Difference between revisions of "LibreOffice-Suite-Impress/C2/Inserting-Pictures-and-Objects/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 1: | Line 1: | ||
− | |||
− | |||
− | |||
{|border=1 | {|border=1 | ||
||'''Time''' | ||'''Time''' | ||
Line 361: | Line 358: | ||
||07:44 | ||07:44 | ||
|| ଟେବଲ୍ କୁ ଆସନ୍ତୁ ବଢ଼ାଇବା, ଯେଉଁଥିରୁ ଟେକ୍ସଟ୍ ପଢ଼ିହେବ | | || ଟେବଲ୍ କୁ ଆସନ୍ତୁ ବଢ଼ାଇବା, ଯେଉଁଥିରୁ ଟେକ୍ସଟ୍ ପଢ଼ିହେବ | | ||
+ | |||
|- | |- | ||
||07:49 | ||07:49 |
Latest revision as of 12:41, 10 April 2017
Time | Narration |
00:00 | ଲିବର୍ ଅଫିସ୍ ଇମ୍ପ୍ରେସ୍ – ପିକ୍ଚର୍ ଓ ଅବଜେକ୍ଟସ୍ ଇନ୍ସର୍ଟ କରିବା ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: ପ୍ରେଜେଣ୍ଟେଶନ୍ ରେ ପିକ୍ଚର୍ସ ଓ ଅବଜେକ୍ଟସ୍ ଇନ୍ସର୍ଟ କରିବା |
00:12 | ପିକ୍ଚର୍ସ ଓ ଅବଜେକ୍ଟସ୍ ଫର୍ମାଟ୍ କରିବା |
00:15 | ପ୍ରେଜେଣ୍ଟେଶନ୍ ଭିତରେ ଓ ବାହାରେ ହାଇପର୍ ଲିଙ୍କ୍ କରିବା ଓ ଟେବଲ୍ସ ଇନ୍ସର୍ଟ କରିବା |
00:20 | ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ| |
00:29 | ଏକ ୱେବ୍-ବ୍ରାଉଜର୍ ର ଆଡ୍ରେସ୍ ବାର୍ ରେ, ସ୍କ୍ରୀନ୍ ରେ ପ୍ରଦର୍ଶିତ URL ଟାଇପ୍ କରନ୍ତୁ | |
00:34 | ଏହା ଏକ ଇମେଜ୍ ଡିସପ୍ଲେ କରିବ | |
00:37 | ଏବେ, ଇମେଜ୍ ଉପରେ ରାଇଟ୍-କ୍ଲିକ୍ କରି ସେଭ୍ ଇମେଜ୍ ଆଜ୍ ଅପ୍ସନ୍ ଚୟନ କରନ୍ତୁ | |
00:41 | ଏକ ଡାୟଲଗ୍ ବକ୍ସ ଖୋଲିବ | |
00:43 | ନେମ୍ ଫିଲ୍ଡରେ, ’ଓପନ୍ ସୋର୍ସ-ବାର୍ଟ.png ପ୍ରଦର୍ଶିତ ହେଉଛି | |
00:51 | ଡେସ୍କଟପ୍ ଲୋକେଶନ୍ ଚୟନ କରି ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
00:59 | ଆମେ ପୂର୍ବରୁ ସେଭ୍ କରିଥିବା ’ସାମ୍ପଲ୍-ଇମ୍ପ୍ରେସ୍’ ପ୍ରେଜେଣ୍ଟେଶନ୍ ଖୋଲନ୍ତୁ | |
01:04 | ଏହି ପ୍ରେଜେଣ୍ଟେଶନ୍ ରେ ଏକ ପିକ୍ଚର୍ କିପରି ଆଡ୍ କରାଯାଏ, ତାହା ଆମେ ଏବେ ଦେଖିବା | |
01:09 | ମେନ୍ ମେନୁରେ ଥିବା ଇନ୍ସର୍ଟ ଉପରେ କ୍ଲିକ୍ କରି ପିକ୍ଚର୍ ଉପରେ କ୍ଲିକ୍ କରନ୍ତୁ | |
01:14 | ଫ୍ରମ୍ ଫାଇଲ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
01:17 | ଏକ ଡାୟଲଗ୍ ବକ୍ସ ଖୋଲିବ | |
01:19 | ଫୋଲ୍ଡର୍ ର ଚୟନ କରନ୍ତୁ, ଯେଉଁଠାରୁ ଆପଣ ପିକ୍ଚର୍ ଇନ୍ସର୍ଟ କରିବାକୁ ଚାହୁଁଛନ୍ତି | |
01:23 | ମୁଁ ଡେସ୍କଟପ୍ ଫୋଲ୍ଡର୍ ବାଛିବି | |
01:26 | ଏବେ, ଇନ୍ସର୍ଟ କରିବାକୁ ଚାହୁଁଥିବା ପିକ୍ଚର୍ କୁ ବାଛନ୍ତୁ ଓ ଓପନ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
01:31 | ସ୍ଲାଇଡ୍ ରେ ପିକ୍ଚର୍ ଟି ଇନ୍ସର୍ଟ ହୋଇଯିବ | |
01:35 | ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
01:37 | ବର୍ତ୍ତମାନ, ପିକ୍ଚର୍ ଇନ୍ସର୍ଟ କରିବାର ଆଉ ଏକ ମାର୍ଗ ଦେଖିବା | |
01:41 | ଇନ୍ସର୍ଟ ଓ ସ୍ଲାଇଡ୍ ଉପରେ କ୍ଲିକ କରି ’ଓଭର୍ ଭ୍ୟୁ’ ଶୀର୍ଷକ ସ୍ଲାଇଡ୍ ପରେ ଏକ ନୂଆ ସ୍ଲାଇଡ୍ ଇନ୍ସର୍ଟ କରନ୍ତୁ | |
01:50 | ଟାଇଟଲ୍ ଟେକ୍ସଟ୍ ବକ୍ସରେ କ୍ଲିକ୍ କରି ’ଓପନ୍ ସୋର୍ସ ଫନୀ’ ଟାଇଟଲ୍ କୁ ପରିବର୍ତ୍ତନ କରନ୍ତୁ | |
01:56 | ସେଣ୍ଟର୍ ୪ ଆଇକନ୍ ସହିତ ଏକ ଛୋଟ ବକ୍ସକୁ ଦେଖନ୍ତୁ | ଏହା ହେଉଛି ଇନ୍ସର୍ଟ ଟୁଲ୍ ବାର୍ | |
02:03 | ଇନ୍ସର୍ଟ ଟୁଲ୍ ବାର୍ ରୁ, ଇନ୍ସର୍ଟ ପିକ୍ଚର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ | |
02:08 | ଗୋଟିଏ ପିକ୍ଚର୍ ବାଛି, ଓପନ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
02:12 | ଇନ୍ସର୍ଟ ହୋଇଥିବା ପିକ୍ଚର୍ ଟି ପ୍ରାୟ ସମଗ୍ର ସ୍ଲାଇଡ୍ କଭର୍ କରୁଥିବାର ଦେଖନ୍ତୁ | |
02:17 | ଇମେଜ୍ ଉପରେ କ୍ଲିକ୍ କରି ଓ କଣ୍ଟ୍ରୋଲ୍ ପଏଣ୍ଟସ୍ ବ୍ୟବହାର କରି ଆପଣ ଏହାର ଆକୃତି ଓ ସାଇଜ୍ କୁ ପରିବର୍ତ୍ତନ କରିପାରିବେ | |
02:27 | ସମାନ ଭାବରେ ଆମେ, ଅବଜେକ୍ଟସ୍, ଯେପରି ଚାର୍ଟ୍ସ ଓ ମୁଭୀ-କ୍ଲିପ୍ସ ମଧ୍ୟ ଆମ ପ୍ରେଜେଣ୍ଟେଶନ୍ ରେ ଇନ୍ସର୍ଟ କରିପାରିବା | |
02:35 | ଏହିସବୁ ସମ୍ଭାବନାଗୁଡ଼ିକୁ ଏକ୍ସପ୍ଲୋର୍ କରନ୍ତୁ | |
02:38 | ଆସନ୍ତୁ ଏବେ, ହାଇପର୍ ଲିଙ୍କ୍ କିପରି କରାଯାଏ, ଶିଖିବା | |
02:41 | ସ୍ଲାଇଡ୍ ରୁ ସ୍ଲାଇଡ୍ କୁ ସହଜରେ ମୁଭ୍ କରିବାକୁ କିମ୍ୱା ପ୍ରେଜେଣ୍ଟେଶନ୍ ରୁ ଏକ ୱେବ୍ ପେଜ୍ କିମ୍ୱା ଏକ ଡକ୍ୟୁମେଣ୍ଟ୍ ଖୋଲିବାକୁ ହାଇପର୍ ଲିଙ୍କିଙ୍ଗ୍ ସରଳ କରିଥାଏ | |
02:49 | ଏକ ପ୍ରେଜେଣ୍ଟେଶନ୍ ରେ କିପରି ହାଇପର୍ ଲିଙ୍କ୍ କରାଯାଏ, ତାହା ଆମେ ଦେଖିବା | |
02:54 | ଓଭର୍ ଭ୍ୟୁ ଶୀର୍ଷକ ସ୍ଲାଇଡ୍ ପରେ ଏକ ନୂଆ ସ୍ଲାଇଡ୍ ଇନ୍ସର୍ଟ କରନ୍ତୁ | |
03:02 | ଟାଇଟଲ୍ ରେ କ୍ଲିକ୍ କରି ’ଟେବଲ୍ ଅଫ୍ କଣ୍ଟେଣ୍ଟସ୍’ ଟାଇପ୍ କରନ୍ତୁ | |
03:07 | ବଡୀ ଟେକ୍ସଟ୍ ବକ୍ସରେ କ୍ଲିକ୍ କରନ୍ତୁ ଓ ନିମ୍ନାନୁସାରେ ପରବର୍ତ୍ତୀ ସ୍ଲାଇଡ୍ ଗୁଡ଼ିକର ଟାଇଟଲ୍ ଟାଇପ୍ କରନ୍ତୁ: |
03:13 | ଓପନ୍ ସୋର୍ସ ଫନୀ
ଦି ପ୍ରେଜେଣ୍ଟ୍ ସିଚୁଏଶନ୍ ଡେଭେଲପମେଣ୍ଟ୍ ଅପ୍ ଟୁ ପ୍ରେଜେଣ୍ଟ୍ ପୋଟେନ୍ସିଆଲ୍ ଅଲ୍ଟର୍ନେଟିଭ୍ସ ରେକମେଣ୍ଡେଶନ୍ |
03:24 | ଡେଭେଲପମେଣ୍ଟ୍ ଅପ୍ ଟୁ ପ୍ରେଜେଣ୍ଟ୍ ଟେକ୍ସଟ୍ ସିଲେକ୍ଟ କରନ୍ତୁ | |
03:28 | ଇନ୍ସର୍ଟ ଓ ହାଇପର୍ ଲିଙ୍କ୍ କ୍ଲିକ୍ କରନ୍ତୁ | |
03:31 | ଏହା, ହାଇପର୍ ଲିଙ୍କ୍ ଡାୟଲଗ୍ ବକ୍ସ ଖୋଲିବ | |
03:34 | ବାମ ପେନ୍ ରେ ’ଡକ୍ୟୁମେଣ୍ଟ୍’ ସିଲେକ୍ଟ କରନ୍ତୁ | ତା’ପରେ ’ଟାର୍ଗେଟ୍ ଇନ୍ ଡକ୍ୟୁମେଣ୍ଟ୍’ ଫିଲ୍ଡର ଡାହାଣ ପଟେ ଥିବା ବଟନ୍ ଉପରେ କ୍ଲିକ୍ କରନ୍ତୁ | |
03:48 | ଏହି ପ୍ରେଜେଣ୍ଟେଶନ୍ ରେ ଥିବା ସ୍ଲାଇଡ୍ ଗୁଡ଼ିକର ତାଲିକା ଖୋଲିବ | |
03:53 | ତାଲିକାରୁ ’ଡେଭେଲପମେଣ୍ଟ୍ ଅପ୍ ଟୁ ପ୍ରେଜେଣ୍ଟ୍’ ଶୀର୍ଷକ ସ୍ଲାଇଡ୍ ସିଲେକ୍ଟ କରନ୍ତୁ | |
03:58 | ଏହି ତାଲିକାର ଆପ୍ଲାଏ ବଟନ୍ କ୍ଲିକ୍ କରି କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
04:04 | ହାଇପର୍ ଲିଙ୍କ୍ ଡାୟଲଗ୍ ବକ୍ସରେ ପୁଣିଥରେ ଆପ୍ଲାଏ ବଟନ୍ ରେ କ୍ଲିକ୍ କରି କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
04:12 | ସ୍ଲାଇଡ୍ ରେ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ | |
04:14 | ଏବେ, ଯେତେବେଳେ ଆପଣ ନିଜ ମାଉସ୍ କର୍ସର୍ ଟେକ୍ସଟ୍ ଉପରେ ଚଲାଇବେ, କର୍ସର୍ ଟି ଏକ ପଏଣ୍ଟିଙ୍ଗ୍ ଫିଙ୍ଗର୍ ରେ ପରିଣତ ହୋଇଯିବ | |
04:20 | ଏହାର ଅର୍ଥ, ହାଇପର୍ ଲିଙ୍କିଙ୍ଗ୍ ସଫଳ ହୋଇଛି | |
04:24 | ହାଇପର୍ ଲିଙ୍କ୍ ରେ କ୍ଲିକ୍ କଲେ ତାହା ଆପଣଙ୍କୁ ସମ୍ପର୍କିତ ସ୍ଲାଇଡ୍ କୁ ନେଇଯିବ |
04:29 | ଅନ୍ୟ ଏକ ଡକ୍ୟୁମେଣ୍ଟ୍ କୁ ହାଇପର୍ ଲିଙ୍କ୍ କରିବାକୁ, ଟେବଲ୍ ଅଫ୍ କଣ୍ଟେଣ୍ଟସ୍ ସ୍ଲାଇଡ୍ କୁ ଚାଲନ୍ତୁ | |
04:35 | ଏବେ, ଆଉ ଏକ ଲାଇନ୍ ଆଇଟମ୍ : ଏକ୍ସଟର୍ନାଲ୍ ଡକ୍ୟୁମେଣ୍ଟ୍ ଆଡ୍ କରନ୍ତୁ | |
04:40 | ଟେକ୍ସଟ୍ ଲାଇନ୍ କୁ ସିଲେକ୍ଟ କରନ୍ତୁ ଓ ଇନ୍ସର୍ଟରେ କ୍ଲିକ୍ କରି ହାଇପର୍ ଲିଙ୍କ୍ ରେ କ୍ଲିକ୍ କରନ୍ତୁ | |
04:45 | ବାମ ପେନ୍ ରେ ଡକ୍ୟୁମେଣ୍ଟ୍ ସିଲେକ୍ଟ କରନ୍ତୁ |
04:48 | ଡକ୍ୟୁମେଣ୍ଟ୍ ପାଥ୍ ଫିଲ୍ଡର ଡାହାଣପଟେ ଥିବା ଫୋଲ୍ଡର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ | |
04:55 | ହାଇପର୍ ଲିଙ୍କ୍ କରିବାକୁ ଚାହୁଁଥିବା ଡକ୍ୟୁମେଣ୍ଟ୍ କୁ ସିଲେକ୍ଟ କରନ୍ତୁ | |
04:58 | ରାଇଟର୍ ସିରିଜ୍ ରେ କ୍ରିଏଟ୍ କରିଥିବା resume.odt ଚୟନ କରି ଓପନ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
05:07 | ହାଇପର୍ ଲିଙ୍କ୍ ଡାୟଲଗ୍ ବକ୍ସରେ ଆପ୍ଲାଏ ବଟନ୍ କ୍ଲିକ୍ କରି କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
05:14 | ସ୍ଲାଇଡ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ | |
05:17 | ଏବେ, ଟେକ୍ସଟ୍ ଉପରେ କର୍ସର୍ ଚଲାଇଲେ, କର୍ସର୍ ଟି ଏକ ପଏଣ୍ଟିଙ୍ଗ୍ ଫିଙ୍ଗର୍ ରେ ପରିଣତ ହୋଇଯିବ | |
05:22 | ଏହାର ଅର୍ଥ, ହାଇପର୍ ଲିଙ୍କିଙ୍ଗ୍ ସଫଳ ହେଲା! |
05:26 | ହାଇପର୍ ଲିଙ୍କ୍ ହୋଇଥିବା ଟେକ୍ସଟ୍ ଉପରେ କ୍ଲିକ୍ କଲେ, ତାହା ପ୍ରାସଙ୍ଗିକ ଡକ୍ୟୁମେଣ୍ଟ୍ କୁ ନେଇଯିବ | |
05:31 | ଆମ କ୍ଷେତ୍ରରେ ଏହା resume.odtକୁ ନେବ | |
05:36 | ସମାନ ଭାବରେ ୱେବ୍ ପେଜ୍ ସହିତ ହାଇପର୍ ଲିଙ୍କ୍ କରିହେବ | |
05:40 | ପ୍ରେଜେଣ୍ଟେଶନ୍ ର ଶେଷରେ ଏକ ନୂଆ ସ୍ଲାଇଡ୍ ଇନ୍ସର୍ଟ କରନ୍ତୁ | |
05:43 | ଟାଇଟଲ୍ କୁ ’ଏସେନ୍ସିଆଲ୍ ଓପନ୍ ସୋର୍ସ ସଫ୍ଟୱେର୍’କୁ ଚେଞ୍ଜ୍ କରନ୍ତୁ | |
05:48 | ବଡୀ ଟେକ୍ସଟ୍ ବକ୍ସରେ ’ଉବୁଣ୍ଟୁ ଲିବର୍ ଅଫିସ୍’ ଟାଇପ୍ କରନ୍ତୁ | |
05:53 | ଟେକ୍ସଟ୍ ର ଦ୍ୱିତୀୟ ଲାଇନ୍ ସିଲେକ୍ଟ କରି ଇନ୍ସର୍ଟ ଓ ହାଇପର୍ ଲିଙ୍କ୍ ରେ କ୍ଲିକ୍ କରନ୍ତୁ | |
06:00 | ବାମ ପେନ୍ ରେ ଇଣ୍ଟର୍ନେଟ୍ ସିଲେକ୍ଟ କରନ୍ତୁ | |
06:03 | ହାଇପର୍ ଲିଙ୍କ୍ ଟାଇପ୍ ରେ ୱେବ୍ ସିଲେକ୍ଟ କରନ୍ତୁ | |
06:07 | ଟାର୍ଗେଟ୍ ଫିଲ୍ଡରେ ’www.liberoffice.org’ ଟାଇପ୍ କରନ୍ତୁ | |
06:16 | ହାଇପର୍ ଲିଙ୍କ୍ ଡାୟଲଗ୍ ବକ୍ସରେ ଆପ୍ଲାଏ ଓ ତା’ପରେ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
06:23 | ସ୍ଲାଇଡ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ | |
06:26 | ବର୍ତ୍ତମାନ, ଟେକ୍ସଟ୍ ଉପରେ କର୍ସର୍ ଚଲାଇଲେ,କର୍ସର୍ ଟି ଏକ ପଏଣ୍ଟିଙ୍ଗ୍ ଫିଙ୍ଗର୍ ରେ ପରିଣତ ହୋଇଯିବ | |
06:32 | ଏହାର ଅର୍ଥ ହାଇପର୍ ଲିଙ୍କିଙ୍ଗ୍ ସଫଳ ହେଲା | |
06:37 | ଏବେ ହାଇପର୍ ଲିଙ୍କ୍ ହୋଇଥିବା ଟେକ୍ସଟ୍ ରେ କ୍ଲିକ୍ କଲେ ତାହା ସେହି ୱେବ୍ ପେଜ୍ କୁ ନେଇଯିବ | |
06:44 | ଶେଷରେ, Columns ଓ Rowsରେ ଡାଟା ଅର୍ଗାନାଇଜ୍ କରିବାକୁ ଟେବଲ୍ସ ବ୍ୟବହୃତ ହୋଇଥାଏ | |
06:49 | ଏବେ ଆସନ୍ତୁ, ଟେବଲ୍ ଇନ୍ସର୍ଟ କିପରି କରାଯାଏ, ଶିଖିବା | |
06:54 | ସ୍ଲାଇଡ୍ ପେନ୍ ରୁ ’ଡେଭେଲପମେଣ୍ଟ୍ ଅପ୍ ଟୁ ଦି ପ୍ରେଜେଣ୍ଟ୍’ ଶୀର୍ଷକ ସ୍ଲାଇଡ୍ ସିଲେକ୍ଟ କରନ୍ତୁ | |
07:00 | ଟାସ୍କ ପେନ୍ ରେ ଥିବା ଲେଆଉଟ୍ ସେକ୍ସନ୍ ରୁ ଟାଇଟଲ୍ ଓ ୨ଟି କଣ୍ଟେଣ୍ଟ୍ ଆଇକନ୍ ସିଲେକ୍ଟ କରନ୍ତୁ | |
07:07 | ବାମ ସାଇଡ୍ ଟେକ୍ସଟ୍ ବକ୍ସରେ ଟେକ୍ସଟ୍ ସିଲେକ୍ଟ କରନ୍ତୁ | |
07:14 | ଓ ଫଣ୍ଟ ସାଇଜ୍ ୨୬କୁ ହ୍ରାସ କରନ୍ତୁ | |
07:17 | ଡାହାଣପଟ ଟେକ୍ସଟ୍ ବକ୍ସରେ, ଇନ୍ସର୍ଟ ଟୁଲ୍ ବାର୍ ଇନ୍ ଦି ସେଣ୍ଟର୍ ରୁ ’ଇନ୍ସର୍ଟ ଟେବଲ୍’ ଆଇକନ୍ ଉପରେ କ୍ଲିକ୍ କରନ୍ତୁ | |
07:25 | ଡିଫଲ୍ଟ ଭାବରେ, ୫ଟି Column ଓ ୨ଟି Rows ପ୍ରଦର୍ଶିତ ହେଉଛି | |
07:33 | ଆମେ, ୨ଟି Column ଓ ୫ଟି Rowsକୁ ପରିବର୍ତ୍ତନ କରିବା | |
07:41 | ଓକେ କ୍ଲିକ୍ କରନ୍ତୁ | |
07:44 | ଟେବଲ୍ କୁ ଆସନ୍ତୁ ବଢ଼ାଇବା, ଯେଉଁଥିରୁ ଟେକ୍ସଟ୍ ପଢ଼ିହେବ | |
07:49 | ପ୍ରଦର୍ଶିତ ଅନୁସାରେ ଟେବଲ୍ ରେ ଡାଟା ଏଣ୍ଟର୍ କରନ୍ତୁ - |
07:51 | ଇମ୍ପ୍ଲେମେଣ୍ଟେଶନ୍ ୟର୍ ଆଣ୍ଡ୍ % |
07:56 | ୨୦୦୬ ୧୦% |
07:59 | ୨୦୦୭ ୨୦% |
08:02 | ୨୦୦୮ ୩୦% |
08:05 | ୨୦୦୯ ୪୦% |
08:08 | ଏବେ ଆସନ୍ତୁ, ହେଡର୍ Rowର ଫଣ୍ଟ୍ ଚେଞ୍ଜ୍ କରି ଟେକ୍ସଟ୍ କୁ ସେଣ୍ଟର୍ କରିବା | |
08:17 | ଟେବଲ୍ ର କଲର୍ ଚେଞ୍ଜ୍ କରିବା ପାଇଁ ପ୍ରଥମେ ସମସ୍ତ ଟେକ୍ସଟ୍ ସିଲେକ୍ଟ କରନ୍ତୁ | |
08:22 | ତା’ପରେ ଟାସ୍କ ପେନ୍ ରେ ଥିବା ଟେବଲ୍ ଡିଜାଇନ୍ ରୁ ଏକ ଟେବଲ୍ ଷ୍ଟାଇଲ୍ ସିଲେକ୍ଟ କରନ୍ତୁ | ମୁଁ ଏଇଟା ସିଲେକ୍ଟ କରିବି | |
08:30 | ଦେଖନ୍ତୁ, ଟେବଲ୍ ଟି ଏବେ କିପରି ଦେଖାଗଲା | |
08:33 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
08:37 | ସଂକ୍ଷେପରେ ଆମେ ଯାହା ଶିଖିଲେ : କିପରି ପିକ୍ଚର୍ ଇନ୍ସର୍ଟ ଓ ସେଗୁଡ଼ିକୁ ଫର୍ମାଟ୍ କରିବା |
08:43 | ପ୍ରେଜେଣ୍ଟେଶନ୍ ଭିତରେ ଓ ବାହାରେ ହାଇପର୍ ଲିଙ୍କ୍ ଓ ଟେବଲ୍ ଇନ୍ସର୍ଟ କରିବା |
08:49 | କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ |
08:53 | ଏକ ନୂଆ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରନ୍ତୁ | |
08:55 | ୩ୟ ସ୍ଲାଇଡ୍ ରେ ଏକ ପିକ୍ଚର୍ ଇନ୍ସର୍ଟ କରନ୍ତୁ | |
08:58 | ୪ର୍ଥ ସ୍ଲାଇଡ୍ ରେ, ୨ଟି Row ଓ ୩ଟି Column ବିଶିଷ୍ଟ ଏକ ଟେବଲ୍ କ୍ରିଏଟ୍ କରନ୍ତୁ | |
09:03 | ଟେବଲ୍ ର Row ୨ Column ୨ରେ ’ସ୍ଲାଇଡ୍ ୩’ ଟାଇପ୍ କରନ୍ତୁ | ଏହି ଟେକ୍ସଟ୍ କୁ ୩ୟ ସ୍ଲାଇଡ୍ ସହ ହାଇପର୍ ଲିଙ୍କ୍ କରନ୍ତୁ | |
09:14 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
09:17 | ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | |
09:20 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
09:25 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | |
09:30 | ଅନଲାଇନ୍ ଟେଷ୍ଟ୍ ରେ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ | |
09:34 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | |
09:41 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
09:46 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
09:53 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
10:05 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |