Health-and-Nutrition/C2/Cradle-Hold-for-Breastfeeding/Oriya
From Script | Spoken-Tutorial
Revision as of 23:22, 19 July 2019 by Indiantranslators2012 (Talk | contribs)
00:01 | ବନ୍ଧୁଗଣ, ସ୍ତନ୍ୟପାନ ପାଇଁ କ୍ରେଡଲ୍ ହୋଲ୍ଡ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା: |
00:09 | ସ୍ତନ୍ୟପାନ ପାଇଁ ମା’ ଶିଶୁକୁ ସଠିକ୍ ରୂପେ ଧରିବାର କୌଶଳକୁ ଚୟନ କରିବା, |
00:15 | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ |
00:18 | କ୍ରେଡଲ୍ ହୋଲ୍ଡ କିପରି କରାଯାଏ |
00:22 | ଚାଲନ୍ତୁ ଆରମ୍ଭ କରିବା.
ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ବିଭିନ୍ନ ଉପାୟରେ ଧରି ସ୍ତନ୍ୟପାନ କରାନ୍ତି. ପୂର୍ବ ଟ୍ୟୁଟୋରିଆଲ୍ରେ ଆଲୋଚନା କରାଯାଇଥିବା ଭଳି - ମା’ ଓ ତା’ଙ୍କର ପିଲାକୁ ସ୍ତନ୍ୟପାନ କରାଇବା ପାଇଁ ଧରି ରଖିବାର ସବୁଠାରୁ ଭଲ ଉପାୟ ହେଉଛି, |
00:39 | ଯେଉଁଥିରେ ଉଭୟ ମା’ ଓ ପିଲା ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିଥାନ୍ତି |
00:45 | ପିଲାଟି ମା’ଙ୍କର ସ୍ତନରେ ସମ୍ପୂର୍ଣ୍ଣ ଭାବେ ଲାଗି ରହିବା ପାଇଁ ସକ୍ଷମ ହୋଇଥାଏ ଏବଂ |
00:50 | ପର୍ଯ୍ୟାପ୍ତ କ୍ଷୀର ପିଇପାରିଥାଏ |
00:54 | ଚାଲନ୍ତୁ, ଏହି ଧରିବା ପଦ୍ଧତି ମଧ୍ୟରୁ କ୍ରାଡଲ୍ ହୋଲ୍ଡ ନାମକ ଗୋଟିଏ ପଦ୍ଧତି ବିଷୟରେ ଜାଣିବା |
00:59 | ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ, ମା’ ନିଶ୍ଚିତ ରୂପେ ନିଜର ହାତକୁ ସାବୁନ୍ ଓ ପାଣିରେ ଠିକ୍ ଭାବରେ ଧୋଇବେ |
01:05 | ଏବଂ ଭଲ ଭାବରେ ଶୁଖାଇବେ |
01:10 | ତା’ପରେ ସେ ଗୋଟିଏ ଗ୍ଲାସ୍ ଫୁଟା ଯାଇଥିବା ଥଣ୍ଡା ପାଣି ପିଇବା ଉଚିତ୍ |
01:15 | ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନରେ ହରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ |
01:22 | ତେଣୁ, ସେମାନଙ୍କର ଦୈନିକ ପାଣି ପିଇବା ପରିମାଣରେ ବୃଦ୍ଧି ହେବା ଆବଶ୍ୟକ |
01:27 | ତା’ପରେ, ଚାଲନ୍ତୁ ମା’ଙ୍କର ପୋଜିଶନ୍ ବିଷୟରେ ଆଲୋଚନା କରିବା |
01:31 | ମା’ ଚଟାଣରେ କିମ୍ବା ଶେଯ ଉପରେ ଚକା ପକାଇ ବସିବା ଉଚିତ |
01:36 | କିମ୍ବା ଗୋଟିଏ ଚୌକିରେ ଗୋଡ଼କୁ ସିଧାକରି ବସିବେ |
01:41 | ଯଦି ଚୌକିର ଉଚ୍ଚତା ଅଧିକ ହୋଇଥାଏ ଏବଂ ପାଦ ଚଟାଣରେ ନ ଲାଗିବା ସ୍ଥଳେ, |
01:47 | ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖି ତାଉପରେ ପାଦ ରଖିପାରିବେ |
01:53 | ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ନିଶ୍ଚିତ ରୂପେ ସିଧା ହୋଇ ବସନ୍ତୁ, |
02:00 | ତାଙ୍କର କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋଇ ରହିବ ନାହିଁ |
02:05 | ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟ ସେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ |
02:12 | ବର୍ତ୍ତମାନ ମା’ ଯେଉଁ ସ୍ତନରୁ ପିଲାକୁ ଖୁଆଇବାକୁ ଚାହୁଁଛନ୍ତି, ସେଇଟିକୁ କାଢ଼ିଦେବେ |
02:18 | ନିଜର ବ୍ରା କିମ୍ବା ବ୍ଲାଉଜ୍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ |
02:25 | ଆରାମରେ ବସିବା ପରେ, ପିଲାଟିକୁ ମା’ ପାଖକୁ ଆଣନ୍ତୁ |
02:29 | ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହୁଁଛନ୍ତି ସେହି କଡ଼ର ହାତରେ ସେ ଶିଶୁକୁ ଧରିବେ |
02:37 | ସେହି ହାତର ବଙ୍କା ହୋଇଥିବା କହୁଣୀ ଅଂଶରେ ଶିଶୁର ମୁଣ୍ଡ ନିଶ୍ଚିତ ରୂପେ ଆରାମଦାୟକ ଅବସ୍ଥାରେ ରହିବା ଆବଶ୍ୟକ |
02:44 | ସେହି ସମାନ ବାହୁରେ ମା’ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିବେ |
02:51 | ଏହି ଛବିରେ ଥିବା ମା’ ତାଙ୍କର ଶିଶୁକୁ ଡାହାଣପଟ ସ୍ତନରୁ କ୍ଷୀର ଖୁଆଉଛନ୍ତି. |
02:56 | ତେଣୁ ସେ ତାଙ୍କର ଡାହାଣ ହାତ ସାହାଯ୍ୟରେ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିଛନ୍ତି ଏବଂ |
03:04 | ଡାହାଣ ହାତର ବଙ୍କା ହୋଇଥିବା କହୁଣିରେ ଶିଶୁର ମୁଣ୍ଡ ରହିଛି |
03:10 | ଯଦି ଶିଶୁଟିକୁ ଧରିବା ପାଇଁ ମା’ ଅତିରିକ୍ତ ସହାୟତା ଆବଶ୍ୟକ କରନ୍ତି ତେବେ, ସେ ଶିଶୁର ପଛ ପଟେ ନିଜର କୋଳ ଉପରେ ଗୋଟିଏ ତକିଆ ରଖିପାରିବେ |
03:19 | ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ |
03:25 | ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ |
03:30 | ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ଶିଶୁକୁ ସ୍ତନ ପାଖକୁ ଆଣିବେ |
03:36 | ତା’ପରେ ଶିଶୁର ଶରୀରରକୁ ସଠିକ୍ ପୋଜିସନ୍ରେ ରଖିବା ବିଷୟରେ ଜାଣିବା |
03:42 | ଶିଶୁର ପେଟ ଉପରେ ମା’ଙ୍କ ଶରୀରର ସାମାନ୍ୟ ଚାପ ପଡ଼ିବା ଆବଶ୍ୟକ |
03:47 | ସେମାନଙ୍କ ମଧ୍ୟରେ ବ୍ୟବଧାନ ଯେତେ କମ୍ ହେବ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସେତେ ସହଜ ହେବ |
03:54 | ଏବଂ ଏହା ଦ୍ଵାରା ଦୃଢ଼ତାର ସହ ଯୋଡ଼ିହେବା ପାଇଁ ଶିଶୁକୁ ସହଜ ହେବ |
04:00 | ତା’ପରେ ଦ୍ଵିତୀୟ ଜରୁରୀ କଥା ହେଉଛି, ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସେ କିପରି ଧରିରଖିବେ |
04:08 | ଆପଣ ଲକ୍ଷ୍ୟ କରିଥିବେ ଯେ, ଆମେ ଖାଇବା ସମୟରେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିଥାନ୍ତି |
04:16 | କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ ଅନେକ ମା’ଙ୍କ ଦ୍ଵାରା ଶିଶୁର ମୁଣ୍ଡ ଗୋଟିଏ କଡ଼କୁ ଢ଼ଳି କରି ରଖିଥିବା ଦେଖାଯାଏ |
04:23 | ଏହା ଦ୍ଵାରା ଶିଶୁ ଭଲ ଭାବେ ସ୍ତନ୍ୟପାନ କରିପାରେ ନାହିଁ |
04:28 | ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ |
04:35 | ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବା ପାଇଁ ସହଜ ହୋଇଥାଏ |
04:41 | ବର୍ତ୍ତମାନ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ପୋଜିଶନ୍ରେ ରଖିବା |
04:46 | ମା’ ଶିଶୁର ମୁଣ୍ଡ, ବେକ ଓ ପଛ ଭାଗକୁ ସପୋର୍ଟ ଦେବା ଆବଶ୍ୟକ |
04:51 | ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ |
04:58 | ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ପୋଜିଶନ୍କୁ ଦେଖିବା |
05:03 | ଶିଶୁର ନାକ ସ୍ତନର ଅଗ୍ରଭାଗ ସହିତ ଗୋଟିଏ ଲାଇନ୍ରେ ରହିବ |
05:07 | ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବ |
05:13 | ଏହା ଦ୍ଵାରା ଲାଚିଙ୍ଗ ସମୟରେ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ନେଇ ପାରୁଥିବା ସୁନିଶ୍ଚିତ ହୋଇଥାଏ |
05:19 | ଏବଂ ସେ ଭଲ ଭାବରେ ଅଧିକ କ୍ଷୀର ପିଇବା ପାଇଁ ତଳ ମାଢ଼ିକୁ ବ୍ୟବହାର କରିବ |
05:26 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ସ୍ତନର ଅଗ୍ରଭାଗର ଚାରିପଟେ ଥିବା ଗାଢ଼ କଳା ଅଂଶ |
05:32 | ବର୍ତ୍ତମାନ ଶିଶୁଟି ସଠିକ୍ ପୋଜିଶନ୍ରେ ରହିଛି, |
05:35 | ଚାଲନ୍ତୁ ସ୍ତନକୁ ଧରି ରଖିବା ବିଷୟରେ ଜାଣିବା |
05:39 | ଖାଲି ଥିବା ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ମା’ ସ୍ତନକୁ ତଳଆଡ଼ୁ U ପରି କପ୍ ଆକାରରେ ଧରି ରଖିବେ |
05:48 | ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରିବେ |
05:55 | ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍କୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ସ୍ତନର ଅଗ୍ରଭାଗକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ |
06:04 | ମା’ ଏହି ଘଣ୍ଟାରେ 3ଟା ବାଜିଥିବା ପୋଜିଶନ୍ରେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବା ଉଚିତ୍ |
06:10 | ତାଙ୍କର ଡାହାଣ ତର୍ଜନି ଓ ମଧ୍ୟମା ଆଙ୍ଗୁଠି 9ଟା ବାଜିବା ପୋଜିଶନ୍ରେ ରହିବା ଉଚିତ୍ |
06:18 | ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସହିତ ସମାନ୍ତର ହୋଇ ରହିବା ଆବଶ୍ୟକ
କାହିଁକି? |
06:25 | ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା |
06:30 | ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲି ଖୋଲିଥାଏ |
06:35 | ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲି ଧରି ରଖୁ |
06:40 | ଏଠାରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ଓଠ ସହିତ ସମାନ୍ତର କରି ରଖାଯାଇଛି |
06:46 | ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକାଲି ଧରି ରଖିବା ତେବେ, ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ |
06:53 | ସେହିପରି ଶିଶୁର ଓଠର ଡାଇରେକ୍ସନ୍କୁ ଦେଖନ୍ତୁ
ଏଠାରେ ଓଠଗୁଡ଼ିକ ଭର୍ଟିକାଲି ଅଛନ୍ତି |
07:00 | ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟ ଭର୍ଟିକାଲି ରହିବେ |
07:06 | ଏହା ଦ୍ଵାରା ଶିଶୁକୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେବା ପାଇଁ ସହଜ ହେବ |
07:13 | ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତିତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସର୍ବଦା ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ |
07:23 | ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା ତେବେ, ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ |
07:34 | ଯଦି ଆମେ ଏହାକୁ ବହୁତ ଦୂରରୁ ଧରିବା ତେବେ, ଆମ ପାଟି ମଧ୍ୟରେ ଫିଟ୍ ହେବା ପାଇଁ ଏହା ସଠିକ୍ ଆକାରରେ ରହିବ ନାହିଁ |
07:41 | ତେଣୁ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ଧରି ରଖିବା ଆବଶ୍ୟକ |
07:47 | ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠିର ଦୂରତା |
07:55 | ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ ଶିଶୁର ପାଟିକୁ ଆଙ୍ଗୁଠିଗୁଡ଼ିକ ବାଧା ଦେବେ ନାହିଁ |
08:05 | ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ, |
08:11 | ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନରେ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ ଏବଂ |
08:17 | ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ ଅଟେ |
08:23 | ମା’ଙ୍କର ବୁଢ଼ା ଆଙ୍ଗୁଠି ସେହି ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ, ଯେଉଁଥିରେ ଶିଶୁର ଓଠ ରହିଥିବ |
08:30 | ଏବଂ ତାଙ୍କର ଦୁଇଟି ଆଙ୍ଗୁଠି ସେହି ସ୍ତନର କଡ଼ରେ ରହିବା ଆବଶ୍ୟକ, ଯେଉଁଥିରେ ଶିଶୁର ନାକ ରହିଥିବ |
08:36 | ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ |
08:41 | ବଡ଼ା ପାଓ କିମ୍ବା ବର୍ଗର୍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ |
08:48 | ସେହିପରି, ମା’ ସ୍ତନକୁ ତଳପଟୁ U ଆକାରରେ ଧରି ସାମାନ୍ୟ ଚାପ ବେବା ଆବଶ୍ୟକ |
08:54 | ଏହା ଦ୍ଵାରା ଶିଶୁକୁ ଆରିଓଲାର ଏକ ବଡ଼ ଅଂଶକୁ ପାଟିରେ ଧରିବା ପାଇଁ ସହଜ ହେବ |
09:01 | କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ V ଆକାରରେ ଚାପିବେ ଦେବେ ନାହିଁ |
09:07 | V ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ |
09:14 | ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ |
09:21 | ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ସ୍ଥାନାନ୍ତର ହୋଇଯିବ ଏବଂ |
09:27 | ଶିଶୁ ସ୍ତନ ସହିତ ଲାଗି ରହିବାରେ ଅସୁବିଧା ହେବ |
09:32 | ମନେରଖନ୍ତୁ, କଦାପି ସ୍ତନକୁ କଡ଼ରୁ ଠେଲି ଶିଶୁର ମୁହଁ ପାଖକୁ ଆଣନ୍ତୁ ନାହିଁ |
09:39 | ସର୍ବଦା ଶିଶୁକୁ ସ୍ତନ ନିକଟକୁ ଆଣନ୍ତୁ |
09:43 | ବର୍ତ୍ତମାନ ଶିଶୁଟି କ୍ରାଡଲ୍ ହୋଲ୍ଡରେ ରହିଛି ଏବଂ ଶିଶୁଟି ସ୍ତନ୍ୟପାନ ପାଇଁ ପ୍ରସ୍ତୁତ ଅଟେ |
09:49 | ସ୍ତନ ସହିତ ଶିଶୁର ସଠିକ ଆଟାଚ୍ମେଣ୍ଟକୁ ସମାନ ସିରିଜ୍ର ଅନ୍ୟ ଟ୍ୟୁଟୋରିଆଲ୍ରେ ବର୍ଣ୍ଣନା କରାଯାଇଛି |
09:58 | ଶିଶୁକୁ ସଠିକତାର ସହ ଧରିଲେ ଏବଂ ଯଦି ସ୍ତନ ଅଧିକ ଓଜନ ନ ହୋଇଥାଏ ତେବେ |
10:05 | ମା’ ସ୍ତନକୁ ହାତରୁ ଛାଡିଦେବା ଆବଶ୍ୟକ ଏବଂ |
10:09 | ସପୋର୍ଟ ଦେବା ପାଇଁ ହାତକୁ ଶିଶୁର ପିଠି ତଳେ ରଖନ୍ତୁ |
10:14 | ଏହି ପୋଜିଶନ୍ରେ ମା’ ନିଜର ଉଭୟ ବାହୁକୁ ଶରୀରର ବହୁତ ନିକଟକୁ ଆଣିବା ଆବଶ୍ୟକ |
10:21 | ସ୍ତନ୍ୟପାନ ସମୟରେ ଏହା ତାଙ୍କ ପାଇଁ ଆରାମଦାୟକ ହେବ |
10:26 | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଯାଇଛେ |
10:29 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |