Difference between revisions of "LibreOffice-Suite-Impress/C3/Slide-Creation/Oriya"

From Script | Spoken-Tutorial
Jump to: navigation, search
Line 311: Line 311:
 
|| 09.37
 
|| 09.37
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
-
+
|-
 
|| 09.48
 
|| 09.48
 
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|-
 
|-
 
|}
 
|}

Revision as of 19:16, 5 June 2015

Resources for recording

Slide Creation


Time Narration
00.00 ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ ସ୍ଲାଇଡ୍ କ୍ରିଏଶନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00.06 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା: ସ୍ଲାଇଡ୍ ଶୋଜ୍, ସ୍ଲାଇଡ୍ ଟ୍ରାଞ୍ଜିଶନ୍ସ, ଅଟୋମେଟିକ୍ ଶୋଜ୍
00.16 ଦର୍ଶକଙ୍କ ସାମ୍ନାରେ ସ୍ଲାଇଡ୍ସ ଉପସ୍ଥାପିତ କରିବା ପାଇଁ ସ୍ଲାଇଡ୍ ଶୋର ବ୍ୟବହାର କରାଯାଏ
00.21 ଡେସ୍କଟପ୍ କିମ୍ୱା ପ୍ରୋଜେକ୍ଟର୍‌ରେ ସ୍ଲାଇଡ୍ ଶୋ ଦେଖାଯାଇପାରିବ
00.25 ସ୍ଲାଇଡ୍ ଶୋ, ସମ୍ପୂର୍ଣ୍ଣ କମ୍ପ୍ୟୁଟର୍ ସ୍କ୍ରୀନ୍ ଅଧିକାର କରିଥାଏ
00.30 ସ୍ଲାଇଡ୍ ଶୋ ମୋଡ୍‌ରେ ପ୍ରେଜେଣ୍ଟେଶନ୍‌କୁ ଏଡିଟ୍ କରିହୁଏ ନାହିଁ
00.34 ସ୍ଲାଇଡ୍ ଶୋ କେବଳ ପ୍ରଦର୍ଶନ ପାଇଁ ଅଟେ
00.38 Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
00.43 ଏହି ପ୍ରେଜେଣ୍ଟେଶନ୍‌କୁ ଏକ Slide Show ଭାବରେ ଦେଖନ୍ତୁ
00.47 Main ମେନୁରୁ, Slide Show ଉପରେ ଓ ତା’ପରେ Slide Show ଉପରେ କ୍ଲିକ୍ କରନ୍ତୁ
00.53 ବିକଳ୍ପ ଭାବରେ, ସ୍ଲାଇଡ୍ ଶୋ ଆରମ୍ଭ କରିବା ପାଇଁ ଆପଣ F5 ଫଙ୍କ୍ସନ୍ କୀ ବ୍ୟବହାର କରିପାରିବେ
01.00 ପ୍ରେଜେଣ୍ଟେଶନ୍‌ଟି ଏକ ସ୍ଲାଇଡ୍ ଶୋ ଭାବରେ ପ୍ରଦର୍ଶିତ ହେଲା
01.04 କୀ’ବୋର୍ଡର ଏରୋ ବଟନ୍ସ ବ୍ୟବହାର କରି ଆପଣ ସ୍ଲାଇଡ୍ସ ମଧ୍ୟରେ ନେଭିଗେଟ୍ କରିପାରିବେ
01.10 ବିକଳ୍ପ ଭାବରେ, କଣ୍ଟେକ୍ସଟ୍ ମେନୁ ପାଇଁ ମାଉସ୍ ରାଇଟ୍ କ୍ଲିକ୍ କରି Next ସିଲେକ୍ଟ କରନ୍ତୁ
01.16 ଏହା ଆପଣଙ୍କୁ ପରବର୍ତ୍ତୀ ସ୍ଲାଇଡ୍‌କୁ ନେଇଯିବ
01.20 ସ୍ଲାଇଡ୍ ଶୋରୁ ବାହାରିବା ପାଇଁ, କଣ୍ଟେକ୍ସଟ୍ ମେନୁ ପାଇଁ ମାଉସ୍ ରାଇଟ୍ କ୍ଲିକ୍ କରନ୍ତୁ ଓ End Show ସିଲେକ୍ଟ କରନ୍ତୁ
01.28 Escape ବଟନ୍ ଦାବିବା ହେଉଛି ଅନ୍ୟଏକ ମାର୍ଗ
01.33 Mouse pointer as pen ଅପ୍ସନ୍ ବ୍ୟବହାର କରି ଆପଣ ନିଜ ଦର୍ଶକମାନଙ୍କ ସହିତ ମଧ୍ୟ ଆଲୋଚନା କରିପାରିବେ
01.40 ଏହି ଅପ୍ସନ୍‌କୁ ଏନାବଲ୍ କରି ଦେଖିବା କ’ଣ ହେଉଛି
01.45 Main ମେନୁରୁ Slide showରେ କ୍ଲିକ୍ କରି Slide Show Settingsରେ କ୍ଲିକ୍ କରନ୍ତୁ
01.51 Slide Show ଡାୟଲଗ୍ ବକ୍ସ ଦେଖାଦେବ
01.54 Optionsରେ, Mouse Pointer visible ଓ Mouse Pointer as Pen ବକ୍ସଗୁଡ଼ିକ ଚେକ୍ କରନ୍ତୁ
02.02 ଡାୟଲଗ୍ ବକ୍ସ ବନ୍ଦ କରିବାକୁ OK କ୍ଲିକ୍ କରନ୍ତୁ
02.06 ପୁଣିଥରେ, Main ମେନୁରୁ Slide Show ଉପରେ କ୍ଲିକ୍ କରି Slide Showରେ କ୍ଲିକ୍ କରନ୍ତୁ
02.13 ଦେଖନ୍ତୁ କର୍ସର୍‌ଟି ଏବେ ଏକ ପେନ୍‌ରେ ପରିବର୍ତ୍ତିତ ହୋଇଗଲା
02.17 ଏହି ଅପ୍ସନ୍, ସ୍ଲାଇଡ୍ ଶୋ ମୋଡ୍‌ରେ ଥିବାବେଳେ ପ୍ରେଜେଣ୍ଟେଶନ୍‌ରେ ଲେଖିବା କିମ୍ୱା ଡ୍ର’ କରିବାରେ ସାହାଯ୍ୟ କରିଥାଏ
02.24 ଆପଣ ଯେତେବେଳେ ବାମ ମାଉସ୍ ବଟନ୍ ଦାବିବେ, ପେନ୍‌ରେ ସ୍କେଚ୍ କରିପାରିବେ
02.29 ଚାଲନ୍ତୁ, ପ୍ରଥମ ପଏଣ୍ଟରେ ଗୋଟିଏ ମୋଟା ଚିହ୍ନ ଆଙ୍କିବା
02.34 ଏହି ଆସାଇନ୍‌ମେଣ୍ଟ କରିବାକୁ ଏହି ଟ୍ୟୁଟୋରିଆଲ୍‌କୁ ପଜ୍ କରନ୍ତୁ
02.38 ଇମ୍ପ୍ରେସ୍ ସ୍ଲାଇଡ୍‌ରେ ଏକ ଛୋଟ ଡାଏଗ୍ରାମ୍ ଡ୍ର’ କରିବାକୁ ସ୍କେଚ୍ ପେନ୍ ବ୍ୟବହାର କରନ୍ତୁ
02.47 ଏବେ, ମାଉସ୍ ବଟନ୍‌ରେ ବାମ କ୍ଲିକ୍ କରନ୍ତୁ. ପରବର୍ତ୍ତୀ ସ୍ଲାଇଡ୍ ପ୍ରଦର୍ଶିତ ହେଲା
02.52 ଆପଣ Space Bar ପ୍ରେସ୍ କରି ମଧ୍ୟ ପରବର୍ତ୍ତୀ ସ୍ଲାଇଡ୍‌କୁ ଯାଇପାରିବେ
02.57 ସ୍ଲାଇଡ୍ ଶୋ’ରୁ ବାହାରି ଆସନ୍ତୁ. କଣ୍ଟେକ୍ସଟ୍ ମେନୁ ପାଇଁ ରାଇଟ୍ କ୍ଲିକ୍ କରି End Show କ୍ଲିକ୍ କରନ୍ତୁ
03.05 ଏବେ, Slide Transitions ବିଷୟରେ ଶିଖିବା
03.09 Slide Transitions କ’ଣ?
03.12 ଟ୍ରାଞ୍ଜିସନ୍ସ ହେଉଛି ଇଫେକ୍ଟସ୍, ଯାହା ଏକ ପ୍ରେଜେଣ୍ଟେଶନ୍‌ରେ ଗୋଟିଏ ସ୍ଲାଇଡ୍‌ରୁ ପରବର୍ତ୍ତୀ ସ୍ଲାଇଡ୍‌କୁ ଟ୍ରାଞ୍ଜିସନ୍ କରିବା କିମ୍ୱା ଯିବା ସମୟରେ ସ୍ଲାଇଡ୍ସରେ ଲାଗୁହୁଏ
03.22 Main ପେନ୍‌ରୁ Slide Sorter ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
03.26 ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସ ଏଠାରେ ପ୍ରଦର୍ଶିତ ହେଲା
03.31 ଏହି ଭ୍ୟୁରେ, ଏକ ପ୍ରେଜେଣ୍ଟେଶନ୍‌ରେ ଆପଣ ସହଜରେ ସ୍ଲାଇଡ୍‌ଗୁଡ଼ିକର କ୍ରମ ବଦଳାଇପାରିବେ
03.37 ସ୍ଲାଇଡ୍ 1 ସିଲେକ୍ଟ କରନ୍ତୁ
03.40 ଏବେ, ବାମ ମାଉସ୍ ବଟନ୍ ପ୍ରେସ୍ କରନ୍ତୁ. ସ୍ଲାଇଡ୍ ତିନି ଓ ଚାରି ମଧ୍ୟରେ ସ୍ଲାଇଡ୍‌କୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
03.48 ସ୍ଲାଇଡ୍‌ଗୁଡ଼ିକ ପୁନଃବ୍ୟବସ୍ଥିତ ହୋଇଗଲା
03.52 ଏହି ଆକ୍ସନ୍‌କୁ Undo କରିବା ପାଇଁ CTRL+Z ଦାବନ୍ତୁ
03.57 ଆପଣ ଗୋଟିଏ ଥରରେ ପ୍ରତ୍ୟେକ ସ୍ଲାଇଡ୍‌ରେ ବିଭିନ୍ନ ଟ୍ରାଞ୍ଜିସନ୍ସ ଆଡ୍ କରିପାରିବେ
04.02 Slide Sorter ଭ୍ୟୁରୁ ପ୍ରଥମ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
04.06 ଏବେ, Task ପେନ୍‌ରୁ Slide Transitionsରେ କ୍ଲିକ୍ କରନ୍ତୁ
04.13 Apply to selected slidesରେ ସ୍କ୍ରୋଲ୍ କରି Wipe Up ସିଲେକ୍ଟ କରନ୍ତୁ
04.19 ଦେଖନ୍ତୁ, ଟ୍ରାଞ୍ଜିଶନ୍ ଇଫେକ୍ଟ ମେନ୍ ପେନ୍‌ରେ ପ୍ରଦର୍ଶିତ ହେଲା
04.24 Speed drop down menuରୁ ଅପ୍ସନ୍ସ ଚୟନ କରି ଆପଣ ଟ୍ରାଞ୍ଜିଶନ୍ ସ୍ପୀଡ୍ ନିୟନ୍ତ୍ରଣ କରିପାରିବେ
04.31 Modify Transitionsରେ Speed ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ. Medium କ୍ଲିକ୍ କରନ୍ତୁ
04.39 ଚାଲନ୍ତୁ ଏବେ, ଟ୍ରାଞ୍ଜିଶନ୍‌ରେ ଏକ ସାଉଣ୍ଡ ସେଟ୍ କରିବା
04.43 Modify Transitionsରେ Sound ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରି Beam ଚୟନ କରନ୍ତୁ
04.52 ସେହିପରି, ଦ୍ୱିତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
04.56 Task ପେନ୍‌ରେ Slide Transitions ଉପରେ କ୍ଲିକ୍ କରନ୍ତୁ
05.00 Apply to selected slidesରେ wheel clockwise, 4 spokes ସିଲେକ୍ଟ କରନ୍ତୁ
05.08 ଏବେ, Speed ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରି Medium ସିଲେକ୍ଟ କରନ୍ତୁ
05.13 ତା’ପରେ Sound ଡ୍ରପ୍ ଡାଉନ୍ ବକ୍ସରୁ Applause ଚୟନ କରନ୍ତୁ
05.21 ଏବେ, ଆମେ ତିଆରି କରିଥିବା ଟ୍ରାଞ୍ଜିଶନ୍ ଇଫେକ୍ଟର ପ୍ରିଭ୍ୟୁ ଦେଖିବା
05.25 Play କ୍ଲିକ୍ କରନ୍ତୁ
05.28 ଏବେ ଆମେ, କିପରି ଆନିମେଟ୍ ଓ ଗୋଟିଏ ସ୍ଲାଇଡ୍ ଟ୍ରାଞ୍ଜିଶନ୍ ସହ ଏକ ସାଉଣ୍ଡ ଇଫେକ୍ଟ କିପରି ଆଡ୍ କରାଯାଏ, ଶିଖିଲେ
05.35 ଅଟୋମେଟିକାଲୀ ଆଗକୁ ବଢୁଥିବା ପ୍ରେଜେଣ୍ଟେଶନ୍ କ୍ରିଏଟ୍ କିପରି କରାଯାଏ, ବର୍ତ୍ତମାନ ଆମେ ଶିଖିବା
05.42 Task ପେନ୍‌ରୁ Slide Transitions କ୍ଲିକ୍ କରନ୍ତୁ
05.46 Transition Typeରୁ Checkerboard Down ସିଲେକ୍ଟ କରନ୍ତୁ
05.50 Speed ଡ୍ରପ୍ ଡାଉନ୍‌ରେ Medium ସିଲେକ୍ଟ କରନ୍ତୁ
05.55 Sound ଡ୍ରପ୍ ଡାଉନ୍‌ରୁ Gong ସିଲେକ୍ଟ କରନ୍ତୁ
06.00 Loop Until Next Sound ଚେକ୍ କରନ୍ତୁ
06.04 Automatically After ରେଡିଓ ବଟନ୍ କ୍ଲିକ୍ କରନ୍ତୁ
06.09 1 sec ଭାବରେ ଟାଇମ୍ ସିଲେକ୍ଟ କରନ୍ତୁ
06.14 Apply to all Slides ଉପରେ କ୍ଲିକ୍ କରନ୍ତୁ
06.18 ଧ୍ୟାନଦିଅନ୍ତୁ, Apply to all Slides ବଟନ୍‌ରେ କ୍ଲିକ୍ କଲେ ସମାନ ଟ୍ରାଞ୍ଜିଶନ୍ ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଯିବ
06.25 ଏହି ମାର୍ଗରେ ଆମକୁ ପ୍ରତ୍ୟେକ ସ୍ଲାଇଡ୍‌ରେ ପୃଥକ୍ ଭାବେ ଟ୍ରାଞ୍ଜିଶନ୍ ଆଡ୍ କରିବା ଦରକାର ନାହିଁ
06.31 ମେନ୍ ମେନୁରୁ Slide Show ଉପରେ କ୍ଲିକ୍ କରନ୍ତୁ ଓ ତା’ପରେ Slide Show ସିଲେକ୍ଟ କରନ୍ତୁ
06.38 ଦେଖନ୍ତୁ, ସ୍ଲାଇଡ୍‌ଗୁଡ଼ିକ ଅଟୋମେଟିକାଲୀ ଆଗକୁ ବଢୁଛନ୍ତି
06.49 ପ୍ରେଜେଣ୍ଟେଶନ୍‌ରୁ ବାହାରିବା ପାଇଁ Escape କୀ ଦାବନ୍ତୁ
06.54 ଏବେ ଆମେ, ଏପରି ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବା ବିଷୟରେ ଶିଖିବା, ଯାହା ଅଟୋମେଟିକାଲୀ ଆଗକୁ ବଢିବ, ହେଲେ ପ୍ରତ୍ୟେକ ସ୍ଲାଇଡ୍ ପାଇଁ ଭିନ୍ନ ପ୍ରଦର୍ଶନ ସମୟ ସହିତ
07.03 ଯେତେବେଳେ ପ୍ରେଜେଣ୍ଟେଶନ୍‌ରେ ଥିବା କିଛି ସ୍ଲାଇଡ୍‌ଗୁଡ଼ିକର କଣ୍ଟେଣ୍ଟ ବଡ଼ ଥିବ କିମ୍ୱା ଅଧିକ ଜଟିଳ ଥିବ, ସେତେବେଳେ ଏହା ଉପଯୋଗୀ ଅଟେ
07.13 ମେନ୍ ପେନ୍‌ରୁ ପ୍ରଥମେ Slide Sorter ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
07.18 ଦ୍ୱିତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
07.21 Task ପେନ୍‌କୁ ଯାଆନ୍ତୁ
07.24 Slide Transitionsରେ ଥିବା Advance Slide ଅପ୍ସନ୍‌କୁ ଯାଆନ୍ତୁ
07.29 Automatically after ଫିଲ୍ଡରେ 2 ସେକେଣ୍ଡସ୍ ଏଣ୍ଟର୍ କରନ୍ତୁ
07.37 ମେନ୍ ପେନ୍‌ରୁ ତୃତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
07.42 Task ପେନ୍‌କୁ ଯାଆନ୍ତୁ
7.44 Slide Transitionsରେ ଥିବା Advance Slide ଅପ୍ସନ୍‌କୁ ଯାଆନ୍ତୁ
07.49 Automatically after ଫିଲ୍ଡରେ 3 ସେକେଣ୍ଡସ୍ ଏଣ୍ଟର୍ କରନ୍ତୁ
07.57 ଚତୁର୍ଥ ସ୍ଲାଇଡ୍ ସିଲେକ୍ଟ କରି ପୂର୍ବ ସ୍ଲାଇଡ୍‌ଗୁଡ଼ିକରେ କରିଥିବା ପରି ସମାନ ପଦକ୍ଷେପ ପାଳନ କରନ୍ତୁ ଓ ଟାଇମ୍‌କୁ 4 ସେକେଣ୍ଡସ୍‌କୁ ପରିବର୍ତ୍ତନ କରନ୍ତୁ
08.08 ମେନ୍ ମେନୁରୁ Slide Show ରେ କ୍ଲିକ୍ କରିବା ପରେ Slide Show ଉପରେ କ୍ଲିକ୍ କରନ୍ତୁ
08.13 ଦେଖନ୍ତୁ, ପ୍ରତ୍ୟେକ ସ୍ଲାଇଡ୍ ଭିନ୍ନ ସମୟ ଦୀର୍ଘତାରେ ପ୍ରଦର୍ଶିତ ହେଲା
08.19 ପ୍ରେଜେଣ୍ଟେଶନ୍‌ରୁ ବାହାରିବା ପାଇଁ Escape କୀ ଦାବନ୍ତୁ
08.24 ଏହା ଆମକୁ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲ୍‌ରେ ଆମେ ସ୍ଲାଇଡ୍ ଶୋଜ୍, ସ୍ଲାଇଡ୍ ଟ୍ରାଞ୍ଜିଶନ୍ସ, ଅଟୋମେଟିକ୍ ଶୋ’ ବିଷୟରେ ଶିଖିଲେ
08.37 ଏକ ଆସାଇନ୍‌ମେଣ୍ଟ ଭାବେ
08.40 ଏକ ନୂଆ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରନ୍ତୁ
08.42 ଏକ wheel clockwise ଆଡ୍ କରନ୍ତୁ
08.46 Gong ସାଉଣ୍ଡ ସହିତ ୨ୟ ଓ ୩ୟ ସ୍ଲାଇଡ୍ ପାଇଁ ମିଡିୟମ୍ ସ୍ପୀଡ୍‌ରେ 2 ସ୍ପୋକ୍ ଟ୍ରାଞ୍ଜିଶନ୍ ଦିଅନ୍ତୁ
08.54 ଏକ ଅଟୋମେଟିକ୍ ସ୍ଲାଇଡ୍ ଶୋ କ୍ରିଏଟ୍ କରନ୍ତୁ
08.58 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09.04 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
09.09 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09.18 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
09.25 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09.37 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
09.48 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep