ରକ୍ରିୟା ଆରମ୍ଭ କରିବାରେ ସାହାଯ୍ୟ କରିଥାଏ
11:48 ଏହି କାର୍ଯ୍ୟ ପ୍ରସବ ପରେ ଶିଶୁ କ୍ଷୀର ଚୁସିବା ସହିତ ସମାନ ଅଟେ
11:54 ମା’ ଯେତେ ସମ୍ଭବ ଏବଂ ଯେତେଥର ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଉଥିବେ, ସେତେ ଥର କ୍ଷୀର କାଢ଼ିବା ଆବଶ୍ୟକ
12:02 ଏହି କାର୍ଯ୍ୟ ପ୍ରତି 2ରୁ 3 ଘଣ୍ଟା ବ୍ୟବଧାନରେ ହେବା ଆବଶ୍ୟକ, ରାତିରେ ମଧ୍ୟ
12:08 ଯଦି କ୍ଷୀର କାଢ଼ିବା ମଧ୍ୟରେ ସମୟ ବ୍ୟବଧାନ ଅଧିକ ହୁଏ, ତେବେ ସେ ଯଥେଷ୍ଟ କ୍ଷୀର କାଢ଼ିବା ପାଇଁ ସକ୍ଷମ ହୋ‍ଇପାରିବେ ନାହିଁ
12:16 ତା’ପରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବା ଉଦ୍ଦେଶ୍ୟ ହୁଏ ଏବଂ କିଛି ସପ୍ତାହ ପରେ ଏହାର ମାତ୍ରା ହ୍ରାସ ହେଉଥିବା ମନେହୁଏ:
12:25 ଶିଶୁକୁ ସ୍ତନ୍ୟପାନ କରାଇସାରିବା ପରେ ପ୍ରତି 1ରୁ 2 ଘଣ୍ଟା ମଧ୍ୟରେ ସେ ସ୍ତନରୁ କ୍ଷୀର କାଢ଼ିବା ଆବଶ୍ୟକ ଏବଂ
12:33 ଯଦି ଶିଶୁ 3 ଘଣ୍ଟାରୁ ଅଧିକ ସମୟ ଶୋ‍ଇବ ବୋଲି ଅନୁମାନ କରାଯାଏ ତେବେ, ସ୍ତନ୍ୟପାନ ମଧ୍ୟରେ କ୍ଷୀର କାଢ଼ିନେବା ଆବଶ୍ୟକ
12:43 ଏନ୍‍ଗର୍ଗମେଣ୍ଟ କିମ୍ବା କାର୍ଯ୍ୟସ୍ଥଳୀରେ କ୍ଷୀର ବାହାରି ଯିବା ଭଳି ଲକ୍ଷଣରୁ ମୁକ୍ତି ପାଇବା ଯଦି ଉଦ୍ଦେଶ୍ୟ ହୁଏ ତେବେ, ମା’ ଯେତିକି ଆବଶ୍ୟକ କେବଳ ସେତିକି କାଢ଼ିବା ଆବଶ୍ୟକ


12:53 ଯଦି ନିପଲ୍‍ର ଚର୍ମକୁ ସୁସ୍ଥ ରଖିବା ଉଦ୍ଦେଶ୍ୟ ଥାଏ ତେବେ, ମା’ ନିପଲ୍ ଉପରେ ଘଷିବା ପାଇଁ କିଛି ବୁନ୍ଦା କ୍ଷୀର କାଢ଼ନ୍ତୁ
13:02 ସେ ଏହି କାର୍ଯ୍ୟ ଗାଧୋ‍ଇବା ପରେ କିମ୍ବା ସ୍ତନ୍ୟପାନ କରାଇବା ପରେ କରିପାରିବେ
13:07 ମା’ କାମରେ ବାହାରେ ରହିବା ସମୟରେ ଶିଶୁ ପାଇଁ କ୍ଷୀର ରଖିବା ଯଦି ଉଦ୍ଦେଶ୍ୟ ହୁଏ ତେବେ,
13:14 କ୍ଷୀର ଖୁଆଇବା କାର୍ଯ୍ୟ ଜାରି ରଖିବା ପାଇଁ ମା’ କାର୍ଯ୍ୟସ୍ଥଳୀରେ କ୍ଷୀର କାଢ଼ିନେବା ଆବଶ୍ୟକ
13:20 ଏବଂ ମା’ କାର୍ଯ୍ୟକୁ ଯିବା ପୂର୍ବରୁ କ୍ଷୀର କାଢ଼ିଦେବା ଆବଶ୍ୟକ ଏବଂ ଶିଶୁକୁ ଦେବା ପାଇଁ ତାକୁ କ୍ୟାରର୍ ପାଖରେ ଛାଡ଼ିଦେବା ଆବଶ୍ୟକ
13:29 ଏହା କରିବା ପାଇଁ ସେ ଗୋଟିଏ ସପ୍ତାହ ପୂର୍ବରୁ ଯୋଜନା ପ୍ରସ୍ତୁତ କରିପାରିବେ ଯଦି ତାଙ୍କର ଫ୍ରୀଜ୍ ଥାଏ
13:34 ସେ ଅଧିକ କ୍ଷୀର କାଢ଼ିପାରିବେ ଏବଂ ପରବର୍ତ୍ତି ବ୍ୟବହାର ପାଇଁ ରଖିପାରିବେ
13:39 ଶିଶୁକୁ ସ୍ତନ୍ୟପାନ କରାଇବା ପରେ ମଧ୍ୟ ମା’ କ୍ଷୀର କାଢ଼ିପାରିବେ
13:44 ପ୍ରତ୍ୟେକ ଥର ଖୁଆଇବା ପାଇଁ ମା’ ପାଖାପାଖି 60 ରୁ 90 ମିଲିଲିଟର୍ କ୍ଷୀର ଛାଡ଼ିପାରିବେ
13:51 ମା’ ବାହାରେ ଥିବା ସମୟରେ ଶିଶୁର ଆବଶ୍ୟକତା ଅନୁସାରେ ଅଧିକ କ୍ଷୀର ଦିଆଯାଇପାରିବ
13:57 ମନେରଖନ୍ତୁ, ଯେତେ ଥର ଆପଣ ହାତରେ କାଢ଼ିବେ, କ୍ଷୀର କାଢ଼ିବା ସେତେ ସହଜ ହେବ ଏବଂ ସେତେ ଶୀଘ୍ର କ୍ଷୀର କ୍ଷରଣ ହେବ
14:07 ଏବଂ ମା’ଙ୍କ ଠାରେ ଅଧିକ କ୍ଷୀର ପ୍ରସ୍ତୁତ ହେବ
14:11 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep