Difference between revisions of "Health-and-Nutrition/C2/Nipple-conditions/Oriya"
From Script | Spoken-Tutorial
Line 219: | Line 219: | ||
| ଜନ୍ମର ତୁରନ୍ତ ପରେ ସ୍ତନ୍ୟପାନ ଆରମ୍ଭ କରିଦେଲେ ଖଣ୍ଡିଆ କିମ୍ୱା ଫଟାକୁ ଏଡ଼ାଇହେବ | | ଜନ୍ମର ତୁରନ୍ତ ପରେ ସ୍ତନ୍ୟପାନ ଆରମ୍ଭ କରିଦେଲେ ଖଣ୍ଡିଆ କିମ୍ୱା ଫଟାକୁ ଏଡ଼ାଇହେବ | ||
+ | |- | ||
| 05:15 | | 05:15 | ||
| ସ୍ତନ୍ୟପାନ ସମୟରେ ଶିଶୁ ନିବିଡ଼ତାର ସହ ଲାଚ୍ ହୋଇଥିବା ଜରୁରୀ ଅଟେ | | ସ୍ତନ୍ୟପାନ ସମୟରେ ଶିଶୁ ନିବିଡ଼ତାର ସହ ଲାଚ୍ ହୋଇଥିବା ଜରୁରୀ ଅଟେ |
Revision as of 13:36, 2 September 2019
|
|
00:01 | ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପ୍ପଲ୍ ଅବସ୍ଥା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଫାଟି ଯାଇଥିବା ଯନ୍ତ୍ରଣାଦାୟକ ନିପ୍ପଲ୍ |
00:11 | ଏବଂ ଚେପଟା କିମ୍ବା ଓଲଟା ନିପ୍ପଲ୍ ବିଷୟରେ ଜାଣିବା |
00:15 | ପ୍ରଥମ ହେଉଛି, ଫାଟି ଯାଇଥିବା ଯନ୍ତ୍ରଣାଦାୟକ ନିପ୍ପଲ୍ |
00:20 | ଏଥିରେ ମା’ଙ୍କର ନିପ୍ପଲ୍ ଫାଟିଯାଇ ସେଥିରୁ ରକ୍ତ ବାହାରିଥାଏ |
00:26 | ଏହି କାରଣରୁ ନିପ୍ପଲ୍ କୁଣ୍ଡେଇ ହୁଏ ଓ ଶୁଖି ଯାଇଥାଏ |
00:30 | ଏବେ ଚାଲନ୍ତୁ ତାହାର କାରଣଗୁଡ଼ିକୁ ଆଲୋଚନା କରିବା, ଯେଉଁଗୁଡ଼ିକ ହେଉଛି - |
00:36 | ନିପ୍ପଲ୍ରୁ ସ୍ତନ୍ୟପାନ କରାଇବା, |
00:38 | ଫଙ୍ଗଲ୍ ବା ବ୍ୟାକ୍ଟେରିଆ ସଂକ୍ରମଣ, |
00:41 | ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପରେ ସ୍ତନକୁ ସଫା କରିବାର ଅଭ୍ୟାସ |
00:45 | ଏବଂ ଶିଶୁର ଜିଭ ଯୋଡ଼ିହୋଇଥିବା |
00:47 | ଚାଲନ୍ତୁ ନିପ୍ପଲ୍ ଫୀଡିଙ୍ଗରୁ ଆରମ୍ଭ କରିବା |
00:50 | ସ୍ତନ ଖଣ୍ଡିଆ ହେବା ତଥା ଫାଟିବାର ମୁଖ୍ୟ ଓ ପ୍ରଥମ କାରଣ ହେଉଛି ନିପ୍ପଲ୍ ଫୀଡିଙ୍ଗ |
00:56 | ନିପ୍ପଲ୍ ଫୀଡିଙ୍ଗ ସମୟରେ ଶିଶୁ ପାଟିର କଠିନ ସ୍ତର ସହିତ ନିପ୍ପଲ୍ ଦାବିହୋଇଥାଏ |
01:03 | ଶିଶୁ ନିପ୍ପଲ୍କୁ ସେହି କଠିନ ସ୍ତର ଓ ଜିଭ ମଝିରେ ରଗଡ଼ିଦେଇଥାଏ |
01:08 | ରଗଡ଼ିବା କାରଣରୁ ସ୍ତନ୍ୟପାନ ଯନ୍ତ୍ରଣାଦାୟକ ହୋଇଥାଏ ଏବଂ ନିପ୍ପଲ୍ ଫାଟିଯାଇଥାଏ |
01:17 | ଭୁଲ ଲାଚିଂ କାରଣରୁ ନିପ୍ପଲ୍ ଫୀଡିଙ୍ଗ ହୋଇଥାଏ |
01:20 | ତେଣୁ, ସଠିକ୍ ଲାଚିଂ କଲେ ନିପ୍ପଲ୍ ଫୀଡିଙ୍ଗ ଦ୍ଵାରା ହେଉଥିବା ଖଣ୍ଡିଆ କିମ୍ବା ସ୍ତନ ଫାଟିବାକୁ ଏଡ଼ାଇହୁଏ |
01:29 | ଧ୍ୟାନ ଦିଅନ୍ତୁ ଯେ, ଆମେ ଏହି ସିରିଜ୍ର ଅନ୍ୟ ଟ୍ୟୁଟୋରିଆଲରେ ସଠିକ୍ ଲାଚିଂ ବିଷୟରେ ଆଲୋଚନା କରିସାରିଛେ |
01:37 | ମନେରଖନ୍ତୁ, ସଠିକ୍ ଲାଚିଙ୍ଗ ସମୟରେ ମଧ୍ୟ ଖଣ୍ଡିଆ ହୋଇଥିବା କିମ୍ବା ଫାଟିଥିବା ନିପ୍ପଲ୍ରେ ଯନ୍ତ୍ରଣା ହୋଇଥାଏ |
01:43 | ଯଦି ମା’ ସଠିକ୍ ଲାଚିଙ୍ଗ କରନ୍ତି, ତେବେ ଧୀରେଧୀରେ ଯନ୍ତ୍ରଣା କମ ହୋଇଥାଏ |
01:51 | ପରବର୍ତ୍ତୀ ହେଉଛି ଫଙ୍ଗଲ୍ ବା ବ୍ୟାକ୍ଟେରିଆ ସଂକ୍ରମଣ |
01:56 | ଯଦି ମା’ ଫଙ୍ଗଲ୍ କିମ୍ବା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋଇଥା’ନ୍ତି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ |
02:03 | ତା’ପରେ ହେଉଛି, ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ସଫା କରିବା କିଛି ମା’ଙ୍କର ଅଭ୍ୟାସ ଥାଏ |
02:09 | ଏହା ଦ୍ଵାରା ନିପଲ୍ଡ଼ିକ ଶୁଷ୍କ ହୋଇଯାଏ |
02:13 | ତେଣୁ, ଏହି ଅଭ୍ୟାସକୁ ଛାଡ଼ିବା ଦରକାର |
02:16 | ମନେରଖନ୍ତୁ, ମା’ ଗାଧୋଇବା ବେଳେ କେବଳ ଥରେ ନିପ୍ପଲ୍ ଗୁଡ଼ିକୁ ସଫା କରିପାରିବେ |
02:21 | ହେଲେ, ଥରେ ନିପ୍ପଲ୍ ଫାଟିବା ଆରମ୍ଭ ହେଲେ, ମା’ ପ୍ରତ୍ୟେକ ସ୍ତନ୍ୟପାନ ପରେ ଏହାକୁ ସଫା କରିବେ |
02:28 | ସଫା କରିସାରିବା ପରେ, ମା’ ନିଜର କ୍ଷୀରକୁ ଖଣ୍ଡିଆ ଉପରେ ଲଗାଇବା ଉଚିତ |
02:32 | ଯେହେତୁ ସେଥିରେ ସଂକ୍ରମଣକୁ ଭଲ କରିବା ଓ ରୋକିବା ପାଇଁ ଉପାଦାନ ରହିଛି |
02:39 | ତେଣୁ, ଏହା ଶିଶୁର ପାଟିରୁ ବ୍ୟାକ୍ଟେରିଆଗୁଡ଼ିକୁ ନିପ୍ପଲ୍ ଫଟା ଦେଇ ପ୍ରବେଶ କରିବାକୁ ରୋକିଥାଏ |
02:46 | ପରବର୍ତ୍ତୀ ହେଉଛି ଶିଶୁର ଯୋଡ଼ିହୋଇଥିବା ଜିଭ |
02:50 | ଏହି ଅବସ୍ଥାରେ ଶିଶୁର ଜିଭ, ପାଟି ଭିତର ତଳ ଅଂଶ ସହିତ ଯୋଡ଼ି ହୋଇଯାଇଥାଏ |
02:58 | ଏହା ବହୁତ ବିରଳ |
03:01 | ସାଧାରଣତଃ ଏହିପରି ଶିଶୁ ନିପ୍ପଲ୍ ଫୀଡିଙ୍ଗ କରିଥା’ନ୍ତି |
03:06 | ଯଦି ଶିଶୁଠାରେ ଏହା ଦେଖାଦିଏ, ତେବେ କେବଳ ସଠିକ ଲାଚିଂ ସହିତ ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକ ହୋଇଥାଏ |
03:16 | ତେଣୁ, ଏଭଳି କ୍ଷେତ୍ରରେ ମା’ଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ |
03:22 | ଏବେ ଆମେ ଖଣ୍ଡିଆ କିମ୍ବା ଫଟା ନିପ୍ପଲ୍ର ଉପଚାର ବିଷୟରେ ଆଲୋଚନା କରିବା |
03:27 | ଯଦି ଜଣେ ମା’ଙ୍କ ନିପ୍ପଲ୍ରେ ଖଣ୍ଡିଆ କିମ୍ବା ଫାଟି ଯାଇଥାଏ, ତେବେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ ଓ ନିପ୍ପଲ୍କୁ ପରୀକ୍ଷା କରିବେ |
03:37 | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କୁ ନିଜ ହାତ ସାହାଯ୍ୟରେ କିଛି କ୍ଷୀର କାଢ଼ିବା ପାଇଁ କୁହନ୍ତୁ |
03:42 | ଏହା ଦ୍ଵାରା ସ୍ତନ ନରମ ହୋଇଯିବ ଏବଂ ଶିଶୁ ସହଜରେ ଯୋଡ଼ି ହୋଇଯିବ |
03:47 | ଏହା ବ୍ୟତୀତ, କ୍ଷୀର କାଢ଼ିଦେଲେ ସଂକ୍ରମଣ, ନିପ୍ପଲ୍ ଫିସର୍ ଓ ମାଷ୍ଟାଇଟିସ୍ର ଭୟ ରୁହେ ନାହିଁ |
03:55 | ତା’ପରେ, ମା’ଙ୍କ ସ୍ତନ ସହିତ ଶିଶୁକୁ ସଠିକତାର ସହ ଯୋଡ଼ିବାରେ ସାହାଯ୍ୟ କରନ୍ତୁ |
04:01 | ମନେରଖନ୍ତୁ, କ୍ଷୀର ତିଆରି ହେବା ବାରମ୍ବାର ସ୍ତନ୍ୟପାନ କରାଇବା ଉପରେ ନିର୍ଭର କରିଥାଏ |
04:09 | ତେଣୁ, ମା’ଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବା ଉଚିତ ନୁହେଁ |
04:13 | ସ୍ତନ୍ୟପାନ କରାଇବା ସମୟରେ କମ ଯନ୍ତ୍ରଣା ଥିବା ସ୍ତନରୁ ଆରମ୍ଭ କରନ୍ତୁ |
04:20 | ଯଦି ସ୍ତନ୍ୟପାନ ଯନ୍ତ୍ରଣାଦାୟକ ହୁଏ, ତେବେ ନିଜ ହାତରେ କ୍ଷୀର କାଢ଼ି ଶିଶୁକୁ ଗୋଟିଏ ଚାମଚ କିମ୍ବା କପ୍ ସାହାଯ୍ୟରେ ପିଆଇ ପାରିବେ |
04:32 | ପୂର୍ବରୁ ଆଲୋଚିତ ଅନୁସାରେ, ପ୍ରତ୍ୟେକ ସ୍ତନ୍ୟପାନ ପରେ ପ୍ରଭାବିତ ସ୍ଥାନରେ କ୍ଷୀରର କିଛି ବୁନ୍ଦା ଲଗାନ୍ତୁ |
04:42 | ମନେରଖନ୍ତୁ, ଖଣ୍ଡିଆ କିମ୍ବା ଫାଟି ଯାଇଥିବା, ଏପରିକି ସୁସ୍ଥ ନିପ୍ପଲ୍ ଉପରେ ମଧ୍ୟ ନିମ୍ନଲିଖିତ ଜିନିଷ ଲଗାଇବେ ନାହିଁ - |
04:49 | ସାବୁନ୍, ତେଲ, ଲୋଶନ୍, ବାମ୍ ଏବଂ ପର୍ଫ୍ୟୁମ୍ |
04:54 | ଏଗୁଡ଼ିକରୁ ଜ୍ୱଳନ ହୋଇପାରେ |
04:57 | ଏହା ଜଣେ ମା’ଙ୍କର ଖଣ୍ଡିଆ କିମ୍ବା ଫାଟିଥିବା ନିପ୍ପଲ୍କୁ ଆହୁରି ଖରାପ କରିଦେବ |
05:03 | ଏପରି କ୍ଷେତ୍ରରେ ମା’ ଡାକ୍ତର କିମ୍ବା ସ୍ଵାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ କରିବା ଉଚିତ |
05:09 | ଜନ୍ମର ତୁରନ୍ତ ପରେ ସ୍ତନ୍ୟପାନ ଆରମ୍ଭ କରିଦେଲେ ଖଣ୍ଡିଆ କିମ୍ୱା ଫଟାକୁ ଏଡ଼ାଇହେବ |
05:15 | ସ୍ତନ୍ୟପାନ ସମୟରେ ଶିଶୁ ନିବିଡ଼ତାର ସହ ଲାଚ୍ ହୋଇଥିବା ଜରୁରୀ ଅଟେ |
05:22 | ଏବେ ଆମେ ଚେପଟା କିମ୍ବା ଓଲଟା ନିପ୍ପଲ୍ ବିଷୟରେ ଆଲୋଚନା କରିବା |
05:28 | ଚେପଟା ନିପ୍ପଲ୍ଗୁଡ଼ିକ ଆରିଓଲା ସ୍ତରରୁ ଉପରକୁ ବାହାରିନଥାଏ |
05:33 | ଯେତେବେଳେ କି ଓଲଟା ନିପ୍ପଲ୍ଗୁଡ଼ିକ ସାଧାରଣତଃ ଭିତରକୁ ପଶିଯାଇଥାଏ |
05:38 | ମା’ଙ୍କୁ ଏହା ବୁଝିବା ଅତ୍ୟନ୍ତ ଜରୁରୀ ଅଟେ ଯେ, ସ୍ତନ୍ୟପାନ କରାଇବା ପାଇଁ ଚେପଟା କିମ୍ବା ଓଲଟା ନିପ୍ପଲ୍ କୌଣସି ବାଧକ ନୁହେଁ |
05:48 | ସଠିକ୍ ଲାଚିଂ ହେବା ସମୟରୁ ଶିଶୁ ଆରିଓଲା ସହିତ ଲାଚ୍ ହୋଇଥାଏ, ନିପ୍ପଲ୍ ସହିତ ନୁହେଁ |
05:56 | ମା’ଙ୍କର ଚେପଟା କିମ୍ବା ଓଲଟା ନିପ୍ପଲ୍ ଥିଲେ ଶିଶୁ ଜନ୍ମର ପ୍ରଥମ ସପ୍ତାହରେ ତାଙ୍କୁ ସାହାଯ୍ୟ ଦରକାର |
06:03 | ଏହି ସମୟରେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ସଠିକ୍ ଲାଚିଂ ବିଷୟରେ ଜଣାଇବା ଉଚିତ |
06:08 | ଏହା ତାଙ୍କର ଆତ୍ମବିଶ୍ଵାସକୁ ବଢ଼ାଇବ |
06:11 | ମନେରଖନ୍ତୁ, ମା’ଙ୍କର ଚେପଟା କିମ୍ବା ଓଲଟା ନିପ୍ପଲ୍ ଥିବା କ୍ଷେତ୍ରରେ ପ୍ରଭାବଶାଳୀ ସଂଯୋଗ ପାଇଁ ଉତ୍ତମ ଉପାୟଗୁଡ଼ିକ ହେଉଛି – କ୍ରସ୍ କ୍ରେଡଲ୍ ହୋଲ୍ଡ, |
06:22 | ଫୁଟବଲ୍ ହୋଲ୍ଡ ଓ ସେମି-ରିକ୍ଲାଇନିଂ ପୋଜିଶନ୍ |
06:26 | ପୂର୍ବ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି, ଯେକୌଣସି ଧରିବା କୌଶଳରେ ସବୁଠାରୁ ଜରୁରୀ କଥା ହେଉଛି, ମା’ ସ୍ତନକୁ ସଠିକ୍ ଭାବେ ଧରିବା |
06:37 | ଯେଉଁଥିରେ ଶିଶୁର ଓଠ ଓ ମା’ଙ୍କର ଆଙ୍ଗୁଠି ସମାନ ଦିଗରେ ରହିବ |
06:42 | ଧ୍ୟାନ ଦିଅନ୍ତୁ ଯେ, ଭୁଲ ଲାଚିଂ କାରଣରୁ ନିପ୍ପଲ୍ରେ ଖଣ୍ଡିଆ ହୋଇଥାଏ |
06:47 | ମନେରଖନ୍ତୁ, କ୍ଷୀର ଖୁଆଇବା ବୋତଲ କିମ୍ବା ପ୍ଲାଷ୍ଟିକ୍ ନିପ୍ପଲ୍ ବ୍ୟବହାର କରନ୍ତୁ ନାହିଁ |
06:52 | ଏହାଦ୍ଵାରା ଶିଶୁକୁ ଚେପଟା କିମ୍ବା ଓଲଟା ନିପଲ୍ ଥିବା ସ୍ତନରୁ ସ୍ତନ୍ୟପାନ କରିବା କଷ୍ଟକର ହେବ |
07:00 | ମା’ ଶିଶୁକୁ ଯଥେଷ୍ଟ ନିଜ ଶରୀରର ସ୍ପର୍ଶ ଦେବା ଆବଶ୍ୟକ |
07:04 | ଏହା ମା’ଙ୍କଠାରେ ଅକ୍ସିଟୋସିନ୍ ରିଫ୍ଲେକ୍ସକୁ ତିଆରି କରିବ ଏବଂ ସ୍ତନରୁ କ୍ଷୀର ସହଜରେ ବାହାରିବ |
07:12 | ସର୍ବଦା ମନେରଖନ୍ତୁ, ସଠିକ୍ ଲାଚିଂ ଦ୍ୱାରା ନିପ୍ପଲ୍ର ଅଧିକାଂଶ ସମସ୍ୟାକୁ ଦୂର କରାଯାଇପାରିବ |
07:19 | ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପ୍ପଲ୍ ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆମେ ଆସିଯାଇଛେ |
07:26 | ଏହି ଟ୍ୟୁଟୋରିଆଲରେ ଆମେ ଖଣ୍ଡିଆ କିମ୍ବା ଫାଟିଥିବା |
07:31 | ଚେପଟା ଏବଂ ଓଲଟା ନିପ୍ପଲ୍ ବିଷୟରେ ଜାଣିଲେ |
07:34 | ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି |
07:40 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ |
07:47 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
07:52 | ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ |
07:59 | ଏହି ଟ୍ୟୁଟୋରିଆଲ୍ “ମା’ ଓ ଶିଶୁ ପୋଷଣ” ପ୍ରୋଜେକ୍ଟର ଅଂଶ. |
08:04 | ଏହି ଟ୍ୟୁଟୋରିଆଲର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଏବଂ ଡାକ୍ତର ତରୁଣ ଜିନ୍ଦଲ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଉପସ୍ଥିତ ଅଛନ୍ତି
ଆଇଆଇଟି ବମ୍ବେ ତରଫରୁ ଅମିତ କୁମାରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |