Difference between revisions of "Java/C3/Java-Interfaces/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>'''Time'''</center> | <center>'''Narration'''</center> |- | 00:01 | Java Interfaces ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକ...")
 
Line 13: Line 13:
 
|-
 
|-
 
|  00:10
 
|  00:10
| * Implementation classes ଓ * Usage of  Interfaceକୁ ସୃଷ୍ଟି କରିବା
+
| Implementation classes ଓ * Usage of  Interfaceକୁ ସୃଷ୍ଟି କରିବା
  
 
|-
 
|-
 
| 00:16
 
| 00:16
 
| ଏଠାରେ ଆମେ ବ୍ୟବହାର କରୁଛୁ:  
 
| ଏଠାରେ ଆମେ ବ୍ୟବହାର କରୁଛୁ:  
* ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
+
 
* JDK 1.7
+
ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
* Eclipse 4.3.1
+
 
 +
JDK 1.7
 +
 
 +
Eclipse 4.3.1
  
 
|-
 
|-
Line 348: Line 351:
 
|-
 
|-
 
|  08:53
 
|  08:53
| * ଗୋଟିଏ implementation class ସୃଷ୍ଟି କରିବା ତଥା  
+
|ଗୋଟିଏ implementation class ସୃଷ୍ଟି କରିବା ତଥା  
  
 
|-
 
|-
 
|  08:56
 
|  08:56
|* interfaceଗୁଡିକର ବ୍ୟବହାର
+
|interfaceଗୁଡିକର ବ୍ୟବହାର
  
 
|-
 
|-

Revision as of 15:27, 16 February 2018

Time
Narration
00:01 Java Interfaces ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ, * ଗୋଟିଏ interface ସୃଷ୍ଟି କରି ଶିଖିବା
00:10 Implementation classes ଓ * Usage of Interfaceକୁ ସୃଷ୍ଟି କରିବା
00:16 ଏଠାରେ ଆମେ ବ୍ୟବହାର କରୁଛୁ:

ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04

JDK 1.7

Eclipse 4.3.1

00:28 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର
00:36 ଆପଣଙ୍କର ନିଶ୍ଚିତରୂପେ ଜାଭାରେ ଥିବା subclassing ଓ Abstract classes ଉପରେ ମଧ୍ୟ ଜ୍ଞାନ ଥିବା ଆବଶ୍ୟକ
00:42 ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:48 ପ୍ରଥମେ interface ଗୋଟିଏ କ’ଣ ଚାଲନ୍ତୁ ବୁଝିବା
00:52 ଗୋଟିଏ ଇଣ୍ଟରଫେସ୍ , abstract ମେଥଡ୍ ଓ static data memberଗୁଡିକର ଗୋଟିଏ ସେଟକୁ ଧାରଣ କରିଥାଏ
00:58 ଏହା ବଡୀ ବିନା ମେଥଡଗୁଡିକର ଗୋଟିଏ ସେଟର ସ୍ଵାକ୍ଷରକୁ ପରିଭାଷିତ କରିଥାଏ
01:04 କୀୱର୍ଡ interfaceକୁ ବ୍ୟବହାର କରି ଏହାକୁ ଘୋଷଣା କରାଯାଇଥାଏ
01:08 ବର୍ତ୍ତମାନ ଆମେ Eclipseକୁ ଫେରିଆସିବା ସହିତ InterfaceDemo ନାମକ ଗୋଟିଏ ନୂତନ ପ୍ରୋଜେକ୍ଟ ସୃଷ୍ଟି କରନ୍ତୁ
01:15 ଏଠାରେ interfaceଗୁଡିକର ବ୍ୟବହାରକୁ ପ୍ରଦର୍ଶନ କରିବା ପାଇଁ ଆମେ ଦରକାରୀ class ଓ interfaceଗୁଡିକୁ ସୃଷ୍ଟି କରିବା
01:24 src ଫୋଲ୍ଡର୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ New > Interface ଉପରେ କ୍ଲିକ୍ କରନ୍ତୁ
01:30 ନେମକୁ Animal ଭାବେ ଟାଇପ୍ କରିବା ସହିତ Enter ଦାବନ୍ତୁ
01:34 ଧ୍ୟାନଦିଅନ୍ତୁ ଯେ ଗୋଟିଏ ଇଣ୍ଟରଫେସକୁ ପରିଭାଷିତ କରିବା ପାଇଁ କୀୱର୍ଡ interface ବ୍ୟବହୃତ ହୋଇଥାଏ
01:39 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡ୍ ଟାଇପ୍ କରନ୍ତୁ
01:43 ଏଠାରେ interfaceର ନାମ Animal ଅଟେ
01:46 ଏହା talk(), see() ଓ move() ଭାବେ ତିନୋଟି ଆବଷ୍ଟ୍ରାକ୍ଟ ମେଥଡକୁ ଧାରଣ କରିଥାଏ
01:52 ଗୋଟିଏ ଇଣ୍ଟରଫେସରେ ଥିବା ଏହି ସମସ୍ତ methodଗୁଡିକ ନିଶ୍ଚିତରୂପେ public ଓ abstract ଅଟନ୍ତି
01:59 ଗୋଟିଏ interface, constant variableର ଘୋଷଣାକୁ ମଧ୍ୟ ଧାରଣ କରିପାରେ
02:04 ଏଠାରେ ଭେରିଏବଲ୍ type1କୁ କନଷ୍ଟାଣ୍ଟ ଷ୍ଟ୍ରିଙ୍ଗ ଭେଲ୍ୟୁ Mammal ଏସାଇନ୍ କରାଯାଇଛି
02:12 ଏବଂ type2କୁ Reptiles ଏସାଇନ୍ କରାଯାଇଛି
02:16 ଗୋଟିଏ interfaceରେ ପରିଭାଷିତ ହୋଇଥିବା ସମସ୍ତ constant ଭେଲ୍ୟୁଗୁଡିକ ନିଶ୍ଚିତରୂପେ public, static ଓ final ଅଟନ୍ତି
02:25 ତା’ପରେ ଗୋଟିଏ ଉଦାହରଣ ସହିତ ଆମେ ଏକ interface ପାଇଁ implementation classକୁ ଦେଖିବା
02:32 ଏଠାରେ Human ଗୋଟିଏ କ୍ଲାସ୍ ଅଟେ ଯାହା Animal ଇଣ୍ଟରଫେସକୁ ନିର୍ଦ୍ଦେଶିତ କରେ
02:38 ତେଣୁ ଏହା ନିଶ୍ଚିତରୂପେ talk(), see() ଓ move() ମେଥଡଗୁଡିକ ପାଇଁ ପ୍ରୟୋଗଗୁଡିକୁ ଉପଲବ୍ଧ କରାଇବ
02:45 ଗୋଟିଏ class ଅନେକ ଇଣ୍ଟରଫେସଗୁଡିକରେ ମଧ୍ୟ ପ୍ରୟୋଗ ହୋଇପାରିବ
02:49 ଉଦାହରଣରେ ପ୍ରଦର୍ଶୀତ ହେବା ଭଳି, କ୍ଲାସ୍ Human, ଦୁଇଟି ଇଣ୍ଟରଫେସ୍ ରେ ପ୍ରୟୋଗ ହୋଇଛି
02:57 ଧ୍ୟାନଦିଅନ୍ତୁ ଯେ ସିଣ୍ଟାକ୍ସରେ ବିଭିନ୍ନ ଇଣ୍ଟରଫେସଗୁଡିକୁ ଚିହ୍ନଟ କରିବା ପାଇଁ ଗୋଟିଏ comma operator ବ୍ୟବହୃତ ହୋଇଥାଏ
03:04 ବର୍ତ୍ତମାନ ଏହି class ଉଭୟ Animal ଓ Action ଇଣ୍ଟରଫେସଗୁଡିକରେ ଥିବା ସମସ୍ତ abstract methodଗୁଡିକ ପାଇଁ ପ୍ରୟୋଗଗୁଡିକୁ ଉପଲବ୍ଧ କରାଇବ
03:13 ଏଠାରେ ଥିବା ଫିଗର୍ ଗୋଟିଏ ପ୍ରୟୋଗର ରିଲେଶନକୁ ଉପସ୍ଥାପିତ କରୁଛି
03:18 Animal କ୍ଲାସ୍ ଗୋଟିଏ interface ଅଟେ
03:22 Human ଓ Snake କ୍ଲାସଗୁଡିକ ଦୁଇଟି implementation class ଅଟନ୍ତି
03:28 Human କ୍ଲାସ୍ talk(), see() ଓ move() ମେଥଡଗୁଡିକ ପାଇଁ ନିଜସ୍ଵ ବିଭିନ୍ନ ପ୍ରୟୋଗଗୁଡିକୁ ଉପଲବ୍ଧ କରାଇଥାଏ
03:36 ଏବଂ Snake କ୍ଲାସ୍ talk(), see() ଓ move() ମେଥଡଗୁଡିକ ପାଇଁ ନିଜସ୍ଵ ବିଭିନ୍ନ ପ୍ରୟୋଗଗୁଡିକୁ ଉପଲବ୍ଧ କରାଇଥାଏ
03:45 ଗୋଟିଏ ନମୂନା ପ୍ରୋଗ୍ରାମ୍ ସହିତ ଚାଲନ୍ତୁ interfaceଗୁଡିକର ବ୍ୟବହାରକୁ ବୁଝିବା
03:50 default package ଉପରେ ରାଇଟ୍ କ୍ଲିକ୍ କରିବା ସହିତ Human ନାମକ ଗୋଟିଏ class ସୃଷ୍ଟି କରନ୍ତୁ
03:56 ବର୍ତ୍ତମାନ ଏହାକୁ Animalର ଗୋଟିଏ implementation class କରିବା ପାଇଁ, implements Animal ଟାଇପ୍ କରନ୍ତୁ
04:04 ବର୍ତ୍ତମାନ Eclipse IDEରେ ଗୋଟିଏ ଏରର୍ ଆସିଥିବା ଆପଣ ଦେଖିପାରିବେ
04:09 ଏହି ଏରର୍ ସୂଚିତ କରୁଛି ଯେ ଆମେ Animal interface ପାଇଁ ଗୋଟିଏ implementation ଉପଲବ୍ଧ କରାଇବା ଆବଶ୍ୟକ
04:15 ଏହି ଏରରକୁ କିପରି ସଂଶୋଧନ କରାଯାଏ ଚାଲନ୍ତୁ ଦେଖିବା
04:19 ବର୍ତ୍ତମାନ talk(), see() ଓ move() ମେଥଡଗୁଡିକୁ ପରିଭାଷିତ କରନ୍ତୁ
04:23 ତେଣୁ ଟାଇପ୍ କରନ୍ତୁ: public void talk( ), କର୍ଲୀ ବ୍ରାକେଟ୍ ମଧ୍ୟରେ System.out.println, କ୍ଵୋଟ୍ ମଧ୍ୟରେ, I am a human and I belong to, ଟାଇପ୍ କରନ୍ତୁ
04:37 ବର୍ତ୍ତମାନ Animal ଇଣ୍ଟରଫେସ୍ ମଧ୍ୟରେ ଘୋଷିତ ହୋଇଥିବା static, final variable type1ର ଭେଲ୍ୟୁକୁ ବ୍ୟବହାର କରନ୍ତୁ
04:45 ତେଣୁ, + Animal.type1+, କ୍ଵୋଟ୍ ମଧ୍ୟରେ family, ସେମିକୋଲନ୍ ଟାଇପ୍ କରନ୍ତୁ
04:54 ବର୍ତ୍ତମାନ see() ମେଥଡକୁ ପ୍ରୟୋଗ କରନ୍ତୁ
04:57 ତେଣୁ, public void see( ), କର୍ଲୀ ବ୍ରାକେଟ୍ ମଧ୍ୟରେ System.out.println, କ୍ଵୋଟ୍ ମଧ୍ୟରେ I can see all colors ସେମିକୋଲନ୍, ଟାଇପ୍ କରନ୍ତୁ
05:11 ମେଥଡ୍ move()କୁ ମଧ୍ୟ ପରିଭାଷିତ କରନ୍ତୁ
05:14 ତେଣୁ, public void move( ), କର୍ଲୀ ବ୍ରାକେଟ୍ ମଧ୍ୟରେ System.out.println, କ୍ଵୋଟ୍ ମଧ୍ୟରେ I move by walking, ସେମିକୋଲନ୍ , ଟାଇପ୍ କରନ୍ତୁ
05:29 ଥରେ ସମସ୍ତ ମେଥଡଗୁଡିକ ପ୍ରୟୋଗ ହେବା ପରେ, ଏରରଟି ଅଦୃଶ୍ୟ ହୋଇଯିବା ଲକ୍ଷ୍ୟ କରନ୍ତୁ
05:34 ତା’ପରେ Snake କ୍ଲାସକୁ କିପରି ପରିଭାଷିତ କରାଯାଏ ଚାଲନ୍ତୁ ଦେଖିବା
05:38 ମୁଁ ଏହାକୁ ମୋ projectରେ ସୃଷ୍ଟି କରିସାରିଛି
05:42 ଦୟାକରି ଆପଣଙ୍କ ପ୍ରୋଜେକ୍ଟରେ snake class ସୃଷ୍ଟି କରିବା ସହିତ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ
05:49 ବର୍ତ୍ତମାନ କୋଡକୁ ବୁଝନ୍ତୁ
05:52 ଆମେ ଦେଖିପାରିବା ଯେ Animal interfaceର ସମସ୍ତ methodଗୁଡିକ, talk(), see() ଓ move(), ଏହି class ମଧ୍ୟରେ ପ୍ରୟୋଗ ହୋଇଛି
06:01 ଏଠାରେ talk() ମେଥଡ୍, I am a snake and I belong toକୁ ପ୍ରିଣ୍ଟ କରିବ
06:07 ତା’ପରେ Animal.type2ର ଭେଲ୍ୟୁ ଏବଂ ତା’ପରେ familyକୁ ପ୍ରିଣ୍ଟ କରିବ
06:13 ଏଠାରେ see() ମେଥଡ୍, I can see only in black and whiteକୁ ପ୍ରିଣ୍ଟ କରିବ
06:19 move() ମେଥଡ୍, I move by crawlingକୁ ପ୍ରିଣ୍ଟ କରିବ
06:23 ଧ୍ୟାନଦିଅନ୍ତୁ ଯେ Human କ୍ଲାସର talk(), see() ଓ move() ମେଥଡଗୁଡିକ ପାଇଁ ନିଜସ୍ଵ ପ୍ରୟୋଗଗୁଡିକ ଅଛି
06:31 ଏବଂ Snake କ୍ଲାସର talk(), see() ଓ move() ମେଥଡଗୁଡିକ ପାଇଁ ନିଜସ୍ଵ ପ୍ରୟୋଗଗୁଡିକ ଅଛି
06:39 ବର୍ତ୍ତମାନ ଡିଫଲ୍ଟ ପ୍ୟାକେଜ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ new > classରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ନାମକୁ Demo ଭାବେ ଟାଇପ୍ କରନ୍ତୁ
06:47 ଏହି class ମଧ୍ୟରେ ଆମର main ମେଥଡ୍ ଅଛି
06:51 ତେଣୁ main ଟାଇପ୍ କରିବା ସହିତ main ମେଥଡ୍ ସୃଷ୍ଟି କରିବା ପାଇଁ ctrl+spaceକୁ ଦାବନ୍ତୁ
06:58 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡ୍ ଟାଇପ୍ କରନ୍ତୁ
07:01 ଏହି ଲାଇନରେ Animal ଇଣ୍ଟରଫେସକୁ ବ୍ୟବହାର କରି Human classକୁ ଇନଷ୍ଟାନଶିଏଟ୍ କରନ୍ତୁ
07:07 ଏହା Animal h ଭାବେ ଉପସ୍ଥାପିତ ହେବ ଯାହା new Human() ସହିତ ସମାନ ଅଟେ;
07:14 ବର୍ତ୍ତମାନ ଏହି ଅବଜେକ୍ଟକୁ h.talk(); h.see(); h.move() ଭାବେ ବ୍ୟବହାର କରି ବିଭିନ୍ନ ମେଥଡଗୁଡିକୁ ପ୍ରୟୋଗ କରିପାରିବା
07:26 ତା’ପରେ Animal ଇଣ୍ଟରଫେସକୁ ବ୍ୟବହାର କରି Snake classକୁ ଇନଷ୍ଟାନଶିଏଟ୍ କରନ୍ତୁ
07:31 ବର୍ତ୍ତମାନ ପ୍ରଦର୍ଶିତ ହେବା ଭଳି ଏହି ଅବଜେକ୍ଟକୁ ବ୍ୟବହାର କରି ବିଭିନ୍ନ ମେଥଡଗୁଡିକୁ ପ୍ରୟୋଗ କରନ୍ତୁ
07:38 ବର୍ତ୍ତମାନ ଏହି Demo ପ୍ରୋଗ୍ରାମକୁ ରନ୍ କରନ୍ତୁ
07:41 ତେଣୁ କ୍ଲାସ୍ Demo ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ତା’ପରେ Run as > Java Applicationକୁ ଚୟନ କରନ୍ତୁ
07:48 ଆପଣ ଆଉଟପୁଟକୁ ଦେଖିପାରିବେ
07:52 human class object, hକୁ ବ୍ୟବହାର କରି ପ୍ରୟୋଗ ହୋଇଥିବା ମେଥଡଗୁଡିକ talk(), see() ଓ move() ଦ୍ଵାରା ଏଗୁଡିକ ପ୍ରିଣ୍ଟ ହୋଇଛନ୍ତି
08:00 Snake class object, sକୁ ବ୍ୟବହାର କରି ପ୍ରୟୋଗ ହୋଇଥିବା ମେଥଡଗୁଡିକ talk(), see() ଓ move() ଦ୍ଵାରା ଏଗୁଡିକ ପ୍ରିଣ୍ଟ ହୋଇଛନ୍ତି
08:08 ବର୍ତ୍ତମାନ ଗୋଟିଏ interface ଓ abstract class ମଧ୍ୟରେ ଥିବା ପାର୍ଥକ୍ୟକୁ ଆବିଷ୍କାର କରନ୍ତୁ
08:14 ଗୋଟିଏ ଇଣ୍ଟରଫେସ୍ ମଧ୍ୟରେ ଥିବା ସମସ୍ତ ମେଥଡଗୁଡିକ ନିଶ୍ଚିତରୂପେ abstract ହେବେ
08:18 ଇଣ୍ଟରଫେସ୍ ମଧ୍ୟରେ କୌଣସି constructors ରହିବେ ନାହିଁ
08:23 concrete methods, static methods ଓ main method
08:28 କିନ୍ତୁ ଗୋଟିଏ abstract class ମଧ୍ୟରେ ଏହି ସମସ୍ତ ରହିପାରିବେ
08:32 ଗୋଟିଏ ଇଣ୍ଟରଫେସ୍ ମଧ୍ୟରେ ଭେରିଏବଲଗୁଡିକ ନିଶ୍ଚିତରୂପେ static ଓ final ହେବେ
08:38 ଗୋଟିଏ abstract class ପାଇଁ ସେମିତି କିଛି କଟକଣା ନାହିଁ
08:43 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ
08:48 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: * ଗୋଟିଏ Interface ସୃଷ୍ଟି କରିବା
08:53 ଗୋଟିଏ implementation class ସୃଷ୍ଟି କରିବା ତଥା
08:56 interfaceଗୁଡିକର ବ୍ୟବହାର
08:59 ଗୋଟିଏ ଆସାଇନମେଣ୍ଟ ଭାବେ, ଗୋଟିଏ ଇଣ୍ଟରଫେସ୍ Vehicle ସୃଷ୍ଟି କରନ୍ତୁ ଯାହା brake() ଓ run() ନାମକ ମେଥଡଗୁଡିକୁ ଧାରଣ କରିବ
09:07 ଅନ୍ୟ ଏକ ଇଣ୍ଟରଫେସ୍ Fuel ସୃଷ୍ଟି କରନ୍ତୁ ଯାହା ନିମ୍ନଲିଖିତ ମେଥଡଗୁଡିକୁ ଧାରଣ କରିବ. fill(String type,int quantity), pay(int quantity,int price)
09:19 ଗୋଟିଏ ସବକ୍ଲାସ୍ Car ସୃଷ୍ଟି କରନ୍ତୁ ଯାହା ଉଭୟ Vehicle ଓ Fuel ଇଣ୍ଟରଫେସଗୁଡିକୁ ବ୍ୟବହାର କରିବ
09:26 ଏଠାରେ ମେଥଡ୍ brake, Car Applies Power brakeକୁ ପ୍ରିଣ୍ଟ କରିବ
09:30 ଏବଂ ମେଥଡ୍ run, ନିଶ୍ଚିତରୂପେ Car is running on 4 wheelsକୁ ପ୍ରିଣ୍ଟ କରିବ
09:35 ସେହିପରି ମେଥଡ୍ fill(), ଭର୍ତ୍ତି ହୋଇଥିବା ଇନ୍ଧନର ପ୍ରକାର ଓ ପରିମାଣକୁ ପ୍ରିଣ୍ଟ କରିବ
09:41 ଉଦାହରଣସ୍ଵରୂପ: 10 Litres of petrol.
09:44 ପ୍ରଦାନ କରିବାକୁ ଥିବା ରାଶିକୁ ପ୍ରିଣ୍ଟ କରିବା ପାଇଁ ମେଥଡ୍ pay()କୁ ବ୍ୟବହାର କରାଯାଇପାରିବ. ଉଦାହରଣସ୍ଵରୂପ: Pay Rs. 640
09:53 ଅନ୍ୟ ଏକ ସବକ୍ଲାସ୍ Bike ସୃଷ୍ଟି କରନ୍ତୁ ଯାହା ପୁନର୍ବାର ଉଭୟ Vehicle ଓ Fuel ଇଣ୍ଟରଫେସଗୁଡିକୁ ବ୍ୟବହାର କରିବ
10:00 ଏଠାରେ ମେଥଡ୍ brake, Bike Applies hand brakeକୁ ପ୍ରିଣ୍ଟ କରିପାରିବ
10:05 ଏବଂ ମେଥଡ୍ run, Bike is running on 2 wheelsକୁ ପ୍ରିଣ୍ଟ କରିପାରିବ
10:10 ତା’ପରେ, ପୂର୍ବେ ବର୍ଣ୍ଣିତ ହୋଇଥିବା ଭଳି fill() ଓ pay() ମେଥଡଗୁଡିକୁ ପ୍ରୟୋଗ କରନ୍ତୁ
10:15 ଶେଷରେ ପରିଣାମଗୁଡିକୁ ଯାଞ୍ଚ କରିବା ପାଇଁ main ମେଥଡକୁ ଧାରଣ କରିଥିବା ଗୋଟିଏ Demo class ସୃଷ୍ଟି କରନ୍ତୁ
10:21 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ
10:29 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
  • ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ
  • ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:38 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:41 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
10:48 ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
10:52 ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି
11:01 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep