BASH/C2/Introduction-to-BASH-Shell-Scripting/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Introduction to BASH Shell Scripting ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
00:10 | * Shellsର ବିଭିନ୍ନ ପ୍ରକାର |
00:13 | * BASH Shell Script ଲେଖିବା ଓ |
00:16 | ଏହାକୁ ନିଷ୍ପାଦନ କରିବା ବିଷୟରେ |
00:18 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ Linux Operating System ସହିତ |
00:25 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:32 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:35 | ଉବୁଣ୍ଟୁ ଲିନକ୍ସ 12.04 OS ଓ |
00:39 | GNU Bash ଭର୍ସନ୍ 4.1.10 |
00:43 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
00:50 | ଚାଲନ୍ତୁ, ପରିଚୟରୁ ଆରମ୍ଭ କରିବା |
00:53 | ଏକ Bash Shell ବ୍ଲକ୍ କ’ଣ ଏବେ ଆମେ ଦେଖିବା |
00:56 | Bash Shell ହେଉଛି ଏକ Command Language Interpreter, ଯାହା Commandଗୁଡ଼ିକୁ ନିଷ୍ପାଦିତ କରେ |
01:02 | ଏହି Commandଗୁଡ଼ିକ, Standard Input Deviceରୁ ପଢାଯାଏ |
01:07 | Input Device ହୋଇପାରେ - |
01:09 | ଆପଣଙ୍କର Keyboard |
01:11 | କିମ୍ୱା ଏକ ସରଳ Text File |
01:14 | ଏକ Bash Shell କ’ଣ, ତାହା ଏବେ ମୁଁ ଦେଖାଉଛି |
01:16 | ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T ଦାବି Terminal Window ଖୋଲନ୍ତୁ |
01:24 | ଏହା Gnome Terminal ଖୋଲିବ |
01:27 | Shellର Type ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ: echo ସ୍ପେସ୍ ଡଲାର୍ ଚିହ୍ନ SHELL (କ୍ୟାପିଟାଲ୍ ରେ) |
01:38 | ଏଣ୍ଟର୍ ଦାବନ୍ତୁ |
01:40 | ପରବର୍ତ୍ତୀ ଲାଇନ୍ ରେ ଏହିଭଳି Output ପ୍ରିଣ୍ଟ ହୋଇଥିବାର ଆପଣ ଦେଖିବାକୁ ପାଇବେ: ସ୍ଲାଶ୍ bin ସ୍ଲାଶ୍ bash |
01:47 | ଏହା ସୂଚିତ କରେ ଯେ, ଆମେ Bash Shell ବ୍ୟବହାର କରୁଛୁ |
01:51 | ଏବେ, ଉପଲବ୍ଧ Shellsର ବିଭିନ୍ନ ପ୍ରକାର ବିଷୟରେ ଜାଣିବା |
01:56 | Slidesକୁ ଫେରିଯାଆନ୍ତୁ. Bourne Shell- |
02:00 | * ଏହା, Stephen Bourneଙ୍କ ଦ୍ୱାରା ଲିଖିତ ମୂଳ UNIX Shell ଥିଲା |
02:06 | * ଏଥିରେ, ଆଜିର ଅଧିକାଂଶ ଆଧୁନିକ ଶେଲ୍ସ ଦ୍ୱାରା ପ୍ରଦତ୍ତ ଅନ୍ତର୍କାର୍ଯ୍ୟଶୀଳତାର ଅଭାବ ରହିଥିଲା |
02:11 | C Shell |
02:12 | ଏହା, Bourne Shellରେ ଅଭାବ ଥିବା ବୈଶିଷ୍ଟ୍ୟମାନ ପ୍ରଦାନ କରେ |
02:16 | K Shell |
02:17 | ଏହା, David Kornଙ୍କ ଦ୍ୱାରା ତିଆରି କରାଯାଇଛି |
02:20 | ଏଥିରେ, କେତେକ ଅତିରିକ୍ତ ବୈଶିଷ୍ଟ୍ୟ ସମେତ ଉଭୟ B Shell ଓ C Shellର ବୈଶିଷ୍ଟ୍ୟମାନ ରହିଛି |
02:27 | Bash Shell |
02:30 | * GNU Project ଦ୍ୱାରା Bash Shell ବିକଶିତ ହୋଇଥିଲା |
02:32 | * ଏହା, B Shell ଭାଷା ଉପରେ ପର୍ଯ୍ୟବେଶିତ |
02:35 | * ଏଥିରେ, C ଓ K Shellsର ବୈଶିଷ୍ଟ୍ୟମାନ ରହିଛି |
02:40 | TC Shell |
02:41 | ଏହା, FreeBSD ଓ ତାହାର ଅବରୋହୀଗୁଡ଼ିକର ଡିଫଲ୍ଟ Shell ଅଟେ |
02:46 | Z shell |
02:49 | * ଇଣ୍ଟରାକ୍ଟିଭ୍ ବ୍ୟବହାର ପାଇଁ ଏହି Shellର ଡିଜାଇନ୍ କରାଯାଇଛି |
02:52 | * ଏଥିରେ, ksh, bash ଓ tcshର ଅନେକ ଉପଯୋଗୀ ବୈଶିଷ୍ଟ୍ୟମାନ ରହିଛି |
02:58 | ଏବେ, ଏକ Bash Shell Script ବ୍ଲକ୍ କ’ଣ ତାହା ଆମେ ଦେଖିବା |
03:02 | Bash Shell Scriptରେ, ପ୍ଲେନ୍ ଟେକ୍ସଟ୍ ଫାଇଲ୍ ରେ Bash Commandsର ଏକ ଶୃଙ୍ଖଳା ରହିଛି |
03:08 | ଏହା, କମାଣ୍ଡଗୁଡ଼ିକୁ ଟାଇପ୍ କରିବା ବଦଳରେ ଏହି Text Fileକୁ ନିଷ୍ପାଦନ କରିବା ପାଇଁ Shellକୁ କହିଥାଏ |
03:15 | ଚାଲନ୍ତୁ ଦେଖିବା, ଏକ ସରଳ Bash Script କିପରି ଲେଖାଯାଏ |
03:20 | ଆମେ Echo କମାଣ୍ଡ ଟେଷ୍ଟ କରିବା, ଯାହା ଟର୍ମିନଲ୍ ରେ Hello World ପ୍ରିଣ୍ଟ କରିବ |
03:25 | Terminalକୁ ଫେରିଯାଆନ୍ତୁ |
03:29 | ଏବେ ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ "Hello World" |
03:35 | Enter ଦାବନ୍ତୁ |
03:37 | ଏହା ଟର୍ମିନଲ୍ ରେ Hello World ପ୍ରିଣ୍ଟ କରେ |
03:40 | ଆଶାନୁରୂପେ Command କାମ କଲା |
03:43 | ଏହି କମାଣ୍ଡକୁ ଗୋଟିଏ ଫାଇଲ୍ ରେ ବ୍ୟବହାର କଲେ କ’ଣ ହେବ? |
03:47 | ଏହି କମାଣ୍ଡକୁ ଗୋଟିଏ ଫାଇଲ୍ ରେ ପକାଇ ନିଷ୍ପାଦିତ କରନ୍ତୁ |
03:52 | ମୁଁ ଏହାପାଇଁ GEdit Text Editor ବ୍ୟବହାର କରିବି |
03:57 | ଆପଣ, ନିଜ ପସନ୍ଦର ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ |
04:00 | ମୁଁ, Desktop ଉପରେ ମୋ ଫାଇଲ୍ କ୍ରିଏଟ୍ କରିବି |
04:03 | ଟାଇପ୍ କରନ୍ତୁ: cd ସ୍ପେସ୍ Desktop |
04:07 | ଏଣ୍ଟର୍ ଦାବନ୍ତୁ |
04:09 | ଏବେ ଟାଇପ୍ କରନ୍ତୁ: gedit ସ୍ପେସ୍ hello ଅଣ୍ଡର୍ ସ୍କୋର୍ world ଡଟ୍ sh ସ୍ପେସ୍ & (ଆମ୍ପର୍ସେଣ୍ଡ ଚିହ୍ନ). |
04:20 | GEdit ହେଉଛି Text Editor. Hello ଅଣ୍ଡର୍ ସ୍କୋର୍ world ଡଟ୍ sh' ହେଉଛି ଫାଇଲ୍ ନାମ, ଆଉ |
04:27 | ଆମେ, Promptକୁ ଖାଲି କରିବା ପାଇଁ & (ଆମ୍ପର୍ସେଣ୍ଡ) ବ୍ୟବହାର କରୁ |
04:32 | ଏବେ Enter ଦାବନ୍ତୁ |
04:33 | ଆମେ, GEdit ବ୍ୟବହାର କରି hello_world.sh ନାମକ ଗୋଟିଏ ନୂଆ ଫାଇଲ୍ ଖୋଲିଛେ |
04:40 | ଏବେ ଟାଇପ୍ କରନ୍ତୁ: hash exclamation mark front slash bin front slash bash |
04:47 | ପ୍ରତ୍ୟେକ Bash Scriptର ଏହା ହେଉଛି ପ୍ରଥମ ଲାଇନ୍ |
04:51 | ଏହାକୁ Shebang ବା Bang ଲାଇନ୍ କୁହାଯାଏ |
04:55 | ଏଣ୍ଟର୍ ଦାବନ୍ତୁ |
04:57 | ଏବେ, ଫାଇଲ୍ ରେ ଏକ Comment ଆଡ୍ କରିବା ପାଇଁ ଟାଇପ୍ କରନ୍ତୁ: |
05:00 | hash ସ୍ପେସ୍ My first Bash script |
05:06 | ମନେରଖନ୍ତୁ ଯେ, Hash ପରେ ଯେକୌଣସି ଲାଇନ୍ କୁ Comment ଭାବେ ନିଆଯାଏ |
05:11 | ଆଉ Commentଗୁଡ଼ିକ Bash Interpreter ଦ୍ୱାରା ଏଡ଼ାଇଦିଆଯାଇଥାଏ |
05:15 | ଏବେ, ଆମେ Command ଆଡ୍ କରିପାରିବା, ଯାହା ଆମେ ପୂର୍ବରୁ ବ୍ୟବହାର କରିଥିଲେ |
05:19 | ଏଣ୍ଟର୍ ଦାବନ୍ତୁ |
05:20 | ଓ ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ "Hello World" |
05:27 | ଏଣ୍ଟର୍ ଦାବନ୍ତୁ |
05:28 | ଟାଇପ୍ କରନ୍ତୁ: echo ସ୍ପେସ୍ ଡଲାର୍ ଚିହ୍ନ SHELL (କ୍ୟାପିଟାଲ୍ ରେ) |
05:34 | ଏଣ୍ଟର୍ ଦାବନ୍ତୁ |
05:35 | ଟାଇପ୍ କରନ୍ତୁ: echo ସ୍ପେସ୍ backtick date backtick |
05:41 | Tilde କ୍ୟାରେକ୍ଟର୍ ଥିବା କୀ ଉପରେ Backtick ଚିହ୍ନ ଅଛି |
05:47 | ଫାଇଲ୍ କୁ ସେଭ୍ କରିବା ପାଇଁ Save ଉପରେ କ୍ଲିକ୍ କରନ୍ତୁ |
05:50 | ଚାଲନ୍ତୁ, ନିଷ୍ପାଦନ କରିବା. Terminalକୁ ଫେରିଆସନ୍ତୁ |
05:55 | ପ୍ରଥମେ, ଆମେ ଫାଇଲ୍ କୁ ନିଷ୍ପାଦନଯୋଗ୍ୟ କରିବା |
05:58 | ଏଥିପାଇଁ ଟାଇପ୍ କରନ୍ତୁ: chmod ସ୍ପେସ୍ plus x ସ୍ପେସ୍ hello ଅଣ୍ଡର୍ ସ୍କୋର୍ world ଡଟ୍ sh |
06:09 | ଆଉ Enter ଦାବନ୍ତୁ |
06:12 | ଏବେ ଟାଇପ୍ କରନ୍ତୁ: |
06:14 | ଡଟ୍ ସ୍ଲାଶ୍ hello ଅଣ୍ଡର୍ ସ୍କୋର୍ world ଡଟ୍ sh |
06:19 | ଏଣ୍ଟର୍ ଦାବନ୍ତୁ |
06:22 | ଦେଖନ୍ତୁ, ଟର୍ମିନଲ୍ ରେ Hello World ପ୍ରଦର୍ଶିତ ହେଲା |
06:27 | ପରବର୍ତ୍ତୀ ଲାଇନ୍ ରେ Shell ପ୍ରକାର ପ୍ରଦର୍ଶିତ ହେଲା, ଯାହା ହେଉଛି "ସ୍ଲାଶ୍ bin ସ୍ଲାଶ୍ bash |
06:32 | ଏବଂ ଦିନ, ମାସ, ସମୟ, ସମୟ କ୍ଷେତ୍ର ଓ ବର୍ଷ ମଧ୍ୟ ପ୍ରଦର୍ଶିତ ହେଲା |
06:38 | ସିଷ୍ଟମ୍ ଉପରେ ନିର୍ଭର କରି output ଭିନ୍ନ ହୋଇପାରେ |
06:43 | Slidesକୁ ଫେରିଯାଇ ସାରାଂଶିତ କରନ୍ତୁ |
06:46 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
06:48 | * ବିଭିନ୍ନ ପ୍ରକାରର Shells |
06:50 | * Bash Shell |
06:51 | * ବାଶ୍ ଶେଲ୍ ସ୍କ୍ରିପ୍ଟ |
06:52 | * ଏକ ସରଳ Shell Script ଲେଖି ତାକୁ ନିଷ୍ପାଦିତ କରିବା |
06:57 | ଏକ ଆସାଇନମେଣ୍ଟ ଭାବେ - ନିମ୍ନ ମେସେଜ୍ ପ୍ରଦର୍ଶିତ କରିବା ପାଇଁ ଏକ ସରଳ Script ଲେଖନ୍ତୁ -
Welcome to Bash learning |
07:03 | ଏବଂ ଏକ ଅଲଗା ଲାଇନ୍ ରେ *************** (ଆଷ୍ଟରିକ୍ସ) |
07:06 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
07:10 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
07:13 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:17 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
07:20 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:22 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
07:26 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:34 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:39 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:45 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ |
07:51 | ଆଇଆଇଟି ବମ୍ୱେ ତରଫରୁ |
07:56 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |