Difference between revisions of "Health-and-Nutrition/C2/Vegetarian-recipes-for-adolescents/Oriya"
(Created page with "{| border=1 | <center>Time</center> |<center>Narration</center> |- | 00:01 | "କିଶୋରମାନଙ୍କ ପାଇଁ ନିରାମିଷ ରେସିପି" ଉପ...") |
|||
| Line 314: | Line 314: | ||
|- | |- | ||
| 05:43 | | 05:43 | ||
| − | | କିଶୋରମାନଙ୍କ ତୁଳନାରେ କିଶୋରୀମାନଙ୍କଠାରେ, ମାସିକଧର୍ମର ରକ୍ତ ହାନି କାରଣରୁ | + | | କିଶୋରମାନଙ୍କ ତୁଳନାରେ କିଶୋରୀମାନଙ୍କଠାରେ, ମାସିକଧର୍ମର ରକ୍ତ ହାନି କାରଣରୁ "ଆଇରନ୍"ର ଆବଶ୍ୟକତା ଅଧିକ ଥାଏ |
| − | + | ||
|- | |- | ||
| Line 422: | Line 421: | ||
|- | |- | ||
| 07:46 | | 07:46 | ||
| − | ଅଳ୍ପ ମୁଗ | + | | ଅଳ୍ପ ମୁଗ |
1 ଟେବଲ୍ ଚାମଚ ଚିନାବାଦାମ | 1 ଟେବଲ୍ ଚାମଚ ଚିନାବାଦାମ | ||
Revision as of 13:04, 3 November 2019
| |
|
| 00:01 | "କିଶୋରମାନଙ୍କ ପାଇଁ ନିରାମିଷ ରେସିପି" ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
| 00:05 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: କିଶୋରାବସ୍ଥା କ’ଣ? |
| 00:09 | କିଶୋରାବସ୍ଥା ସମୟରେ ପୋଷଣର ମହତ୍ତ୍ୱ |
| 00:12 | ଏବଂ କିଶୋରମାନଙ୍କ ପାଇଁ ନିରାମିଷ ଖାଦ୍ୟ କିପରି ପ୍ରସ୍ତୁତ କରିବେ, ଯେପରି”
ସୋୟା ଡାଲି କଟଲେଟ୍ |
| 00:18 | ସୋରଗମ (ଯଅ ବା ଯବ) ଓ ଟମାଟୋ ଚୀଲା |
| 00:20 | ଚିନାବାଦାମ ତରକାରୀ,
ବାଜରା ଓ ଯଅ ପନି-ପରିବା ଖେଚେଡ଼ି |
| 00:24 | ରାଶି ଚଟଣୀ ସହ ପୁରଦିଆ ପରଟା |
| 00:28 | ପ୍ରଥମେ, ଆସନ୍ତୁ ବୁଝିବା କିଶୋରାବସ୍ଥା ଅବଧି କ’ଣ? |
| 00:32 | ଶୈଶବାବସ୍ଥାରୁ ଯୌବନାବସ୍ଥାର ପରିବର୍ତ୍ତନ ଅବଧିକୁ କିଶୋରାବସ୍ଥା କୁହାଯାଏ |
| 00:37 | 10 ରୁ 19 ବର୍ଷୀୟ ବ୍ୟକ୍ତିବିଶେଷକୁ କିଶୋର କୁହାଯାଏ |
| 00:42 | ଏହି ଅବଧିରେ ସେମାନଙ୍କର ଶାରୀରିକ, ଯୌନଗତ, ମାନସିକ ଓ ସାମାଜିକ ବିକାଶ ହୋଇଥାଏ |
| 00:49 | ଏବେ, କିଶୋରାବସ୍ଥା ସମୟରେ ପୋଷଣର ବର୍ଦ୍ଧିତ ଆବଶ୍ୟକତାର କାରଣ ବିଷୟରେ ଆସନ୍ତୁ ଜାଣିବା |
| 00:55 | ପ୍ରଥମେ, ଦ୍ରୁତ ଗତିରେ ଶାରୀରିକ ବୃଦ୍ଧି ହେବ, ଯେପରି
ଉଚ୍ଚତା ଓ ଓଜନ |
| 00:59 | ଦ୍ୱିତୀୟରେ, ଅସୁସ୍ଥତା ଓ ଗର୍ଭାବସ୍ଥା ସମୟରେ ଶରୀରକୁ ପୋଷଣ ସହାୟତା ପ୍ରଦାନ କରିବା ପାଇଁ |
| 01:06 | ଏହି ଅବଧିରେ କିଶୋରମାନଙ୍କର ଭାବନାତ୍ମକ ପରିବର୍ତ୍ତନ ମଧ୍ୟ ହୋଇପାରେ, ଯେପରି -
ଚାପ, ଉତ୍କଣ୍ଠା ଓ ମନ ପରିବର୍ତ୍ତନ |
| 01:15 | କିଶୋରାବସ୍ଥାରେ ସାମାଜିକ ବିକାଶାତ୍ମକ ପରିବର୍ତ୍ତନ ମଧ୍ୟ ହୋଇଥାଏ |
| 01:20 | ଉଦାହରଣସ୍ୱରୂପ, ସେମାନଙ୍କର ଜୀବନଶୈଳୀ ଓ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ |
| 01:25 | ସାଙ୍ଗମାନଙ୍କର ପସନ୍ଦ କିମ୍ୱା ନାପସନ୍ଦ ଅନୁସାରେ ସେମାନଙ୍କର ଖାଦ୍ୟର ପସନ୍ଦ ପ୍ରଭାବିତ ହୋଇପାରେ |
| 01:29 | ସେଥିପାଇଁ, ଏହି ବିକାଶାତ୍ମକ ପରିବର୍ତ୍ତନଗୁଡ଼ିକର ସହାୟତା ପାଇଁ ଉତ୍ତମ ପୋଷଣ ଜରୁରୀ ଅଟେ |
| 01:35 | ଜଣେ କିଶୋରୀକୁ ପ୍ରତିଦିନ 2000-4000 କ୍ୟାଲୋରୀ ଓ 40-50 ଗ୍ରାମ୍ ପ୍ରୋଟିନ୍ର ଆବଶ୍ୟକ ହୋଇଥାଏ |
| 01:43 | କିଶୋରମାନଙ୍କ ପାଇଁ କେତେକ ସୁସ୍ଥକର ନିରାମିଷ ବ୍ୟଞ୍ଜନ ଉପରେ ଆସନ୍ତୁ ନଜର ପକାଇବା |
| 01:47 | ଆମେ ଆରମ୍ଭ କରିବା ପୂର୍ବରୁ, ଏହା ଧ୍ୟାନ ରଖନ୍ତୁ ଯେ, ଏହି ଟ୍ୟୁଟୋରିଆଲରେ ବର୍ଣ୍ଣିତ ସମସ୍ତ ରେସିପିରେ
1 କପ୍ ହେଉଛି 250 ମି.ଲି. ସହ ସମାନ |
| 01:55 | ଆମର ପ୍ରଥମ ରେସିପି ହେଉଛି ସୋୟା ଡାଲି କଟଲେଟ୍: |
| 01:58 | ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:
ଅଳ୍ପ କପ୍ ସୋୟା ଡାଲି ଅଳ୍ପ କପ୍ ଚଣା ଡାଲି |
| 02:04 | ଅଧା ବିଟ୍
ଅଳ୍ପ କପ୍ ସିଝା ମଟର |
| 02:07 | 2 ଟେବଲ୍ ଚାମଚ ଚିନାବାଦାମ ଗୁଣ୍ଡ
1 ଚାହା ଚାମଚ ବେସନ |
| 02:11 | 1 ଚାହା ଚାମଚ ଧନିଆ ଗୁଣ୍ଡ,
1/2 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ |
| 02:16 | 1/2 ଚାହା ଚାମଚ ଆମଚୁର୍ ଗୁଣ୍ଡ,
ସ୍ୱାଦ ଅନୁସାରେ ଲୁଣ |
| 02:20 | 1 ଚାହା ଚାମଚ ସଜନା ପତ୍ର ଗୁଣ୍ଡ,
2 ଚାହା ଚାମଚ ରାଶି, 1 ଚାହା ଚାମଚ ତେଲ |
| 02:26 | ଆମେ ପ୍ରଥମେ ସୋୟା ଡାଲିକୁ ଗଜା କରିବା.
ରାତି ତମାମ୍ ସୋୟା ଡାଲିକୁ ବତୁରାଇଦିଅନ୍ତୁ |
| 02:32 | ପାଣି ନିଗାଡ଼ିଦିଅନ୍ତୁ ଏବଂ ଅତ୍ୟଧିକ ପାଣି କାଢ଼ିବା ପାଇଁ ସେଗୁଡ଼ିକୁ ଗୋଟିଏ ଛଣାରେ ପକାଇଦିଅନ୍ତୁ |
| 02:35 | ତାତିଠାରୁ ଦୂରରେ ସୋୟା ଡାଲିକୁ ଏକ ଥଣ୍ଡା ଓ ଶୁଖିଲା ସ୍ଥାନରେ ରଖନ୍ତୁ |
| 02:40 | ପ୍ରତ୍ୟେକ ଦିନ ସୋୟା ଡାଲିକୁ 2-3 ଥର ଧୋଇ ଛାଣିଦିଅନ୍ତୁ, ଯେପର୍ଯ୍ୟନ୍ତ ଗଜା ବାହାରିନାହିଁ.
ଏହା ସୋୟା ଡାଲିକୁ ନଷ୍ଟ ହେବାରୁ ରକ୍ଷା କରିବ |
| 02:49 | ସୋୟା ଡାଲି ଗଜା ହେବା ପାଇଁ ପ୍ରାୟ 3-4 ଦିନ ଲାଗିବ |
| 02:53 | ଏବେ, ଚଣା ଡାଲିକୁ ସାରା ରାତି ବତୁରାଇଦିଅନ୍ତୁ |
| 02:56 | ପର ଦିନ ଗୋଟିଏ ଛଣାରେ ତାହାକୁ ଛାଣି ଦିଅନ୍ତୁ |
| 02:58 | ପ୍ରେସର୍ କୂକର୍ରେ, ଚଣା ଡାଲି ଓ ଗଜା ହୋଇଥିବା ସୋୟା ଡାଲିକୁ ଏକାଠି ରାନ୍ଧନ୍ତୁ |
| 03:03 | ସେଥିରେ ଗୋଟିଏ କପ୍ ପାଣି ଦେଇ ସିଟି ଦେବା ପର୍ଯ୍ୟନ୍ତ ରାନ୍ଧନ୍ତୁ.
ଥଣ୍ଡା ହେବା ପରେ, ସୋୟା ଡାଲି ଓ ଚଣା ଡାଲିକୁ ଚକଟି ବହଳା କରିଦିଅନ୍ତୁ |
| 03:12 | ସଜନା ପତ୍ର ଗୁଣ୍ଡ କରିବା ପାଇଁ:
ମଧ୍ୟମ ଆଞ୍ଚରେ ସଜନା ପତ୍ରକୁ ଭାଜନ୍ତୁ |
| 03:17 | ତାହାକୁ ଥଣ୍ଡା କରି ମିକ୍ସର୍ କିମ୍ୱା ଗ୍ରାଇଣ୍ଡର୍ ସାହାଯ୍ୟରେ ଗୁଣ୍ଡ କରିଦିଅନ୍ତୁ |
| 03:22 | କଟଲେଟ୍ ମିକ୍ସଚର୍ ତିଆରି କରିବା ପାଇଁ - ଗୋଟିଏ ଗିନାରେ ବଟାଯାଇଥିବା ସୋୟା ଡାଲି ଓ ଚଣା ଡାଲି ନିଅନ୍ତୁ |
| 03:28 | ସେଥିରେ କୋରାଯାଇଥିବା ବିଟ୍ ଓ ସିଝା ମଟର ପକାନ୍ତୁ.
ଏବେ, ଚିନାବାଦାମ ଗୁଣ୍ଡ, ବେସନ ଓ ସଜନା ପତ୍ର ଗୁଣ୍ଡ ମିଶାନ୍ତୁ |
| 03:35 | ଅନ୍ୟାନ୍ୟ ମସଲା ପକାଇ ଭଲ ଭାବରେ ମିଶାଇଦିଅନ୍ତୁ |
| 03:38 | ତା’ପରେ, ସେଥିରୁ ଛୋଟ ଗୋଲ କଟଲେଟ୍ ତିଆରି କରନ୍ତୁ.
ତାହାର ଚାରିପଟେ ରାଶିର ପରସ୍ତ ଦିଅନ୍ତୁ |
| 03:45 | କଡ଼େଇରେ ତେଲ ଗରମ କରନ୍ତୁ ଏବଂ କଟଲେଟ୍କୁ ଛାଣିଦିଅନ୍ତୁ.
ସୋୟା ଡାଲି କଟଲେଟ୍ ପ୍ରସ୍ତୁତ ହୋଇଗଲା |
| 03:51 | ଏହି ଖାଦ୍ୟରେ ରହିଛି:
ପ୍ରୋଟିନ୍, କାଲସିୟମ୍, ଆଇରନ୍, ମେଗ୍ନେସିୟମ୍, ଓମେଗା 3 ଫ୍ୟାଟୀ ଆସିଡ୍ |
| 03:57 | ଆମର ପରବର୍ତ୍ତୀ ଖାଦ୍ୟ ହେଉଛି ସୋରଗମ୍ (ଯଅ ବା ଯବ) ଓ ଟମାଟୋ ଚୀଲା |
| 04:01 | ଏହାପାଇଁ ଆମକୁ ଦରକାର: 1/2 କପ୍ ଗଜା କରାଯାଇଥିବା ସୋରଗମ୍
2 ଟେବଲ୍ ଚାମଚ ବେସନ 1 ଚାହା ଚାମଚ ସଜନା ପତ୍ର ଗୁଣ୍ଡ |
| 04:09 | ଗୋଟିଏ ଟମାଟୋ ଓ ଫାଳେ ପିଆଜ
1 ଟେବଲ୍ ଚାମଚ ଦହି |
| 04:12 | 1/2 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ
1/2 ଚାହା ଚାମଚ ଧନିଆ ଗୁଣ୍ଡ, |
| 04:16 | 1/2 ଚାହା ଚାମଚ ହଳଦୀ ଗୁଣ୍ଡ,
ସ୍ୱାଦ ଅନୁସାରେ ଲୁଣ |
| 04:19 | 1 ଚାହା ଚାମଚ ତେଲ |
| 04:21 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ପତ୍ର ଗୁଣ୍ଡ କରିବାର ପ୍ରକ୍ରିୟା ବିଷୟରେ ଏହି ଟ୍ୟୁଟୋରିଆଲରେ ପୂର୍ବରୁ ବର୍ଣ୍ଣନା କରାଯାଇସାରିଛି |
| 04:27 | ପ୍ରଥମେ ଆମେ, ଗଜା ସୋରଗମ୍କୁ ନେଇ ସୋରଗମ୍ ଗୁଣ୍ଡ ପ୍ରସ୍ତୁତ କରିବା |
| 04:31 | ଗଜା ହୋଇଥିବା ସୋରଗମ୍କୁ ଖରାରେ 1-2 ଦିନ ପାଇଁ ଶୁଖାଇଦିଅନ୍ତୁ |
| 04:34 | ନିମ୍ନ ଆଞ୍ଚରେ ସେଗୁଡ଼ିକୁ ଭାଜିଦିଅନ୍ତୁ, ଯେପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ଭାବେ ଶୁଖିନଯାଇଛି |
| 04:38 | ତା’ପରେ, ମିକ୍ସର୍ କିମ୍ୱା ଶିଳ ବ୍ୟବହାର କରି ତାହାକୁ ବାଟି ଦିଅନ୍ତୁ |
| 04:42 | ଏବେ ଆମେ ପ୍ରସ୍ତୁତି ଆରମ୍ଭ କରିବା:
ସୋରଗମ୍ ଗୁଣ୍ଡ ଓ ବେସନକୁ ଗୋଟିଏ ଗିନାରେ ନିଅନ୍ତୁ |
| 04:48 | ଅନ୍ୟାନ୍ୟ ସାମଗ୍ରୀ ଓ ମସଲା ପକାନ୍ତୁ
ଭଲ ଭାବରେ ମିଶାନ୍ତୁ ଏବଂ ଧୀରେଧୀରେ ପାଣି ଦିଅନ୍ତୁ |
| 04:53 | ଆଣଟି ଗାଢ଼ା ଘୋଳ ହେବା ଉଚିତ |
| 04:56 | ତାୱା ଗରମ କରି ସେଥିରେ ତେଲ ଲଗାନ୍ତୁ |
| 04:58 | ସେଥିରେ ଗୋଟିଏ ଡଙ୍କି ଆଣ ପକାଇ ତାକୁ ଗୋଲ କରି ଖେଳାଇଦିଅନ୍ତୁ |
| 05:03 | ମଧ୍ୟମ ଆଞ୍ଚରେ ଚୀଲାକୁ ଉଭୟପଟୁ ସେକନ୍ତୁ |
| 05:07 | ସୋରଗମ୍ ଚୀଲା ପ୍ରସ୍ତୁତ ହୋଇଗଲା |
| 05:09 | ସୋରଗମ୍ରେ ରହିଛି:-
ପ୍ରୋଟିନ୍, ମେଗ୍ନେସିୟମ୍, ଜିଙ୍କ୍ ଓ ଫାଇବର୍ |
| 05:14 | ଯଦି ସୋରଗମ୍ ଗୁଣ୍ଡ ନ ମିଳେ, ତେବେ ଆପଣ -
ମାଣ୍ଡିଆ ଗୁଣ୍ଡ କିମ୍ୱା ବାଜରା ଗୁଣ୍ଡ କିମ୍ୱା କୋଶଳା ଗୁଣ୍ଡ ବ୍ୟବହାର କରିପାରିବେ |
| 05:22 | ଚୀଲାକୁ ନିମ୍ନଲିଖିତ ସହିତ ଖାଇହେବ -
ଅଁଳା ଚଟଣୀ, ନଡ଼ିଆ ଚଟଣୀ, ଲେମ୍ୱୁ ଆଚାର, ଟମାଟୋ ଚଟଣୀ କିମ୍ୱା ଦହି |
| 05:30 | ଅଁଳା, ଲେମ୍ୱୁ, ଟମାଟୋ, ପିଜୁଳି, କମଳାରେ ଯଥେଷ୍ଟ ପରିମାଣରେମ "ଭିଟାମିନ୍-ସି” ରହିଛି |
| 05:37 | ଆପଣଙ୍କ ଆହାରରେ "ଭିଟାମିନ୍-ସି” ସମୃଦ୍ଧ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ.
ଏହା, ଶରୀରରେ "ଆଇରନ୍” ଅବଶୋଷଣକୁ ବୃଦ୍ଧି କରିବ |
| 05:43 | କିଶୋରମାନଙ୍କ ତୁଳନାରେ କିଶୋରୀମାନଙ୍କଠାରେ, ମାସିକଧର୍ମର ରକ୍ତ ହାନି କାରଣରୁ "ଆଇରନ୍"ର ଆବଶ୍ୟକତା ଅଧିକ ଥାଏ |
| 05:50 | ଏହାପରେ ଆମେ ରାନ୍ଧିବା - ଚିନାବାଦାମ ତରକାରୀ |
| 05:53 | ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:
1/2 କପ୍ ଚିନାବାଦାମ 1/2 କପ୍ ଜହ୍ନୀ |
| 05:58 | ଗୋଟିଏ ମଧ୍ୟମ ଆକାରର ପିଆଜ
ଗୋଟିଏ ଛୋଟ ଟମାଟୋ 4-5 ଖଣ୍ଡ ନଡ଼ିଆ |
| 06:04 | 1/2 ଚାହା ଚାମଚ ଅଦା ରସୁଣ ପେଷ୍ଟ
ଅଳ୍ପ ନାଲି ଲଙ୍କା ଗୁଣ୍ଡ |
| 06:08 | ଅଳ୍ପ ଧନିଆ ଗୁଣ୍ଡ,
ଅଳ୍ପ ହଳଦୀ ଗୁଣ୍ଡ, |
| 06:12 | 1/2 ଚାହା ଚାମଚ ଜୀରା
ସ୍ୱାଦ ଅନୁସାରେ ଲୁଣ 1 ଚାହା ଚାମଚ ତେଲ |
| 06:18 | ପଦ୍ଧତି: ପ୍ରଥମେ, ସାରା ରାତି ଚିନାବାଦାମକୁ ବତୁରାଇଦିଅନ୍ତୁ |
| 06:21 | ସେଥିରେ ଗୋଟିଏ କପ୍ ପାଣି ଦେଇ 2ଟି ସିଟି ଦେବା ପର୍ଯ୍ୟନ୍ତ ପ୍ରେସର୍ କୂକର୍ରେ ରାନ୍ଧନ୍ତୁ |
| 06:25 | ପିଆଜ, ଟମାଟୋ ଓ ନଡ଼ିଆକୁ ବାଟି ଏକ ପେଷ୍ଟ ତିଆରି କରନ୍ତୁ |
| 06:30 | କଡ଼େଇରେ ତେଲ ଗରମ କରନ୍ତୁ, ସେଥିରେ କିଛି ଜୀରା ପକାଇ ଅଦା-ରସୁଣ ପେଷ୍ଟ ପକାନ୍ତୁ
ଏବେ, ସେଥିରେ ସେହି ବଟାକୁ ପକାନ୍ତୁ |
| 06:37 | କଟାଯାଇଥିବା ଜହ୍ନୀ ଓ ଅବଶିଷ୍ଟ ମସଲା ପକାଇ 2 ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ |
| 06:42 | ଏବେ, କଡ଼େଇରେ ସିଝାଯାଇଥିବା ଚିନାବାଦାମ ପକାନ୍ତୁ |
| 06:45 | ଗ୍ରେଭୀ କରିବା ପାଇଁ ସେଥିରେ ଅଧ କପ୍ ପାଣି ଦିଅନ୍ତୁ ଏବଂ 5 ମିନିଟ୍ ପର୍ଯ୍ୟନ୍ତ ନିମ୍ନ ଆଞ୍ଚରେ ରାନ୍ଧନ୍ତୁ
ଚିନାବାଦାମ ତରକାରୀ ପ୍ରସ୍ତୁତ ହୋଇଗଲା |
| 06:53 | ଯଦି ଚିନାବାଦାମ ଉପଲବ୍ଧ ନଥିବ, ତେବେ ଆପଣ -
ଛୋଲେ, ଗୋଟା ଚଣା, ରାଜମା, କାଜୁ ବ୍ୟବହାର କରିପାରିବେ |
| 07:02 | ଯଦି ଜହ୍ନୀ ଉପଲବ୍ଧ ନଥିବ, ତେବେ ଆପଣ -
କଖାରୁ, ଛଚିନ୍ଦ୍ରା, ବାଇଗଣ କିମ୍ୱା କ୍ୟାପ୍ସିକମ୍ ବ୍ୟବହାର କରିପାରିବେ |
| 07:09 | ଚିନାବାଦାମରେ ଭଲ ଗୁଣବତ୍ତାର "ଚର୍ବି” ରହିଥାଏ |
| 07:12 | ସେଥିରେ ପ୍ରୋଟିନ୍, ମେଗ୍ନେସିୟମ୍, ଜିଙ୍କ୍ ଓ ଆଣ୍ଟିଅକ୍ସିଡେଣ୍ଟର ଅତ୍ୟୁତ୍ତମ ଉତ୍ସ ମଧ୍ୟ ରହିଥାଏ |
| 07:19 | ବାଦାମ ଓ ଛୁଇଁଗୁଡ଼ିକରେ "ଫୋଲେଟ୍” ମଧ୍ୟ ରହିଥାଏ |
| 07:22 | ଗର୍ଭଧାରଣ ସମୟରେ ଜନ୍ମ ତ୍ରୁଟିକୁ ପ୍ରତିରୋଧ କରିବା ପାଇଁ କିଶୋରାବସ୍ଥାରେ ପର୍ଯ୍ୟାପ୍ତ ମାତ୍ରାର "ଫୋଲେଟ୍” ସାହାଯ୍ୟ କରିଥାଏ |
| 07:28 | ଏହାପରେ ଆମେ, ବାଜରା ଓ ସୋରଗମ୍ ଭେଜିଟେବଲ୍ ଖେଚେଡ଼ି ବିଷୟରେ ଜାଣିବା |
| 07:33 | ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ନିମ୍ନଲିଖିତ ବ୍ୟବହାର କରିପାରିବେ -
ବାଜରା କିମ୍ୱା ମାଣ୍ଡିଆ କିମ୍ୱା ଚିନି ବାଜରା |
| 07:41 | ଏହାପାଇଁ ଆବଶ୍ୟକ ସାମଗ୍ରୀ:-
ଅଳ୍ପ ବାଜରା ଅଳ୍ପ ସୋରଗମ୍ |
| 07:46 | ଅଳ୍ପ ମୁଗ
1 ଟେବଲ୍ ଚାମଚ ଚିନାବାଦାମ |
| 07:49 | 1/2 କପ୍ ମିଶାମିଶି ପରିବା, ଯେପରି ଗାଜର, ବିନ୍ସ, ଗ୍ରୀନ୍ ମଟର୍
ଅଧେ ମଧ୍ୟମ ଆକାରର ପିଆଜ |
| 07:56 | 1/2 ଚାହା ଚାମଚ ଜୀରା
1 ଚାହା ଚାମଚ ଭୃଶୁଙ୍ଗା ପତ୍ର ଗୁଣ୍ଡ |
| 07:59 | ଅଳ୍ପ ନାଲି ଲଙ୍କା ଗୁଣ୍ଡ
ଅଳ୍ପ ହଳଦୀ ଗୁଣ୍ଡ |
| 08:04 | ସ୍ୱାଦ ଅନୁସାରେ ଲୁଣ
1 ଚାହା ଚାମଚ ଘିଅ କିମ୍ୱା ତେଲ |
| 08:07 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ପତ୍ର ଗୁଣ୍ଡ କରିବାର ପ୍ରକ୍ରିୟା ବିଷୟରେ ଏହି ଟ୍ୟୁଟୋରିଆଲରେ ପୂର୍ବରୁ ବର୍ଣ୍ଣନା କରାଯାଇସାରିଛି |
| 08:12 | ପଦ୍ଧତି: ପ୍ରଥମେ, ବାଜରା ଓ ସୋରଗମ୍କୁ ସାରା ରାତି ପାଣିରେ ବତୁରାଇଦିଅନ୍ତୁ |
| 08:17 | ପର ଦିନ ସକାଳେ ତାହାକୁ ଛାଣି ଅଲଗା ରଖିଦିଅନ୍ତୁ |
| 08:20 | ଗୋଟିଏ ପ୍ରେସର୍ କୂକର୍ରେ ତେଲ କିମ୍ୱା ଘିଅକୁ ଗରମ କରନ୍ତୁ
ସେଥିରେ କଟା ପିଆଜ ଓ ଜୀରା ପକାନ୍ତୁ |
| 08:25 | ପରିବା, ମସଲା, ଲୁଣ ପକାଇ ଭଲ ଭାବରେ ମିଶାନ୍ତୁ |
| 08:29 | 2 ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ
କୂକର୍ ରେ ବାଜରା, ସୋରଗମ୍ ଓ ଗ୍ରୀନ୍ ମଟର୍ ପକାନ୍ତୁ |
| 08:35 | ଏବେ, ସେଥିରେ 2 କପ୍ ପାଣି ଦେଇ ପ୍ରେସର୍ କୂକର୍କୁ ବନ୍ଦ କରିଦିଅନ୍ତୁ |
| 08:38 | 3ଟି ସିଟି ଦେବା ପର୍ଯ୍ୟନ୍ତ ଉଚ୍ଚ ଆଞ୍ଚରେ ରଖନ୍ତୁ |
| 08:41 | ତା’ପରେ, ନିମ୍ନ ଆଞ୍ଚରେ 15 ମିନିଟ୍ ରଖନ୍ତୁ |
| 08:44 | ବାଜରା ଓ ସୋରଗମ୍ ଭେଜିଟେବଲ୍ ଖେଚେଡ଼ି ପ୍ରସ୍ତୁତ ହୋଇଗଲା |
| 08:47 | ଏହି ଖାଦ୍ୟରେ ଭରପୂର ରହିଛି: ପ୍ରୋଟିନ୍, ଆଇରନ୍, କାଲସିୟମ୍, ମାଗ୍ନେସିୟମ୍ ଓ ଜିଙ୍କ୍ |
| 08:53 | ଏବେ, ଆମର ଶେଷ ରେସିପି ହେଉଛି - ରାଶି ଚଟଣୀ ସହ ପୁରଦିଆ ପରଟା |
| 08:59 | ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:
ଗୋଟିଏ କପ୍ ଅଟା 1/2 କପ୍ ଚଣା ଡାଲି |
| 09:05 | ଅଧେ ମଧ୍ୟମ ଆକାରର ପିଆଜ
1/2 ଚାହା ଚାମଚ ଜୁଆଣି |
| 09:08 | 1 ଚାହା ଚାମଚ ଫ୍ଲାକ୍ସ ସୀଡ୍ ଗୁଣ୍ଡ,
1/2 ଚାହା ଚାମଚ ଆମଚୁର୍ ଗୁଣ୍ଡ |
| 09:13 | 1/2 ଚାହା ଚାମଚ ଧନିଆ ଗୁଣ୍ଡ,
ଅଳ୍ପ ନାଲି ଲଙ୍କା ଗୁଣ୍ଡ |
| 09:17 | ଗୋଟିଏ ଲେମ୍ୱୁ
ସ୍ୱାଦ ଅନୁସାରେ ଲୁଣ, 2 ଚାହା ଚାମଚ ଘିଅ କିମ୍ୱା ତେଲ |
| 09:23 | ପ୍ରଥମେ ଆମେ, ଭଜା ଚଣା ଡାଲି ଗୁଣ୍ଡ କିପରି କରାଯାଏ, ତାହା ଦେଖିବା:
କଡ଼େଇ ଗରମ କରି 2-3 ମିନିଟ୍ ପର୍ଯ୍ୟନ୍ତ ଚଣା ଡାଲିକୁ ଭାଜନ୍ତୁ |
| 09:30 | ଧ୍ୟାନ ରଖିଥା’ନ୍ତୁ, ଯେପରି ଏହା ପୋଡ଼ିନଯାଏ
ଭାଜି ହୋଇଯିବା ପରେ, ତାହାକ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ |
| 09:36 | ଭଜା ଚଣା ଡାଲିକୁ ଗ୍ରାଇଣ୍ଡର୍ରେ ଗୁଣ୍ଡ କରିଦିଅନ୍ତୁ |
| 09:40 | ଏବେ, ପୁର ପ୍ରସ୍ତୁତ କରିବା
ପ୍ରଥମେ ଭଜା ଚଣା ଡାଲି ଗୁଣ୍ଡ ଓ କଟା ପିଆଜକୁ ମିଶାଇଦିଅନ୍ତୁ |
| 09:46 | ସେଥିରେ ନାଲି ଲଙ୍କା ଗୁଣ୍ଡ, ଆମଚୁର୍, ଧନିଆ ପାଉଡର୍, ଲୁଣ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ |
| 09:52 | ପୁରକୁ ବାନ୍ଧି ରଖିବା ପାଇଁ କିଛି ଲେମ୍ୱୁ ରସ ଓ ପାଣି ମିଶାନ୍ତୁ |
| 09:55 | ଏବେ ଆସନ୍ତୁ, ପରଟା ତିଆରି କରିବା |
| 09:58 | ଅନ୍ୟ ଏକ ପାତ୍ରରେ ଅଟା ନିଅନ୍ତୁ ଏବଂ ସେଥିରେ ଫ୍ଲାକ୍ସ ସୀଡ୍, ଜୁଆଣି ଓ ଲୁଣ ପକାନ୍ତୁ |
| 10:03 | ଆବଶ୍ୟକ ଅନୁସାରେ ପାଣି ଦେଇ ନରମ କରି ଚକଟିଦିଅନ୍ତୁ |
| 10:07 | ଏବେ, ତାହାକୁ ଗୁଳା କରିଦିଅନ୍ତୁ |
| 10:09 | ପରଟା ବେଲନ୍ତୁ ଏବଂ ତାହାର ମଝିରେ ପୁର ଦିଅନ୍ତୁ |
| 10:13 | ପୁରକୁ ଭଲ ଭାବରେ ବନ୍ଦ କରନ୍ତୁ |
| 10:17 | ଏବେ ପରଟାକୁ ପୁଣିଥରେ ବେଲିଦିଅନ୍ତୁ |
| 10:20 | ତାୱା ଗରମ କରନ୍ତୁ ଏବଂ ପରଟାକୁ ଉଭୟ ପଟୁ ସେକିଦିଅନ୍ତୁ
ପୁରଦିଆ ପରଟା ଏବେ ପ୍ରସ୍ତୁତ |
| 10:25 | ଯଦି ପୁର ପାଇଁ ଭଜା ଚଣା ଡାଲି ଉପଲବ୍ଧ ନଥିବ, ତେବେ ଆପଣ ବ୍ୟବହାର କରିପାରିବେ: |
| 10:29 | ସିଝା ଚଣା ଡାଲି କିମ୍ୱା ଗଜା କରାଯାଇ ସିଝାଯାଇଥିବା ମୁଗ |
| 10:34 | ପରଟାକୁ ରାଶି ଚଟଣୀ ସହ ଖାଇପାରିବେ |
| 10:38 | ରାଶି ଚଟଣୀ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:
ଅଳ୍ପ ରାଶି |
| 10:42 | 1 ଟେବଲ୍ ଚାମଚ ଚଣା ଡାଲି
4-5 ଖଣ୍ଡ ନଡ଼ିଆ, 3-5 ଖଣ୍ଡ ତେନ୍ତୁଳି |
| 10:49 | ଗୋଟିଏ ଶୁଖିଲା ଲଙ୍କା
2-3ଟି ରସୁଣ କୋଲା |
| 10:52 | 1 ଚାହା ଚାମଚ ଜୀରା
ସ୍ୱାଦ ଅନୁସାରେ ଲୁଣ, 1 ଚାହା ଚାମଚ ତେଲ |
| 10:57 | ପଦ୍ଧତି: କଡ଼େଇରେ ତେଲ ଗରମ କରନ୍ତୁ |
| 11:00 | ରାଶି, ଚଣା ଡାଲି, ରସୁଣ, ନଡ଼ିଆ, ଶୁଖିଲା ଲଙ୍କା ଓ ଜୀରାକୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ |
| 11:07 | ଆଞ୍ଚରୁ କାଢ଼ିବା ପରେ, ସେଥିରେ ଲୁଣ ଓ ତେନ୍ତୁଳି ମିଶାନ୍ତୁ
ସମସ୍ତ ସାମଗ୍ରୀକୁ ବାଟିଦିଅନ୍ତୁ |
| 11:14 | ବହଳିଆ କରିବା ପାଇଁ ଅଧ କପ୍ ପାଣି ମିଶାନ୍ତୁ
ରାଶି ଚଟଣୀ ପ୍ରସ୍ତୁତ ହୋଇଗଲା |
| 11:19 | ଏହି ଖାଦ୍ୟରେ ରହିଛି:
ପ୍ରୋଟିନ୍, କାଲସିୟମ୍, ମାଗ୍ନେସିୟମ୍, ଜିଙ୍କ୍ ଓ ଫୋଲେଟ୍ |
| 11:25 | ଏହିସବୁ ପୋଷକ ତତ୍ତ୍ୱ, ମାଂସପେଶୀ ଓ ହାଡ଼ର ବିକାଶରେ ସାହାଯ୍ୟ କରିଥାଏ |
| 11:29 | କମ ବୟସରୁ ହିଁ ଆହାର ମାଧ୍ୟମରୁ ପର୍ଯ୍ୟାପ୍ତ ମାତ୍ରାରେ "କାଲସିୟମ୍" ପ୍ରାପ୍ତ କରିବା ଜରୁରୀ ଅଟେ |
| 11:34 | "କାଲସିୟମ୍” ଅଭାବରେ, ପରବର୍ତ୍ତୀ ସମୟରେ ମହିଳାମାନଙ୍କଠାରେ ଓଷ୍ଟେଓପୋରୋସିସ୍ ହୋଇପାରେ |
| 11:40 | ଏହି ଟ୍ୟୁଟୋରିଆଲରେ ବର୍ଣ୍ଣିତ ସମସ୍ତ ରେସିପିରେ ପୋଷକ ତତ୍ତ୍ୱ ଭରପୂର ରହିଛି, ଯାହା କିଶୋରାବସ୍ଥାରେ ପର୍ଯ୍ୟାପ୍ତ ବୃଦ୍ଧି ପାଇଁ ଆବଶ୍ୟକ ହୋଇଥାଏ |
| 11:47 | ଏଥିସହିତ ଆମେ “କିଶୋରମାନଙ୍କ ପାଇଁ ନିରାମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.
IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |