Difference between revisions of "Linux-AWK/C2/Built-in-Variables-in-awk/Oriya"
(Created page with "{| border=1 | <center>'''Time ' ' '</center> | <center>'''Time ' ' '</center> |- | 00:01 | ବନ୍ଧୁଗଣ, “AWK ବିଲ୍ଟ-ଇନ୍ ଭେରିଏବଲ୍ସ...") |
PoojaMoolya (Talk | contribs) |
||
Line 1: | Line 1: | ||
{| border=1 | {| border=1 | ||
− | | <center>'''Time ' ' '</center> | + | | <center>'''Time'''</center> |
− | | <center>''' | + | | <center>'''Narration'''</center> |
|- | |- |
Latest revision as of 17:59, 20 July 2019
|
|
00:01 | ବନ୍ଧୁଗଣ, “AWK ବିଲ୍ଟ-ଇନ୍ ଭେରିଏବଲ୍ସ” ଓ “AWK ସ୍କ୍ରିପ୍ଟ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏଥିରେ ଆମେ, “AWK ବିଲ୍ଟ-ଇନ୍ ଭେରିଏବଲ୍ସ” ଓ “AWK ସ୍କ୍ରିପ୍ଟ" ବିଷୟରେ ଶିଖିବା |
00:14 | ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା |
00:17 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ଏବଂ Gedit Text Editor 3.20.1 ବ୍ୟବହାର କରୁଛି |
00:30 | ଏହି ଟ୍ୟୁଟୋରିଆଲ୍ ପେଜ୍ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ଫାଇଲ୍ଗୁଡ଼ିକ ଉପଲବ୍ଧ ଅଛି.
ଦୟାକରି ସେଗୁଡ଼ିକୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ |
00:40 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍ରେ ଥିବା ପୂର୍ବ AWK ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର |
00:47 | ଯଦି ଜାଣିନାହାନ୍ତି, ତେବେ ଆମ ୱେବ୍ ସାଇଟ୍ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ |
00:52 | ପ୍ରଥମେ, ଚାଲନ୍ତୁ AWKରେ ଥିବା କିଛି "ବିଲ୍ଟ-ଇନ୍ ଭେରିଏବଲ୍ସ” ଦେଖିବା |
00:57 | କ୍ୟାପିଟଲ୍ RS, ଗୋଟିଏ ଇନପୁଟ୍ ଫାଇଲ୍ରେ "ରେକର୍ଡ ସେପାରେଟର୍”କୁ ନିର୍ଦ୍ଦିଷ୍ଟ କରିଥାଏ. ଡିଫଲ୍ଟ ଭାବରେ ଏହା ହେଉଛି “NewLine” |
01:07 | କ୍ୟାପିଟଲ୍ FS, ଗୋଟିଏ ଇନପୁଟ୍ ଫାଇଲ୍ରେ "ଫିଲ୍ଡ ସେପାରେଟର୍”କୁ ନିର୍ଦ୍ଦିଷ୍ଟ କରିଥାଏ. |
01:13 | ଡିଫଲ୍ଟ ଭାବରେ FSର ମୂଲ୍ୟ ହେଉଛି ଗୋଟିଏ “Whitespace” |
01:18 | କ୍ୟାପିଟଲ୍ ORS, "ଆଉଟପୁଟ୍ ରେକର୍ଡ ସେପାରେଟର୍"କୁ ପରିଭାଷିତ କରିଥାଏ.
ଡିଫଲ୍ଟ ଭାବରେ ଏହା ହେଉଛି “NewLine” |
01:27 | କ୍ୟାପିଟଲ୍ OFS, "ଆଉଟପୁଟ୍ ଫିଲ୍ଡ ସେପାରେଟର୍"କୁ ପରିଭାଷିତ କରିଥାଏ.
ଡିଫଲ୍ଟ ଭାବରେ ଏହା ହେଉଛି “Whitespace” |
01:36 | ଆସନ୍ତୁ, ଏହିଗୁଡ଼ିକର ଅର୍ଥ ବୁଝିବା |
01:40 | ଏବେ awkdemo ଫାଇଲ୍ ଉପରେ ଏକ ନଜର ପକାନ୍ତୁ |
01:44 | awk କମାଣ୍ଡ ସହିତ ଯେତେବେଳେ ଆମେ awkdemo ଫାଇଲ୍କୁ ପ୍ରୋସେସ୍ କରେ, ଏହା ଆମର "ଇନପୁଟ୍” ଫାଇଲ୍ ହୋଇଯାଏ. |
01:51 | ଦେଖନ୍ତୁ ଯେ, ଗୋଟିଏ Newline Character ଦ୍ୱାରା ସମସ୍ତ ରେକର୍ଡ ପରସ୍ପରଠାରୁ ପୃଥକ୍ ହୋଇଯାଇଛନ୍ତି |
01:58 | "ରେକର୍ଡ ସେପାରେଟର୍ RS ଭେରିଏବଲ୍” ପାଇଁ Newline ହେଉଛି ଡିଫଲ୍ଟ ଭାଲ୍ୟୁ.
ତେଣୁ, ସେଥିରେ ଆଉ କିଛି କରିବାର ନାହିଁ |
02:08 | ଧ୍ୟାନ ଦିଅନ୍ତୁ ଯେ, ସମସ୍ତ ଫିଲ୍ଡ Pipe ଚିହ୍ନ ଦ୍ୱାରା ପୃଥକ୍ ହୋଇଯାଇଛି.
ଏହି ବିଷୟରେ ଆମେ awkକୁ କିପରି ସୂଚିତ କରିବା? ଚାଲନ୍ତୁ ତାହା ଦେଖିବା |
02:18 | ଡିଫଲ୍ଟ ଭାବରେ, ଯେକୌଣସି ସଂଖ୍ୟକ "ସ୍ପେସ୍” କିମ୍ୱା "ଟାବ୍” ଫିଲ୍ଡଗୁଡ଼ିକୁ ପୃଥକ୍ କରିଥାଏ |
02:24 | ଆମ ପୂର୍ବ ଟ୍ୟୁଟୋରିଆଲଗୁଡ଼ିକରେ ଶିଖିଥିବା ଭଳି ଆମେ "ହାଇଫେନ୍ କ୍ୟାପିଟଲ୍ F” ସାହାଯ୍ୟରେ ଏହାକୁ ରିସେଟ୍ କରିପାରିବା |
02:33 | କିମ୍ୱା FS ଭେରିଏବଲ୍ ବ୍ୟବହାର କରି “BEGIN ବିଭାଗ"ରେ ଆମେ ଏହାକୁ ରିସେଟ୍ କରିପାରିବା |
02:40 | ଚାଲନ୍ତୁ ଏହାକୁ ଏକ ଉଦାହରଣ ସହ କରିବା.
ମନେକରନ୍ତୁ, ମୁଁ Rs. 5000ରୁ ଅଧିକ ଷ୍ଟାଇପେଣ୍ଡ ପାଉଥିବା ବିଦ୍ୟାର୍ଥୀମାନଙ୍କର ନାମ ଜାଣିବାକୁ ଚାହୁଁଛି |
02:51 | Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ |
02:57 | cd କମାଣ୍ଡ ବ୍ୟବହାର କରି Code Files ଡାଉନଲୋଡ୍ ଓ ଏକ୍ସଟ୍ରାକ୍ଟ କରିଥିବା ଫୋଲ୍ଡର୍କୁ ଯାଆନ୍ତୁ |
03:04 | ଏଠାରେ ଦେଖାଯାଇଥିବା ଭଳି କମାଣ୍ଡ ଟାଇପ୍ କରନ୍ତୁ |
03:08 | ଏଠାରେ, BEGIN ବିଭାଗରେ ଆମେ, ଏକ Pipe ଚିହ୍ନ ଭାବରେ FSର ଭାଲ୍ୟୁକୁ ଆସାଇନ୍ କରିଛେ.
ସେହିଭଳି ଭାବେ ଆମେ, RS ଭେରିଏବଲ୍କୁ ବଦଳାଇପାରିବା |
03:19 | କମାଣ୍ଡକୁ ନିଷ୍ପାଦନ କରିବା ପାଇଁ Enter ଦାବନ୍ତୁ |
03:23 | ଷ୍ଟାଇପେଣ୍ଡ ଭାବରେ Rs. 5000ରୁ ଅଧିକ ପାଉଥିବା ବିଦ୍ୟାର୍ଥୀମାନଙ୍କର ତାଲିକା ଆଉଟପୁଟ୍ ଦେଖାଉଛି |
03:30 | ଏଠାରେ, Name ଫିଲ୍ଡ ଓ Stipend ଫିଲ୍ଡ ଏକ ଖାଲି "ସ୍ପେସ୍” ଦ୍ୱାରା ପୃଥକ୍ କରାଯାଇଛି |
03:36 | ଆହୁରି ମଧ୍ୟ, ଗୋଟିଏ Newline Character ଦ୍ୱାରା ସମସ୍ତ ରେକର୍ଡ ପୃଥକ୍ ହୋଇଯାଇଛି |
03:42 | ମନେକରନ୍ତୁ, "ଆଉଟପୁଟ୍ ଫିଲ୍ଡ ସେପାରେଟର୍” ଭାବରେ ଆମେ "କୋଲନ୍”
ଏବଂ "ଆଉଟପୁଟ୍ ରେକର୍ଡ ସେପାରେଟର୍” ଭାବେ ଡବଲ୍ Newline ଚାହୁଁଛେ |
03:52 | ଏହାକୁ ଆମେ କିପରି କରିବା? ଚାଲନ୍ତୁ ତାହା ଦେଖିବା |
03:55 | ଟର୍ମିନଲ୍ରେ, ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ |
04:01 | ଏଠାରେ ଦେଖାଯାଇଥିବା ଭଳି କମାଣ୍ଡକୁ ବଦଳା’ନ୍ତୁ
ଏବଂ ତା’ପରେ Enter ଦାବନ୍ତୁ |
04:08 | ଆମ ଇପ୍ସିତ ଫର୍ମାଟ୍ରେ ଆମେ ଆଉଟପୁଟ୍ ପାଇଲେ |
04:12 | ଏବେ, ମନେକରନ୍ତୁ ଆମର ନୂଆ ଇନପୁଟ୍ ହେଉଛି sample.txt |
04:18 | ଦେଖନ୍ତୁ, ଏଠାରେ "ଫିଲ୍ଡ ସେପାରେଟର୍” ହେଉଛି Newline ଏବଂ "ରେକର୍ଡ ସେପାରେଟର୍” ହେଉଛି ଡବଲ୍ Newline |
04:27 | ଆମେ ଏହି ଫାଇଲ୍ରୁ ରୋଲ୍ ନଂ. ଓ ନାମଗୁଡ଼ିକୁ କିପରି ଭାବେ ଏକ୍ସଟ୍ରାକ୍ଟ କରିବା? |
04:32 | ହଁ, ଆପଣ ଠିକ୍ ଅନୁମାନ କରିଛନ୍ତି. ଆମକୁ ଉଭୟ FS ଓ RS ଭେରିଏବଲ୍ସକୁ ବଦଳାଇବାକୁ ପଡ଼ିବ |
04:39 | ଏହି ଟ୍ୟୁଟୋରିଆଲକୁ ପଜ୍ କରି ଏକ ଆସାଇନମେଣ୍ଟ ଭାବେ ଏହାକୁ କରନ୍ତୁ |
04:43 | ତାହାପରେ, ଆସନ୍ତୁ ଏବେ ଅନ୍ୟ "ବିଲ୍ଟ-ଇନ୍ ଭେରିଏବଲ୍ସ” ଦେଖିବା |
04:47 | କ୍ୟାପିଟଲ୍ NR, awk ଦ୍ୱାରା ପ୍ରୋସେସ୍ କରାଯାଇଥିବା "ରେକର୍ଡଗୁଡ଼ିକର ସଂଖ୍ୟା” ଦେଇଥାଏ |
04:53 | କ୍ୟାପିଟଲ୍ NF, ସାମ୍ପ୍ରତିକ ରେକର୍ଡରେ "ଫିଲ୍ଡର ସଂଖ୍ୟା” ଦେଇଥାଏ |
04:59 | ଚାଲନ୍ତୁ ଏହା ଉପରେ ଏକ ଉଦାହରଣ ଦେଖିବା.
ମନେକରନ୍ତୁ, ଫାଇଲ୍ରେ ଆମେ ଅସମ୍ପୂର୍ଣ୍ଣ ଲାଇନ୍ଗୁଡ଼ିକୁ ଦେଖିବାକୁ ଚାହୁଁଛେ |
05:07 | ଏଠାରେ, ଅସମ୍ପୂର୍ଣ୍ଣ ଲାଇନ୍ର ଅର୍ଥ ହେଉଛି ଏଥିରେ ସାଧରଣ 6ଟି ଫିଲ୍ଡରୁ କମ୍ ରହିଛି |
05:13 | ଟର୍ମିନଲ୍କୁ ଯାଆନ୍ତୁ. Ctrl ଓ L କୀ’ ଦାବି ଟର୍ମିନଲ୍ ଖାଲି କରିଦିଅନ୍ତୁ |
05:20 | ଏଠାରେ ଦେଖାଯାଇଥିବା ଭଳି କମାଣ୍ଡ ଟାଇପ୍ କରନ୍ତୁ |
05:24 | ଯେହେତୁ ଫିଲ୍ଡଗୁଡ଼ିକ "ପାଇପ୍ ଚିହ୍ନ” ଦ୍ୱାରା ପୃଥକ୍ କରାଯାଇଛି, BEGIN ବିଭାଗରେ FS ଭାଲ୍ୟୁକୁ "ପାଇପ୍ ଚିହ୍ନ"ରେ ସେଟ୍ କରନ୍ତୁ |
05:33 | ତା’ପରେ ଆମେ ଲେଖିଛେ NF not equal to 6 |
05:37 | ସାମ୍ପ୍ରତିକ ଲାଇନ୍ରେ ଫିଲ୍ଡଗୁଡ଼ିକର ସଂଖ୍ୟା 6 ସହିତ ସମାନ କି ନୁହେଁ ଏହା ଯାଞ୍ଚ କରିବ |
05:43 | ଯଦି ସତ୍ୟ ହୋଇଥାଏ, ତେବେ $0 ଦ୍ୱାରା ଦର୍ଶାଯାଇଥିବା ସମଗ୍ର ଲାଇନ୍ ସମେତ ରେକର୍ଡର ଲାଇନ୍ ସଂଖ୍ୟା NRକୁ Print Section ପ୍ରିଣ୍ଟ କରିବ.
Enter ଦାବନ୍ତୁ |
05:55 | ଆଉଟପୁଟ୍ରେ, ରେକର୍ଡ ସଂଖ୍ୟା 16 ଅସମ୍ପୂର୍ଣ୍ଣ ରେକର୍ଡ ବୋଲି ଆମେ ଦେଖିପାରୁଛେ.
ଏଥିରେ 6 ବଦଳରେ କେବଳ 5ଟି ଫିଲ୍ଡ ଅଛି |
06:05 | ଚାଲନ୍ତୁ ଆଉ ଗୋଟିଏ ଉଦାହରଣ ଦେଖିବା.
ସେଥିରେ କେତୋଟି ଫିଲ୍ଡ ଅଛି, ତାହାର ବିଚାର ନ କରି ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ପ୍ରଥମ ଓ ଶେଷ ଫିଲ୍ଡରେ ଆମେ କିପରି ଭାବେ ପ୍ରିଣ୍ଟ କରିପାରିବା? |
06:16 | ଏଠାରେ ଦେଖାଯାଇଥିବା ଭଳି କମାଣ୍ଡ ଟାଇପ୍ କରନ୍ତୁ |
06:21 | ଏଠାରେ ଆମେ, FS ଭେରିଏବଲ୍ ସେଟ୍ କରିବା ବଦଳରେ "ହାଇଫେନ୍ କ୍ୟାପିଟଲ୍ F” ବ୍ୟବହାର କରିଛେ.
Enter ଦାବନ୍ତୁ |
06:30 | ଫାଇଲ୍ରେ ପ୍ରତ୍ୟେକ ରେକର୍ଡ ପାଇଁ ଆମେ କେବଳ ପ୍ରଥମ ଓ ଶେଷ ଫିଲ୍ଡ ପାଇଲେ |
06:36 | ଏବେ ଆସନ୍ତୁ ଆଉ କିଛି ଚେଷ୍ଟା କରିବା |
06:39 | ମନେକରନ୍ତୁ, ବିଦ୍ୟାର୍ଥୀ ରେକର୍ଡଗୁଡ଼ିକୁ ଦୁଇଟି ଫାଇଲ୍ରେ ବିତରିତ କରାଯାଇଛି - demo1.txt ଓ demo2.txt |
06:48 | ଏହି ଦୁଇଟି ଫାଇଲ୍ରୁ ଆମେ ପ୍ରଥମ 3ଟି ଲାଇନ୍ ପ୍ରିଣ୍ଟ କରିବାକୁ ଚାହୁଁଛେ.
NR ଭେରିଏବଲ୍ ବ୍ୟବହାର କରି ଆମେ ଏହା କରିପାରିବା |
06:57 | ଏହା ହେଉଛି ଦୁଇଟି ଫାଇଲ୍ର ବିଷୟବସ୍ତୁ |
07:02 | ପ୍ରତ୍ୟେକ ଫାଇଲ୍ରୁ ପ୍ରଥମ 3ଟି ଲାଇନ୍ ପ୍ରଦର୍ଶିତ କରିବା ପାଇଁ ଟର୍ମିନଲ୍ରେ ନିମ୍ନ କମାଣ୍ଡକୁ ଟାଇପ୍ କରନ୍ତୁ |
07:11 | Enter ଦାବନ୍ତୁ |
07:13 | demo1.txt ଫାଇଲ୍ର କେବଳ ପ୍ରଥମ 3ଟି ରେକର୍ଡକୁ ଆଉଟପୁଟ୍ ଦେଖାଉଛି |
07:20 | ଦ୍ୱିତୀୟ ଫାଇଲ୍ ପାଇଁ ମଧ୍ୟ ସେହି ସମାନ ଜିନିଷକୁ ଆମେ କିପରି ପ୍ରିଣ୍ଟ କରିପାରିବା? |
07:24 | NR ବଦଳରେ FNR ବ୍ୟବହାର କରିବା ହେଉଛି ଏହାର ସମାଧାନ.
FNR ହେଉଛି, ସାମ୍ପ୍ରତିକ ଫାଇଲ୍ରେ "ସାମ୍ପ୍ରତିକ ରେକର୍ଡ ସଂଖ୍ୟା” |
07:34 | ପ୍ରତ୍ୟେକ ଥର ଗୋଟିଏ ନୂଆ ରେକର୍ଡ ପଢ଼ାଗଲେ FNR ବୃଦ୍ଧି ପାଇଥାଏ |
07:39 | ପ୍ରତ୍ୟେକ ଥର ଗୋଟିଏ ନୂଆ ଇନପୁଟ୍ ଫାଇଲ୍ ଆରମ୍ଭ ହେଲେ ଏହାକୁ ଶୂନ୍ କରାଯାଇଥାଏ |
07:46 | କିନ୍ତୁ, ପ୍ରୋଗ୍ରାମ୍ର ନିଷ୍ପାଦନ ଆରମ୍ଭ ହେବାଠାରୁ awk ପ୍ରୋସେସ୍ କରିଥିବା ଇନପୁଟ୍ ରେକର୍ଡଗୁଡ଼ିକର ସଂଖ୍ୟା ହେଉଛି NR |
07:55 | ଏକ ନୂଆ ଲାଇନ୍ ସହିତ ଏହା ଶୂନ୍କୁ ରିସେଟ ହୁଏ ନାହିଁ |
07:59 | ଟର୍ମିନଲ୍କୁ ଯାଆନ୍ତୁ.
ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ |
08:06 | ନିମ୍ନାନୁସାରେ ପୂର୍ବ କମାଣ୍ଡକୁ ବଦଳା’ନ୍ତୁ.
NR ବଦଳରେ FNR ଟାଇପ୍ କରନ୍ତୁ |
08:14 | Print Sectionରେ, NR ପାଖରେ FNR ଟାଇପ୍ କରନ୍ତୁ. Enter ଦାବନ୍ତୁ |
08:21 | ଦେଖନ୍ତୁ, ଏବେ ଆମେ ଠିକ୍ ଆଉଟପୁଟ୍ ପାଇଲେ.
ନୂଆ ଫାଇଲ୍ ସହିତ FNR ଶୂନ୍କୁ ସେଟ୍ ହେଲା, କିନ୍ତୁ NR ବୃଦ୍ଧି ପାଇବାରେ ଲାଗିଛି |
08:31 | ଏବେ ଚାଲନ୍ତୁ ଅନ୍ୟ କେତେକ "ବିଲ୍ଟ-ଇନ୍ ଭେରିଏବଲ୍ସ” ଦେଖିବା.
FILENAME ଭେରିଏବଲ୍, ପଢ଼ାଯିବାକୁଥିବା ଫାଇଲ୍ର ନାମ ଦେଇଥାଏ |
08:40 | “କମାଣ୍ଡ ଲାଇନ୍"ରେ ପ୍ରଦାନ କରାଯାଇଥିବା “ଆର୍ଗୁମେଣ୍ଟସ୍"ର ସଂଖ୍ୟାକୁ ARGC ନିର୍ଦ୍ଦିଷ୍ଟ କରିଥାଏ |
08:46 | "କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍"କୁ ଷ୍ଟୋର୍ କରୁଥିବା "ଆରେ"କୁ ARGV ପ୍ରତିନିଧିତ୍ୱ କରିଥାଏ |
08:52 | Shell Environment Variables ଓ ତତସମ୍ପର୍କିତ ଭାଲ୍ୟୁଗୁଡ଼ିକର "ଆରେ"କୁ ENVIRON ନିର୍ଦ୍ଦିଷ୍ଟ କରିଥାଏ |
09:00 | ଯେହେତୁ ARGV ଓ ENVIRON, awkରେ "ଆରେ” ବ୍ୟବହାର କରନ୍ତି, ସେହିଗୁଡ଼ିକୁ ଆମେ ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଦେଖିବା |
09:09 | ଚାଲନ୍ତୁ, ଏବେ FILENAME ଭେରିଏବଲ୍ ଉପରେ ଏକ ନଜର ପକାଇବା.
ପ୍ରୋସେସ୍ ହେବାକୁଥିବା ସାମ୍ପ୍ରତିକ ଫାଇଲ୍ ନାମକୁ ଆମେ କିପରି ପ୍ରିଣ୍ଟ କରିପାରିବା? |
09:18 | ଟର୍ମିନଲ୍କୁ ଯାଆନ୍ତୁ ଏବଂ ପ୍ରଦର୍ଶିତ ଅନୁସାରେ କମାଣ୍ଡ ଟାଇପ୍ କରନ୍ତୁ |
09:23 | ଏଠାରେ ଆମେ, ଏକ "ଷ୍ଟ୍ରିଙ୍ଗ୍ କନକେଟେନେଶନ୍ ଅପରେଟର୍” ଭାବେ "ସ୍ପେସ୍” ବ୍ୟବହାର କରିଛେ.
କମାଣ୍ଡକୁ ନିଷ୍ପାଦନ କରିବା ପାଇଁ Enter ଦାବନ୍ତୁ |
09:32 | ଆଉଟପୁଟ୍, ଅନେକ ଥର "ଇନପୁଟ୍ ଫାଇଲ୍ ନେମ୍” ଦେଖାଉଛି |
09:37 | ଏହାର କାରଣ ହେଉଛି, ଏହି କମାଣ୍ଡ, awkdemo.txt ଫାଇଲ୍ରେ ପ୍ରତ୍ୟେକ ଧାଡ଼ି ପାଇଁ ଫାଇଲ୍ ନାମକୁ ଥରେ ଲେଖାଏଁ ପ୍ରିଣ୍ଟ କରିଥାଏ.
ଏହାକୁ ଆମେ କିପରି ଭାବେ କେବଳ ଥରେ ହିଁ ପ୍ରିଣ୍ଟ କରିପାରିବା? |
09:48 | ଟର୍ମିନଲ୍ ଖାଲି କରନ୍ତୁ.
ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ |
09:55 | ଏଠାରେ ଦେଖାଯାଇଥିବା ଭଳି କମାଣ୍ଡକୁ ବଦଳା’ନ୍ତୁ.
Enter ଦାବନ୍ତୁ |
10:02 | ଏବେ ଆମେ, କେବଳ ଗୋଟିଏ ଥର ଫାଇଲ୍ ନାମ ପାଇଲେ |
10:06 | awkରେ ଅନ୍ୟ କେତେକ “ବିଲ୍ଟ-ଇନ୍ ଭେରିଏବଲ୍ସ” ଅଛି.
ସେଗୁଡ଼ିକ ବିଷୟରେ ଅଧିକ ଜାଣିବା ପାଇଁ ଦୟାକରି ଇଣ୍ଟର୍ନେଟ୍ ବ୍ରାଉଜ୍ କରନ୍ତୁ |
10:14 | ମନେକରନ୍ତୁ, ପାସ୍ କରିଥିବା ଏବଂ Rs. 8000ରୁ ଅଧିକ ଷ୍ଟାଇପେଣ୍ଡ ପାଉଥିବା ବିଦ୍ୟାର୍ଥୀମାନଙ୍କୁ ଆମେ ଖୋଜିବାକୁ ଚାହୁଁଛେ |
10:22 | "ଆଉଟପୁଟ୍ ଫିଲ୍ଡ ସେପାରେଟର୍” ଭାବେ "କମା” ବ୍ୟବହାର କରନ୍ତୁ ଏବଂ The data is shown for file ତଥା Footer Sectionରେ ଫାଇଲ୍ର ନାମ ପ୍ରିଣ୍ଟ କରନ୍ତୁ.
ଏହାକୁ ଆମେ କିପରି କରିବା? |
10:36 | ଟର୍ମିନଲ୍ରେ ନିମ୍ନ କମାଣ୍ଡ ଟାଇପ୍ କରନ୍ତୁ.
Enter ଦାବନ୍ତୁ |
10:43 | ଆମେ ଦେଖିପାରୁଛେ ଯେ, କେବଳ ଜଣେ ବିଦ୍ୟାର୍ଥୀ ପାସ୍ କରିଛି ଏବଂ Rs. 8000ରୁ ଅଧିକ ଷ୍ଟାଇପେଣ୍ଡ ପାଉଛି,
ଆଉ ରେକର୍ଡ ନମ୍ୱର୍ ହେଉଛି 2 |
10:53 | ଫାଇଲ୍ ନାମକୁ ମଧ୍ୟ ଆମେ "ଫୂଟର୍"ରେ ଦେଖିପାରୁଛେ, ଯେପରି ଚାହୁଁଥିଲେ |
10:58 | ଅଧିକରୁ ଅଧିକ ଜଟିଳ କାମ ପାଇଁ ଆମେ awkର ବ୍ୟବହାର କରିପାରିବା |
11:03 | ସେହି କ୍ଷେତ୍ରରେ, ପ୍ରତ୍ୟେକ ଥର ଟର୍ମିନଲ୍ରେ କମାଣ୍ଡ ଲେଖିବା ଅଧିକ କଷ୍ଟକର ହୋଇଯିବ |
11:09 | ତାହା ବଦଳରେ ଆମେ awk ପ୍ରୋଗ୍ରାମ୍କୁ ଗୋଟିଏ ପୃଥକ୍ ଫାଇଲ୍ରେ ଲେଖିପାରିବା |
11:14 | ନିଷ୍ପାଦନଯୋଗ୍ୟ କରିବା ପାଇଁ ସେହି ଫାଇଲ୍ରେ "ଡଟ୍ awk” ଏକ୍ସଟେନ୍ସନ୍ ଥିବା ଉଚିତ |
11:19 | ନିଷ୍ପାଦନ କରିବା ସମୟରେ, “awk କମାଣ୍ଡ” ସହିତ ଆମକୁ କେବଳ awk ପ୍ରୋଗ୍ରାମ୍ ଫାଇଲ୍ ନାମ ନିର୍ଦ୍ଦିଷ୍ଟ କରିବାକୁ ହେବ |
11:26 | ଏହା କରିବା ପାଇଁ ଆମକୁ, "ହାଇଫେନ୍ ସ୍ମଲ୍ f” ଅପ୍ସନ୍ ବ୍ୟବହାର କରିବାକୁ ପଡ଼ିବ.
ଗୋଟିଏ ଉଦାହରଣ ଦେଖନ୍ତୁ |
11:35 | ମୁଁ ଗୋଟିଏ awk ପ୍ରୋଗ୍ରାମ୍ ଲେଖିସାରିଛି ଏବଂ prog1 dot awk ଭାବରେ ସେଭ୍ କରିସାରିଛି |
11:42 | ଏହି କୋଡ୍, "କୋଡ୍ ଫାଇଲ୍ସ” ଲିଙ୍କରେ ମଧ୍ୟ ଉପଲବ୍ଧ ଅଛି |
11:46 | ଟର୍ମିନଲ୍ କୁ ଯାଆନ୍ତୁ.
ଶେଷ ନିଷ୍ପାଦିତ କମାଣ୍ଡର "ସିଙ୍ଗଲ୍ କୋଟ୍ସ” ଭିତରେ ଆମେ କ’ଣ ଲେଖିଛେ ଦେଖିପାରୁଛନ୍ତି? |
11:55 | prog1.awk ଫାଇଲ୍ର ବିଷୟବସ୍ତୁ ପୂରା ସମାନ ଅଛି |
12:00 | ଏତିକିମାତ୍ର ପ୍ରଭେଦ ଅଛି ଯେ, awk ଫାଇଲ୍ରେ ଆମେ "ସିଙ୍ଗଲ୍ କୋଟ୍ସ” ଭିତରେ ଲେଖିନାହେଁ |
12:07 | ଫାଇଲ୍କୁ ନିଷ୍ପାଦନ କରିବା ପାଇଁ, ନିମ୍ନଲିଖିତକୁ ଟର୍ମିନଲ୍ରେ ଟାଇପ୍ କରନ୍ତୁ -
awk ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ prog1.awk ସ୍ପେସ୍ awkdemo.txt ଏବଂ Enter ଦାବନ୍ତୁ |
12:24 | ଆମେ ପୂରା ସେହି ସମାନ ଆଉଟପୁଟ୍ ପାଇଲେ, ଯାହା ପୂର୍ବରୁ ଦେଖିଥିଲେ |
12:29 | ତେଣୁ, ଆପଣ ଏହିଭଳି ଭାବେ awk ପ୍ରୋଗ୍ରାମ୍ସ ଲେଖିପାରିବେ ଏବଂ ଅନେକ ଥର ବ୍ୟବହାର କରିପାରିବେ |
12:35 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
ସଂକ୍ଷିପ୍ତରେ - |
12:40 | ବିଭିନ୍ନ ଉଦାହରଣ ବ୍ୟବହାର କରି
ଏହି ଟ୍ୟୁଟୋରିଆଲରେ ଆମେ - "ବିଲ୍ଟ-ଇନ୍ ଭେରିଏବଲ୍ସ” awk script ବିଷୟରେ ଶିଖିଲେ |
12:48 | ଏକ ଆସାଇନମେଣ୍ଟ ଭାବେ - awkdemo.txt ଫାଇଲ୍ ରେ 5ମ ଲାଇନ୍ର ଶେଷ ଫିଲ୍ଡକୁ ପ୍ରିଣ୍ଟ କରିବା ପାଇଁ ଗୋଟିଏ awk ସ୍କ୍ରିପ୍ଟ ଲେଖନ୍ତୁ |
12:58 | ଟର୍ମିନଲ୍ରେ, ସିଷ୍ଟମ୍ ଫାଇଲ୍ /etc/passwd ଖୋଲନ୍ତୁ |
13:05 | ସେଠାରେ ସମସ୍ତ "ସେପାରେଟର୍” ଚିହ୍ନଟ କରନ୍ତୁ |
13:09 | 20ତମ ଲାଇନ୍ ପରଠାରୁ ଫାଇଲ୍କୁ ପ୍ରୋସେସ୍ କରିବା ପାଇଁ ଏବେ ଏକ ସ୍କ୍ରିପ୍ଟ ଲେଖନ୍ତୁ |
13:15 | ତାହା ମଧ୍ୟ, କେବଳ 6ଟି ଫିଲ୍ଡରୁ ଅଧିକ ଥିବା ଲାଇନ୍ଗୁଡ଼ିକ ପାଇଁ |
13:20 | ସେହି ନିର୍ଦ୍ଦିଷ୍ଟ ଲାଇନ୍ରେ ଲାଇନ୍ ନମ୍ୱର୍, ସମଗ୍ର ଲାଇନ୍ ଓ ଫିଲ୍ଡଗୁଡ଼ିକର ଗଣନା ଆପଣ ପ୍ରିଣ୍ଟ କରିବେ |
13:28 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
13:36 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
13:47 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
13:51 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
14:03 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |