BASH/C3/Basics-of-functions/Oriya
From Script | Spoken-Tutorial
| Time | Narration |
| 00.01 | ବନ୍ଧୁଗଣ, Bashରେ Basics of functions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00.08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
| 00.11 | * କିଛି ଉଦାହରଣ ସାହାଯ୍ୟରେ, ଫଙ୍କସନ୍ସର ମହତ୍ୱତା |
| 00.13 | * ଗୋଟିଏ ଫଙ୍କସନର ଘୋଷଣା |
| 00.15 | * ଗୋଟିଏ ଫଙ୍କସନକୁ କଲ୍ କରିବା |
| 00.17 | * ଗୋଟିଏ ଫଙ୍କସନର ୱର୍କଫ୍ଲୋ |
| 00.22 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର Bashରେ Shell Scriptingର ଉପରେ ଜ୍ଞାନ ଥିବା ଦରକାର |
| 00.28 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00.34 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି, ଉବୁଣ୍ଟୁ ଲିନକ୍ସ 12.04 OS |
| 00.40 | ଏପର୍ଯ୍ୟନ୍ତ ଆମେ, GNU Bash ଭର୍ସନ୍ 4.1.10 ବ୍ୟବହାର କରୁଥିଲୁ |
| 00.46 | ଏବେଠାରୁ ଆମେ, GNU BASH ଭର୍ସନ୍ 4.2 ବ୍ୟବହାର କରିବୁ |
| 00.52 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
| 00.58 | ଚାଲନ୍ତୁ, ଫଙ୍କସନ କ’ଣ ଓ ତାହାର ବ୍ୟବହାର ବିଷୟରେ ଜାଣିବା |
| 01.03 | ଗୋଟିଏ ଫଙ୍କସନ୍ ହେଉଛି, କମାଣ୍ଡଗୁଡିକର ଏକ ସମାହାର ବା ଏକ ଆଲଗୋରିଦମ୍ |
| 01.08 | ଏହା, ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ |
| 01.12 | ଏହାକୁ, ଏକ ଜଟିଳ ପ୍ରୋଗ୍ରାମକୁ ପୃଥକ୍ ଟାସ୍କ ପାଇଁ ଭାଙ୍ଗିବା ନିମନ୍ତେ ବ୍ୟବହୃତ ହୋଇଥାଏ |
| 01.18 | ଏହା, ସାମଗ୍ରିକ ସ୍କ୍ରିପ୍ଟ ପଠନୀୟତା ଓ ସରଳ ବ୍ୟବହାରକୁ ଉନ୍ନତ କରେ |
| 01.24 | ଫଙ୍କସନର ଘୋଷଣା ପାଇଁ ଦୁଇଟି ସିଣ୍ଟାକ୍ସ ଅଛି |
| 01.28 | ପ୍ରଥମ ସିଣ୍ଟାକ୍ସ ହେଉଛି- function ସ୍ପେସ୍ function_name |
| 01.32 | କର୍ଲି ବ୍ରାକେଟ୍ ମଧ୍ୟରେ |
| 01.34 | ନିଷ୍ପାଦନ ହେବାକୁ ଥିବା କମାଣ୍ଡସ୍ |
| 01.37 | ଦ୍ୱିତୀୟ ସିଣ୍ଟାକ୍ସ ହେଉଛି- |
| 01.39 | function_name ଖୋଲା ଓ ବନ୍ଦ ଗୋଲ ବ୍ରାକେଟ୍ସ |
| 01.42 | କର୍ଲି ବ୍ରାକେଟ୍ ମଧ୍ୟରେ |
| 01.44 | ନିଷ୍ପାଦନ ହେବାକୁ ଥିବା କମାଣ୍ଡସ୍ |
| 01.47 | Function call - ପ୍ରୋଗ୍ରାମ ମଧ୍ୟରେ, ଯେକୌଣସିଠାରେ ଫଙ୍କସନକୁ କଲ୍ କରିହେବ |
| 01.53 | ଯେଉଁଠାରେ କଲ୍ କରିବାକୁ ଚାହାଁନ୍ତି, ସେହି ସ୍ଥାନରେ Function name ଟାଇପ୍ କରନ୍ତୁ: |
| 01.58 | function_name ନିଜେ ହିଁ ସିଣ୍ଟାକ୍ସ ଅଟେ |
| 02.02 | ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ, ଚାଲନ୍ତୁ ଏହାକୁ ବୁଝିବା |
| 02.07 | Function.sh ଫାଇଲରେ, ମୁଁ କୋଡ୍ ଟାଇପ୍ କରିସାରିଛି |
| 02.12 | ଏହା ହେଉଛି shebang ଲାଇନ୍ |
| 02.14 | କୀ ୱର୍ଡ function ଓ ତା’ପରେ function name ଦ୍ଵାରା ଫଙ୍କସନର ଘୋଷଣା କରାଯାଏ |
| 02.21 | ଏଠାରେ, ଫଙ୍କସନ୍ ନାମ ହେଉଛି machine |
| 02.26 | କର୍ଲି ବ୍ରାକେଟ ମଧ୍ୟରେ ଥିବା କଣ୍ଟେଣ୍ଟ, function definitionକୁ ବୁଝାଏ |
| 02.32 | ବିଭିନ୍ନ ମେସିନର ବିବରଣୀ ପ୍ରଦର୍ଶିତ ହୋଇଛି, ଯେପରି- |
| 02.36 | uname ହାଇଫେନ a, ମେସିନର ସୂଚନା ଦିଏ |
| 02.41 | w ହାଇଫେନ h, ସିଷ୍ଟମରେ ଥିବା ୟୁଜର୍ସଙ୍କୁ ଦର୍ଶାଇଥାଏ |
| 02.46 | uptime, ଯେବେଠାରୁ ମେସିନ୍ ଚାଲୁଅଛି, ସେହି ସମୟ ଦେଇଥାଏ |
| 02.51 | free, ମେମୋରୀ ବିବରଣୀ ଦିଏ |
| 02.54 | df ହାଇଫେନ h, file systemର ଷ୍ଟାଟସ୍ ଦିଏ |
| 02.57 | ମୁଖ୍ୟ ପ୍ରୋଗ୍ରାମ୍ ଏହିଠାରୁ ଆରମ୍ଭ ହୁଏ |
| 03.01 | ଆମେ, Beginning of main program, ବାର୍ତ୍ତା ପ୍ରଦର୍ଶନ କରିବା |
| 03.06 | ଏଠାରେ, machine ହେଉଛି ଏକ ଫଙ୍କସନ୍ କଲ୍ |
| 03.09 | ଏହାପରେ ଆମେ, End of main program ପ୍ରଦର୍ଶନ କରିବା |
| 03.13 | ଚାଲନ୍ତୁ, ୱର୍କଫ୍ଲୋକୁ ବୁଝିବା |
| 03.16 | # ଯେତେବେଳେ bash interpreter, function definitionକୁ ଯାଏ, ଏହା କେବଳ functionକୁ ସ୍କାନ୍ କରେ |
| 03.23 | # ସ୍କ୍ରିପ୍ଟ ମଧ୍ୟରେ ତାହାର ନାମ ଆସିଲେ ହିଁ functionଟି କଲ୍ ହୋଇଥାଏ |
| 03.28 | # ଯେତେବେଳେ interpreter ଫଙ୍କସନ୍ ନାମକୁ ପଢେ, ଏହା function definitionକୁ ନିଷ୍ପାଦିତ କରିଥାଏ |
| 03.36 | Interpreter, ଫଙ୍କସନ ନାମକୁ ଏକ କମାଣ୍ଡ ଭାବେ ବ୍ୟବହାର କରେ |
| 03.41 | ଦୟାକରି ମନେରଖନ୍ତୁ ଯେ, ଆମକୁ, ଫଙ୍କସନ୍ କଲ୍ କରିବା ପୂର୍ବରୁ ତାହାକୁ ପରିଭାଷିତ କରିବାକୁ ହେବ |
| 03.47 | ଏହି କୋଡ୍ ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା ପାଇଁ, ଟର୍ମିନଲକୁ ଯାଆନ୍ତୁ |
| 03.52 | ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ function ଡଟ୍ sh |
| 03.59 | Enter ଦାବନ୍ତୁ |
| 04.01 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ function ଡଟ୍ sh |
| 04.05 | Enter ଦାବନ୍ତୁ |
| 04.07 | ମୋ ସିଷ୍ଟମର ବିବରଣୀ, ଟର୍ମିନଲରେ, ଆଉଟପୁଟ ଭାବେ ଦୃଶ୍ୟମାନ ହେଉଛି |
| 04.14 | ଧ୍ୟାନଦିଅନ୍ତୁ: ସିଷ୍ଟମ ଅନୁସାରେ ଆଉଟପୁଟ ଭିନ୍ନ ହେବ |
| 04.19 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 04.22 | Slidesକୁ ଫେରିଆସନ୍ତୁ |
| 04.24 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ |
| 04.28 | * ଫଙ୍କସନର ମହତ୍ୱତା |
| 04.30 | * ଫଙ୍କସନର ଘୋଷଣା |
| 04.32 | * Function call, ଫଙ୍କସନର ୱର୍କଫ୍ଲୋ |
| 04.35 | ଏକ ଉଦାହରଣ ସାହାଯ୍ୟରେ. |
| 04.37 | ଏକ ଆସାଇନମେଣ୍ଟ ଭାବେ - ଦୁଇଟି ଫଙ୍କସନ ଥିବା ଏକ ପ୍ରୋଗ୍ରାମ ଲେଖନ୍ତୁ |
| 04.42 | # ପ୍ରଥମ ଫଙ୍କସନ, ମନୁଷ୍ୟ ପଠନୀୟ ଭାବରେ disk-spaceର ବ୍ୟବହାରକୁ ପ୍ରଦର୍ଶିତ କରିବା ଉଚିତ (Hint :df hyphen h) |
| 04.51 | # ଦ୍ୱିତୀୟ ଫଙ୍କସନ, ମନୁଷ୍ୟ ପଠନୀୟ ଭାବରେ filesystemର ବ୍ୟବହାରକୁ ପ୍ରଦର୍ଶିତ କରିବା ଉଚିତ (Hint: du hyphen h) |
| 05.00 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 05.03 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
| 05.07 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 05.12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 05.17 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 05.21 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 05.29 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
| 05.33 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 05.41 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
| 05.47 | ଆଇଆଇଟି ବମ୍ୱେ ତରଫରୁ |
| 05.52 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
| 05.56 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |