Difference between revisions of "Linux-AWK/C2/Built-in-Functions-in-awk/Oriya"
(Created page with "{| border=1 | <center>"Time"</center> | <center>"Narration"</center> |- | 00:01 | ବନ୍ଧୁଗଣ, AWK ଥିବା "ବିଲ୍ଟ-ଇନ୍ ଫଙ୍କଶନ୍ସ"...") |
PoojaMoolya (Talk | contribs) |
||
Line 1: | Line 1: | ||
{| border=1 | {| border=1 | ||
− | | <center> | + | | <center>'''Time'''</center> |
− | | <center> | + | | <center>'''Narration'''</center> |
|- | |- |
Latest revision as of 12:47, 22 July 2019
|
|
00:01 | ବନ୍ଧୁଗଣ, AWK ଥିବା "ବିଲ୍ଟ-ଇନ୍ ଫଙ୍କଶନ୍ସ" ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏଥିରେ ଆମେ, ବିଭିନ୍ନ ପ୍ରକାରର “ବିଲ୍ଟ-ଇନ୍ ଫଙ୍କଶନ୍ସ” ବିଷୟରେ ଶିଖିବା, ଯେପରି-
“ଆରିଥମେଟିକ୍ ଫଙ୍କଶନ୍ସ” |
00:15 | “ଷ୍ଟ୍ରିଙ୍ଗ୍ ଫଙ୍କଶନ୍ସ” |
00:17 | ଇନପୁଟ୍ ଓ ଆଉଟପୁଟ୍ ଫଙ୍କଶନ୍ସ ଏବଂ ଟାଇମ୍ ଷ୍ଟାମ୍ପ ଫଙ୍କଶନ୍ସ |
00:23 | ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା |
00:26 | ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ଏବଂ
gedit text editor 3.20.1 ବ୍ୟବହାର କରୁଛି |
00:38 | ଆପଣ ନିଜ ପସନ୍ଦର Text Editor ବ୍ୟବହାର କରିପାରିବେ |
00:42 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍ରେ ଥିବା ପୂର୍ବ AWK ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର |
00:49 | ଆପଣଙ୍କ ପାଖରେ C କିମ୍ୱା C++ ଭଳି ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ର କିଛି ଜ୍ଞାନ ଥିବା ଉଚିତ |
00:56 | ଯଦି ନାହିଁ, ତେବେ ଆମ ୱେବ୍ ସାଇଟ୍ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ |
01:02 | ଏହି ଟ୍ୟୁଟୋରିଆଲ୍ ପେଜ୍ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ଫାଇଲ୍ଗୁଡ଼ିକ ଉପଲବ୍ଧ ଅଛି.
ଦୟାକରି ସେଗୁଡ଼ିକୁ ଡାଉନଲୋଡ୍ କରି ଏକ୍ସଟ୍ରାକ୍ଟ କରନ୍ତୁ |
01:12 | କଲ୍ କରିବାକୁ AWK ପାଇଁ "ବିଲ୍ଟ-ଇନ୍ ଫଙ୍କଶନ୍ସ” ସର୍ବଦା ଉପଲବ୍ଧ ଥାଏ |
01:17 | ପ୍ରଥମେ ଆମେ, "ଆରିଥମେଟିକ୍ ଫଙ୍କଶନ୍ସ” ବିଷୟରେ ଶିଖିବା.
ଗୋଟିଏ ସଂଖ୍ୟା xର ଯୁଗ୍ମ "ବର୍ଗ ମୂଳ"କୁ Square Root Function (sqrt (x)) ରିଟର୍ନ କରିଥାଏ |
01:27 | Int ଫଙ୍କଶନ୍, xକୁ ଏକ ଇଣ୍ଟେଜର୍ ଭାଲ୍ୟୁକୁ ଟ୍ରଙ୍କେଟ୍ କରିଥାଏ |
01:32 | "ଏକ୍ସପୋନେନଶିଆଲ୍ ଫଙ୍କଶନ୍”, xର ଏକ୍ସପୋନେନଶିଆଲ୍ ଦେଇଥାଏ |
01:37 | "ଲଗ୍ ଫଙ୍କଶନ୍", xର ନେଚୁରଲ୍ "ଲଗାରିଦମ୍” ଭାଲ୍ୟୁ ରିଟର୍ନ କରିଥାଏ |
01:43 | "ସାଇନ୍” ଓ "କସ୍” କ୍ରମଶଃ Sine(x) ଓ Cosine(x) ଦେଇଥାଏ |
01:49 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, "ରେଡିଅନ୍ସ"ରେ "ଆର୍ଗୁମେଣ୍ଟ x” ଉଲ୍ଲେଖ ହେବା ଉଚିତ |
01:55 | ଏହି "ଫଙ୍କଶନ୍"ଗୁଡ଼ିକୁ ବୁଝିବା ପାଇଁ ଚାଲନ୍ତୁ ଏକ ଉଦାହରଣ ଦେଖିବା |
02:00 | "ଆରିଥମେଟିକ୍ ଅଣ୍ଡରସ୍କୋର୍ ଫଙ୍କଶନ୍ ଡଟ୍ awk” ନାମକ ଗୋଟିଏ ଫାଇଲ୍ରେ ମୁଁ କୋଡ୍କୁ ଆଗରୁ ଲେଖିସାରିଛି.
ସେହି ଫାଇଲ୍, "କୋଡ୍ ଫାଇଲ୍ସ” ଲିଙ୍କରେ ଉପଲବ୍ଧ ଅଛି |
02:10 | ଏଠାରେ, ଆମେ କ୍ରମଶଃ ଏକ ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟାର "ବର୍ଗ ମୂଳ” ପ୍ରିଣ୍ଟ କରୁଛେ |
02:17 | ଏହାପରେ ଆମେ, କ୍ରମଶଃ ଏକ ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା ପାଇଁ "ଇଣ୍ଟେଜର୍ ଭାଲ୍ୟୁ” ପ୍ରିଣ୍ଟ କରୁଛେ |
02:24 | ଏକ ଛୋଟ ସଂଖ୍ୟା ଓ ଏକ ବହୁତ ବଡ଼ ସଂଖ୍ୟାର ଏକ୍ସପୋନେନଶିଆଲ୍କୁ ଆମେ ପ୍ରିଣ୍ଟ କରୁଛେ |
02:31 | ତାହାପରେ, ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟାର ନେଚୁରଲ୍ "ଲଗାରିଦମ୍” ପ୍ରିଣ୍ଟ ହେବ |
02:38 | "0.52 ରେଡିଅନ୍"ର Sine ଓ Cosine ଭାଲ୍ୟୁ ମଧ୍ୟ ଆମେ ପ୍ରିଣ୍ଟ କରିବା, ଯାହା ହେଉଛି ପ୍ରକୃତରେ “30 ଡିଗ୍ରୀ”.
ଚାଲନ୍ତୁ ଏବେ ଫାଇଲ୍କୁ ନିଷ୍ପାଦନ କରିବା |
02:50 | Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ |
02:55 | cd କମାଣ୍ଡ ବ୍ୟବହାର କରି Code Files ଡାଉନଲୋଡ୍ ଓ ଏକ୍ସଟ୍ରାକ୍ଟ କରିଥିବା ଫୋଲ୍ଡର୍କୁ ଯାଆନ୍ତୁ |
03:03 | ଏବେ ଟାଇପ୍ କରନ୍ତୁ awk ସ୍ପେସ୍ ହାଇଫେନ୍ -f ସ୍ପେସ୍ arithmetic_function.awk
ଏବଂ ଆଉଟପୁଟ୍ ଦେଖିବା ପାଇଁ Enter ଦାବନ୍ତୁ |
03:14 | ଏହି ଆଉଟପୁଟ୍ରୁ ଦୁଇଟି ଜିନିଷ ସ୍ପଷ୍ଟ ହେଉଛି |
03:18 | sqrt() function, ଏକ ଯୁଗ୍ମ ସଂଖ୍ୟାର ବର୍ଗ ମୂଳ ଦେଇଥାଏ |
03:23 | ଯଦି ସଂଖ୍ୟାଟି ଅଯୁଗ୍ମ ହୋଇଥିବ, ତେବେ ଏହା NAN ବା Not A Number ରିଟର୍ନ କରିଥାଏ |
03:29 | int(), ଯେକୌଣସି ଯୁଗ୍ମ କିମ୍ୱା ଅଯୁଗ୍ମ ସଂଖ୍ୟାର ଟ୍ରଙ୍କେଟ୍ ହୋଇଥିବା ଇଣ୍ଟେଜର୍ ଦେଇଥାଏ |
03:36 | exp(), ଗୋଟିଏ ସଂଖ୍ୟାର ଏକ୍ସପୋନେନଶିଆଲ୍ ଦେଇଥାଏ.
ଯଦି ସଂଖ୍ୟାଟି ବହୁତ ବଡ଼ ହୋଇଥାଏ, ତେବେ "ଫଙ୍କଶନ୍”, inf ରିଟର୍ନ କରିବ |
03:47 | ଯୁଗ୍ମ ସଂଖ୍ୟାର ନେଚୁରଲ୍ "ଲଗାରିଦମ୍”, log() Function ଦ୍ୱାରା ଦିଆଯାଇଥାଏ |
03:53 | ଯଦି ସଂଖ୍ୟାଟି ଅଯୁଗ୍ମ ହୋଇଥାଏ, ତେବେ ଫଙ୍କଶନ୍ NAN ରିଟର୍ନ କରିଥାଏ |
03:58 | Sine ଓ Cosine ଫଙ୍କଶନ୍ସ, ସମ୍ୱନ୍ଧିତ ଭାଲ୍ୟୁ ରିଟର୍ନ କରିଥାଏ.
ଆପଣ, ନିଜ କାଲକୁଲେଟର୍ ବ୍ୟବହାର କରି ଭାଲ୍ୟୁକୁ ଯାଞ୍ଚ କରିପାରିବେ |
04:07 | ଏବେ ଚାଲନ୍ତୁ, "ରାଣ୍ଡମ୍ ଫଙ୍କଶନ୍ସ” ଦେଖିବା |
04:11 | rand(), 0 ଓ 1 ମଧ୍ୟରେ ଯେକୌଣସି ରାଣ୍ଡମ୍ ନମ୍ୱର୍ ରିଟର୍ନ କରିଥାଏ. କିନ୍ତୁ, କେବେବି 0 କିମ୍ୱା 1 ରିଟର୍ନ କରିବ ନାହିଁ |
04:21 | ଗୋଟିଏ AWK ନିଷ୍ପାଦନ ମଧ୍ୟରେ, ଜେନେରେଟ୍ ହୋଇଥିବା ନମ୍ୱର୍ସ ରାଣ୍ଡମ୍ ହେବ |
04:27 | କିନ୍ତୁ, AWK ପ୍ରୋଗ୍ରାମ୍ର ବିଭିନ୍ନ ନିଷ୍ପାଦନ ପାଇଁ ଅନୁମାନିତ ଅଟେ |
04:33 | srand(x), "ରାଣ୍ଡମ୍ ଫଙ୍କଶନ୍ସ” ପାଇଁ “seed value x” ପ୍ରଦାନ କରିବାକୁ ବ୍ୟବହୃତ ହୋଇଥାଏ |
04:39 | xର ଅନୁପସ୍ଥିତିରେ, ଦିନର ତାରିଖ ଓ ସମୟ, seed value ଭାବରେ ବ୍ୟବହୃତ ହୋଇଥାଏ.
ଚାଲନ୍ତୁ ଏହାକୁ ଏକ ଉଦାହରଣ ସହ ବୁଝିବା |
04:49 | "ରାଣ୍ଡମ୍ ଫଙ୍କଶନ୍ସ” ପାଇଁ ମୁଁ ଗୋଟିଏ କୋଡ୍ ଲେଖିସାରିଛି ଏବଂ ତାହାକୁ random.awk ଭାବରେ ସେଭ୍ କରିସାରିଛି |
04:56 | ଏଠାରେ, For Loop ଭିତରେ rand() function, 0 ଓ 1 ମଧ୍ୟରେ ଏକ ରାଣ୍ଡମ୍ ନମ୍ୱର୍ ଜେନେରେଟ୍ କରିବ |
05:04 | ତା’ପରେ, ଜେନେରେଟ୍ ହୋଇଥିବା ନମ୍ୱର୍ 50 ଦ୍ୱାରା ଗୁଣନ ହୋଇ ପ୍ରିଣ୍ଟ ହେବ |
05:10 | ତେଣୁ, ଏହି କୋଡ୍, 50 ମଧ୍ୟରେ 5ଟି ରାଣ୍ଡମ୍ ନମ୍ୱର୍ସ ଜେନେରେଟ୍ କରିବ |
05:16 | ଟର୍ମିନଲ୍ କୁ ଯାଆନ୍ତୁ ଏବଂ ଫାଇଲ୍କୁ ନିଷ୍ପାଦନ କରନ୍ତୁ.
ଟର୍ମିନଲ୍ ଖାଲି କରିଦିଅନ୍ତୁ |
05:23 | ଟାଇପ୍ କରନ୍ତୁ: awk ସ୍ପେସ୍ ହାଇଫେନ୍ f ସ୍ପେସ୍ random ଡଟ୍ awk ଏବଂ Enter ଦାବନ୍ତୁ |
05:31 | ଦେଖନ୍ତୁ, ଏହା 5ଟି ରାଣ୍ଡମ୍ ନମ୍ୱର୍ସ ଦେଉଛି |
05:35 | ମୁଁ ଯଦି କୋଡ୍କୁ ପୁଣି ନିଷ୍ପାଦନ କରିବି, ତେବେ କ’ଣ ହେବ? |
05:39 | ଟର୍ମିନଲ୍ରେ ପୂର୍ବ ନିଷ୍ପାଦିତ କମାଣ୍ଡକୁ ପାଇବା ପାଇଁ ଅପ୍ ଆରୋ କୀ’ ଦାବନ୍ତୁ ଏବଂ Enter ଦାବନ୍ତୁ. |
05:47 | ଆମେ ସମାନ ଆଉଟପୁଟ୍ ପାଉଛେ. ଯାହାର ଅର୍ଥ ହେଉଛି, ସ୍କ୍ରିପ୍ଟର ପ୍ରତ୍ୟେକ ନିଷ୍ପାଦନ ପାଇଁ AWK ରାଣ୍ଡମ୍ ନମ୍ୱର୍ସର ସମାନ ସେଟ୍ ଜେନେରେଟ୍ କରୁଛି |
05:57 | ତେବେ, ପ୍ରତ୍ୟେକ ନିଷ୍ପାଦନରେ ଆମେ କିପରି ଭାବେ ରାଣ୍ଡମ୍ ନମ୍ୱର୍ସର ଏକ ନୂଆ ସେଟ୍ ପାଇବା?
ପୁଣିଥରେ କୋଡ୍କୁ ଯାଆନ୍ତୁ |
06:06 | For Loop ପୂର୍ବରୁ ଟାଇପ୍ କରନ୍ତୁ srand() function |
06:11 | ଫାଇଲ୍କୁ ସେଭ୍ କରିବା ପାଇଁ Ctrl ଓ S କୀ’ ଦାବନ୍ତୁ |
06:16 | ଏବେ, ଟର୍ମିନଲ୍କୁ ଯାଆନ୍ତୁ. |
06:19 | ଟର୍ମିନଲ୍ରେ ପୂର୍ବ ନିଷ୍ପାଦିତ କମାଣ୍ଡକୁ ପାଇବା ପାଇଁ ଅପ୍ ଆରୋ କୀ’ ଦାବନ୍ତୁ ଏବଂ Enter ଦାବନ୍ତୁ. |
06:27 | ଏହା, ରାଣ୍ଡମ୍ ନମ୍ୱର୍ସର ଏକ ଭିନ୍ନ ସେଟ୍ ଦେଉଛି |
06:31 | ତେଣୁ, ଯେତେବେଳେ ଏହା କୌଣସି "ଆର୍ଗୁମେଣ୍ଟ” ବିନା ବ୍ୟବହୃତ ହେବ, ଆମେ srand function ବ୍ୟବହାର କରି ରାଣ୍ଡମ୍ ନମ୍ୱର୍ସର ଏକ ନୂଆ ସେଟ୍ ଜେନେରେଟ୍ କରିପାରିବା |
06:40 | ଏହାପରେ ଆମେ କେତେକ String Function ଦେଖିବା.
ଏକ ନିର୍ଦ୍ଦିଷ୍ଟ ଷ୍ଟ୍ରିଙ୍ଗ୍ sର ଦୀର୍ଘତାକୁ Lenght Function ଦେଇଥାଏ |
06:49 | ବଡ଼ "ଷ୍ଟ୍ରିଙ୍ଗ୍ s1" ମଧ୍ୟରେ "ଷ୍ଟ୍ରିଙ୍ଗ୍ s2"ର ପୋଜିଶନ୍କୁ Index Function ନିର୍ଦ୍ଧାରଣ କରିଥାଏ |
06:57 | ଉଦାହରଣସ୍ୱରୂପ, index ପାରାନ୍ଥେସେସ୍ ମଧ୍ୟରେ ଡବଲ୍ କୋଟ୍ସ ମଧ୍ୟରେ linux କମା ଡବଲ୍ କୋଟ୍ସ ମଧ୍ୟରେ n, 3 ରିଟର୍ନ କରିଥାଏ.
ଗୋଟିଏ ଉଦାହରଣ ଦେଖନ୍ତୁ |
07:10 | awkdemo.txt ଫାଇଲ୍ ଖୋଲନ୍ତୁ |
07:14 | ଆମେ ଜାଣିଛେ ଯେ, awkdemo.txtରେ ଥିବା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କର 4 ଅଙ୍କ ବିଶିଷ୍ଟ ରୋଲ୍ ନମ୍ୱର୍ ଅଛି |
07:21 | ଟାଇପିଙ୍ଗ୍ ତ୍ରୁଟି କାରଣରୁ, ରୋଲ୍ ନମ୍ୱର୍ଗୁଡ଼ିକ ଭୁଲ ଅଙ୍କ ବିଶିଷ୍ଟ ହୋଇଥାଇପାରେ.
Awk commands ବ୍ୟବହାର କରି ଆମେ ସହଜରେ ଏହିଗୁଡ଼ିକୁ ଠାବ କରିପାରିବା |
07:30 | ଟର୍ମିନଲ୍କୁ ଯାଆନ୍ତୁ.
ଟର୍ମିନଲ୍ ଖାଲି କରିଦିଅନ୍ତୁ |
07:36 | ଏଠାରେ ଦେଖାଯାଇଥିବା ଭଳି କମାଣ୍ଡ ଟାଇପ୍ କରନ୍ତୁ.
ପ୍ରଥମ ଫିଲ୍ଡର ଦୀର୍ଘତା 4 ସହ ସମାନ କି ନୁହେଁ, ଏଠାରେ ଆମେ ଦେଖିବା |
07:46 | ଯଦି ନୁହେଁ, ତେବେ ସେହି ନିର୍ଦ୍ଦିଷ୍ଟ ରେକର୍ଡ ପ୍ରିଣ୍ଟ ହେବ.
Enter ଦାବନ୍ତୁ |
07:53 | ଦେଖନ୍ତୁ, ଏଠାରେ ଥିବା S02 ରୋଲ୍ ନମ୍ୱର୍କୁ ଭୁଲ ଭାବେ ଟାଇପ୍ କରାଯାଇଛି |
08:00 | ଏହା ହେଉଛି ତିନି ଅଙ୍କ ବିଶିଷ୍ଟ, ଯେଉଁଠାରେ କି ବାକିସବୁ ଚାରି ଅଙ୍କ ବିଶିଷ୍ଟ |
08:07 | substr(s,a,b) function, ଏକ ବଡ଼ "ଷ୍ଟ୍ରିଙ୍ଗ୍ s"ରୁ ଗୋଟିଏ substring ଏକ୍ସଟ୍ରାକ୍ଟ କରିଥାଏ |
08:14 | ଏହାର ମାନଦଣ୍ଡକୁ ମୁଁ ବର୍ଣ୍ଣନା କରୁଛି |
08:17 | ଏଠାରେ, s ହେଉଛି "ଷ୍ଟ୍ରିଙ୍ଗ୍” |
08:20 | sରେ ପୋଜିଶନ୍କୁ a ଘୋଷିତ କରିଥାଏ, ଯେଉଁଥିରୁ ଏକ୍ସଟ୍ରାକ୍ସନ୍ ଆରମ୍ଭ ହେବ |
08:26 | କ୍ୟାରେକ୍ଟର୍ସର ସଂଖ୍ୟାକୁ b ଘୋଷିତ କରିଥାଏ, ଯାହାକୁ ଏକ୍ସଟ୍ରାକ୍ଟ କରାଯିବ.
ଗୋଟିଏ ଉଦାହରଣ ଦେଖନ୍ତୁ |
08:33 | awkdemo.txt ଫାଇଲ୍କୁ ଯାଆନ୍ତୁ |
08:37 | ରୋଲ୍ ନମ୍ୱର୍ର ପ୍ରଥମ ଅକ୍ଷର Hostel Codeକୁ ପ୍ରତିନିଧିତ୍ୱ କରିଥାଏ, ଯେଉଁଠାରେ ସେହି ବିଦ୍ୟାର୍ଥୀ ରୁହନ୍ତି |
08:46 | ମନେକରନ୍ତୁ, ଆମେ ହଷ୍ଟେଲ୍ Aରେ ରହୁଥିବା ବିଦ୍ୟାର୍ଥୀମାନଙ୍କର ତାଲିକା ଖୋଜିବାକୁ ଚାହୁଁଛେ |
08:52 | ତାହା କରିବା ପାଇଁ ଚାଲନ୍ତୁ ଟର୍ମିନଲ୍କୁ ଯିବା |
08:56 | ଏଠାରେ ଦେଖାଯାଇଥିବା ଭଳି କମାଣ୍ଡ ଟାଇପ୍ କରନ୍ତୁ |
09:00 | ଏଠାରେ ଆମେ, $1 ଦ୍ୱାରା ଘୋଷିତ କରାଯାଇଥିବା "ଷ୍ଟ୍ରିଙ୍ଗ୍"କୁ ନେବା |
09:05 | ଯେପରି ଆମେ ଜାଣିଛେ, $1 ପ୍ରଥମ ଫିଲ୍ଡକୁ ପ୍ରତିନିଧିତ୍ୱ କରିଥାଏ, ଯାହା ଆମ ମାମଲାରେ ରୋଲ୍ ନମ୍ୱର୍ ଅଟେ |
09:12 | ଏହାପରେ, ଆମେ ଏକ Substring ଏକ୍ସଟ୍ରାକ୍ଟ କରିବା, ଯାହା କ୍ୟାରେକ୍ଟର୍ ଲେନ୍ଥ୍ "ୱନ୍” ସହିତ "ୱନ୍” ପୋଜିଶନ୍ରେ ଆରମ୍ଭ ହୋଇଥାଏ |
09:19 | ତା’ପରେ, ଯଦି ଏହା କ୍ୟାପିଟଲ୍ A ସହିତ ସମାନ ହୁଏ, ତେବେ ଫାଇଲ୍ରୁ ସେହି ଲାଇନ୍ ପ୍ରିଣ୍ଟ ହେବ.
ଆଉଟପୁଟ୍ ଦେଖିବା ପାଇଁ Enter ଦାବନ୍ତୁ |
09:29 | ଆମେ ହଷ୍ଟେଲ୍ Aରେ ରହୁଥିବା ବିଦ୍ୟାର୍ଥୀମାନଙ୍କର ତାଲିକା ପାଇଲେ |
09:34 | ଆମେ ପୂର୍ବରୁ Function Split ଦେଖିଛେ.
ତେଣୁ, ମୁଁ ଏଠାରେ ସବିଶେଷ ବର୍ଣ୍ଣନା କରୁନାହିଁ |
09:40 | ଯଦି ଆପଣଙ୍କର କୌଣସି ସନ୍ଦେହ ଅଛି, ତେବେ ପୂର୍ବବର୍ତ୍ତୀ awk ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
09:45 | ସେଥିରେ ଅନ୍ୟ କେତେକ “ପଙ୍କଶନ୍ସ” ଅଛି, ଯେଉଁଗୁଡ଼ିକ ଇନପୁଟ୍/ଆଉଟପୁଟ୍ ସହ ସମ୍ପର୍କିତ.
“System() ଫଙ୍କଶନ୍” - awk ମଧ୍ୟରେ ଯେକୌଣସି "ୟୁନିକ୍ସ କମାଣ୍ଡ” ଚଲାଇବା ପାଇଁ ଆମକୁ ସାହାଯ୍ୟ କରିଥାଏ |
09:56 | ଏବେ ଆମେ, “awk କମାଣ୍ଡ” ମାଧ୍ୟମରେ "ୟୁନିକ୍ସ କମାଣ୍ଡ ଡେଟ୍” ଚଲାଇବା |
10:01 | ଟର୍ମିନଲ୍କୁ ଯାଆନ୍ତୁ ଏବଂ ପ୍ରଦର୍ଶିତ ଅନୁସାରେ କମାଣ୍ଡ ଟାଇପ୍ କରନ୍ତୁ
ଏବଂ Enter ଦାବନ୍ତୁ |
10:09 | ଆଉଟପୁଟ୍ ଭାବେ "ଟର୍ମିନଲ୍"ରେ ଆଜିର ତାରିଖ ଓ ସମୟ ପ୍ରଦର୍ଶିତ ହେଉଛି |
10:15 | ଏବେ, ଏହା ଆମକୁ କାହିଁକି ଦରକାର? ଆମେ କେବଳ, awk କମାଣ୍ଡର BEGIN Section ରଖିଲେ “ |
10:21 | ବାସ୍ତବିକ ଦୁନିଆ ପରିଦୃଶ୍ୟରେ ଆମେ, ଆବଶ୍ୟକ ଆଉଟପୁଟ୍ ପ୍ରଦର୍ଶିତ କରିବା ପୂର୍ବରୁ "ସିଷ୍ଟମ୍ ଡେଟ୍” ପ୍ରିଣ୍ଟ କରିବାକୁ ଇଚ୍ଛା କରିପାରିବା |
10:28 | ସେହି ମାମଲାରେ ଆମକୁ, “awk କମାଣ୍ଡ"ରୁ ସିଷ୍ଟମ୍ କମାଣ୍ଡ"ଗୁଡ଼ିକୁ ନିଷ୍ପାଦନ କରିବାକୁ ପଡ଼ିବ |
10:34 | ସେଥିରେ, "ଟାଇମ୍ ଷ୍ଟାମ୍ପ୍” ସହିତ ସମ୍ୱନ୍ଧିତ କେତେକ "ଫଙ୍କଶନ୍ସ” ଅଛି, ଯେପରି -
systime(), strftime(), ଆଦି |
10:43 | ଏହି "ଫଙ୍କଶନ୍"ଗୁଡ଼ିକ ବିଷୟରେ ଜାଣିବା ପାଇଁ ଇଣ୍ଟର୍ନେଟ୍ ବ୍ରାଉଜ୍ କରନ୍ତୁ |
10:48 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
ସଂକ୍ଷିପ୍ତରେ - |
10:53 | ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ ପ୍ରକାରର “ବିଲ୍ଟ-ଇନ୍ ଫଙ୍କଶନ୍ସ” ବିଷୟରେ ଶିଖିଲେ, ଯେପରି
"ଆରିଥମେଟିକ୍ ଫଙ୍କଶନ୍ସ", "ଷ୍ଟ୍ରିଙ୍ଗ୍ ଫଙ୍କଶନ୍ସ", "ଇନପୁଟ୍ ଓ ଆଉଟପୁଟ୍ ଫଙ୍କଶନ୍ସ" ଏବଂ "ଟାଇମ୍ ଷ୍ଟାମ୍ପ ଫଙ୍କଶନ୍ସ" |
11:06 | ଏକ ଆସାଇନମେଣ୍ଟ ଭାବେ - awkdemo.txt ଫାଇଲ୍ ବ୍ୟବହାର କରି ପ୍ରତ୍ୟେକ ରେକର୍ଡର ଶେଷ "ଫିଲ୍ଡ” ପ୍ରିଣ୍ଟ କରିବା ପାଇଁ ଏକ awk ପ୍ରୋଗ୍ରାମ୍ ଲେଖନ୍ତୁ |
11:13 | ଯେଉଁଥିରେ, ବିଦ୍ୟାର୍ଥୀଙ୍କ ନାମର ତୃତୀୟ ଅକ୍ଷରରେ ସ୍ମଲ୍ u ଥିବ |
11:22 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:43 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
11:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
11:59 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |