Java/C3/Java-Interfaces/Oriya
From Script | Spoken-Tutorial
Revision as of 15:43, 16 February 2018 by PoojaMoolya (Talk | contribs)
|
|
00:01 | Java Interfaces ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ, * ଗୋଟିଏ interface ସୃଷ୍ଟି କରି ଶିଖିବା |
00:10 | Implementation classes ଓ * Usage of Interfaceକୁ ସୃଷ୍ଟି କରିବା |
00:16 | ଏଠାରେ ଆମେ ବ୍ୟବହାର କରୁଛୁ:
ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 JDK 1.7 Eclipse 4.3.1 |
00:28 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର |
00:36 | ଆପଣଙ୍କର ନିଶ୍ଚିତରୂପେ ଜାଭାରେ ଥିବା subclassing ଓ Abstract classes ଉପରେ ମଧ୍ୟ ଜ୍ଞାନ ଥିବା ଆବଶ୍ୟକ |
00:42 | ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:48 | ପ୍ରଥମେ interface ଗୋଟିଏ କ’ଣ ଚାଲନ୍ତୁ ବୁଝିବା |
00:52 | ଗୋଟିଏ ଇଣ୍ଟରଫେସ୍ , abstract ମେଥଡ୍ ଓ static data memberଗୁଡିକର ଗୋଟିଏ ସେଟକୁ ଧାରଣ କରିଥାଏ |
00:58 | ଏହା ବଡୀ ବିନା ମେଥଡଗୁଡିକର ଗୋଟିଏ ସେଟର ସ୍ଵାକ୍ଷରକୁ ପରିଭାଷିତ କରିଥାଏ |
01:04 | କୀୱର୍ଡ interfaceକୁ ବ୍ୟବହାର କରି ଏହାକୁ ଘୋଷଣା କରାଯାଇଥାଏ |
01:08 | ବର୍ତ୍ତମାନ ଆମେ Eclipseକୁ ଫେରିଆସିବା ସହିତ InterfaceDemo ନାମକ ଗୋଟିଏ ନୂତନ ପ୍ରୋଜେକ୍ଟ ସୃଷ୍ଟି କରନ୍ତୁ |
01:15 | ଏଠାରେ interfaceଗୁଡିକର ବ୍ୟବହାରକୁ ପ୍ରଦର୍ଶନ କରିବା ପାଇଁ ଆମେ ଦରକାରୀ class ଓ interfaceଗୁଡିକୁ ସୃଷ୍ଟି କରିବା |
01:24 | src ଫୋଲ୍ଡର୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ New > Interface ଉପରେ କ୍ଲିକ୍ କରନ୍ତୁ |
01:30 | ନେମକୁ Animal ଭାବେ ଟାଇପ୍ କରିବା ସହିତ Enter ଦାବନ୍ତୁ |
01:34 | ଧ୍ୟାନଦିଅନ୍ତୁ ଯେ ଗୋଟିଏ ଇଣ୍ଟରଫେସକୁ ପରିଭାଷିତ କରିବା ପାଇଁ କୀୱର୍ଡ interface ବ୍ୟବହୃତ ହୋଇଥାଏ |
01:39 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡ୍ ଟାଇପ୍ କରନ୍ତୁ |
01:43 | ଏଠାରେ interfaceର ନାମ Animal ଅଟେ |
01:46 | ଏହା talk(), see() ଓ move() ଭାବେ ତିନୋଟି ଆବଷ୍ଟ୍ରାକ୍ଟ ମେଥଡକୁ ଧାରଣ କରିଥାଏ |
01:52 | ଗୋଟିଏ ଇଣ୍ଟରଫେସରେ ଥିବା ଏହି ସମସ୍ତ methodଗୁଡିକ ନିଶ୍ଚିତରୂପେ public ଓ abstract ଅଟନ୍ତି |
01:59 | ଗୋଟିଏ interface, constant variableର ଘୋଷଣାକୁ ମଧ୍ୟ ଧାରଣ କରିପାରେ |
02:04 | ଏଠାରେ ଭେରିଏବଲ୍ type1କୁ କନଷ୍ଟାଣ୍ଟ ଷ୍ଟ୍ରିଙ୍ଗ ଭେଲ୍ୟୁ Mammal ଏସାଇନ୍ କରାଯାଇଛି |
02:12 | ଏବଂ type2କୁ Reptiles ଏସାଇନ୍ କରାଯାଇଛି |
02:16 | ଗୋଟିଏ interfaceରେ ପରିଭାଷିତ ହୋଇଥିବା ସମସ୍ତ constant ଭେଲ୍ୟୁଗୁଡିକ ନିଶ୍ଚିତରୂପେ public, static ଓ final ଅଟନ୍ତି |
02:25 | ତା’ପରେ ଗୋଟିଏ ଉଦାହରଣ ସହିତ ଆମେ ଏକ interface ପାଇଁ implementation classକୁ ଦେଖିବା |
02:32 | ଏଠାରେ Human ଗୋଟିଏ କ୍ଲାସ୍ ଅଟେ ଯାହା Animal ଇଣ୍ଟରଫେସକୁ ନିର୍ଦ୍ଦେଶିତ କରେ |
02:38 | ତେଣୁ ଏହା ନିଶ୍ଚିତରୂପେ talk(), see() ଓ move() ମେଥଡଗୁଡିକ ପାଇଁ ପ୍ରୟୋଗଗୁଡିକୁ ଉପଲବ୍ଧ କରାଇବ |
02:45 | ଗୋଟିଏ class ଅନେକ ଇଣ୍ଟରଫେସଗୁଡିକରେ ମଧ୍ୟ ପ୍ରୟୋଗ ହୋଇପାରିବ |
02:49 | ଉଦାହରଣରେ ପ୍ରଦର୍ଶୀତ ହେବା ଭଳି, କ୍ଲାସ୍ Human, ଦୁଇଟି ଇଣ୍ଟରଫେସ୍ ରେ ପ୍ରୟୋଗ ହୋଇଛି |
02:57 | ଧ୍ୟାନଦିଅନ୍ତୁ ଯେ ସିଣ୍ଟାକ୍ସରେ ବିଭିନ୍ନ ଇଣ୍ଟରଫେସଗୁଡିକୁ ଚିହ୍ନଟ କରିବା ପାଇଁ ଗୋଟିଏ comma operator ବ୍ୟବହୃତ ହୋଇଥାଏ |
03:04 | ବର୍ତ୍ତମାନ ଏହି class ଉଭୟ Animal ଓ Action ଇଣ୍ଟରଫେସଗୁଡିକରେ ଥିବା ସମସ୍ତ abstract methodଗୁଡିକ ପାଇଁ ପ୍ରୟୋଗଗୁଡିକୁ ଉପଲବ୍ଧ କରାଇବ |
03:13 | ଏଠାରେ ଥିବା ଫିଗର୍ ଗୋଟିଏ ପ୍ରୟୋଗର ରିଲେଶନକୁ ଉପସ୍ଥାପିତ କରୁଛି |
03:18 | Animal କ୍ଲାସ୍ ଗୋଟିଏ interface ଅଟେ |
03:22 | Human ଓ Snake କ୍ଲାସଗୁଡିକ ଦୁଇଟି implementation class ଅଟନ୍ତି |
03:28 | Human କ୍ଲାସ୍ talk(), see() ଓ move() ମେଥଡଗୁଡିକ ପାଇଁ ନିଜସ୍ଵ ବିଭିନ୍ନ ପ୍ରୟୋଗଗୁଡିକୁ ଉପଲବ୍ଧ କରାଇଥାଏ |
03:36 | ଏବଂ Snake କ୍ଲାସ୍ talk(), see() ଓ move() ମେଥଡଗୁଡିକ ପାଇଁ ନିଜସ୍ଵ ବିଭିନ୍ନ ପ୍ରୟୋଗଗୁଡିକୁ ଉପଲବ୍ଧ କରାଇଥାଏ |
03:45 | ଗୋଟିଏ ନମୂନା ପ୍ରୋଗ୍ରାମ୍ ସହିତ ଚାଲନ୍ତୁ interfaceଗୁଡିକର ବ୍ୟବହାରକୁ ବୁଝିବା |
03:50 | default package ଉପରେ ରାଇଟ୍ କ୍ଲିକ୍ କରିବା ସହିତ Human ନାମକ ଗୋଟିଏ class ସୃଷ୍ଟି କରନ୍ତୁ |
03:56 | ବର୍ତ୍ତମାନ ଏହାକୁ Animalର ଗୋଟିଏ implementation class କରିବା ପାଇଁ, implements Animal ଟାଇପ୍ କରନ୍ତୁ |
04:04 | ବର୍ତ୍ତମାନ Eclipse IDEରେ ଗୋଟିଏ ଏରର୍ ଆସିଥିବା ଆପଣ ଦେଖିପାରିବେ |
04:09 | ଏହି ଏରର୍ ସୂଚିତ କରୁଛି ଯେ ଆମେ Animal interface ପାଇଁ ଗୋଟିଏ implementation ଉପଲବ୍ଧ କରାଇବା ଆବଶ୍ୟକ |
04:15 | ଏହି ଏରରକୁ କିପରି ସଂଶୋଧନ କରାଯାଏ ଚାଲନ୍ତୁ ଦେଖିବା |
04:19 | ବର୍ତ୍ତମାନ talk(), see() ଓ move() ମେଥଡଗୁଡିକୁ ପରିଭାଷିତ କରନ୍ତୁ |
04:23 | ତେଣୁ ଟାଇପ୍ କରନ୍ତୁ: public void talk( ), କର୍ଲୀ ବ୍ରାକେଟ୍ ମଧ୍ୟରେ System.out.println, କ୍ଵୋଟ୍ ମଧ୍ୟରେ, I am a human and I belong to, ଟାଇପ୍ କରନ୍ତୁ |
04:37 | ବର୍ତ୍ତମାନ Animal ଇଣ୍ଟରଫେସ୍ ମଧ୍ୟରେ ଘୋଷିତ ହୋଇଥିବା static, final variable type1ର ଭେଲ୍ୟୁକୁ ବ୍ୟବହାର କରନ୍ତୁ |
04:45 | ତେଣୁ, + Animal.type1+, କ୍ଵୋଟ୍ ମଧ୍ୟରେ family, ସେମିକୋଲନ୍ ଟାଇପ୍ କରନ୍ତୁ |
04:54 | ବର୍ତ୍ତମାନ see() ମେଥଡକୁ ପ୍ରୟୋଗ କରନ୍ତୁ |
04:57 | ତେଣୁ, public void see( ), କର୍ଲୀ ବ୍ରାକେଟ୍ ମଧ୍ୟରେ System.out.println, କ୍ଵୋଟ୍ ମଧ୍ୟରେ I can see all colors ସେମିକୋଲନ୍, ଟାଇପ୍ କରନ୍ତୁ |
05:11 | ମେଥଡ୍ move()କୁ ମଧ୍ୟ ପରିଭାଷିତ କରନ୍ତୁ |
05:14 | ତେଣୁ, public void move( ), କର୍ଲୀ ବ୍ରାକେଟ୍ ମଧ୍ୟରେ System.out.println, କ୍ଵୋଟ୍ ମଧ୍ୟରେ I move by walking, ସେମିକୋଲନ୍ , ଟାଇପ୍ କରନ୍ତୁ |
05:29 | ଥରେ ସମସ୍ତ ମେଥଡଗୁଡିକ ପ୍ରୟୋଗ ହେବା ପରେ, ଏରରଟି ଅଦୃଶ୍ୟ ହୋଇଯିବା ଲକ୍ଷ୍ୟ କରନ୍ତୁ |
05:34 | ତା’ପରେ Snake କ୍ଲାସକୁ କିପରି ପରିଭାଷିତ କରାଯାଏ ଚାଲନ୍ତୁ ଦେଖିବା |
05:38 | ମୁଁ ଏହାକୁ ମୋ projectରେ ସୃଷ୍ଟି କରିସାରିଛି |
05:42 | ଦୟାକରି ଆପଣଙ୍କ ପ୍ରୋଜେକ୍ଟରେ snake class ସୃଷ୍ଟି କରିବା ସହିତ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ |
05:49 | ବର୍ତ୍ତମାନ କୋଡକୁ ବୁଝନ୍ତୁ |
05:52 | ଆମେ ଦେଖିପାରିବା ଯେ Animal interfaceର ସମସ୍ତ methodଗୁଡିକ, talk(), see() ଓ move(), ଏହି class ମଧ୍ୟରେ ପ୍ରୟୋଗ ହୋଇଛି |
06:01 | ଏଠାରେ talk() ମେଥଡ୍, I am a snake and I belong toକୁ ପ୍ରିଣ୍ଟ କରିବ |
06:07 | ତା’ପରେ Animal.type2ର ଭେଲ୍ୟୁ ଏବଂ ତା’ପରେ familyକୁ ପ୍ରିଣ୍ଟ କରିବ |
06:13 | ଏଠାରେ see() ମେଥଡ୍, I can see only in black and whiteକୁ ପ୍ରିଣ୍ଟ କରିବ |
06:19 | move() ମେଥଡ୍, I move by crawlingକୁ ପ୍ରିଣ୍ଟ କରିବ |
06:23 | ଧ୍ୟାନଦିଅନ୍ତୁ ଯେ Human କ୍ଲାସର talk(), see() ଓ move() ମେଥଡଗୁଡିକ ପାଇଁ ନିଜସ୍ଵ ପ୍ରୟୋଗଗୁଡିକ ଅଛି |
06:31 | ଏବଂ Snake କ୍ଲାସର talk(), see() ଓ move() ମେଥଡଗୁଡିକ ପାଇଁ ନିଜସ୍ଵ ପ୍ରୟୋଗଗୁଡିକ ଅଛି |
06:39 | ବର୍ତ୍ତମାନ ଡିଫଲ୍ଟ ପ୍ୟାକେଜ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ new > classରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ନାମକୁ Demo ଭାବେ ଟାଇପ୍ କରନ୍ତୁ |
06:47 | ଏହି class ମଧ୍ୟରେ ଆମର main ମେଥଡ୍ ଅଛି |
06:51 | ତେଣୁ main ଟାଇପ୍ କରିବା ସହିତ main ମେଥଡ୍ ସୃଷ୍ଟି କରିବା ପାଇଁ ctrl+spaceକୁ ଦାବନ୍ତୁ |
06:58 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡ୍ ଟାଇପ୍ କରନ୍ତୁ |
07:01 | ଏହି ଲାଇନରେ Animal ଇଣ୍ଟରଫେସକୁ ବ୍ୟବହାର କରି Human classକୁ ଇନଷ୍ଟାନଶିଏଟ୍ କରନ୍ତୁ |
07:07 | ଏହା Animal h ଭାବେ ଉପସ୍ଥାପିତ ହେବ ଯାହା new Human() ସହିତ ସମାନ ଅଟେ; |
07:14 | ବର୍ତ୍ତମାନ ଏହି ଅବଜେକ୍ଟକୁ h.talk(); h.see(); h.move() ଭାବେ ବ୍ୟବହାର କରି ବିଭିନ୍ନ ମେଥଡଗୁଡିକୁ ପ୍ରୟୋଗ କରିପାରିବା |
07:26 | ତା’ପରେ Animal ଇଣ୍ଟରଫେସକୁ ବ୍ୟବହାର କରି Snake classକୁ ଇନଷ୍ଟାନଶିଏଟ୍ କରନ୍ତୁ |
07:31 | ବର୍ତ୍ତମାନ ପ୍ରଦର୍ଶିତ ହେବା ଭଳି ଏହି ଅବଜେକ୍ଟକୁ ବ୍ୟବହାର କରି ବିଭିନ୍ନ ମେଥଡଗୁଡିକୁ ପ୍ରୟୋଗ କରନ୍ତୁ |
07:38 | ବର୍ତ୍ତମାନ ଏହି Demo ପ୍ରୋଗ୍ରାମକୁ ରନ୍ କରନ୍ତୁ |
07:41 | ତେଣୁ କ୍ଲାସ୍ Demo ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ତା’ପରେ Run as > Java Applicationକୁ ଚୟନ କରନ୍ତୁ |
07:48 | ଆପଣ ଆଉଟପୁଟକୁ ଦେଖିପାରିବେ |
07:52 | human class object, hକୁ ବ୍ୟବହାର କରି ପ୍ରୟୋଗ ହୋଇଥିବା ମେଥଡଗୁଡିକ talk(), see() ଓ move() ଦ୍ଵାରା ଏଗୁଡିକ ପ୍ରିଣ୍ଟ ହୋଇଛନ୍ତି |
08:00 | Snake class object, sକୁ ବ୍ୟବହାର କରି ପ୍ରୟୋଗ ହୋଇଥିବା ମେଥଡଗୁଡିକ talk(), see() ଓ move() ଦ୍ଵାରା ଏଗୁଡିକ ପ୍ରିଣ୍ଟ ହୋଇଛନ୍ତି |
08:08 | ବର୍ତ୍ତମାନ ଗୋଟିଏ interface ଓ abstract class ମଧ୍ୟରେ ଥିବା ପାର୍ଥକ୍ୟକୁ ଆବିଷ୍କାର କରନ୍ତୁ |
08:14 | ଗୋଟିଏ ଇଣ୍ଟରଫେସ୍ ମଧ୍ୟରେ ଥିବା ସମସ୍ତ ମେଥଡଗୁଡିକ ନିଶ୍ଚିତରୂପେ abstract ହେବେ |
08:18 | ଇଣ୍ଟରଫେସ୍ ମଧ୍ୟରେ କୌଣସି constructors ରହିବେ ନାହିଁ |
08:23 | concrete methods, static methods ଓ main method |
08:28 | କିନ୍ତୁ ଗୋଟିଏ abstract class ମଧ୍ୟରେ ଏହି ସମସ୍ତ ରହିପାରିବେ |
08:32 | ଗୋଟିଏ ଇଣ୍ଟରଫେସ୍ ମଧ୍ୟରେ ଭେରିଏବଲଗୁଡିକ ନିଶ୍ଚିତରୂପେ static ଓ final ହେବେ |
08:38 | ଗୋଟିଏ abstract class ପାଇଁ ସେମିତି କିଛି କଟକଣା ନାହିଁ |
08:43 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ |
08:48 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: * ଗୋଟିଏ Interface ସୃଷ୍ଟି କରିବା |
08:53 | ଗୋଟିଏ implementation class ସୃଷ୍ଟି କରିବା ତଥା |
08:56 | interfaceଗୁଡିକର ବ୍ୟବହାର |
08:59 | ଗୋଟିଏ ଆସାଇନମେଣ୍ଟ ଭାବେ, ଗୋଟିଏ ଇଣ୍ଟରଫେସ୍ Vehicle ସୃଷ୍ଟି କରନ୍ତୁ ଯାହା brake() ଓ run() ନାମକ ମେଥଡଗୁଡିକୁ ଧାରଣ କରିବ |
09:07 | ଅନ୍ୟ ଏକ ଇଣ୍ଟରଫେସ୍ Fuel ସୃଷ୍ଟି କରନ୍ତୁ ଯାହା ନିମ୍ନଲିଖିତ ମେଥଡଗୁଡିକୁ ଧାରଣ କରିବ. fill(String type,int quantity), pay(int quantity,int price) |
09:19 | ଗୋଟିଏ ସବକ୍ଲାସ୍ Car ସୃଷ୍ଟି କରନ୍ତୁ ଯାହା ଉଭୟ Vehicle ଓ Fuel ଇଣ୍ଟରଫେସଗୁଡିକୁ ବ୍ୟବହାର କରିବ |
09:26 | ଏଠାରେ ମେଥଡ୍ brake, Car Applies Power brakeକୁ ପ୍ରିଣ୍ଟ କରିବ |
09:30 | ଏବଂ ମେଥଡ୍ run, ନିଶ୍ଚିତରୂପେ Car is running on 4 wheelsକୁ ପ୍ରିଣ୍ଟ କରିବ |
09:35 | ସେହିପରି ମେଥଡ୍ fill(), ଭର୍ତ୍ତି ହୋଇଥିବା ଇନ୍ଧନର ପ୍ରକାର ଓ ପରିମାଣକୁ ପ୍ରିଣ୍ଟ କରିବ |
09:41 | ଉଦାହରଣସ୍ଵରୂପ: 10 Litres of petrol. |
09:44 | ପ୍ରଦାନ କରିବାକୁ ଥିବା ରାଶିକୁ ପ୍ରିଣ୍ଟ କରିବା ପାଇଁ ମେଥଡ୍ pay()କୁ ବ୍ୟବହାର କରାଯାଇପାରିବ. ଉଦାହରଣସ୍ଵରୂପ: Pay Rs. 640 |
09:53 | ଅନ୍ୟ ଏକ ସବକ୍ଲାସ୍ Bike ସୃଷ୍ଟି କରନ୍ତୁ ଯାହା ପୁନର୍ବାର ଉଭୟ Vehicle ଓ Fuel ଇଣ୍ଟରଫେସଗୁଡିକୁ ବ୍ୟବହାର କରିବ |
10:00 | ଏଠାରେ ମେଥଡ୍ brake, Bike Applies hand brakeକୁ ପ୍ରିଣ୍ଟ କରିପାରିବ |
10:05 | ଏବଂ ମେଥଡ୍ run, Bike is running on 2 wheelsକୁ ପ୍ରିଣ୍ଟ କରିପାରିବ |
10:10 | ତା’ପରେ, ପୂର୍ବେ ବର୍ଣ୍ଣିତ ହୋଇଥିବା ଭଳି fill() ଓ pay() ମେଥଡଗୁଡିକୁ ପ୍ରୟୋଗ କରନ୍ତୁ |
10:15 | ଶେଷରେ ପରିଣାମଗୁଡିକୁ ଯାଞ୍ଚ କରିବା ପାଇଁ main ମେଥଡକୁ ଧାରଣ କରିଥିବା ଗୋଟିଏ Demo class ସୃଷ୍ଟି କରନ୍ତୁ |
10:21 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ |
10:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:38 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:41 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
10:48 | ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
10:52 | ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି |
11:01 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |