Difference between revisions of "Scilab/C4/Calling-User-Defined-Functions-in-XCOS/Oriya"
From Script | Spoken-Tutorial
(Created page with "{| Border=1 |'''Time''' |'''Narration''' |- | 00:01 | ବନ୍ଧୁଗଣ, Calling user-defined functions in Xcos ଉପରେ ସ୍ପୋକନ୍ ଟ୍ୟୁଟୋର...") |
|||
Line 807: | Line 807: | ||
|- | |- | ||
|15:15 | |15:15 | ||
− | | ଆଇଆଇଟି ବମ୍ୱେ ତରଫରୁ, | + | | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
|- | |- | ||
| 15:19 | | 15:19 | ||
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
Revision as of 12:20, 27 May 2017
Time | Narration |
00:01 | ବନ୍ଧୁଗଣ, Calling user-defined functions in Xcos ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: |
00:09 | * Scilabରେ ଗୋଟିଏ squaring ଫଙ୍କଶନ୍ ଲେଖିବା |
00:12 | * Xcosରେ scifunc ବ୍ଲକର ବ୍ୟବହାର |
00:15 | * ମଲ୍ଟିପଲ୍ ପ୍ଲଟ୍ ଅଙ୍କନ ପାଇଁ MUX ବ୍ଲକର ବ୍ୟବହାର |
00:19 | * ମଲ୍ଟିପଲ୍ ଇନପୁଟ୍ ଓ ଆଉଟପୁଟ୍ ଥିବା ଫଙ୍କଶନଗୁଡିକୁ କଲ୍ କରିବା |
00:24 | Ubuntu 12.04 OS ସହିତ, ଇନଷ୍ଟଲ ହୋଇଥିବା Scilab version 5.3.3 ବ୍ୟବହୃତ ହେଉଛି |
00:32 | ଆପଣଙ୍କର Scilab ଓ Xcos ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ, |
00:38 | ଯଦି ନାହିଁ, ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି spoken hyphen tutorial dot org କୁ ଯା’ନ୍ତୁ |
00:44 | ଆପଣଙ୍କ କମ୍ପ୍ୟୁଟରରେ Scilab ଆରମ୍ଭ କରନ୍ତୁ |
00:47 | Scilab କନସୋଲରେ editor ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
00:53 | ତା’ପରେ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ: |
00:55 | ଫଙ୍କଶନ୍ ସ୍ପେସ୍ y ଇଜ୍ ଇକ୍ଵାଲ୍ ଟୁ squareit ବ୍ରାକେଟ୍ ଆରମ୍ଭ a ବ୍ରାକେଟ୍ ଶେଷ |
01:07 | Enter କୀ ଦାବନ୍ତୁ ଏବଂ ଟାଇପ୍ କରନ୍ତୁ: |
01:10 | y ଇଜ୍ ଇକ୍ଵାଲ୍ ଟୁ a raise to 2 |
01:14 | ଶେଷରେ ଗୋଟିଏ ସେମିକୋଲନ୍ ଦିଅନ୍ତୁ |
01:17 | ଏହି ଫଙ୍କଶନର ଗୋଟିଏ ଇନପୁଟ୍ ଭେରିଏବଲ୍ a ଏବଂ ଗୋଟିଏ ଆଉଟପୁଟ୍ ଭେରିଏବଲ୍ y ଅଛି |
01:24 | squareit ହେଉଛି ଫଙ୍କଶନର ନାମ |
01:27 | ଏହି ଫଙ୍କଶନ୍ ଭେରିଏବଲ୍ a ର ବର୍ଗ ନିରୂପଣ କାର୍ଯ୍ୟ କରିବ |
01:31 | ଏହା ପରିଣାମକୁ yରେ ଷ୍ଟୋର୍ କରିବ |
01:34 | ଚାଲନ୍ତୁ ଏହି ଫାଇଲକୁ ଅଭିଳଷିତ ଡାଇରେକ୍ଟୋରୀରେ ସେଭ୍ କରିବା |
01:38 | ଏହି ଫାଇଲକୁ, squareit ନାମ ଏବଂ .sci ଏକ୍ସଟେନଶନ୍ ସହିତ ସେଭ୍ କରନ୍ତୁ |
01:44 | ଏଠାରେ ଆମେ, .sci ଫର୍ମାଟରେ ଫଙ୍କଶନକୁ ସେଭ୍ କରିବା ପ୍ରଥାର ଅନୁସରଣ କରୁଛୁ |
01:50 | Scilab କନସୋଲକୁ ଫେରିଆସନ୍ତୁ |
01:53 | ବର୍ତ୍ତମାନ Xcos ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
01:57 | ଦୁଇଟି ୱିଣ୍ଡୋ ଖୋଲିବ, |
01:59 | ଗୋଟିଏ Palette browser ଏବଂ ଅନ୍ୟଟି Untitled Xcos ୱିଣ୍ଡୋ |
02:04 | ବର୍ତ୍ତମାନ, Xcosର ଡାୟେଗ୍ରାମ୍ ତିଆରି କରନ୍ତୁ |
02:06 | ଏହା ସଦ୍ୟ ସୃଷ୍ଟି ହୋଇଥିବା squareit ଫଙ୍କଶନକୁ ଆକ୍ସେସ୍ କରିବ |
02:10 | ଏହାକୁ scifunc ବ୍ଲକ୍ ବ୍ୟବହାର କରି କରାଯାଇପାରିବ |
02:14 | Palette browser ୱିଣ୍ଡୋକୁ ଫେରିଆସନ୍ତୁ |
02:17 | ପ୍ୟାଲେଟ୍ ବ୍ରାଉଜରରେ ଥିବା User-Defined ଫଙ୍କଶନ୍ ଉପରେ କ୍ଲିକ୍ କରନ୍ତୁ |
02:21 | ଏହି ବିଭାଗରେ scifunc_block_m ବ୍ଲକକୁ ଲୋକେଟ୍ କରନ୍ତୁ |
02:27 | ଏହାକୁ untitled Xcos ୱିଣ୍ଡୋରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
02:32 | ଭଲଭାବେ ଦେଖିବା ପାଇଁ untitled Xcos ୱିଣ୍ଡୋକୁ ଯୂମ୍ କରନ୍ତୁ |
02:36 | ଦେଖିପାରୁଥିବା Zoom ବଟନ୍ ବ୍ୟବହାର କରନ୍ତୁ |
02:40 | ଏହାକୁ କନଫିଗୋର୍ କରିବା ପାଇଁ scifunc ବ୍ଲକ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
02:44 | Scilab Multiple Values Request ନାମକ ଗୋଟିଏ ୱିଣ୍ଡୋ ଖୋଲିବ |
02:49 | ଏହି ୱିଣ୍ଡୋ scifunc ବ୍ଲକର ଇନପୁଟ୍ ଓ ଆଉଟପୁଟ୍ ପୋର୍ଟ ସଂଖ୍ୟା ପରିବର୍ତ୍ତନ କରିବା ପାଇଁ ଅନୁମତି ଦେଇଥାଏ |
02:56 | ଆମ squareit ଫଙ୍କଶନର କେବଳ ଗୋଟିଏ ଇନପୁଟ୍ ଓ ଆଉଟପୁଟ୍ ଭେରିଏବଲ୍ ଅଛି |
03:00 | ତେଣୁ, ଆମେ ସେଟିଙ୍ଗସକୁ ଅପରିବର୍ତ୍ତିତ ରଖିବା |
03:03 | OK ଉପରେ କ୍ଲିକ୍ କରନ୍ତୁ |
03:05 | ଗୋଟିଏ ନୂତନ Scilab Input Value Request ୱିଣ୍ଡୋ ଖୋଲିବ |
03:09 | ଟେକ୍ସଟ ବକ୍ସରେ, ଇନପୁଟ୍ ଓ ଆଉଟପୁଟ୍ ଭେରିଏବଲଗୁଡିକ ସହିତ ଫଙ୍କଶନର ନାମକୁ ଟାଇପ୍ କରନ୍ତୁ |
03:14 | ଏହି ଫଙ୍କଶନ୍ scifunc ବ୍ଲକ୍ ଦ୍ଵାରା କଲ୍ କରାଯିବ |
03:18 | ଉପଲବ୍ଧ ଟେକ୍ସଟ ବକ୍ସରେ, |
03:20 | ଡିଫଲ୍ଟ ଫଙ୍କଶନ୍ ନାମକୁ ଏଡିଟ୍ କରନ୍ତୁ |
03:22 | ଟାଇପ୍ କରନ୍ତୁ: y1 ଇକ୍ଵାଲ୍ ଟୁ squareit ବ୍ରାକେଟ୍ ଆରମ୍ଭ u1 ବ୍ରାକେଟ୍ ଶେଷ |
03:31 | ଧ୍ୟାନଦିଅନ୍ତୁ, ଏଠାରେ u1 ଓ y1 ଯଥାକ୍ରମେ ଇନପୁଟ୍ ଓ ଆଉଟପୁଟ୍ ଭେରିଏବଲ୍ |
03:37 | ଏହିଗୁଡିକ ଦୃଢ ଭାବରେ u ଓ y ଆକାରରେ ରହିବା ଉଚିତ, ପ୍ରକୃତ ଫଙ୍କଶନରେ ବ୍ୟବହୃତ ଭେରିଏବଲ ନାମଗୁଡିକ ଅନୁସାରେ ନୁହେଁ |
03:45 | OK ଉପରେ କ୍ଲିକ୍ କରନ୍ତୁ |
03:47 | ଅନ୍ୟ ଏକ Scilab Input Value Request ୱିଣ୍ଡୋ ଖୋଲିବ |
03:51 | ପ୍ରଦର୍ଶିତ ହେଉଥିବା ଯଥାକ୍ରମେ ତିନୋଟି ୱିଣ୍ଡୋ ଉପରେ OK କ୍ଲିକ୍ କରନ୍ତୁ |
03:56 | ବର୍ତ୍ତମାନ scifunc ବ୍ଲକ୍ କନଫିଗୋର୍ ହେବ |
04:00 | ତା’ପରେ ଗୋଟିଏ sinusoid ଜେନେରେଟର୍ ବ୍ଲକକୁ ଅନ୍ତର୍ଭୁକ୍ତ କରନ୍ତୁ |
04:04 | Palette browser ୱିଣ୍ଡୋରେ, Sources ବିଭାଗ ଉପରେ କ୍ଲିକ୍ କରନ୍ତୁ |
04:08 | Untitled Xcos ୱିଣ୍ଡୋରେ Sinusoid ଜେନେରେଟର୍ ବ୍ଲକକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
04:14 | ସୁବିଧା ପାଇଁ scifunc ବ୍ଲକର ବାମ ପଟକୁ, ବ୍ଲକଟିକୁ ରଖନ୍ତୁ |
04:20 | ବର୍ତ୍ତମାନ ଆଉଟପୁଟ୍ ଭେରିଏବଲକୁ ପ୍ଲଟ୍ କରିବା ପାଇଁ ଗୋଟିଏ ବ୍ଲକ ଆବଶ୍ୟକ ହେଉଛି |
04:23 | Palette browser ୱିଣ୍ଡୋରେ, Sinks ବିଭାଗ ଉପରେ କ୍ଲିକ୍ କରନ୍ତୁ |
04:29 | Untitled Xcos ୱିଣ୍ଡୋରେ CScope ବ୍ଲକକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
04:34 | scifunc ବ୍ଲକର ଡାହାଣପଟକୁ, ବ୍ଲକଟିକୁ ରଖନ୍ତୁ |
04:38 | ସୁବିଧା ପାଇଁ ଏହାକୁ scifunc ବ୍ଲକ୍ ଠାରୁ ଟିକେ ଦୁରରେ ରଖନ୍ତୁ |
04:43 | ଧ୍ୟାନ ଦିଅନ୍ତୁ, CScope ବ୍ଲକର ଗୋଟିଏ ରେଡ୍ ଇନପୁଟ୍ ପୋର୍ଟ ଅଛି |
04:47 | ଏହା ଗୋଟିଏ ଇଭେଣ୍ଟ୍ ଇନପୁଟ୍ ଅଟେ |
04:49 | ଆମର ଗୋଟିଏ ଇଭେଣ୍ଟ୍ ଜେନେରେଟର୍ ବ୍ଲକ୍ ଆବଶ୍ୟକ |
04:52 | Palette browser ୱିଣ୍ଡୋରେ, Sources ବିଭାଗ ଉପରେ କ୍ଲିକ୍ କରନ୍ତୁ |
04:57 | Untitled Xcos ୱିଣ୍ଡୋରେ CLOCK ଅଣ୍ଡରସ୍କୋର୍ c ବ୍ଲକକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
05:05 | ଏହାକୁ Cscope ବ୍ଲକ୍ ଉପରେ ସ୍ଥାପିତ କରନ୍ତୁ |
05:08 | ଧ୍ୟାନ ଦିଅନ୍ତୁ, Cscope ବ୍ଲକର କେବଳ ଗୋଟିଏ ଇନପୁଟ୍ ପୋର୍ଟ୍ ଅଛି |
05:13 | କିନ୍ତୁ ଆମେ, ଗୋଟିଏ ସିଙ୍ଗଲ୍ ପ୍ଲଟ୍ ୱିଣ୍ଡୋ ଉପରେ ଉଭୟ ଇନପୁଟ୍ ଓ ଆଉଟପୁଟ୍ ଭେରିଏବଲକୁ ପ୍ଲଟ୍ କରିବାକୁ ଚାହୁଁଛୁ |
05:18 | ତେଣୁ, ଗୋଟିଏ multiplexer ବ୍ଲକ୍ ଆବଶ୍ୟକ |
05:22 | ଏହି ବ୍ଲକ୍ ଦୁଇଟି ଇନପୁଟକୁ ଗୁଣନ କରିବ ଏବଂ ଗୋଟିଏ ଆଉଟପୁଟ୍ ପୋର୍ଟରେ, ଆଉଟପୁଟ୍ ଜେନେରେଟ୍ କରିବ |
05:28 | Palette browser ୱିଣ୍ଡୋରେ, Signal Routing ବିଭାଗ ଉପରେ କ୍ଲିକ୍ କରନ୍ତୁ |
05:33 | Untitled Xcos ୱିଣ୍ଡୋରେ MUX ବ୍ଲକକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
05:39 | scifunc ବ୍ଲକ୍ ଓ Cscope ବ୍ଲକ୍ ମଧ୍ୟରେ ବ୍ଲକଟିକୁ ରଖନ୍ତୁ |
05:43 | ଚାଲନ୍ତୁ Mux ବ୍ଲକକୁ ରିସାଇଜ୍ ଓ ରିଏଲାଇନ୍ କରିବା |
05:47 | ବର୍ତ୍ତମାନ, ବ୍ଲକଗୁଡିକୁ ଏକସଙ୍ଗେ ଯୋଡିବା |
05:51 | Sinusoid generator ବ୍ଲକର ଆଉଟପୁଟ୍ ପୋର୍ଟକୁ scifunc ବ୍ଲକର ଇନପୁଟ୍ ପୋର୍ଟକୁ ସଞ୍ଜୋଗ କରନ୍ତୁ |
05:57 | ବର୍ତ୍ତମାନ scifunc ବ୍ଲକର ଆଉଟପୁଟ୍ ପୋର୍ଟକୁ MUX ବ୍ଲକର ନିମ୍ନତମ ଇନପୁଟ୍ ପୋର୍ଟକୁ ସଞ୍ଜୋଗ କରନ୍ତୁ |
06:04 | MUX ବ୍ଲକର ଆଉଟପୁଟ୍ ପୋର୍ଟକୁ CScope ବ୍ଲକର ଇନପୁଟ୍ ପୋର୍ଟକୁ ସଞ୍ଜୋଗ କରନ୍ତୁ |
06:10 | CLOCK ଅଣ୍ଡରସ୍କୋର୍ c ବ୍ଲକର ଆଉଟପୁଟ୍ ପୋର୍ଟକୁ CScope ବ୍ଲକର ଇଭେଣ୍ଟ୍ ଇନପୁଟ୍ ପୋର୍ଟକୁ ସଞ୍ଜୋଗ କରନ୍ତୁ |
06:19 | sine ଇନପୁଟକୁ ମଧ୍ୟ ପ୍ଲଟ୍ କରିବାକୁ ହେବ |
06:22 | MUX ସହିତ Sinusoid ଜେନେରେଟର୍ ବ୍ଲକକୁ ସଞ୍ଜୋଗ କରିବାକୁହେବ |
06:26 | MUX ବ୍ଲକର ଊର୍ଦ୍ଧ୍ଵତମ ଇନପୁଟ୍ ପୋର୍ଟ ଉପରେ କ୍ଲିକ୍ କରନ୍ତୁ |
06:30 | ତା’ପରେ କ୍ଲିକ୍ ବଟନକୁ ନଛାଡି, ମାଉସ୍ ପଏଣ୍ଟରକୁ Sinusoid generator ବ୍ଲକ୍ ଓ scifunc ବ୍ଲକ୍ ମଧ୍ୟରେ ଥିବା ଲିଙ୍କ୍ ଆଡକୁ ଗତିଶୀଳ କରାନ୍ତୁ |
06:39 | ଲିଙ୍କକୁ ବେଣ୍ଡ୍ କରିବା ପାଇଁ ମାଉସ୍ ବଟନକୁ ଛାଡିଦିଅନ୍ତୁ କିମ୍ବା ଅନ୍ୟ ସ୍ଥାନରେ କ୍ଲିକ୍ କରନ୍ତୁ |
06:44 | ଆପଣ ଯେତେବେଳେ ପଏଣ୍ଟରକୁ ଲିଙ୍କ୍ ଉପରେ ରଖିବେ, ଏହା ଗ୍ରୀନ୍ ହୋଇଯିବ |
06:49 | ଏହି ଦୁଇ ବ୍ଲକ୍ ମଧ୍ୟରେ ଗୋଟିଏ ଲିଙ୍କ୍ ସୃଷ୍ଟି କରିବା ପାଇଁ ମାଉସ୍ ବଟନକୁ ଛାଡିଦିଅନ୍ତୁ କିମ୍ବା ଥରେ କ୍ଲିକ୍ କରନ୍ତୁ |
06:55 | ବର୍ତ୍ତମାନ, ଅନ୍ୟ ବ୍ଲକଗୁଡିକର କନଫିଗୁରେଶନ୍ ଦେଖିବା |
06:59 | ଆମେ sinusoid ଜେନେରେଟର୍ ବ୍ଲକର frequency, magnitude ଓ phaseକୁ ବଦଳାଇପାରିବା |
07:04 | ଏଥି ପାଇଁ Sinusoid ଜେନେରେଟର୍ ବ୍ଲକ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
07:09 | କନଫିଗୁରେଶନ୍ ୱିଣ୍ଡୋ ଖୋଲିବ |
07:11 | Magnitude ଓ Frequencyକୁ 1 ଭାବେ ଏବଂ Phaseକୁ 0 ଭାବେ ରଖନ୍ତୁ |
07:18 | କନଫିଗୁରେଶନ୍ ୱିଣ୍ଡୋକୁ ବନ୍ଦ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ. |
07:21 | ବର୍ତ୍ତମାନ Cscope ବ୍ଲକକୁ କନଫିଗୋର୍ କରନ୍ତୁ |
07:25 | ଏହାର କନଫିଗୁରେଶନ୍ ୱିଣ୍ଡୋ ଖୋଲିବା ପାଇଁ CScope ବ୍ଲକ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
07:30 | Yminର ପାରାମିଟରକୁ ମାଇନସ୍ 2 ଏବଂ Ymaxର ପାରାମିଟରକୁ 2କୁ ବଦଳାଇ ଦିଅନ୍ତୁ |
07:37 | Refresh periodର ଭାଲ୍ୟୁକୁ 10କୁ ବଦଳାଇ ଦିଅନ୍ତୁ |
07:41 | ଏହି ଭାଲ୍ୟୁକୁ ମନେରଖନ୍ତୁ |
07:44 | Buffer sizeର ଭାଲ୍ୟୁକୁ 2କୁ ବଦଳାଇ ଦିଅନ୍ତୁ |
07:47 | OK ଉପରେ କ୍ଲିକ୍ କରନ୍ତୁ |
07:50 | ବର୍ତ୍ତମାନ CLOCK_c ବ୍ଲକକୁ କନଫିଗୋର୍ କରନ୍ତୁ |
07:54 | ଏହାର କନଫିଗୁରେଶନ୍ ୱିଣ୍ଡୋ ଖୋଲିବା ପାଇଁ ବ୍ଲକ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
07:58 | Periodର ଭାଲ୍ୟୁକୁ 0.1 ଭାବେ ରଖନ୍ତୁ |
08:02 | Initialisation Timeକୁ 0କୁ ବଦଳାନ୍ତୁ |
08:06 | OK ଉପରେ କ୍ଲିକ୍ କରନ୍ତୁ |
08:08 | ବର୍ତ୍ତମାନ, Simulation ପାରାମିଟରଗୁଡିକୁ ପରିବର୍ତ୍ତନ କରନ୍ତୁ |
08:12 | Untitled Xcos ୱିଣ୍ଡୋର ମେନୁ ବାର୍ ଉପରେ ଥିବା Simulation ଟାବରେ କ୍ଲିକ୍ କରନ୍ତୁ |
08:17 | ବର୍ତ୍ତମାନ, ଡ୍ରପ୍ ଡାଉନ୍ ମେନୁରେ ଥିବା Setup ଉପରେ କ୍ଲିକ୍ କରନ୍ତୁ |
08:22 | Cscope ବ୍ଲକର Refresh periodକୁ ମେଳ କରିବା ପାଇଁ Final Integration timeକୁ ପରିବର୍ତ୍ତନ କରନ୍ତୁ |
08:28 | Refresh periodର ଭାଲ୍ୟୁ 10 ଥିଲା |
08:32 | ତେଣୁ Final integrationର ଟାଇମକୁ 10 କରନ୍ତୁ |
08:36 | OK ଉପରେ କ୍ଲିକ୍ କରନ୍ତୁ |
08:38 | ବର୍ତ୍ତମାନ File ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ Xcos ଡାୟେଗ୍ରାମକୁ ସେଭ୍ କରିବା ପାଇଁ Save ଉପରେ କ୍ଲିକ୍ କରନ୍ତୁ |
08:44 | Xcos ଡାୟେଗ୍ରାମକୁ ସେଭ୍ କରିବା ପାଇଁ ଗୋଟିଏ ଅଭିଳଷିତ ଡାଇରେକ୍ଟୋରୀର ଚୟନ କରନ୍ତୁ. |
08:48 | ଯାହାହେଉ, ଫାଇଲ୍ squareit.sci ସେଭ୍ ହୋଇଥିବା ଫୋଲ୍ଡରରେ ଏହାକୁ ସେଭ୍ କରିବା ପାଇଁ ପରାମର୍ଶ ଦିଆଯାଉଛି |
08:56 | OK ଉପରେ କ୍ଲିକ୍ କରନ୍ତୁ |
08:58 | ଧ୍ୟାନ ଦିଅନ୍ତୁ scifunc ବ୍ଲକ୍, squareit ଫଙ୍କଶନକୁ କଲ୍ କରିବ |
09:02 | ଏହାର ଅର୍ଥ, Xcos diagramକୁ ନିଷ୍ପାଦନ କରିବା ପୂର୍ବରୁ, ଆମକୁ ପ୍ରଥମେ squareit ଫଙ୍କଶନକୁ ଲୋଡ୍ କରିବାକୁ ହେବ |
09:09 | Scilab ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ, ଯେଉଁଠି squareit.sci ଫାଇଲ୍ ଖୋଲା ଅଛି |
09:16 | ଏଡିଟର୍ ମେନୁ ବାର୍ ଉପରେ ଉପଲବ୍ଧ ଥିବା Execute ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:21 | ଏହା squareit ଫଙ୍କଶନକୁ ଲୋଡ୍ କରିବ |
09:24 | ବର୍ତ୍ତମାନ ଆମେ Xcos ଡାୟେଗ୍ରାମକୁ ନିଷ୍ପାଦନ କରିପାରିବା |
09:28 | Xcos ଡାୟେଗ୍ରାମ୍ ଫାଇଲକୁ ଖୋଲନ୍ତୁ |
09:31 | Xcos ୱିଣ୍ଡୋର ମେନୁ ବାର୍ ଉପରେ ଉପଲବ୍ଧ ଥିବା Start ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:37 | ଗୋଟିଏ ଗ୍ରାଫିକ୍ ୱିଣ୍ଡୋ ଦେଖାଦେବ |
09:39 | ଏହି ୱିଣ୍ଡୋର ଦୁଇଟି ପ୍ଲଟ୍ ଅଛି |
09:42 | ଇନପୁଟ୍ sine waveର ରଙ୍ଗ ହେଉଛି ବ୍ଲାକ୍ ଏବଂ ଆଉଟପୁଟ୍ sine waveର ରଙ୍ଗ ହେଉଛି ଗ୍ରୀନ୍ |
09:47 | ଧ୍ୟାନ ଦିଅନ୍ତୁ ଯେ, squareit ଫଙ୍କଶନରେ ଉପଯୋଗ ହୋଇଥିବା squaring ଫଙ୍କଶନ, ଇନପୁଟ୍ sine waveରେ squared ହୋଇସାରିଛି |
09:55 | ତେଣୁ, sine ୱେଭର ଆଉଟପୁଟ୍ ପୋଜିଟିଭ୍ ଆକ୍ସିସ୍ ଆଡକୁ ସ୍ଥାନାନ୍ତର ହୋଇସାରିଛି |
10:00 | plot ୱିଣ୍ଡୋକୁ ବନ୍ଦ କରନ୍ତୁ |
10:02 | ବର୍ତ୍ତମାନ ଚାଲନ୍ତୁ ଦେଖିବା, କିପରି scifunc ବ୍ଲକକୁ ଏଡିଟ୍ କରିବା ଯଦ୍ଵାରା ଏହା ଗୋଟିଏ ଫଙ୍କଶନକୁ କଲ୍ କରିବ ଯାହାର ଏକରୁ ଅଧିକ ଇନପୁଟ୍ ଓ ଆଉଟପୁଟ୍ ଭେରିଏବଲ୍ ଥିବ |
10:10 | scilab ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ |
10:13 | ଦୁଇଟି ଇନପୁଟ୍ ଓ ଆଉଟପୁଟ୍ ଭେରିଏବଲକୁ ଧାରଣ କରିପାରିବା ଭଳି squareit ଫଙ୍କଶନକୁ ଏଡିଟ୍ କରନ୍ତୁ |
10:19 | ସ୍କୋୟାର୍ ବ୍ରାକେଟ୍ ଆରମ୍ଭ y କମା z ସ୍କୋୟାର୍ ବ୍ରାକେଟ୍ ଶେଷ ଭାବେ ଆଉଟପୁଟ୍ ଭେରିଏବଲକୁ ଏଡିଟ୍ କରନ୍ତୁ |
10:28 | ସ୍କୋୟାର୍ ବ୍ରାକେଟ୍ ଆରମ୍ଭ a କମା b ସ୍କୋୟାର୍ ବ୍ରାକେଟ୍ ଶେଷ ଭାବେ ଇନପୁଟ୍ ଭେରିଏବଲକୁ ଏଡିଟ୍ କରନ୍ତୁ |
10:36 | ସ୍କୋୟାର୍ଡ ଆଉଟପୁଟକୁ 1 unit ସହ ସ୍ଥାନାନ୍ତର କରିବା ପାଇଁ ଫଙ୍କଶନକୁ ପରିବର୍ତ୍ତନ କରନ୍ତୁ |
10:41 | ମୂଖ୍ୟ ଫଙ୍କଶନକୁ ନିମ୍ନ ଭାବେ ଏଡିଟ୍ କରନ୍ତୁ: |
10:44 | y ଇଜ୍ ଇକ୍ଵାଲ୍ ଟୁ b ପ୍ଲସ୍ a raise to two, ଶେଷରେ ସେମିକୋଲନ୍ ଦିଅନ୍ତୁ |
10:51 | ଗୋଟିଏ ଆଉଟପୁଟ୍ ମଧ୍ୟ ଜେନେରେଟ୍ କରନ୍ତୁ ଯାହାର ଆମ୍ପ୍ଲିଚ୍ୟୁଡ୍ ଇନପୁଟର ଅଧା ହେବ |
10:56 | Enter କୀ କୁ ଦାବି ପରବର୍ତ୍ତି ଲାଇନକୁ ଯା’ନ୍ତୁ ଏବଂ ଟାଇପ୍ କରନ୍ତୁ: |
11:01 | z ଇଜ୍ ଇକ୍ଵାଲ୍ ଟୁ 0.5 ଗୁଣନ a, ଶେଷରେ ସେମିକୋଲନ୍ ଦିଅନ୍ତୁ |
11:10 | ବର୍ତ୍ତମାନ ଫାଇଲକୁ ସେଭ୍ କରନ୍ତୁ |
11:12 | Xcos ୱିଣ୍ଡୋକୁ ଫେରିଆସନ୍ତୁ |
11:15 | scifunc କନଫିଗୋର୍ କରିବା ପାଇଁ, ଏହା ଉପରେ ଡବଲ୍ କ୍ଲିକ୍ ଅରନ୍ତୁ |
11:19 | input port size ଫିଲ୍ଡରେ, 1 କମା 1 ପରେ ଗୋଟିଏ ସେମିକୋଲନ୍ ଦିଅନ୍ତୁ ଏବଂ ପୁନର୍ବାର 1 କମା 1 ଟାଇପ୍ କରନ୍ତୁ |
11:27 | ସେହିପରି, output port size ଫିଲ୍ଡରେ, 1 କମା 1 ପରେ ଗୋଟିଏ ସେମିକୋଲନ୍ ଦିଅନ୍ତୁ ଏବଂ ପୁନର୍ବାର 1 କମା 1 ଟାଇପ୍ କରନ୍ତୁ |
11:36 | OK ଉପରେ କ୍ଲିକ୍ କରନ୍ତୁ |
11:38 | ଗୋଟିଏ ନୂତନ Scilab Input Value Request ୱିଣ୍ଡୋ ଖୋଲିବ |
11:41 | ଟେକ୍ସଟ ବକ୍ସରେ, |
11:43 | y1 ପରେ ଗୋଟିଏ କମା ଦିଅନ୍ତୁ ଏବଂ y2 ଟାଇପ୍ କରନ୍ତୁ |
11:48 | y1 ଓ y2କୁ ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ ରଖନ୍ତୁ |
11:52 | ବର୍ତ୍ତମାନ, u1 ପରେ ଗୋଟିଏ କମା ଦିଅନ୍ତୁ ଏବଂ u2 ଟାଇପ୍ କରନ୍ତୁ |
11:57 | OK ଉପରେ କ୍ଲିକ୍ କରନ୍ତୁ |
11:59 | ଅନ୍ୟ ଏକ Scilab Input Value Request ୱିଣ୍ଡୋ ଖୋଲିବ |
12:03 | ପ୍ରଦର୍ଶିତ ହେଉଥିବା ଯଥାକ୍ରମେ ତିନୋଟି ୱିଣ୍ଡୋ ଉପରେ OK କ୍ଲିକ୍ କରନ୍ତୁ |
12:08 | ବର୍ତ୍ତମାନ scifunc ବ୍ଲକ୍ କନଫିଗର୍ ହେଲା |
12:11 | ଚାଲନ୍ତୁ, scifunc ବ୍ଲକକୁ ରିଏଲାଇନ୍ କରିବା |
12:14 | Palette browser ୱିଣ୍ଡୋକୁ ଫେରିଆସନ୍ତୁ |
12:17 | Sources ବିଭାଗରେ, Xcos ୱିଣ୍ଡୋରେ Constant ଅଣ୍ଡରସ୍କୋର୍ m ବ୍ଲକକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
12:24 | ଏହାକୁ Sinusoid ଜେନେରେଟର୍ ତଳେ ସ୍ଥାପନ କରନ୍ତୁ |
12:28 | Constant ଅଣ୍ଡରସ୍କୋର୍ m ବ୍ଲକକୁ, scifunc ବ୍ଲକର ନିମ୍ନତମ ଇନପୁଟ୍ ସହିତ ସଞ୍ଜୋଗ କରନ୍ତୁ |
12:36 | ଏହି ବ୍ଲକର ଡିଫଲ୍ଟ ଭାଲ୍ୟୁ 1 ଅଟେ |
12:39 | ଏହାକୁ ଅପରିବର୍ତ୍ତିତ ରଖନ୍ତୁ |
12:41 | MUX ବ୍ଲକ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
12:44 | input port size, 3କୁ ପରିବର୍ତ୍ତନ କରନ୍ତୁ |
12:47 | OK ଉପରେ କ୍ଲିକ୍ କରନ୍ତୁ |
12:48 | ଚାଲନ୍ତୁ, MUX ବ୍ଲକକୁ ରିସାଇଜ୍ କରିବା ଏବଂ MUX ଓ CSCOPE ବ୍ଲକକୁ ଠିକ୍ ଭାବେ ସଞ୍ଜୋଗ କରନ୍ତୁ |
12:59 | scifunc ବ୍ଲକର ନିମ୍ନତମ ଆଉଟପୁଟ୍ ପୋର୍ଟକୁ, MUX ବ୍ଲକର ନିମ୍ନତମ ଇନପୁଟ୍ ପୋର୍ଟକୁ ସଞ୍ଜୋଗ କରନ୍ତୁ |
13:07 | File ଉପରେ କ୍ଲିକ୍ କରନ୍ତୁ ଏବଂ xcos ଫାଇଲକୁ ସେଭ୍ କରିବା ପାଇଁ, Save ଚୟନ କରନ୍ତୁ |
13:12 | Scilab ଏଡିଟରକୁ ଫେରିଆସନ୍ତୁ, ଯେଉଁଥିରେ squareit.sci ଫାଇଲ୍ ଖୋଲା ଅଛି |
13:18 | ଏଡିଟର ଉପରେ ଥିବା ମେନୁ ବାରରେ ଉପଲବ୍ଧ ଥିବା Execute ବଟନ୍ ଉପରେ କ୍ଲିକ୍ କରନ୍ତୁ |
13:23 | ଏହା, squareit ଫଙ୍କଶନକୁ ଲୋଡ୍ କରିବ |
13:26 | ବର୍ତ୍ତମାନ ଆମେ, Xcos ଡାୟେଗ୍ରାମକୁ ନିଷ୍ପାଦନ କରିପାରିବା |
13:30 | Xcos ୱିଣ୍ଡୋ ଉପରେ ଥିବା ମେନୁ ବାରରେ ଉପଲବ୍ଧ ଥିବା Start ବଟନ୍ ଉପରେ କ୍ଲିକ୍ କରନ୍ତୁ |
13:35 | ଗୋଟିଏ ଗ୍ରାଫିକ୍ ୱିଣ୍ଡୋ ଦେଖାଦେବ |
13:38 | ଏହି ୱିଣ୍ଡୋର ତିନୋଟି ପ୍ଲଟ୍ ଅଛି |
13:40 | ଇନପୁଟର sine waveର ରଙ୍ଗ ହେଉଛି ବ୍ଲାକ୍ |
13:43 | ଆଉଟପୁଟ୍ sine waveର ରଙ୍ଗ ହେଉଛି ଗ୍ରୀନ୍ ଏବଂ |
13:45 | ଆମ୍ପ୍ଲିଚ୍ୟୁଡ୍ scaled ଇନପୁଟର ରଙ୍ଗ ରେଡ୍ ଅଟେ |
13:49 | ଧ୍ୟାନଦିଅନ୍ତୁ ଯେ, ଇନପୁଟ୍, sine waveର ବର୍ଗ ନିରୂପଣ କରିସାରିଛି ଏବଂ ଏହାକୁ 1 unit ପଛକୁ ସ୍ଥାନାନ୍ତର କରିଛି, ଯାହା ଆଶା କରାଯାଇଥିଲା |
13:59 | ଆଶାନୁରୂପ ଭାବେ, ଆମେ ଇନପୁଟ୍ sine waveର ଆମ୍ପ୍ଲିଚ୍ୟୁଡକୁ ମାପ କରିପାରିବା |
14:05 | ପ୍ଲଟ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
14:08 | ସଂକ୍ଷିପ୍ତରେ |
14:10 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
14:12 | * Scilabରେ ଗୋଟିଏ ସ୍କୋୟାରିଙ୍ଗ୍ ଫଙ୍କଶନ୍ ଲେଖିବା |
14:15 | * Xcosରେ scifunc ବ୍ଲକର ବ୍ୟବହାର |
14:19 | * ମଲ୍ଟିପଲ ପ୍ଲଟ୍ ଆଙ୍କିବା ପାଇଁ MUX ବ୍ଲକର ବ୍ୟବହାର |
14:22 | * ମଲ୍ଟିପଲ୍ ଇନପୁଟ୍ ଓ ଆଉଟପୁଟ୍ ଥିବା ଫଙ୍କଶନକୁ କଲ୍ କରିବା |
14:26 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
14:29 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
14:33 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
14:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
14:40 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
14:43 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
14:47 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
14:53 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
14:57 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
15:05 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
15:15 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
15:19 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |