C-and-Cpp/C2/First-C-Program/Oriya
From Script | Spoken-Tutorial
Time | Narration |
00:01 | “ପ୍ରଥମ C ପ୍ରୋଗ୍ରାମ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ସ୍ୱାଗତ. |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
00:08 | * ଏକ ସରଳ C ପ୍ରୋଗ୍ରାମ୍ କିପରି ଲେଖାଯାଏ |
00:11 | *ତାହାକୁ କିପରି କମ୍ପାଇଲ୍ କରାଯାଏ |
00:13 | * ତାହାକୁ କିପରି ଏକଜେକ୍ୟୁଟ୍ କରାଯାଏ |
00:14 | ଆମେ, କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବର୍ଣ୍ଣନା କରିବୁ. |
00:18 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ |
00:21 | ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦ ଓ ଜିସିସି କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି. |
00:31 | ଏହି ଟ୍ୟୁଟୋରିଆଲ୍ ପ୍ରାକ୍ଟିସ୍ କରିବାକୁ, |
00:33 | ଆପଣ, ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଓ ଏକ ଏଡିଟର୍ ସହିତ ପରିଚିତ ହେବା ଉଚିତ. |
00:38 | କିଛି ଏଡିଟର୍ ହେଉଛି vim ଓ gedit. |
00:42 | ଏହି ଟ୍ୟୁଟୋରିଆଲ୍ ରେ ମୁଁ ’ଜିଏଡିଟ୍’ ବ୍ୟବହାର କରିବି. |
00:45 | ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ନିମ୍ନ ଲିଙ୍କ୍ ରେ ପ୍ରଦର୍ଶିତ ଆମ ୱେବ୍-ସାଇଟ୍ କୁ ଯାଆନ୍ତୁ. |
00:51 | ଏକ ଉଦାହରଣ ମାଧ୍ୟମରେ ମୁଁ ଆପଣଙ୍କୁ, C ପ୍ରୋଗ୍ରାମ୍ କିପରି ଲେଖାଯାଏ, କହିବି. |
00:55 | କୀ’ବୋର୍ଡରେ ଏକାସାଙ୍ଗରେ Ctrl, Alt and T ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ. |
01:07 | ଏବେ ଟେକ୍ସଟ୍ ଏଡିଟର୍ ଖୋଲିବା. ତେଣୁ, ପ୍ରମ୍ପ୍ଟରେ ଆମେ |
01:12 | “ଜିଏଡିଟ୍” ସ୍ପେସ୍ “ଟକ୍” ଡଟ୍ “c” ସ୍ପେସ୍ “&” ଚିହ୍ନ ଟାଇପ୍ କରିବା. |
01:20 | ଆମେ ପ୍ରମ୍ପ୍ଟକୁ ମୁକ୍ତ କରିବା ପାଇଁ ଆମ୍ପରସେଣ୍ଡ୍ (&) ଉପଯୋଗ କରୁ. |
01:24 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସମସ୍ତ “C” ଫାଇଲଗୁଡ଼ିକର “”.C”” (dot C) ଏକ୍ସଟେନ୍ସନ୍ ଥାଏ. |
01:30 | ଏବେ, “ଏଣ୍ଟର୍” ଦାବନ୍ତୁ, |
01:32 | ଟେକ୍ସଟ୍ ଏଡିଟର୍ ଖୋଲିଯାଇଛି |
01:36 | ଚାଲନ୍ତୁ, ଏକ ପ୍ରୋଗ୍ରାମ୍ ଲେଖିବା. |
01:39 | ଡବଲ୍ ସ୍ଲାଶ୍ “//” ସ୍ପେସ୍ |
01:42 | “My first C program” ଟାଇପ୍ କରନ୍ତୁ. |
01:48 | ଏଠାରେ, ଲାଇନ୍ କୁ କମେଣ୍ଟ କରିବା ପାଇଁ ଡବଲ୍ ସ୍ଲାଶ୍ ବ୍ୟବହୃତ ହୁଏ. |
01:52 | ପ୍ରୋଗ୍ରାମ୍ ର ଫ୍ଲୋ ବୁଝିବା ପାଇଁ କମେଣ୍ଟସ୍ ବ୍ୟବହାର କରାଯାଏ. |
01:56 | ଏହା ଡକ୍ୟୁମେଣ୍ଟେଶନ୍ ପାଇଁ ଉପଯୋଗୀ ଅଟେ. |
01:58 | ପ୍ରୋଗ୍ରାମ୍ ବିଷୟରେ ଏହା ଆମକୁ ସୂଚନା ଦିଏ. |
02:01 | ଡବଲ୍ ସ୍ଲାଶ୍ କୁ ସିଙ୍ଗଲ୍ ଲାଇନ୍ କମେଣ୍ଟ କୁହାଯାଏ. |
02:07 | ଏବେ, ଏଣ୍ଟର୍ ଦାବନ୍ତୁ. |
02:09 | (ହାଶ୍) “#include” ସ୍ପେସ୍ ଓପନିଙ୍ଗ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ବ୍ରାକେଟ୍ ଟାଇପ୍ କରନ୍ତୁ. |
02:17 | ପ୍ରଥମେ ବ୍ରାକେଟ୍ ସମ୍ପୂର୍ଣ୍ଣ କରି, ତା’ପରେ ତା’ ଭିତରେ ଲେଖିବା ସର୍ବଦା ଏକ ଉତ୍ତମ ଅଭ୍ୟାସ. |
02:24 | ଏବେ ବ୍ରାକେଟ୍ ଭିତରେ “ଷ୍ଟୁଡିଓ” “(ଡଟ୍).” “h” ଟାଇପ୍ କରନ୍ତୁ. |
02:30 | “ଷ୍ଟୁଡିଓ.h” ହେଉଛି ଏକ ହେଡର୍ ଫାଇଲ୍. |
02:33 | ସାଧାରଣ ଇନପୁଟ୍/ଆଉଟପୁଟ୍ ପଙ୍କସନ୍ ବ୍ୟବହାର କରିବାବେଳେ ଗୋଟିଏ ପ୍ରୋଗ୍ରାମ୍ ରେ ଏହି ହେଡର୍ ଫାଇଲ୍ ନିଶ୍ଚିତ ଥିବା ଦରକାର. |
02:41 | ଏଣ୍ଟର୍ ଦାବନ୍ତୁ. |
02:43 | ବ୍ରାକେଟ୍ ମଧ୍ୟରେ “int” ସ୍ପେସ୍ “main” ଟାଇପ୍ କରନ୍ତୁ. |
02:50 | “main” ହେଉଛି ଏକ ସ୍ପେସିଆଲ୍ “ଫଙ୍କସନ୍”. |
02:52 | ଏହି ଲାଇନ୍ ରୁ ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ଆରମ୍ଭ ହେଲା ବୋଲି ଏହା କହିଥାଏ. |
02:58 | ଓପନିଙ୍ଗ୍ ବ୍ରାକେଟ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ କୁ ପାରେନ୍ଥେସିସ୍ କୁହାଯାଏ. |
03:04 | “main” ପରେ ଥିବା ପାରେନ୍ଥେସିସ୍ ୟୁଜର୍ ଙ୍କୁ କହିଥାଏ ଯେ, “main” ହେଉଛି ଏକ “ଫଙ୍କସନ୍”. |
03:11 | ଏଠାରେ “int” “main ଫଙ୍କସନ୍” କୌଣସି “ଆର୍ଗୁମେଣ୍ଟ୍” ନିଏନାହିଁ. |
03:15 | ଏହା, “ଇଣ୍ଟିଜର୍” ପ୍ରକାରର ଏକ ଭାଲ୍ୟୁ ରିଟର୍ନ କରେ. |
03:18 | ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ “ଡାଟା ଟାଇପ୍” ବିଷୟରେ ଶିଖିବା. |
03:23 | ଏବେ ଆମେ ସ୍ଲାଇଡ୍ସକୁ ଯାଇ “main” ଫଙ୍କସନ୍ ବିଷୟରେ ଅଧିକ ଜାଣିବା. ପରବର୍ତ୍ତୀ ସ୍ଲାଇଡ୍ କୁ ଯିବା. |
03:29 | ପ୍ରତ୍ୟେକ ପ୍ରୋଗ୍ରାମ୍ ରେ ଗୋଟିଏ ମେନ୍ () ଫଙ୍କସନ୍ ରହିବା ଉଚିତ. |
03:33 | ଗୋଟିଏ ଫଙ୍କସନ୍ ରୁ ଅଧିକ ରହିବା ଉଚିତ ନୁହେଁ. |
03:36 | ଅନ୍ୟଥା କମ୍ପାଇଲର୍, ପ୍ରୋଗ୍ରାମ୍ ର ଆରମ୍ଭ ଠାବ କରିପାରିବ ନାହିଁ. |
03:41 | ପାରେନ୍ଥେସେସ୍ ର ଖାଲି ଯୋଡ଼ା ଏହା ସୂଚିତ କରେ ଯେ, ମେନ୍ ରେ କୌଣସି “ଆର୍ଗୁମେଣ୍ଟସ୍” ନାହିଁ. |
03:46 | ଆଗାମୀ ଟ୍ୟୁଟୋରିଆଲ୍ସରେ ଆର୍ଗୁମେଣ୍ଟସ୍ ର କନ୍ସେପ୍ଟ ସବିଶେଷ ଭାବେ ଆଲୋଚିତ ହେବ. |
