Difference between revisions of "Linux-AWK/C2/Loops-in-awk/Oriya"
(Created page with "{| border=1 | <center>'''Time ' ' '</center> | <center>'''Time ' ' '</center> |- | 00:01 | ବନ୍ଧୁଗଣ, AWK ଥିବା Loops ଉପରେ ଏହି ସ୍ପୋ...") |
PoojaMoolya (Talk | contribs) |
||
Line 1: | Line 1: | ||
{| border=1 | {| border=1 | ||
− | | <center>'''Time ' ' '</center> | + | | <center>'''Time'''</center> |
− | | <center>''' | + | | <center>'''Narration'''</center> |
|- | |- |
Latest revision as of 18:00, 20 July 2019
|
|
00:01 | ବନ୍ଧୁଗଣ, AWK ଥିବା Loops ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା - AWKରେ
While, Do-While, For ଏବଂ ଅଧିକ Looping Constructs |
00:16 | ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା |
00:20 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
Ubuntu Linux 16.04 OS ଏବଂ Gedit Text Editor 3.20.1 |
00:32 | ଆପଣ ନିଜ ପସନ୍ଦର Text Editor ବ୍ୟବହାର କରିପାରିବେ |
00:36 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍ରେ ଥିବା ପୂର୍ବ AWK ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର |
00:43 | ଆପଣ, C କିମ୍ୱା C++ ଭଳି ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ସହିତ ପରିଚିତ ଥିବା ଉଚିତ |
00:50 | ଯଦି ନାହାନ୍ତି, ତେବେ ଆମ ୱେବ୍ ସାଇଟ୍ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ |
00:56 | ଏହି ଟ୍ୟୁଟୋରିଆଲ୍ ପେଜ୍ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ଫାଇଲ୍ ଗୁଡ଼ିକ ଉପଲବ୍ଧ ଅଛି.
ଦୟାକରି ସେଗୁଡ଼ିକୁ ଡାଉନଲୋଡ୍ କରି ଏକ୍ସଟ୍ରାକ୍ଟ କରନ୍ତୁ |
01:06 | ଗୋଟିଏ Loop, ବାରମ୍ୱାର ଏକ କିମ୍ୱା ଅଧିକ କାମ କରିବା ପାଇଁ ଆମକୁ ଅନୁମତି ଦେଇଥାଏ |
01:12 | AWKରେ While, Do-While ଓ For ହେଉଛି ଉପଲବ୍ଧ Loops |
01:18 | While Loopର ସିଣ୍ଟାକ୍ସକୁ ଏଠାରେ ଦେଖିହେବ |
01:22 | While Loop ପ୍ରଥମେ ଦେଖେ ଯେ, ନିର୍ଦ୍ଦିଷ୍ଟ ହୋଇଥିବା "କଣ୍ଡିଶନ୍” ସତ୍ୟ କି ନୁହେଁ |
01:27 | ଯଦି ହଁ, ତେବେ ତାହା "ବଡୀ” ମଧ୍ୟରେ କୋଡ୍କୁ ନିଷ୍ପାଦନ କରିବ.
ଯେପର୍ଯ୍ୟନ୍ତ “While କଣ୍ଡିଶନ୍” ସତ୍ୟ ହୋଇଥିବ, ସେପର୍ଯ୍ୟନ୍ତ ଏହି Loop ପୁନରାବୃତ୍ତି ହେଉଥିବ |
01:37 | ଆମେ ପୂର୍ବରୁ ବ୍ୟବହାର କରିଥିବା awkdemo.txt ଫାଇଲ୍କୁ ହିଁ ବ୍ୟବହାର କରିବା |
01:43 | ମୁଁ, while_loop.awk ନାମକ ଗୋଟିଏ ସ୍କ୍ରିପ୍ଟ ଆଗରୁ ଲେଖିସାରିଛି |
01:48 | ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ସେହି ଫାଇଲ୍ ଉପଲବ୍ଧ ଅଛି |
01:53 | ଏଠାରେ, ଆମ ପାଖରେ "ପାଇପ୍ ଚିହ୍ନ” ଭାବରେ "ଫିଲ୍ଡ ସେପାରେଟର୍” ଅଛି |
01:58 | ବର୍ତ୍ତମାନ ଆମକୁ, “Loop ଭେରିଏବଲ୍"ର ଭାଲ୍ୟୁକୁ 1 ଭାବେ ସେଟ୍ କରିବାକୁ ହେବ |
02:04 | ଏଠାରେ ଆମେ, ଆଉ ଗୋଟିଏ ଅଧିକ f ଭେରିଏବଲ୍ ନେଇଛେ ଏବଂ ତାହାକୁ 1କୁ ଇନିଶିଲାଇଜ୍ କରିବା |
02:10 | "ଭେରିଏବଲ୍ f", ପ୍ରତ୍ୟେକ ରେକର୍ଡ ପାଇଁ "ଫିଲ୍ଡ କାଉଣ୍ଟର୍” ବା ଫିଲ୍ଡର ପୋଜିଶନ୍କୁ ପ୍ରତିନିଧିତ୍ୱ କରିଥାଏ |
02:17 | ଏବେ, While କଣ୍ଡିଶନ୍ ରେ ଆମେ, i - 3 ସହ ସମାନ କିମ୍ୱା କମ୍ କି ନୁହେଁ, ତାହା ଦେଖିବା |
02:23 | ଯଦି ହଁ, ତେବେ ତାହା awkdemo.txt ଫାଇଲ୍ ରେ ଥିବା ରେକର୍ଡ ପାଇଁ fth ଫିଲ୍ଡରେ ଭାଲ୍ୟୁ ପ୍ରିଣ୍ଟ କରିବ |
02:31 | ତା’ପରେ ଆମେ 1 ଦ୍ୱାରା "ଫିଲ୍ଡ କାଉଣ୍ଟର୍ fକୁ ଇନକ୍ରିମେଣ୍ଟ କରିବା |
02:36 | ତାହାପରେ ଆମେ 1 ଦ୍ୱାରା “Loop ଭେରିଏବଲ୍ i"ର ମୂଲ୍ୟକୁ ମଧ୍ୟ ଇନକ୍ରିମେଣ୍ଟ କରିବା |
02:43 | ପ୍ରତ୍ୟେକ ଧାଡ଼ିର ଶେଷରେ ଏକ "ନ୍ୟୁଲାଇନ୍ କ୍ୟାରେକ୍ଟର୍” ପ୍ରିଣ୍ଟ କରିବା ପାଇଁ ଏହି printf ଅଛି |
02:49 | awkdemo.txt ଫାଇଲ୍ରେ ଥିବା ସମସ୍ତ ରେକର୍ଡ ପାଇଁ ଏହି Loop ନିଷ୍ପାଦିତ ହେବ |
02:55 | ଯାହାର ଅର୍ଥ ହେଉଛି, ପ୍ରତ୍ୟେକ ରେକର୍ଡ ପାଇଁ ପ୍ରଥମ 3ଟି ଫିଲ୍ଡ ପ୍ରିଣ୍ଟ ହେବ |
03:00 | ଏବେ ଚାଲନ୍ତୁ ଏହି କୋଡ୍କୁ ନିଷ୍ପାଦନ କରିବା |
03:03 | Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ |
03:09 | cd କମାଣ୍ଡ ବ୍ୟବହାର କରି Code Files ଡାଉନଲୋଡ୍ ଓ ଏକ୍ସଟ୍ରାକ୍ଟ କରିଥିବା ଫୋଲ୍ଡର୍କୁ ଯାଆନ୍ତୁ |
03:16 | ଏବେ ଟାଇପ୍ କରନ୍ତୁ: awk ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ while_loop.awk ସ୍ପେସ୍ awkdemo.txt
Enter ଦାବନ୍ତୁ |
03:29 | ଦେଖନ୍ତୁ ଯେ, ଆଉଟପୁଟ୍ରେ ସମସ୍ତ ଧାଡ଼ିର ପ୍ରଥମ ତିନୋଟି ଫିଲ୍ଡ ଆମେ ପାଇଛେ |
03:35 | ଚାଲନ୍ତୁ, Do-While Loop ସହିତ ମଧ୍ୟ ତାହା କରିବା |
03:38 | Do-while loop ସିଣ୍ଟାକ୍ସକୁ ଏଠାରେ ଦେଖିହେବ |
03:42 | Do-While Loop, କୋଡ୍ ଭିତରେ ଥିବା "ବଡୀ"କୁ ସର୍ବଦା ଥରେ ନିଷ୍ପାଦିତ କରିଥାଏ |
03:47 | ତା’ପରେ ଏହା ନିର୍ଦ୍ଦିଷ୍ଟ ହୋଇଥିବା "କଣ୍ଡିଶନ୍"କୁ ଯାଞ୍ଚ କରିଥାଏ ଏବଂ ଯେପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ହୋଇଥିବା "କଣ୍ଡିଶନ୍” ସତ୍ୟ ହୋଇଥିବ, "ବଡୀ” ଭିତରେ କୋଡ୍ କୁ ପୁନରାବୃତ୍ତି କରିଥାଏ |
03:56 | ମୁଁ, do_loop.awk ନାମକ ଗୋଟିଏ ସ୍କ୍ରିପ୍ଟ ଆଗରୁ ଲେଖିସାରିଛି.
ସେହି ଫାଇଲ୍ "କୋଡ୍ ଫାଇଲ୍ସ” ଲିଙ୍କରେ ଉପଲବ୍ଧ ଅଛି |
04:06 | ଏହି କୋଡ୍ରେ, ଏହିଗୁଡ଼ିକ ହେଉଛି Do Loop ମଧ୍ୟରେ ଥିବା "ଷ୍ଟେଟମେଣ୍ଟସ୍", ଯେଉଁଗୁଡ଼ିକ ପ୍ରଥମେ ନିଷ୍ପାଦିତ ହେବ.
ଏହା ହେଉଛି "କଣ୍ଡିଶନ୍", ଯାହାର ଯାଞ୍ଚ କରାଯିବ |
04:15 | ତାହାପରେ, ଯେପର୍ଯ୍ୟନ୍ତ "କଣ୍ଡିଶନ୍” ସତ୍ୟ ଥିବ, ସେପର୍ଯ୍ୟନ୍ତ Loop ଭିତରେ ଥିବା "ଷ୍ଟେଟମେଣ୍ଟ” ବାରମ୍ୱାର ନିଷ୍ପାଦିତ ହେବ |
04:23 | awkdemo.txt ଫାଇଲ୍ରେ ଥିବା ସମସ୍ତ ରେକର୍ଡ ପାଇଁ ଏହି Loop ପୁନରାବୃତ୍ତି ହେବ,
ଯାହାର ଅର୍ଥ ହେଉଛି, ପ୍ରତ୍ୟେକ ରେକର୍ଡ ପାଇଁ ପ୍ରଥମ 3ଟି ଫିଲ୍ଡ ପ୍ରିଣ୍ଟ ହେବ |
04:33 | ଟର୍ମିନଲ୍କୁ ଯାଆନ୍ତୁ. ଟର୍ମିନଲ୍ ଖାଲି କରିଦିଅନ୍ତୁ |
04:38 | ଏବେ ଟାଇପ୍ କରନ୍ତୁ: awk ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ do ଅଣ୍ଡରସ୍କୋର୍ loop ଡଟ୍ awk ସ୍ପେସ୍ awkdemo dot txt
ଏବଂ Enter ଦାବନ୍ତୁ |
04:52 | ଆମକୁ ସମାନ ଆଉଟପୁଟ୍ ମିଳିଲା. ତେବେ, ଆମ ପାଖରେ କାହିଁକି ଉଭୟ While ଓ Do-While Lopps ଅଛି? |
04:58 | ଚାଲନ୍ତୁ ପ୍ରଭେଦକୁ ବୁଝିବା |
05:00 | while ଅଣ୍ଡରସ୍କୋର୍ loop ଡଟ୍ awk ଫାଇଲ୍କୁ ଯାଆନ୍ତୁ |
05:05 | ଏବେ, Loop Counter iର ଭାଲ୍ୟୁକୁ 1 ରୁ ବଦଳାଇ 4 କରନ୍ତୁ |
05:11 | ଏହା, ନିର୍ଦ୍ଦିଷ୍ଟ ହୋଇଥିବା କଣ୍ଡିଶନ୍କୁ ଆରମ୍ଭରୁ "ମିଥ୍ୟା” କରିବ.
ତେଣୁ ଏହାର ଅର୍ଥ ହେଉଛି, ଆମେ କୌଣସି ଆଉଟପୁଟ୍ ପାଇବା ନାହିଁ |
05:19 | ଫାଇଲ୍କୁ ସେଭ୍ କରନ୍ତୁ ଏବଂ ଟର୍ମିନଲ୍କୁ ଯାଆନ୍ତୁ |
05:22 | ଟର୍ମିନଲ୍ ଖାଲି କରନ୍ତୁ.
ଏବେ, While Loop ନିଷ୍ପାଦନ କରିବା ପାଇଁ ଯେପର୍ଯ୍ୟନ୍ତ ଆପଣ ପାଇନାହାନ୍ତି, ଅପ୍ ଆରୋ କୀ’ ଦାବନ୍ତୁ |
05:30 | ଏବେ Enter ଦାବନ୍ତୁ |
05:32 | ଦେଖନ୍ତୁ, ଖାଲି ଲାଇନ୍ସ ଛଡ଼ା ଆମକୁ କୌଣସି ଆଉଟପୁଟ୍ ମିଳୁନାହିଁ |
05:37 | awkdemo.txt ଫାଇଲ୍ରେ ପ୍ରତ୍ୟେକ ରେକର୍ଡ ପାଇଁ, ଆଉଟପୁଟ୍ରେ ଖାଲି ଲାଇନ୍ସ ପ୍ରିଣ୍ଟ ହେଉଛି |
05:44 | ଏବେ ଚାଲନ୍ତୁ, Do Loop ଫାଇଲ୍ ରେ କିଛି ପରିବର୍ତ୍ତନ କରିବା |
05:48 | do ଅଣ୍ଡରସ୍କୋର୍ loop ଡଟ୍ awk ଫାଇଲ୍କୁ ଯାଆନ୍ତୁ |
05:53 | iର ଭାଲ୍ୟୁକୁ 1 ରୁ ବଦଳାଇ 4 କରନ୍ତୁ |
05:57 | ଫାଇଲ୍କୁ ସେଭ୍ କରନ୍ତୁ ଏବଂ ଟର୍ମିନଲ୍କୁ ଯାଆନ୍ତୁ |
06:01 | ଟର୍ମିନଲ୍ ଖାଲି କରିଦିଅନ୍ତୁ.
Do Loop ନିଷ୍ପାଦନ କରିବା ପାଇଁ ଯେପର୍ଯ୍ୟନ୍ତ ଆପଣ ପାଇନାହାନ୍ତି, ଅପ୍ ଆରୋ କୀ’ ଦାବନ୍ତୁ. Enter ଦାବନ୍ତୁ |
06:10 | ଆଉଟପୁଟ୍ରେ, ପ୍ରତ୍ୟେକ ଧାଡ଼ି ପାଇଁ କେବଳ ପ୍ରଥମ ଫିଲ୍ଡ ହିଁ ପ୍ରିଣ୍ଟ ହେଲା.
ଏହାର କାରଣ କ’ଣ? |
06:16 | ପ୍ରତ୍ୟେକ ଧାଡ଼ି ପାଇଁ, ପ୍ରଥମ ଫିଲ୍ଡରେ awk ପ୍ରଥମେ ଭାଲ୍ୟୁ ପ୍ରିଣ୍ଟ କରିଥାଏ, କାରଣ "ଭେରିଏବଲ୍ f"ର ଭାଲ୍ୟୁକୁ 1କୁ ଇନିଶିଆଲାଇଜ୍ କରାଯାଇଛି.
ତା’ପରେ "କଣ୍ଡିଶନ୍"କୁ ଯାଞ୍ଚ କରାଯାଏ |
06:28 | Loop Counter iର ଭାଲ୍ୟୁ 4 ହୋଇଥିବାରୁ "କଣ୍ଡିଶନ୍” ମିଥ୍ୟା ଅଟେ.
ତେଣୁ, ସେହି ରେକର୍ଡ ପାଇଁ Loop ସେହିଠାରେ ହିଁ ସମାପ୍ତ ହୋଇଯାଏ |
06:39 | awkdemo.txt ଫାଇଲ୍ରେ ଥିବା ସମସ୍ତ ରେକର୍ଡ ପାଇଁ ଏହି Loop ପୁନରାବୃତ୍ତି ହେବ |
06:44 | ଯାହାର ଅର୍ଥ ହେଉଛି, ପ୍ରତ୍ୟେକ ରେକର୍ଡ ପାଇଁ ପ୍ରଥମ ଫିଲ୍ଡ ପ୍ରିଣ୍ଟ ହେବ |
06:49 | ପ୍ରତ୍ୟେକ ରେକର୍ଡ ପାଇଁ ଆମେ ଅତିକମରେ ଥରେ ଆଉଟପୁଟ୍ ପାଉଛେ |
06:53 | ଅନ୍ୟ କୌଣସି "କଣ୍ଡିଶନ୍"କୁ ବିଚାର ନକରି ଗୋଟିଏ କାମକୁ ଅତିକମରେ ଥରେ ନିଷ୍ପାଦିତ କରିବା ପାଇଁ Do-While Loop ବ୍ୟବହାର କରନ୍ତୁ |
07:01 | For Loop ସହିତ ମଧ୍ୟ ଆମେ ତାହା କରିପାରିବା |
07:05 | for loop ସିଣ୍ଟାକ୍ସକୁ ଏଠାରେ ଦେଖିହେବ |
07:09 | "ଇନିଶିଆଲାଇଜେଶନ୍"କୁ ନିଷ୍ପାଦନ କଲେ “for ଷ୍ଟେଟମେଣ୍ଟ” ଆରମ୍ଭ ହୋଇଥାଏ |
07:14 | ତାହାପରେ, ଯେପର୍ଯ୍ୟନ୍ତ "କଣ୍ଡିଶନ୍” ସତ୍ୟ ଥିବ, ତାହା "ଷ୍ଟେଟମେଣ୍ଟ” ମଧ୍ୟରେ ତାହାକୁ ବାରମ୍ୱାର ନିଷ୍ପାଦିତ କରିଥାଏ ଏବଂ ତାହାପରେ "ଇନକ୍ରିମେଣ୍ଟ” କରିଥାଏ |
07:23 | C କିମ୍ୱା C++ ଭଳି ଏକ ଲାଙ୍ଗୁଏଜ୍ ସହିତ ଆପଣଙ୍କ ପରିଚିତତାକୁ କଳ୍ପନା କରି ମୁଁ ସିଣ୍ଟାକ୍ସକୁ ସବିଶେଷ ବର୍ଣ୍ଣନା କରୁନାହିଁ |
07:30 | ଏହି କଣ୍ଡିଶନ୍ ପାଇଁ for loop ଏହିଭଳି ଦେଖାଯାଏ |
07:35 | ଏଠାରେ, "ଇନିଶିଆଲାଇଜେଶନ୍, କଣ୍ଡିଶନ୍” ଯାଞ୍ଚ କରିବା ଏବଂ ଭେରିଏବଲ୍ ଇନକ୍ରିମେଣ୍ଟେଶନ୍ ସମାନ ଲାଇନ୍ରେ କରାଯାଏ |
07:43 | ଏହାକୁ ନିଜେ କରି ଦେଖନ୍ତୁ |
07:46 | ସେଥିରେ ଆଉ କିଛି ଅଧିକ Looping Constructs,
Break, Continue, Exit ଅଛି |
07:53 | ଆଗାମୀ ଟ୍ୟୁଟୋରିଆଲ୍ରେ ଆମେ ଏହା ଉପରେ କିଛି ପ୍ରାସଙ୍ଗିକ ଉଦାହରଣ ଦେଖିବା |
07:58 | ଆମ ଫାଇଲ୍ରେ ଏକ ସିଙ୍ଗଲ୍ ଓ ମଲ୍ଟିଲାଇନ୍ Comments ଥାଇପାରେ |
08:03 | ଏଠାରେ ଧ୍ୟାନ ଦିଅନ୍ତୁ ଯେ, ସିଙ୍ଗଲ୍ ଲାଇନ୍ Commentଗୁଡ଼ିକୁ "ହାଶ୍ (#) ଚିହ୍ନ” ସହିତ ଘୋଷିତ କରାଯାଇଥାଏ |
08:10 | ମଲ୍ଟିଲାଇନ୍ Commentଗୁଡ଼ିକୁ ଡବଲ୍ "ହାଶ୍ (##) ଚିହ୍ନ” ସହିତ ଘୋଷିତ କରାଯାଏ |
08:16 | ଏବେ, ଆଉଟପୁଟ୍ରେ ଏହି Commentଗୁଡ଼ିକୁ ଯାଞ୍ଚ କରିବା ଓ ପ୍ରିଣ୍ଟ କରିବାର କୌଣସି ତାତ୍ପର୍ଯ୍ୟ ନାହିଁ |
08:22 | "ହାଶ୍ (##) ଚିହ୍ନ” ସହିତ ଆରମ୍ଭ ହେଉଥିବା ଲାଇନ୍ଗୁଡ଼ିକୁ ଆମକୁ ଛାଡ଼ିଦେବାକୁ ହେବ.
ଏହାକୁ ଆମେ କିପରି କରିବା? |
08:28 | 8000ରୁ ଅଧିକ ପାଉଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଷ୍ଟାଇପେଣ୍ଡରେ 50% ଇନକ୍ରିମେଣ୍ଟ ଦେବା କଥା ମନେପକାନ୍ତୁ |
08:36 | Commentଗୁଡ଼ିକ ଛାଡ଼ିବା ପାଇଁ ଆମେ ସେହି ସମାନ ଉଦାହରଣ ବ୍ୟବହାର କରିବା |
08:40 | ଏହି ନିଷ୍ପାଦନ ପାଇଁ, ଏଠାରେ ଯେପରି ଦେଖାଯାଉଛି, next.awk ନାମକ ଗୋଟିଏ ଫାଇଲ୍ ମୁଁ ତିଆରି କରିସାରିଛି |
08:47 | ଏବେ, ଏହି କମାଣ୍ଡର ଅର୍ଥ କ’ଣ? |
08:50 | ପ୍ରତ୍ୟେକ ଲାଇନ୍ର ଆରମ୍ଭରେ awk, "କ୍ୟାରେଟ୍ ଚିହ୍ନ ହାଶ୍ ଚିହ୍ନ (^#)” ପାଟର୍ନ ଖୋଜିବ |
08:57 | ଯଦି ପାଟର୍ନ ମିଳେ, ତେବେ କୀ’ୱର୍ଡ next, ସାମ୍ପ୍ରତିକ ଲାଇନ୍କୁ ତୁରନ୍ତ ଛାଡ଼ିଦେବା ପାଇଁ awkକୁ କୁହେ |
09:04 | ତା’ପରେ awk, ଫାଇଲ୍ ରେ ପରବର୍ତ୍ତୀ ଲାଇନ୍ରୁ ପ୍ରୋସେସିଙ୍ଗ୍ ଆରମ୍ଭ କରେ.
ଏହା, ପ୍ରୋସେସିଙ୍ଗ୍ ସମୟ ବଞ୍ଚାଇବ |
09:12 | ଟର୍ମିନଲ୍କୁ ଯାଆନ୍ତୁ ଏବଂ ପ୍ରଦର୍ଶିତ ଅନୁସାରେ କମାଣ୍ଡ ଟାଇପ୍ କରନ୍ତୁ ଏବଂ
Enter ଦାବନ୍ତୁ |
09:20 | କୌଣସି Comments ବିନା ଆମେ ଆଉଟପୁଟ୍ ପାଇଲେ |
09:24 | ମନେକରନ୍ତୁ, ଆମ ପାଖରେ ସମାନ ଫର୍ମାଟ୍ ସହ ମଲ୍ଟିପଲ୍ ଫାଇଲ୍ସରେ ବିଦ୍ୟାର୍ଥୀମାନଙ୍କର ରେକର୍ଡ ଅଛି.
ଧରନ୍ତୁ awkdemo_mod.txt ଓ awkdemo2.txtରେ |
09:37 | ଦେଖନ୍ତୁ, ଏହା ଆମର ପୂର୍ବବର୍ତ୍ତୀ ଫାଇଲ୍ ସହ ସମାନ ଅଟେ |
09:41 | ଏଥିରେ Comments ପୂର୍ବରୁ "ହାଶ୍” ଚିହ୍ନ ମଧ୍ୟ ଅଛି |
09:45 | ଏବଂ ଏଥିରେ ଡବଲ୍ "ହାଶ୍ ##” ଚିହ୍ନ ସହିତ ବଡ଼ ଟେକ୍ସଟ୍ ଅଛି |
09:50 | ତେଣୁ, ଆମର ଡେଟା ଦୁଇଟି ଭିନ୍ନ ଫାଇଲ୍ ରେ ଅଛି.
ସମସ୍ତ ବିଦ୍ୟାର୍ଥୀଙ୍କୁ ଇନକ୍ରିମେଣ୍ଟ ଦେବାପାଇଁ awk, ଉଭୟ ଫାଇଲ୍କୁ ପ୍ରୋସେସ୍ କରିବା ଦରକାର |
09:59 | ଥରେ ଆମେ ପ୍ରଥମ ଫାଇଲ୍ର ଡବଲ୍ "ହାଶ୍ (##)” ଚିହ୍ନ ପାଖରେ ପହଞ୍ଚିଗଲା ପରେ awk, ସେହି ଫାଇଲ୍ର ପ୍ରୋସେସିଙ୍ଗକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବା ଉଚିତ |
10:06 | ତା’ପରେ, ପରବର୍ତ୍ତୀ ଫାଇଲ୍ରୁ ଏହାକୁ ନିଷ୍ପାଦନ ଆରମ୍ଭ କରିବାକୁ ହେବ.
ଏହା, ପ୍ରୋସେସିଙ୍ଗ୍ ସମୟ ବଞ୍ଚାଇବ |
10:13 | ଏଠାରେ ଦେଖାଯାଉଥିବା ଭଳି next.txtକୁ ବଦଳା’ନ୍ତୁ |
10:17 | ମୁଁ, Begin Statement ତଳେ - “ଡଲର୍ zero ଟିଲ୍ଡ ସ୍ଲାଶ୍ କ୍ୟାରେଟ୍ ଚିହ୍ନ ଡବଲ୍ ହାଶ୍ ସ୍ଲାଶ୍ ବାକେଟ୍ ମଧ୍ୟରେ nextfile ସେମିକୋଲନ୍” ଯୋଡ଼ିଛି |
10:29 | ଏହା, ପ୍ରତ୍ୟେକ ଫାଇଲ୍ ର ଆରମ୍ଭରେ "ଡବଲ୍ ହାଶ୍ (##)” ଚିହ୍ନ ଖୋଜିବ |
10:34 | ଯଦି ମିଳେ, ତେବେ awk, ପରବର୍ତ୍ତୀ ଫାଇଲ୍ ପ୍ରୋସେସ୍ କରିବା ପାଇଁ ସାଂପ୍ରତିକ ଫାଇଲ୍କୁ ଛାଡ଼ିଦେବ |
10:39 | ଏହି ଫାଇଲ୍କୁ ସେଭ୍ କରନ୍ତୁ |
10:41 | ଟର୍ମିନଲ୍କୁ ଯାଇ ନିମ୍ନ କମାଣ୍ଡ ଟାଇପ୍ କରନ୍ତୁ.
Enter ଦାବନ୍ତୁ |
10:48 | ଦେଖନ୍ତୁ, ଆମେ ଉଭୟ ଫାଇଲ୍ରୁ ଆଉଟପୁଟ୍ ପାଉଛେ |
10:53 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
ସଂକ୍ଷିପ୍ତରେ - |
10:58 | ଏହି ଟ୍ୟୁଟୋରିଆଲରେ ଆମେ - awkରେ While, Do While, For, Next, Nextfile ବିଷୟରେ ଶିଖିଲେ |
11:06 | awkdemo2.txtର ବିଦ୍ୟାର୍ଥୀ ରେକର୍ଡ ପାଇଁ ଏକ ଆସାନମେଣ୍ଟ ଭାବେ, “ଇନପୁଟ୍ ଫାଇଲ୍"ରେ କେତୋଟି ଫିଲ୍ଡ ଅଛି ତାହାର ବିଚାର ନକରି କେବଳ ଯୁଗ୍ମ "ଫିଲ୍ଡ” ପ୍ରିଣ୍ଟ କରନ୍ତୁ (ଯେପରି ଫିଲ୍ଡ 2, ଫିଲ୍ଡ 4 ଇତ୍ୟାଦି) |
11:22 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:43 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?
ଦୟାକରି ସାଇଟ୍କୁ ଯାଆନ୍ତୁ| |
11:49 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
12:01 | IIT Bombay ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |