Koha-Library-Management-System/C2/Add-Budget-and-Allocate-Funds/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Add a Budget and allocate Funds ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ,
ଗୋଟିଏ Budget ଯୋଡ଼ିବା, Duplicate Budget ତିଆରି କରିବା ଏବଂ Funds ଆଲୋକେଟ୍ କରିବା ବିଷୟରେ ଶିଖିବା |
00:19 | ଏହି ଟ୍ୟୁଟୋରିଆଲ୍କୁ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି |
00:33 | ଏହି ଟ୍ୟୁଟୋରିଆଲ୍କୁ ଅନୁସରଣ କରିବା ପାଇଁ ଆପଣଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ |
00:39 | ଏହି ଟ୍ୟୁଟୋରିଆଲ୍କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଦରକାର |
00:45 | Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ |
00:49 | ଅଧିକ ବିବରଣୀ ପାଇଁ ଏହି ୱେବସାଇଟ୍ରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲ୍ର ଅଧ୍ୟାୟଗୁଡ଼ିକୁ ଦୟାକରି ଦେଖନ୍ତୁ |
00:56 | ଚାଲନ୍ତୁ, ଆଗକୁ ବଢ଼ିବା ସହିତ ଗୋଟିଏ Budget ଯୋଡ଼ିବା ବିଷୟରେ ଶିଖିବା |
01:01 | ଆରମ୍ଭ କରିବା ପୂର୍ବରୁ, Budgets କ’ଣ, ଚାଲନ୍ତୁ ତାହା ବୁଝିବା. Acquisitions ସମ୍ପର୍କିତ ଆକାଉଣ୍ଟିଙ୍ଗ୍ ଭାଲ୍ୟୁଗୁଡ଼ିକୁ ଟ୍ରାକ୍ କରିବା ପାଇଁ Budgets ବ୍ୟବହୃତ ହୋଇଥାଏ |
01:13 | ଗୋଟିଏ ଫଣ୍ଡ୍ ପ୍ରସ୍ତୁତ କରାଯିବା ପୂର୍ବରୁ ଗୋଟିଏ Budgetକୁ ନିଶ୍ଚିତ ରୂପେ ପରିଭାଷିତ କରିବା ଉଚିତ୍ |
01:18 | ଉଦାହରଣସ୍ଵରୂପ, ବର୍ଷ 2017 ପାଇଁ ଗୋଟିଏ ବଜେଟ୍ ପ୍ରସ୍ତୁତ କରନ୍ତୁ |
01:25 | Books, Journals ଓ/କିମ୍ୱା Databases ଭଳି ବିଭିନ୍ନ କ୍ଷେତ୍ର ପାଇଁ ଏହାକୁ Fundsରେ ଭାଗ କରିଦିଅନ୍ତୁ |
01:38 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, Budgetsକୁ ମୂଳରୁ କିମ୍ୱା ଯେକୌଣସି ପୂର୍ବ ବର୍ଷର Budgetକୁ ନକଲ କରି, |
01:50 | କିମ୍ୱା ଗତ ବର୍ଷର Budgetକୁ ନକଲ କରି କିମ୍ୱା ଗତ ବର୍ଷର Budgetକୁ ବନ୍ଦ କରି ତିଆରି କରାଯାଇପାରିବ |
02:00 | ପୂର୍ବ ଟ୍ୟୁଟୋରିଆଲ୍ଗୁଡ଼ିକରେ କୁହାଯାଇଥିବା ଭଳି ୟୁଜରନେମ୍ Bella ଓ ତା’ର ପାସ୍ୱର୍ଡ ବ୍ୟବହାର କରି Superlibrarianରେ ଲଗ୍-ଇନ୍ କରନ୍ତୁ |
02:10 | Koha ହୋମ୍ ପେଜ୍ରେ ଥିବା Acquisitionsରେ କ୍ଲିକ୍ କରନ୍ତୁ |
02:16 | ବାମପଟେ ଥିବା ବିକଳ୍ପଗୁଡ଼ିକ ମଧ୍ୟରୁ Budgetsରେ କ୍ଲିକ୍ କରନ୍ତୁ |
02:21 | ଏବେ, New ବଜେଟ୍ ଟାବ୍ରେ କ୍ଲିକ୍ କରନ୍ତୁ |
02:26 | ପ୍ରଥମେ, ଏହି Budget ପାଇଁ ଗୋଟିଏ ସମୟ ଅବଧିକୁ ଚୟନ କରନ୍ତୁ |
02:31 | ଗୋଟିଏ ଶିକ୍ଷା ବର୍ଷ, ଆର୍ଥିକ ବର୍ଷ କିମ୍ବା ଏକ ତୈମାସିକ ଆଦି ପାଇଁ ବଜେଟ୍ ତିଆରି କରାଯାଇପାରିବ |
02:39 | ଆମେ ଗୋଟିଏ ଆର୍ଥିକ ବର୍ଷ ପାଇଁ ବଜେଟ୍ ତିଆରି କରିବା |
02:43 | ଆରମ୍ଭ ଓ ଶେଷ ତାରିଖ ଚୟନ କରନ୍ତୁ |
02:48 | ଆରମ୍ଭ ତାରିଖ, 04/01/2016 (MM/DD/YYYY) ଏବଂ ଶେଷ ତାରିଖ, 03/31/2017 (MM/DD/YYYY) ଭାବେ ଚୟନ କରନ୍ତୁ |
03:07 | ତା’ପରେ, Budget ପାଇଁ ଗୋଟିଏ ବିବରଣୀ ଦେବାକୁ ହେବ |
03:11 | ପରେ ଅର୍ଡର୍ କରିବା ସମୟରେ Budgetକୁ ଚିହ୍ନଟ କରିବା ପାଇଁ ଏହା ସାହାଯ୍ୟ କରିବ |
03:17 | ଏଠାରେ, Spoken Tutorial Library 2016-2017 Phase I ଟାଇପ୍ କରନ୍ତୁ |
03:26 | Amount ବକ୍ସରେ, ଏହି ନିର୍ଦ୍ଦିଷ୍ଟ Budget ପାଇଁ ଥିବା ରାଶିର ପରିମାଣକୁ ଲେଖିବାକୁ ପଡ଼ିବ |
03:32 | ଏହା, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ପାଇଁ, ପ୍ରଦତ୍ତ ଅବଧି ମଧ୍ୟରେ ଖର୍ଚ୍ଚ କରିବା ପାଇଁ ଯୋଜନା କରାଯାଇଥିବା ସମୁଦାୟ ଅର୍ଥର ପରିମାଣ ଅଟେ |
03:41 | ଧ୍ୟାନଦିଅନ୍ତୁ ଯେ, ଏହି ଫିଲ୍ଡ କେବଳ ସଂଖ୍ୟା ଓ ଦଶମିକକୁ ଗ୍ରହଣ କରିଥାଏ |
03:47 | ଏଥିରେ ସ୍ଵତନ୍ତ୍ର ଅକ୍ଷର ଏବଂ ଚିହ୍ନ ବ୍ୟବହାର ପାଇଁ ଅନୁମତି ନାହିଁ |
03:51 | ଆମେ ଲେଖିଥିବା ପରିମାଣ, ସେହି ଲାଇବ୍ରେରୀ ପିଛା ଅନୁମୋଦନ କରାଯାଇଥିବା ବଜେଟ୍ ଅନୁସାରେ ହେବା ଆବଶ୍ୟକ |
03:57 | ଏଠାରେ, ଅର୍ଥର ପରିମାଣ ଭାବେ Rs. 5,00,000/- ଯୋଡ଼ନ୍ତୁ |
04:03 | ତା’ପରେ Make a budget active ଉପରେ କ୍ଲିକ୍ କରନ୍ତୁ |
04:08 | ଏହା କରିବା ଦ୍ଵାରା, Acquisitions ମଡ୍ୟୁଲ୍ରେ ଅର୍ଡର୍ କରିବା ସମୟରେ ବଜେଟ୍ ବ୍ୟବହାରଯୋଗ୍ୟ ହୋଇଥାଏ |
04:17 | ଏବଂ ବଜେଟ୍ର ଶେଷ ତାରିଖ ପରେ ଅର୍ଡର୍ କରିଥିଲେ ମଧ୍ୟ ଏହା ସେହିପରି ରହିଥାଏ |
04:24 | ଏହା ମାଧ୍ୟମରେ ଆମେ, ପୂର୍ବ ବର୍ଷର ବଜେଟ୍ରେ କରାଯାଇଥିବା ଅର୍ଡର୍ଗୁଡ଼ିକର ରେକର୍ଡ ମଧ୍ୟ ରଖିପାରିବା |
04:31 | ତା’ପରେ, Lock budget ପାଇଁ ଥିବା ଚେକ୍-ବକ୍ସ ବିଷୟରେ ଜାଣିବା |
04:35 | ଯାହାର ଅର୍ଥ ହେଉଛି, ଲାଇବ୍ରେରୀ ଷ୍ଟାଫ୍ଙ୍କ ଦ୍ଵାରା ପରେ Fundsକୁ ସଂଶୋଧିତ କରାଯାଇପାରିବ ନାହିଁ |
04:41 | ଏହି ଚେକ୍-ବକ୍ସକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ |
04:45 | ସବୁ ଏଣ୍ଟ୍ରୀ କରିସାରିବା ପରେ, ପେଜ୍ ତଳେ ଥିବା Save ବଟନ୍ରେ କ୍ଲିକ୍ କରନ୍ତୁ |
04:52 | ଗୋଟିଏ ନୂଆ ପେଜ୍, Budgets administration ଖୋଲିବ |
04:57 | ଏଠାରେ, ପୂର୍ବରୁ +New Budget ପେଜ୍ରେ ଯୋଡ଼ାଯାଇଥିବା ସମସ୍ତ ବିବରଣୀକୁ ଦେଖିହେବ |
05:04 | ଏହି ପେଜ୍ରେ ଦେଖାଦେଉଥିବା ବିବରଣୀଗୁଡ଼ିକ ହେଉଛି - |
05:08 | Budget name ଟାବ୍ରେ ଥିବା ବିବରଣୀ,
Start Date End Date Total Amount ଓ Actions |
05:19 | ଆବଶ୍ୟକତାନୁସାରେ ଗୋଟିଏ ନିର୍ଦ୍ଦିଷ୍ଟ Budgetକୁ ଏଡିଟ୍, ଡିଲିଟ୍ କିମ୍ବା ଡୁପ୍ଲିକେଟ୍ ମଧ୍ୟ କରିହେବ |
05:25 | ଏହା କରିବା ପାଇଁ, Budget Nameର ପୂରା ଡାହାଣପଟେ ଥିବା Actions ଟାବ୍ରେ କ୍ଲିକ୍ କରନ୍ତୁ |
05:33 | ଡ୍ରପ୍-ଡାଉନ୍ରୁ ନିମ୍ନଲିଖିତ ବିକଳ୍ପଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଚୟନ କରନ୍ତୁ:
Edit Delete Duplicate Close କିମ୍ୱା Add Fund |
05:44 | ଗୋଟିଏ ଆର୍ଥିକ ବର୍ଷ ପାଇଁ ଫଣ୍ଡକୁ କିପରି ଆଲୋକେଟ୍ କରାଯାଏ, ଚାଲନ୍ତୁ ଶିଖିବା |
05:49 | ସେହି ଟେବଲ୍ରେ, ଫଣ୍ଡ୍ ଆଲୋକେଟ୍ କରାଯିବାକୁ ଥିବା ସେହି ନିର୍ଦ୍ଦିଷ୍ଟ Budget Name ଉପରେ କ୍ଲିକ୍ କରନ୍ତୁ |
05:56 | Spoken Tutorial Library 2016-2017 Phase 1 ଉପରେ କ୍ଲିକ୍ କରନ୍ତୁ |
06:05 | Funds for 'Spoken Tutorial Library 2016-2017 Phase 1, ନାମକ ଗୋଟିଏ ନୂଆ ପେଜ୍ ଖୋଲିବ |
06:14 | Funds for 'Spoken Tutorial Library 2016-2017 Phase 1ର ଠିକ୍ ଉପରେ, ଟାବ୍ Newକୁ ଚିହ୍ନଟ କରି କ୍ଲିକ୍ କରନ୍ତୁ |
06:26 | ଡ୍ରପ୍-ଡାଉନ୍ରୁ, New fund for Spoken Tutorial Library 2016-2017 Phase 1କୁ ଚୟନ କରନ୍ତୁ |
06:36 | ଖୋଲିଥିବା ନୂଆ ପେଜ୍ରେ ନିମ୍ନଲିଖିତ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ:
Fund code: Books Fund name: Books fund |
06:47 | Amountରେ ଲେଖନ୍ତୁ: 25000
Warning at (%): 10 |
06:55 | Warning at (amount) ପାଇଁ: ଯେହେତୁ ମୁଁ Warning at (%) ଫିଲ୍ଡକୁ ପୂରଣ କରିସାରିଛି, ତେଣୁ ଏହାକୁ ଛାଡ଼ିଦେବି |
07:02 | Owner: ଓ Users ଫିଲ୍ଡଗୁଡ଼ିକୁ ମଧ୍ୟ ଛାଡ଼ିଦିଅନ୍ତୁ |
07:08 | Library ପାଇଁ, ଡ୍ରପ୍-ଡାଉନ୍ରୁ ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ଚୟନ କରନ୍ତୁ |
07:14 | Restrict access to:କୁ ସେହି ଭଳି ଛାଡ଼ିଦିଅନ୍ତୁ |
07:19 | Statistic 1 done on ଏବଂ Statistic 2 done on:କୁ ଖାଲି ଛାଡ଼ିଦିଅନ୍ତୁ |
07:27 | ସମସ୍ତ ବିବରଣୀ ପୂରଣ ହୋଇସାରିବା ପରେ, ପେଜ୍ ତଳେ ଥିବା Submit ବଟନ୍ କ୍ଲିକ୍ କରନ୍ତୁ |
07:34 | ଗୋଟିଏ ନିର୍ଦ୍ଦିଷ୍ଟ ଲାଇବ୍ରେରୀ ସହ ସମ୍ୱନ୍ଧିତ ଫଣ୍ଡ୍ ଆଲୋକେଶନ୍ର ସମସ୍ତ ବିବରଣୀ, ବର୍ତ୍ତମାନ ଗୋଟିଏ ଟେବୁଲର୍ ଫର୍ମରେ ଦେଖାଦେବ |
07:42 | ବାପପଟେ ଥିବା ବିକଳ୍ପଗୁଡ଼ିକ ମଧ୍ୟରୁ Budgets ଉପରେ କ୍ଲିକ୍ କରନ୍ତୁ |
07:47 | ଗୋଟିଏ ବଜେଟ୍ର ଡୁପ୍ଲିକେଟ୍ କିପରି କରାଯାଏ, ତାହା ମୁଁ ବର୍ତ୍ତମାନ ଦେଖାଇବି |
07:51 | କିନ୍ତୁ, ତା’ ପୂର୍ବରୁ ଗୋଟିଏ ବଜେଟ୍ର କାହିଁକି ଡୁପ୍ଲିକେଟ୍ କରାଯାଏ, ତାହା ନିଶ୍ଚିତ ରୂପେ ଜାଣିବା ଦରକାର |
07:57 | ମନେକରନ୍ତୁ, ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ପରିମାଣ ଏବଂ ଫଣ୍ଡର ପରିମାଣ ସମାନ ଅଟେ – ଏପରି କ୍ଷେତ୍ରରେ ଆମେ ସିଧାସଳଖ ଭାବେ ବଜେଟ୍ର ଡୁପ୍ଲିକେଟ୍ କରିପାରିବା |
08:08 | ଏହା ଲାଇବ୍ରେରୀ ଷ୍ଟାଫ୍ଙ୍କର ଅନେକ ସମୟ ଓ ପରିଶ୍ରମକୁ ବଞ୍ଚାଇବାରେ ସାହାଯ୍ୟ କରିବ |
08:14 | ଏହା କରିବା ପାଇଁ, Budget nameର ପୂରା ଡାହାଣପଟେ ଥିବା Actions ଟାବ୍ରେ କ୍ଲିକ୍ କରନ୍ତୁ |
08:22 | ଡ୍ରପ୍-ଡାଉନ୍ରୁ Duplicate ଚୟନ କରନ୍ତୁ |
08:26 | ଗୋଟିଏ ନୂଆ ପେଜ୍, Duplicate Budget ଖୋଲିବ |
08:30 | ନୂଆ Start Date ଓ End Date ଲେଖନ୍ତୁ. ମୁଁ ଆସନ୍ତା ବର୍ଷର ବଜେଟ୍ ତାରିଖକୁ ଲେଖିବି- |
08:39 | Start Date ଭାବେ: 04/01/2017 (MM/DD/YYYY)
End Date ଭାବେ: 03/31/2018 (MM/DD/YYYY) |
08:53 | ପରବର୍ତ୍ତୀ ବିଷୟ ହେଉଛି, Description |
08:56 | ଧ୍ୟାନ ଦିଅନ୍ତୁ ଯେ, Description ବିବରଣୀ ଏପରି ହେବା ଦରକାର, ଯେପରି ପରବର୍ତ୍ତୀ ସମୟରେ ଗୋଟିଏ ନିର୍ଦ୍ଦିଷ୍ଟ ବଜେଟ୍ ସହିତ ଏହାକୁ ସହଜରେ ଚିହ୍ନଟ କରାଯାଇପାରିବ.
Koha, ଡିଫଲ୍ଟ ଭାବେ ପୂର୍ବ Descriptionକୁ ଦେଖାଇଥାଏ |
09:10 | କିନ୍ତୁ, ମୁଁ ଏହାକୁ Spoken Tutorial Library 2017-2018, Phase II ଭାବେ ରିନେମ୍ କରିବି.
ଆପଣ ନିଜ ଲାଇବ୍ରେରୀ ପାଇଁ ପ୍ରାସଙ୍ଗିକ ଯେକୌଣସି ନାମ ଦେଇପାରିବେ |
09:24 | Change amounts by: ପାଇଁ ଥିବା ଫିଲ୍ଡରେ, ପୂର୍ବ ବର୍ଷ ବଜେଟ୍ରୁ କେତେ ଶତକଡ଼ା କଢ଼ାଯିବାର ଆବଶ୍ୟକତା ଅଛି, ତାହା ଲେଖନ୍ତୁ କିମ୍ୱା ସେହି ରାଶିକୁ ସେହିଭଳି ଆଗକୁ ବଢ଼ାଇପାରିବେ |
09:38 | ମନେପକାନ୍ତୁ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ପାଇଁ Rs 5,00,000/- ଅନୁମୋଦନ କରାଯାଇଥିଲା |
09:45 | ତେଣୁ, Rs 1,00,000/- କାଢ଼ିବା ପାଇଁ ମୁଁ -20% (minus 20 percent) ଲେଖିବି |
09:54 | ପରବର୍ତ୍ତୀ ଫିଲ୍ଡ ହେଉଛି, If amounts changed, round to a multiple of:
ଏହି ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ |
10:03 | ଆଗକୁ ବଢ଼ିବା ସହିତ, ଆମ ପାଖରେ Mark the original Budget as inactive ପାଇଁ ଗୋଟିଏ ଚେକ୍-ବକ୍ସ ଅଛି |
10:10 | ଏହା କରିବା ଦ୍ଵାରା, ମୂଳ ବଜେଟ୍କୁ ଆଉ ବ୍ୟବହାର କରାଯାଇପାରିବ ନାହିଁ. ପୁଣିଥରେ, ଏହି ବକ୍ସକୁ ଖାଲି ଛାଡ଼ିଦିଅନ୍ତୁ |
10:19 | ଶେଷରେ, ଆମ ପାଖରେ Set all funds to zero ପାଇଁ ଗୋଟିଏ ଚେକ୍-ବକ୍ସ ଅଛି |
10:25 | ଯଦି ଆପଣ ନୂଆ ବଜେଟ୍ରେ, ପୂର୍ବ ବଜେଟ୍ ଭଳି ସମାନ ଫଣ୍ଡ୍ ଗଠନ ପ୍ରଣାଳୀ ରଖିବାକୁ ଚାହାନ୍ତି, ତେବେ ଏହି ବକ୍ସକୁ ଚେକ୍ କରନ୍ତୁ |
10:32 | କିନ୍ତୁ, ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆପଣ ଫଣ୍ଡ୍ ଫିଲ୍ଡରେ ପରିମାଣକୁ ମାନୁଆଲୀ ନ ଲେଖିବା ପର୍ଯ୍ୟନ୍ତ କୌଣସି ଆଲୋକେଶନ୍ ପାଇଁ ଅନୁମତି ମିଳିବ ନାହିଁ.
ବର୍ତ୍ତମାନ ପାଇଁ ଏହାକୁ ମଧ୍ୟ ଖାଲି ଛାଡ଼ିଦିଅନ୍ତୁ |
10:44 | ସମସ୍ତ ବିବରଣୀ ଲେଖିସାରିବା ପରେ, ପେଜ୍ ତଳେ ଥିବା Save changes ଉପରେ କ୍ଲିକ୍ କରନ୍ତୁ |
10:52 | ଡୁପ୍ଲିକେଟ୍ ବଜେଟ୍, Spoken Tutorial Library 2017-2018 Phase II ପାଇଁ ଲେଖାଯାଇଥିବା ସମସ୍ତ ବିବରଣୀ, Budgets administration ପେଜ୍ରେ ଦେଖାଦେବ |
11:04 | ବର୍ତ୍ତମାନ ଆପଣ Koha Superlibrarian Accountରୁ ଲଗ୍-ଆଉଟ୍ କରିପାରନ୍ତି |
11:09 | ଏହା କରିବା ପାଇଁ ପ୍ରଥମେ, ଉପର ଡାହାଣପଟ କୋଣକୁ ଯାଆନ୍ତୁ, Spoken Tutorial Libraryରେ କ୍ଲିକ୍ କରନ୍ତୁ.
ତା’ପରେ, ଡ୍ରପ୍-ଡାଉନ୍ରୁ Log outକୁ ଚୟନ କରନ୍ତୁ |
11:21 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ ବଜେଟ୍ ଯୋଡ଼ିବା, ଗୋଟିଏ ଡୁପ୍ଲିକେଟ୍ ବଜେଟ୍ ତିଆରି କରିବା ଏବଂ Funds ଆଲୋକେଟ୍ କରିବା ବିଷୟରେ ଶିଖିଲେ |
11:34 | ବଜେଟ୍ ପାଇଁ ଆସାଇନମେଣ୍ଟ:
ବଣ୍ଟନ ପାଇଁ Rs.50 ଲକ୍ଷର ଆଲୋକେଶନ୍ ବଜେଟ୍ ସହିତ ଆର୍ଥିକ ବର୍ଷ ପାଇଁ ଗୋଟିଏ ନୂଆ ବଜେଟ୍ ଯୋଡ଼ନ୍ତୁ |
11:44 | Funds ଆଲୋକେଶନ୍ ପାଇଁ ଆସାଇନମେଣ୍ଟ:
Non-print material ପାଇଁ Rs.20 ଲକ୍ଷର Funds ଆଲୋକେଟ୍ କରନ୍ତୁ |
11:53 | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
12:01 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
12:09 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ |
12:13 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
12:25 | ଆଇଆଇଟି ବମ୍ୱେ ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |