Difference between revisions of "Health-and-Nutrition/C2/Storage-of-expressed-breastmilk/Oriya"
From Script | Spoken-Tutorial
(Created page with "{| border=1 | <center>Time</center> |<center>Narration</center> |- | 00:01 | “କଢ଼ାଯାଇଥିବା ସ୍ତନ କ୍ଷୀରର ଷ୍ଟୋରେଜ୍"...") |
|||
Line 182: | Line 182: | ||
| 05:37 | | 05:37 | ||
| ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ. | | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ. | ||
− | + | ||
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ | ||
|} | |} |
Latest revision as of 12:49, 4 August 2020
|
|
00:01 | “କଢ଼ାଯାଇଥିବା ସ୍ତନ କ୍ଷୀରର ଷ୍ଟୋରେଜ୍" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
ପରେ ବ୍ୟବହାର ପାଇଁ କଢ଼ାଯାଇଥିବା ସ୍ତନ କ୍ଷୀରକୁ କିପରି ଗଚ୍ଛିତ ରଖିବେ |
00:14 | ଆସନ୍ତୁ ଆରମ୍ଭ କରିବା.
ସ୍ତନ କ୍ଷୀରକୁ ହାତରେ କଢ଼ାଗଲେ, ତାହା ଶିଶୁ ଓ ମା’ଙ୍କ ପାଇଁ ଲାଭଦାୟକ ହୋଇଥାଏ |
00:22 | ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ସ୍ତନ କ୍ଷୀରକୁ ହାତ ସାହାଯ୍ୟରେ କାଢ଼ିବା ବିଷୟରେ କୁହାଯାଇଛି |
00:29 | ଏହି କ୍ଷୀରକୁ ସୁରକ୍ଷିତ ଭାବେ ସମ୍ଭାଳିବା ଓ ରଖିବା ଦରକାର |
00:34 | ଏପରି କଲେ, ତାହାର ସମସ୍ତ ଭଲ ଗୁଣ ବଜାୟ ରହିବ |
00:39 | ସ୍ତନ କ୍ଷୀରକୁ ସମ୍ଭାଳିବା ପୂର୍ବରୁ, ମା’ଙ୍କୁ ନିଜ ହାତକୁ ଭଲ ଭାବରେ ଧୋଇ ଶୁଖାଇବା ଦରକାର |
00:47 | ସ୍ତନ କ୍ଷୀରକୁ ଗଚ୍ଛିତ ରଖିବା ପାଇଁ, ବନ୍ଦ କରିହେଉଥିବା ଭଳି ବଡ଼ ମୁହଁ ବିଶିଷ୍ଟ ଷ୍ଟୀଲ୍ କିମ୍ୱା କାଚର ଡବା ବ୍ୟବହାର କରିବା ଉଚିତ |
00:56 | ଯଦିଓ ଷ୍ଟୀଲ୍ ଡବାର ସୁପାରିସ କରାଯାଇଥାଏ, କେତେକ ଛବିରେ ଆମେ କାଚ ଡବାର ବ୍ୟବହାର କରିଛୁ |
01:03 | ଏଥିରୁ ଆମେ ଡବା ଭିତରେ ଥିବା କ୍ଷୀରକୁ ସ୍ପଷ୍ଟ ଭାବେ ଦେଖିପାରିବା |
01:09 | ଏହି ଡବାଗୁଡ଼ିକୁ ସାବୁନ ଓ ପାଣି ସାହାଯ୍ୟରେ ଭଲ ଭାବରେ ଧୋଇଦିଅନ୍ତୁ |
01:14 | ତା’ପରେ, ସେଗୁଡ଼ିକୁ ଅତିକମରେ 10 ମିନିଟ୍ ପର୍ଯ୍ୟନ୍ତ ଫୁଟା ପାଣିରେ ରଖନ୍ତୁ |
01:21 | ଡବାଗୁଡ଼ିକୁ ପବନରେ ସମ୍ପୂର୍ଣ୍ଣ ଭାବେ ଶୁଖାଇଦିଅନ୍ତୁ, ନହେଲେ ଏକ ସଫା ଓ ଅବ୍ୟବହୃତ କପଡ଼ା ସାହାଯ୍ୟରେ ପୋଛିଦିଅନ୍ତୁ |
01:31 | ରୋଷେଇ ଘର କପଡ଼ା ଭଳି ବ୍ୟବହୃତ କପଡ଼ା ସାହାଯ୍ୟରେ କେବେବି ଡବାଗୁଡ଼ିକୁ ପୋଛନ୍ତୁ ନାହିଁ |
01:40 | ଡବାଗୁଡ଼ି଼କ ସମ୍ପୂର୍ଣ୍ଣ ଶୁଖିଯିବା ପରେ, ହାତ ସାହାଯ୍ୟରେ କଢ଼ାଯାଇଥିବା କ୍ଷୀରକୁ ସେଥିରେ ଢାଳିଦିଅନ୍ତୁ |
01:48 | ମା’ଙ୍କୁ, କେବଳ ଗୋଟିଏ ଥର ଖୁଆଇବା ପାଇଁ କିମ୍ୱା ପ୍ରାୟ 60-90 ମି.ଲି. କ୍ଷୀର ପ୍ରତ୍ୟେକ ଡବାରେ ରଖିବା ଉଚିତ |
01:58 | ମା’ ଯଦି ସ୍ତନ କ୍ଷୀରକୁ ବରଫ ଭଳି ଜମାଇବାକୁ ଯୋଜନା କରୁଥା’ନ୍ତି, ତେବେ ଡବାର ଉପରୁ 1 ଇଞ୍ଚ ଛାଡ଼ିଦେବା ଉଚିତ.
କାରଣ, ବରଫ ଭଳି ଜମିଲେ କ୍ଷୀର ଫୁଲିଯାଇଥାଏ |
02:12 | ପ୍ରତ୍ୟେକ ଡବାରେ, କ୍ଷୀର କଢ଼ାଯାଇଥିବାର ତାରିଖ ଓ ସମୟ ଲେଖି ରଖନ୍ତୁ |
02:18 | ତା’ପରେ, କ୍ଷୀର ଭର୍ତ୍ତି ଡବାଗୁଡ଼ିକୁ ସବୁଠାରୁ ଥଣ୍ଡା ସ୍ଥାନରେ ରଖିଦିଅନ୍ତୁ |
02:25 | ଯଦି ଆପଣଙ୍କର ଗୋଟିଏ ଫ୍ରିଜ୍ ଅଛି, ତେବେ ସେଥିରେ କ୍ଷୀର ରଖିଦିଅନ୍ତୁ |
02:30 | ଫ୍ରିଜ୍ର ସବୁଠାରୁ ତଳ ଥାକର ପଛପଟେ ସ୍ତନ କ୍ଷୀରକୁ ରଖନ୍ତୁ.
ଏହା, ଫ୍ରିଜ୍ର ସବୁଠାରୁ ଥଣ୍ଡା ସ୍ଥାନ ଅଟେ |
02:40 | କେବେବି ଫ୍ରିଜ୍ର ଦୁଆରରେ ତାହାକୁ ରଖନ୍ତୁ ନାହିଁ |
02:44 | ଯେତିକି କମ୍ ତାପମାତ୍ରା ରହିବ, କ୍ଷୀର ସେତିକି ସମୟ ପର୍ଯ୍ୟନ୍ତ ଭଲ ରହିବ |
02:49 | ସ୍ୱଚ୍ଛ ଅବସ୍ଥାରେ ସ୍ତନ କ୍ଷୀରକୁ 7 ଦିନ ପର୍ଯ୍ୟନ୍ତ ଫ୍ରିଜ୍ରେ ଗଚ୍ଛିତ ରଖିହେବ |
02:56 | ତାହାକୁ ଲଗାତାର ଥଣ୍ଡା ରଖିବାକୁ ପଡ଼ିବ |
02:59 | ମନେରଖନ୍ତୁ, ଫ୍ରିଜ୍ ଦୁଆର ଅଧିକ ଥର ଖୋଲାହେଲେ, ତାପମାତ୍ରା ବଢ଼ିଯିବାର ସମ୍ଭାବନା ଅଛି |
03:07 | ବିଜୁଳି କଟିବା କିମ୍ୱା ଅନ୍ୟ କୌଣସି କାରଣରୁ ଯଦି ଫ୍ରିଜ୍ର ତାପମାତ୍ରା ବଢ଼ିଯାଏ, ତେବେ ଗଚ୍ଛିତ ରଖାଯାଇଥିବା କ୍ଷୀରକୁ 6 ଘଣ୍ଟା ମଧ୍ୟରେ ବ୍ୟବହାର କରିନେବା ଉଚିତ |
03:19 | ଯଦି 6 ଘଣ୍ଟା ମଧ୍ୟରେ ବ୍ୟବହାର ନ କରାଯାଏ, ତେବେ ତାହାକୁ ଫୋପାଡ଼ି ଦିଅନ୍ତୁ |
03:26 | ଯଦି ଆପଣଙ୍କ ପାଖରେ ଫ୍ରିଜ୍ ନାହିଁ, ତେବେ ଘରର ଏକ ସୁରକ୍ଷିତ, ଥଣ୍ଡା ଓ ଅନ୍ଧାର ସ୍ଥାନରେ 6 ଘଣ୍ଟା ପର୍ଯ୍ୟନ୍ତ କ୍ଷୀରକୁ ଗଚ୍ଛିତ ରଖନ୍ତୁ |
03:39 | ଯଦି ବଖରାଟି ଗରମ ଥାଏ, ତେବେ କ୍ଷୀରକୁ ଥଣ୍ଡା ପାଣି ଭର୍ତ୍ତି ଥିବା ଗୋଟିଏ ମାଠିଆ କିମ୍ୱା ଏକ ମାଟି ପାତ୍ର ପାଖରେ ରଖିପାରିବେ |
03:51 | ତାଜା କ୍ଷୀରରେ ସଂକ୍ରମଣ ସହ ଲଢ଼ିବା ପାଇଁ ଭଲ କୀଟାଣୁ ରହିଥାଏ |
03:58 | ସେଥିପାଇଁ, ଗାଈ କ୍ଷୀର ତୁଳନାରେ ତାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାପ ନ ହୋଇ ରହିଥାଏ |
04:03 | ଅତିକମରେ 6 ଘଣ୍ଟା ପର୍ଯ୍ୟନ୍ତ ତାଜା କ୍ଷୀରରେ କୀଟାଣୁ ଉତ୍ପନ୍ନ ହୁଅନ୍ତି ନାହିଁ, ଅବା ଗରମ ହୋଇଥାଉ କିମ୍ୱା ଫ୍ରିଜ୍ ବାହାରେ ଥାଉ |
04:15 | ଫ୍ରିଜ୍ ବାହାରେ କ୍ଷୀରକୁ ରଖିବାର ଆଉ ଏକ ମାର୍ଗ ହେଉଛି ଥଣ୍ଡା ବ୍ୟାଗ୍ କିମ୍ୱା ବକ୍ସ ବ୍ୟବହାର କରିବା, ଯେଉଁଥିରେ ବରଫ ରହିଥିବ, ଯାହାକୁ ପ୍ରତି 24 ଘଣ୍ଟାରେ ବଦଳାଯାଉଥିବ |
04:27 | କ୍ଷୀରକୁ ଏପରି ରଖନ୍ତୁ, ଯେପରି ତାହା ବରଫଠାରୁ ଦୂରରେ ରହିବ, ନହେଲେ ତାହା ଜମିଯିବ |
04:33 | ଏହିଭଳି ଥଣ୍ଡା ବ୍ୟାଗ୍ରେ କ୍ଷୀରକୁ ନେଇ ଯାତ୍ରା ମଧ୍ୟ କରିପାରିବେ |
04:38 | ଯଦି କ୍ଷୀରକୁ 7 ଦିନରୁ ଅଧିକ ପର୍ଯ୍ୟନ୍ତ ଗଚ୍ଛିତ ରଖିବାର ଅଛି, ତେବେ ହାତ ସାହାଯ୍ୟରେ କ୍ଷୀର କାଢ଼ିବା ପରେ ତୁରନ୍ତ ହିଁ ତାହାକୁ ବରଫ ହେବା ପାଇଁ ରଖିଦିଅନ୍ତୁ |
04:49 | ଫ୍ରିଜ୍ର ଫ୍ରୀଜର୍ରେ ଜମା ଯାଇଥିବା କ୍ଷୀର 2 ସପ୍ତାହ ପର୍ଯ୍ୟନ୍ତ ଭଲ ରହିଥାଏ |
04:56 | ଏକ ପୃଥକ୍ ଫ୍ରୀଜର୍ରେ ରଖାଯାଇଥିବା କ୍ଷୀର 3-6 ମାସ ପର୍ଯ୍ୟନ୍ତ ଭଲ ରହିଥାଏ |
05:04 | ବରଫ ଭଳି ଜମା ଯାଇଥିବା କ୍ଷୀରକୁ ସାରା ରାତି ଫ୍ରିଜ୍ର ସବୁଠାରୁ ତଳ ଥାକରେ ରଖି ତରଳାଯାଇଥିଲେ, ତାହାକୁ 24 ଘଣ୍ଟା ମଧ୍ୟରେ ବ୍ୟବହାର କରିନେବା ଉଚିତ |
05:17 | ଫ୍ରିଜ୍ ବାହାରେ ରଖି ତରଳାଯାଇଥିବା କ୍ଷୀରକୁ 2 ଘଣ୍ଟା ମଧ୍ୟରେ ବ୍ୟବହାର କରିନେବା ଉଚିତ |
05:25 | ଅନ୍ୟ ଟ୍ୟୁଟୋରିଆଲରେ ଆମେ, ଗଚ୍ଛିତ କ୍ଷୀରକୁ ଶିଶୁ ଖାଇବା ପାଇଁ କିପରି ପ୍ରସ୍ତୁତ କରିବେ |
05:32 | ଏବଂ ଶିଶୁକୁ କିପରି ଖୁଆଇବେ, ତାହା ବର୍ଣ୍ଣନା କରିଛୁ |
05:37 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |