Difference between revisions of "BASH/C2/Arithmetic-Comparison/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 13: | Line 13: | ||
|- | |- | ||
|00:09 | |00:09 | ||
− | | -eq (ଇକ୍ୱାଲ୍ ଟୁ) | + | | -eq (ଇକ୍ୱାଲ୍ ଟୁ), -ne (ନଟ୍ ଇକ୍ୱାଲ୍ ଟୁ) |
− | + | ||
− | + | ||
− | + | ||
− | + | ||
|- | |- |
Latest revision as of 11:54, 12 May 2017
Time | Narration |
00:01 | Bashରେ Arithmetic Comparison ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:09 | -eq (ଇକ୍ୱାଲ୍ ଟୁ), -ne (ନଟ୍ ଇକ୍ୱାଲ୍ ଟୁ) |
00:12 | -lt (ଲେସର୍ ଦ୍ୟାନ୍) -le (ଲେସ୍ ଦ୍ୟାନ୍ ଇକ୍ୱାଲ୍ ଟୁ) |
00:15 | -gt (ଗ୍ରେଟର୍ ଦ୍ୟାନ୍) ଓ -ge (ଗ୍ରେଟର୍ ଦ୍ୟାନ୍ ଇକ୍ୱାଲ୍ ଟୁ) କମାଣ୍ଡସ୍ |
00:19 | ଏହାକୁ କିଛି ଉଦାହରଣ ସାହାଯ୍ୟରେ କରିବା |
00:23 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:26 | ଉବୁଣ୍ଟୁ ଲିନକ୍ସ 12.04 OS ଓ |
00:30 | GNU Bash ଭର୍ସନ୍ 4.1.10 |
00:34 | ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
00:39 | ମୋ ପାଖରେ ପୂର୍ବରୁ Arithmetic Operatorsର ଏକ କାର୍ଯ୍ୟକାରୀ ଉଦାହରଣ ଅଛି |
00:43 | ମୁଁ ତାକୁ ଖୋଲୁଛି |
00:45 | ମୁଁ ତାହାର ନାମ example1.sh ଦେଇଛି |
00:50 | ଆପଣଙ୍କ ପସନ୍ଦର ଯେକୌଣସି Editorରେ ଗୋଟିଏ ଫାଇଲ୍ ଖୋଲନ୍ତୁ ଓ ପ୍ରଦର୍ଶିତ କୋଡ୍ କୁ ଟାଇପ୍ କରନ୍ତୁ |
00:56 | ଏହା କିପରି କରିବାକୁ ହୁଏ, ଏବେ ସୁଦ୍ଧା ଆପଣ ଜାଣିସାରିଥିବେ |
01:00 | ଏହି ପ୍ରୋଗ୍ରାମରେ, ଫାଇଲଟି ଖାଲି ଅଛି କି ନାହିଁ, ତାହା ଆମେ ଦେଖିବା |
01:06 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
01:08 | ଏହା ହେଉଛି shebang ଲାଇନ୍ |
01:10 | ସର୍ବପ୍ରଥମେ, Consolରେ, Enter Filename ପ୍ରିଣ୍ଟ ହେବ |
01:15 | read କମାଣ୍ଡ, ଷ୍ଟାଣ୍ଡାର୍ଡ ଇନପୁଟରୁ ଡେଟାର ଗୋଟିଏ ଲାଇନ୍ ପଢେ |
01:20 | ଏହି କମାଣ୍ଡ, Backticks ମଧ୍ୟରେ ଆବଦ୍ଧ ହୋଇଥାଏ |
01:24 | Backtickର ବହୁତ ବିଶେଷ ଅର୍ଥ ଅଛି |
01:27 | Backtick ମଧ୍ୟରେ ଆପଣ ଯାହାବି କିଛି ଲେଖିବେ, ତାହା ମୂଲ୍ୟାଙ୍କିତ ହେବ |
01:32 | Cat କମାଣ୍ଡ, ଫାଇଲର ବିଷୟବସ୍ତୁ ପ୍ରଦର୍ଶନ କରିବ |
01:37 | ପ୍ରତ୍ୟେକ ଫାଇଲ୍ ପାଇଁ wc, ନୂଆ ଲାଇନ୍, ଶବ୍ଦ ଓ ବାଇଟ୍ କାଉଣ୍ଟ ପ୍ରିଣ୍ଟ କରିବ |
01:43 | - (ହାଇଫେନ୍) w, ୱର୍ଡ କାଉଣ୍ଟ ପ୍ରିଣ୍ଟ କରିବ |
01:47 | ଏହା ନିମ୍ନ ପ୍ରକାରେ ହେବ - |
01:49 | ପ୍ରଥମେ Cat କମାଣ୍ଡ, ଫାଇଲକୁ ପଢିବ |
01:53 | ଏହା ହେଉଛି Input ଫାଇଲ୍ |
01:55 | ଯାହା, ତା’ପରେ wc କମାଣ୍ଡକୁ ପାଇପ୍ଡ ହେବ ବା ପଠାଯିବ |
02:00 | ତେଣୁ, ଏହି ଷ୍ଟେଟମେଣ୍ଟ, ପ୍ରଦତ୍ତ ଫାଇଲ୍ ରେ ଥିବା ଶବ୍ଦଗୁଡ଼ିକୁ ଗଣିବ |
02:05 | ପରିଣାମ, ଭେରିଏବଲ୍ xରେ ଷ୍ଟୋର୍ ହେବ |
02:08 | ଏହା ହେଉଛି if ଷ୍ଟେଟମେଣ୍ଟ |
02:10 | - (ହାଇଫେନ୍) eq କମାଣ୍ଡ, ୱର୍ଡ କାଉଣ୍ଟ ଶୂନ୍ ସହିତ ସମାନ ବୋଲି ଯାଞ୍ଚ କରେ |
02:16 | ଯଦି କଣ୍ଡିଶନ୍ True ହୋଇଥିବ, ତେବେ ଆମେ ଏକ ବାର୍ତ୍ତା ପ୍ରିଣ୍ଟ କରିବା File has zero words |
02:22 | ପ୍ରଥମ if କଣ୍ଡିଶନ୍ ର ଶେଷ ହେଉଛି fi |
02:26 | ଏହା ହେଉଛି ଆଉଏକ if କଣ୍ଡିଶନ୍ |
02:28 | - (ହାଇଫେନ୍) ne କମାଣ୍ଡ, ୱର୍ଡ କାଉଣ୍ଟ ଶୂନ୍ ସହିତ ସମାନ ନୁହେଁ ବୋଲି ଯାଞ୍ଚ କରେ |
02:35 | ଯଦି କଣ୍ଡିଶନ୍ True ହୋଇଥିବ, ତେବେ ଆମେ ଏକ ବାର୍ତ୍ତା ପ୍ରିଣ୍ଟ କରିବା File has so-and-so words |
02:40 | $x (ଡଲାର୍ x) ୱର୍ଡ କାଉଣ୍ଟ ଦେବ |
02:43 | ଏହା ହେଉଛି ଦ୍ୱିତୀୟ if କଣ୍ଡିଶନ୍ ର ଶେଷ |
02:46 | ଆପଣଙ୍କର ପ୍ରୋଗ୍ରାମ୍ ଫାଇଲକୁ ସେଭ୍ କରନ୍ତୁ |
02:48 | ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା |
02:51 | ଟର୍ମିନଲ୍ କୁ ଖୋଲନ୍ତୁ |
02:53 | ପ୍ରଥମେ, list.txt ନାମରେ ଏକ ଫାଇଲ୍ ତିଆରି କରନ୍ତୁ |
02:57 | ଟାଇପ୍ କରନ୍ତୁ: touch list.txt |
03:01 | ଏବେ, ଫାଇଲରେ ଏକ ଲାଇନ୍ ଆଡ୍ କରନ୍ତୁ |
03:04 | ଟାଇପ୍ କରନ୍ତୁ:
echo ଡବଲ୍ କ୍ୱୋଟ୍ସ ମଧ୍ୟରେ “How are you” ଡବଲ୍ କ୍ୱୋଟ୍ସ ପରେ ଗ୍ରେଟର୍ ଦ୍ୟାନ୍ ଚିହ୍ନ list.txt |
03:13 | ବର୍ତ୍ତମାନ ଆମର ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା |
03:16 | ଟାଇପ୍ କରନ୍ତୁ:
chmod ପ୍ଲସ୍ x example1 ଡଟ୍ sh |
03:21 | ଏବେ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ example1.sh |
03:26 | Enter filename: ପ୍ରଦର୍ଶିତ ହେଲା |
03:28 | ଟାଇପ୍ କରନ୍ତୁ: list.txt |
03:31 | ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା: list.txt has 3 words |
03:36 | ଏବେ ଚାଲନ୍ତୁ, ଅପେଟର୍ସର ଆଉଏକ ସେଟ୍ ବିଷୟରେ ଶିଖିବା |
03:40 | ମୁଁ ଅନ୍ୟଏକ ଫାଇଲ୍ ଖୋଲୁଛି |
03:43 | ଏହା ହେଉଛି example2.sh |
03:46 | ଦୟାକରି, ଆପଣଙ୍କର Editorରେ ଗୋଟିଏ ଫାଇଲ୍ ଖୋଲି ତାହାର ନାମ example2.sh ଦିଅନ୍ତୁ |
03:52 | ଆପଣଙ୍କର example2.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ |
03:58 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
04:00 | ଏହି ପ୍ରୋଗ୍ରାମ୍ ଯାଞ୍ଚ କରିବ ଯେ, ୱର୍ଡ କାଉଣ୍ଟ - |
04:04 | ଏକଠାରୁ ବଡ଼ କି ସାନ |
04:07 | ଏକ ଓ ଶହେ ମଧ୍ୟରେ ନା ଶହେ ଉପରକୁ ଅଟେ |
04:11 | ଏଠାରେ ଆମର shebang ଲାଇନ୍ ଅଛି |
04:14 | read ଷ୍ଟେଟମେଣ୍ଟ, ୟୁଜରଠାରୁ ଫାଇଲ୍ ନାମ ଭାବରେ ଇନପୁଟ୍ ନିଏ |
04:19 | ଏଠାରେ, - (ହାଇଫେନ୍) c କମାଣ୍ଡକୁ Byte କାଉଣ୍ଟ କରିବା ପାଇଁ ବ୍ୟବହାର କରାଯାଇଛି |
04:24 | if ଷ୍ଟେଟମେଣ୍ଟରେ, - (ହାଇଫେନ୍) lt କମାଣ୍ଡ, ୱର୍ଡ କାଉଣ୍ଟ ଏକଠାରୁ କମ୍ କି ନୁହେଁ ଯାଞ୍ଚ କରିଥାଏ |
04:31 | ଯଦି କଣ୍ଡିଶନ୍ True ହୋଇଥାଏ, ତେବେ ଆମେ No character present in the file ପ୍ରିଣ୍ଟ କରିବା |
04:37 | if କଣ୍ଡିଶନ୍ କୁ fi ସମାପ୍ତ କରିଥାଏ |
04:40 | ପରବର୍ତ୍ତୀ if ଷ୍ଟେଟମେଣ୍ଟରେ ଏକ nested if ଷ୍ଟେଟମେଣ୍ଟ ଅଛି |
04:45 | ପ୍ରଥମେ, - (ହାଇଫେନ୍) gt କମାଣ୍ଡ, ୱର୍ଡ କାଉଣ୍ଟ ଏକଠାରୁ ବଡ଼ କି ନୁହେଁ ଯାଞ୍ଚ କରେ |
04:51 | ଯଦି ହଁ, ତେବେ ଏହି echo ଷ୍ଟେଟମେଣ୍ଟ ନିଷ୍ପାଦିତ ହେବ |
04:56 | ଏହି if ଷ୍ଟେଟମେଣ୍ଟ ମଧ୍ୟରେ ବହୁବିଧ କଣ୍ଡିଶନ୍ସ ଅଛି |
05:01 | ଏଠାରେ, ଏହି ifରେ:
- (ହାଇଫେନ୍) ge କମାଣ୍ଡ, ୱର୍ଡ କାଉଣ୍ଟ ଏକଠାରୁ ବଡ଼ କିମ୍ୱା ସମାନ କି ନୁହେଁ ଯାଞ୍ଚ କରେ |
05:09 | - (ହାଇଫେନ୍) le କମାଣ୍ଡ, ୱର୍ଡ କାଉଣ୍ଟ ଶହେଠାରୁ ସାନ କିମ୍ୱା ସମାନ କି ନୁହେଁ ଯାଞ୍ଚ କରେ |
05:17 | ଯଦି ଉଭୟ କଣ୍ଡିଶନ୍ସ ସନ୍ତୁଷ୍ଟ ହୁଏ, ତେବେ ଏହା ପ୍ରିଣ୍ଟ କରେ: |
05:21 | Number of characters ranges between 1 and 100 |
05:25 | ଦୟାକରି ଧ୍ୟାନଦିଅନ୍ତୁ ଯେ, ସମଗ୍ର if କଣ୍ଡିଶନ୍ କୁ ସନ୍ତୁଷ୍ଟ କରିବା ପାଇଁ ଉଭୟ କଣ୍ଡିଶନ୍ସ True ହେବା ଦରକାର |
05:33 | ଏହାର କାରଣ ହେଉଛି, ଆମେ, ଉଭୟ କଣ୍ଡିଶନ୍ସ ମଧ୍ୟରେ ଆମ୍ପର୍ସାଣ୍ଡ ଯୋଡ଼ିଛେ |
05:39 | ଏହି if ଷ୍ଟେଟମେଣ୍ଟର ଶେଷ ହେଉଛି fi |
05:43 | ତା’ପରେ ପରବର୍ତ୍ତୀ if ଷ୍ଟେଟମେଣ୍ଟ ମୂଲ୍ୟାଙ୍କିତ ହେବ |
05:47 | - (ହାଇଫେନ୍) gt କମାଣ୍ଡ, ୱର୍ଡ କାଉଣ୍ଟ ଶହେଠାରୁ ବଡ଼ କି ନୁହେଁ ଯାଞ୍ଚ କରେ |
05:53 | ଯଦି କଣ୍ଡିଶନ୍ ସନ୍ତୁଷ୍ଟ ହୁଏ, ତେବେ ଆମେ Number of characters is above hundred ପ୍ରିଣ୍ଟ କରିବା |
06:00 | if ଷ୍ଟେଟମେଣ୍ଟର ଶେଷ ହେଉଛି fi |
06:04 | ଏଠାରେ ଆମେ, 2ୟ if ଷ୍ଟେଟମେଣ୍ଟ ସମାପ୍ତ କଲେ |
06:07 | ଏବେ, Terminalକୁ ଫେରିଆସନ୍ତୁ |
06:10 | ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା |
06:13 | chmod ପ୍ଲସ୍ x example2 ଡଟ୍ sh |
06:18 | ଡଟ୍ ସ୍ଲାଶ୍ example2 ଡଟ୍ sh |
06:22 | ଟାଇପ୍ କରନ୍ତୁ list.txt |
06:25 | list.txt has more than one character |
06:31 | Number of characters ranges between 1 and 100 ଭାବରେ output ପ୍ରଦର୍ଶିତ ହେଲା |
06:36 | ଏବେ, list.txt ଫାଇଲରେ କ୍ୟାରେକ୍ଟର୍ସ ଯୋଡ଼ନ୍ତୁ କିମ୍ୱା କାଢନ୍ତୁ |
06:40 | ତା’ପରେ, କେଉଁ if ଷ୍ଟେଟମେଣ୍ଟ ନିଷ୍ପାଦିତ ହେଉଛି, ଦେଖନ୍ତୁ |
06:46 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
06:49 | ସଂକ୍ଷିପ୍ତରେ, |
06:51 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
ଇକ୍ୱାଲ୍ ଟୁ ନଟ୍ ଇକ୍ୱାଲ୍ ଟୁ ଲେସ୍ ଦ୍ୟାନ୍ ଲେସ୍ ଦ୍ୟାନ୍ ଇକ୍ୱାଲ୍ ଟୁ ଗ୍ରେଟର୍ ଦ୍ୟାନ୍ ଓ ଗ୍ରେଟର୍ ଦ୍ୟାନ୍ ଇକ୍ୱାଲ୍ ଟୁ କମାଣ୍ଡସ୍ |
07:03 | ଏକ ଆସାଇନମେଣ୍ଟ ଭାବେ, Not Equal To ଅପରେଟର୍ ର ବ୍ୟବହାର ପ୍ରଦର୍ଶନ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
07:09 | {Hint: - (ହାଇଫେନ୍) ne |
07:12 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
07:15 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
07:18 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:23 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
07:25 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:28 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
07:32 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:40 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:43 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:51 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ |
07:56 | ଆଇଆଇଟି ବମ୍ୱେ ତରଫରୁ |
08:02 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
08:06 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |