Java/C2/Strings/Oriya
From Script | Spoken-Tutorial
Time | Narration |
00:01 | Javaରେ Strings ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି: |
00:08 | ଷ୍ଟ୍ରିଙ୍ଗ୍ କ୍ରିଏଟ୍ କରିବା, ଷ୍ଟ୍ରିଙ୍ଗ୍ସ ଆଡ୍ କରିବା ଏବଂ ଲୋୱର୍ କେସ୍ ଓ ଅପର୍ କେସ୍ କନଭର୍ଟ କରିବା ପରି ମୌଳିକ ଷ୍ଟ୍ରିଙ୍ଗ୍ ଅପରେଶନ୍ସ ପ୍ରଦର୍ଶନ କରିବା |
00:18 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
Ubuntu 11.10, JDK 1.6 ଓ Eclipse 3.7 |
00:26 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର, Javaରେ Data Typesର ଜ୍ଞାନ ଥିବା ଦରକାର |
00:32 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:40 | Javaରେ Strings ହେଉଛି Charactersର ଏକ ଶୃଙ୍ଖଳା |
00:44 | Strings ଆରମ୍ଭ କରିବା ପୂର୍ବରୁ ଆମେ, ପ୍ରଥମେ Character Data Type ଦେଖିବା |
00:50 | ଏବେ, Eclipseକୁ ଯାଆନ୍ତୁ |
00:55 | ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି |
01:00 | StringDemo ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି |
01:07 | Main Method ଭିତରେ ଟାଇପ୍ କରନ୍ତୁ: char star equal to single quotesରେ asterisk. |
01:19 | ଏହି ଷ୍ଟେଟମେଣ୍ଟ, Star ନାମରେ ଓ Char ଟାଇପ୍ ର ଏକ ଭେରିଏବଲ୍ କ୍ରିଏଟ୍ କରେ |
01:25 | ଏହା ଗୋଟିଏ ହିଁ କ୍ୟାରେକ୍ଟର୍ ଷ୍ଟୋର୍ କରିପାରେ |
01:28 | କିଛି କ୍ୟାରେକ୍ଟର୍ସ ବ୍ୟବହାର କରି ଚାଲନ୍ତୁ ସେହି ଶବ୍ଦଟିକୁ ପ୍ରିଣ୍ଟ କରିବା |
01:33 | Char ଲାଇନ୍ କାଢ଼ି ଟାଇପ୍ କରନ୍ତୁ: |
01:36 | char c1 equal to single quotesରେ 'c'; |
01:43 | char c2 equal to single quotesରେ 'a'; |
01:49 | char c3 equal to single quotesରେ 'r'; |
01:55 | ଆମେ, Car ଶବ୍ଦ ତିଆରି କରିବା ପାଇଁ ତିନୋଟି କ୍ୟାରେକ୍ଟର୍ସ କ୍ରିଏଟ୍ କରିଛେ |
01:59 | ଚାଲନ୍ତୁ, ଶବ୍ଦଟିକୁ ପ୍ରିଣ୍ଟ କରିବା ପାଇଁ ସେଗୁଡ଼ିକ ବ୍ୟବହାର କରିବା |
02:02 | ଟାଇପ୍ କରନ୍ତୁ: |
02:04 | System.out.print(c1); |
02:12 | System.out.print(c2); |
02:22 | System.out.print(c3); |
02:31 | ଦୟାକରି ଧ୍ୟାନଦିଅନ୍ତୁ ଯେ, ମୁଁ, println ବଦଳରେ print ବ୍ୟବହାର କରୁଛି, ଯେଉଁଥିରୁ ସମସ୍ତ କ୍ୟାରେକ୍ଟର୍ସ ସମାନ ଲାଇନ୍ ରେ ପ୍ରିଣ୍ଟ ହେବ |
02:39 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
02:43 | ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ |
02:46 | କିନ୍ତୁ ଏହି ମେଥଡ୍, କେବଳ ଶବ୍ଦକୁ ପ୍ରିଣ୍ଟ କରେ, କ୍ରିଏଟ୍ କରେ ନାହିଁ |
02:50 | ଗୋଟିଏ ଶବ୍ଦ କ୍ରିଏଟ୍ କରିବାକୁ ଆମେ, String Data Type ବ୍ୟବହାର କରିବା |
02:54 | ଚାଲନ୍ତୁ, ଏବେ ଏହାକୁ ଦେଖିବା. |
02:57 | Main Method ଭିତରେ ଥିବା ସବୁକିଛି କାଢ଼ିଦେଇ ଟାଇପ୍ କରନ୍ତୁ: |
03:03 | String greet equal to Hello Learner; |
03:16 | ଦେଖନ୍ତୁ, ଶବ୍ଦ Stgringରେ S ଅପର୍ କେସ୍ ରେ ଅଛି |
03:19 | ଆଉ ଆମେ, ଡେଲିମିଟର୍ ଭାବେ ସିଙ୍ଗଲ୍ କ୍ୱୋଟ୍ସ ବଦଳରେ ଡବଲ୍ କ୍ୱୋଟ୍ସ ବ୍ୟବହାର କରୁଛେ |
03:25 | ଏହି ଷ୍ଟେଟମେଣ୍ଟ, String ଟାଇପ୍ ର ଏକ ଭେରିଏବଲ୍ greet କ୍ରିଏଟ୍ କରେ |
03:31 | ଏବେ ଚାଲନ୍ତୁ, ମେସେଜ୍ ପ୍ରିଣ୍ଟ କରିବା |
03:33 | System.out.println(greet); |
03:44 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
03:51 | ଆମେ ଦେଖିପାରୁଛେ ଯେ, ମେସେଜ୍ ଟି ଭେରିଏବଲ୍ ରେ ଷ୍ଟୋର୍ ହେଲା ଓ ପ୍ରିଣ୍ଟ ହେଲା |
03:57 | Stringsକୁ Javaରେ ମଧ୍ୟ ଆଡ୍ କରିହେବ |
04:00 | ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା |
04:04 | ମୁଁ ମେସେଜ୍ ରୁ Learner କାଢ଼ିଦେଉଛି |
04:08 | ଆମେ, ନାମକୁ ଭିନ୍ନ ଭେରିଏବଲ୍ ରେ ଷ୍ଟୋର୍ କରିବା |
04:14 | String name equal to “Java”; |
04:22 | ଏବେ ଆମେ, ଏକ ମେସେଜ୍ ତିଆରି କରିବାକୁ Strings ଆଡ୍ କରିବା |
04:28 | String msg equal to greet plus name; |
04:42 | ପ୍ରିଣ୍ଟ ଷ୍ଟେଟମେଣ୍ଟରେ messageକୁ greet ସହିତ ବଦଳାନ୍ତୁ ଏବଂ ଫାଇଲ୍ କୁ ସେଭ୍ କରି ରନ୍ କରନ୍ତୁ |
04:56 | ଦେଖନ୍ତୁ, ଆଉଟପୁଟ୍ greeting ଓ Name ପ୍ରଦର୍ଶିତ କରୁଛି |
05:00 | କିନ୍ତୁ, ସେଗୁଡ଼ିକୁ କୌଣସି Space ପୃଥକ୍ କରୁନାହିଁ |
05:02 | ତେଣୁ, ଏକ Space କ୍ୟାରେକ୍ଟର୍ କ୍ରିଏଟ୍ କରିବା |
05:08 | char SPACE equal to single quotesରେ ' '(space); |
05:17 | ଧ୍ୟାନଦିଅନ୍ତୁ ଯେ, ମୁଁ, ଭେରିଏବଲ୍ ନେମ୍ ରେ ସମସ୍ତ ଅପର୍ କେସ୍ ଲେଟର୍ସ ବ୍ୟବହାର କରିଛି, ସେଥିପାଇଁ ଏହା ସ୍ପଷ୍ଟ ଅଛି |
05:23 | ନିଜ ପସନ୍ଦ ଅନୁସାରେ ଆପଣ ଏହାକୁ ବଦଳାଇପାରିବେ |
05:26 | ଏବେ ଚାଲନ୍ତୁ, ମେସେଜ୍ ରେ SPACE ଆଡ୍ କରିବା |
05:29 | greet plus SPACE plus name; |
05:36 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
05:40 | ଆମେ ଆଶାନୁରୂପ ଓ ସ୍ପଷ୍ଟ ଆଉଟପୁଟ୍ ପାଇଲେ |
05:45 | ଚାଲନ୍ତୁ, କିଛି String Operations ଦେଖିବା |
05:50 | ମୁଁ, Hello ଶବ୍ଦର କିଛି କ୍ୟାରେକ୍ଟର୍ସ ଓ Java ଶବ୍ଦକୁ ଅପର୍ କେସ୍ ରେ ବଦଳାଉଛି |
06:05 | ଅଧିକାଂଶ ସମୟରେ, ଯେତେବେଳେ ଯୁଜର୍ସ ଇନପୁଟ୍ ଦିଅନ୍ତି, ଆମକୁ ଏହିଭଳି ଭାଲ୍ୟୁଜ୍ ମିଳେ, ମିଶାମିଶି କେସ୍ ରେ |
06:11 | ତେଣୁ, ପ୍ରୋଗ୍ରାମ୍ ରନ୍ କରି ଆଉଟପୁଟ୍ ଦେଖିବା |
06:18 | ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ସ୍ପଷ୍ଟ ନାହିଁ |
06:22 | ଆଉଟପୁଟ୍ ସ୍ପଷ୍ଟ କରିବା ପାଇଁ ଚାଲନ୍ତୁ String Methods ବ୍ୟବହାର କରିବା |
06:27 | ଟାଇପ୍ କରନ୍ତୁ: greet equal to greet.toLowerCase(); |
06:41 | ଏହି ଷ୍ଟେଟମେଣ୍ଟ, ଷ୍ଟ୍ରିଙ୍ଗ୍ greetର ପ୍ରତ୍ୟେକ କ୍ୟାରେକ୍ଟର୍ କୁ ଲୋୱର୍ କେସ୍ ରେ ବଦଳାଇଦେବ |
06:47 | name equal to name.toUpperCase(); |
06:58 | ଏହି ଷ୍ଟେଟମେଣ୍ଟ, ଷ୍ଟ୍ରିଙ୍ଗ୍ nameର ପ୍ରତ୍ୟେକ କ୍ୟାରେକ୍ଟର୍ କୁ ଅପର୍ କେସ୍ ରେ ବଦଳାଇଦେବ |
07:03 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
07:08 | ଦେଖନ୍ତୁ, ଆମେ String Methods ବ୍ୟବହାର କରିବା ପରେ ଏବେ ଆଉଟପୁଟ୍ ସ୍ପଷ୍ଟ ଅଛି |
07:13 | ଏହିପରି ଭାବେ ଆମେ Strings କ୍ରିଏଟ୍ କରି String Operations କରିପାରିବା |
07:18 | ଆହୁରି ଅନେକ String Methods ଅଛି ଏବଂ |
07:19 | ଆମେ ସେଗୁଡ଼ିକର ଆଲୋଚନା, କଠିନ ବିଷୟ ଉପରେ କାମ କରିବା ସମୟରେ କରିବା |
07:26 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
07:29 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ, |
07:31 | Strings କ୍ରିଏଟ୍ ଓ ଆଡ୍ କିପରି କରାଯାଏ |
07:33 | ଏବଂ ଲୋୱର୍ କେସ୍ ଓ ଅପର୍ କେସ୍ କନଭର୍ଟ କରିବା ପରି ମୌଳିକ ଷ୍ଟ୍ରିଙ୍ଗ୍ ଅପରେଶନ୍ସ ପ୍ରଦର୍ଶନ କଲେ |
07:39 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ- |
07:41 | Javaରେ Stringsର Concat Method ବିଷୟରେ ପଢ଼ନ୍ତୁ. Strings ଆଡ୍ କରିବାଠାରୁ ତାହା କିପରି ଭିନ୍ନ ଜାଣନ୍ତୁ |
07:50 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. |
07:55 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:58 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
08:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:07 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
08:17 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:21 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:28 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: spoken-tutorial.org/NMEICT-Intro |
08:33 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |