Java/C2/Array-Operations/Oriya
From Script | Spoken-Tutorial
Time | Narration |
00:02 | Javaରେ Array Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି: |
00:09 | Class Arrayକୁ କିପରି Import କରିବେ ଓ |
00:12 | * Arrayରେ ମୌଳିକ ଅପରେସନ୍ସ ପ୍ରଦର୍ଶନ କରିବେ |
00:15 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
|
00:25 | ଏହି ଟ୍ୟୁଟୋରିଆଲ୍ ପାଇଁ Javaରେ ଆପଣଙ୍କର Arrays ଉପରେ ଜ୍ଞାନ ଥିବା ଉଚିତ |
00:30 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org http://spoken-tutorial.org |
00:35 | Arrays ନାମକ Classରେ Array ଅପରେସନ୍ସ ପାଇଁ ମେଥଡ୍ସ ଉପଲବ୍ଧ ଅଛି |
00:40 | ସେଗୁଡ଼ିକ ଆକ୍ସେସ୍ କରିବା ପାଇଁ, ଆପଣଙ୍କୁ ସେହି Class import କରିବାକୁ ପଡ଼ିବ |
00:43 | ଏହାକୁ import java.util.Arrays ସେମିକଲନ୍ ଷ୍ଟେଟମେଣ୍ଟ ଦ୍ୱାରା କରିହେବ |
00:50 | ଆମେ, Classରୁ Method ଆକ୍ସେସ୍ କରିପାରିବା |
00:52 | ଆମେ, ଗୋଟିଏ dot ଓ Method ନାମ ଯୋଡ଼ି କରିପାରିବା |
00:56 | ତେଣୁ, Arrays ଡଟ୍ toStringର ଅର୍ଥ ହେଉଛି Arrays Classରୁ toString ମେଥଡ୍ |
01:05 | Eclipseକୁ ଯାଆନ୍ତୁ |
01:08 | ଆମେ ଗୋଟିଏ Class, ArraysDemo କ୍ରିଏଟ୍ କରିସାରିଛେ |
01:13 | ଏବେ ଚାଲନ୍ତୁ, Class Arraysକୁ Import କରିବା |
01:16 | Class ପରିଭାଷା ପୂର୍ବରୁ Import ଷ୍ଟେଟମେଣ୍ଟ ଲେଖାଯାଇଛି |
01:22 | ତେଣୁ, Public Class ପୂର୍ବରୁ ଟାଇପ୍ କରନ୍ତୁ: |
01:26 | import java.util.Arrays ସେମିକଲନ୍ |
01:46 | ଏହି ଷ୍ଟେଟମେଣ୍ଟ କୁହେ ଯେ, Javaରେ Util ନାମକ ଏକ ପ୍ୟାକେଜ୍ ଅଛି, ଯେଉଁଥିରେ Class Arrays ଅଛି ଓ ତାକୁ Import କରାଯିବ |
01:59 | ଏବେ ଏକ Array ଯୋଡ଼ିବା |
02:01 | Main Function ଭିତରେ ଟାଇପ୍ କରନ୍ତୁ: |
02:03 | int marks ଖୋଲା ଓ ବନ୍ଦ ସ୍କ୍ୱୟାର୍ ବାକେଟ୍ସ ଇକ୍ୱାଲ୍ ଟୁ କର୍ଲୀ ବ୍ରାକେଟ୍ ମଧ୍ୟରେ 2, 7, 5, 4, 8 |
02:20 | Arrayର ପ୍ରତିନିଧିତ୍ୱ କରୁଥିବା String ପ୍ରାପ୍ତ କରିବା ପାଇଁ ଏବେ ଆମେ Class Arraysରେ ଥିବା ଏକ ମେଥଡ୍ ବ୍ୟବହାର କରି ତାକୁ ପ୍ରିଣ୍ଟ କରିବା |
02:28 | ତେଣୁ, ଟାଇପ୍ କରନ୍ତୁ: String mStr ଇକ୍ୱାଲ୍ ଟୁ Arrays ଡଟ୍ toString ପାରେନ୍ଥେସେସ୍, ପାରେନ୍ଥେସେସ୍ ଭିତରେ Arrayର ନାମ ଦେବା, ଯାହା ହେଉଛି Marks |
02:50 | ଏବେ, ଏହି toString ମେଥଡ୍, Arrayର ପ୍ରତିନିଧିତ୍ୱ କରୁଥିବା String ଦେବ |
02:56 | ଆମେ Marks ପ୍ରିଣ୍ଟ କରିବା |
02:58 | ତେଣୁ, ଟାଇପ୍ କରନ୍ତୁ System ଡଟ୍ out ଡଟ୍ println ପାରେନ୍ଥେସେସ୍ ଭିତରେ ଟାଇପ୍ କରନ୍ତୁ mStr; |
03:12 | ଚାଲନ୍ତୁ, ଆଉଟପୁଟ୍ କୁ ଦେଖିବା. ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ |
03:18 | ଆମେ, ଆଉଟପୁଟ୍ ରେ ଦେଖିପାରୁଛେ ଯେ, toString ମେଥଡ୍ Arrayର ପ୍ରତିନିଧିତ୍ୱ କରୁଥିବା ଏକ String ଦେଇଛି |
03:26 | ଏବେ, Arrayର ଏଲେମେଣ୍ଟସ୍ ସର୍ଟିଙ୍ଗ୍ ଦେଖିବା |
03:31 | ତେଣୁ, Arrays ଡଟ୍ toString ପୂର୍ବରୁ ଟାଇପ୍ କରନ୍ତୁ: Arrays ଡଟ୍ sort ପାରେନ୍ଥେସେସ୍ ଭିତରେ Arrayର ନାମ, ଯାହା ହେଉଛି marks |
03:46 | Arrays Classରେ ଥିବା sort method, ସେଥିକୁ ପାସ୍ ହେଉଥିବା Arrayର ଏଲେମେଣ୍ଟଗୁଡ଼ିକୁ ସର୍ଟ କରିଥାଏ |
03:53 | ଏବେ ଆମେ, Array "Marks"ର ଏଲେମେଣ୍ଟସ୍ ସର୍ଟ କରୁଛେ ଓ ତା’ପରେ ଏହାର String ଫର୍ମକୁ ପ୍ରିଣ୍ଟ କରିବା |
04:04 | ଚାଲନ୍ତୁ, ଆଉଟପୁଟ୍ କୁ ଦେଖିବା. Save କରି Run କରନ୍ତୁ. |
04:11 | ଆମେ, ଆଉଟପୁଟ୍ ରେ ଦେଖିପାରୁଛେ ଯେ, Sort Method, Arrayକୁ ବର୍ଦ୍ଧିତ କ୍ରମରେ ସର୍ଟ କରିଦେଇଛି |
04:19 | ଧ୍ୟାନଦିଅନ୍ତୁ କି, Sort Method, Arrayକୁ ହିଁ ବଦଳାଇଦେଇଛି |
04:22 | ଏହି ପ୍ରକାର ସର୍ଟିଙ୍ଗ୍ କୁ Inplace Sorting କୁହାଯାଏ |
04:26 | ଏହା ଅର୍ଥ, ସର୍ଟିଙ୍ଗ୍ ର ପରିଣାମ ଭାବରେ Arrayରେ ଥିବା ଏଲେମେଣ୍ଟସ୍ ବଦଳିଯାଇଛି |
04:33 | ଆମେ ଦେଖିବାକୁ ଯାଉଥିବା ପରବର୍ତ୍ତୀ ମେଥଡ୍ ହେଉଛି Fill |
04:38 | Fill ମେଥଡ୍, ଦୁଇଟି Arguments ନିଏ |
04:43 | Sorting ଲାଇନ୍ କାଢ଼ିଦିଅନ୍ତୁ ଓ |
04:50 | ଟାଇପ୍ କରନ୍ତୁ: Arrays ଡଟ୍ fill ବ୍ରାକେଟ୍ସ ମଧ୍ୟରେ Arrayର ନାମ, ଯାହା ହେଉଛି marks; |
05:05 | ଏହା ହେଉଛି ଆମର ପ୍ରଥମ Argument ଏବଂ ଦ୍ୱିତୀୟ ହେଉଛି ଭାଲ୍ୟୁ, ଯାହା Arrayରେ ଭରି ହେବା ଦରକାର, ଆମେ ତାକୁ 6 ଓ ସେମିକଲନ୍ ଦେବା. Save କରି Run କରନ୍ତୁ |
05:24 | ଆମେ ଦେଖିପାରୁଛେ ଯେ, ନାମ ଅନୁସାରେ Fill ମେଥଡ୍, ପ୍ରଦତ୍ତ Argumentରେ, ଯାହା ହେଉଛି 6, Arrayକୁ ଭରିଥାଏ |
05:32 | ଆମେ ଦେଖିବାକୁ ଯାଉଥିବା ପରବର୍ତ୍ତୀ ମେଥଡ୍ ହେଉଛି CopyOf |
05:37 | ଆମେ, Array Marksର ସମସ୍ତ ଏଲେମେଣ୍ଟସ୍ କୁ Array marksCopyକୁ କପୀ କରିବା |
05:44 | arrays dot fillକୁ କାଢ଼ିଦିଅନ୍ତୁ |
05:48 | ଓ ଟାଇପ୍ କରନ୍ତୁ int marksCopy[]; |
05:59 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: marksCopy = Arrays.copyOf(marks, 5); |
06:25 | ଏହି ମେଥଡ୍, ଦୁଇଟି Arguments ନେଇଥାଏ |
06:29 | ପ୍ରଥମ Argument ହେଉଛି Arrayର ନାମ, ଯେଉଁଥିରୁ ଆପଣ Marks ଏଲେମେଣ୍ଟ କପୀ କରିବାକୁ ଚାହୁଁଛନ୍ତି |
06:39 | ଦ୍ୱିତୀୟଟି ହେଉଛି କପୀ ହେବାକୁ ଥିବା ଏଲେମେଣ୍ଟର ସଂଖ୍ୟା, ଆମେ ଏଠାରୁ 5 କପୀ କରିବା |
06:47 | ତା’ପରେ, Arrays ଡଟ୍ toStringରେ, marks କୁ ବଦଳାଇ marksCopy କରନ୍ତୁ |
06:55 | ଏବେ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ |
07:01 | ଦେଖନ୍ତୁ, Array marksର ଏଲେମେଣ୍ଟଗୁଡ଼ିକ, Array marksCopyକୁ କପୀ ହୋଇଗଲା |
07:10 | କପୀ ହେବାକୁ ଥିବା ଏଲେମେଣ୍ଟଗୁଡ଼ିକର ସଂଖ୍ୟାକୁ ବଦଳାଇଲେ କ’ଣ ହୁଏ, ଚାଲନ୍ତୁ ଦେଖିବା |
07:15 | 5କୁ 3ରେ ବଦଳାନ୍ତୁ |
07:19 | Save କରି Run କରନ୍ତୁ |
07:24 | ଆମେ ଦେଖିପାରୁଛେ ଯେ, କେବଳ ପ୍ରଥମ ତିନୋଟି ଏଲେମେଣ୍ଟସ୍ କପୀ ହୋଇଛି |
07:31 | କପୀ ହେବାକୁ ଥିବା ଏଲେମେଣ୍ଟଗୁଡ଼ିକର ସଂଖ୍ୟା, Arrayରେ ଥିବା ସମୁଦାୟ ଏଲେମେଣ୍ଟଗୁଡ଼ିକର ସଂଖ୍ୟାଠାରୁ ଯଦି ଅଧିକ ଥାଏ, ତେବେ କ’ଣ ହୁଏ, ଚାଲନ୍ତୁ ଦେଖିବା |
07:39 | 3କୁ 8ରେ ବଦଳାନ୍ତୁ |
07:44 | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ. |
07:48 | ଆମେ ଦେଖିପାରୁଛେ ଯେ, ଅତିରିକ୍ତ ଏଲେମେଣ୍ଟଗୁଡ଼ିକ ଡିଫଲ୍ଟ ଭାଲ୍ୟୁ ସହିତ ସେଟ୍ ହୋଇଯାଇଛି, ଯାହା ହେଉଛି 0 |
07:54 | ଏହାପରେ ଆମେ, ଭାଲ୍ୟୁଗୁଡ଼ିକର ବର୍ଗ କିପରି କପୀ କରାଯାଏ, ଦେଖିବା |
07:58 | ତେଣୁ, copyOfକୁ ବଦଳାଇ copyOfRange ଓ 8କୁ ବଦଳାଇ 1, 4 କରନ୍ତୁ |
08:15 | ଏହି ମେଥଡ୍, ଇଣ୍ଡେକ୍ସ 1ରୁ ସବୁ ଏଲେମେଣ୍ଟସ୍ କପୀ କରିବା ଆରମ୍ଭ କରେ ଓ ଇଣ୍ଡେକ୍ସ 3ରେ ବନ୍ଦ କରେ |
08:27 | Save କରି Run କରନ୍ତୁ. |
08:31 | ଦେଖନ୍ତୁ, 1ରୁ 3 ପର୍ଯ୍ୟନ୍ତ ଏଲେମେଣ୍ଟସ୍ କପୀ ହୋଇଗଲା |
08:39 | ଧ୍ୟାନଦିଅନ୍ତୁ, ଆମର Arguments ଭାବରେ ଆଂଅକୁ 1, 4 ଦିଆଯାଇଛି |
08:47 | କିନ୍ତୁ, ତାହାସତ୍ତ୍ୱେ ଇଣ୍ଡେକ୍ସ 4ରେ ଥିବା ଏଲେମେଣ୍ଟ କପୀ ହୋଇନାହିଁ |
08:50 | କେବଳ ଏଲେମେଣ୍ଟ 3 ପର୍ଯ୍ୟନ୍ତ କପୀ ହୋଇଛି. ପ୍ରଦତ୍ତ ବର୍ଗର ଗୋଟିଏ ଇଣ୍ଡେକ୍ସ ପୂର୍ବରୁ ଏହା ବନ୍ଦ ହୋଇଯାଏ |
09:01 | ତେଣୁ, ଏହି ବ୍ୟବହାର ସୁନିଶ୍ଚିତ କରେ କି, ବର୍ଗଗୁଡ଼ିକର ନିରନ୍ତରତା ବଜାୟ ରହିଛି |
09:07
(0, 4), ଇଣ୍ଡେକ୍ସ 0ରୁ 3 ପର୍ଯ୍ୟନ୍ତ ସୂଚିତ କରିଥାଏ | |
09:12 | (4, 6), ଇଣ୍ଡେକ୍ସ 4ରୁ 5 ପର୍ଯ୍ୟନ୍ତ ସୂଚିତ କରିବ |
09:17 | ତେଣୁ, ଏହା ଏପରି ବ୍ୟବହାର କରେ, ଯେପରି (0, 4) + (4, 6) = (0, 5) |
09:26 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
09:31 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, |
09:33 | * Class Arraysକୁ କିପରି Import କରାଯାଏ |
09:36 | * toString, Sort, Copy, Fill ପରି Array ଅପରେସନ୍ସ ପ୍ରଦର୍ଶନ |
09:44 | ଆସାଇନମେଣ୍ଟ ଭାବେ |
09:46 | Array.Equals ମେଥଡ୍ ବିଷୟରେ ପଢ଼ନ୍ତୁ ଓ ତାହା କ’ଣ କରେ ଜାଣନ୍ତୁ |
09:53 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
09:55 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial. |
10:02 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:05 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:09 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
10:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:16 | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
10:22 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଓ ଏହା ଭାରତ ସରକାରଙ୍କ MHRD, ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:31 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
10:39 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
10:43 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଜୟ ହିନ୍ଦ |