03:52 | ଏବେ, ଆମ ପ୍ରୋଗ୍ରାମ୍ କୁ ଫେରିଯିବା. |
03:55 | ଏଣ୍ଟର୍ ଦାବନ୍ତୁ. |
03:58 | ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ “{“ ଟାଇପ୍ କରନ୍ତୁ. |
04:00 | “ଫଙ୍କସନ୍” “ମେନ୍”ର ଆରମ୍ଭକୁ ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ. |
04:04 | ତା’ପରେ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ “}” ଟାଇପ୍ କରନ୍ତୁ. |
04:08 | “ଫଙ୍କସନ୍” “ମେନ୍”ର ଶେଷକୁ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ. |
04:13 | ଏବେ, ବ୍ରାକେଟ୍ ମଧ୍ୟରେ ଦୁଇଥର “ଏଣ୍ଟର୍” ଦାବି |
04:16 | ଗୋଟିଏ ଲାଇନ୍ ଉପରକୁ କର୍ସର୍ ଘୂଞ୍ଚାନ୍ତୁ. |
04:20 | କୋଡ୍ ପଢ଼ିବାକୁ ଇଣ୍ଡେନ୍ସନ୍ ସହଜ କରିଥାଏ. |
04:23 | ଏରର୍ ଶୀଘ୍ର ଲୋକେଟ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ. |
04:25 | ତେଣୁ, ଏଠାରେ ତିନୋଟି ସ୍ପେସ୍ ଦେଇ |
04:29 | “ପ୍ରିଣ୍ଟf” ଓପନିଙ୍ଗ୍ ବ୍ରାକେଟ୍ କ୍ଲୋଜିଙ୍ଗ୍ ବ୍ରାକେଟ୍ “()” ଟାଇପ୍ କରିବା. |
04:34 | ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରିଣ୍ଟ କରିବାକୁ “ପ୍ରିଣ୍ଟf” ହେଉଛି ଷ୍ଟାଣ୍ଡାର୍ଡ C ଫଙ୍କସନ୍. |
04:39 | ଏଠାରେ, ବ୍ରାକେଟ୍ ମଧ୍ୟରେ, ଡବଲ୍ କ୍ୱୋଟ୍ସ ଭିତରେ. |
04:43 | “ପ୍ରିଣ୍ଟf”ରେ ଡବଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥିବ, ତାହା ଟର୍ମିନାଲ୍ରେ ପ୍ରିଣ୍ଟ ହୋଇଯିବ. |
04:50 | “ଟକ୍ ଟୁ ଏ ଟିଚର୍ ବ୍ୟାକସ୍ଲାଶ୍ (\)n” ଟାଇପ୍ କାରନ୍ତୁ. |
04:59 | “ବ୍ୟାକସ୍ଲାଶ୍ (\)n” ଏକ ନୂଆ ଲାଇନ୍ କୁ ବୁଝାଏ. |
05:03 | ପରିଣାମସ୍ୱରୂପ, “ପ୍ରିଣ୍ଟf” ଫଙ୍କସନ୍ ର ଏକଜେକ୍ୟୁଶନ୍ ପରେ, କର୍ସର୍ ନୂଆ ଲାଇନ୍ କୁ ଚାଲିଯିବ. |
05:10 | ପ୍ରତ୍ୟେକ “C” ଷ୍ଟେଟମେଣ୍ଟ୍ ଏକ “ସେମିକଲନ୍ (;)” ସହ ଶେଷ ହେବା ଉଚିତ. |
05:15 | ତେଣୁ, ତାହାକୁ ଏହି ଲାଇନ୍ ଶେଷରେ ଟାଇପ୍ କରନ୍ତୁ. |
05:19 | “ସେମିକଲନ୍” ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବରେ କାମ କରେ. |
05:24 | ଏବେ, “ଏଣ୍ଟର୍” ଦାବି ତିନୋଟି ସ୍ପେସ୍ ଦିଅନ୍ତୁ. |
05:27 | “ରିଟର୍ନ” ସ୍ପେସ୍ “୦” ଓ ଏକ “ସେମିକଲନ୍” ଟାଇପ୍ କରନ୍ତୁ. |
05:34 | ଏହି ଷ୍ଟେଟମେଣ୍ଟ ଇଣ୍ଟିଜର୍ ଜିରୋ ଦେଇଥାଏ. |
05:38 | ଏହି ଫଙ୍କସନ୍ ପାଇଁ ଏକ ଇଣ୍ଟିଜର୍ ରିଟର୍ନ ହେବା ଦରକାର, କାରଣ ଫଙ୍କସନ୍ ର ପ୍ରକାର ହେଉଛି “int”. |
05:45 | ଏକଜେକ୍ୟୁଟେବଲ୍ ଷ୍ଟେଟମେଣ୍ଟର ଶେଷକୁ “ରିଟର୍ନ” ଷ୍ଟେଟମେଣ୍ଟ ଚିହ୍ନିତ କରେ. |
05:51 | ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ ରିଟର୍ନଡ୍ ଭାଲ୍ୟୁ ବିଷୟରେ ଅଧିକ ଶିଖିବା. |
05:55 | ଫାଇଲ୍ ସେଭ୍ କରିବା ପାଇଁ ଏବେ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ. |
06:00 | ବାରମ୍ୱାର ଫାଇଲ୍ ସେଭ୍ କରିବା ଏକ ଭଲ ଅଭ୍ୟାସ. |
06:03 | ଏହା ଆପଣଙ୍କୁ, ସଡନ୍ ପାୱର୍ ଫେଲ୍ୟୋର୍ ରୁ ରକ୍ଷା କରିବ. |
06:05 | ଆପ୍ଲିକେଶନ୍ କ୍ରାଶ୍ ହେବା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ. |
06:10 | ଏବେ ପ୍ରୋଗ୍ରାମ୍ କମ୍ପାଇଲ୍ କରିବା, ଟର୍ମିନାଲ୍ କୁ ଫେରିଚାଲନ୍ତୁ. |
06:15 | “gcc” ସ୍ପେସ୍ “talk.c” ସ୍ପେସ୍ ହାଇଫେନ୍ “-o” ସ୍ପେସ୍ “myoutput” ଟାଇପ୍ କରନ୍ତୁ. |
06:24 | gcc ହେଉଛି କମ୍ପାଇଲର୍, |
06:27 | talk.c ହେଉଛି ଆମ ଫାଇଲ୍ ନାମ. |
06:30 | -o myoutput କୁହେ ଯେ, ଏକଜେକ୍ୟୁଟେବଲ୍ କୁ myoutput ଫାଇଲ୍ କୁ ଯିବା ଉଚିତ. |
06:37 | “ଏଣ୍ଟର୍” ଦବାନ୍ତୁ. |
06:39 | ଦେଖନ୍ତୁ, ପ୍ରୋଗ୍ରାମ୍ କମ୍ପାଇଲ୍ ହୋଇଗଲା. |
06:42 | ଶେଷ ଫାଇଲ୍ ଭାବେ “myoutput” କ୍ରିଏଟ୍ ହୋଇଛି ବୋଲି ଆମେ “ls ସ୍ପେସ୍ (ହାଇଫେନ୍) –lrt” ଟାଇପ୍ କରି ଦେଖିପାରିବା. |
06:54 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବାକୁ, “(ଡଟ୍ ସ୍ଲାଶ୍) ./myoutput” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ. |
07:01 | “ଟକ୍ ଟୁ ଏ ଟିଚର୍” ଭାବେ ଏଠାରେ ଆଉଟପୁଟ୍ ଦେଖାଗଲା. |
07:06 | ମୁଁ ଯେପରି ପୂର୍ବରୁ କହିଥିଲି, ଏକଜେକ୍ୟୁଟ୍ ହେବାପାଇଁ ରିଟର୍ନ ହେଉଛି ଶେଷ ଷ୍ଟେଟମେଣ୍ଟ. |
07:10 | ରିଟର୍ନ ଷ୍ଟେଟମେଣ୍ଟ ପରେ ଆଉକିଛି ଏକଜେକ୍ୟୁଟ୍ ହେବନାହିଁ. ଚାଲନ୍ତୁ, ଏହା ଦେଖିବା. |
07:15 | ଆମ ପ୍ରୋଗ୍ରାମ୍ କୁ ଫେରିଯିବା. |
07:17 | “ରିଟର୍ନ” ଷ୍ଟେଟମେଣ୍ଟ୍ ପରେ, ଚାଲନ୍ତୁ, ଆଉଏକ “ପ୍ରିଣ୍ଟ୍f” ଷ୍ଟେଟମେଣ୍ଟ ମିଶାଇବା. |
07:22 | ଏଠାରେ ଗୋଟିଏ ସ୍ପେସ୍ ଦେଇ ପ୍ରିଣ୍ଟf ଓପନିଙ୍ଗ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ବ୍ରାକେଟ୍ ଟାଇପ୍ କରନ୍ତୁ. |
07:27 | ବ୍ରାକେଟ୍ ଭିତରେ ଥିବା ଡବଲ୍ କ୍ୱୋଟ୍ସ ମଧ୍ୟରେ “ୱେଲକମ୍ ବ୍ୟାକସ୍ଲାଶ୍ n, (\n)” ଟାଇପ୍ କରି ଶେଷରେ ଏକ ସେମିକଲନ୍ ଦିଅନ୍ତୁ. |
07:35 | ସେଭ୍ କ୍ଲିକ୍ କରନ୍ତୁ. |
07:37 | ଏବେ, କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ, ଟର୍ମିନାଲ୍ କୁ ଫେରିଯାଆନ୍ତୁ. |
07:41 | “ଅପ୍ ଏରୋ” କୀ’ ଦାବି ପୂର୍ବରୁ ଏଣ୍ଟର୍ କରିଥିବା କମାଣ୍ଡଗୁଡ଼ିକୁ ଆପଣ ପୁଣି ଦେଖିପାରିବେ. |
07:46 | ତାହା ହିଁ ମୁଁ ଏବେ କଲି. |
07:51 | ଦେଖନ୍ତୁ, ଦ୍ୱିତୀୟ କମାଣ୍ଡ ’ୱେଲକମ୍” ଏକଜେକ୍ୟୁଟ୍ ହୋଇନାହିଁ. |
07:58 | ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ. |
08:00 | ଆମେ ରିଟର୍ନ ଷ୍ଟେଟମେଣ୍ଟ ଉପରକୁ ’ୱେଲକମ୍’ ଷ୍ଟେଟମେଣ୍ଟ ଲେଖିବା. |
08:06 | “ସେଭ୍” ରେ କ୍ଲିକ୍ କରନ୍ତୁ. |
08:09 | କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ. |
08:15 | ଦେଖନ୍ତୁ, ଦ୍ୱିତୀୟ “ପ୍ରିଣ୍ଟf” ଷ୍ଟେଟମେଣ୍ଟ “ୱେଲକମ୍” ମଧ୍ୟ ଏକଜେକ୍ୟୁଟ୍ ହୋଇଗଲା. |
08:23 | ଚାଲନ୍ତୁ ଏବେ କମନ୍ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ. ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ. |
08:29 | ଧରନ୍ତୁ, ଏଠାରେ ମୁଁ “stdio.h”ରୁ ଡଟ୍ ଛାଡ଼ିଦେଇ “ସେଭ୍”ରେ କ୍ଲିକ୍ କରିବି. |
08:36 | କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା. |
08:41 | ଆମେ ଦେଖୁଛେ ଯେ, |
08:42 | ଆମ “ଟକ୍.ସି” ଫାଇଲ୍ ରେ ଥିବା ଦ୍ୱିତୀୟ ଲାଇନ୍ ରେ ଏକ ଫେଟାଲ୍ ଏରର୍ ଅଛି. |
08:48 | କମ୍ପାଇଲର୍, “stdioh” ନାମକ କୌଣସି “ହେଡର୍ ଫାଇଲ୍” ପାଉନାହିଁ . ତେଣୁ ଏହା, "no such file or directory" ବୋଲି ଏକ ଏରର୍ ଦିଏ. |
08:59 | ଆଉ, କମ୍ପାଇଲର୍ ଟର୍ମିନେଟ୍ ହୋଇଯାଏ. |
09:03 | ଚାଲନ୍ତୁ, ପ୍ରୋଗ୍ରାମ୍ କୁ ଯାଇ ଏହି ଏରର୍ ଫିକ୍ସ କରିବା. ଡଟ୍ “.” କୁ ରିଇନ୍ସର୍ଟ କରି ସେଭ୍ ରେ କ୍ଲିକ୍ କରନ୍ତୁ. |
09:11 | ଏବେ, କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା. ହଁ, ଏହା କାମ କରୁଛି. |
09:19 | ମୁଁ ଆପଣଙ୍କୁ ଅନ୍ୟଏକ ସାଧାରଣ ଏରର୍ ଦେଖାଇବି. |
09:22 | ଚାଲନ୍ତୁ, ପ୍ରୋଗ୍ରାମ୍ କୁ ଯିବା. |
09:25 | ବର୍ତ୍ତମାନ, ଧରନ୍ତୁ ମୁଁ ଏହି ଲାଇନ୍ ଶେଷରେ “ସେମିକଲନ୍” ଛାଡ଼ିଦେବି. |
09:31 | “ସେଭ୍” ରେ କ୍ଲିକ୍ କରନ୍ତୁ. କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା. |
09:41 | ଆମ ଟକ୍.ସି ଫାଇଲ୍ ରେ ଥିବା ଲାଇନ୍ ୬ରେ ଆମେ ଏକ ଏରର୍ "expected ';' (ସେମିକଲନ୍) before 'printf'" ଦେଖିବାକୁ ପାଉଛେ,. |
09:51 | ପ୍ରୋଗ୍ରାମ୍ କୁ ଫେରି ଚାଲନ୍ତୁ. |
09:54 | ପୂର୍ବରୁ ମୁଁ କହିସାରିଛି ଯେ, ସେମିକଲନ୍ ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବେ କାମ କରେ. |
09:58 | ତେଣୁ ଏହା, ଲାଇନ୍ ୫ ଶେଷରେ ଓ ଲାଇନ୍ ୬ ଆରମ୍ଭରେ ଏହାକୁ ଖୋଜିବ |
10:06 | ଏହା ହେଉଛି ଲାଇନ୍ ୬. |
10:09 | ଏହା ହେଉଛି ଶେଷ ସ୍ଥାନ, ଯେଉଁଠାରେ ଆପଣ “ସେମିକଲନ୍” ଦେଇପାରିବେ. |
10:12 | ମନେପକାନ୍ତୁ ଯେ, କମ୍ପାଇଲର୍ ଲାଇନ୍ ୬ରେ ମଧ୍ୟ ଏକ ଏରର୍ ମେସେଜ୍ ଦିଏ. |
10:18 | ଯଦି ଏଠାରେ ଆମେ ସେମିକଲନ୍ ଦେବା, ତେବେ କ’ଣ ହୁଏ, ଦେଖିବା. |
10:23 | “ସେଭ୍”ରେ କ୍ଲିକ୍ କରନ୍ତୁ. |
10:26 | କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ. |
10:30 | ହଁ, ଏହା କାମ କରୁଛି. |
10:32 | ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା. ଏହି ଲାଇନ୍ ଶେଷରେ “ସେମିକଲନ୍” ଟାଇପ୍ କରନ୍ତୁ. |
10:40 | ଯେହେତୁ, ଲାଇନ୍ ଶେଷରେ “ସେମିକଲନ୍” ଟାଇପ୍ କରିବା ଏକ ନିର୍ଦ୍ଧାରିତ ପ୍ରକ୍ରିୟା ଅଟେ. |
10:46 | “ସେଭ୍”ରେ କ୍ଲିକ୍ କରନ୍ତୁ. |
10:49 | କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ. ହଁ, ଏହା କାମ କରୁଛି. |
10:54 | ଚାଲନ୍ତୁ, ଆମ ସ୍ଲାଇଡ୍ସକୁ ଫେରିଯିବା. |
10:57 | ଏକ ଆସାନମେଣ୍ଟ ଭାବରେ |
10:59 | "Welcome to the World of C" ପ୍ରିଣ୍ଟ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ. |
11:02 | “ପ୍ରିଣ୍ଟf” ଷ୍ଟେଟମେଣ୍ଟରେ ଯଦି “\n” ମିଶାନଯାଏ, ତେବେ କ’ଣ ହୁଏ ଦେଖନ୍ତୁ. |
11:08 | ଏହା ଆମକୁ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ. |
11:12 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ, |
11:15 | ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, |
11:18 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ. |
11:22 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, |
11:24 | ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ. |
11:28 | ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ. |
11:31 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ. |
11:38 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
11:42 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ. |
11:47 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି. |
11:51 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |