Difference between revisions of "Health-and-Nutrition/C2/Cross-cradle-hold/Oriya"
From Script | Spoken-Tutorial
Line 404: | Line 404: | ||
| ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ | | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ | ||
+ | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ | ||
|- | |- | ||
− | | | + | |} |
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + |
Latest revision as of 13:25, 4 August 2020
Time | Narration |
00:01 | ନମସ୍କାର, ସ୍ତନ୍ୟପାନ ପାଇଁ “କ୍ରସ୍ କ୍ରେଡଲ୍ ହୋଲ୍ଡ” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା – ଜଣେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବାର ସଠିକ୍ ପଦ୍ଧତିର ଚୟନ, |
00:16 | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ |
00:20 | କ୍ରସ୍ କ୍ରେଡଲ୍ ହୋଲ୍ଡ ପାଇଁ ଥିବା ପ୍ରକ୍ରିୟାର ପର୍ଯ୍ୟାୟ |
00:24 | ଚାଲନ୍ତୁ ଆରମ୍ଭ କରିବା |
00:26 | ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ବିଭିନ୍ନ ଉପାୟରେ ଧରି ସ୍ତନ୍ୟପାନ କରାନ୍ତି |
00:32 | ଜଣେ ମା’ଙ୍କ ପାଇଁ ତାଙ୍କ ଶିଶୁକୁ ସ୍ତନ୍ୟପାନ କରାଇବାର ସବୁଠାରୁ ଭଲ ଉପାୟ ହେଉଛି, ଯେଉଁଥିରେ ଉଭୟ ମା’ ଓ ଶିଶୁ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିବେ, |
00:43 | ଶିଶୁଟି ମା’ଙ୍କର ସ୍ତନ ସହ ସମ୍ପୂର୍ଣ୍ଣ ଭାବେ ଲାଗି ରହୁଥିବ |
00:48 | ଏବଂ ପର୍ଯ୍ୟାପ୍ତ କ୍ଷୀର ପିଇପାରିବ |
00:51 | ଚାଲନ୍ତୁ, ଆମେ କ୍ରସ୍ କ୍ରେଡଲ୍ ହୋଲ୍ଡ ନାମକ ଗୋଟିଏ ପଦ୍ଧତି ବିଷୟରେ ଜାଣିବା |
00:56 | କ୍ରସ୍ କ୍ରେଡଲ୍ ଦ୍ଵାରା ଶିଶୁର ଶରୀର ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରହିଥାଏ,
ସ୍ତନକୁ ସପୋର୍ଟ ମିଳିଥାଏ ଏବଂ ଶିଶୁ ସ୍ତନ ସହିତ ଭଲ ଭାବରେ ଲାଗି ରହିପାରେ |
01:06 | ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ, ମା’ ନିଜର ହାତକୁ ଭଲ ଭାବରେ ଧୋଇ ଶୁଖାଇବା ଉଚିତ |
01:12 | ତା’ପରେ, ଗୋଟିଏ ଗ୍ଲାସ୍ ଫୁଟା ଯାଇ ଥଣ୍ଡା କରାଯାଇଥିବା ପାଣି ପିଇବା ଉଚିତ |
01:16 | ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନରେ ହରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ |
01:24 | ତେଣୁ, ସେମାନଙ୍କର ଦୈନିକ ଅଧିକ ପାଣି ପିଇବା ଆବଶ୍ୟକ |
01:29 | ଏବେ, ମା’ଙ୍କ ବସିବା ସ୍ଥିତି ବିଷୟରେ ଆଲୋଚନା କରିବା |
01:33 | ମା’ ଚଟାଣ କିମ୍ବା ଶେଯ ଉପରେ ଚକା ପକାଇ ବସିବା ଉଚିତ |
01:38 | କିମ୍ବା ଚଟାଣରେ ସମ୍ପୂର୍ଣ୍ଣ ପାଦକୁ ଲଗାଇ ଗୋଟିଏ ଚୌକିରେ ବସିବେ |
01:43 | ଯଦି ଚୌକିର ଉଚ୍ଚତା ଅଧିକ ହୋଇଥିବା କାରଣରୁ ପାଦ ଚଟାଣରେ ନଲାଗେ, ତେବେ ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖିପାରିବେ |
01:54 | ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ସିଧା ହୋଇ ବସନ୍ତୁ, |
02:03 | କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋଇ ନୁହେଁ |
02:08 | ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ |
02:13 | ମା’ ଯେଉଁ ସ୍ତନରୁ ଶିଶୁକୁ ଖୁଆଇବାକୁ ଚାହୁଁଛନ୍ତି, ସେଇଟିକୁ କାଢ଼ିଦେବେ |
02:19 | ନିଜର ବ୍ରା କିମ୍ବା ବ୍ଲାଉଜ୍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ |
02:26 | ଆରାମରେ ବସିବା ପରେ, ଶିଶୁଟିକୁ ମା’ ପାଖକୁ ଆଣନ୍ତୁ |
02:31 | ମା’ କ୍ଷୀର ଖୁଆଇବାକୁ ଚାହୁଁଥିବା ସ୍ତନର ବିପରୀତ ପାର୍ଶ୍ଵର ହାତ ସାହାଯ୍ୟରେ ଶିଶୁର ମୁଣ୍ଡକୁ ଧରିବେ |
02:39 | ଶିଶୁର ଗୋଡ଼ଗୁଡ଼ିକୁ ମା’ଙ୍କର ସେହି ହାତ ତଳେ ରଖନ୍ତୁ |
02:45 | ଏହି ଛବିରେ ଥିବା ମା’ ତାଙ୍କର ଶିଶୁକୁ ଡାହାଣପଟ ସ୍ତନରୁ କ୍ଷୀର ଖୁଆଉଛନ୍ତି. ତେଣୁ, ଶିଶୁର ଗୋଡ଼ ବାମ ହାତ ତଳେ ରହିଛି |
02:57 | ସେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ଶିଶୁ ମୁଣ୍ଡର ନିମ୍ନ ଅଂଶକୁ ଧରିଛନ୍ତି |
03:05 | ଯଦି ଶିଶୁଟିକୁ ଧରିବା ପାଇଁ ମା’ଙ୍କୁ ଅତିରିକ୍ତ ସହାୟତା ଦରକାର, ତେବେ ସେ ଶିଶୁର ତଳେ ନିଜ କୋଳ ଉପରେ ଗୋଟିଏ ତକିଆ ରଖିପାରିବେ |
03:15 | ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ |
03:21 | ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ |
03:26 | ସେ ସର୍ବଦା ନିଜର ପିଠିକୁ ସିଧା ରଖିବେ ଏବଂ ଶିଶୁକୁ ଉଠାଇ ନିଜର ସ୍ତନ ପର୍ଯ୍ୟନ୍ତ ଆଣିବେ |
03:33 | ତା’ପରେ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ଦେଖିବା |
03:39 | ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଗୋଟିଏ କାନ ତଳେ ଓ ବାକି ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ତଳେ ରହିବ |
03:46 | ସେ କଦାପି ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ ଶିଶୁର କାନ ତଳୁ କାଢ଼ି ବେକରେ ରଖିବେ ନାହିଁ |
03:52 | ତାଙ୍କର କଚଟି ଶିଶୁର କାନ୍ଧ ମଝିରେ ରହିବା ଉଚିତ |
03:56 | ସେ ଶିଶୁର ମୁଣ୍ଡ ପଛପଟେ ନିଜ ହାତ ଦ୍ଵାରା ଚାପ ପକାଇବା ଉଚିତ ନୁହେଁ |
04:04 | ଏଥିରୁ ସ୍ତନ୍ୟପାନ ସମୟରେ ଶିଶୁକୁ ଆରାମ ମିଳିବ |
04:08 | ତା’ପରେ ଚାଲନ୍ତୁ ଶିଖିବା, ଶିଶୁର ଶରୀରକୁ ରଖିବାର ସଠିକ୍ ସ୍ଥିତି |
04:15 | ଶିଶୁର ପେଟ ମା’ଙ୍କ ଶରୀରରେ ସାମାନ୍ୟ ଚାପି ହୋଇରହିବା ଆବଶ୍ୟକ |
04:20 | ସେମାନଙ୍କ ଶରୀର ମଧ୍ୟରେ ଦୂରତା କମ ହେଲେ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସହଜ ହେବ |
04:26 | ଏବଂ ଏହା ଦ୍ଵାରା ଦୃଢ଼ତାର ସହ ଯୋଡ଼ିହେବା ପାଇଁ ଶିଶୁକୁ ସହଜ ହେବ |
04:32 | ଦ୍ଵିତୀୟ କଥା ହେଉଛି, ଶିଶୁର ଶରୀରକୁ ସିଧା କରି ରଖିବା |
04:37 | ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରୁ, ଆମର ମୁଣ୍ଡ, ବେକ ଓ ଶରୀର ଗୋଟିଏ ସରଳ ରେଖାରେ ରୁହେ |
04:43 | କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ, ଅଧିକାଂଶ ସମୟରେ ମା’ମାନେ ଶିଶୁର ମୁଣ୍ଡକୁ ସ୍ତନ ଆଡ଼କୁ ମୋଡ଼ିଥା’ନ୍ତି |
04:50 | ଏହା ଦ୍ଵାରା ଶିଶୁଟି କ୍ଷୀର ଖାଇବାରେ ଅସୁବିଧା ହୋଇଥାଏ |
04:55 | ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ |
05:01 | ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବା ପାଇଁ ସହଜ ହୋଇଥାଏ |
05:05 | ବର୍ତ୍ତମାନ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ସ୍ଥିତିରେ ରଖିବେ |
05:10 | ମା’, ତାଙ୍କ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସାହାରା ଦେବା ଆବଶ୍ୟକ |
05:14 | ଅନ୍ୟଥା, ସ୍ତନ ସହିତ ଯୋଡ଼ିହୋଇ ରହିବା ପାଇଁ ଶିଶୁକୁ ଅନେକ କଷ୍ଟ କରିବାକୁ ପଡ଼ିବ |
05:22 | ତା’ପରେ ଚାଲନ୍ତୁ, ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା |
05:28 | ଶିଶୁର ନାକ ସ୍ତନର ଅଗ୍ରଭାଗ ସହିତ ଗୋଟିଏ ରେଖାରେ ରହିବ |
05:33 | ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବ |
05:38 | ଏହା ଦ୍ଵାରା ଲାଚିଙ୍ଗ ସମୟରେ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ନେଇ ପାରୁଥିବା ସୁନିଶ୍ଚିତ ହୋଇଥାଏ |
05:45 | ଯେଉଁ କାରଣରୁ ସେ ତଳ ମାଢ଼ିକୁ ବ୍ୟବହାର କରି ଅଧିକ କ୍ଷୀର ପିଇପାରିବ |
05:51 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ସ୍ତନର ଅଗ୍ରଭାଗ ଚାରିପଟେ ଥିବା ଗାଢ଼ କଳା ଅଂଶ |
05:57 | ବର୍ତ୍ତମାନ ଶିଶୁଟିର ସଠିକ୍ ସ୍ଥିତି ରହିଛି, ଚାଲନ୍ତୁ ସ୍ତନକୁ ଧରି ରଖିବା ବିଷୟରେ ଜାଣିବା |
06:04 | ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ସ୍ତନକୁ ତଳଆଡ଼ୁ U ପରି କପ୍ ଆକାରରେ ଧରି ରଖିବେ |
06:12 | ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ଡାହାଣ ହାତକୁ ବ୍ୟବହାର କରିବେ |
06:19 | ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ସ୍ତନର ଅଗ୍ରଭାଗକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ |
06:31 | ମା’ ଏହି ଘଣ୍ଟାରେ 9ଟା ବାଜିଥିବା ପୋଜିଶନ୍ରେ ନିଜ ଡାହାଣ ହାତର ବୁଢ଼ା ଆଙ୍ଗୁଠିକୁ ରଖିବା ଉଚିତ୍ |
06:38 | ତାଙ୍କର ଡାହାଣ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି 3ଟା ବାଜିବା ପୋଜିଶନ୍ରେ ରହିବା ଉଚିତ୍ |
06:46 | ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସହିତ ସମାନ୍ତର ହୋଇ ରହିବା ଆବଶ୍ୟକ
କାହିଁକି? |
06:51 | ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା |
06:56 | ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ପାଟି ଓ ଓଠ ହରିଯଣ୍ଟାଲୀ ଖୋଲିଥାଏ |
07:02 | ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲୀ ଧରିରଖୁ |
07:08 | ଏଠାରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ଓଠ ସହିତ ସମାନ୍ତର କରି ରଖାଯାଇଛି |
07:12 | ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକଲୀ ଧରି ରଖିବା, ତେବେ ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ |
07:19 | ସେହିପରି ଶିଶୁର ଓଠର ଦିଗକୁ ଦେଖନ୍ତୁ |
07:25 | ଏଠାରେ ଓଠଗୁଡ଼ିକ ଭର୍ଟିକଲୀ ଅଛନ୍ତି. ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟ ଭର୍ଟିକଲୀ ରହିବେ |
07:34 | ଏହା ଦ୍ଵାରା ଶିଶୁକୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେବା ପାଇଁ ସହଜ ହେବ |
07:39 | ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତୀତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ |
07:50 | ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା, ତେବେ ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ |
08:00 | ଏହାକୁ ବହୁତ ଦୂରରୁ ଧରିରଖିଲେ, ଆମ ପାଟି ମଧ୍ୟରେ ଏହା ଠିକ ଭାବେ ଖାପ ହେବ ନାହିଁ |
08:07 | ତେଣୁ, ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ଧରି ରଖିବା ଆବଶ୍ୟକ |
08:12 | ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠିର ଦୂରତା |
08:20 | ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ ଶିଶୁର ପାଟିକୁ ଆଙ୍ଗୁଠିଗୁଡ଼ିକ ବାଧା ଦେବେ ନାହିଁ |
08:29 | ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ, ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ, |
08:35 | ବରଂ ଅଧିକ କ୍ଷୀର ବାହାରିବା ପାଇଁ ଆରିଓଲାର ନିମ୍ନରେ ଅଂଶରେ ଥିବା କ୍ଷୀର ନାଳୀଗୁଡ଼ିକ ଉପରେ ମଧ୍ୟ ଚାପ ଦେବେ ଏବଂ |
08:42 | ଶିଶୁ ଗଭୀର ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ |
08:49 | ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ନାକ ଥିବା ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ |
08:59 | ଏବଂ ତାଙ୍କର ଦୁଇଟି ଆଙ୍ଗୁଠି ଶିଶୁର ଓଠ ଥିବା ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଦରକାର |
09:09 | ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ |
09:13 | ବଡ଼ା ପାଓ କିମ୍ବା ବର୍ଗର୍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ |
09:21 | ସେହିପରି, ମା’ ସ୍ତନକୁ ତଳପଟୁ U ଆକାରରେ ଧରି ସାମାନ୍ୟ ଚାପ ଦେବା ଆବଶ୍ୟକ |
09:28 | ଏହା ଦ୍ଵାରା ଶିଶୁକୁ ସ୍ତନର ଏକ ବଡ଼ ଅଂଶକୁ ପାଟିରେ ଧରିବା ପାଇଁ ସହଜ ହେବ |
09:34 | କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ V ଆକାରରେ ଚାପିବେ ନାହିଁ |
09:39 | V ଆକାରର ଚାପରୁ ମା’ଙ୍କୁ କଷ୍ଟ ହେବ ଏବଂ ଶିଶୁକୁ କମ୍ କ୍ଷୀର ମିଳିବ |
09:45 | ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ |
09:52 | ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ସ୍ଥାନାନ୍ତରିତ ହୋଇଯିବ ଏବଂ ଏହା ଦ୍ଵାରା ଭଲ ଆଟଚମେଣ୍ଟ ରହିବ ନାହିଁ |
10:00 | ମନେରଖନ୍ତୁ, କଦାପି ସ୍ତନକୁ କଡ଼ରୁ ଠେଲି ଶିଶୁର ମୁହଁ ପାଖକୁ ଆଣିବେ ନାହିଁ |
10:08 | ସର୍ବଦା ଶିଶୁକୁ ସ୍ତନ ନିକଟକୁ ଆଣନ୍ତୁ |
10:12 | ବର୍ତ୍ତମାନ ଶିଶୁଟି କ୍ରସ୍ କ୍ରେଡଲ୍ ହୋଲ୍ଡରେ ରହିଛି ଏବଂ ଶିଶୁଟି ସୁରକ୍ଷିତ ଭାବେ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ ଅଟେ |
10:18 | ଦୃଢ଼ ଭାବେ ଧରିବାର ସଠିକ୍ କୌଶଳ ସମାନ ସିରିଜ୍ର ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି |
10:24 | ଶିଶୁଟିକୁ ଥରେ ସଠିକତାର ସହ ଦୃଢ଼ ଭାବେ ଧରି ରଖିଲେ ଏବଂ ଯଦି ସ୍ତନ ଅଧିକ ଓଜନ ନ ହୋଇଥାଏ, ତେବେ ମା’ ସ୍ତନକୁ ହାତରୁ ଛାଡିଦେବା ଆବଶ୍ୟକ ଏବଂ ସପୋର୍ଟ ଦେବାପାଇଁ ହାତକୁ ଶିଶୁର ପିଠି ଉପରେ ରଖନ୍ତୁ |
10:40 | ଏହି ପୋଜିଶନ୍ରେ ମା’ ନିଜର ଉଭୟ ବାହୁକୁ ଶରୀରର ବହୁତ ନିକଟକୁ ଆଣିବା ଆବଶ୍ୟକ |
10:46 | ସ୍ତନ୍ୟପାନ ସମୟରେ ଏହା ତାଙ୍କ ପାଇଁ ଆରାମଦାୟକ ହେବ |
10:50 | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |